Monday, November 30, 2020

କାର୍ତ୍ତିକ ପୂର୍ଣିମା

ବାସନ୍ତୀ ଲତା ଜେନା


 କାର୍ତ୍ତିକ ପୂର୍ଣ୍ଣିମା  ଆଜି ଲୋ ସଜନୀ 

       ଡ଼ଙ୍ଗା ଭସାଇବା ଆସ    

ମନ୍ଦିରକୁ ଯିବା ବିଗ୍ରହ ଦେଖିବା 

       ରଜ ରାଜେଶ୍ୱର ବେଶ    l୧l

ନଡ଼ିଆ କଦଳୀ ବେଲ ପତ୍ର ସଙ୍ଗେ 

        ତୁଳସୀରୁ କିଛି ନେବା 

ଭକ୍ତି ସହକାରେ ଆରାଧନା କରି 

       କୃପା ଭିକ୍ଷା କରୁଥିବା    l୨l 

ଆମ ପରମ୍ପରା ଆମର ସଂସ୍କୃତି 

       ସବୁଠୁ ନିଆରା ଜାଣ         

ନୌବାଣିଜ୍ୟକୁ ମନେ ପକାଇବା 

        ଜଳେ ଡ଼ଙ୍ଗା ଭସାଇଣ  l ୩l

କଦଳୀ ପଟୁକା ଅବା ସୋଲ ଡ଼ଙ୍ଗା 

        ଚିତ୍ର ରଙ୍ଗ ବେରଙ୍ଗର 

ପାନଗୁଆ ଥୋଇ ଧୂପ ଦୀପ ଦେଇ 

       କୁସୁମର ସମାହାର     l୪l

ବୋଇତ ବନ୍ଦୀବl ଆହୁଲା ମାରିବା 

      ସାଧବର ସ୍ମୃତି ମାନ 

ଅତୀତ ଗୌରବ ମନେ ପକାଇବା 

       ପଞ୍ଚୁକ ପୂର୍ଣ୍ଣିମା ଦିନ    l୫l

ଆଜିର ଦିନରେ ସାଧବ ପୁଅ ଯେ 

       ଯାଉ ଥିଲେ ଦୂର ଦେଶେ 

ବାଣିଜ୍ୟ କରିଣ ଧନରତ୍ନ ଭରି 

        ଫେରନ୍ତି ଆଷାଢ଼ ମାସେ    l୬l

ଆଜିର ଦିନରେ ବାଲି ଯାତ୍ରା ହୁଏ 

       ସଭିଏଁ ଖୁସି ହୁଅନ୍ତି 

ବାଣିଜ୍ୟ ସକାଶେ ସାଧବର ପୁଅ 

        ଏହି ଠାରୁ ଯାଇଥାନ୍ତି  l୭l

ନିରାମିଷ ଖାଦ୍ୟ ଆହାର କରନ୍ତି 

         ଯେତେକ ହବିଷ୍ୟ ଆଳି 

ଶ୍ରୀକ୍ଷେତ୍ରକୁ ଯାଅ ଅବା ଘରେ ଥାଅ 

         ଭାଗବତ ପ୍ରେମେ ଭାଳି  l୮l

ଚଉଁରା ମୂଳରେ ପଞ୍ଚ ମୁରୁଜରେ 

        ଅଙ୍କା ଯାଏ ଜଗନ୍ନାଥ 

ଭାଇ ବଳଦେବ ଭଉଣୀ ସୁଭଦ୍ରା 

         ସାଥେ ହୁ'ନ୍ତି ଉପବୀତ   l୯l

ତୁଳସୀ ମୂଳରେ ପୂଜନ କରନ୍ତି 

       ରାଇଦାମୋଦର କଥା 

କାର୍ତ୍ତିକ ବ୍ରତର ସମାପନ ହୁଏ 

        ହରି ଭକ୍ତି ପ୍ରେମ ଗାଥା  l୧୦l


ଗାନ୍ଧିନଗର, ନବରଙ୍ଗପୁର  

🙏ଚହିଁଚି ତୁମକୁ🙏

                ସରିତା ଶତପଥୀ


ଚାହିଁଚି ତୁମକୁ

         ମୁଁ କେତେ ଵର୍ଷରୁ

ଆସିବ ଓହ୍ଲାଇ

         ସତେ ସରଗରୁ।

ହାତଧରି ନେବ

        ମୁକ୍ତ କରି ସଵୁ ପାପରୁ

ଚାହିଁଚି ତୁମକୁ

         ମୁଁ କେତେ ବର୍ଷରୁ।


ଵିପଦରେ ଯେଵେ

       ଆକୁଳରେ ଡାକିଛି

ସଖା ସହୋଦର ଭାବେ

           ପାଖରେ ପାଇଛି

ଵୁଦ୍ଧି ଦେଇଅଛ

          ଦେଖାଇଛ ପଥ

ସଵୁ ମୁହୁର୍ତ୍ତରେ

            ପାଖେ ପାଖେ ଅଛ

ନିଷ୍କଳଙ୍କ କରିନେଵ

          ମୋତେ ଏ ସଂସାରୁ

ଚାହିଁଚି ତୁମକୁ

            ମୁଁ କେତେ ବର୍ଷରୁ।


ନିର୍ବଳର ଵଳ ତୁମେ

       ଅଜ୍ଞାନର ଜ୍ଞାନ

ଅନ୍ଧର ଲଉଡି ପ୍ରଭୁ

        ହେ ଚକା ନୟନ

ପାପି ବିତ ତରିଜାଏ

          ତୁମରି କୃପାରୁ

ଚାହିଁଚି ତୁମକୁ

         ମୁଁ କେତେ ବର୍ଷରୁ।


କେତେ ବିପଦରୁ

          ଧରାକୁ ଉଧାରିଛ

ଦଶ ଅବତାର 

        ତୁମେପା ନେଇଛ

ସେଥିପାଇଁ ଆସା

               ମରୁନି ମନରୁ

ଚାହିଁଚି ତୁମକୁ

          ମୁଁ କେତେ ଵର୍ଷରୁ।


              ମାଲକାନଗିରି

ବଳତ୍କାରୀର ମାଆ

ସର୍ଭେଣ୍ଟ କ୍ବାଟର ରୁ ଯୋର୍ ଯୋର୍ ରେ ଆଓ୍ବାଜ ଆସୁଥିଲା।ବସୁମତୀ ବୋଧହୁଏ ଆଜି ପୁଣି ପିଇଦେଇଛି।

ବେଳେବେଳେ ତିହାର ବାହାର ହେଲେ ସେ ଦେଶୀ କୁସୁନାରୁ ଗ୍ଲାସେଅଧେ ବା ପାଉଚଟେ ପିଇନିଏ।

ଆଉ ସେଦିନ ଏମିତି ବକର ବକର ହୁଏ।ବସୁମତୀ 

ତାଙ୍କ କଲୋନିରେ ଚାକରାଣୀ କାମକରେ।ତାର ବର କୋଉ ଗୋଟିଏ ବସ୍ ରେ କ୍ଲିନର୍ କାମକରେ।ପୁଅଟା ବି ବାଇଶ ବର୍ଷର ଭେଣ୍ଡିଆ ଯବାନ ହେଲାଣି।ସେ ବି ବାପାର କେବେକେବେ ଦେହ ଅସୁସ୍ଥହେଲେ ତାରି କାମରେ ବସ୍ କୁ ଯାଏ।ନହେଲେ ଏଠି ସେଠି କଛି କାମମିଳିଲେ କରେ।ସେଦିନ କାହିଁକି କାହା ଉପରେ

ତାର ରାଗର ଓରିମାନା ମେଣ୍ଟଉଥିଲା।ଶାଳୀନୀର ସ୍ବତଃପ୍ରବୃତହୋଇ ସେ ପଟକୁ ପାଦ ଉଠିଗଲା।ଅଧଖୋଲା ଦରଜା ଭିତରେ ଦେଖିଲା ବସୁମତୀ ବେଲଣା ବାଡିଟାଧରି ପୁଅ ଉପରେ ଧଡାସ୍ ଧଡାସ୍

ପିଟିଚାଲିଛି।ପୁଅଟା ଚାହିଁଲେ ରୋଗିଣା ମାଆକୁ ଆକ୍ରମଣ କରି ପାରିଥାନ୍ତା।ହେଲେ ସହିଯାଉଥିଲା ସବୁ ପାହାରକୁ କେବଳ ପାହାର ପଡିବା ଆଗରୁ ଦେହକୁ ଟିକେ ସଂକୁଚିତ କରୁଥିଲା।ଚୁଟି ମୁଠାଏ ହାତରେଠାଣି

ପୁଅକୁ ଘରର ଏପଟୁ ସେପଟ ଘୋସାରୁଥାଏ ବସୁମତି।କେଜାଣି କଣ ଏମିତି ସାଂଘାତିକ ଅପରାଧ କରିଥିଲା ବବ୍ଲୁ।ବବ୍ଲୁ ତାଙ୍କରି ଘରେ ରହି ଛୋଟରୁ ବଡ ହେଇଛି।ଅଭାବସହ ଖେଳଖେଳି ସ୍ବପ୍ନକୁ ଧୂଳିଚଟାଇ

ମନକୁ ମାରିମାରି ତାର ପିଲାବେଳ କଟିଛି।ତାର ପାଠପଢାର ବ୍ୟବସ୍ଥାବି କରିଥିଲେ ସେମାନେ।ହେଲେ

ପାଠ ପଢିବାରେ ତାର ମନ ନାଇଁ।ବାଲୁଙ୍ଗାଗିରି କରି

ସିନେମାହିରୋଙ୍କୁ ଅନୁିକରଣ କରି ତେରେନାମ୍  ସିନେମାର ସଲମାନ୍ ଖାନ ପରି ବାଳକାଟି ଆଗପଟ

ଲମ୍ବା ଝାମ୍ପୁରୁ କରୁଛି ତ କେବେ ପଛପଟଟା ପୁରା ଛୋଟ ଛୋଟ କରି ତାଳୁକୁ ଟୋପି ସେପ୍ ରେ କାଟୁଛି।

ଚାରି ପାଞ୍ଚଟା ଲଫଣ୍ଡୁ ପିଲାଙ୍କ ସହ ସାଙ୍ଗ ହୋଇ କାହାଘରୁ ଚୋରି କରୁଛି।ଆଜି ବୋଧହୁଏ ସେମିତି କିଛି ବଡ ଧରଣର ଚୋରି ଧରା ପଡିଛି ବସୁମତୀ ଆଖିରେ।ସେଥିପାଇଁ ତାର ଏ ଉଗ୍ରଦୁର୍ଗାରୂପ।


ପାଖକୁ ଯାଇ ସେ କିଛି ଶୁଣିବାକୁ ଚେଷ୍ଟାକଲା।

ବସୁମତୀ କହୁଥାଏ ତତେ ମରଣ ହେଲାନି।

ମୋରି ପେଟରେ ଜନମ ହୋଇ ଏମିତି ହିନ କାମ କଲୁ।ମାଁର ମମତାକୁ ଅପମାନ ଦେଲୁ।ତୋପାଇଁ ଲାଜରେ ମୁଁ ବାଟଚାଲି ପାରିବିନି।ଏକ ବଳତ୍କାରିର ମାଁ 

ଆଖ୍ୟା ପାଇବା ଆଗରୁ ତୁ ମତେ ବିଷଟିକେ ଦେଇ ମାରିଦେ।ତୋପାଇଁ ଏ କାମ କେତେବଡ କି?

ଯିଏ ଜଣେ ଝିଅର ଇଜ୍ଜତ ଲୁଟି ମାରିପାରିଲା ମାଁକୁ ବିଷଦେଇ ମାରିବା ତା ପାଇଁତ ଛୋଟ କଥାଟେ।

ପୁଅମାନେ ବୁଢାବୁଢୀ ବାପାମାଆଙ୍କ ଜରାଶ୍ରମରେ ଛାଡି ଆସୁଛନ୍ତି।ତୁ ବିଷ ଦେଇଦେ।ସେ ନିନ୍ଦା ମୁଁ ସହିଯିବିଯେ ପୁଅହାତରୁ ମାଆ ବିଷପିଇ ମଲା

ହେଲେ ଏକ ବଳତ୍କାରିର ମାଆ ହେବା ନିନ୍ଦା ସହି

ପାରିବିନି।

ଚାଲ ଦେଖି ଆସିବୁ ଯେଉଁ ଯୁବତୀକୁ ତୁ ରେପ୍ କରି

ଜାଳି ଆସିଛୁ ତାରି ଘରର ଅବସ୍ଥା।ତାର ମାଆ ବାପାର ଆକୁଳ କ୍ରନ୍ଦନ।ଭାଇଭଉଣୀଙ୍କ କଲବଲ।

ସବୁଠୁ ବେଶି ତାର ସେ କୁନୀ ପିଲାର ଗୁଲୁଗୁଲା।

ଯିଏ ମାଆ ମାଆ ହୋଇ ରଡି ଛାଡୁଛି।କୌଣସି ନାରୀକୁ ପାଇଲେ ତାରି କୋଳରେ ମାଁର ଥନ ଖୋଜୁଛି।ସେ ସ୍ବାମୀର କାକୁସ୍ଥ ହତାଶପଣ ଯା ଦେଖିବୁ ଯାର ଗୋଟିଏ ଅଙ୍ଗକୁ ତୁ ପାରାଲାଇଜ୍ଡ କରିଦେଲୁ।ଯିଏ ଆଉଥରେ ଉଠିବାକୁ ବଳ ପାଉନି।

ତାର ସାରା ଆଶା ଆକାଂକ୍ଷାକୁ ଧୂଳିସାତ୍ କରିଦେଲୁ।

ପିଲାକୁନେଇ ସେମାନେ ଗଢିଥିବେ କେତେ ସ୍ବପ୍ନର ମିନାର।ତାକୁ ତୋଳିବାର ନିମ୍ବ  ନ ପଡୁଣୁ ତାକୁ

ମାଟିରେ ମିଶେଇଦେଲୁ।ବଞ୍ଚିବାର ସମସ୍ତ ଖୁସିର ସାଧନ ଲୁଟିନେଲୁ ସେଘରୁ।ନାରୀଟିର ଆଖିରେ ଅସରନ୍ତି ସ୍ବପ୍ନଥିବ।ସେ ସଜାଡିଥିବ ଏକ ଆଶାର ନନ୍ଦନକାନନ।ଫଳଫୁଲଭରା ସୁନ୍ଦର ସଂସାରଟିଏ।

ସ୍ବାମୀ ସ୍ତ୍ରୀର ଭଲପାଇବାରେ ଭରପୁର ଏକ ସ୍ବର୍ଗପୁରୀ।ସନ୍ତାନର ଭବିଷ୍ୟତର ଗଢିଥିବ ଏକ 

ଉଚ୍ଚ ସିଡିଟିଏ।ପାହଚ ପାହଚ ଉଠୁଥିବ ତାର ସନ୍ତାନ

ଆଉ ଗୌରବାନ୍ବିତ ହେଉଥିବ ମାଆବାପା ମନ।

ସମୟର ଅପରାହ୍ନରେ ଅବସ ହୋଇଗଲେ

ଦେହମନ ସନ୍ତାନର ଛତ୍ରଛାୟାରେ ମିଳିବ ଏକ ସୁରକ୍ଷିତ ସ୍ଥାନ।ହେଲେ ତୁ କଣକଲୁ। ସେଇ ସ୍ବପ୍ନର ଗଛର ଚେରକୁ କାଟିଦେଲୁ ତୁ।କେମିତି ଫଳିବ ଫୁଲିବ ସେ ଗଛ।କେମିତି ସେ ଶିଶୁ ମଣିଷ ହେବ?

କେମିତି ସେ ସ୍ବାମୀ ଜୀଇଁବାର ଶକ୍ତି ପାଇବ?

ତୋର କ୍ଷଣିକ ଯୌନ ଉନ୍ମାଦନ କେତୋଟି ଜୀବନକୁ

ନଷ୍ଟ କରିଦେଲା।କେତେକଷ୍ଟ ପାଇନଥିବ ସେ ସ୍ତ୍ରୀ ଟି।ଯାହାର ବିନା ସହମତିରେ ତୁମେମାନେ ତା ସହ ବଳତ୍କାର କରିଥିବ।କେମିତି ଲାଗିଥିବ ତାକୁ ଯେତେବେଳେ ତୁମେ ତାକୁ ଜାଳିଥିବ।ସନ୍ତାନ ପାଇଁ

ଛଟପଟ ହେଉଥିବ ତାର ହୃଦୟ।କିଏନେବ ତାର ସନ୍ତାନର ଯତ୍ନ ଓ ଦାୟିତ୍ବ।କିଏ ଭରିପାରିବ  ତାର ରିକ୍ତସ୍ଥାନ।ଜଣେ ମାଁର ମମତାର ଆଉ ଦ୍ବିତୀୟ ବିକଳ୍ପ ନାହିଁ।ସେ ସ୍ଥାନ ଆଉ କେହି ଦେଇପାରିବେ ନାହିଁ।

ସେ ଆଈମା ମାଉଷୀ ଯେ ହେଉନା କାହିଁକି।ଶିଶୁଟି

ମାଁର ପ୍ରତ୍ୟେକ କୋଷ କଣିକା ସହ ପରିଚିତ।ସେ ମାଁର ସ୍ପର୍ଶ ଗନ୍ଧକୁ ବି ବାରିପାରେ।ମାଁର ସ୍ପନ୍ଦନକୁ

ବୁଝିପାରେ।କିଏ ଆଉ ହେବ ତା ମାଆପରି।ଆଉ ଏପଟେ ତୋର ପରିବାର କଥା ବି ଭୂଲିଗଲୁ।

ତୋର ବୃଦ୍ଧ ବାପାମାଆ ତୋ ଉପରେ ଆଶ୍ରା ଖୋଜୁଥିବାବେଳେ ତୋ ପାଇଁ କେତେ ସ୍ବପ୍ନ ବୁଣୁଥିବାବେଳେ।ତୋର ପୁଅଝିଅଙ୍କୁ ଖେଳାଇବା

ନୂ୍ଆଁବୋହୂର ଆଗମନୀର  ଗିତ ଶୁଣିବାକୁ ଅନେଇରହିଥିବାବେଳେ ତୁ ତାଙ୍କଠୁ ସବୁ ଛଡେଇ ନେଲୁ।ନିସ୍ବ ବଦନାମ କରିଦେଲୁ ଆଜି ନ ହେଲେ

ତୁ କାଲି ଜେଲକୁ ଯିବୁ।ପୋଲିସ୍ ନ ପାଇଲେ ମୁଁ ନିଯେନେଇ ହାଜତରେ ତତେ ଛାଡି ଆସିବି।ଏକ ସ୍ତ୍ରୀର କର୍ତବ୍ୟ ନିଭାଇବି।ଏକ ବଳତ୍କାରୀକୁ ଉଚିତ

ଶାସ୍ତିଦେବି।ତାପରେ ପଛେ ପ୍ରତିମୂହୁର୍ତ ମୁଁପୁତ୍ରଶୋକରେ ଜୁଡୁବୁଡୁ ହେଉଥାଏ।ହେଲେ ତୋର ଦଣ୍ଡ ତୁ ନିଶ୍ଚୟ ପାଇବୁ।ଆଉ ମୋର ଦଣ୍ଡ ମୁଁ ଜୀବନ ସାରା ପାଉଥିବି ତୋର ମାଆ ହେବାର ଅପରାଧ ବୋଧରେ।

ମାଧବୀ ପଟେଲ।

ଭୋକ

ମାଧବୀ ପଟେଲ।

ଜୀବନ ସହିତ ଭୋକର ସଂପର୍କ

ଜଡିଥାଏ ସବୁଦିନ।

ଶିଶୁରୁ ଯୁବକ କ୍ରମାଗତ ଭାବେ

ହେବାଯାଏ ତା ମରଣ।

ମରଣରେ ଶେଷ ଭୋକର ଉତ୍ପାତ

ଆଜୀବନ ପାରେ ଜାଳି।

କୁଲି ମଜୁରି କି ଚାକିରିଆ ହୁଏ

କିଏ ଧରେ ଭିକ୍ଷାଥାଳି।

ଭୋକର ପ୍ରକାର ଅନେକ ରକମ

ଯୌନ ଭୋକ ପେଟ ଭୋକ।

କ୍ଷୃଧିତ ଥାଏ କେ ଯଶ କ୍ଷାତିପାଇଁ।

କାହାର ଚଉକି  ଭୋକ।

ଏ ଭୋକ ଚଲାଏ ଅସତର ପଥେ

ମର୍ଯ୍ୟଦା ଲଙ୍ଘନ କରେ।

ନିୟନ୍ତ୍ରଣ ଯିଏ କରେ ତା ଜୀବନେ

ସିଏ ଶ୍ରଦ୍ଧା ଲାଭ କରେ।

ଝାରସୁଗୁଡା।

ଆଜି ଛାଡଖାଇ

ଆମିଷ ପାଇଁ କି ବଜାରରେ ଭିଡ଼ 

 ହୋ ହାଲ୍ଲା ପୁଣି ଶୁଭିଲାଣି 

ରାତି ଚାରିଟା ରୁ ଦୋକାନ ମେଲାଇ

ଛାଡିଖାଇ କଥା କହିଲେଣି ।।


ସାଧା ଖାଇ ଖାଇ ଏକ ମାସ ହେବ

ଅରୁଚି ପାଟିଟା ଥକିଲାଣି

କେତେବେଳେ ଯିବ କାର୍ତ୍ତିକ ମାସଟି

ମାସ ଆରମ୍ଭ ରୁ ଭାବିଲେଣି ।।


ଆମିଷ ଟିକିଏ ପାଟିରେ ବାଜିନି

ସାଧାରୁ ତ ମୋହ ଭାଙ୍ଗିଲାଣି

ସୁଯୋଗ ଆସିଛି ଏତେ ଦିନ ପରେ

ଆଜି ଛାଡ଼ଖାଇ  ହେବ ପୁଣି ।।


ଲୋକଙ୍କର ହାଉ ଯାଉ ଦେଖିକରି

ମଟନ୍ ର ଭାଉ ବଢ଼ିଲାଣି

କୁକୁଡ଼ା ମାଂସ ଦର ଆକାଶ ଛୁଆଁ ଯେ

ବଜାରରେ ପଡିଛି ଏ ଭାଳେଣି ।।


ମାଛର ଚାହିଦା ଅନେକ ରହିଛି

ଫ୍ରେସ୍ ମାଛ କାହୁଁ ମିଳୁନି

କୁକୁଡ଼ା ଅଣ୍ଡାରେ କାମ ଚଳେଇବା 

ଘରଣୀର ମନ ବୁଝୁନି ।।


 ମଟନ୍ ଚିକେନ୍ ଚଢ଼ା ଦର ଦେଖି

ବଜାର ରେ ନିଆଁ ଲାଗିଲାଣି

ଏତେ ମୂଲ୍ୟରେ ଯେ ଛାଡ଼ଖାଇ ପାଳିବା

ମୁଣ୍ଡରେ ତ ହାତ ଦେଲେଣି ।।


ପକେଟରେ ନାହିଁ ପଇସା ବୋଲି ତ

କିଛି ଲୋକଙ୍କର ଜୀବେଦୟା ଭାବ ଜାଗିଲାଣି

ଆମିଷ ନଖାଇ କି ଛାଡଖାଇ ପାଳିବା

ସତରେ ଏ ବୁଦ୍ଧି ଜୁଟିଲାଣି  ।।


ନିରୀହ ପ୍ରାଣୀଙ୍କ ଜୀବନ ବଦଳେ

କି ଛାଡ଼ଖାଇ ଆମେ କରୁଛେ

କୋଉଁ ଜିନିଷକୁ ଛାଡ଼ିଥିଲେ ଆମେ

ଆଜି ଛାଡିଖାଇ ପାଳୁଛେ ।।


 ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

ବିଦାୟ କାର୍ତ୍ତିକ

ଶୁଭିବନି ଆଉ ହରି ନାମ

ସକାଳୁ ସକାଳୁ

ଅବା ଆଉ ଦିଶିବେନି

ଧାଡ଼ି ଧାଡ଼ି ହବିଷାଳୀ

ନଦୀ ବାଲି ପରେ।


ସୋମବାର ଦିନ

ହେବ ନାହିଁ ଭିଡ

ଶିବ ମନ୍ଦିରରେ 

ଶୁଭିବନି ଅଭିଷେକ ମନ୍ତ୍ର ଧ୍ଵନି 

ପ୍ରାତଃକାଳେ ଆଉ। 


ଘରେ ଘରେ ଚାଲୁଥିଲା ଚର୍ଚ୍ଚା 

ମାହାତ୍ମ୍ୟ କାର୍ତ୍ତିକ ମାସର

ସାତ୍ତ୍ୱିକ ଆହାର ଗ୍ରହଣ ପ୍ରକ୍ରିୟା

ଜନମାନସରେ ଥିଲା

ଐଶ୍ୱରୀୟ ଭାବ ଚିନ୍ତାଧାରା।


ଭୁଲିଗଲେ ଆଜି ସବୁ

ପାପପୁଣ୍ୟ କଥା

ଭସେଇ ଆସିଲେ 

ସାତ୍ତ୍ୱିକ ଭାବନା ସକାଳର

ଡ଼ଙ୍ଗା ଭସାଣିରେ।


ଭିଡ ଆଜି ଆମିଷ ବଜାରେ

ଠେଲାେ ପେଲା ଧକା ମୁକା

ପାଇବାକୁ ବାଞ୍ଛିତ ଆକାର ପ୍ରକାର

ଖସି ଯିବ ହାତୁ କାଳେ

ଦୀର୍ଘ ଅପେକ୍ଷାର ଭଲ ଦିନଟି ଆଜିର।


ଅରୁଣ କୁମାର ମହାପାତ୍ର
ଅଶ୍ୱପୁରମ୍,ତେଲେଙ୍ଗାନା

ଯୁବା ର ପରିଭାଷା

ଭାରତୀୟ ସଂସ୍କୃତି କୁ ଅନୁଧ୍ୟାନ କଲେ.. 

ସଂଘର୍ଷ ର ସର୍ବୋଚ୍ଚ ସୋପାନ ରେ... 

ସଫଳତାର  ସ୍ୱାଦ ଚାଖିବା ର.. 

ଆତ୍ମବିଶ୍ୱାସ  ରେ  ଭରପୁର ମାନସିକତା.. 

ମନ, ହୃଦୟ, ପ୍ରାଣ ରେ ଅଭିଲାଷା ର.. 

ଲାଳସା  ହିଁ  ଯୁବା ବ୍ୟକ୍ତିତ୍ୱ ର  ଦୃଷ୍ଟାନ୍ତ !! 


ଲକ୍ଷେ  ବର୍ଷ  କୋଇଲା ଘସିବାରୁ  ହୀରା.. 

ଭାଟି  ରେ  ସୁନା  କୁ  ଜାଳି  କୁନ୍ଦନ.. 

ପ୍ରତିରୋଧ ଶକ୍ତି  ବିଜରେ  ମହା ଦ୍ରୁମ.. 

ନଦୀ ସ୍ରୋତର  ପ୍ରତିକୂଳ ରେ  ପହଁରିବା... 

ସଂଘର୍ଷ  ନ  ହାରିବା  ବିଶ୍ୱାସ ର ମନେ 

ପ୍ରକୃତ  ଯୁବା ବ୍ୟକ୍ତିତ୍ୱ ର  ପରିଭାଷା  !! 


ସଂଘର୍ଷ କୁ  ସୌଭାଗ୍ୟ ରେ ପରିଣତ.. 

କରିବାର  ଚିନ୍ତନ, ବିଚାର, ଇଚ୍ଛା ରଖିବା.. 

ଯୁବା  ବ୍ୟକ୍ତିତ୍ୱ  ର  ପରିଚୟ  ସମାଜରେ.. 

ଭାରତ ବର୍ଷ  ଏକ  ବିଚିତ୍ର   ଭୂଖଣ୍ଡ.. ଏଠି 

ବୟସ ର ମାପଦଣ୍ଡ  ରେ ଯୁବା ମପା ଯାଇନି.. 

ପ୍ରକୃତ  ରେ  ମାନବୀୟ  ଦୃଷ୍ଟିକୋଣ  ରୁ  !! 


ଯାହା  ମନରେ  ଦେଶ ପ୍ରେମର ଉମଂଗ ନାହିଁ.. 

ଯାହା  ମନରେ ସମାଜପ୍ରତି ଶ୍ରଦ୍ଧା, ସ୍ନେହ ନାହିଁ.. 

ଯାହା ମନରେ  ଦୟା, ଧର୍ମ, କ୍ଷମା, ପ୍ରୀତି  ନାହିଁ 

ଯାହା  ମନରେ  ପରୋପକାରର  ଉମଂଗ ନାହିଁ 

ସେ  ଅଠର, ବାଇଶି, ପଚିଶ, ତିରିଶ  ଦେଲେବି..

ଯୁବା  ହେବାର  ହକଦାର  ନୁହେଁ..କେବେବି !! 


ଆମ ଦେଶ  ହର୍ଷ, ଉମଂଗ, ଉଲ୍ଲାସ ର ଦେଶ.. 

ଅଣାଅଶୀ ରେ  ତୁଳସୀ ଦାସ ରାମଚରିତ ମାନସ 

ଶହେ ଆଠ ବୟସେ ତେଲଙ୍ଗସ୍ୱାମୀ ସମାଧି ଯାତ୍ରା 

ଶହେ କୋଡିଏ ବୟସେ ନାଗାର୍ଜୁନ ଦୀକ୍ଷା ନିଅନ୍ତି.. 

ଚାରି  ବର୍ଷ ବୟସେ  ଧ୍ରୁବ, ପ୍ରହ୍ଲାଦ, ନଚିକେତା.. 

ଯୁବା  କହିବାର ଯୋଗ୍ୟ ବିବେଚିତ ହୁଅନ୍ତି !! 


ଆମ ଦେଶ ରେ ଶତକଡା ସତୁରି  ଭାଗ  ଯୁବା.. 

ସୌଭାଗ୍ୟ  ଦୁର୍ଭାଗ୍ୟ ହେବାକୁ ସମୟ ଲାଗିବନି.. 

ଯଦି ସେମାନଙ୍କୁ ସତମାର୍ଗ  ଦର୍ଶାଇବାକୁ ଅସମର୍ଥ.. 

ଯଦି  ତାଙ୍କ ଯୁବା ମନ ରେ ଦେଶପ୍ରେମ ର ମନ୍ତ୍ର.. 

ଯଦି  ତାଙ୍କ ହୃଦୟରେ ପରୋପକାରର  ଚିନ୍ତନ 

ସଂଚାର କରିପାରିଲେ, ଯୁବା ପରିଭାଷା  ମିଳିବ !! 

ନିର୍ମଳ  ନାୟକ 
151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର

Sunday, November 29, 2020

ପ୍ରେମ ଓ ସାମାଜିକ ମାଧ୍ୟମ

ଅଢେଇ ଅକ୍ଷର ର ସମଷ୍ଟି ହେଉଛି ପ୍ରେମ, 

ସେ ପବିତ୍ର-ଶାଶ୍ୱତ- ଚିର- ଅମର ସତ, 

ଦିନକୁ ଦିନ ତା ସଜ୍ଞା ବଦଳୁଛି

ହେଉଛି ସେ ବଦନାମ, ହେଉଛି ସେ ବଦନାମ l 1

ପ୍ରେମ ହୁଏ ଆଜି 

ଉଦ୍ଧତ ଯୌବନ କୁ ଧାରଣ କରିଥିବା 

ତରୁଣ ତରୁଣୀ ଯୁବକ ଯୁବତୀ ମାନଙ୍କ ମଧ୍ୟରେ,

ପ୍ରେମ ହୁଏ ଆଜି 

ଗୁପଚୁପ ଦହିବରା ଫାଷ୍ଟଫୁଡ ଠେଲା ପାଖରେ, 

ପ୍ରେକ୍ଷାଳୟ-ଉଦ୍ୟାନ-ନଈପଠା-ଝାଉଁ ବଣରେ, 

ଶୀତ ତାପ ନିୟନ୍ତ୍ରୀତ ହୋଟେଲର ନିବୁଜ କୋଠରୀ ଭିତରେ, 

କିନ୍ତୁ ପ୍ରେମ ହୁଏନାହିଁ ହୃଦୟ ଭିତରେ l 2

ପ୍ରେମ ର ମାପକାଠି ଆଜି 

ଧନୀ ପୁଅ ର ଦାମୀ ଉପହାର-ଅଟ୍ଟାଳିକା-ଟଙ୍କାପଇସା-ବିଳାସ ବ୍ୟସନରେ, 

ପ୍ରେମକୁ ମାପି ହୁଏନା ଆଜି 

ଗରିବପୁଅର ମାନବିକତା-ଉଦାରତା ଆଉ ସୁନ୍ଦର ମନରେ l 3

ପ୍ରେମ ର ମାନେ ଆଜି 

ସମ୍ଭଗ-ଆଲିଙ୍ଗନ, ଚୁମ୍ବନ, ମୈଥୁନ,ଯୌନକ୍ରୀଡା ରେ 

କାମନା-ବାସନା ଭାବର ଆତ୍ମତୃପ୍ତିରେ, 

ପ୍ରେମର ମାନେ ନୁହେଁ ଆଜି 

ଅପେକ୍ଷା-ପ୍ରତୀକ୍ଷା-ତ୍ୟାଗ ଆଉ ଅନୁଭବ ରେ l 4

ପୃଥିବୀ ଟା ଛୋଟଲାଗେ ଆଜି 

ଆଧୁନିକତା ଚାପରେ ସୃଷ୍ଟି ହୋଇଥିବା 

ସାମାଜିକ ମାଧ୍ୟମ ରେ, 

ଆଜିର ଏ ମାନବ ସଭ୍ୟତା ପହଞ୍ଚେ 

ପୃଥିବୀ ର ପ୍ରତ୍ୟେକ କୋଣ ଅନୁକୋଣ କୁ 

ମାତ୍ର କ୍ଷଣିକ ମଧ୍ୟରେ l 5

ବ୍ୟକ୍ତି ବ୍ୟକ୍ତିତ୍ୱର ବିକାଶ ଘଟାଏ  

ସାରା ବିଶ୍ୱେ ହୁଏ ପରିଚିତା, 

ନିଜ କଥା ସିଏ ସଭିଙ୍କୁ ବାଣ୍ଟିକି 

ଲାଭକରେ ଲୋକପ୍ରିୟତା l 6

ଯୋଗାଯୋଗ ର ଶ୍ରେଷ୍ଠ ମାଧ୍ୟମ 

ଏହି ସାମାଜିକ ମାଧ୍ୟମ, 

ନୂଆ ବ୍ୟକ୍ତି ସହ ସମ୍ପର୍କ ସେତୁ ର 

ମାର୍ଗ ହୁଏ ଅତି ଉତ୍ତମ l 7

***************
ଆପଣଙ୍କ ସ୍ନେହର 
ସୁଧିର ଦୀପ, 
ଗୁଣ୍ଡୁରୀସାହି, ଛତ୍ରଙ୍ଗ, ବୌଦ୍ଧ l

ଜୀବନ ଡଙ୍ଗା

ନଳିନୀ ପ୍ରଭା ମିଶ୍ର

ଜୀବନ ଡଙ୍ଗା ମୋ ଦେଇଛି ମେଲାଇ

  ଅଥଳ ସଂସାର ଜଳେ

ଦୁଃଖ ଗଣ୍ଡ ମଧ୍ୟେ ପାଏ ନାହିଁ କାତ

  ଟଳମଳ ହୋଇ ତଳେ।

ଡଙ୍ଗା ପରେ ମୁଁ ଯେ ସାଜି ନାଉରୀଆ

  ନେବାକୁ ଆଗକୁ ବାହି

ବର୍ଷା ବତାସି ଘନେଇ ଆସଇ

  ଦିଗ ହଜାଯାଏ ହୋଇ।

ତଥାପି ମୋ ମନେ ଦୃଢ଼ ବଳ ରଖି

  ଆତ୍ମ ବିଶ୍ବାସ ର ସାଥେ

ଡଙ୍ଗା ସଙ୍ଗକୁ ଧରୁଛି ସଳଖି ଆସୁ

  ଝଡ ଜଞ୍ଜା ଯେତେ।

ଜୀବନ ଡଙ୍ଗା କୁ ବାହିନେବା ଲାଗି

   ପ୍ରଭୁଙ୍କୁ ଭରସା କରେ

ତାଙ୍କ ବିନା ଡଙ୍ଗା ବୁଡିଯିବ ନିଶ୍ଚେ

  ଏ ଅଥଳ ପାରାବାରେ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ନିଶା ମୁକ୍ତି

ମୁଁ ଚାହିଁଥିଲି ତା ନିଷ୍ପ୍ରଭ ମୁହଁ କୁ.. 

ହତାଶ  ଚେହେରା କୁ.. 

ନିରୁପାୟ  ଭାବଭଙ୍ଗି କୁ.. 

କିଙ୍ଗକର୍ତ୍ତବ୍ୟବିମୁଢତା କୁ.. 

ନିରାଶ୍ରୟ ପରିବାର  ବର୍ଗ କୁ... 

ବିଛଣା ରେ  କଡ଼ ଲେଉଟାଇ.. 

ମିନତି ଭାବାବେଗ ସହିତ.. 

"ସାର " ସମ୍ବୋଧନ କୁ.... 

ମୋ ପ୍ରିୟ  ଇସ୍ତ୍ରୀ ଵାଲା କୁ.. 

ଶଯ୍ୟାସାୟୀ ବେମାର ମିତ୍ର କୁ.. 

ଘରବାଲୀ ର ଅଭିଯୋଗ କୁ.. 

ପ୍ରତ୍ୟହ  ଦେଶୀମଦ  ପାନ କୁ.. 

ଆଜିର  ଏ  ଦୈନ ଅବସ୍ଥା  କୁ.. 

କେତେ ବୁଝାଇଲେ ବି ବୁଝେନି..  

ଶପଥ  କରୁଛି ଆଜିଠାରୁ ବନ୍ଦ..

କାହାର କାଲି ଆସେନି ୟା' ର ଆଜି.. 

ପୁଣି  ସେହି କଥା.. ପୁଣି ସେହି ନିଶା.. 

ମୋତେ  ଯେତେ ମାଠିବୁ  ମାଠ...

ମୁଁ  ସେହି  ଦରପୋଡା  କାଠ.. 

ଭାବୁଥିଲି  ନିଶା ମୁକ୍ତି  ଅନିର୍ବାଯ୍ୟ.. 

ପରନ୍ତୁ, ବନ୍ଧୁ ଙ୍କ  ନିଶାଯୁକ୍ତ  ଭାବ.. 

ଅନ୍ତଦ୍ଵନ୍ଦ  ଆନ୍ଦୋଳିତ ହୃଦୟ... 

ଭାବୁଥିଲି କାଲି କଣ ହେବ.. 

ତାଙ୍କ  ନିର୍ଭରଶିଳ ପରିବାର ର !! 


151, ନାଗାର୍ଜୁନ  କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 

ଆମ ଓଡ଼ିଆଙ୍କ ଆ-କା-ମା-ବୈ

 ଆ-କା-ମା-ବୈ ' ର ସୁମଧୁର ତାନେ

     ମୁଖରିତ ଉତ୍କଳ ସାଧବର ଜୟଗାନେ

ପାହାନ୍ତିଆ ଲଗ୍ନେ ରାହାସ ପୁନେଇଁ

     ନାବ ମେଲିଦିଏ ପାନଗୁଆ ଥୋଇ

ଗୌରବଗାଥାର ଦୀପ ଜଳେ ମିଞ୍ଜିମିଞ୍ଜି

        ଢଳି ଢଳି ଚାଲେ ନାବ...

ଆମ ହୃତ ସଂସ୍କୃତିର ପ୍ରହରୀ ସାଜି !


ଭକ୍ତିଭରେ ପାଳି ମହାପଞ୍ଚକ

     ବିରାଜିତ କରେ ହୃଦେ ଶ୍ରୀରାଧାମାଧବ

ଅର୍ଜ୍ଜେ ସେ ସାରା ମାସ ଧର୍ମ

     ଶୁଦ୍ଧ-ସାତ୍ତ୍ୱିକତାର ପିନ୍ଧିଦେଇ ବର୍ମ ।

ବୃନ୍ଦା ପାଦେ ମୁରୁଜର ପଞ୍ଚରଙ୍ଗେ

     ପ୍ରାଣବନ୍ତ ଚାରୁଚିତ୍ର ତା'ର ହସ୍ତ-ମଙ୍ଗେ !

ମେଲାଣି ଦିଏ ସାଧବେ

       ଜାଭା-ସୁମାତ୍ରାର ଦ୍ଵୀପେ

ଶୁଭମନାସି ସାଧବାଣୀ

       ଗାନକରେ ପଦେ.....!

ବିପ୍ପଣୀର ଜୟଧାରେ

       ଆଣେ ଧନରତ୍ନ

ଉତ୍କଳକୀର୍ତ୍ତି ଐତିହ୍ୟ

       ନିତ୍ୟ କରେ ଯତ୍ନ ।

ଏଇ ତ' ଉତ୍କଳୀୟ କୌଶଳ କର୍ମ ପ୍ରବାହ

     ଯା' ପାଇଁ ଏ ମାଟି ହୁଏ ଧନରତ୍ନମୟ

ଲୁପ୍ତପ୍ରାୟ ପରମ୍ପରା - ସାଧବର ଜୟଗାନ

ତଥାପି ଉଲ୍ଲାସେ ପାଳେ ଓଡ଼ିଆ

      ତା' ମାଟିର ଅଦ୍ୱିତୀୟ ବୋଇତ ବନ୍ଦାଣ !!!


ପ୍ରିୟରଞ୍ଜନ ସାହୁ

ରସୁଲଗଡ଼,ଭୁବନେଶ୍ୱର

ବିଜନତା

ମାଧବୀ ପଟେଲ।

ବିଜନ ବେଳାରେ ତୁମେ ମନେପଡ

ଆଖିକୁ ନ ଆସେ ନିଦ।

ଡନଲପ୍ ଗଦି କଣ୍ଟାପରି ଲାଗେ

ଆଖି ହୁଏ କାନ୍ଦ କାନ୍ଦ।

କାଟିଥିବା ରାତି  ତୁମର ସେ ପ୍ରୀତି

ମନେପଡେ ବାରମ୍ବାର।

ମଜାକଥା କହି ହସୁଥିଲେ କେତେ

ଉଲ୍ଲାସେ ହୋଇ ବିଭୋର।

କର୍ମମୟ ଏଇ ଜୀବନ ଜଞ୍ଜାଳେ

ଭୁଲିଯାଏ ଥରେ ଥରେ।

ବିଜନତା ହେଲେ ଗ୍ରାସେ ତୁମ ସ୍ମୃତି

ଝୁରିମରେ ବିରହରେ।

ଝାରସୁଗୁଡା।

ଡଙ୍ଗା

ମାଧବୀ ପଟେଲ।

ଜୀବନ ଡଙ୍ଗାର ନାଉରୀ ତୁମେ ତ

ସମୁଦ୍ରେ ଦେଇଛି ମେଲି।

ଝଡ ବରଷା କି ବିପଦ ପଡିଲେ

ସାହା ତୁମେ ହେବ ବୋଲି।

ଅଜଣା ପଥର ନଉକା ଟିଏ ମୁଁ

ଲକ୍ଷ୍ୟ କାହିଁ ଜାଣି ନାହିଁ।

ତୁମରି ଭକତି ଆଶ୍ରା କରି ଭାବେ

ଦିଗବଳୟ ଯିବି ଛୁଇଁ।

କର୍ମ କରିଯାଏ ଉର୍ଜା ଭରିଯାଏ

ତୁମ କଥାଦେଲେ ଭାବି।

ତୁମେ ଥିଲେ ସାଥେ  ଏ ଅଜଣାପଥ

ନିଶ୍ଚେ ମୁହିଁ ଲଙ୍ଘି ଯିବି।

ଝାରସୁଗୁଡା।

Thursday, November 12, 2020

अंधे, पर मनसे

 'अंधे, पर मनसे' is my new composition presenting on Gandhi Jayanti with the hope that it will bring some change in the society. It is an introspectional poem. Do comment and share if you like. Let us make India a country Bapu dreamt for. 


प्रेरणा : यह कविता अपने दैनंदिन जीवन में टकराने वाले कुछ विचित्र महानुभावों से प्रेरित है। ऐसे कई नमूने हमें आमतौर पर दिखते हैं। इस कविता में कुछ चुनिंदा उदाहरणों का ही सांकेतिक तौर पर जिक्र किया है। इस हास्य कविता के माध्यम से कुछ रोजमर्रा के गंभीर विषयों पर ध्यानाकर्षण करने का प्रयत्न किया है। 


अंधे, पर मनसे


ये कहीं भी दिखते, कहीं भी टकराते हैं

रास्तों पर, बाजार, सोसाइटी में

नुक्कड़ पर, गली में, गलियारों में

वैसे तो दिखने में, आम लोगों से ही दिखते हैं

इनकी नजर भी, ठीक ही होती है,

बुद्धि भी इनकी, ठीक ही होती है

मगर,  मन से वो अंधे होते हैं


कूड़ा दान के बाहर फैला हुआ, कचरा बतायेगा

कॉलोनी में कितने लोग, मन से अंधे होगे

चौराहेकी लाल बत्ती, सबको दिखती है

पर, इन्हे नहीं दिखती

इनकी हेलमेट हमेशा, हैंडल पर होती है

सर पर नहीं होती

कतार में लगने वाले, अपने नंबर पर आने वाले

इन्हें पिछड़े हुए लगते हैं, वो इन्हें मूर्खों में गिनते हैं

रेल्वे क्रॉसिंग पर बिनधास्त,

दाहिने-बाये से, बीच-बीच में घुसते हैं,

चक्काजाम करने में अपनी भूमिका, वो बखूबी निभाते है

पर इसकी इन्हें फिक्र नहीं,

वह समस्या तो दूसरों की है, इनकी नहीं,

रास्ता उल्टी तरफ से चलते-दौड़ते हैं

सही दिशा से आने वालों को, उल्टा ये ही आंखें दिखाते है

दिखता तो सब कुछ है, पर मन से अंधे जो है,


सार्वजनिक सुविधा और संपत्ति

इन्हें अपनी खुद की ही लगती,

देश, समाज, व्यवस्था, मन से अंधों के लिए

सब निरर्थक, सब बेकार‌ है

संकेतों, निर्देशो के पालन से, 

इनकी इज्जत निलाम हो जायेगी

'यहां पेशाब करना मना है'

'यहां थुंकना मना है'

'यहां पार्किंग मना है'

इनके लिए 'मना' का मतलब है 'मन मर्जी'

ये वही करेंगे जिसके लिए मनाई है

दिखता सब कुछ है, समझता भी सब कुछ है

पर, इन्हें गलती का एहसास होता ही नहीं

इनका इससे कोई नाता ही नहीं,

दूसरों की भावना, अंतर्मनको छूती ही नहीं, 

"निर्लज्जम् सदासुखी" इन्हीं को कहते है

अंतःकरण में, ये‌ अंधे होते हैं,


ये होते हैं, हर क्षेत्र में,

उद्योग, वकालत, राजनीति, नौकरी-पेशा, शिक्षण आदि

ये मिलते भी हैं सब जगह,

प्रवास, बस, सिनेमाघर, माॅल, मार्केट, रेलगाड़ी

ये हर वर्ग में दिखते हैं

अमीर-गरीब, जात-पात, धर्म

इनका बस एक ही नाता, वो है इनके कर्म

शब्दावली में इनके, सिर्फ एक शब्द नहीं, 'शर्म'

रिक्शा, ऑटो से लेकर मर्सिडीज कार तक

केले के छिलके, कोक और पानी की बोतल

खिड़की से ना फेंके, तो सफर इनका विफल

नदी के पानी में, बीच पुलिया में रुक कर

कचरे की थैली, अगर  ना करें खाली

मोक्ष प्राप्त इनको, होगा ही नहीं

अगर इन से, कहीं टकरा गये आप,

या तो  होगा झगड़ा, या लगेगी आपकी वाट,

मगर, मनसे अंधो का कभी, कम ना होगा ठांठ,


भेलपुरी के ठेले पर, 'ये कैसा दिया रे, फ्रेश है क्या?'

चखते चखते ही, आधा पेट भर लेंगे, 

और आखिर में, पानी पुरी खा कर, निकल लेंगे,

कुछ चिंधी चटक तो, 'पूरी कडक नहीं है!'

'साले, बासा माल खिलाता है क्या ?' 

यह कह कर बेशर्म, धीरे से खिसक भी लेंगे

इन्हें शो-ऑफ करने की, होती है बिमारी,

माॅल, रेस्टॉरंट, शोरूम के भारी भरकम बिल, 

चुपचाप भूगतान करेंगे,

लेकिन गरीब सब्जी वाले से, पचास पैसे के लिए,

फिजूल बहस, घंटों करते रहेंगे,

इन्हें दूसरों की गरीबी, कभी दिखाई नहीं देती,

अपना स्वार्थ और अहंकार, इन्हें सर्वोपरी है

इसके लिए कुछ भी करने, वो सदैव तैयार है,


कुछ सामूहिक कार्य तो, वें बड़े ही कमाल से करते हैं

बहती गंगा में, ये भी हाथ धो लेते हैं

सरकारी संपत्ति तोड़ना, जलाना, लुटना

पुलिसकर्मियों पर थूकना,  ईट- पत्थर फेंकना

सैनिकों पर हाथ उठाना, इन्हें दौडाना, मारना

तिरंगे का अवमान और देश का सिर झुकाना

मामूली वजह से, मॉब लिंचिंग करते वक्त

किसी कमजोर की, मार मार कर जान लेते वक्त

इनके सिर पर, समाज सेवा का भूत सवार होता है

छोटे-बड़े, महिला-पुरुष, पिडीत, वृद्ध

इनकी किसी पर जरा भी, दया नहीं होती

सामूहिक बलात्कार करने वाले 

किसी युवती पर एसिड फेंकने वाले

ये सब के सब है, एक ही माला के मोती

कानून, व्यवस्था, समाज, का इन्हें डर नहीं होता

इससे इन्हें कोई, मतलब नहीं होता

मन से, ये‌ अंधे जो हैं!



**

शब्द मेरे, भावना मेरी।


वसंतआरबी
(कर्नल वसंत बल्लेवार)



आवाहन: यह कविता अगर हर भारतीय तक पहुंची तो समाज में कुछ बदलाव जरूर देखने मिलेगा। अगर आप इन में से एक नहीं है तो इस हास्य कविता का आनंद लें और जरूर शेयर करें। अगर आप इनमें से एक है, तो बुरा मत मानिएगा। आप के अंदर का छोटा-सा बदलाव देश के विकास में महत्वपूर्ण योगदान साबित होगा। देश और समाज के हित में स्वच्छ भारत अभियान तहत जारी।

सचमुच तू एक वीरांगना है

प्रेरणा: यह कविता एक सैनिक की पत्नी के जीवन से प्रेरित है, जो  सरहद पर देश की रक्षा करते हुए अपाहिज होकर, घर वापिस लौटा  है। पुरुष प्रधान समाज में बचपन से नारी हमेशा ही उपेक्षा, अपेक्षा, सम्मान, सहनशीलता और समर्पण के दायरे में मुल्यांकित होती रही हैं। एक अपाहिज हुये सैनिक की अर्धांगिनी का त्याग और समर्पण से उसपर होने वाले मानसिक तनाव एवंम समस्या का, इस शब्द रचना में उतारने का प्रयास किया है। यह कविता नारी के अदम्य साहस, संयम और सहनशीलता को दर्शाती है।

सचमुच तू एक वीरांगना है

बचपन

जब से तुम धरती पर आयी

तब से ही शुरु संग्राम तुम्हारा

मां के मन में था प्रश्न चिन्ह

मन ही मन खुश था पिता तुम्हारा


भाई बहनो में नोकझोक

हरपल भाई के हक मे जाती

गलती चाहे हो किसी की

सीख हमेशा तुझको मिलती


पढ़-लिखकर तुम क्या करोगी

हरपल तुम को सुनना पडता

सपने सपने ही रह जाते

कन्यादान तुम्हारा हो जाता


प्रथम परीक्षा


नव वधू के आगमन पर भी 

सबके मन उठता, प्रश्नचिन्ह

तेरे मन में भी उठा था अंबर

सब कुछ तू जो छोड़ के आयी

मां का आंचल, पिता का साया

सखी-सहेली, बहन और भाई

नये शहर में, नये सफर पर

नये राह में, नये मकां पर

निकल पड़ी तू  सहज अकेली

तेरे मन में था, प्रश्न चिन्ह

कौन करेगा मेरा रक्षण

पापा तो अब यहां नहीं है

कौन सुनेगा मेरी बकबक

मां भी तो अब यहां नहीं है


निकल पड़ी तू, सहज पटल पर

जैसे सैनिक, चला मिशन पर

यह तो थी तेरे जीवन की

प्रथम परीक्षा, प्रथम पराक्रम


फौजी जीवन


जन्म से ही है वीरांगना तू

मां शक्ति का रुप ही  है तू

चुन कर तूने, फौजी का दामन

देशप्रेम का, लगन दिखाया

एक सैनिक की शक्ति बनकर

वीरांगना का धर्म निभाया


जब वो जाता होगा सरहद पर

तुझपर क्या गुजरती होगी

अपने मन में उठे तूफां पर

कैसे तू संयम रखती होगी

नन्हों के मासूम प्रश्नोंका

कैसे निराकरण करती होगी


क्या है दिवाली, कैसी होली

तेरी दुनिया, अलग निराली

जब वो छूट्टी आता होगा

तभी वसंत और तभी हरीयाली

ऐसे बेमौसम बारीश में

कैसे सपने संजोती होगी


तेरे सपने, सब से अलग है

तेरी व्यथा भी, सबसे अलग है

सरहद की हर एक खबर पर 

तेरा दिल, धड़कता होगा

कैसा होगा, सैनिक मेरा

हरपल मन चिंतित रहता होगा

मेरा सैनिक वापस घर पहुंचे

सही सलामत  बस वो‌ घर पहुंचे

बस इतनी सी दुआ, तू करती होगी


वीरांगना


सैनिक की शहादत पर भी

गर्व से सीना तेरा फूलता है

दुश्मन से बदला‌ लेने की,

बच्चों को तू सीख देती है

दुश्मन से भिड़ने का जज्बा 

सीने में तू भी रखती है


जो शहीद हुआ, वो मुक्त हुआ

जीवन संघर्ष से परे हुआ

वो वीर गती को, प्राप्त हुआ

वो मातृभूमि का, हीरों हुआ

मृत्युंजयी बन वापिस लौटा जो

दुश्मन का सीना चीरकर जो

केसरिया लहरा कर लौटा जो

हॉंथ-पाॅंव खोकर लौटा जो

संघर्ष तो उसका, शुरू हुआ अब

कभी कमांडो ‌होता था जो

आज अपाहिज बना हुआ वो

उसको संयम तू देती है

एक समय का, योद्धा था जो

अब निर्भर हैं, पूरा तुझपर

उसकी जिम्मेदारी तुझपर

बच्चों की और, मात-पिता की

जिम्मेदारी, तुझपर भारी

अस्पताल और,  स्कूल-पढ़ाई,

घर, बजार और रिश्तेदारी

कैसे तू संजोती होगी

अपने ज़ख्म दिल में दफनाकर

तू सबको ढांढस देती है

धन्य है तू और तेरा जज्बा

तु सबकी एकमात्र शक्ति है

सचमुच तू एक, विरांगना है

सचमुच तू, एक विरांगना है।


वसंत आरबी
(कर्नल डॉ वसंत बल्लेवार)

आवाहन: कृपया इस कविता को नारी सम्मान में अत्यधिक शेअर करे।

ଝାରସୁଗୁଡା

 ✍ମାଧବୀ ପଟେଲ


ଝାରଜଙ୍ଗଲ ରମ୍ୟସୁନ୍ଦର

ପ୍ରକୃତି ଗନ୍ତାଘର।

ଝାରସୁଗୁଡା ନାମରେ ଜିଲ୍ଲା

ଯହିଁ ନିବାସ ମୋର।

ଅନେକ ନଦୀ ପାହାଡମାଳ

ପ୍ରପାତ,ଝର ନେଇ।

ଇବ, ସଫେଇ,ଭେଡେନ ଆଦି

ବହନ୍ତି କେତେ ନଈ।

କୁଇଲିଘୁଘର ଲାଲପଥର

ସୌନ୍ଦର୍ଯ୍ୟ ଭରପୁର।

ବଣଭୋଜିକୁ ଉତ୍ତମସ୍ଥାନ

ଦର୍ଶନକୁ ସୁନ୍ଦର।

ତା ଚାରିପାଖେ ମନ୍ଦିରମାନ

ଦିଶେ ଅତି ସୁନ୍ଦର।

ସହରମଧ୍ୟେ କନକଦୁର୍ଗା

କାଳିମାତା ମନ୍ଦିର।

ଝାଡେଶ୍ବର ନାମେ ପୂଜା ପାଆନ୍ତି

ଏଠି ଭୋଳାଶଙ୍କର।

ତାଙ୍କ ସମ୍ମୁଖେ ଅବସ୍ଥାପିତ

ମାଆ ଦୁର୍ଗା ମନ୍ଦିର।

ବେହେରାମାଲ ସିଦ୍ଧେଶ୍ବରୀ ଦୁର୍ଗା

ତରିଣୀମାଁ ମନ୍ଦିର।

କାଙ୍କମାଲରେ ପୂଜାପାଆନ୍ତି

ବାବା ବାଲୁଙ୍କେଶ୍ବର।

ପ୍ରାଚୀନକାଳୁ ଜଗନ୍ନାଥ ମନ୍ଦିର

ରହିଛି ଅନ୍ତସ୍ଥଳେ।

ହନୁମାନଙ୍କ ମନ୍ଦିର ମାନ

ରହିଛି ସ୍ଥଳେ ସ୍ଥଳେ।

ଶନି ମନ୍ଦିର ଶୀତଳା ମନ୍ଦିର

ରାମ ମନ୍ଦିରମାନ|

ଅନେକଠାରେ ରାଧାକୃଷ୍ଣଂକ

ଅଛି ମନ୍ଦିର ମାନ|

ସାଇମନ୍ଦିର ହନୁମାନ ମନ୍ଦିର

ପ୍ରଭୁ ଶ୍ରୀରାମ ସଂଗେ |

ପାହାଡେଶର ମନ୍ଦିରଏକ

ରହିଛି ମଧ୍ୟଭାଗେ|

ବରଘାଟ ମନ୍ଦିର, ଚଣ୍ଡୀମନ୍ଦିର

ଇବ୍ ନଦୀର କୂଳେ।

ପ୍ରତ୍ୟକ୍ଷ ଚଣ୍ଡୀ ପୂଜା ପାଆନ୍ତି

ଏକ ଗୁମ୍ଫା ଭିତରେ।

ଜଗନ୍ନାଥ ଓ ଶିବ ମନ୍ଦିର

ଲକ୍ଷ୍ମୀମାତା ମନ୍ଦିର।

ଆଖପାଖରେ ବିରାଜିଛନ୍ତି

ଆଉ କେତେ ଠାକୁର।

ଚାରିକତିରୁ ସୁରକ୍ଷାଦେଇ

କରନ୍ତି ସଂରକ୍ଷଣ।

ବିବିଧ ଧର୍ମ ସଂଗମ ଏଠି

ମିନିଭାରତ, ଜାଣ।

ଧର୍ମ ସଂସ୍କୃତି ଉର୍ଦ୍ଧରେ ଉଠି

ସଭିଙ୍କ ବାସସ୍ଥାନ।

ବନ୍ଧୁମିଳନ ପର୍ବ ପାଳନ

କରନ୍ତି ଯୋଗଦାନ।

ଶିଳ୍ପ କ୍ଷେତ୍ରରେ ସମୃଦ୍ଧ ଆଜି

ଝାରସୁଗୁଡା ଭୂଇଁ।

ବେଦାନ୍ତ,ଭୂଷଣ,ଆଦିତ୍ୟବିର୍ଲା

କାରଖାନାକୁ ପାଇ।

ସୁରେନ୍ଦ୍ରସାଏ ବିମାନ ବନ୍ଦର

ଯାତାୟତର ସେବା।

ଉନ୍ନତି ମୁଖା ଏହି ଅଞ୍ଚଳ

ଚାଲିଛି ଆଗେଇବା।

ରାଜନୀତିରେ ମନ ମନାନ୍ତର

ଏବେ କାହାରିନାହିଁ।

ଏଇ ଜିଲ୍ଲାର ଉନ୍ନତି ଲକ୍ଷ୍ୟ

ଦେଶ ହିତର ପାଇଁ।

ସାହିତ୍ୟ ପଥେ ଅନେକ ରଥି

ଅଛନ୍ତି ଅଣ୍ଟାଭିଡି।

ଝାରସୁଗୁଡା ଜିଲ୍ଲା ଆମର

ଶିଖର ଯିବ ଚଢି।

ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ

ମହିଳା ବିଦ୍ୟାଳୟ।

ମନମୋହନସ୍କୁଲ ରେଲ ଷ୍ଟେସନ

ଏହାର ପରିଚୟ।

ଗୁଜାପାହାଡ ବିକ୍ରମଖୋଲ

ଇତିହାସକୁ ନେଇ।

ଉଲାପଗଡେ ଅନେକ ତଥ୍ୟ

ଦର୍ଶନ ପାର୍ଥୀପାଇଁ।

ନବ ନିର୍ମିତ ଡାକ୍ତରଖାନା 

ବିରାଟ କଳେବର।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଅତ୍ୟନ୍ତ ମନୋହର।

ଓ,ଏମ୍,ପିରେଓ ,ଏସ୍,ଏ,ପି

ସୁରକ୍ଷାରେ ତତ୍ପର।

ଝାରସୁଗୁଡା ଖେଳକୁଦରେ

ରହିଛି ଆଗଭର।

ଗିତ ନାଚ ଓ ରସରକେଲି

ଡାଲଖାଇର ତାଲେ।

ଦୁଲୁଦୁଲି ,ପର୍ବ ପାଳିତ ହୁଏ

ନୂଆବର୍ଷ ଆସିଲେ।

କେତେପ୍ରକାର ହସ୍ତ ଶିଳ୍ପର

ଏଠି ହୁଏ ପ୍ରଚାର।

ସମ୍ବଲପୁରି ବସ୍ତ୍ର ଶାଢୀର

ହୁଏ ଅତି ଆଦର।

ଭାରତସାରା ବିଭିନ୍ନପ୍ରାନ୍ତ

ଲୋକକଳାକୁ ନେଇ।

ପରିବେଷଣ ହୁଅଇ ନାଚ

ଦର୍ଶକ ଥାଏ ଚାହିଁ।

ଝାରସୁଗୁଡା ମାଟିର ଗର୍ବ

କବି ବିନୋଦ ନାୟକ।

ଏଲ୍ ,ଏନ୍, କଲେଜ କର୍ମଭୂମି

ଭେଟିଥିଲା ପ୍ରତ୍ୟକ୍ଷ।

ଭବଭୂତି ନାମେ ମହାପୁରୁଷ

ଜନ୍ମ ଏଇ ମାଟିରେ

ଉତ୍ତର ରାମାୟଣ ରଚନାକଲେ

ନିଜ ଜ୍ଞାନ ବଳରେ|

ମିଟୁକୁଅଁର, ରତ୍ନାକରସିଂ,

ବିହାରିତନ୍ତୀ ସଂଗ୍ରାମୀ।

ଚୌହନଲାଲ ଶୀବାସ୍ତବ ପାଇଁ

ଧନ୍ୟ ହେଲା ଏ ଜମି।

ମହାଦେବ ପାଲିରେ ରାନୀଦର୍ହ

ରହିଛି ଏକ ସ୍ଥାନ।

ରାଣୀମାନେ ଇଜ୍ଜତ ହେତୁ

ଝାସିଥିଲେ ପରାଣ।

ପୂଜାରୀପାଲି ପଦ୍ମାସିନୀ ମନ୍ଦିର

ପ୍ରତ୍ୟକ୍ଷ ଦେବୀହେଇ।

ଲୋକଙ୍କ ମନେ ବିଶ୍ବାସ ଅଛି

ଭକତ ଆସେ ଧାଇଁ।

କୁଲାବିରା ସମଲେଇମାଁ

 ନାମ ରହିଛି ଏଠି।

ବଏଲ ଯାତରା ପାଳନହୁଏ

ବହୁତ ଭିଡ ଏଠି।

ଏମାଟି ହୁଏ କେତେ ପରବ

ପୁଷପୁନି ନୂଆଖାଇ।

ଦିଆଲି ପାଇଁ ଏ ଜାଗା ବିଖ୍ୟାତ

ଦୁର୍ଗାପୂଜାକୁ ନେଇ।

ମଙ୍ଗଳ ବଜାର ପୂଜାମଣ୍ଡପ

ସରବାହାଲ ପୂଜା।

ଲକ୍ଷ କୋଟିକୁ ପହଞ୍ଚିଯାଏ

ଆଡମ୍ବରରେ ସଜା।

ରଥଯାତରା ଶିବରାତ୍ରୀ

ଅନେକ ପୂଜାପର୍ବ।

ସଭିଏଁ ମିଳି ପାଳନ୍ତି ଏଠି

ଏହା ଏଠାର ଗର୍ବ।

ଭାଇଚାରାର ମିଳନ ଏଠି

ସମସ୍ତେ ଭାରତୀୟ।

ସହଯୋଗର ହାତ ବାଟନ୍ତି

କରି କର୍ମର ଜୟ।

ଝାଡେଶ୍ବରଙ୍କ ଆଶିର୍ବାଦରେ

ସୁଖପ୍ରସୁ ଏ ଭୂଇଁ।

ତାଙ୍କ କୃପାରୁ ରୋଗ ମହାମାରୀ

ନିଶ୍ଚେ ଯିବ ଦୂରେଇ।

ମୋ ଭାରତ

✍କବିଶ୍ରୀ ଗଗନ କୁମାର ଦାଶ

!!!!!!!!!!!!!!!!!!!!!!!!!!!!!!!!!

ମୋ ଭାରତ 

ଖୋଜୁଛି ମୁଁ ତାକୁ ଆଜି

ସେ ହଜି ଯାଇଛି

ହିମାଳୟ ଗିରି ଶୃଙ୍ଗରେ

ଭାରତ ମହାସାଗର ବ‌କ୍ଷରେ

ରାଜସ୍ଥାନର ମରୂଭୂମି ପରେ ।


ଅନେକ ଖୋଜିଲି 

ସିନ୍ଧୁ ନଦୀ ତଟେ

ପୁରାତନ ସଭ୍ୟତା ଭିତରେ

ମହଞୋଦାରୋ ହରପ୍ପାରେ

ଗଙ୍ଗାର ଜଳରେ

ବ୍ରହ୍ମପୁତ୍ରର ଜଳଧାରେ

କ୍ରିଷ୍ଣା କାବେରୀ ଗୋଦାବରୀ ତଟେ

ନୀଳ ଗିରି ନୀଳ ଶିଇଳ ତଟରେ

ବିନ୍ଧ୍ୟ ଲଲାଟ ପଟରେ ।


ଅନେକ ଖୋଜିଲି

ସେ କୁଆଡେ କୋଟି ମଣିଷର ଗାନେ

ଶତ ବିହଗର ମଧୁ କଳ ଗୁଞ୍ଜରଣେ

ଝରଣାର କୁଳୁକୁଳୁ ତାନେ

ଶିଶୁର ସେ ଚପଳ ଭାଷାରେ

ତରୁଣୀ ନୟନର କୋଣେ 

ଗୋପାଙ୍ଗନା ପ୍ରିତୀ ଭରା ରାସେ

ଯମୁନାର କଦମ୍ବ କାନନେ

ଶୁଭିଥିଲା ମଧୁର ଝଙ୍କାର ।

ପରିଚୟ

✍ସନ୍ତୋଷ କୁମାର ସାହୁ


ବୁଝିପାରିଲେନି କେହି ସିନା

ମର୍ମାହତ ହୃଦୟର ଭାଷା

କିଏ କିଆଁ ଜାଣିବ ?

ହୃଦୟକୁ ଜାଳିପୋଡି

ସଂଚିଥିଲା ଯିଏ

କେତେ ଆଶା

ମମତାର ଭାଷା l


ବାସ୍ତବ ଯେ ସ୍ଵପ୍ନ ହେଲା

ଅଛିଣ୍ଡା ବି ଛିଣ୍ଡିଗଲା

ଚିହ୍ନା ପୁଣି ଅଚିହ୍ନାର ଛଦ୍ମବେଶେ

ଅଜଣାତେ ଖସିଗଲା 

ପୂର୍ଣ୍ଣତା ର ବଳୟ ରୁ

ଅପହଞ୍ଚ ସାଜିଥିଲା  l


ଅଧାଗଢା କରି ଶେଷେ

ହସି ହସି ଚାଲିଗଲା

ଗତାୟୁର ଶେଷ ଭାଗେ

ଏ ନୀରବ ନିଃସଙ୍ଗ ଜୀବନ

କିବା ତାର ଦେବ ପରିଚୟ

ସବୁ ଖାଲି 

ମିଥ୍ୟା ଆଉ ମିଥ୍ୟା l

"ଜନ୍ମଦିନ"

କାହିଁଗଲା ପଞ୍ଚଦେବ ଆବାହନ 

ସତ୍ୟପୀର ବନ୍ଦନ 

ମହୌଷଧୀ ଶୀରିଣୀର ଅଧର ଚୁମ୍ବନ... 

ଅପସରି ଗଲାଣି ମନରୁ 'ମୁକାମ'ର ଅମୃତତ୍ୱ 

ମାଡ଼ିଆସୁଛି ପୂର୍ଣ୍ଣ ପାଶ୍ଚାତ୍ୟ...... !!


ପ୍ରଣାମ ତ' ସ୍ବପ୍ନ 

ହାତଯୋଡ଼ିବାରେ ଘୋର ସଂକୋଚ 

"ହାପି ବାର୍ଥଡେ"ର ଉଚ୍ଚବାଚ... 

ଆଶୀର୍ବାଦ ଭିକ୍ଷାର ଚାହିଦା ତ' ନାହିଁ 

ଏଇ ଭିକ୍ଷା ପାଲଟେ ଅଟ୍ଟହାସ୍ୟର ସ୍ଵାକ୍ଷର.. !!


ନିର୍ବାପିତ କରାଯାଏ ବୟସର -

ଜାଜ୍ଜ୍ୱଲ୍ୟମାନ ଦୀପଶିଖା 

ନଶ୍ୱର-ଜଡ଼ମାନେ ପାଲଟିଯା'ନ୍ତି 

ଚାହିଦାର ଉପହାର..... 

ପଛରେ ପଡ଼ିଯାଏ 'ବୁଢ଼ାଟେ ହେଇଥା'ର 

ଆତ୍ମୀକ-ବଜ୍ର ଆଶିଷ.... 

ପ୍ରାଣହୀନ 'ଜନ୍ମଦିନ' ଆଜି 

ପ୍ରଦୂଷିତ କୋଳାହଳର ନାରାବାଜି... l


ଭାରି ମନେପଡ଼େ ସେଦିନ.. 

ଆଉଥରେ ଆସନ୍ତା କି'

ସେକାଳର "ଜନ୍ମଦିନ"... !!!


ପ୍ରିୟରଞ୍ଜନ ସାହୁ 
ରସୁଲଗଡ଼, ଭୁବନେଶ୍ୱର 

ଜହ୍ନ ଡାକୁଛି ଆ

ସନ୍ତୋଷ କୁମାର ସାହୁ


ସମୟ ଅପରାହ୍ନ ସାଢେ ପାଞ୍ଚଟା l ପଶ୍ଚିମ ଆକାଶରେ ସୂର୍ଯ୍ୟ ବୁଡିବାକୁ ବାହାରିଲାଣି ଶ୍ରାବଣୀ ତରତର ହୋଇ ଫେରୁଥିଲା ,  ସହରରୁ ଘର ଥିଲା ଆଉ ପନ୍ଦର କିଲୋମିଟର ପାଖାପାଖି ବାଟ | 

     ଆଜି କୁମାର ପୂର୍ଣ୍ଣିମା , ଦିନସାରା ଉପବାସ,ପୂଜାକରି ଭୋଗ ଖାଇବ ଶ୍ରାବଣୀ l  ଆଖିରେ ଅନେକ ସ୍ବପ୍ନ ଚେକା ମାଡ଼ି ବସିଛି l ଜରୁରୀ କାମ ଥିବାରୁ ଘରୁ ବାହାରି ଆସିଥିଲା l  ହଠାତ ସ୍କୁଟିଟି  ଅଧା ବାଟରେ ବନ୍ଦହୋଇଗଲା,  ଯେତେ ଚେଷ୍ଟା କଲେବି ଆଉ ଗାଡ଼ିଟା ଷ୍ଟାର୍ଟ ହେଲାନାହିଁ | ବାଟରେ ଯାଉଥିବା କିଛିଲୋକ ସହାୟତା କରିବାକୁ ଆସି ବିଫଳ ହୋଇ ସମବେଦନା ପ୍ରକାଶକରି ନିଜନିଜ  ବାଟଧରିଲେ |  ଆଉ କେହି ଏକୁଟିଆ ଝିଅଟିକୁ ଦେଖି କୌଣସି ଅଡ଼ୁଆରେ ନ ପଶି ବାଟ ଏଡେଇ ଚାଲିଯାଉଥିଲେ l ଦୁର୍ଯୋଗକୁ ଫୋନଟା ବି ଲାଗିଲା ନାହିଁ ,ନେଟୱାର୍କ ନ ଥିବାରୁ  l ନିରୁତ୍ସାହିତ ହୋଇ ଆଶା ଓ ଆଶଙ୍କାରେ ଭୂମିରେ ଲଥକରି ବସିପଡ଼ିଲା ଶ୍ରାବଣୀ |

      ସୌଭାଗ୍ୟବଶତଃ ସେହିବାଟଦେଇ ଫେରୁଥିଲେ ସଙ୍ଗମବାବୁ କୌଣସି ଅଫିସ୍ କାମରେ ଯାଇଥିଲେ ଦୂରଏକ ଗାଁକୁ, ଆଉ ଗାଡିର ବେଗ ବଢ଼ାଇ ଦେଇଥିଲେ ସନ୍ଧ୍ୟା ଆଗମନ ଦେଖି | ଶ୍ରାବଣୀ କାହିଁକି କେଜାଣି ହାତଟେକିଦେଲା ,ବୋଧ ହୁଏ ସାହାଯ୍ୟ ପାଇବା ଆଶାରେ ଶେଷ ଆଶ୍ରା ଭାବି | ସଙ୍ଗମ ଆଗକୁ ବଢ଼ିଯାଇଥିଲେ ମଧ୍ୟ  ଅଣଦେଖାକରି ଚାଲିଯିବାକୁ ଉଚିତ ମନେକଲେନାହିଁ | 

ଆସି ପଚାରିଲେ .. ...କଣ ହେଲା ? 

   ହେଲେ ସେତେବେଳକୁ ଚିହ୍ନ୍ନି ସାରିଥିଲେ ପୁରୁଣା ଦିନର କଲେଜ ସାଥି ଶ୍ରାବଣୀକୁ | 

ଆରେ ତୁମେ ଶ୍ରାବଣୀ ନା ?

 ହଠାତ୍ ଏଠି ? 

ଶ୍ରାବଣୀ ଠିକ ଠଉରେଇପାରିଥିଲା ଜୀବନ ପାଇଲା ଭଳି ଚମକି ଉଠି କହିଲା ହଁ.. ହଁ.. | 

କୁଆଡେ ଯାଇଥିଲ ?

ତମେ ସଙ୍ଗମ ତ l 

ଗାଡ଼ିଟା ଷ୍ଟାର୍ଟ ହେଉନାହିଁ, ଚୁମ୍ବକରେ କହିଗଲା ଶ୍ରାବଣୀ ଆରମ୍ଭରୁ ଶେଷ ଯାଏ | ଏ ମଧ୍ୟରେ ସଙ୍ଗମ ଗାଡିକୁ ସଜାଡ଼ିବା ପାଇଁ ପ୍ରୟାସ ଜାରି କରି ସାରିଥିଲେ | କିନ୍ତୁ ସଫଳ ହେଲେନାହିଁ | ସେତବେଳକୁ ମୁହଁ ସଞ୍ଜ ହେଇଗଲାଣି | ଧୀରେ ଧୀରେ ଜଙ୍ଗଲିଆ ରାସ୍ତାଟି ନିଛାଟିଆ ହେଇପଡିଲା | ସେଠାରେ ବେଶୀ ସମୟ ରହିବା ନିରାପଦ ନଭାବି ସଙ୍ଗମ କହିଲା ଏଠି ବେଶୀ ସମୟ ରହିବା ଠିକ  ନୁହେଁ | 

ସେହି ସମୟରେ ସେହି ବାଟ ଦେଇ ଯାଉଥିବା ଲୋକଟିଏ କହିଲା ଆଂଜ୍ଞା ପାଖ ଗାଁରେ କହ୍ନେଇ ଭାଇର ଛୋଟ ଗ୍ୟାରେଜଟିଏ ଅଛି | ସେଇଠିକି ନେଇଯାନ୍ତୁ ,ସେ ସଜାଡି ଦେଇପାରିବ | 

         ସଙ୍ଗମ କହିଲେ ଦେଖ ଶ୍ରାବଣୀ.. ତୁମକୁ ଏକୁଟିଆ ଏଠାରେ ଛାଡି ମେକାନିକ ପାଖକୁ ଯିବା ମୁଁ ଉଚିତ ମଣୁନାହିଁ | ତା ପରେ ସନ୍ଦେହ, ସେ ଏଠାକୁ ଆସିବ କି ନାହିଁ | ଚାଲ ସେଠାକୁ ଯାଇ ଚେଷ୍ଟା କରିବା | ଏହା କହି ଗାଡି ଷ୍ଟାର୍ଟ କଲା | ଶ୍ରାବଣୀ କିଛି ନକହି ଗାଡ଼ିରେ ଯାଇ ବସି ପଡିଲା |

     ଦୁହେଁ ଯାଇ ଅନୁସନ୍ଧାନ କରି କହ୍ନେଇ ଭାଇ ଦୋକାନ ପାଖରେ ପହଂଚି ଗଲେ |  ସେତବେଳକୁ ସେ ଦୋକାନ ବନ୍ଦ କରୁଥିଲା | ସଂଗମଙ୍କ କଥା ଶୁଣି କହିଲା ଆଂଜ୍ଞା ମୁଁ ସେଠାକୁ ଯାଇ ସଜାଡି ପାରିବିନି | ଏଠାକୁ ଆଣିଲେ ଠିକ କରିଦେବି |  ମେକାନିକ କଥା ଶୁଣି ଶ୍ରାବଣୀ ବ୍ୟତିବ୍ୟସ୍ତ ହେଇପଡିଲା | ମେକାନିକ ଦୁହିଁଙ୍କର ଅବସ୍ଥା ଅନୁମାନ କରି କହିଲା ହଉ ଠିକ ଅଛି ମା, ମୋ ଘରଟି ମୋ ଦୋକାନକୁ ଲାଗିଛି | ତୁମେ ଏଠାରେ ଆମ ପିଲା ମାନଙ୍କ ସହିତ ବସିଥାଅ | ମୁଁ ଯାଉଛି ଦଉଡ଼ି ଟିଏ ଆଣୁଛି | ଗାଡ଼ିଟିକୁ ବାନ୍ଧି ଆଣିବା | କଥା କଣ କି, ମୁଁ ବୁଢା ଲୋକ | ସେଥିପାଇଁ ଅମଙ୍ଗ ହେଉଥିଲି | ସଙ୍ଗମ ବାବୁଙ୍କ ସହିତ କହ୍ନେଇ ବାହାରିଗଲା ଗାଡି ଆଣିବାକୁ |

  ଏପଟେ ଶ୍ରାବଣୀ ଘର ପିଣ୍ଢାରେ  ବସିପଡିଲା | ସେଦିନ କୁମାର ପୁର୍ଣିମାଥିବାରୁ, ଝିଅ ମାନେ ତୁଳସୀ ଚଉରା ମୂଳେ ଚାନ୍ଦପୂଜା କରୁଥିଲେ | ଶ୍ରାବଣୀ ମନେପକାଉଥିଲା ନିଜ ଘର କଥା | କେମିତି ଘରକୁ ଫେରିବ ଵ୍ୟସ୍ତବିବ୍ରତ ହୋଇଯାଉଥିଲା | ପ୍ରାୟ ଅଧଘଣ୍ଟା ପରେ ସଙ୍ଗମବାବୁ ଗାଡିନେଇ ଫେରିଲେ | ମେକାନିକ ଗାଡି ଖୋଲି କାମ ଆରମ୍ଭ କରିଦେଲା | 

      ସଙ୍ଗମ ଯାଇ ପାଖ ଖଟିଆରେ ବସି ପଡିଲେ | ପାଖରେ ହୁଳହୁଳି ଓ ବନ୍ଦାପନା ରେ ଅଗଣା ପୁରିଉଠୁଥିଲା | ସେପଟେ ଆକାଶରେ ପୂର୍ଣ୍ଣିମାଚନ୍ଦ୍ର ଉଙ୍କି ମାରି ହସି ଉଠୁଥିଲେ | କିନ୍ତୁ ଶ୍ରାବଣୀ କୁ ତାହା ବିଦ୍ରୁପ ପରି ଲାଗୁଥିଲା | ଦୁହେଁ ଅନ୍ୟମନସ୍କ ହୋଇପଡିଥିଲେ କିଛି କ୍ଷଣ ପାଇଁ | 

+  +    +    +   +    +    +     +

   ସେଦିନ ଠିକ ସେମିତି ଏକ ଅପାଶୋରା ମୁହୂର୍ତ୍ତ ଥିଲା | ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଇଥିଲେ ଭିନ୍ନ ଏକ କାରଣକୁ ନେଇ | ଉଭୟଙ୍କ ମଧ୍ୟରେ ଭଲ ପାଇବା ଥିଲା | କିନ୍ତୁ କେହି ପ୍ରକାଶ କରିନଥିଲେ | ଦୁହେଁ ଭିନ୍ନ ଭିନ୍ନ ରାସ୍ତାରେ ଚାଲିଯାଇଥିଲେ | ଆଜି ଯଦିବା ପୂର୍ବଦିନର କଥାକୁ ଲେଉଟାଇବାକୁ ଚାହୁଁନଥିଲେ | ଖାଲି ପୂର୍ବ ଅତୀତକୁ ରୋମନ୍ଥନ କରିଚାଲିଥିଲେ | ଏକା ଏକା ନକ୍ଷତ୍ର ପରି l

+    +    +     +   +   +  +  +  +

  ହଠାତ ଦୁହିଁଙ୍କର ଧ୍ୟାନଭଗ୍ନ ହେଲା  କହ୍ନେଇ ମେକାନିକ କଥାରେ | ଆଂଜ୍ଞା ଠିକ ହୋଇଗଲା | ଶ୍ରାବଣୀ ଖୁସିରେ ପର୍ସରୁ ଟଙ୍କା କାଢୁଥିଲା , କହ୍ନେଇ ବାଧାଦେଇ କହିଲା ଆଂଜ୍ଞା ପଛରେ ଦେବେ | 

  ଆପଣ ଏବେ ଯିବା କଥା ଭାବୁଚନ୍ତିକି ? 

ସମୟ ଦଶଟା ହେଲାଣି,ଏ ରାସ୍ତା ମୋଟେ ଭଲ ନୁହେଁ | ଗାଡ଼ିଟା ଏବେ ସଜଡା ହୋଇଛି , ତାଛଡା ବାଟରେ ଯଦି ପୁଣି କିଛି......| 

     ଶ୍ରାବଣୀ ବ୍ୟସ୍ତ ହୋଇ ପଡିଲା | ସଙ୍ଗମ ବି କିଛି ଭାବି ପାରୁନଥିଲେ କଣ କରିବେ | ଦୁହେଁ ଉଭୟ ପୂର୍ବ ପରିଚିତ ନ ଥିଲେବି ବର୍ତମାନ ନୂଆ , କାହାକୁ କଣ କହିବେ ? 

   କହ୍ନେଇ କହିଲା ବାବୁ ମୁଁ କାମ ଡେରି ହେବ ଜାଣି ଘରେ କହିଦେଇଥିଲି ରୋଷାଇ କରିଦେବାପାଇଁ |  ଗରିବ ଲୋକ , ଛୋଟ ଘର, ଦୋକାନରେ ଯାହା ଦୁଇପଇସା ରୋଜଗାର ହୁଏ ପରିବାର ଚଳାଏ | ଝିଅଟିକୁ  କଷ୍ଟେମଷ୍ଟେ କଲେଜରେ ପଢାଉଛି | ଆମର ଛୋଟିଆ ଅଲଗା ରୁମଟିଏ ଅଛି | ରାତିଟା ରହିଯିବେ ,ସକାଳ ହେଲେ ଉଠି ଚାଲିଯିବେ | ଏବେ ମନକୁ ପାପ ଛୁଉଁଚି ,କେତେବେଳେ କୋଉ କଥା ..... ରାତିଟା ରହିଯାନ୍ତୁ ......l

ଠିକ ସେତିକିବେଳେ ଝିଅ କୁଆଁରପୁନେଇ ଭୋଗ ବଢ଼ାଇ ଦେଇ  କହିଲା ଆଂଜ୍ଞା ମୁଁ ରୁମ ସଜାଡ଼ିଦେଇଛି , ଆସନ୍ତୁ ଯିବା | ଅଗତ୍ୟା ଆଉ କୌଣସି ଚାରା ନଥିଲା, ଦୁହେଁ ହାତ ଧୋଇ ଭୋଗ ଗ୍ରହଣ କଲେ | ଆତ୍ମ ତୃପ୍ତି ଅନୁଭବ କଲେ l

ଜହ୍ନ ମୁଣ୍ଡ ଉପରକୁ ଉଠି ଯାଇଥିଲା ,ଧଳା ମେଘ ଉହାଡରେ ଲୁଚକାଳି ଖେଳି ଖିଲ ଖିଲ ହସୁଥିଲା ଦୁହିଁଙ୍କୁ  ଦେଖି |ମନେ ହେଉଥିଲା ସତେ ଯେମିତି ଆଜିର ଜହ୍ନ ରାତି ତାଙ୍କ ଦୁହିଁ ଙ୍କ ପାଇଁ ଅପେକ୍ଷା କରିରହିଥିଲା କାହିଁ କେତେ କାଳରୁ l

   ତାପରେ ଦିଜଣ ଯାକ ରାତ୍ରି ଭୋଜନ କଲେ | କହ୍ନେଇଙ୍କ ସ୍ତ୍ରୀ କହିଲେ ବାବୁ କଣ ଦିଟା ରାନ୍ଧିଦେଇଛି ସୁଆଦ ଅସୁଆଦ କଣ ଜାଣିନାହିଁ | କିଛି ଭାବିବେ ନାହିଁ , ଚଳେଇନେବେ | 

ଶ୍ରାବଣୀ କହିଲା ଆରେ ନା  ନା, ବହୁତ ଭଲ ହୋଇଛି ମାଉସୀ | ସବୁବେଳେ କଣ ସମାନ ଖାଦ୍ୟ ମିଳେ, ତାଛଡା ଆମ ପାଇଁ ବହୁତ ସୁନ୍ଦର ଓ ସୁସ୍ୱାଦୁ କରି ରାନ୍ଧିଛନ୍ତି | ଉଭୟ ଖାଇସାରି ହାତ ପଖାଳି ଶୋଇବାକୁ ଗଲେ | ହେଲେ ନିଦ ଆସୁଛି କୋଉଠି ? 

  ଦୁଇ ପରିଚିତ ଅତ୍ମା ଯଦିଓ ନୂଆ ଏକ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ନଥିଲେ | ପରସ୍ପର ଗଲା ଦିନର କାହାଣୀ ବର୍ଣନା କରି ଖୁସି ହେଉଥିଲେ ଏବଂ କହ୍ନେଇ ର ପରିବାରକୁ ଧନ୍ୟବାଦ ଦେଉଥିଲେ | ସେଇଠି ବସି ବସି ଢୁଳେଇ ପଡ଼ିଥିଲେ | 

ସକାଳୁ କୁକୁଡ଼ା ଡାକରେ ନିଦ ଭାଙ୍ଗିଗଲା | ଉଠି ପ୍ରସ୍ତୁତ ହେଉଥିଲେ | ବଡ଼ି ଭୋର, ସମସ୍ତେ ବି ଉଠି ପଡ଼ିଥିଲେ  ଝିଅ ଡିକାସିନି ଚା ଧରି ଠିଆ ହୋଇଥିଲା | ଚା ଟା ପିଇସାରି ଶ୍ରାବଣୀ କହ୍ନେଇଙ୍କ ହାତକୁ ବଢ଼ାଇ ଦେଲା ପାଞ୍ଚଶହ ଟଙ୍କିଆ ଦୁଇ ଖଣ୍ଡ ନୋଟ | କହ୍ନେଇ କହିଲେ ଏତେ କଣ ? ନା ନା.. ମୋର ପ୍ରାପ୍ୟ ନୁହେଁ, ଯଦି ଦେବେ, ମୋତେ ଶହେଟଙ୍କା ମାତ୍ର ଦିଅନ୍ତୁ | ସଙ୍ଗମ କହି ଉଠିଲେ , ଆପଣଙ୍କର ପ୍ରାପ୍ୟ ଆମେ କଣ ଦେଇ ପାରିବୁ | ସେତ ଅମୂଲ ମୂଲ, ଖୁସିରେ ଦେଉଛୁ ରଖନ୍ତୁ | ଆପଣ ମାନବିକତାର ଶ୍ରେଷ୍ଠ ନିଦର୍ଶନ ଦେଖାଇଛନ୍ତି | ଏହାକହି ଝିଅ ହାତରେ ଟଙ୍କା ଗୁଞ୍ଜି ଦେଇ ବାହାରି ପଡିଲେ | 

ଗାଁ ମୁଣ୍ଡକୁ ଆସି ପରସ୍ପର ବିଦାୟ ନେବା ପାଇଁ ଯାଉଥିଲେ | ଶ୍ରାବଣୀ କିପରି ଭାବରେ ଧନ୍ୟବାଦ ଦେବ ଜାଣିପାରୁନଥିଲା | ଜହ୍ନ ଧୀରେ ଧୀରେ ପଶ୍ଚିମ ଆକାଶରେଅସ୍ପଷ୍ଟ ଦେଖା ଯାଉଥିଲେ, ହାତଠାରି ଡାକୁଥିଲେ ଆ...... ଆ...... | ଶ୍ରାବଣୀ ପାଇଯାଇଥିଲା ମନର ରାଜ କୁମାର ଆଉ ସଂଗମ ହାତ ବଢାଇଥିଲେ କରମର୍ଦନ ପାଇଁ ; ସମ୍ପର୍କ ମଜବୁତ ହେଉଥିଲା |ଦୁଇ ହାତ ପରସ୍ପର ଠାରୁ ବିଚ୍ଛେଦ ହେବାକୁ ଅମଙ୍ଗ lଅପଲକ ନେତ୍ରରେ ଦୁହେଁ ଦୁହିଁକୁ ଚାହିଁ ରହିଥିଲେ l ଧୀରେ ଧୀରେ ଅପ୍ରସ୍ତୁତ ହାତ ହୁଗୁଳାଇ ନେଲେ ଲାଜରେ l  ହସି ହସି ଜହ୍ନକୁ ଧନ୍ୟବାଦ ଦେଇ ବାହାରି ପଡିଲେ ଉଭୟ ନିଜ ନିଜର ଗନ୍ତବ୍ୟ  ସ୍ଥାନକୁ ,ମନ କିନ୍ତୁ ଜହ୍ନ ରାଇଜରେ ଉଡ଼ିବୁଲୁଥିଲା ସାଥିର ଉଷ୍ମ ଚୁମ୍ବନ କୁ  ନେଇ l

_________

ନବରଙ୍ଗପୁର

Wednesday, November 11, 2020

କବିଙ୍କୁ ପଦେ

✍ବୈଷ୍ଣବ ଚରଣ ଦାଶ

ବନ୍ଦ କର ହେ କବି,

ତୁମର ସେ ପ୍ରିୟତମା, ପ୍ରାଣେଶ୍ୱରୀ ଛନ୍ଦ।

ଶୁଣି ଶୁଣି ବଧିର ହେଲୁଣି।

ଶୁଣିବାରେ ନାହିଁ ଧୈର୍ଯ୍ୟ କି ଅବକାଶ।


ତୁମେ ଯେ ସ୍ୱପ୍ନାଭିଭୂତ,

ତେଣୁ ହେଉଛ ଚକିତ।

ଯେଉଁ ସ୍ୱପ୍ନରେ ବାସ୍ତବତା ନାହିଁ

ସେ ସ୍ବପ୍ନ ସବୁ ଦେଖ କାହାପାଇଁ?


ହେ କବି! ଏ ଜହ୍ନ କୁ ଦେଖ

ତାକୁ ଦେଖିପରା କବିତା ଲେଖ।

ମନେରଖ! ସେ ସ୍ବପ୍ନ ର ଜହ୍ନ ଏକ,

ଯହିଁ ରେ ଲାଗିଛି କଳଙ୍କ।

ତାକୁ ଭାବି ପରୀ ରାଇଜ ର

ସ୍ବପ୍ନ ନ ଦେଖ।


ଯାହାକୁ ତୁମେ ଅନିନ୍ଦ୍ୟ ଭାବୁଛ

ସେ ଏକ ଅଦୃଶ୍ୟ ନିହାରିକା।

ଯାହା ତ କରିଛ କରିଛ।

ଏବେ କିନ୍ତୁ ବାସ୍ତବକୁ ଚାହିଁ

ତୁମ ଲେଖନୀ କୁ

କରିବ ଚାଳିତ।


ଦେଖ ଏଠି ଆମେ

କେତେ ଯେ କୁତ୍ସିତ।

ଖଣ୍ଡିଏ ରୁଟି ପାଇଁ

ଡହଳ ବିକଳ ହେଉଥିବା ମଣିଷ।

କିପରି ବୁଝିବୁ ତୁମ କବିତାର ମର୍ମ?


ବୀର ଧନଞ୍ଜୟ ପୁର
ବୁଗୁଡ଼ା ଗଞ୍ଜାମ

ହଜିଲା ଶୈଶବ

  ✍ବାସନ୍ତୀ ଲତା ଜେନା 


ପିଲା ଦିନ ମୋର ହଜିତ ଯାଇଛି 

        ଆଜି ଖୋଜି ପାଉ ନାହିଁ 

ଅତୀତର ସ୍ମୃତି ହୃଦେ ସାଇତା ମୋ 

        ମନେ ପଡେ ରହି ରହି      ll 


ମା'ର ପରଶ ସ୍ନେହର ଆଶିଷ 

       କେତେ ଅଳି କରୁ ଥିଲି 

ବାପାଙ୍କ ପାଖରୁ ଗାଳି ଖାଉ ଥିଲେ 

        ମାଆ ନେଉ ଥିଲେ ତୋଳି  ll 


ସାରା ଖରା ବେଳ ଖେଳେ କଟୁ ଥିଲା 

          ଭିନ୍ନ ଭିନ୍ନ ଖେଳ ସାଥେ 

ବହୂ ଚୋରି ଖେଳ ଖପରା ଡିଆଁ ଯେ 

         କେଲି ବାଡି ବାଟି ସାଥେ   ll 


ଆମ୍ଭୁଲ ଆଚାର ଘରୁ ନେଉ ଥିଲୁ 

       ମା'କୁ ଲୁଚାଇ କରି 

ସାଙ୍ଗ ସାଥି ମିଶି ବାଣ୍ଟି ଖାଉ ଥିଲୁ 

       ମଜ୍ଜା ଲାଗୁଥିଲା ଭାରି     ll 


କଞ୍ଚା ଆମ୍ବ ସାଥେ ଲୁଣ ଲଙ୍କା ଦେଇ 

        ଖାଉ ଥିଲୁ ମନ ଭରି 

ଖଜୁରୀ ପିଜୁଳି କେତେ ଖାଉ ଥିଲୁ 

            ବାଡ଼ିରେ ବିଛାଇ କରି    ll 


ଝିପି ଝିପି ବର୍ଷା ଭିଜିବାକୁ ମଜ୍ଜା 

        ଗାଁ ସାଥି ପିଲା ମେଳେ 

ବାଡ଼ି ଧରି କରି ଜେଜେ ମା ଗୋଡ଼ାନ୍ତି 

       ସର୍ଦ୍ଦି କାଶ ହେବ କାଳେ    ll 


ସନ୍ଧ୍ୟାରେ ବସି ମୁଁ ପାଠ ପଢୁ ଥିଲି 

         ନିଦ ଆସୁ ଥିଲା ଘାରି 

ମା କହୁ ଥିଲେ ପଢା ସାରି ଦିଅ 

          ଶୋଇ ଯାଅ ଖାଇ କରି    ll


ଚିନ୍ତା ତ ନ ଥିଲା ଦୁଃଖ ବି ନଥିଲା 

        ନ ଥିଲା ଜଞ୍ଜାଳ କିଛି 

ବଡ଼ ହୋଇ ଆଜି ଜଞ୍ଜାଳେ ଫସିଛି 

         ଶୈଶବ ହଜି ଯାଇଛି     ll 


ବାସନ୍ତୀ ଲତା ଜେନା, ଗାନ୍ଧିନଗର, ନବରଙ୍ଗପୁର  l

ସେଦିନ ସନ୍ଧ୍ୟା ରେ........

 ✍ସୁଧାଂଶୁ କୁମାର ତ୍ରିପାଠୀ


***********

ନୂଆ ନୂଆ ସହରକୁ ଆସିଥାଏ , ପୁର୍ତ୍ତ ବିଭାଗରେ ଚାକିରୀ ଖଣ୍ଡେ ପାଇବାରୁ ଗାଁ ଛାଡି ଆସିବାକୁ ପଡିଲା। ଗାଁ ଠୁ ସହର ପ୍ରାୟ ତିରିଶ ମାଇଲ ବାଟ,ସବୁଦିନେ ଯିବାଆସିବା କରିବା ଟା ସମ୍ଭବ ହବନି ବୋଲି ବାପା ଙ୍କ ଠୁ ଅନୁମତି ନେଇ ଆସିବାକୁ ପଡିଲା ସହରକୁ। ନୂଆ ଜାଗା,ନୂଆ ଲୋକ, ସହର ପାଣିପାବନ ସହ ଖପାଖୁଆଇ ଚାଲିବାକୁ ପଡିବ। ଅବିବାହିତ ଯୁବକ ପିଲାଙ୍କୁ ସହରରେ ଘର ଖଣ୍ଡେ ପାଇବା ଟା ଯେ କେତେ କଷ୍ଟ ସେକଥା ଯିଏ ଅନୁଭବ କରିଥିବ ସେ ହିଁ ବୁଝିପାରିବ। ବହୁ କଷ୍ଟରେ ଘର ଖଣ୍ଡେ ମିଳିଲା, ଗୋଟିଏ ବଖରା ସାଙ୍ଗକୁ ବାରଣ୍ଡା ଟିଏ , ଏକୁଟିଆ ଲୋକ ତ ଚଳିଯିବ ଭାବିକି ରହିଲି। ପ୍ରତିଦିନ ସକାଳୁ ବସ ଯୋଗେ ଅଫିସ କୁ ଯିବାକୁ ପଡେ । 

   ସେଦିନ ଝିପିଝିପି ବର୍ଷା ସାଙ୍ଗକୁ ହଲକା ପବନ ହଉଥାଏ। ଅଫିସ ରୁ ବହାରିକି ଟାଉନ ବସ କୁ ଅପେକ୍ଷା କରିଥାଏ। ସନ୍ଧ୍ୟା ହେଇଗଲାଣି ଅଫିସ ଠୁ ଘର ପ୍ରାୟ ତିନି କିଲୋମିଟର ,ବର୍ଷା ହୋଉନଥିଲେ ଚାଲିକି ପଳେଇଯାନ୍ତି । ବର୍ଷା ଲାଗି କୌଣସି ବସ ବି ଆସୁନଥାଏ। ଭାବିଲି ଆଉ ଅପେକ୍ଷା କରିବା ଠିକ ହବନି ବର୍ଷା ର ମାତ୍ର ବି କମିଗଲାଣି । ପ୍ୟାଣ୍ଟ ଟାକୁ ଟିକିଏ ଭାଙ୍ଗ କରିଦେଇ ରାସ୍ତାର କଡେ କଡେ ଚାଲିଲି। ସନ୍ଧ୍ୟା ସମୟ ସହର ଆଲୋକିତ , କିଛି ବାଟ ଯିବା ପରେ ବର୍ଷା ପୁଣି ଜୋର ହେଲା , ଭାବିଲି ଏମିତି ଆଉ ଭିଜିକି ଗଲେ ହବନି କୋଉଠି ଟିକେ ରହିଯିବି। ଦେଖିଲି ଆଗରେ ଗୋଟିଏଯାତ୍ରୀ ବିଶ୍ରାମ ଗାର ଅଛି , ସେଠି ଯାଇ ପହଂଚିଲି। ବର୍ଷା ଜୋର ହଉଥାଏ , ଯାଇ ଦେଖେ ତ ଜଣେ ସୁନ୍ଦର ଯୁବତୀ ବସିଛନ୍ତି ସେଠି। ବୋଧେ ବର୍ଷା ପାଇଁ ସେ ବି ଏଠି ଅଟକିଯାଇଛନ୍ତି। ନିଜ ପକେଟ ରୁ ରୁମାଲ ଟା ବାହାର କଲି ଦେଖିଲି ସେଇଟା ବି ଭିଜି ଯାଇଛି। ତଥାପି ଓଦା ରୁମାଲ ରେ ମୁଂହ ପୋଛିଲି । ବର୍ଷା ର ମାତ୍ର ବେଳକୁ ବେଳ ବଢିଚାଲିଲା। ନିରବ ଭାବରେ ସିମେଣ୍ଟ ବେଞ୍ଚ ଉପରେ ବସିଲି , ମୋ ଅପର ପାର୍ଶ୍ୱ ରେ ସେ ସୁନ୍ଦରୀ ଯୁବତୀ ଜଣଙ୍କ ବସିଥାନ୍ତି। ତାଙ୍କ ମୁଖ ମଣ୍ଡଳକୁ ଦେଖିଲେ ଲାଗୁଥିଲା ସେ ଯେମିତି ବିବ୍ରତ ଅଛନ୍ତି। ପର୍ଶ୍ୱସ୍ଥ ନୀରବତା କୁ ଭାଙ୍ଗ କରି ପଚାରିଲି "କଣ ହେଇଛି ଆପଣ ଵ୍ୟସ୍ତ ଜଣାପଡୁଛନ୍ତି"? ....ମୋର ପ୍ରଶ୍ନ ରେ ସେ ବି ନୀରବତା ଭଙ୍ଗ କରି କହିଲେ "ଆଜି ଅଫିସ ରୁ ଫେରିବା ଟିକିଏ ବିଳମ୍ବ ହେଇଗଲା ସେଥିପାଇଁ ବସ ପାଇଲିନି। " 

ମୁ କହିଲି ତାହାଲେ ପରବର୍ତ୍ତୀ ବସ ଆସିଵା ଯାଏ ଅପେକ୍ଷା କରନ୍ତୁ।

ସେ କହିଲେ ସନ୍ଧ୍ୟା ସମୟରେ ଆମ ଗାଁ କୁ କେବଳ ଗୋଟିଏ ବସ। 

ତୁମ ଗାଁ ଏଠୁ କେତେ ବାଟ ହବକି"ମୁ ପଚାରିଲି।

ସେ କହିଲେ ପ୍ରାୟ ଚାଳିଶ କିଲୋମିଟର ଠୁ ଅଧିକ ହେବ।

ମୁ କହିଲି " ତାହାଲେ ଏଠି କେହି ସମ୍ପର୍କୀୟ ଙ୍କ ଘରେ ରହିଯାଅନ୍ତୁ।"

ମୋ ଠୁ ଏହା ଶୁଣିବା ପରେ ସେ କହିଲେ ଆମର ସମ୍ପର୍କୀୟ ବୋଲି କେହି ନାହାନ୍ତି, ଘରେ ମୁ ଅଉ ମୋ ବାପା ଆମେ ଦୁହେଁ ରହୁଛୁ। ମୁ ଛୋଟ ଥିଲି ମୋ ମା ଚାଲିଯାଇଛନ୍ତି। ଏତିକି କହି ଯୁବତୀ ଜଣଙ୍କ କାନ୍ଦିବାକୁ ଲାଗିଲେ।

ମୁ କହିଲି ହୋଉ ତାହାଲେ ବ୍ୟସ୍ତ ହବା କିଛି ଦରକାର ନାହିଁ। ମୁ ଗୋଟିଏ ଟାକ୍ସି ଡାକିଦଉଛି ସେଥିରେ ଆପଣ ଚାଲିଯିବେ।

ଯୁବତୀ ଜଣଙ୍କ କହିଲେ ଟାକ୍ସି ରେ ଯିବାକୁ ମୋର କିଛି ଅସୁବିଧା ନାହିଁ ଯେ , ଆମ ଗାଁ କୁ ଯିବା ବାଟରେ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ମୁ ଏକୁଟିଆ ଯଦି ଟାକ୍ସି ରେ ଯାଏ ତାହାଲେ.......

ମୁ ବି ସେଇଆ ଭାବିଲି ଆଜି କାଲୀ କା ସମୟ ଭଲ ନୁହଁ , ଏକୁଟିଆ ଛାଡିବା ଠିକ ହବନି।

ଯୁବତୀ ଜଣଙ୍କ ଚିନ୍ତା ରେ ବୁଡି ରହିଲେ।

ମୁ କହିଲି ଦେଖନ୍ତୁ ଆପଣ ଯଦି ଖରାପ ନଭାବିବେ ତାହାଲେ ମୁ ଗୋଟେ ପ୍ରସ୍ତାବ ଦେବୀ।

କୁହନ୍ତୁ.... ସେ କହିଲେ

ଆପଣ ଯଦି ମୋ ଘରେ ଆଜି ରାତିଟା ଚଳି ଯାଆନ୍ତେ ତାହାଲେ କିଛି ଅସୁବିଧା ହେବକି?

ଏମିତି ପଚାରି ଥିବାରୁ ମତେ ନିଜକୁ ବହୁତ ଖରାପ ଲାଗୁଥିଲା।

କେଜାଣି ଯୁବତୀ ଜଣଙ୍କ କଣ ଭାବୁଥିବେ।

ଏମିତି ସମୟରେ ସେ କହିଲେ ଆପଣ କୋଉଠି ରୁହନ୍ତି। କିଏ କିଏ ରୁହନ୍ତି ଆପଣଙ୍କ ସହ?

ଏଇ ଅଳ୍ପ ଦୂରରେ ମୋ ଘର, ମୁ ଏକୁଟିଆ ରୁହେ। 

ଏକୁଟିଆ ରହିବା କଥା ଶୁଣି ସେ ଟିକିଏ ବିଚଳିତ ଲାଗିଲେ।

ଆପଣ ଜମା ଭୟ କରନ୍ତୁନି ମୋ ଘରେ ଆପଣ ପୁରା ନିରାପଦ। ମୁ  କହିଲି

ମୋ କଥା ଶୁଣି ଯୁବତୀ ଜଣଙ୍କ ମୋ ସହ ଯିବାକୁ ରାଜି ହେଲେ।........

ବର୍ଷା ସେତେବଲକୁ  କମି ଯାଇଥାଏ, ସମୟ ଆଠ ଟା ବାଯିବାକୁ ବସିଲାଣି ଦୁହେଁ ବାହାରିଲୁ । 

  ବର୍ଷା ସିନା ଛାଡ଼ିଥାଏ କିନ୍ତୁ ପବନ ଟିକିଏ ଟିକିଏ ହଉଥାଏ। ଦୁହେଁ ପାଦ ଚଞ୍ଚଳ କରି ଚାଲିଲୁ। ଯିବା ବାଟରେ ପଚାରିଲି ତୁମ ନା ଟା କଣ ,? .......

ପ୍ରିୟଙ୍କା ମୋ ନାଁ ଯୁବତୀ ଜଣକ କହିଲେ। 

ଅବିନାଶ ମୋ ନାଁ , ମୁ କହିଲି।

ଦୁହେଁ ସାଢ଼େ ଆଠଟା ସୁଦ୍ଧା ଘରେ ପହଂଚି ସାରିଥିଲୁ। ସହର ସିନା ବର୍ଷା ରାତି ଲାଗି ନିଶବ୍ଦ ଲାଗୁଥାଏ। 

ଘର ଚାବି ଖୋଲି ଭିତରକୁ ଗଲୁ , ବଲବ ସୁଇଚ ଲଗେଇଲି।ଗୋଟାଏ ବଖରା ଘର, ଛୋଟ ଖଟ ଟିଏ ପଡିଛି। ଯୁବତୀ ଜଣକୁ କହିଲି ଏଥିରେ ଟିକିଏ ଚଳେଇଦେବେ ଆଜି ରାତିକ।

ସେ ମୁଣ୍ଡ ହଲେଇ ହଁ କଲେ।  ସେ ଟିକିଏ ବର୍ଷା ରେ ଭିଜି ଯାଇଥାନ୍ତି ତାଙ୍କ ପୋଷାକ ବି ଓଦା ଓଦା ଲାଗୁଥିଲା, ମୋର ହଳେ ଟ୍ରାଉଜର ତାଙ୍କୁ ଦେଲି ବଦଳେଇବା ପାଇଁ,ମୋ ପୋଷାକ ବି ଭିଜି ଯାଇଥାଏ , ତଉଲିଆ ଟେ ନେଇ ବାରଣ୍ଡା ରେ ବଦଳେଇ ଆସିଲି। .......  

ରାତି ପାଖା ପାଖି ନଅଟା ବାଜିଲାଣି, ରୋଷେଇ କରିବା ପାଈଁ ମୁ ବାହାରିଲି। ଯୁବତୀ ଜଣକ କହିଲେ ଆପଣ ରୁହନ୍ତୁ ମୁ ରୋଷେଇ କରିଦଉଛି। ......ମୁ ମନା କଲି ଆପଣ ଆଜି ଅତିଥି ମୋ ଘରେ କାହିଁକି ଆପଣ ରୋଷେଇ କରିବେ , ମୁ କରିଦଉଛି। ଶୁଣିଲେଣି ଦୁହେଁ ମିଶିକି ରୋଷେଇ କଲୁ। 

ରାତି ପ୍ରାୟ ଦଶଟା ହେଇଯାଇଥାଏ ରୋଷେଇ ସରିଲା, ଦୁହେଁ ସାମ୍ନା ସାମ୍ନି ବସିଲୁ ଖାଇବା ପାଇଁ। ......ମୁ ଖାଇବା ସମୟରେ ଲକ୍ଷ୍ୟ କଲି ସେ ମତେ ଦେଖୁଛନ୍ତି, ମୁ ପଚାରିଲି କିଛି ଅସୁବିଧା ହେଲାକି, ସେ କହିଲେ ନାହିଁ। ଶ୍ୟାମଳ ବର୍ଣ ଶରୀର ଉପରେ ମୋ ଟ୍ରାଉଜର ଟା ଚିପିକି ରହିଥିବାରୁ ବହୁତ ଆକର୍ଷଣୀୟ ଲାଗୁଥାନ୍ତି ସେ। ମୋର ବି ବାରମ୍ବାର ଧ୍ୟାନ ଭଙ୍ଗ ହୋଉଥିଲା, ଯଥା ସମୟରେ ଖାଇବା ସରିଲା । ମୁ କହିଲି ତୁମେ ଖଟ ଉପରେ ଶୋଇପଡ ମୁ ବାରଣ୍ଡା ରେ ସୋଇପଡିବି, । ସେ କହିଲେ ନାହିଁ ଆପଣ କାହିଁ ବାରଣ୍ଡା ରେ ସୋଇବେ ବରଂ ମୁ ଏଠି ତଳେ ସୋଇଯାଉଛି ଆପଣ ଖଟ ରେ ସୁଅନ୍ତୁ କିଛି ଅସୁବିଧା ନାହିଁ। ମୁ ମନା କଲି କହିଲି ଆପଣ ଉପରେ ସୁଅନ୍ତୁ ମୁ ତଳେ ସୋଇଯାଉଛି। ସେ ରାଜି ହେଲେ , ମୁ ତଳେ ଗୋଟେ ଚଦର ପକେଇଦେଇ ଶୋଇଗଲି,ବଲବ ଲାଗିଥିଲା, ଆଖିକୁ ନିଦ ଅସୁନଥାଏ, ସେ ବି ଖଟ ଉପରେ ଏକଡ଼ ସେକଡ଼ ହୋଉଥାନ୍ତି। ମୋ ଆଖିକୁ କେତେବେଳେ ନିଦ ଆସିଯାଇଛି,ବର୍ଷା ରାତି ହେଇଥିବାରୁ ଟିକିଏ ଶିତ ଲାଗୁଥିଲା ,ଜାକି ହୋଇ ସୋଇଯାଇଥିଲି। ହଟାତ ଅନୁଭବ ହେଲା କାହା ହାତର ନରମ ଛୁଆଁ , ଶରୀର ରେ ସିଂହରଣ ଖେଳିଗଲା , ନିଶ୍ୱାସ ବଢିଗଲା ମୁଣ୍ଡ ଉଠେଇ ଦେଖେତ ପ୍ରିୟଙ୍କା....... ମୋ ଦେହରେ ଚଦର ଟା ଘୋଡେଇଦଉଛନ୍ତି, ............. ହାତଟାକୁ ଧରି ଦେଲି, ଚମକି ଗଲେ। ଝୁଙ୍କି ପଡିଲେ ମୋ ଉପରେ ରାତିର ନିରବ ଭିତରେ ଜଣେ ଯୁବକ ର ଛାତି ଉପରେ ଜଣେ ଯୁବତୀ। ଦୁହିଁଙ୍କ ଆଖି ପରସ୍ପର କୁ ଖୋଜିଲେ................ ଧୀରେ ଧୀରେ ଦୁହିଁଙ୍କ ନିଶ୍ୱାସ ପ୍ରଖର ହବାକୁ ଲାଗିଲା....................କାମାନାଳରେ ଦୁହେଁ ଦଗ୍ଧଭୁତ । ନିବଡ଼ ବାହୁ ବନ୍ଧନ ଭିତରେ ଚରମ ଆତ୍ମତୃପ୍ତି ର ପିପାସା....... ନିଶବ୍ଦ ରାତିରେ କେବଳ ନିଶ୍ୱାସ ର ଘୋର ଗର୍ଜନ, ଶରୀର କ୍ରମଶଃ ଘର୍ମାକ୍ତ, ଦୁଇ ମନ ଦୁଇ ଶରୀର ର ମିଳନ ପାଇଁ ଉଛୁକତା ବଢ଼ିବାରେ ଲାଗିଲା......ମୁ କୋଠରୀର ଲାଇଟ କୁ ବନ୍ଦ କରିଦେଲି.........................

       ବର୍ଷା ରାତିର ନୀଶବ୍ଦତା କୁ ଭଙ୍ଗ କରୁଥିଲା ଆମ ଦୁହିଁଙ୍କ ପ୍ରଖର ନିଶ୍ୱାସ। ରାତିର ଅନ୍ଧକାର ଭିତରେ କମାଗ୍ନି ଜଳି ଆଲୋକିତ କରୁଥିଲା ଉନ୍ମାଦନା ଭରା ମନକୁ। ସେହି ଆଲୋକ ଭିତରେ ଦୁହେଁ ଦୁହିଁଙ୍କୁ ଖୋଜୁଥିଲୁ। ମନରେ ଚରମ ଆତ୍ମତୃପ୍ତି ର ଇଛା। ପ୍ରଣୟ ର ରଙ୍ଗରେ ଦୁହେଁ ରଙ୍ଗାୟିତ । ମଦନ ର କାମ ବାଣ ରେ ଦୁହେଁ କ୍ଷତାକ୍ତ, ଜର୍ଜରିତ କାମନା ର ମାଦକତା ରେ। ଉନ୍ମାଦନା ର ଚରମ ସୀମାରେ ଦୁହେଁ ପହଁଚି ସାରିଥିଲୁ,। ପ୍ରେମ ପ୍ରଣୟ ରେ ଯେ ଏତେ ମାଦକତା ଥାଏ ପ୍ରଥମ ଥର ପାଇଁ ଅନୁଭବ ହେଇଥିଲା ମତେ। ରାତିର ପ୍ରାୟ ଶେଷ ପ୍ରହର ବେଳକୁ ଅଶାନ୍ତ ସମୁଦ୍ର ଶାନ୍ତ ହେବାରେ ଲାଗିଲା। ଭଟ୍ଟା ପଡିଲା କାମନା ଜୁଆରରେ........ଅନୁଭବ ହେଲା ମନରେ ଅସୀମ ଆନନ୍ଦ। ଘର୍ମକ୍ତ ଶରୀର କ୍ରମେ ଶୁଷ୍କ ହେବାରେ ଲାଗିଲା, କ୍ଲାନ୍ତ ଶରୀରରେ ଘର୍ମ ବିନ୍ଦୁର ଶିତଳତା ମନକୁ ରୋମାନଚିତ କଲା। ମୋ ଛାତି ଉପରେ ମୁଣ୍ଡକୁ ରଖି ସେମିତି ସୋଇଥାନ୍ତି ପ୍ରିୟଙ୍କା। ରାତି ପାହି ପାହି ଆସୁଥାଏ ଦୁହେଁ ପରସ୍ପର ଠୁ ଅଲଗା ହେଲୁ। ଶରୀର ଅବଶ ଲାଗୁଥାଏ, କ୍ଲାନ୍ତି ବାରି ହୋଉଥିଲା ଶରୀରର ପରିଭାଷାରୁ, ଶୁଷ୍କ ଲାଗୁଥିଲା ମୁଖମଣ୍ଡଳ। ନିଜ ନିଜର ଅସଜଡା ଶରୀର କୁ ସଜାଡି ସାରି ନିଜ ନିଜ ନିତ୍ୟ କର୍ମ ସାରିଲୁ। ରାତିର ଘଟଣା ପାଇଁ ମୁଁ ନିଜକୁ ଦୋଷୀ ଭାବିଲି। ସେ ବି ସେମିତି ନିରବ ଥାନ୍ତି । ସାହସ ହେଉନଥାଏ କିଛି କହିବାକୁ। ଗାଧେଇ ସାରି ନିଜ ଅସଜଡା କେଶକୁ ସଜାଡୁ ଥାନ୍ତି ପ୍ରିୟଙ୍କା, ଭାବିଲି ରାତି ର ଘଟଣା ପାଇଁ କ୍ଷମା ମାଗିବି। ପାଖକୁ ଯାଇ ହାତକୁ ଧରିଦେଲି , ମୁଂହ ଉଠେଇ ଚାହିଁଲେ , ଆଖି ରେ ଆଖି ମିଶିଲା ପରେ ଲାଜେଇଗଲେ ସେ ମୁଂହକୁ ତଳକୁ କରିଦେଇ ଘୁଂଚିଗଲେ ପଛକୁ। ମୋ ଛାତିରେ ସୃଷ୍ଟି ହେଇଥିବା ଆଶଙ୍କା ର ଝଡ ଟିକିଏ ଥମିଲା ଭଳି ଲାଗିଲା। "କାଲି ରାତିରେ ହେଇଥିବା ଭୁଲ ପାଇଁ ମୁଁ କ୍ଷମା ମଗୁଛି , " କହିଲି ମୁଁ......।

ମୁଂହ ତଳକୁ ସେମିତି ରହିଥାନ୍ତି ସେ, ଧୀର ସ୍ୱର ରେ କହିଲେ " ଭୁଲ ଅପଙ୍କର ନୁହଁ କି ମୋର ବି ନୁହଁ , ଭୁଲ ହେଉଛି ଆମ ବୟସ ଆଉ ଆମ ପାରିପାର୍ଶ୍ବିକ ପରିସ୍ଥିତି ର , ଏଥିପାଇଁ ଆମେ ନିଜକୁ ଦୋଷ ଦେବା ଅନୁଚିତ"। ପ୍ରିୟଙ୍କା ଙ୍କ ଏ କେଇପଦ କଥା ଶୁଣିବା ପରେ ମୋ ମନରୁ ସବୁ ଭୟ ଦୁରେଇ ଗଲା। କାହିଁକି କେଜାଣି ଦେଖିଲା ପରଠୁ ମତେ ନିଜର ନିଜର ଲାଗୁଥିଲେ ସେ, ମନରେ ତାଙ୍କ ପ୍ରତି ପ୍ରେମ ଜାଗ୍ରତ ହେଇଥିଲା ତାଙ୍କୁ ଦେଖିବା ପରଠୁ। କଣ କରିବି ଭାବିପରୁନଥାଏ। ସେ ସେମିତି ନିରବ ଭାବରେ ରହିଥାନ୍ତି କିନ୍ତୁ ଓଠରେ ତାଙ୍କ ହସ ଥିଲା। ଲାଜେଇକି ରହିଥାନ୍ତି ସେ। ସାହସ କରି ହାତକୁ ପୁଣି ଧରିଲି। ପ୍ରେମ ନେବେଦନ କରିବାକୁ ସାହସ ଜୁଟେଇଲି। " ତୁମକୁ ଦେଖିବା ପରଠୁ ମୁ ମୋ ମନ ଆଉ ହୃଦୟ ତୁମକୁ ଦେଇ ସରିଛି, ସାରା ଜୀବନ ତୁମର ହେଇ ରହିବାକୁ ଚଂହୁଛି,। " ମୋ ମୁଂହରୁ ଏମିତି ଶୁଣିବ ପରେ ମୁଂହ ଉଠେଇ ଚାହିଁଲେ ମତେ , ଲାଜ ମିଶା ହାସଟିଏ ଦେଇ ପୁଣି ମୁଂହ ତଳକୁ କରିଦେଲେ। ମୁ ସେମିତି ତାଙ୍କ ହାତକୁ ଧରିଥାଏ । ମୁଂହରେ ହସ ଦେଖି ବୁଝିପାରିଲି ମନର କଥା,ଟାଣି ଆଣିଲି ଛାତି ଉପରକୁ ,ନିଜ ବହୁବନ୍ଧନରେ ବାନ୍ଧି ରଖିଲି । ବହୁତ ଭଲ ପାଏ ଆପଣଙ୍କୁ" ଧୀରେ କହିଦେଲେ ମତେ। ତାଙ୍କରି ଏଇ ଗୋଟେ ପଦ କଥା ମନ କୁ ଆନନ୍ଦିତ କରିଦେଲା। ଦୁହେଁ ଭାବନା ରାଜ୍ୟ ରେ ହଜିଗଲୁ। ...............

   ସମୟ ଆସି ଆଠଟା ବାଜିଲାଣି, ସମୟକୁ ନିଘା ନଥାଏ ଏକଲୟରେ ଚାହିଁ ରହିଥିଲୁ ଦୁହେଁ ଦୁହିଁଙ୍କୁ। ଘଣ୍ଟାର ଘଣ୍ଟି ଶବ୍ଦ ରେ ପ୍ରକୃତିସ୍ଥ ହେଲୁ , ଅଫିସ ବେଳ ହେଇଗଲାଣି , ତରତର ହେଇ ଜଳଖିଆ ପ୍ରସ୍ତୁତି ରେ ଲାଗିପଡିଲୁ। ମୋର କିନ୍ତୁ କୋଉଥିରେ ମନ ନଥାଏ , ପ୍ରେମର ଚୁମ୍ବକୀୟ ଆକର୍ଷଣ ମତେ ଆକର୍ଷିତ କରିଥାଏ ପ୍ରିୟଙ୍କା ଙ୍କ ଆଡକୁ। ଯଥା ସମୟରେ ଦୁହେଁ ଅଫିସ ବାହାରିଲୁ। ଗୋଟେ ରାତିରେ ଆମ ସମ୍ପର୍କରେ ଏତେ ନିବିଡ଼ତା ଆଇଯାଇଥିଲା ଯେ କେହି କାହାକୁ ମୁହୁର୍ତେ ଛାଡିବା ପାଇଁ ଇଚ୍ଛା କରୁନଥିଲୁ। "ଅଫିସ ରୁ ଫେରିଲା ପରେ ପୁଣି ସେଠି ମିଶିବା ଯୋଉଠି କଲି ଦେଖା ହେଇଥିଲା"ମୁ କହିଲି । ପ୍ରିୟଙ୍କା କିନ୍ତୁ କହିଲେ ନାହଁ , ମୁ କାଲିଠୁ ଘରକୁ ଯାଇନି , ବାପା ବହୁତ ବ୍ୟସ୍ତ ହୋଉଥିବେ, ମୁ ଆଜି ଶୀଘ୍ର ଘରକୁ ଚାଲିଯିବି। .....ମୁ ବି ଭାବିଲି କଥାଟା ଠିକ। ତେଣୁ ବାଧ୍ୟ କଲିନି ତାଙ୍କୁ ଦୁହେଁ ଯଥା ସମୟରେ ଅଫିସ ରେ ପହଂଚିଲୁ। ମୋର କିନ୍ତୁ କାମରେ ମନ ନଥାଏ। ପ୍ରିୟଙ୍କା କଥା ଭାବିଲା ବେଳକୁ ମନରେ ରୋମାଞ୍ଚ ଖେଳିଯାଏ। ........ଏମିତି  କେତେ ଦିନ କେତେ ରାତି ମୋର ଭାବନାରେ ବିତି ଯାଇଥାଏ ମୁ ନିଜେ ଜଣେନା। ଦିନକୁ ଦିନ ଆମ ସମ୍ପର୍କର ଗଭୀରତା ବଢ଼ିବାରେ ଲାଗିଲା, ପରସ୍ପର କୁ ମୁହୁର୍ତେ ନଦେଖିଲେ ରହି ପାରୁନଥିଲୁ। ଯେମିତି ଜଣକ ବିନା ଆଉ ଜଣେ ଅଧୁରା, ଅଫିସ ରୁ ବିରତି ନେଇ ଦୁହେଁ ସମୟ ବିତାଉ। କାହାରିକୁ ନିଘା ନଥାଏ। ସମୟ ଅତିକ୍ରାନ୍ତ ହୋଇ ଚାଲିଥାଏ ଗାଁ କୁ ଗଲେ ସେଠି ଆଉ ରହିବାକୁ ମନ ଲାଗେନି, ଛୁଟି ଦିନ ପଡିଲେ ଭାରି କଷ୍ଟ ହୁଏ ରହିବା। ........... ପାଖା ପାଖି ସାତ ମାସ ର ସମ୍ପର୍କ ପରେ ଦିନେ ପ୍ରିୟଙ୍କା କହିଲେ , ଆମ ସମ୍ପର୍କ କୁ ଦୁଇଜଣଙ୍କ ପରିବାରରେ ଜଣାଇଦବା ପାଈଁ। ମୁ ବି ସମ୍ମତି ଦେଲି । ଆଗକୁ ଛୁଟି ଥିଲା ଗାଁ କୁ ଯିବି ବୋଲି ପ୍ରସ୍ତୁତ ହେଲି। ସେ ବି ରାଜି ହେଲେ। ...........ଶନିବାର ସନ୍ଧ୍ୟା ରେ ଗାଁ କୁ ଯାଇଥାଏ , ବାପା ଙ୍କୁ କେମିତି କହିବି ଏ କଥା ଭାବୁଥାଏ। ଭାବିଲି ରାତିରେ କହିବିନି ସକାଳ ହେଲେ କହିଦେବି। ବାପା ରାଜି ହେବେ ନା ନାହିଁ ଏମିତି ଭାବି ଭାବି ରାତି ନିଦ ହୋଉନଥାଏ। ସକାଳ ହେଲା ବାପା ବସି ଚା ପିଉଥାନ୍ତି , ପାଖରେ ଯାଇ ଠିଆ ହେଲି ଧୀର ସ୍ଥିର ଭାବରେ। ମତେ ଦେଖି ବାପା ବସିବାକୁ କହିଲେ , ମୋ ଦେହରୁ ଝାଳ ବୋହିପଡୁଥାଏ କେମିତି କହିବି ଭାବୁଥାଏ। "କିଛି କହିବୁକି, ବାପା କହିଲେ" ତାଙ୍କ କଥା ଭାରି ଓଜନିଆ। ଭୟ ଲାଗେ ତଥାପି ସାହସ ଜୁଟେଇ କହିଦେଲି " ବାପା ମୁ ପ୍ରିୟଙ୍କା କୁ ଭଲ ପାଏ , ତାଙ୍କୁ ବହାହାବାକୁ ଚାହେଁ" ? ମୋ ମୁଂହରୁ ଏ କଥା ଶୁଣିଲା ପରେ ରାଗିଗଲେ ବାପା, କାହାଠୁ ଅନୁମତି ନେଇ ଅ ନିଷ୍ପତି ନେଲୁ। ମୁ ନିରବ ରହିଲି । ତୋର ବହୁତ ସାହସ ହେଇଗଲାଣି ଦେଖୁଛି।ବହୁତ ଗାଳି କଲେ ମତେ ସେଦିନ , ସଫା ସଫା ଶୁଣେଇଦେଲେ ଯଦି ତୁ ମୋ ଇଛା ବରୋଧ ରେ ଯାଇ ସେ ଝିଅ କୁ ବାହା ହେଲୁ ତାହାଲେ ମୋ ସହିତ ତୋର କୌଣସି ସମ୍ପର୍କ ରହିବ ନାହିଁ। ବାପାଙ୍କ ମୁଂହରୁ ଏମିତି ଶୁଣିଲା ପରେ ମୁ ହାତବକ ହେଇଗଲି।" ଭଲପାଇ ବିବାହ କରିବା ଆମ ଅଭିଜାତ୍ୟ , ବଂଶ ପରମ୍ପରା ରେ ନାହିଁ, ମୋ ବୋହୁ ହବା ପାଇଁ ସେମିତି ଜଣେ ଗାରିମା ସମ୍ପନ୍ନ ପରିବାର ହବା ଦରକାର"। ବାପା କହିଲେ। ବାପା ଙ୍କ ଠୁ ଏମିତି ଶୁଣିବା ପରେ ରାଗରେ ସହରକୁ ଆସିଲି। ରାତି ହୋଇଯାଇଥାଏ, ଆଖିରୁ ଲୁହ ବହି ଚାଲିଥାଏ। କଣ ଜବାବ ଦେବୀ ପ୍ରିୟଙ୍କା କୁ ସେ କଥା ଭାବି ଭାବି ରାତି ପାହିଗଲା। ଅଫିସ ଯିବା ପୂର୍ବରୁ ମିସିଲି ତାଙ୍କ ସହ , ବହୁତ ଖୁସି ଥାନ୍ତି ସେ , ନିଜ ବାପାଙ୍କ ଠୁ ସ୍ୱୀକୃତି    ପଇସାରିଛନ୍ତି ବୋଧେ। ମତେ ଦେଖି ଖୁସି ହେଇଗଲେ, ଜାବୁଡି ଧରି କହିଲେ ........ଅବିନାଶ ବାପା ଆମ ସଂପର୍କ କୁ ନେଇ ଖୁସି ଅଛନ୍ତି। ତମ ସହ ବାହା ଦେବାପାଇଁ ସେ ପ୍ରସ୍ତୁତ। ସେତବେଳକୁ ମୋ ଆଖିରୁ ଲୁହ ବୋହୁଥାଏ , ମୋ ଲୁହରୁ ଗୋଟିଏ ବିନ୍ଦୁ ପ୍ରିୟଙ୍କା ଙ୍କ ଉପରେ ପଡ଼ିଲା , ମୁଂହ ଉଠେଇ ଚାହିଁଲେ ମତେ,"କଣ ହେଇଛି ଅବିନାଶ ତୁମେ କାନ୍ଦୁଛ କାହିଁକି"। ବାପା ଙ୍କ ଇଛା କୁ ପରିପ୍ରକାଶ କଲି ତାଙ୍କ ପାଖରେ, ମୋ କଥା ଶୁଣି , ଝାଉଁଳି ପଡିଲେ ସେ। ଧାର ଧାର ଲୁହ ବୋହିଗଲା ଦୁହିଁ ଙ୍କ ଆଖିରୁ। କେହି କାହାକୁ ଛାଡିବା ସମ୍ଭବ ନଥିଲା ଆମ ଭିତରେ। ବାପାଙ୍କ କଥାକୁ ଖାତର ନକରି ବିବାହର ପ୍ରତିଶୃତି ଦେଲି । ......... ସେ ବି ମତେ ବାରଣ କଲେନି, ଗୋଟେ ସପ୍ତାହ ପରେ ପ୍ରିୟଙ୍କା ସହିତ ମୋ ବାହାଘର ହେଇଗଲା ସହରରେ, ତାଙ୍କ ବାପାଙ୍କ ଉପସ୍ଥିତି ରେ। ଭାବିଲି ବାପା ତାଙ୍କ ରାଗ ଭୁଲି ଆମକୁ ଆପଣେଇ ନେବେ , ସେଥିପାଇଁ ଗାଁ କୁ ଗଲୁ ସମସ୍ତେ। ବାପା ଆମକୁ ଦେଖି ରାଗରେ ଜଳିଲେ। ମତେ ବହୁତ ଭର୍ଚ୍ଛନା କଲେ,ବୋଉ ବି ନିରୁପାୟ ଭୋ ଭୋ ହେଇ କାନ୍ଦିବା ଛଡ଼ା ଆଉ କିଛି କହିପାରିଲା ନାହିଁ। ଘର ବାହାରୁ ଆମକୁ ଦୁଆର ବନ୍ଦ କରିଦେଲେ ଆମକୁ। ଛାତିରେ ଛାତିଏ କୋହ ସୃଷ୍ଟି ହେଲା। ମୁ ଆଉ ପ୍ରିୟଙ୍କା ସହରରେ ରହିବାକୁ ଠିକ କଲୁ। ବେଶ ଖୁସି ରେ ଅଛୁ ଆମେ। ଖାଲି ଏତିକି ଦୁଃଖ ରହିଗଲା ବାପା ଆଜି ପର୍ଯ୍ୟନ୍ତ ଆମକୁ ଗ୍ରହଣ କରିପାରିଲେନାହିଁ।


  ଭଲ ପାଇବା ଟା କଣ ଭୁଲ, ନା ଘର ଲୋକଙ୍କ ଇଛା ବିରୋଧ ରେ ଯାଇ ବାହା ହବା ଟା ଭୁଲ। ମୋର ଭୁଲ କଣ କୁହନ୍ତୁ। 


**********

କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ

ତୁମେ ଫେରିଛ କି

ତୁମେ ଫେରିଛ କି ସଜ ସକାଳର 

ସୁମନ ସୁବାସ ସାଥେ 

ଝରା ଶେଫାଳୀର ଅସରା ମହକେ 

ଜୀବନର ଚଲାପଥେ 

ବେସୁରା ସମ୍ପର୍କ ଗୀତେ 

ତୁମେ ଫେରିଛ କି ସ୍ବର ଟିଏ ହୋଇ 

ତାଳ ଲୟର ସହିତେ 


ତୁମେ ଫେରିଛ କି ଦ୍ଵିତୀୟା ଜହ୍ନର 

ଦେବ ଦୁର୍ଲଭ ଦ୍ୟୁତିରେ 

ପୂର୍ଣ୍ଣିମା ବୀହିନ ଏଇ ଜୀବନରେ 

ଶୁକ୍ଳ ପକ୍ଷର ତିଥିରେ 

ନିର୍ଜନ ଅର୍ଦ୍ଧରାତିରେ 

ତୁମେ ଫେରିଛ କି କଇଁର ପ୍ରାଣରେ 

ଚିର ଇପ୍ସିତ ପ୍ରୀତିରେ


ତୁମେ ଫେରିଛ କି ଶେଷ ବସନ୍ତର 

ପୁନଃ ଆବାହନୀ ହୋଇ 

ଭୂମି ଠାରୁ ଭୂମା ଅପୂର୍ବ ଉପମା 

ସର୍ଜନାର ସାହାନାଇ 

ପୂର୍ଣ୍ଣଛେଦ ଟିଏ ନେଇ 

ତୁମେ ଫେରିଛ କି ପ୍ରତାରିତ ପ୍ରାଣେ 

ଅପେକ୍ଷାର ଅନ୍ତ ହୋଇ 


ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

ଆଦର୍ଶ ପରିବାର (ପ୍ରବନ୍ଧ)

ନଳିନୀ ପ୍ରଭା ମିଶ୍ର

  If well-ordered,well instructed and and we'll

Government families are

the springs from which

go forth the statement of

National great ness and

Prosperity of civil ordered

public happiness.

       ଯଦି ଉତ୍ତଯ ନିର୍ଦ୍ଦେଶ ପ୍ରାପ୍ତ,

ଉତ୍ତମ ଶିକ୍ଷା ପ୍ରାପ୍ତ, ଏବଂ ଉତ୍ତମ ଅନୁଶାସିତ ସ୍ତରର ପରିବାରଟିଏ

ଗଠିତ ହୋଇଥାଏ, ତେବେ ସେହି

ପରିବାର ହିଁ ହୋଇଥାଏ ସମାଜର

ଉତ୍ସ ଏବଂ ସେହି ଉତ୍ସତାରୁ ହିଁ ଜାତୀୟ ମହାନତା ଓ ଆନ୍ତନିଃର୍ଦ୍ଦେଶୀୟ ଜନସାଧାରଣ ଙ୍କର

ସୁଖ ଓ ସମୃଦ୍ଧି ଶାଳୀ ଦିଗକୁ ଆଗେଇ ନେଇଥାଏ।

   ପରିବାର କହିଲେ କେବଳ ଯେ,

ରହିବା ,ଖାଇବା ଭିତରେ ସୀମିତ

ତାହା ନୁହେଁ ବରଂ ଏକ ଆଦର୍ଶ

ଧାରା ଭିତରେ ପର୍ଯ୍ୟବେଶିତ ପରିବାର ନିଜର ଉଜ୍ଜ୍ବଳ ଦୃଷ୍ଟାନ୍ତ କୁ

ନେଇ ସମାଜର ଉତ୍ସ ହୋଇଥାଏ।

ଆଦର୍ଶ କହିଲେ ନୈତିକତା, ସଚ୍ଚୋଟତା,ସମୟାନୁବର୍ତ୍ତୀ, ଆଧ୍ୟାତ୍ମିକ ମନୋଭାବ, ଦେଶପ୍ରେମ

ତ୍ୟାଗ,ସହନ ଶୀଳତା ଆଦି ବହୁବିଧ

ଗୁଣାବଳୀ କୁ ବୁଝାଏ। ଆଦର୍ଶ ଦମ୍ପତି ଙ୍କୁ ନେଇ ଆଦର୍ଶ ପରିବାର ଗଢିଉଠେ। ମନୁଷ୍ୟ ହେଉଛି ସାମାଜିକ ପ୍ରାଣୀ। ସମାଜ ସହିତ ନିଜକୁ ଜଡ଼ିତ କରି ନିଜ ଚାଲିଚଳନକୁ ସଜାଡି ନେଇ ଏକ ମହାନ୍ ବ୍ୟକ୍ତିତ୍ବର ପରିଚୟ ପ୍ରଦାନ

କରୁଥିବା ବ୍ୟକ୍ତି ଜାତୀୟତାର ମହାନ୍ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ଜନସାଧାରଣଙ୍କ ର ସୁଖ

ସମୃଦ୍ଧି ନିମିତ୍ତ ସବୁ କିଛି କରିପାରେ।

ଜଣେ ବ୍ୟକ୍ତି ର ଆଦର୍ଶ ଗଠିତ ହୋଇଥାଏ ତା' ପରିବାର ଠାରୁ।

 ପିତା ମାତା,ଭାଇଭଉଣୀ ସମସ୍ତଙ୍କ

ଗହଣରେ ରହି ସେମାନଙ୍କ ଠାରୁ

ଭଲ କଥା ଶିକ୍ଷା କରିଥାଏ, ଯାହାକି

ପରବର୍ତ୍ତୀ ସମୟରେ ତାକୁ ମହାନ୍

କରିଥାଏ ‌।

  ମହାତ୍ମା ଗାନ୍ଧୀ, ଶାସ୍ତ୍ରୀ,ନେହେରୁ

ସୁବାସ ବୋଷ ଙ୍କ ଭଳି ମହାନ୍ ନେତା ମାନେ ନିଜ ନିଜ ପରିବାର

ଭିତରୁ ହିଁ ଆଦର୍ଶ କୁ ନିଜ ମୂଳ

ମନ୍ତ୍ର ରୂପେ ଗ୍ରହଣ କରିନେଇଥିଲେ।

   ଜଣେ ସଙ୍ଗୀତଜ୍ଞ ଯେପରି ନିଜ 

ସଙ୍ଗୀତ ପରିବାର ଭିତରୁ କଳାର

ଆଦର୍ଶ କୁ ଗ୍ରହଣ କରି ନେଇଥାଏ,

ଜଣେ ଚିତ୍ର କର ମଧ୍ୟ ଚିତ୍ରକଳା ପରିବାର ଭିତରୁ ଚିତ୍ର ଦୁନିଆକୁ ଟାଣି

ହୋଇଯାଇଥାଏ। ପିତା ର ଦେଶପ୍ରେମ ,ମାଆର ଆଧ୍ୟାତ୍ମିକତା ଏ

ସମସ୍ତ ପ୍ରତିଫଳିତ ହୋଇଥାଏ ସନ୍ତାନ ଉପରେ। ପରିବାରର ଉତ୍ତମ

ଅନୁଶାସନ ପିଲାକୁ କୁପଥ ପ୍ରତି ନେଇ ନଥାଏ। ପରିବାରର ଆଦର୍ଶ

ସମାଜର କଲ୍ୟାଣ ଦିଗରେ

ନିଜକୁ ଉତ୍ସର୍ଗ କରିବା ମନୋବୃତ୍ତି

ସୃଷ୍ଟି କରିଥାଏ। ଉତ୍ତମ ଶିକ୍ଷା ଦାନ

ସାଙ୍ଗକୁ ସମୟାନୁବତ୍ତିତା, ସତ୍ୟବାଦୀତା,ଉତ୍ତମ ବ୍ୟବହାର

ଆଦର୍ଶ ହେବା ପାଇଁ ଖୋରାକ

ଯୋଗାଇଥାଏ‌।ଯାହା  କି ଦେଶ ଓ

ଜାତିର ଅଗ୍ରଗତି ଦିଗରେ ଜଣେ

ମଣିଷ କୁ ମଣିଷ ରୂପରେ ଦଣ୍ଡାୟମାନ କରିଥାଏ।

ମହାମାନବ ମହାତ୍ମା ଗାନ୍ଧୀ ହେଉଛନ୍ତି ତା'ର ଜ୍ଵଳନ୍ତ ଉଦାହରଣ।

ଅତଏବ ପ୍ରତ୍ୟେକ ପରିବାର ନିଜ

ପରିସର ଭିତରେ ଆଦର୍ଶ ଧାରା ସୃଷ୍ଟି

କରିବା ଉଚିତ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

କାର୍ତ୍ତିକର ଅନ୍ତଃସ୍ୱର

 ...ସ୍ମୃତି ଚୌହଦୀରେ କାର୍ତ୍ତିକ ମାସ...

        ମୋ କୁନି ଆଖିରୁ ନିଦ ଛାଡ଼ୁ ଛାଡ଼ୁ ଫର୍ଚ୍ଚା ଦିଶିଯାଏ ଚାରିଆଡ଼..। ଚଉରାମୂଳ ବି ସଜେଇ ହେଇସାରିଥାଏ ରଙ୍ଗବେରଙ୍ଗ ମୁରୁଜରେ । ମୋ' ପାଇଁ ଆଉ ଜାଗା ନଥାଏ । ମୁଁ ମନଦୁଃଖ କରେ । ବଡ଼ମାନେ ବୁଝେଇ ସୁଝେଇ ମୁରୁଜ ପକେଇବାକୁ କହନ୍ତି । ମୋ କୁନି ଟିପରେ କ'ଣ କେତିକି ମୁରୁଜ ଯାଏ କେଜାଣି ମେଞ୍ଚା ମେଞ୍ଚା ପଡ଼ି ବିଲେଇ ରାମ୍ପୁଡ଼ିଲା ପରି ଦିଶେ । କିନ୍ତୁ ଅନ୍ୟମାନେ କହନ୍ତି ବଢ଼ିଆ ହେଇଛି ! ବୋଧେ ସେଇ 'ବାହାଃବା' ମତେ ଆଜି ଗୋଟେ ଚିତ୍ରଶିଳ୍ପୀ ବନେଇଦେଇଛି..!! ଚାହୁଁ ଚାହୁଁ ଆସିଯାଏ ଦୀପାବଳି..! ଶ୍ରାଦ୍ଧ ପଡ଼ିବ ବୋଲି ସମସ୍ତେ ବ୍ୟସ୍ତ ଦିନସାରା-ମୁଁ ବୁଝିପାରେନି; କିନ୍ତୁ ଖାଲି ବୋଲହାକ କରିପକାଏ । ଏତେ ଲୋକରେ କି ଖୁସି..!! ଖାଲି 'ବଡ଼ବଡ଼ୁଆ ହୋ' କହିଲା ବେଳକୁ କାଉଁରିଆ ପଛପଟୁ ଏତେ ଧୂଆଁ ବାହାରେ ଯେ ମୁଁ ବିକଳରେ ତାକୁ ଚାହିଁଥାଏ- ଗୁରୁଜନମାନେ ଶିଖେଇଦିଅନ୍ତି କେମିତି ଧରନ୍ତି ସେ କାଠି, କେମିତି ପ୍ରାଣଭରେ ଡାକନ୍ତି ପୂର୍ବପୁରୁଷମାନଙ୍କୁ..ମତେ କିଛି ଶୁଣାଯାଏନି..କ'ଣ ସେମାନେ 'ବଡ଼ବଡ଼ୁଆ ହୋ' ପଦ ପରେ ଗାଆନ୍ତି-- କିନ୍ତୁ ମୁଁ ସେଇ ସ୍ଵରରେ ଲହରେଇ କେତେ କ'ଣ ଗାଇଯାଏ ! ସେଇ ବର୍ଷକୁ ଥରେ ଦେଖିବାକୁ ପାଏ କେତେ କେତେ ଗୁରୁଜନମାନଙ୍କୁ..ସେତେବେଳେ 'ଈଶାଣ' କ'ଣ, 'ବଡ଼ବଡ଼ୁଆ' କ'ଣ କିଛି ମୁଣ୍ଡରେ ପଶୁନଥିଲା..ଆକାଶକୁ ସମସ୍ତେ କାଉଁରିଆ ଦେଖାଇ ଚାହିଁଲାବେଳେ ମୁଁ ଖୋଜୁଥିଲି 'ଜହ୍ନମାମୁଁ'କୁ..ଧେତ୍ ! କେଡ଼େ ବୋକା ଥିଲି ମୁଁ ?! ଅମାବାସ୍ୟାରେ ମାମୁଁ କୁଆଡ଼ୁ ଆସିବେ ?? "ଆ କା ମା ବୈ.." ଏତିକି ପାଟିରେ ପଶୁଥିଲା । ସେତିକି ଯଥେଷ୍ଟ ଥିଲା ସେତେବେଳେ.. ବୋଧେ ସେଇ 'ଯଥେଷ୍ଟ' ମତେ ଆଜି ମୋ ସଂସ୍କୃତିକୁ ଜାଣିବାକୁ-ବୁଝିବାକୁ-ପାଳନ କରିବାକୁ 'ସଚେଷ୍ଟ' କରିଦେଇଛି ।

          ଏବେ ବୁଝିପାରୁଛି କେତେ ପୁଣ୍ୟ କରିଥିଲା 'କୃତ୍ତିକା', ଗୋଟେ ମାସକୁ ଜାବୁଡ଼ି ଧରିଛି ଆଧ୍ୟାତ୍ମିକତାର  ରଜ୍ଜୁରେ..ଦୁର୍ଲ୍ଲଭ ମହାପ୍ରସାଦର ବାସ୍ନାରେ..ପ୍ରେୟସୀ ରାଧାର ପାଦଦର୍ଶନରେ..ନିତ୍ୟ ରାଧାଦାମୋଦର ବେଶରେ..ମହ ମହ ହବିଷ ଭାତରେ..ମିଞ୍ଜି ମିଞ୍ଜି ଆକାଶ ଦୀପରେ..ମୋ ଓଡ଼ିଆକୁଳର ଗର୍ବଗୌରବ-ଐତିହ୍ୟ ସିଞ୍ଚିତ ବୋଇତ ବନ୍ଦାଣରେ...।।


ପ୍ରିୟରଞ୍ଜନ ସାହୁ
ରସୁଲଗଡ଼,ଭୁବନେଶ୍ୱର

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy