Monday, September 14, 2020

ଗ ଚମ୍ପୁ ବୃତ୍ତେ (ଆଦ୍ୟ ପ୍ରାନ୍ତାନୁପ୍ରାସ "ଗ")

✍️ସୁଧାଂଶୁ କୁମାର ତ୍ରିପାଠୀ


ଗଲାକି ନା ତୋର ରାଗରେ ମିତଣୀ

ଗଗନରତାରା ପଛ କରିଥିଲି ତୋତେ ପାଇବାକୁ ଆଗ।ଘୋଷା।


ଗଭାକୁ ଗଜରା ଦିଶିବାକୁ ତୋରା  ଆଣିଲି ବହି ସରାଗ

ଗରଗର ହୋଇ ଗଲୁରେ ପଳାଇ ହୋଇ କଡେ ବେଗବେଗ।୧।


ଗାୟତ୍ରୀ ଛାଡିଲି ଗାରେଡ଼ି ପଢିଲି ଶିଖିଲି ଗାଉଁଲି ଢଗ

ଗାରଡ ଗାଲୁଆ ଗାଳି ହେଲା ଥୁଆ  ଗରଜୁ ଯେସନେ ନାଗ।୨।


ଗିରିଜା ଶଙ୍କର ପୂଜି ନିରନ୍ତର ଲଗାଇଲି କେତେ ଭୋଗ

ଗିରିଧାରୀ ପରି ତୋହପାଇଁଗୋରୀ ଉଭାହୋଇକଲି ଯୋଗ।୩।


ଗୀତା ଭାଗବତ କଥା ସବୁ ମିତ  ଲାଗୁନାହିଁ ଆଉ ବାଗ

ଗୀତ ଗପ ଅବା  ଶୁଣିବ କିଏବା  ବିଷ ଲାଗେ ହୋମ ଯାଗ।୪।


ଗୁଣୁଗୁଣୁହୋଇ ତୋ ଦୁଆରେଯାଇ ନିତି ବିକୁଥିଲି ଶାଗ

ଗୁମର  କଥାକୁ   କହିବି  କାହାକୁ   ହେଉଥାଇ   ଡଗଡଗ।୫।


ଗେଲରେଗେଲରେ ତୋହରିପ୍ରେମରେ ହଜାଇଦେଲିଣି ଦିଗ

ଗେରୁଆ  ବସନ    ପିନ୍ଧି ଯିବି ବନ   ଘାରିଲାଣି  ବଇରାଗ।୬।


ଗୋଡହାତ ଜାକି ବସିଅଛି ଟାକି ଯେସନେ କାଣ୍ଟିଆ ବଗ

ଗୋପାଳ  ନନ୍ଦନ   ବନ୍ଦଇ ଭୁବନ   ଲଗାନା କଳଙ୍କ ଦାଗ।୭।


କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy