କଲମ ମୋ ମାତା କଲମ ମୋ ପିତା
କଲମ ଅଟଇ ଗୁରୁ l
କଲମ ବଳରେ ବଳିୟାନ ଆଜି
କଲମ ସେ ମହାମେରୁ ll
ମୂଲ୍ୟ ତାର ନୁହେଁ ସୁନା ରୁପା ପରି
ହଜାର ହଜାର ଟଙ୍କା l
କଲମ କାଳିର ମାହାତ୍ମ୍ୟ ଅନେକ
ବିଶ୍ୱେ ଆଜି ସିଏ ଚର୍ଚ୍ଚା ll
ସାଧା କାଗଜର ରଙ୍ଗ ବଦଳାଇ
କରେ ସେହି ମୂଲ୍ୟବାନ l
ଅମୁଲ ମୂଲରେ ବିଶ୍ୱକୁ ଦର୍ଶାଏ
ପ୍ରତି ଶବ୍ଦେ ପ୍ରତି କ୍ଷଣ ll
ଗୁରୁଙ୍କର ଗୁରୁ କଲମ ମୋ ଗୁରୁ
ତାଙ୍କୁ ଭଜି ସର୍ବେ ରାଜା
ମୁନି ଋଷି କବି ଲେଖକ ଗାଳ୍ପିକ
କରୁଛନ୍ତି ତାଙ୍କୁ ପୂଜା ll
🌹🙏🙏🙏🌹
କାମାକ୍ଷା ପ୍ରସାଦ ସାମଲ
No comments:
Post a Comment