Tuesday, September 15, 2020

ବିଶ୍ବକର୍ମା ପୂଜା

         ✍ସୁକାନ୍ତ ଖଣ୍ଡା 

ପାରବଣ ଊତୁ ଆସିଲାଣି ଦେଖ

ହସର ପସରା ମେଲି

ଖିଲିଖିଲି ହସି ଓହ୍ଲାଇବେ ପ୍ରଭୁ

ସରଗରୁ ହଲିହଲି।୧

ଖୁସିରେ ଦୋହଲୁ ଅଛନ୍ତି ଉଦ୍ଭିଦ

ନାଚୁଛନ୍ତି ଜଳରାଶି 

ପବନ ଗାଉଛି ସାଇଁସାଇଁ ଗୀତ

ସ୍ବାଗତେ ସଭିଏଁ ଖୁସି।୨

ପଶୁରାଜ ତା'ର ପରଜା ମାନଙ୍କୁ

ଆଦେଶ ଦେଇଛି ଆଜି

ଭୟଶୂନ୍ଯ ମନେ ଏକତ୍ରୀତ ହୋଇ

ପୂଜା ପରେ କର ଭୋଜି।୩

ପକ୍ଷୀରାଜ ମଧ୍ୟ ପରଜା ସହିତ 

ଯଜ୍ଞରେ ଢାଳୁଛି ଘିଅ

ଇଗଲ ବାଇଦ କୋଇଲି ଗୀତରେ

ଛୁଟୁଛି ନାଚର ସୁଅ।୪

ଜଙ୍ଗଲର ସବୁ ପଶୁ ପକ୍ଷୀଙ୍କର

ମଙ୍ଗଳ ସଙ୍ଗୀତ ଧ୍ବନି

ଭାସି ଯାଉଅଛି ଦୂର ଦିଗବିଳୟ

ସୁବାସିତ ବନଭୂମି।୫

ଦିନେଶ ଲୁଚିକି ଦେଖୁଥିଲା ବସି

ପଶୁ ପକ୍ଷୀଙ୍କର ପୂଜା

ଯୋଡ଼ିଦେଇ ହାତ ପ୍ରଣାମ କରିକି

ମନରେ ଉଡ଼ାଇ ଧ୍ବଜା।୬

ନିଜଘରେ ବସି ଆଖିର ଲୁହକୁ

ପୋଛି ଭାବୁଥିଲା ବସି

ପଶୁପକ୍ଷୀ ତୁମେ ଧନ୍ଯ ହୋଇଗଲ

ଆମେ ଆଜି ନୁହଁ ଖୁସି।୭

ପାପ କରିବାରୁ ଘର କୋଣେ ବସି

ମୁହଁରେ ତୁଣ୍ଡିକୁ ବାନ୍ଧି

କଏଦୀ ପରାଏ ବନ୍ଦୀ ହୋଇଅଛୁ

କରୋନା ଜାଲରେ ଛନ୍ଦି।୮

ନିରିଦେଶ ଅଛି ପାଞ୍ଚଛଅ ଜଣ 

ବସିକି କରିବେ ପୂଜା

ମାକସ ସହିତ ସାନି ଟାଇଜର

ବଜାଇବନିରେ ବାଜା।୯

ଗହଳ ଚହଳ କଲେ ପରିବେଶ

ପୋଲିସ ଠେଙ୍ଗାକୁ ଦେଖି 

ବୁଝି ଏହିକଥା ପୂଜା କରୁଛନ୍ତି 

ଏ ପାଇଁ ସଭିଏଁ ଦୁଃଖୀ।୧୦

ସହର ବଜାର ପୂରା ଶୂନଶାନ

ଝରାଉଛୁ ଲୁହ କିନ୍ତୁ 

ଧନ୍ଯ ହୋଇଗଲ କରି ପୂଜାପାଠ 

ଜଙ୍ଗଲର ସବୁ ଜନ୍ତୁ।୧୧

               *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy