✍ହରିହର ଭୂକ୍ତା
ଜୟ ଜଗନ୍ନାଥ
ଜଗତ ଠାକୁର
ଜଗତର କୃପାସିନ୍ଧୁ
ଜଗତର ଦୁଃଖ ଶୁଣିବା ନିମନ୍ତେ
ଜଗତର ଦୀନବନ୍ଧୁ ।
ଜଗତି ଉପରେ
ଜଗନ୍ନାଥ ସ୍ବାମୀ
ଜଗତ ବ୍ରହ୍ମାଣ୍ଡ ପତି
ଜଦୁବଂଶ ନାଥ ଦ୍ବାରିକା ନୃପତି
ଜୟହେ ସୁଦାମା ସାଥୀ ।
ଜମୁନା କୂଳରେ
ଜହ୍ନ ଆଲୋକରେ
ଜୟ ରାଧା ଚିତ ଚୋର
ଜନ ମନ ହରି ଗୋପରେ ଶ୍ରୀହରି
ଜୟ କଲ ପୁରନ୍ଦର ।
ଜଗତ ଶ୍ରୀହରି
ଜଳନିଧି କୂଳେ
ଜଗନ୍ନାଥ ନାମେ ଖ୍ୟାତ
ଜୟ ଜଗନ୍ନାଥ ବ୍ରହ୍ମାଣ୍ଡ କମ୍ପଇ
ଜନମୟ ରଥ ଯାତ ।
ରାକସ,ତାଳଚେର,ଅନୁଗୋଳ
No comments:
Post a Comment