Thursday, September 3, 2020

କ୍ଳାନ୍ତି, ତୁମେ ........

                      ✍କଳ୍ପନା ରାୟ

ପାରିଵକି କ୍ଳାନ୍ତି ତୁମେ କହି
କାହା ପାଇଁ ତୁମ ଶୋଷ ମେଣ୍ଟେ
କାହାକୁ ତୁମେ ଦିଅ ଅଵସାଦ
ଅର୍ଜୁନଙ୍କୁ ନା ଗାଣ୍ଡିବକୁ
କେଉଁଥିରୁ ତୁମେ ଆସ
କୃଷ୍ଣାଙ୍କ ଶପଥରୁ ନା ଖୋଲା କେଶରୁ

କାହାରି ଭୋକ ଦାଉରେ ଵି ଆସନି
ମହାମାରୀର ପାଖ ମାଡ ନା ନାହିଁ  ??
ବହୁତ କଷ୍ଟରେ ଵି ନୁହେଁ
ତେବେ ??
ମନର ଅବସାଦରେ ତୁମର ଆସକ୍ତି
ଆକ୍ତାମାକ୍ତା ହେଉଥିବା ବେଳେ
ମାଡିଵସ ଵୋଧେ
ବିରାଟ ବଳୟ ଆବୋରି

ଦୁର୍ବଳତା ସହ ତୁମର ଭାବ
ଵୋଧେ ରାଧାକୃଷ୍ଣଙ୍କ ଭାବଠୁ ଅଧିକ
କୃଷ୍ଣ ତ ଛାଡିଯାଇଥିଲେ ରାଧାଙ୍କୁ
କିନ୍ତୁ ତୁମେ ??
ଦୁର୍ବଳତାକୁ କେବେ ଛାଡିଛକି ? 
ଵୋଧହୁଏ ନା  !!!

ଖରାପ କାମ କରିବାକୁ ଥିବା
ବ୍ୟକ୍ତି ପାଖକୁ ତୁମେ ଆସ କି ??
କାହିଁ ଚୋର ଖଣ୍ଟ ପାଖକୁ ଆସିଛ  ??
ନା, ନ ହେଲେ ପାରନ୍ତେନି କରି
ପୁତନା ପାଖକୁ ଆସିଥିଲେ
କ୍ଷୀର ଖୋଇ ପାରିଥାନ୍ତା  ??
କୃଷ୍ଣଙ୍କ ସାନିଧ୍ୟ ପାଇଥାନ୍ତା କି ??
ଓଃଃଃଃ, ତେବେ ତୁମେ
ମଙ୍ଗଳଦାୟୀ ଵି ହୋଇପାର

କ୍ଳାନ୍ତି, ତୁମ ସହ ନିଦର ଭାବ ନିଵିଡ
ତୁମ ସହ ନିଦ ମାଉସୀ ଆସେ, 
ତେବେ ତୁମେ ପଳାଅ ପୁଣି
ତା ସହ, ହସିହସି,
ଦୁଃଖ ସହ ଵୋଧହୁଏ 
ଆହୁରି ସମ୍ପର୍କ ନିବିଡ଼
ତା ସଙ୍ଗେ ରହିଯାଅ ଜଡାଇ ଧରି

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ, 
ଲଇଡା, ସମ୍ବଲପୁର  ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy