Wednesday, November 11, 2020

ଭାବନା ପ୍ରେମର

✍ଶୁଭ୍ରାଂଶୁ ଭୂଷଣ ମେହେର 

ମୋ ମନ ଆକାଶେ ଜହ୍ନ ହୋଇ ତୁମେ 

ପ୍ରେମ ଜ୍ୟୋସ୍ନା ଦେଲ ଢାଳି 

ଗଗନ ବୁକୁରେ ଦିବାକର ମୁହିଁ 

ମୋ କିରଣ ଦେଲି ବୋଳି l

ମନ ଉପବନେ ଫୁଟି ଗଲ ତୁମେ 

ସୁଗନ୍ଧ ସୁମନ ହୋଇ 

ତୁମ ମହକରେ ମୁହିଁ ହେଲି ବାଇ 

ଆଗୋ ମୋର ପ୍ରାଣ ସହି l

ରୁପସୀ ପ୍ରିୟା ମୋ ତୁମ ରୂପ ଗୁଣେ 

ମୁଁ ହୋଇଗଲି ବାଇ 

ଆକାଶରେ କୋଟି ତାରକାର ଜ୍ୟୋତି 

ତୁମେ ମୋର ଚାନ୍ଦମୁହିଁ l

ମୃଗ ନୟନୀ ଗୋ ତୋ ବାଙ୍କ ଚାହାଁଣି 

ମୋତେ କି କିମିଆ କଲା 

ତୋର ପ୍ରେମ ଡୋର ମୋତେ ଛନ୍ଦିଦେଲା 

ମନ ଏକ ହୋଇଗଲା l

ଯୁଗ ଯୁଗର ମୋ ସାଥି ସହଚରୀ 

ଭୁଲି ନ ପାରୁଛି ତୋତେ 

ଛାଡି ଏବେ କାହିଁ ଦୂରେ ଚାଲିଗଲୁ 

ଏକା କରିଦେଇ ମୋତେ l


ମୁଁ /ପୋ -ସାଲେପାଲି 
ଭାୟା -ଜରାସିଂହା 
ଜିଲ୍ଲା -ବଲାଙ୍ଗିର 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy