✍️ସୁଧାଂଶୁ କୁମାର ତ୍ରିପାଠୀ
ଘନକେଶୀ ଘାଟରେ ଦେଖିଲି ରେ
ଘନାଘନ ସମ୍ପଦ ଲଭିଲି ରେ
ଘଟ ଘେନି କାଖରେ ଘଟି ଉରଜା ଧୀରେ
ଘର ଫେରା ବାଟରେ ଭେଟିଲି ରେ ||ପଦ||
ଘଞ୍ଚ କୁଚ କୁ ଦେଖି ଘୁଞ୍ଚି ନଗଲା ଆଖି
ଘନ ଘନ ମଦନ ଦହିଲା ରେ
ଘାଗରା ବନ୍ଧା କଟି ଘଟଣ ପାରିପାଟି
ଘାରିଲାମନେ ମନ ବିକିଲି ରେ। (୧)
ଘନେ ଚପଳା ପରି ଘନ କୁନ୍ତଳା ଗୋରୀ
ଘୁରାଇ ଚନ୍ଦ୍ରମୁଖ ଚାହିଁଲା ରେ
ଘୋଟରେ କଉଶଳେ ଘୁଙ୍ଗୁର ନାଦ ଛଳେ
ଘୁରି ଦରତି ସରେ ପଡିଲି ରେ ।(୨)
ଘନ ଅନ୍ଧାରେ ଜହ୍ନ ଘନ ସାର ସମାନ
ଘୋର ପୀରତି ନଦୀ ବହିଲା ରେ
ଘଳିଆ ପଡିଘାଇ ଘାଉଁରି ଖାଇ ଯାଇ
ଘାସ ପରି ତହିଁରେ ବୁଡ଼ିଲି ରେ।(୩)
ଘଣା ରେ ପେଡି ଇଖୁ ଘଟ ମଧ୍ୟରେ ରଖୁ
ଘାଣ୍ଟି ଦେଇକେ କେବେ ଫିଙ୍ଗିଲା ରେ
ଘୃଣା କରନା ବାଳୀ ଘେନ ଭୁବନ ଅଳି
ଘଡି ଘଡି ଗୁଣକୁ ଗାଇଲି ରେ।(୪)
***********
କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ
ଶେରଗଡ
ଗଞ୍ଜାମ
No comments:
Post a Comment