Sunday, March 21, 2021

ଆମ ଚାଷୀପୁଅର ସମସ୍ୟା.. ସମାଧାନ ର ବାଟ?

Il ଜୟ ଜଗନ୍ନାଥ ll
(ପ୍ରସଙ୍ଗ ଆମ ଚାଷୀପୁଅର ସମସ୍ୟା.. ସମାଧାନ ର ବାଟ? ବାସ ଚଷା ପୁଅ ମୁଁ ମୋ ମନକୁ ଏମିତି ଆସିଲା ଆଉ ତାକୁ ରୂପାନ୍ତରିତ କଲି ଖୁଦ୍ର ନାଟକ ମାଧ୍ୟମ ରେ
ଏକାଙ୍କିକା - ଅନ୍ତସ୍ୱର 

-ଆରେ ନଟ କେମିତି ଅଛୁ? ଅନେକ ଦିନପରେ ତତେ ଦେଖୁଛି l
-ଭଲ ଅଛି ସାର l ବିଲଡର ସେଠି ଜାଗା ମାଡ଼ିବସିଲେ l ଏବେ ସାର ଏଇ ସାଇରେ ଆରମ୍ଭ କରିଛି l
-ଭଲ କଲୁ l କଣ କରିବା ମାଫିଆ ଆଉ ବିଲଡରମାନଙ୍କ ରାଜ ତ ଚାଲିଛି ଏବେ l ହଉ ଶୁଣୁ ସଚିକାନ୍ତଟା ସହ ବହୁ ଦିନ ହେଲା ଭେଟ ହେଇନି l ଆଜି ଯିବା ଚାଲ ତା ଆଡ଼େ l
-ହଉ ସାର l ରୁହନ୍ତୁ ମୁଁ ଦୋକାନ ବନ୍ଦ କରିଦିଏ l ମୋର ବି ବହୁତ ଇଛା ହଉଥିଲା l ନାଇଁ ସୁର ଭାଇ କ୍ଷୀର ଆଜି ସରିଗଲା l କାଳିଆ ଦୋକାନକୁ ଯାଆନ୍ତୁ ଖୋଲା ଅଛି l ସାର ଯିବା ଚାଲନ୍ତୁ l
-ଚାରି ପାଞ୍ଚ ଦିନ ତଳେ ସଚି ର ଫୋନ କୁ ଲଗଉଥିଲି ସ୍ବିଚ ଅଫ ଥିଲା l
-ଭୋଳା ଲୋକ ଆଜ୍ଞା ଭାବନା ଭିତରେ ଯଦି ଥରେ ପଶିଗଲେ ନିଷ୍କର୍ସ ନବାହାରିବା ପର୍ଯ୍ୟନ୍ତ ବାସ ସେଇଠି ଫସିକି ରହିଥିବେ l
-ଲୋକଟା ଉପରେ ମୁଁ ଚିଡ଼େ ସିନା କିନ୍ତୁ ସଂସ୍କୃତି ପ୍ରେମୀ ଆଉ ସଂସ୍କାର ଧର୍ମୀ ମଣିଷଟା ସେ l
-କଲିଂ ବେଲ ମାରି ଦେଖ ବାବୁ ଭୋଳାନାଥ କଣ କରୁଛନ୍ତି l
-ସାର ବାପୁ ଅଗଣା ରେ ବସି ପେପର ପଢୁଛନ୍ତି l
-ଆରେ ଦେଖିଲ କିଏ ବେଲ ମାରୁଛି l
-ଦେଖୁଛି l
-ନମସ୍କାର ଭାଇନା l
-ସଚି କଣ କରୁଛି?
-ଭିତରକୁ ଆସନ୍ତୁ ସେ ଅଗଣାରେ ବସିଛନ୍ତି l
-ବଦ୍ରି ଭାଇନା ଜୟ ଜଗନ୍ନାଥ l ଆରେ ନଟ କେମିତି ଅଛୁ l
-ହଁ ବାପୁ ଭଲରେ ଅଛି l
-ଆଉ ଭାଇନା ତମେ?
-ମୋର ଆଉ କଣ ପୁଅ ବୋହୁ ଆସିଥିଲେ ଗଲା ମାସ ରେ ଫେରିଗଲେ l ବାସ ଏକୁଟିଆ ଆଉ କଣ କରିବି l ମେଡ଼ ଆସୁଛି ଫୁଟେଇ ଦେଇ ଯାଉଛି l
-କଣ କରିବା ଆଉ ଭାଇନା ଏଇ ତ ଜୀବନ l ସକାଳୁ ଏଇ ପେପର ଟା ପଢ଼ୁଥିଲି ଯେ ମନ ଟା ଚହଲିଗଲା l ଧାନ ଅଭାବି ବିକ୍ରି ପାଇଁ ଗୋଟେ ନାଟ ଚାଲିଛି l ବିତର୍କ ତର୍ଜମା ଟିଭି ମିଡ଼ିଆ ବିଧାନ ସଭା ଚାରିଆଡ଼େ ଚାଲିଛି କିନ୍ତୁ ଫଳ ଶୂନ l
-ହଁ ସଚିକାନ୍ତ ଚାଷୀ ଟି ଆଜି ଗୋଟେ ଅଜଣା ଅନିଶ୍ଚିତତା ଭିତରେ ତା ଦିନ ବିତଉଛି l
-ଏଥିପାଇଁ ଦାୟି କିଏ ସାର l ସରକାର କହୁଛନ୍ତି କରୁଛନ୍ତି ବିରୋଧୀ କହୁଛନ୍ତି କିଛି କରୁ ନାହାନ୍ତି l ଏମିତି ଅବସ୍ଥା ରେ ଏ ସମସ୍ୟା ର ସମାଧାନ ହବ କେମିତି?
-ହବ l ଆମେ ସବୁ ଚାହିଁଲେ ହବ l
-ଭାଇନା ଏଇଟା ତମର ଆଉ ନଟ ର l ଆଙ୍କର ବିନା ଚିନି l ତମ ପାଇଁ କଣ କରିବି?
-ଆରେ ଆଜି ଗାଁ ଚାଉଳ ସେ ଯୋଉ ଚମ୍ପା ଧାନ ଚାଉଳ ଆଣିଥିଲି l ତାକୁ କରିଦିଅ ଆଉ ତା ସାଙ୍ଗକୁ ତମ ଘରୁ ଯୋଉ ମୁଗ ଆସିଥିଲା ଡାଲିକରିଦିଅ l
-ହଉ l
-ଆରେ ବୋହୁ ଇଏ କଣ ରାତିରେ ଭାତ ଖାଉଛି?
- ରାତି ମାନେ ତାଙ୍କର ଦି ଓଳି ଭାତ l ଛୁଟିଦିନରେତ ତିନି ଓଳି l
-ସଚିକାନ୍ତ ତମର ପରା ଡାଏବେଟିସ l
-ହଁ ତ କଣ ହେଲା ସେଉଠୁ?
-ଭାତ ଏତେ ଥର ଯେ?
-ସେଇଠି ତ ଭାଇନା କଥା l ଆଜି ଯୋଉ ଅଭାବି ଧାନ ବିକ୍ରି ହଉଛି ତାର ମୂଳ ସମସ୍ୟା ଟିହିଁ ସେଇଠି ଲଟକିଛି l
-ମାନେ?
-ମତେ କୁହ ଆମ ଓଡିଶା କୁ ଛାଡିଦେଲେ ଆଉ କୋଉ ରାଜ୍ୟରେ ଅଭାବି ବିକ୍ରି ର ନଜିର ଅଛି କି?
-ନା l
-କାହିଁକି ନାହିଁ?
-ତାଙ୍କ ସରକାର ସବୁ ବ୍ୟବସ୍ଥା କରୁଛନ୍ତି l
-ବାଃ ରେ ଓଡ଼ିଆ ବାଃ l ଓଡ଼ିଆ ଏଇଠି ମାଡ଼ ଖାଇଲା ହା ହା ହା l ଯାହା କରିବେ ଖାଲି ସରକାର କରିବେ ଆଉ ଆମେ ଓଡ଼ିଆ କିଛି ନକରି ମାଗିଖିଆ ଭଳିଆ ଆଁ ଟା କରି ଜମାଖାତା ଖୋଲି ମାହାଳିଆ ମାଲ କୁ ଅନେଇକି ବସିଥିବା l
-ବାପୁ କିଛି ମୁଣ୍ଡରେ ପଶୁନି ଯେ!!!
-ଏବେ ମୁଁ ଯାହା କହୁଛି ଶୁଣୁ ଆଉ ମୁଣ୍ଡରେ ପୁରା ହେଲା l
-ହଉ ସାର କୁହନ୍ତୁ l
-ରୁଟି କୋଉଥିରୁ ତିଆରି ହୁଏ?
-ଅଟାରୁ ଆଉ ଅଟା ଗହମ ରୁ l
-ଗହମ କୋଉ ରାଜ୍ୟମାନଙ୍କରେ ପ୍ରଧାନତଃ ଚାଷ କରାଯାଏ?
-ଉତ୍ତର ଆଉ ପଶ୍ଚିମ ଭାରତ ରେ l
-ସେଠିକାର ଲୋକମାନଙ୍କର ମୂଳ ଖାଦ୍ୟ କଣ?
-ରୁଟି ହେଲାସେମାନଙ୍କର ମୂଳଖାଦ୍ୟ l
-ଧାନ କୋଉ ରାଜ୍ୟର ମୂଳ ଚାଷ l
-ହା ହା ହା ଆମ ଓଡିଶାର l
-ଆରେ ମୁର୍ଖ ଖାଲି କଣ ଓଡିଶା l ଆମ ରାଜ୍ୟ ବାଦ ଦକ୍ଷିଣ ଭାରତ ପଶ୍ଚିମ ବଙ୍ଗ ଉତ୍ତର ପୂର୍ବ ରାଜ୍ୟ ଆସାମ ଅଗରତଳା ମଣିପୁର ସିକିମ ଆଦି ରାଜ୍ୟରେ ବି ଧାନ ଚାଷ ହେଉଛି ମୂଳ ଚାଷ l
-ଏବେ କହ ନଟ ସେ ରାଜ୍ୟଗୁଡିକରେ ଧାନ ର ଅଭାବି ବିକ୍ରି ସମସ୍ୟା ଅଛି କି?
-ନା ତ ସାର l
-ଆଉ ଆମ ଓଡିଶା ରେ?
-କଣ ଆଉ କହିବି ସାର ଆମ ଚାଷୀକୁଳ କାନ୍ଦୁଛି l ଧାନ ରୁ ଗଜା ବାହାରିଗଲେଣି l
-କଣ ପାଇଁ ସେଠି ନାହିଁ ଆଉ ଆମର ଏଠି ସମସ୍ୟା ରହିଛି ଏବେ ଜାଣିଲୁ?
-କଣ ପାଇଁ ସାର?
-ଆରେ ସେ ରାଜ୍ୟମାନଙ୍କରେ ତାଙ୍କର ମୂଳ ଖାଦ୍ୟ ହେଲା ଭାତ l ଚାଷୀ ତା ଧାନ ଅମଳ କଲା ସେଥିରୁ ଚାଉଳ କଲା ନିଜେ ଖାଇଲା ଆଉ ତା ରାଜ୍ୟର ଲୋକମାନଙ୍କୁ ବିକ୍ରି କରି ସେମାନଙ୍କୁ ବି ଖାଦ୍ୟ ଯୋଗେଇଲା l ଆଉ ରହିଲା ଉତ୍ତର ଭାରତ ପଶ୍ଚିମ ଭାରତ ଆଉ ପାହାଡି ରାଇଜ କଥା l ସେମାନଙ୍କର ମୂଳ ଖାଦ୍ୟ ହେଲା ରୁଟି l ମୂଳ ଚାଷ ଗହମ l ନିଜେ କଲେ ନିଜେ ଖାଇଲେ ଆଉ ବଳକା ନିଜ ରାଇଜ ରେ ଅଣ ଚାଷୀମାନଙ୍କୁ ବିକିଲେ ଆଉ ବାହାରକୁ ବି ରପ୍ତାନି କଲେ l ସେଠି ଅଭାବି ବିକ୍ରି ସମସ୍ୟା ଆସିବ କୋଉଠୁ l
-ସତରେ ତ ଭାଇନା ବିନା ସରକାରୀ ସହାୟତା ରେ ତାଙ୍କର ସମସ୍ୟା ସେମାନେ ସୁଲଝାଇ ପାରୁଛନ୍ତି l ହେଲେ ଆମେ କାହିଁକି କରିପାରୁନେ?
-ଦେଖ ନଟ ସେମାନେ ହେଉଛନ୍ତି ଆତ୍ମ ନିର୍ଭରଶୀଳ l ଆଉ ଆମେ? ଭାଇନା ଏବେ ମତେ କଣ କହୁଥିଲେ ଭାତ ତିନି ଓଳି ଖାଉଛ l ଦେହ ଖରାପ ହବ l
ଆରେ ମୋତେ ଏବେ ଅଠାବନ ବର୍ଷ ହେଇଗଲା l ହଁ ଡାଏବେଟିସ ରହିଛି l କିନ୍ତୁ ଚାଲିଛି l କିଏ କେତେବେଳେ ଘରକୁ ଯିବ ସେ କଥା ନା ତୁ ଜାଣିଛୁ ନା ମୁଁ ନା ଅନ୍ୟ କେହି l ନା ରୁଟି ଖାଇ ଦେଲେ ଶହେ ବର୍ଷ ବଞ୍ଚିଯିବି ଭାତ ଖାଉଛି ବୋଲି ଶୀଘ୍ର ମରିଯିବି l
-ନାଇଁ ସାର ସେ କଥା ନୁହଁ ଯେ l
-ଆଉ କୋଉ କଥା ଯେ? ଦକ୍ଷିଣ ଭାରତ ରେ ଆଉ ଉତ୍ତର ପୂର୍ବ ରାଜ୍ୟର ଲୋକମାନେ ତ ଭାତ ସବୁବେଳେ ଖାଆନ୍ତି ସେମାନଙ୍କୁ କେତେ ଡାଏବେଟିସ ହଉଛି? ସେମାନେ କଣ ବେଶିଦିନ ବଞ୍ଚୁ ନାହାନ୍ତି?
-ହଁ ତ ଭାଇନା ସତ କଥା l
-ଆରେ ସେମାନେ ଆମଠୁ ଆହୁରି କର୍ମଠ କର୍ମଯୋଗୀ l ସେମାନେ ଆତ୍ମନିର୍ଭରଶୀଳ ନିଜ ଦ୍ୱାରା ଉପାର୍ଜନ ଶସ୍ୟ କୁ ସେମାନେ ନିଜ ଭିତରେ ବିନିଯୋଗ କରୁଛନ୍ତି l ଆଉ ଆମ ଓଡ଼ିଆ? ଉତ୍ପାଦନ କରିବୁ ଧାନ ଆଉ ଖାଇବୁ ଗହମ ପୁଣି ବାହାର ରାଜ୍ୟରୁ ଆମଦାନୀ କରି l କି ବିଜ୍ଞ ଆମେ ରେ ଓଡ଼ିଆ l ବଂଚିବା ପାଇଁ କି ଲୋଭ l ଛି ଛି ଛି... ଲଜ୍ୟା ଲାଗୁଛି ନିଜକୁ ଚାଷୀପୁଅ କହିବାକୁ l ସକାଳେ ରୁଟି ଲଞ୍ଚ ରେ ରୁଟି ଡିନର ରେ ରୁଟି.. ବାଃ ବାଃ ରେ ଓଡ଼ିଆ l
-ସତରେ ତ ଭାଇନା ଧାନ ଆମର ମୂଳ ଚାଷ ହେଲେ ତାକୁ ଆମେ ନିଜେ ବ୍ୟବହାର ନକରି ଆମେ ବାହାର ରାଜ୍ୟରୁ ଗହମ କିଣି ଖାଉଛେ l
-ଆରେ ନଟ ଖାଲି କଣ ଆମେ ସହରୀ ଲୋକ ଯା ଦେଖିବୁ ଯୋଉ ଚାଷୀ ଆଜି  ଅଭାବି ବିକ୍ରି ଅଭାବି ବିକ୍ରି କହି ଚିତ୍କାର କରୁଛି ସେ ବି ତା ମୂଳ ଖାଇବା ରୁଟି କରି ଦେଇଛି l କଣ ନା ରୁଟି ଖାଇଲେ ଦେହ ସୁସ୍ଥ ରହିବ ଅଧିକ ଦିନ ବଞ୍ଚିବ l 
- ଠିକ କଥା ସାର ଆମେ ତ ଆମ ଉପାର୍ଜନ ଆମେ ଖାଇବାନି ବାହାରୁ ଆଣି ଅନ୍ୟ ଉପାର୍ଜନ ଖାଇବା l ଉତ୍ତର ପଶ୍ଚିମ ପାହାଡିଆ ଲୋକ ତ ଭାତ ପ୍ରାୟେ ଖାଆନ୍ତିନି ସେମାନେ ବା ଆମ ଧାନ କଣପାଇଁ କିଣିବେ l ରହିଲା ଦକ୍ଷିଣ ଆଉ ଉତ୍ତର ପୂର୍ଵ ଲୋକମାନେ ସେମାନେ ଧାନ କଲେ ଆଉ ଚାଉଳ କରି ନିଜେ ଖାଇଲେ ଆଉ ତାଙ୍କ ରାଜ୍ୟର ଅଣଚାଷି ଆଉ ସହରୀ ଲୋକମାନଙ୍କୁ ବିକିଲେ l ସେମାନେ ବି ଆମ ଧାନକୁ କଣ ପାଇଁ କିଣିବେ? ସତରେ ସେମାନେ ଆତ୍ମନିର୍ଭରଶୀଳ l
-ଆଉ ଆମେ ଓଡ଼ିଆ ଆମ ଉତ୍ପାଦିତ ଧାନକୁ ଶାଗ ମାଛ ଦର ରେ ଦଲାଲ ମାଫିଆଙ୍କୁ ବିକି ସୁନା ଦର ରେ ଅନ୍ୟ ରାଜ୍ୟ ଦଲାଲ ଙ୍କ ଠାରୁ ଗହମ କିଣି ରୁଟି ଖାଇବା l କଣ ନା ବଡ଼ି ଫିଟନେସ ରହିବ l ଅନ୍ୟ ଭାତୁଆ ରାଜ୍ୟ ଲୋକମାନେ ଯେମିତି ଟୋକାବେଳୁ ମରିଯାଉଛନ୍ତି l ଛି ଛି ଛି.. I କହିଲେ କୁଳ କୁଟୁମ୍ବକୁ ଲାଜ ନା ନକହିଲେ କୁଳ ଭାଷି ଯାଉଛି l
-ତମେ ଠିକ କହିଛ ସଚିକାନ୍ତ l ଆମ ରାଜ୍ୟରେ ସାଢ଼େ ତିନିକୋଟି ଲୋକ l ଯଦି ଆମେ  ଆମ ଉପାର୍ଜିତ ଧାନ ରୁ ଭାତ କରି ଆମେ ଆମର ପ୍ରଧାନ ମିଲ ଭାବେ ସବୁବେଳେ ଖାଇପାରନ୍ତେ ତେବେ ମୁଁ ଭାବୁଛି ଆଜି ଯୋଉ ଧାନର ଅଭାବି ବିକ୍ରି ସମସ୍ୟା ଦେଖାଦେଇଛି ତାହା ଆପେ ଆପେ ଦୂର ହେଇଯିବ l ଚାଷୀ ନିଜେ ଖାଇ ତା ବଳକା ଧାନରୁ ଚାଉଳ କରି ଅଣଚାଷି ଆଉ ଆମ ସହରୀ ଲୋକମାନଙ୍କୁ ଉଚିତ ମୂଲ୍ୟ ରେ ଯୋଗେଇପାରିବ l ଏମିତି କଲେ ବାହାର ରାଜ୍ୟରେ ଆମ ଉପାର୍ଜନର ଚାହିଦା ବଢ଼ିବ l ସରକାରଙ୍କ ଉପରେ ଚାପ ସୃଷ୍ଟି ହେବନି l ବରଂ ସରକାର ଚାଷୀଙ୍କୁ ଚାପ ଶୂନ୍ୟ ହୋଇ ଆହୁରି ଉନ୍ନତମାନର ଯୋଜନା କରି କୃଷକମାନଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାକୁ ଆନ୍ତରିକତା ଦେଖାଇବେ l
-ବଡ଼ କଥା ସାର ଆମେ ଆତ୍ମନିର୍ଭରଶୀଳ ହୋଇ ସ୍ୱାଭିମାନୀ ଭାବେ ବଞ୍ଚି ପରିବା l କାହା ଦୁଆରେ କି କାହା ପାଖରେ ହାତ ପତେଇବାନି l     
ସତରେ ବାପୁ you are great.. ଆମ ସମସ୍ୟା ର ହାଲ ଆମ ପାଖରେ ହେଲେ ଆମେ ନିଜ ଦୋଷ କୁ ସ୍ୱୀକାର ନକରି ଅନ୍ୟ ଉପରେ ଦୋଷ ଦେଇଚାଲିଛେ l 
-ଏବେ କୁହ ଭାଇନା ମୁଁ ଚଷା ପୁଅ ଜମି ମୋର ବେଶି ନାହିଁ ଛଅ ଏକର ଖଣ୍ଡେ ହବ l ସେଥିରୁ ଧାନ ଅମଳ ହୁଏ l ଭlଗେଇ ଖାଏ ଆଉ ମୁଁ ଆଉ ମୋ ନାଗବଂଶର ସମସ୍ତ ପରିଜନ ଭାତ ଖାଆନ୍ତି l କିଛି ନାହିଁ ମୋ ଜେଜେ ମଧୁଆ ବୁଢ଼ା ସତୁରି ପରେ ଆଉ ମୋ ବାପା ସତାଅଶୀ ବର୍ଷରେ ନିଜ ଘରକୁ ଗଲେ ଆଉ ମୁଁ ଏବେ ଅଠାବନ ରେ l ଭାତ ଖାଉଛୁ ସୁସ୍ଥ ଅଛୁ l ଆଉ କିଛି ଦିନ ଚାଲିଗଲେ ବାସ.. ଜୀବନ ଏଇମିତି ଜିଇଁ ନେବାରେ ବାସ ଆନନ୍ଦ ପାଇଚାଲିଛି ମୋ ନାଗବଂଶ l  ଏମିତି କରି କିଛି ଆମେ ଭୁଲ କରୁନୁ ତ ଭାଇନା?
-ସତରେ ସଚିକାନ୍ତ ତମେ ଆଜି ଆମ ସମସ୍ତଙ୍କର ଆଖି ଖୋଲି ଦେଇଛ l ଆତ୍ମନିର୍ଭରଶୀଳ ଆଉ ସ୍ୱାଭିମାନୀ ହୋଇ ବଞ୍ଚିବାର ବାଟ ଦେଖେଇ ଦେଇଛ l ଆମ ସମସ୍ୟା ର ହାଲ ଆମେ ଶୁଝେଇ ପରିବା l
-ବାପୁ ଆପଣ କଥା ହବା ଭିତରେ ମୁଁ ଗାଁ କୁ ମୋ ବାପାଙ୍କୁ ଫୋନ କରି କହିସାରିଲାଣି କି ମଣ୍ଡିରୁ ଆମ ଧାନ ଗାଡ଼ି ଘରକୁ ଫେରେଇ ନେଇ ଚାଉଳ କରିବେ l ଆଜିଠୁ ଆମ ଘରେ no ଅଟା ସମସ୍ତେ ଆମର ଭାତ ଖାଇବେ ଆଉ ବଳକା ଚାଉଳ ବିକିବେ l
-ହା ହା ହା ହା ସlବାସ ନଟ ଓଡ଼ିଆ ପୁଅ ଆଜି ଆତ୍ମନିର୍ଭରଶୀଳ l
-ଖୁସି ଲାଗିଲା ଭାଇନା କି ଆପଣ ଆଜି ମୋ କଥାକୁ ଗ୍ରହଣ କରିଛନ୍ତି l
-ଆରେ ସଚିକାନ୍ତ ଖାଲି ମୁଁ ନୁହଁ ମୁଁ ଆଜି ସବୁ ଓଡ଼ିଆଙ୍କୁ କହିବିକି ନିଜ ଉପାର୍ଜିତ ଧନ କୁ ଆଗେ ନିଜେ ବିନିଯୋଗ କର.. ଆତ୍ମନିର୍ଭରଶୀଳ ହୋଇ ସ୍ୱାଭିମାନୀ ଓଡ଼ିଆ ହୋଇ ଜିଇଁବା ପାଇଁ ନିଜ ଜୀବନ ରେ ବ୍ରତି ହୁଅ ଓ ଅନ୍ୟ ପାଇଁ ପ୍ରେରଣାଦାୟୀ ହୋଇ ରୁହ l
-ରୋଷେଇ ସାରି ଛାଲି ପକେଇଲେଣି ଭାଇନାଙ୍କୁ ଆଉ ନଟ କୁ ଡାକି ଆସ l
-ଭାଇନା ଆସ ହାତ ଧୋଇବ l
-କଣ ଆଜି ରାତ୍ରି ଭୋଜନ...
-ଆମରି ଘରେ.. ଦେବଂଶୀର ଏକା ଜିଦ ଭାଇନା ଆଜି ଆମ ଘରେ ଖାଇବେ l
-ଆଜି ରବିବାର ନା...
-ଭାତ ମୁଗ ଡାଲି ଆଉ ଆମ ଗାଁ ପୋଖରୀ ସଉଳ ମାଛ ଝୋଳ..
-ଜୟ ଜଗନ୍ନାଥ
-ଜୟ ଓଡ଼ିଆ
-ହା ହା ହା ହା ହା..
-ଜୟ ଜଗନ୍ନାଥ

Monday, March 15, 2021

चलो करते हैं नेतागिरी

मेरी नई रचना।

चलो करते हैं नेतागिरी

यह एक हास्य-व्यंग्य कविता है जो जनता में नेताओं की आम छवि से प्रेरित है। सभी नेता इस कविता के दायरे में नहीं आते। किसी व्यक्ति विशेष नेता से इस कविता की कोई पंक्ति का मेल खाना एक महज इत्तेफाक है। बस लुफ़्त उठाए, प्रतिक्रिया दें और पसंद आएं तो शेअर करे।

ना किसी की जिम्मेदारी,
ना कभी की मगजमारी।
सबसे आसान काम,
चलो करते हैं, नेतागिरी।।

मगर, कुछ ख़ासियत है जरूरी,
आवाज़ में हो जरूरत से ज्यादा दम।
जज्बात हो जरूरत से थोड़े कम,
बस चाहिए दिखावे का थोड़ा सा गम।
सिर पर कोई बोझ ना हो, तो बेहतर है।
खाली, निकम्मे, नाकारे हो, 
तो वाह क्या बात है!

पढ़ाई में नहीं लगता है मन,
मेहनत से दुखता है तन बदन।
गणित, वाणिज्य, केमेस्टरी,
पड़ती है बहुत भारी।
छोड़ो पढ़ाई और शुरू कर दो, 
आजसे ही नेतागीरी।।

बड़ा ही आयाम है इस कर्मक्षेत्र का,
हर हुनरमंद को अपनाने-बसाने का।
चोर-उचक्का हो या गुंडा-मवाली,
उठाईगीर हो या बलात्कारी।
बेशक हो जेल में, या बेल पर हो।
नेता हर वक्त, मैदान पर हो,
यह कतई नहीं जरूरी ।
चार चमचों का साथ हो,
कुछ अक्ल से अंधों की बारात हो।
ज्ञान-संज्ञान की कुछ खास जरूरत नहीं,
एक अंगूठा हो बरकरार, बाकी सब सही।।

बस एक बार नेता बन जाओगे,
कभी ना कभी पार्षद, विधायक,
या सांसद, तो बन ही जाओगे ।
चुन कर आने की औकात नहीं,
कोई बात नहीं।
जारी रखो चमचागिरी,
पिछवाड़े से ही सही।
कभी ना कभी राजसभा में
तो घूस ही जाओगे।।

बस, फिर क्या बात है।
कभी जो पढ़ाकू थे,
जिनकी बदौलत क्लास में,
हर रोज आपको जूते पड़े ।
वो बने डाक्टर, इंजीनियर,
या सरकारी अधिकारी बड़े।
खूब लो हिसाब हर उस हिमाकत का,
आज वो आपके सलाहकार,
सचीव, पर्सनल असिस्टेंट बन खडे।

कमाल का पावर है नेतागिरी में।
बस एक बार बन जाओ नेता,
होगी पांचो उंगलियां घी में,
और सर कढ़ाई में।।

*****

'तीर' की कविता
कर्नल वसंत बल्लेवार

#तीरकीकविताए #poembyteer  #teerketeer

Monday, March 8, 2021

ନାରୀ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ (ପ୍ରବନ୍ଧ)

ନଳିନୀ ପ୍ରଭା ମିଶ୍ର
   We are volcanoes.when
We woman offer our experience as our truth,
as human truth ,all the
maps change.There are
new mountains.
     ଆମେ ନାରୀ ନାରୀ ଆମେ ଆଗ୍ନେୟ ଗିରି।ଆମେ ଯେତେବେଳେ
ଆମର ବାସ୍ତବ ତାକୁ ନେଇ ମାନବୀୟ ସମଧାରାରେ ସତ୍ୟତା ମାଧ୍ୟମରେ ନିଜ ଅନୁଭୂତି କୁ ଉପସ୍ଥାପିତ କରିଥାଉ,ସମସ୍ତ
ଭୌଗୋଳିକ ମାନଚିତ୍ର ପରିବର୍ତ୍ତିତ
ହୋଇଯାଇ ସେଠାରେ
ନୂତନ ପାହାଡ ସବୁ ସୃଷ୍ଟି ହୋଇ ଯାଏ।
    କହିବାକୁ ଗଲେ ନାରୀ ଏକ ତରଳ ଉଦଗୀରଣ। ତା'ର ଶକ୍ତି ଏତେ ପ୍ରବଳ ଯେ,ସେ ସାଜି ପାରେ
ମହିଷା ମର୍ଦ୍ଦିନୀ ସଂହାର କାରିଣୀ
ସେ ଆଦିଶକ୍ତୀ ଦୁର୍ଗା।ମାତୃରୂପୀ।
ତା'ର ଦୃଢ଼ ଯୁକ୍ତି ଆଗରେ ଯମରାଜ
ଦିନେ ମୁଣ୍ଡ ନୁଆଇଁ ଥିଲେ। ନାରୀ
ନ ଅରି ତା'ର କେହି ଶତ୍ରୁ ନାହିଁ।
ଜନନୀ, ଭଗିନୀ,ଜାୟା ତ୍ରିବିଧା
ରୂପରେ ସେ ସଂସାରକୁ ଧରି ରଖିଥାଏ। ତା'ର ଯୁକ୍ତି ଭିତରେ
ଅବାସ୍ତବତାର ସ୍ଥାନ ନଥାଏ।
ନିଜର ପ୍ରଗାଢ ଆତ୍ମ ବିଶ୍ବାସ ଭିତରେ
ଆତ୍ମ ଶକ୍ତିକୁ ଠୁଳ କରି ସେ ନାନା ଅସାଧ୍ୟ ସାଧନ କରିପାରେ। ଅତୀତ ର ପୃଷ୍ଠା ଉନ୍ମୋଚନ କଲେ
ନାରୀର ବହୁବିଧ ଗୁଣାବଳୀର
ଦୃଷ୍ଟାନ୍ତ ଆମ ଆଗରେ ଦଣ୍ଡାୟମାନ
ହୁଏ। 
    ଅତୀତ ଓ ବର୍ତ୍ତମାନ ଭିତରେ
ଯଥେଷ୍ଟ ପରିବର୍ତ୍ତନ ଆସିଛି।ଆଜିର
ନାରୀ ଘରର ଚାରିକାନ୍ଥ ଭିତରେ ଅବରୁଦ୍ଧ ନରହି ବାହାରିଆସିଛି
ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି।
ପୁରୁଷ ସହିତ ସମକକ୍ଷ ହୋଇ ପ୍ରତ୍ୟେକ କ୍ଷେତ୍ରରେ ନିଜ ପାରଦର୍ଶିତା କୁ ପ୍ରତିପାଦନ କରିପାରିଛି।ଜଳ, ସ୍ଥଳ, ଆକାଶ
ସର୍ବତ୍ର ସେ ନିର୍ଭୟରେ ନିଜକୁ କର୍ମ
କ୍ଷେତ୍ରରେ ଲଗାଇ ପାରୁଛି।
ସେ ବିଜୟିନୀ।ଦକ୍ଷ ସୁଶାସିକା ଭାବେ ଦେଶର ଶାସନ ଭାର ଗ୍ରହଣ
କରି ନିଜ ସାମର୍ଥ୍ୟ କୁ ବଜାୟ ରଖିଛି।ପୁରୁଷ ଭଳି ଅଧିକାର ଭୁକ୍ତ
ହୋଇ ଲୈଙ୍ଗିକ ବୈଷମ୍ୟତା ଦୂର
ହୋଇ 'feminism' ଆଜି ତୀବ୍ର
ବେଗରେ ମୁଣ୍ଡ ଟେକି ଉଠିଛି।
ମହିଳା ମାନଙ୍କ ସଶକ୍ତି କରଣକୁ
ନେଇ ଯେଉଁ ସବୁ ଦାବୀ ଉପସ୍ଥାପିତ
ହେଉଛି,ତା 'ଭିତରେ ସେମାନଙ୍କ
ରାଜନୈତିକ, ସାମାଜିକ ଏବଂ
ଆର୍ଥିକ ବିକାଶ ପ୍ରତି ଧ୍ୟାନ ଦେଲେ
ଆଜିର ଦିବସଟି ତା'ର ଯଥାର୍ଥତା
ବହନ କରିବ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ନାରୀ ରୂପେ ନାରାୟଣୀ

ସମୟ ସନନ୍ଦେ ଲେଖି ପାରୁ ତୁହି 
କେତେ ଅକୁହା କାହାଣୀ 
ସମ୍ପର୍କ ସହରେ ସଜାଉ ତୁ ପୁଣି 
ସପ୍ତରଙ୍ଗର ବିପ୍ପଣୀ 
ବୟସ ଓଢଣୀ ଟାଣି 
ଏରୁଣ୍ଡି ବନ୍ଧର ଉଭୟ ପାଖେ ତୁ 
ନାରୀ ରୂପେ ନାରାୟଣୀ

ନିରାଶା ମରୁରେ ମେଘ ମହ୍ଲାର ତୁ 
ଝରାଇ ଅଦିନେ ପାଣି 
ସାତସିଆଁ ତୋର ଦଦରା ପଣତ 
ଯମକୁ ବି ପାରେ ଜିଣି
ସାଜି ତୁ ଦିଗବାରେଣୀ 
ସଂସାର ସାଗର ମଝିରେ ଉଭା ତୁ 
ନାରୀ ରୂପେ ନାରାୟଣୀ 

ସ୍ୱାର୍ଥମେଧ ଯଜ୍ଞେ ଶେଷ ଆହୁତି ତୁ 
ଭିନ୍ନ ଏକ ଯାଜ୍ଞସେନୀ
ନିୟତି ନାଟକେ ନିଆରା ଚରିତ୍ର 
ଅହଲ୍ୟାରୁ ଦେବଯାନୀ 
ତ୍ୟାଗର ତୁ ତରଙ୍ଗିଣୀ 
ଭୂମି ଠାରୁ ଭୂମା ନାହିଁ ତୋ ଉପମା 
ନାରୀ ରୂପେ ନାରାୟଣୀ 

କୁଟୁମ୍ବ କୁମ୍ଭର ଅନ୍ତିମ ବୁଡ଼ ତୁ 
ମୃତ୍ୟୁପୁରେ ସଞ୍ଜିବନୀ
ସଜ ସକାଳର ସୁନ୍ଦର ରୂପ ତୁ 
ପ୍ରଦୋଷର ପ୍ରତିଧ୍ୱନି 
କେବେ ବେଦନାର ବହ୍ନି 
ଏନ୍ତୁଡ଼ି ମୋହରୁ ଜୁଇ ଲୁହ ଯାଏ 
ନାରୀ ରୂପେ ନାରାୟଣୀ

ଜୀବନ ବହିର ସୂଚୀପତ୍ର ସିଏ 
ଶ୍ରେଷ୍ଠ ଏକ ନିର୍ବାଚନୀ 
ସବୁ ରୂପେ ସେତ ଅତି ପରିଚିତ 
ଜାୟା ଜନନୀ ଭଗିନୀ 
ସୃଷ୍ଟି ସ୍ଥିତି ସଂହାରିଣୀ 
ଅସ୍ତିତ୍ବ ଯା ବିନା ଅନ୍ଧାର ରଜନୀ 
ନାରୀ ସେତ  ନାରାୟଣୀ 

ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

ନାରୀ

ସରୋଜ କୁମାର ସାହୁ

ଗଢି ତୋଳିଛନ୍ତି ଇଶ୍ବର ନାରୀକୁ
ସର୍ବ ଶକ୍ତିମାନ କରି
ଜଗତେ ଜିଣନ୍ତି ସଭିଁଙ୍କ ହୃଦୟ
ସ୍ନେହ ମମତାକୁ ଭରି ।
କେବେ ମାତା କେବେ ଭଗ୍ନୀ ରୂପେ
ବାନ୍ଧିଣ ସଂର୍ପକ ଡୋର
ତାଙ୍କରି ଶୃଙ୍ଖଳା ସଦାଚାର ଘେନି
ହସିଉଠେ ପରିବାର ।
ସାହିତ୍ୟ ବିଜ୍ଞାନ କଳାର କ୍ଷେତ୍ରରେ
ବଢାଇ ପ୍ରଗତି ହାତ
ରାଜ୍ୟଠାରୁ ଦେଶ ଅବା ବିଦେଶରେ
ହୋଇଥାନ୍ତି ସମ୍ନାନୀତ।
ଦକ୍ଷତା ବଳରେ ରଖନ୍ତି ବଜାଇ
ରାଜନିତୀର ସେ ମଙ୍ଗ
ରଣକ୍ଷେତ୍ରେ ଦେଖି ତାଙ୍କ ବୀରଦର୍ପ
ଶତ୍ରୁ ଦିଏ ଛତ୍ରଭଙ୍ଗ।
ଶିଳ୍ପ ଶିଳ୍ପୀ ପରି ସେବିକାରେ ପୁଣି
ସୃଷ୍ଟି କରି ଭିନ୍ନ ନାମ
ଦୁଃଖ କଷ୍ଟେ ପଡି ସେ ବି ଲୋଡନ୍ତି
ଦିନ ମଜୁରିଆ କାମ ।

ସରୋଜ କୁମାର ସାହୁ
ଖୁଣ୍ଟୁଣୀ,ଆଠଗଡ଼ ,କଟକ

ବିଶ୍ବ ମହିଳା ଦିବସରେ ମୋର ଅଭିନନ୍ଦନ ।

"ସତୀ"


              - ସନାତନ ମହାକୁଡ଼
ସେମାନେ ସତୀ
ପୁଣ୍ୟତୋୟା ଗଙ୍ଗା ପରି
ପତି ପ୍ରାଣପ୍ରିୟା
ଅନସୂୟା ସୀତା ଓ ସାବିତ୍ରୀ
ଦେଇ ପାରନ୍ତି ଜୀବନ ପରୀକ୍ଷା
କେବେ ଅନସୂୟା,
ଯାହା ପାଇଁ ପାଏ ନାହିଁ ରାତି ।
କେବେ ସୀତା ,
ଯାହାକୁ ଦେବାକୁ ହୁଏ ଅଗ୍ନି ପରୀକ୍ଷା
ଧରିତ୍ରୀରେ ମିଶିବା ପର୍ଯ୍ୟନ୍ତ  ।
କେବେ ସାବିତ୍ରୀ
ଯେ ଭେଟିପାରେ ଯମରାଜାଙ୍କୁ
ମାଗିବାକୁ ମଥାର ସିନ୍ଦୂର
ପରୋକ୍ଷରେ
 ପତିଙ୍କର ଆୟୁଷ ମୁଠାକ  ।
*****
ଗ୍ରାମ/ପୋ. ଅ: ଵେରୁଆଁବାରୀ 
ଜିଲ୍ଲା:ନୟାଗଡ଼- ୭୫୨୦୮୨,ଓଡିଶା।  

Sunday, March 7, 2021

Tooo much.... Tooo less.....

Sending my new composition. Do comment and share if you like.

Tooo much.... Tooo less.....

Inspiration: Anything in excess or near nullity is not good.

Too much of dark
Too much of light
Too, makes your eyes 
Fail to find
What's in front
Or what's behind.
Though you have them,
Alright.
Yet, you become,
A Blind by mind.

Too much of wealth
Or you have it too less.
Too, makes you less and less,
Sensitive to friends and race.
Pride overthrows humility
Spite replaces  humanity
And, you tend to become,
A Blind by Mind.

Too much of power
Or you have it too less.
Too, makes you less and less,
Perceptive to humane face.
Shroud of ego wraps your mind
Human in you turns rare to find
Slowly you get,
Blind by Mind.

Even too much of faith
Or if you have it too less
Too, makes you blind.
It besieges your wisdom,
Deprives you of freedom.
Soul gets cladded,
With stints you've added.
Logic doesn't thrive,
Mind fails to retrieve.
What's wrong n what's right.
In fact, you choose to live,
Like a Blind by Mind.

*************************

A poem by 
Col Vasant Ballewar 'TEER'

#poemsbyteer #तीरकीकविताये #tooomuchtoooless

Saturday, March 6, 2021

ନେଡି ଗୁଡ଼ ଯେବେ କହୁଣୀକୁ ଖସେ ଦିଗ ବାଗ ଦିଶେ ନାହିଁ

🌹ନେଡି ଗୁଡ଼ ଯେବେ କହୁଣୀକୁ ଖସେ 
      ଦିଗ ବାଗ ଦିଶେ ନାହିଁ🌹
*************************
ଧର୍ମାନ୍ଧଂକ ଉନ୍ମାଦନାରେ ଆମ ସଂସ୍କାର
ଗଲାଣି ହଜି
ଶିଷ୍ଟାଚାର ଆଜି ହୋଇଲାଣି ଶୂନ୍ୟ ସର୍ବ
ସମ୍ପର୍କ ଯାଉଛି ଭlଜି 

ରାତ୍ର ଦିନ ଧରମ ନାମରେ ବାୟା ବାତୁଳା 
ହୃଦେ ହିଂସା ଜର ଜର  
କରାଳ ରୂପ ପ୍ରକାଶ କରନ୍ତି ପିଇ ସାମ୍ପ୍ରଦାୟିକ
ନିଶାର ଜହର

ଦେଶପ୍ରେମ ନାମେ, ସ୍ଥାନ, କାଳ, ପlତ୍ର, 
ନlହିଁ ବିଚାର ସେମାନଙ୍କର 
ଭବିଷ୍ୟତ କଥା ନକରି କେ ଚିନ୍ତା ହୁଅନ୍ତି ମତ୍ତା
 ଚାକର ତ ପଇସାର

ଇତିହାସ ନପଢି, ପଣ୍ଡିତ ବୋଲlନ୍ତି ଛାଗଳ
 ପରାଏ କରନ୍ତି ରଡି
ରଣର ଡାକରା ଦିଅନ୍ତି ସଂସ୍କାର ବେଭାର ଜ୍ଞାନ
ବୁଦ୍ଧି ପlଶୁ ଏଡ଼ି 

ଆମ ଶାସ୍ତ୍ର ଉଚ୍ଚ ସ୍ୱରେ କହେ ନର ଦେହେ 
ଉଭା ନାରାୟଣ
ପାଇବା ଦିବ୍ୟ ଆନନ୍ଦ ମାନବଙ୍କ ସେବା କଲେ
 ଦେଇ ମନ ପ୍ରାଣ

ଆଜି ସାହି ସାହିରେ ଲୋକ ପୂଜନ୍ତି ଇଶ୍ୱର 
ଅନ୍ଧାର ମନ୍ଦିରେ
କାହାକୁ ପୂଜୁଛ, ଇଶ୍ୱରଂକ ଜ୍ୟୋତି ଅଲିଭା, 
ବ୍ୟାପ୍ତ ସାରା ମଣ୍ଡଳରେ

ଏଠି, ସେଠି, ସବୁଠି ହିଁ ସୃଷ୍ଟି କରୁଛ ନିଆଁ, 
ପାପର ଦୁର୍ଗନ୍ଧ ସଜାଇଛ
ପୂଜାର୍ଚ୍ଚନା ମନ୍ଦିର ଆଳତୀ କରି ମନ୍ତ୍ର ପାଠରେ 
ପାପରୁ ମୁକ୍ତି ପାଇବ ଭାବୁଛ

ମନେ ରଖ ଧର୍ମାନ୍ଧ ! ଜୀବନ ନୁହେଁ ଅମୃତ ସୋପାନ 
ଖାଲି ଖୁସି ଭରି ଦେବ
ଭେଳିକି ଦେଖାଇ ଧରମ ନାମରେ କେତେ ଦିନ ତୁମେ
ଏଇ ମିତି ଚାଲିଥିବ 

ମନେ ରଖ, ନେଡି ଗୁଡ଼ ଯେବେ କହୁଣୀକୁ ଖସେ 
ଦିଗ ବାଗ ଦିଶେ ନାହିଁ 
ରକ୍ଷକ ହୋଇ ଭକ୍ଷକ ସାଜୁଛୁ ଭୋଗିବୁ ଏଇ ଜୀବନରେ
 ଲେଖି ଅଛି ଯାହା ବିହି

**********************************************
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର,କଟକ
*************************
🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

ସୂର୍ୟୋଦୟ

ତାଳବଣ ଦେଇ ଆକାଶ ମଥାନେ
ସୂର୍ଯ୍ୟ ଯେବେ ଉଇଁ ଆଏ।
ଧୂମ୍ରାଭ ପଟଳ ହଟିହଟି ଯାଏ
କୁଝ୍ଝଟି ଅପସରି ଯାଏ।
ସ୍ବର୍ଣ ରେଣୁ ବୁଣି ଧୌତକରେ ଧରଣୀ
କାକର ଉଭେଇଯାଏ।
ଶିଶିର ଭିଜା ତନୁ ତରୁଲତା ଗୁଲ୍ମ
ତେଜୋଦିପ୍ତ ହୋଇଯାଏ।
ରଙ୍ଗ ଓଢଣୀଟାଣି ପୂର୍ବଦିଶାରାଣୀ
ସିନ୍ଦୁରିମା ବିଞ୍ଛିି ଦିଏ।
ସୂରୁଜର ବିନ୍ଦି ନାଇଁ ମଥା ପରେ
ଆସି ଉପଗତ ହୁଏ।
ପକ୍ଷୀଙ୍କ ରାଗିଣୀ ମନ ନିଏ କିଣି
ପୁଷ୍ପ କୋରକ ମୁକୁଳି ଯାଏ।
ସରୋବରେ ନଳିନୀ ପାଖୁଡାଦେଇ ଟାଣି
ପ୍ରିୟତମ ମନ ମୋହେ।
ଭ୍ରମର ପ୍ରଜାପତି ମଧୁର ସନ୍ଧାନେ
ଚଳନ୍ତି ପାଦପ ପାଶେ।
ପୁଷ୍ପ ପୁଷ୍ପ ବୁଲି ସମ୍ପାଦନ୍ତି ମଧୁ
ନିଯେ ରହିଯାଇ ଶୋଷେ।
ସୂର୍ଯ୍ୟମୁଖୀ ଫୁଲ ଛତ୍ରଟାଣି ମୁକୁଳ
ଲୋଭନୀୟ କରେ ଧରା।
ପ୍ରୀତିର ପରଶେ ସୂର୍ୟ ଦେଖି ହସେ
ଧରେ ପ୍ରସାରିଣ ଖରା।
ନବଉନ୍ମାଦନାଖେଳେ ପ୍ରାଣେ ପ୍ରାଣେ
ତମସା ଯାଇଛି ଫେରି।
ବିଭାବରୀ ଶେଷେ ଦିବା ଆଗମନେ
ନିଦ୍ରାଯାଏ ଅପସରି।
ମାଧବୀ ପଟେଲ।

ତୁମେ ସକଳ ଶକ୍ତିର ଆଧାର

✍️ନୂତନ କୁମାର ବେହେରା 

ହେ ସୂର୍ଯ୍ୟଦେବ !
ତୁମେ ସକଳ ଶକ୍ତିର ଆଧାର,
ହୋଇ ଆଲୋକର ମୂଳଉତ୍ସ 
ହସାଇ ଦିଅ ସାରା ସଂସାର। 
ଏ ସୃଷ୍ଟିକୁ ତୁମେ କର ନିୟନ୍ତ୍ରଣ 
ସଞ୍ଚାର ପ୍ରାଣୀର ପ୍ରାଣ,
ତୁମରି ଇଚ୍ଛାରେ ହୁଏ 
ଋତୁଚକ୍ରର କ୍ରମ ପରିବର୍ତ୍ତନ 
ପୃଥିବୀର ଆବର୍ତ୍ତନ ପରିକ୍ରମଣ।
ହେ ସୂର୍ଯ୍ୟଦେବ !
ତୁମେ ଉଦୟରେ ଢାଳି ଦିଅ 
ସୁନେଲି ଆଲୋକର ଧାରା, 
ଅସ୍ତରେ ଅସ୍ତରଙ୍ଗେ କର 
ଶୋଭାମୟ ଏ ଜଗତ ସାରା। 
ତୁମେ ହିଁ ରକ୍ଷାକର 
ପ୍ରକୃତିର ଭାରସାମ୍ୟ, 
ସକଳ ଜୀବ ଜଗତର ମଙ୍ଗଳ 
ତୁମରି ଏକମାତ୍ର କାମ୍ୟ। 
ହେ ସୂର୍ଯ୍ୟଦେବ !
ତୁମେ ଦୂରେଇ ଦେଇ ଅନ୍ଧକାର 
ଭରି ଦିଅ ଆଲୋକ, 
ସେ ଆଲୋକର ପଥେ 
ପରିଚାଳିତ ହୁଏ ଭୂଲୋକ। 
ସବୁରି ଉର୍ଦ୍ଧେ ରହି କର 
ସବୁରି ସୁକଲ୍ୟାଣ, 
ତୁମେ ରହି ଚିର ଜ୍ୟାଜ୍ଜଲ୍ୟମାନ 
ପ୍ରେରଣାର କର ଜାଗରଣ। 
ହେ ସୂର୍ଯ୍ୟଦେବ !
ତୁମ ପୂଜା ଅର୍ଚ୍ଚନା କରି 
କୁଶଳ ମନାସନ୍ତି ସର୍ବେ,
ତୁମେ ସକଳ ଶକ୍ତିର ଆଧାର 
ବିଶ୍ବବ୍ରହ୍ମାଣ୍ଡର ଏ ସୁନ୍ଦର ଭବେ।
ତୁମେ ଦେଖାଅ ଆଲୋକର ପଥ 
ସଭିଏଁ ହୁଅନ୍ତି ପରିଚାଳିତ, 
ତୁମକୁ ସକାଳ ସଞ୍ଜ 
ବସୁଧାବାସୀ ହୁଅନ୍ତି ପ୍ରଣିପାତ। 
    ***    ***    ***
  ବାରିପଦା, ମୟୂରଭଞ୍ଜ

କବିତା ଶିଶୁ ଗୀତ

🌼କବିତା ଶିଶୁ ଗୀତ 🌼

ଗୃହ ମୋର ଅଟେ ମନ୍ଦିର 
ବାପା ମାଆ ମୋର ଠାକୁର।।

ଏଇ ଗୃହ ମୋର ସେହ୍ନ ଆଦରର
ପରସ୍ପର ବାଣ୍ଟନ୍ତି ମମତା  ନିରନ୍ତର।।

ମୋ ପାଇଁ ପୂଜାସ୍ପଦ ବାପା ମାଆ ମୋର
ସେଥିରେ ଖୁସି ହୁଅନ୍ତି ସ୍ବଂୟମ୍ଭୁ ଶଙ୍କର।।

ଏଇ ଗୃହ ମୋର ବୈକୁଣ୍ଠ ସମାନ
ଏଠାରେ ପୂରଣ ହୁଏ ମୋର ନମସ୍କାମ।।

ବାପା ମାଆ ଙ୍କୁ କଲେ ପ୍ରଣାମ ଏହା ଭକ୍ତି
ବିଶ୍ଵାସ ରଖିଲେ କାର୍ଯ୍ୟ ସିଦ୍ଧି ଏହା ଶକ୍ତି।।
 

ନାମ - ଶ୍ରୀମାମୟୀ ବେହେରା
ଜିଲ୍ଲା- ସୁନ୍ଦରଗଡ଼

ମୋର ଗୁରୁ ଙ୍କ ପ୍ରତି ମୋ ହୃଦୟର ପରିଭାଷା

~~~~~~~~~~~~~~~~~~~~~~~~~~~~
 ପ୍ରସଂଗ--ମୋର ଗୁରୁଂକ ପ୍ରତି 
              ମୋ ହୃଦୟର ପରିଭାଷା
~~~~~~~~~~~~~~~~~~~~~~~~~~~~
 ମୋ ହୃଦୟର ପରିଭାଷା, ମଣିଷର କଥା, ବ୍ୟଥା ଉପରେ ମୋର ଅଭିବ୍ୟକ୍ତି. ସଂଘର୍ଷ ମୟ ଜୀବନ. ଏ ଜୀବନ କିପରି ଶାନ୍ତିମୟ ହେବ ସେ ଆଶାରେ ସମସ୍ତେ ଅଛେ. ମନରେ ରହିଯାଏ ଅଭୁଲା ସ୍ମୃତି. ସେ ସ୍ମୃତି ନୟନ ଅାଗରେ ଭାସି ଆସେ ଚିତ୍ର ହୋଇ ବିଭିନ୍ନ ତରଙ୍ଗ ରୂପ ନେଇ. ପୁଣି ଉଭେଇ ଯାଏ.

ବିଭିନ୍ନ ପରିସ୍ଥିତିରେ ଜୀବନ ସଂଘର୍ଷ ଶିଖେଇ ଦେଇଛି ବଞ୍ଚିବାର ଅନେକ କୌଶଳ, ଝୁଣ୍ଟିହେଲେ ନିଜକୁ ସମ୍ଭାଳିବା କେମିତି, ଭଲ ପଣର ମହତ୍ତ୍ଵ କେତେ. ଶିଖେଇଛି ସଂସାରରେ ହସି ଖୁସିରେ ବଞ୍ଚିବାର ଆନନ୍ଦ, ଭରସା ଓ ଆତ୍ମବିଶ୍ଵାସ,  ଅଦମ୍ୟ ସାହସର ପ୍ରେରଣା.
ମଣିଷର ମନ, ଘର ପରିବାର, ସମଗ୍ର ସଂସାରରେ ଶୃଙ୍ଖଳା ଯେଉଁଠି  ନାହିଁ ସେଠି ନା ଅଛି ଜୀବିକାର ଆନନ୍ଦ, କେବଳ ଅଛି ମାତ୍ର ବଞ୍ଚିବାର ପ୍ରବଞ୍ଚନା. ଏହା ଜୀବନ ସଂଘର୍ଷ ଶିଖେଇ ଦେଇଛି.
ଜୀବନ ସଂଘର୍ଷ ଶିଖେଇଛି ଯେ ହଟି ଯାଉ ଧରାରୁ ଆତଙ୍କରାଜ, ଚାଲି ଯାଉ ସବୁରି ମନରୁ ହିଂସାଭାବ, ନ ରହୁ ଲେସ ମାତ୍ର ଛଳନା ପ୍ରତାରଣା ପ୍ରହସନ, ହୋଇଯାଉ ପ୍ରତିଟି ହୃଦୟ କାଚ ପରି ସ୍ବଚ୍ଛ ଓ ସୁନ୍ଦର, ମଣିଷ ମଣିଷକୁ ଭଲ ପାଉ. ଜ୍ଞାନ ବୁଦ୍ଧି ବିବେକ ବିନିଯୋଗ କରି ମଣିଷ ଜୀବ ଜଗତର ଓ ପରିବେଶର ଯତ୍ନ ନେଉ.
ଦେଖିଛି କିଏ କୁହ ସରଗ ପୁର, ସ୍ଵର୍ଗୀୟ ମୋହ, ଅବା ଦେବ ଲୋକ. ଜୀବନ ସଂଘର୍ଷ ଶିଖେଇଛି ଯେ ଲୋଡା ନାହିଁ ସ୍ବର୍ଗ କିନ୍ତୁ ଏ ବସୁନ୍ଧରା ହେଉ ସ୍ନେହ ପ୍ରେମ ଶ୍ରଦ୍ଧା ମମତାର ଗନ୍ତାଘର ଯେଉଁଠି ନ ରହିବ କିଛି ଶଙ୍କା, ସନ୍ଦେହ, ଅବିଶ୍ୱାସ. ପୁରି ରହିଥିବ ଆତ୍ମୀୟତା.
ଜୀବନ ସଂଘର୍ଷ ଶିଖେଇଛି, ଏହା ହାସଲ ପାଇଁ ଦରକାର ଶିକ୍ଷା ବା ବିଦ୍ୟା ବା ଜ୍ଞାନ. ଏହା ହାସଲ ପାଇଁ ଶିକ୍ଷକ ବା ଗୁରୁ ଆବଶ୍ୟକ. ମଣିଷକୁ ଯିଏ ଶିକ୍ଷାଦାନ କରନ୍ତି ସିଏ ଶିକ୍ଷକ. ଯିଏ ବିଦ୍ୟା ବା ଜ୍ଞାନ ପ୍ରଦାନ କରନ୍ତି ସେ ଗୁରୁ. ବିଦ୍ୟା କେବଳ ଆନୁଷ୍ଠାନିକ ବିଦ୍ୟାରେ ସୀମିତ  ନୁହେଁ. 
ଗୁରୁଙ୍କ  ମହିମା ବର୍ଣ୍ଣନା କରି ଆମର ଶାସ୍ତ୍ରରେ ବହୁ ଲେଖା ରହିଛି.  ସେଥିରୁ କେତୋଟି ଉପସ୍ଥାପନା କରୁଛି
1. ଗୁକାରସତ୍ଵନ୍ଧକାରସ୍ତୁ ରୁକାର ସ୍ତେଜ ଉଚ୍ୟତେ l
    ଅନ୍ଧକାର ନିରୋଧତ୍ୱାତ୍ ଗୁରୁଃରିତ୍ୟଭିଧୀୟତେ ll 

2. ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର l
    ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ ll

3. ସବ ଧରତି କାଗଜ କରୁଁ,ଲିଖନୀ ସବ୍‌ ବନରାୟ l
    ସାତ ସମୁଦ୍ର କୀ ମସି କରୁଁ, ଗୁରୁ ଗୁଣ ଲିଖା ନ ଜାୟ ll

4. ଗୁରୁ ଗୋବିନ୍ଦ ଦୌ ଖଡ଼େ, କାକେ ଲାଗୁଁ ପାୟ l
    ବଲିହାରୀ ଗୁରୁ ଅପନେ, ଗୋବିନ୍ଦ ଦିୟୋ ବାତାୟ ll

5. ସଦ୍‌ଗୁରୁ ସମ କୋଇ ନେହିଁ ସାତ ଦୀପ ନୌ ଖଣ୍ଡ l 
    ତିନ୍‌ ଲୋକ ନ ପାଇୟେ, ଅରୁ ଇକ ଇସ ବ୍ରହ୍ମାଣ୍ଡ ll

 6. ଗୁରୁ ନ ଥାଇ ତୁ ଅର୍ଜୁନ l କାହୁଁ ପାଇବୁ ସଦଜ୍ଞାନ ll

 7. ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା l
     ଚକ୍ଷୁଉର୍ମିଲତଂ ଯେନ ତସ୍ମେଇ ଶ୍ରୀ ଗୁରବେ ନମଃ ll

  8. "ତ୍ରିନ୍ୟାହୁରତିଦାନାନି ଗାଵଃ ପୃଥ୍ୱୀ ସରସ୍ବତୀ ଅତି ଦାନାଂ
       ହିଦାନାନାଂ ବିଦ୍ୟାଦାନଂ ତତୋଧିକମ"
 9. ଭାଗବତରେ ଭାଗବତକାର ଶ୍ରୀ ଜଗନ୍ନାଥ ଦାସ ଲେଖିଛନ୍ତି :-
    ଗୁରୁଙ୍କୁ ନ ମଣିବ ନର l 
   ଗୁରୁହିଁ ସାକ୍ଷାତ ଈଶ୍ୱର ll

  ଶ୍ରୀମଦ  ଭାଗବତରେ ଅବଧୂତ ଯଦୂରାଜାଙ୍କୁ ଚବିଶ ଗୁରୁ ପ୍ରସଙ୍ଗରେ କହିଛନ୍ତି. 
 ମୋର ଗୁରୁ ମାନେ ହେଉଛନ୍ତି ପୃଥିବୀ, ପବନ, ଅଗ୍ନି, ସୂର୍ଯ୍ୟ  ଚନ୍ଦ୍ର, ଆକାଶ, ସମୁଦ୍ର, ଭଅଁର, କପୋତ ପକ୍ଷୀ, କୀଟ, ସର୍ପ, ମୀନ, କୁରର ପକ୍ଷୀ, ବ୍ରାହ୍ମଣକନ୍ୟା, ହରିଣ, ଉର୍ଣ୍ଣନାଭ ବା ବୁଢିଆଣୀ, ମହୁମାଛି,ସରକାରକ,ପେଶସ୍କାରୀ କୀଟ ଇତ୍ୟାଦି. ସେ ପିଙ୍ଗଳା ବେଶ୍ୟାକୁ ମଧ୍ୟ ଗୁରୁବୋଲି ଗ୍ରହଣ କରିଛନ୍ତି. ଶ୍ରୀମଦ ଭାଗବତର ଏକାଦଶ ସ୍କନ୍ଧ ଅଷ୍ଟମ,ନବମ ଓ ଦଶମ ଅଧ୍ୟାୟରେ ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି :-
   ପୃଥିବୀ ପବନ ଅନଳ l 
   ଉର୍ଦ୍ଧ୍ୱେ ଯେ ଆକାଶ ମଣ୍ଡଳ ll
   ରବି ଶଶାଙ୍କ ଆପ ସିନ୍ଧୁ l 
     ଭ୍ରମର ସର୍ବପୁଷ୍ପ ବନ୍ଧୁ ll
   କପୋତ ପକ୍ଷୀ ଗୁରୁମୋର l 
   ପତଙ୍ଗ ସର୍ପ ଅଜଗର ll
   ମୀନ ପିଙ୍ଗଳା ବେଶ୍ୟାନାରୀ l
   କୁରର କୁମର କୁମାରୀ ll
   ହରିଣ ଉର୍ଣ୍ଣନାଭୀ କରୀ l 
   ଶରକାରକ ମଧୁହାରି ll
   ଆବର କୀଟ ପେଶସ୍କାରୀ l 
  ମୁଁ ଏତେ ଗୁରୁ ସେବାକରି ll
    
  ଯେତେ ଦିନ ସୂର୍ଯ୍ୟ ଆକାଶରେ ଥିବେ, ଯେତେ ଦିନ ପବନର ପରଶ ଆମେ ପାଉଥିବା, ସେତେ ଦିନ ବିବେକୀ ମଣିଷ ହୃଦୟରେ ଗୁରୁଂକ ପ୍ରତି ଶ୍ରଦ୍ଧା ରହିଥିବ.  ମୁଁ ତ ବଂଚିଥିବି ଯେତେ ଦିନ ହୃଦୟରେ ମୋର ଗୁରୁ ମାନଂକୁ ସାଇତି ରଖିଥିବି.
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
~~~~~~~~~~~~~~~~~~~~~~~~~~~~

ଜନମ ହୋଇଛି ଏ ଭାରତରେ, ଏ ତ ମହାନଦୁନିଆରେ

💕💕💕ଜନମ ହୋଇଛି ଏ ଭାରତରେ, ଏ ତ ମହାନ
ଦୁନିଆରେ 👫👫💕💕💕💕💕✍️🙏🍁💕
ଶିଖାଏ ସୁଖ ସମ୍ପଦେ ନ ହୁଅ ଆନନ୍ଦ ବିଭୋର 
ଆମର ସଂସ୍କୃତିରେ
ଜନମ ହୋଇଛି ଏ ଭାରତରେ, ଏ ତ ମହାନ 
ଦୁନିଆରେ

ଯାହାର ସଂସ୍କୃତି ପରମ୍ପରା ଭିନ୍ନ ଭିନ୍ନ 
କିନ୍ତୁ ବିଭେଦତା ମଧ୍ୟେ ତିଷ୍ଠିଛି ଏକତାରେ 
ଜନମ ହୋଇଛି ଏ ଭାରତରେ, ଏ ତ ମହାନ
 ଦୁନିଆରେ 

ଶିଖାଏ ଦୁଃଖ ବିପଦେ ନହୁଅ ଅସ୍ଥିର ନଆସୁ 
କେବେ କ୍ରୋଧ ହୃଦରେ  
ଜନମ ହୋଇଛି ଏ ଭାରତରେ, ଏ ତ ମହାନ
ଦୁନିଆରେ

ଘଟିଛି ଘଟୁଛି ଘଟିବ ଉନ୍ମାଦ ନହୁଅ ଭୌତିକ
ସମ୍ପଦ ସମ୍ମାନରେ
ଜନମ ହୋଇଛି ଏ ଭାରତରେ, ଏ ତ ମହାନ 
ଦୁନିଆରେ 

ଶିଖାଏ ଜିଣିବ ଜଗତ ସେ ସତ୍ୟ ଶାନ୍ତି ସ୍ନେହର
ଫୁଲ ହାର ଯାହାର ଥାଏ ଗଳାରେ 
ଜନମ ହୋଇଛି ଏ ଭାରତରେ, ଏ ତ ମହାନ 
ଦୁନିଆରେ 

କେହି ଜଗତେ ଅନ୍ୟକୁ ନିଉନ ମଣି ବଡ 
ହୋଇ ନାହିଁ,  ଶିଖାଯାଏ ଯେଉଠାରେ
ଜନମ ହୋଇଛି ଏ ଭାରତରେ, ଏ ତ ମହାନ 
ଦୁନିଆରେ 

ସର୍ବ ଭୁତେ ଦେଖେ ପରଂବ୍ରହ୍ମ ଯେଉ 
ସନାତନ ଧରମରେ
ଜନମ ହୋଇଛି ଏ ଭାରତରେ, ଏ ତ ମହାନ
ଦୁନିଆରେ 

ବସୁଧା ଏକ କୁଟୁମ୍ବ ମଣେ, ନାହିଁ ପର ଆପଣା 
ଜ୍ଞାନ ଯେଉଁଠାରେ
ଜନମ ହୋଇଛି ଏ ଭାରତରେ, ଏ ତ ମହାନ
ଦୁନିଆରେ 

ମୋ ଧର୍ମ ଶ୍ରେଷ୍ଠ, ଆନ ଧର୍ମ ନିକୃଷ୍ଟ ନୁହେଁ 
ଯେଉଁ ଧର୍ମ  ଚିନ୍ତନରେ
ଜନମ ହୋଇଛି ଏ ଭାରତରେ, ଏ ତ ମହାନ
ଦୁନିଆରେ 

ସହିବା ଲୋକଟି ମହତ ଅଟଇ କହିବା ବା 
ରାଗିବା ଲୋକଟି ନୁହେଁରେ
ଜନମ ହୋଇଛି ଏ ଭାରତରେ, ଏ ତ ମହାନ
ଦୁନିଆରେ 

ଦୂର ହେଉ ପୃଥିବୀରୁ ଦୁଃଖ ଅବଶୋଷ ହେଉ 
ସୁଖ ଶାନ୍ତିର ବିକାଶ ସମସ୍ତଂକ ଜୀବନରେ 
ଜନମ ହୋଇଛି ଏ ଭାରତରେ, ଏ ତ ମହାନ
ଦୁନିଆରେ 

ପ୍ରେମ ଭରି ଯାଇ ପ୍ରତି ଜନ ମାନସରେ ରହୁ ଶାନ୍ତି 
ମୈତ୍ରୀ ଏକତା ନ ବଢ଼ୁ ଈର୍ଷା ଦ୍ୱେଷ ମହୀରେ
ଜନମ ହୋଇଛି ଏ ଭାରତରେ, ଏ ତ ମହାନ
ଦୁନିଆରେ 

ମାନବ ସେବା ମାଧବ ସେବା ଯା ଜୀବନତତ୍ତ୍ୱ 
ଅଟେ ସନାତନ ଧରମରେ 
ଭାବୁଛି ଥିବା ମୋ ମରମର କଥା, କେଉଁ 
ଆସୁରିକ ପ୍ରବୃତ୍ତି ମିଛରେ 
କହେ ରାମ ରାଜ୍ୟଟିଏ ଗଢି ଦେବାରେ
କିନ୍ତୁ ଚେଷ୍ଟା କରୁଛି ଜାଳିବାକୁ 
ଅଶାନ୍ତିର ନିଆଁ ମିଥ୍ୟାରୋପରେ 

କିଏ ଜାଣେ.. କେଉଁ ଏକ ଅଜଣା ମୁହୂର୍ତ୍ତରେ 
ଏଇ ହୃଦୟ ସ୍ପନ୍ଦନ, କେତେବେଳେ 
ବନ୍ଦ ହୋଇଯିବରେ
ଜନମ ହୋଇଛି ଏ ଭାରତରେ, ଏ ତ ମହାନ
ଦୁନିଆରେ 
**********************************
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
💕💕💕👫👫💕💕💕✍️🙏🍁💕

Monday, March 1, 2021

ନୁହଁ ତୁମେ ଭୟଙ୍କରୀ

ତୁମ କୃଷ୍ଣମୁଖେ ଶୋଣିତର ଶୋଭା 
ତିମିରି ବିନାଶେ ଯେସନେ ରବି
ମୁଣ୍ଡ ମାଳ ସେତ ଅସଂଖ୍ୟ ବ୍ରହ୍ମାଣ୍ଡ 
ପ୍ରଣବ ସ୍ୱରୂପା ହେ ମହାଦେବୀ 
ଉର୍ଦ୍ଧ ନେତ୍ର ଜ୍ଞାନସ୍ରାବୀ 
ମହାକାଳ ଦର୍ପ ଦଳି ମହାକାଳୀ 
ସମୟ ସ୍ରୋତରେ ଅପୂର୍ବ ଛବି 

ଜ୍ଞାନ ଖର୍ପର ସେ ଅଜ୍ଞାନ ବିନାଶେ 
ଶୋଣିତ ଧାର ଯେ ଅଜ୍ଞାନ ସ୍ରୋତ 
ଷଡ଼ଚକ୍ରେଶ୍ୱରୀ ନାଶି ଷଡ଼ ଐରୀ 
ବ୍ରହ୍ମଜ୍ୟୋତି ରୂପେ ହୃଦେ ଉଦିତ 
ବିଶ୍ୱ କଲ୍ୟାଣୀ ହେ ମାତ 
ସର୍ଜନାରେ ତୁମେ ସଂହାରରେ ତୁମେ 
ତୁମ ଇଙ୍ଗିତରେ ଚଳେ ଜଗତ 

ବିରାଟ ରୂପରେ ସର୍ବବ୍ୟାପୀ ସତ୍ତା 
ମୁକ୍ତକେଶ ସେ ଯେ ସତ୍ୟ ଆକର୍ଷି 
ଭୟଙ୍କରୀ ନୁହେଁ ତୁମେ ଶୁଭଙ୍କରୀ 
ସବୁରୂପ ତଵ ମରମସ୍ପର୍ଶି 
ଆଶିଷ ଦିଅ ମା ବର୍ଷି 
କ୍ରୋଧ ହୁତାଶନ କର ପ୍ରଶମନ 
ଶାନ୍ତି ମୈତ୍ରୀ ରୂପେ ଆସି 

ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

କୁଆଁରୀ ମନ

ସରୋଜ କୁମାର ସାହୁ

କୁଆଁରୀ ମନରେ କୁଆଁରୀ ଭାବନା
ଯେବେଠୁ ଆସିଲା ଉଇିଁ
ନିଶବ୍ଦ ଆକାଶେ ତରଙ୍ଗିଣୀ ପରି
ଜହ୍ନକୁ ରହିଲ ଚାହିଁ।
ସ୍ମୃତିରେ ହଜିଲ ସ୍ବପ୍ନରେ ଭିଜିଲ
ଲାଜ ଓଢଣୀରେ ଢାଙ୍କି
ଜୋଛନାକୁ କରି ସାଥେ ରଙ୍ଗତୂଳୀ
ପ୍ରତିଛବି ଦେଲ ଆଙ୍କି।
ଖେଳିଲ ସାଥିରେ ଆନମନା ହୋଇ
ମୁକ୍ତ ବିହଙ୍ଗଟେ ପରି
ଫଗୁ ସାତରଙ୍ଗେ ଭିଜି ଗଲାପରେ
ପ୍ରେମ ଗଲା ତୁମ ମରି।

    ସରୋଜ କୁମାର ସାହୁ
    ଆଠଗଡ,କଟକ

ନଗ୍ନ ସତ୍ୟ

🌻☘️🌸🌼🌼🙏🌼🌼🌸☘️🌻

କଲେଜପାର୍ଶ୍ଵ ଶିବମନ୍ଦିର ବେଢାରେ ଆଜି ପ୍ରବଳ ଭିଡ । ତୃତୀୟ ବର୍ଷ ବିଜ୍ଞାନର ଛାତ୍ର ବିନୟର ବାହାଘର । ଛାତ୍ରବାସର ସମସ୍ତ ପୁଅମାନେ ବରଯାତ୍ରୀ ଓ ଛାତ୍ରୀବାସର ସମସ୍ତ ଝିଅ କନ୍ୟାଯାତ୍ରୀ । କ୍ୟାମ୍ପସରେ ରହୁଥିବା ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଅତିଥି  । ବିନୟର ବାପା ଓ ଭାଇମାନେ ଏ ମଙ୍ଗଳ କାର୍ଯ୍ୟରେ ଉପସ୍ଥିତ କିନ୍ତୁ ବଧୁର ପରିବାର ରାଗରେ କିଏ ବି ଉପସ୍ଥିତ ନାହାନ୍ତି । ହଠାତ ଝିଅ ପ୍ରେମ ବିବାହ କଲା ବୋଲି ସେମାନଙ୍କୁ ଅପମାନ ହୋଇଛି ।

            ଏ ପ୍ରକାର ବିବାହ କଲେଜର ଇତିହାସରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି । ସମସ୍ତିଙ୍କ ମୁହଁରେ ସେହି ଗୋଟିଏ କଥା –ବିନୟ ଓ ବନୀତାର ଯୋଡି ଯେମିତି ସ୍ଵପ୍ନ । ମେଳ ନଥିବା ଗୋଟେ ସମ୍ପର୍କ । କେହିବି ଜଣେ ସେମାନଙ୍କୁ ଏକା ସାଙ୍ଗରେ କଥା ହେବାର ଦେଖି ନାହାନ୍ତି । ପ୍ରେମ ତ ଦୂରର କଥା । ଯଦି ଆରେଞ୍ଜ ମ୍ୟାରେଜ ହୋଇଥାନ୍ତା ତେବେ କଥାଟା ସ୍ଵୀକାର କରି ହୋଇଥାନ୍ତା ।

            ଦୁଇ ତିନିଦିନ ଭିତରେ ସବୁ ଆୟୋଜନ ହୋଇଥିଲା । ପଣ୍ଡିତ, ପ୍ରାଙ୍ଗଣ, ମଣ୍ଡପ, ଛାମୁଣ୍ଡା, ଓ ଅତିଥିମାନଙ୍କ  ପାଇଁ ନିମନ୍ତ୍ରଣ ଏବଂ ଭୋଜି । ସମସ୍ତେ ବାରମ୍ବାର ବିନୟକୁ ମନା କଲେ । କିନ୍ତୁ ବିନୟର ସେହି ଗୋଟେ ଜିଦ । କିଏ ଆସୁ କି ନ ଆସୁ । ତା ପ୍ରାଣପ୍ରିୟା  ବନୀତାକୁ ସେ ଦୁଇଦିନପରେ ମନ୍ଦିରରେ ବାହାହେବ । ଛାତ୍ରମାନଙ୍କଠାରୁ ହଷ୍ଟେଲ ୱାର୍ଡେନ ଓ ପ୍ରିନ୍ସିପାଲ । ସମସ୍ତେ ଜାଣିଲେ, ହସିଲେ, ଚର୍ଚ୍ଚାକଲେ । କିନ୍ତୁ ବିନୟର ଜିଦ ଆଗରେ ହାର ମାନିଲେ ।

            ବିବାହ ମୂହୁର୍ତ୍ତ ଗଡି ଯାଉଛି । ଝିଅ ବସିଛି ବେଦୀରେ । କିନ୍ତୁ ଏ କଣ ? ବିନୟ କାହିଁକି ଏପଟ ସେପଟ ହେଉଛି ? ମଣ୍ଡପକୁ କାହିଁକି ଆସୁନି ? ସେ ବୋଧେ କାହାର ପ୍ରତୀକ୍ଷା କରୁଛି। ସମସ୍ତେ ଭୁଟୁଭାଟ ହେବା ଆରମ୍ଭ କଲେ । ସମସ୍ତେ ତ ଆସିଗଲେଣି । ତେବେ ଆଉ ଏମିତି କିଏ ନ ଆସିଛି  ଯେ ଯାହାପାଇଁ ବାହାଘର ଅସମ୍ଭବ ।

            ଏପଟ ସେପଟ ହେଉ ହେଉ ବନୀତା ପାଖରେ ବସିଲା ବିନୟ । ତା ହାତକୁ ନିଜ ପାପୁଲିକୁ ନେଇ ଆଶ୍ଵାସନା ଦେଲା  ବନୀତାକୁ ।

            “ବିନୟ ! ଆଉ ଥରେ ଭାବିନିଅ । ଏମିତି କରିବାଟା ମୋତେ କାହିଁକି ଠିକ ଲାଗୁନି ।“ ଅନୁରୋଧ କଲା ବନୀତା ।

            “ତମେ ମୋଟେ ବ୍ୟସ୍ତ ହୁଅନା ବନୀତା । ତମେବି ତ ଏଇଆ ଚାହଁ । ସତ୍ୟର ସାମନା କେବଳ ତମେ ଆଉ ମୁଁ କାହିଁକି କରିବା ? ଦୁନିଆ ନଜାଣିଲେ ମଧ୍ୟ ତମେ ଜାଣିଛ ଯେ ତମ ପେଟରେ ଥିବା ଛୁଆ ତା’ର । ଏଇଟା ବି ସତ୍ୟ ଯେ ପିଲାଟା ମୋର ନ ହେଲେବି ମୁଁ ତୁମକୁ ଆପଣେଉଛି । ଏ ନଗ୍ନସତ୍ୟ ପାଇଁ ଆମେ ସାରା ଜୀବନ ଜଳିବାକୁ ଯାଉଛେ । ତାକୁ ମଧ୍ୟ ଜୀବନଟାଯାକ ଜଳିବାକୁ ଦିଆଯାଉ ।“

            ବିନୟର ଏ ପ୍ରକାର କଥା ଶୁଣି ଚୁପ ହେଇଗଲା ବନୀତା । ସେ ମଧ୍ୟ ଚାହୁଁଛି ପାପିଟା ଦଣ୍ଡ ପାଉ । ଏମିତି ଏକ ଦଣ୍ଡ ପାଉ ଯାହାଦ୍ୱାରା ସେ ନିଜ ଆଖି ଆଗରେ ନିଜେ ଖସିଯାଉ  ।

            ବନୀତାର ମୁହଁକୁ ବିନୟ ଆଉ ଚାହିଁ ପାରିଲାନି । ରାସ୍ତାଆଡକୁ ତା’ର ନଜର । ଯେ ପର୍ଯ୍ୟନ୍ତ କନ୍ୟାଦାନ ନ ହୋଇଛି  ସେପର୍ଯ୍ୟନ୍ତ  ବାହଘରଟା ସଂପୂର୍ଣ୍ଣ ହେବ କେମିତି? । ରାସ୍ତାକୁ ଅନେଇ ଅନେଇ ହଜିଗଲା ସେ ଅତୀତର ନିଭୃତ କୋଣରେ ..............।  

            ବୈଶାଖୀ ଖରା । ଧୁ ଧୁ ତାତିରେ ଖରାଛାଇର ଖେଳ । କଲେଜ ଯିବା ରାସ୍ତାରେ ସାମନାରେ ଭେଟ ହେଇଗଲା ବନୀତା ।

            ନ ଦେଖିଲା ପରି ରାସ୍ତା କାଟିଲା ବିନୟ । ବନୀତା ଆଖିରେ ଆଖି ମିଶେଇବାର ସାହସ ନଥିଲା ତା’ର । ଯାହାହେଉ , କିଛି ପାଦ ଆଗେଇଗଲା ସେ । ଆସନ୍ନ ପରିସ୍ଥିତି କେତେ ସହଜରେ ଚାଲିଯାଏ ମଣିଷର- ଏକଥା ଭାବିଲା ସେ ।

            “ବିନୟ !”

            ଅଟକିଗଲା ବିନୟ । ବୋଧେ ବନୀତା ପଛରୁ ଡାକିଲା । ଅଟକିଯିବ କି ? ନ ଅଟକି ସେ ଆଗକୁ ପାଦ ବଢାଇଲା ।

            “ବିନୟ ! କିଛି କଥା ଅଛି ।“

            ଏଥର ଆଶ୍ଵସ୍ତ ହେଲା ସେ । ନିଶ୍ଚୟ ବନୀତା ଡାକୁଛି ତାକୁ । ହୃଦୟର ବହୁଥିବା ରକ୍ତ ସବୁ ନିଜର ଗତି ବଢେଇଲେ । ପଛକୁ ଫେରି ଚାହିଁଲା ବେଳକୁ ଅତି ନିକଟରେ ବନୀତା । କିଛି କହିବ କହିବ ହେଇ କହି ପାରିଲାନି ସେ ।

            -“ନ ଜାଣିଲା ପରି ଚାଲିଯାଉଛ ଯେ ?”

            ବାପରେ ! ଧରା ପଡିଗଲା ମନର ଚୋରଟା । ଏକ୍ସରେଠାରୁ ଅଧିକ ଶକ୍ତିଶାଳୀ ନାରୀମାନଙ୍କ ଆଖି । କେତେ ସହଜେରେ ଧରା ପଡିଯାନ୍ତି ପୁରୁଷଗୁଡାକ କାପୁରୁଷ ଭଳି ।  

            “ଯଦି ସମୟ ଅଛି ,ଚାଲ ସେ କଦମ୍ବମୂଳକୁ । ଘଡିଏ ବସିବା । “

            କଦମ୍ବମୂଳ କଥା ଶୁଣି ତା ଚାରିପଟ ପୃଥିବୀଟା ଯେମିତି ଘୁରି ବୁଲିଲା । ଦୀର୍ଘ ଛଅ ମାସ ଧରି ଯେମିତ କଦମ୍ବମୂଳଟା କଲେଜ କ୍ୟାମ୍ପସରେ ସବୁଠୁ ବଡଶତ୍ରୁ । ପୁଅମାନଙ୍କ ହଷ୍ଟେଲ ଓ କଲେଜର ଏକାଡେମୀ ବ୍ଲକର ଠିକ ମଝିଭାଗରେ ଅବସ୍ଥିତ କଦମ୍ବଗଛ । ଠିକ ସେ ଗଛର ପୂର୍ବମୁଖା ହୋଇ ଯାଇଥିବା ରାସ୍ତା ଝିଅମାନଙ୍କ ହଷ୍ଟେଲରେ ନିଜଯାତ୍ରା ଶେଷ କରିଛି । ଠିକ ରାସ୍ତାପରି ନିଜ ଭଲ ପାଇବାର ଯାତ୍ରାକୁ ଶେଷ କରିଥିଲା ବିନୟ ସେଇ କଦମ୍ବମୂଳରେ ।

            ଆଗକୁ ବଢିଲା ବନୀତା । ଚୁପଚାପ ଗୁମସୁମ । ତା ପଛେପଛେ ଚାଲିଲା ସେ କଦମ୍ବମୂଳକୁ କେମିତି ଏକ ଅଜଣା ଆକର୍ଷଣରେ । ବିରୋଧ କରିବାର  ପ୍ରଶ୍ନ ହିଁ ନଥିଲା । ମନ୍ତମୁଗ୍ଧ ତା’ ଶରୀର କିନ୍ତୁ ସମ୍ଭାବିତ ଝଡର ପରିକଳ୍ପନାରେ ଥର ଥର ଥରି ଉଠିଲା ।

            ଶୀତଋତୁର ଏମିତି ଏକ ଉଦୁଉଦିଆ ଖରାବେଳଟାରେ ସେ ଅପେକ୍ଷା କରିଥିଲା ତା’ ହୃଦୟର ପ୍ରାଣପ୍ରିୟାକୁ । ଦୀର୍ଘ ଦୁଇବର୍ଷ ମନେ ମନେ ଭଲପାଇଲା ପରେ ଅପେକ୍ଷାର ଅସହ୍ୟ ଯନ୍ତ୍ରଣା ଯେମିତି ମନଟାକୁ ଘାଣ୍ଟି ଚକଟି ଦେଉଥିଲା । କଲେଜରେ ତୃତୀୟ ବର୍ଷରେ ପହଞ୍ଚିଲା ମାତ୍ରେ ପ୍ରାଣପ୍ରିୟାକୁ ମନର ମାନସୀରୂପେ ନପାଇବାର ଭୟ ତା’ ହୃଦୟରେ ଘର ବାନ୍ଧିଥିଲା । କଲେଜ ଜଏନର ପ୍ରଥମ ବର୍ଷରୁ ନିଜ ଶ୍ରେଣୀରେ ପଢୁଥିବା ସାବନା ବର୍ଣ୍ଣର ହସକୁରୀ ଝିଅଟା ତା’ ପାଖରୁ ତା’କୁ ଚୋରେଇ ନେଇଛି । ଦୁନିଆ ଜାଣିଲେ ଉପହାସର ପାତ୍ର ହେଇଯିବ ବୋଲି କୃଷ୍ଣକଳା ବର୍ଣ୍ଣର ବିନୟ କେବଳ ପ୍ରେମିକାକୁ ଥରେ ଦେଖିବା ପାଇଁ ଲେକ୍ଚର ପରେ ଲେକ୍ଚର ବସି ରହୁଥିଲା । ଯେମିତି ତା’କୁ ଆଉ କିଏ ତାଠୁଁ ଛଡେଇ ନ ନେଇଯାଉ । ସେଥିପାଇଁ ତା’ ନାଁ ରେ ଗଦା ଗଦା କବିତା ଲେଖୁଥିଲା । ସବୁଦିନେ ନିଜ ମନର ମଇନା ଆଖିରେ ଲାଖି ରହିଯିବା ପାଇଁ ନିଜ ସାଜସଜାରେ ମଳି ଟିକେ ଲାଗିବାକୁ ଦେଇ ନଥିଲା ।

            ଝିଅମାନଙ୍କୁ ଫସେଇ ନିଜକୁ ସବୁଠୁ ସଫଳ ପ୍ରେମିକ ଭାବେ ପ୍ରତିପାଦିତ କରିବାକୁ ହଷ୍ଟେଲରେ ଏକ ପ୍ରକାର ପ୍ରତିଯୋଗୀତା ହେଉଥିଲା । ସେପଟେ କଦମ୍ବ ଗଛରୁ ଝିଅ ପିଲାଙ୍କ ହଷ୍ଟେଲ ଯାଏଁ ପିମ୍ପୁଡି ଧାଡି ପରି ସଫଳ ଓ ଅସଫଳ ପ୍ରେମିକା ପ୍ରେମିକମାନଙ୍କର ସଂଘର୍ଷ ଲାଗିରହିଥିଲା । କିନ୍ତୁ ଏ ସଙ୍ଘର୍ଷର ମଝାମଝି ଉବୁଟୁବୁ ହେଉଥିବା ବିନୟକୁ ଲାଗିଥିଲା, ଡେରି ହେଇଗଲେ ସବୁଦିନ ପାଇଁ ସେ ହରେଇବ ତା ଈପ୍ସିତ ନାୟିକାକୁ । ଜଣେ ଝିଅ ହାତରେ ଖବର ପଠାଇଥିଲା ମନର ନାୟିକା ପାଖକୁ ଏବଂ କଦମ୍ବ ବନରେ ଅପେକ୍ଷାରତ ଥିଲା ।

            ଦୀର୍ଘ ଦୁଇ ଘଣ୍ଟା ପରେ ସେ ତାର ସମଗ୍ର ସତ୍ତାକୁ ସାଉଣ୍ଟି କହିଥିଲା –“ବନୀତା ! ମୁଁ ତୁମକୁ ଭାରି ଭଲ ପାଏ । ତମେ ମୋତେ ଭଲ ପାଅ କି ?”

            ଏତିକି କହି କଦମ୍ବ ଫୁଲ ଆଡକୁ ଅନାଇଲା ସେ । ନିଜ ପ୍ରିୟତମାକୁ ସିଧା ସିଧା ଦେଖିବାର ସାହସ ଯେମିତି ଆତ୍ମହତ୍ୟା କରିଛି । ହେ ଇଶ୍ଵର ! କିଛି ନା କିଛି କହିଦେଉ ବନୀତା । କିଏ ଯେମିତି ଦୁହିଙ୍କୁ ଏକାଠି ନଦେଖୁ । ଯଦି ବନୀତା ତା’ ପ୍ରେମକୁ ସ୍ଵୀକାର କରୁଛି, ତେବେ ସେ ବି ଦେଖେଇଦେବ କଳାବର୍ଣ୍ଣର ଶରୀରରେ ଲୋହିତ ରଙ୍ଗର ହୃଦୟର ସ୍ପନ୍ଦନ । ଏ କଦମ୍ବ ଗଛ ଦେଖିବ ସମ୍ପୂର୍ଣ୍ଣ କଲେଜରେ ସେମାନଙ୍କ ଯୋଡି ।

            ଆଉ ଯଦି ଅସ୍ଵୀକାର କରେ, ତେବେ ଏକୁଟିଆ ସେ ଅପମାନର ବିଷ ଅନ୍ୟମାନଙ୍କ ଅଜାଣତରେ ପଈଯିବ । କିନ୍ତୁ ବନୀତା ତା ଭଲ ପାଇବାକୁ ଅସ୍ଵୀକାର କରିବ କାହିଁକି ? ବନୀତା ଅନ୍ୟ ଝିଅ ମାନଙ୍କଠୁ ଭିନ୍ନ । ତା ଆଗରେ ସୁନ୍ଦର ଅସୁନ୍ଦର ,କଳାଗୋରା ,ଧନୀଗରିବ ଆଦି କୌଣସିର ମୂଲ୍ୟ ନାହିଂ । ବନୀତା କେବଳ ଚାହେଁ ନିଚ୍ଛୁକ ଭଲପାଇବା । ଆବିଳତାଭରା ହୃଦୟ ।

            “ତୁମେ କିଛି ଉତ୍ତର ଦେଲନି ଯେ ବନୀତା ?” ଅନେକ ସମୟର ନୀରବତା ପରେ ପଚାରିଲା ବନୀତା ।

            “କଣ ଉତ୍ତର ଦେବି । ତୁମକୁ ମୁଁ ଭଲ ପାଇବି ବୋଲି ତୁମେ ଭାବି ନେଲ କେମିତି ? ମୋତେ ନେଇ ସ୍ଵପ୍ନ ଦେଖିବା ପୂର୍ବରୁ ନିଜକୁ ପରଖି ନେବାର ଥିଲା ତୁମକୁ । ଥରେ ଭାବିବାର ଥିଲା ତୁମେ ମୋ ପାଇଁ ଯୋଗ୍ୟ କି ଅଯୋଗ୍ୟ । “

            ଏ ପ୍ରକାର କଟାକ୍ଷରେ ରକ୍ତରଞ୍ଜିତ ହେଲା ବିନୟର ହୃଦୟ ଓ ମନ । ସେ ଜାଣି ପାରିଲା ମାଟି ଉପରେ ବଢୁଥିବା କଇଁଫୁଲ କେବେବି ଚନ୍ଦ୍ରମାକୁ ପାଇ ପାରେନା । ପାଇବାର ତ ଦୂରର କଥା , ତା ଶୀତଳତା ପାଇଁ ବଞ୍ଚି ରହିପାରେନା । ସତ କଥା ! ବନୀତା ତାକୁ ଅସ୍ଵୀକାର କରି ଠିକ କରିଛି । ନା ସେ ସୁନ୍ଦର ! ନା ତା ପାଖରେ କାହାର ପ୍ରେମିକା ସାଜିବାର ଭଳି ଯୋଗ୍ୟତା ଅଛି ।     

            “ତେବେ କଣ ଅନ୍ୟ କାହାକୁ ଭଲ ପାଅ?” ଥର ଥର କଣ୍ଠରେ ପଚାରିଲା ସେ ।

            “ମୁଁ କାହାକୁ ଭଲପାଇଲା ଭଳି ଯୋଗ୍ୟତା ଏଠି କାହାର ନାହିଂ । ଯଦି କିଏ ଅଛି, ସିଏ ହେଲେ ଅଧ୍ୟାପକ ସୁମିତ ରଞ୍ଜନ । ମୋ ଆଗରେ ସେ ପ୍ରେମଭିକ୍ଷା କରିଛନ୍ତି । ଜଣେ ସୁନ୍ଦର, ତେଜବନ୍ତ ବ୍ୟକ୍ତିତ୍ଵ, ପପୁଲାର ଓ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ପୁରୁଷ ହିଁ ମୋ ପାଇଁ ଯୋଗ୍ୟ । ଆଜିଠୁ ତମେ ଯେମିତି ମୋ ପାଖ ମାଡିବନି । ନଚେତ ହେଇପାରେ ମୁଁ ତାଙ୍କୁ ହରେଈ ଦେବି । ଗର୍ବ ଅହଂକାରରେ ଏତିକି କହି  ଚାଲିଗଲା ବନୀତା । ଶୀତଦିନର ଖରାବେଳଟା ଯେମିତି କାଳବୈଶାଖୀ ଭଳି ଲାଗିଥିଲା । କୁରୂପା ଭଳି ଲାଗିଥିଲା କଦମ୍ବଫୁଲ । ଯେମିତି ଶତ ଶତ ନାଗୁଣୀ ଫେଣା ଟେକି ଗୁଡେଇ ତୁଡେଇ ହେଉଥିଲେ ତାରି  ମୂଳରେ ।

            ତେବେ ଆଜି ଛଅ ମାସ ପରେ ସେଇ ବନୀତା କ’ଣକହିବାକୁ ଡାକୁଛି ? କିଛି ଗୋଟେ ଭୁଲ ହୋଇ ଯାଇନିତ କେଉଁଠି ?ଇଆଡେ ସିଆଡେ ଦେଖିଲ ସେ । କାଳେ କିଏ ଆସୁଥିବ । ଯଦି ଅଧ୍ୟାପକ ସୁମିତ ରଞ୍ଜନ ଆସିଯାନ୍ତି ତେବେ କଥା ସାରିଲା । ପ୍ରାକ୍ଟିକାଲ ପରୀକ୍ଷାରେ ସେ ନିଶ୍ଚୟ ଫେଲ ହେବ । ଅବଶ୍ୟ ଯେବେଠୁଁ ବନୀତା ଅଧ୍ୟାପକଙ୍କୁ ନିଜର ପ୍ରେମିକ ଭାବେ ସ୍ଵୀକାରୋକ୍ତି କରିଛି ସେଇ ଦିନଠୁଁ ସେ ନିଜେ ନିଜକୁ ଅଧ୍ୟାପକଠୁଁ ଦୂରରେ ରଖିଛି । ଅଧ୍ୟାପକ ସୁମିତ ଜଣେ ଆଦର୍ଶ ଅଧ୍ୟାପକ । ଆମାୟିକ, ଛାତ୍ରବତ୍ସଳ ଗୁରୁ । ଦେଖିବାକୁ କନ୍ଦର୍ପ ପରି । ଧନଧାନ୍ୟରେ ଭରପୁର । ଏଭଳି ପୁରୁଷ ସମସ୍ତ ନାରୀଙ୍କ ପାଇଁ କାମନାର ଉତ୍ସ ହେଇପାରେ ଏଥିରେ ସନ୍ଦେହ କରିବାର ନାହିଂ । ଗୁରୁ ଭକ୍ତିରେ କୌଣସି ଦିନ ଊଣା କରିନି ସେ । ବରଂ ଗୁରୁଙ୍କ ସମ୍ପତ୍ତି ଭାବି ବନୀତାକୁ ସବୁବେଳେ ବଞ୍ଚେଇ ଆସିଛି ଦିଲଫେକ ଆଶିକ ମାନଙ୍କ ଡାହାଣା ଆଖିରୁ । ବନୀତା ସିନା ତାକୁ ଗ୍ରହଣ କଲା  ନାହିଂ, କିନ୍ତୁ ତା ପ୍ରତି ଭଲପାଇବା କେବେ କମ ହେଇନି । ବରଂ ସବୁ ବେଳେ ଭଗବାନଙ୍କୁ ଡାକିଛି –ହେ ଭଗବାନ ! ମୁଁ ମୋ ପ୍ରିୟାର ପ୍ରିୟ ନହେଲେ କଣ ହେଲା । କିନ୍ତୁ ମୋ ପ୍ରିୟାର ସମସ୍ତ ଇଚ୍ଛିତ କାମନାର ସୁଫଳ ତା ଆଞ୍ଜୁଳିରେ ଭରିଦି । ଏବେବି ବନୀତାକୁ ଦେଖିଲେ ତା ହୃଦୟର ସ୍ପନ୍ଦନ ବଢିଯାଉଛି । ଏବେବି ବନୀତାକୁ ନେଇ ସେ ଅନେକ ବିଦଗ୍ଧ କାବ୍ୟ ସୃଷ୍ଟି କରିଛି । ଏବେବି ସେ ତା ଯୁବ ବୟସର ପ୍ରଥମ ପ୍ରେମ ବନୀତାକୁ ଭୁଲି ପାରୁନି କି ଭୁଲି ଯିବାକୁ ଚାହୁଁନି । କେତେ ଭାଗ୍ୟବାନ ଅଧ୍ୟାପକ ସୁମିତ ରଞ୍ଜନ । ପ୍ରେମଭିକ୍ଷାରେ ତା ଭଳି ତାଙ୍କୁ ଅପଦସ୍ଥ ହେବାକୁ ପଡିଲା ନାହିଂ ।

            “ମୁଁ କଥାଟିଏ ପଚାରିବି । ସତ କହିବ ?” ତା ଆଖିରେ ଆଖି ମିଶେଇ ପଚାରିଲା ବନୀତା ।

            ମୋଟେ ପରିବର୍ତ୍ତନ ହେଇ ନାହିଂ ବନୀତା । ସେଇ ଚାହାଣୀ । କିନ୍ତୁ ସେ ଚାହାଣୀରେ ଆଗ ଭଳି ତେଜ , ଗର୍ବ ଓ ଦମ୍ଭ ନାହିଂ । ସବୁବେଳ ପରି ଆଖି ଚୋରେଇ ମୁଣ୍ଡ ଟୁଙ୍ଗାରିଲା ସେ ।

            “ଏବେବି ମୋତେ ଭଲପାଅ ?” ବନୀତା ପଚାରିଲା ।

            ଏ କଥା ଶୁଣି ଉତଫୁଲିତ ହେଲା ବିନୟ ଏବଂ କୁରୁଳି ଉଠିଲା ଭିତରେ ଭିତରେ । ଅନେଇଲା କଦମ୍ବଫୁଲକୁ । ଏ କାଳ ବୈଶାଖୀ ଖରା ମଧ୍ୟ ତା ସୁନ୍ଦରତାକୁ ନଷ୍ଟ କରିବାରେ ବିଫଳ ହେଇଛି । ଆକାଶସାରା ପ୍ରେମର ରଙ୍ଗ । ମାଟି ଉପରେ ଭଲପାଇବାର ବୀଜ ଅଙ୍କୁରିତ ହେବାର ଆରମ୍ଭ ହେଲା ଯେମିତି । ନିଶ୍ଚୟ ସେ ଏବେବି ଭଲ ପାଉଛି ବନୀତାକୁ । ବନୀତା ସିନା ତା’ର ରଙ୍ଗରୁପ ଦେଖି ତାକୁ ପ୍ରତ୍ୟାଖ୍ୟାନ  କଲା । କିନ୍ତୁ ସେ ବିନା ସର୍ତ୍ତରେ ତାକୁ ଆପଣାର ଭାବିଛି ।

            “ମୋ ପ୍ରଶ୍ନର ଉତ୍ତର ଦେଲନି ଯେ ?”                  

            “ଯଦି ମୁଁ କହେ -ହଁ  ?”

            “ଯଦିର ପ୍ରଶ୍ନ ନାହିଂ ବିନୟ । ମୋତେ ସତକଥା ଦରକାର ।“ କାନ୍ଦ କାନ୍ଦ ହେଲା ବନୀତା । 

            “ମୁଁ ତୁମକୁ ମୋ ପ୍ରାଣଠୁ ଅଧିକ ଭଲପାଏ ବନୀତା“ ସାଙ୍ଗେ ସାଙ୍ଗେ ବିନୟର ପାଟିକୁ ହୁଦୟର କଥା ଆସିଗଲା ବନୀତାର କାନ୍ଦ କାନ୍ଦ ଆଖି ଦେଖି ।

            “ତମେ ମୋତେ ବାହା ହୋଇ ପାରିବ ?”

            ଆଁ କରି ଅନାଇଲା ସେ । ଏ ପ୍ରକାର ପ୍ରଶ୍ନ ପାଇଁ ପ୍ରସ୍ତୁତ ନଥିଲା ସେ । ମୁଣ୍ଡ ତା’ର ବୁଲେଇଲା ଭଳି ଲାଗିଲା । କ’ଣ ଉତ୍ତର ଦେବ ସେ ? କ୍ଷଣକରେ କେବେ କିଏ ଜୀବନର ଏତେ ବଡ ନିର୍ଣ୍ଣୟ ନେଇ ପାରେ । ବଡ ଅଜବ ଏ ଝିଅଗୁଡା ।

            “ଏ କ’ଣ କହୁଛ ବନୀତା ? ତୁମକୁ ଏ ଯାଏଁ ଭୁଲି ପାରିନି । ତମେ ସେଇ ବନୀତା ଯିଏ ଏଇ କଦମ୍ବ ମୂଳେ ମୋ ପ୍ରେମଭିକ୍ଷା କୁ  ପ୍ରତ୍ୟାଖ୍ୟାନ କରିଥିଲ କିନ୍ତୁ ଆଜି ହଠାତ ବାହାଘର ପ୍ରସ୍ତାବ ଦେଉଛ ? “  

            “ତା ମାନେ ତୁମେ ମୋତେ ଭଲପାଅ ନାହିଂ । ଘୃଣା ଆସୁଛି ଏ ପୁରୁଷ ଜାତି ପ୍ରତି । ନାରୀମାନଙ୍କୁ କେବଳ ବିଳାସର ସାଧନ ମାତ୍ର ଭାବୁଛନ୍ତି ।“  ରାଗରେ ତା ନାକପୁଡା ଫଁ ଫଁ ହେଲା । ଯିବା ପାଇଁ ଠିଆ ହେଲା ବନୀତା ।

            ଆଉ ନିଜକୁ ଆକଟ କରି ପାରିଲା ନାହିଂ ବିନୟ । ବନୀତାର ହାତଧରି ପାଖରେ ବସାଇଲା । ଆଖିରେ ତାର ଧାର ଧାର ଲୁହ । ଧୂ ଧୂ ଖରା ବେଳଟାରେ ଯେମିତି ସେ ଶୁଖି ଶୁଖି ଯାଉଛି ।

            “ଠିକ ଅଛି । ମୁଁ ତୁମକୁ ବାହା ହେବି ।“

            ବିନୟର କଥା ଶୁଣି ବନୀତାର ଆଖିରେ ବିଶ୍ଵାସର ଝଲକ ଦେଖାଗଲା ।

            “କିନ୍ତୁ ମୋ ପେଟରେ ଅଧ୍ୟାପକ ସୁମିତ ରଞ୍ଜନର ପିଲା ।“   

             ଏ କଥା ଶୁଣି ବିନୟର ସାରା ସଂସାର ଯେମିତି ସେମିତି ମୂର୍ତ୍ତିପରି ଅଟକି ଗଲା । ତାକୁ ଲାଗିଲା ଚାରିଆଡେ ମରୁଡ଼ିର ତାଣ୍ଡବ ଲୀଳା ଓ ମରୁଭୂମିର ଡହଳ ବିକଳ ଖରା । ତଣ୍ଟି ତା’ର ଶୁଖିଗଲା । ଚାରିଆଡେ ଏକ ଶୂନଶାନ ନୀରବତା । ଅନେକ ସମୟର ନୀରବତା ଓ ନିଷବ୍ଦତା । ଅଧିକରୁ ଅଧିକ ଘୃଣା କଲା କଦମ୍ବମୂଳକୁ ବିନୟ ।

             ଯିବା ପାଇଁ ଠିଆ ହେଲା ବନୀତା ।

            “ମୋତେ କ୍ଷମାକର ବିନୟ ଏମିତି ଏକ ଅପ୍ରୀତିକର ପରିସ୍ଥିତିରେ ତୁମକୁ ଆଣିଥିବାରୁ । ବୋଧେ ତୁମର ହୃଦୟ ଭାଙ୍ଗିବାର ଦଣ୍ଡ ମୋତେ ମିଳିଛି । ଯେଉଁ ସ୍ଵପ୍ନ ନେଇ ମୋ ଭବିଷ୍ୟତର ତାଜମହଲ ଗଢିବାକୁ ଯାଉଥିଲି, ସେ ସବୁକୁ ଭାଙ୍ଗି ଚୁରମାର କରିଦେଲା ସଇତାନ ଅଧ୍ୟାପକ ସୁମିତ ରଞ୍ଜନ । ଦୀର୍ଘ ଛଅ ମାସ ମୋ ଦେହମନ ସହ ଖେଳିଲା ପରେ ଏବେ କହୁଛି ପିଲାଟା ତା’ର ନୁହଁ । ମଣିଷ ଚମଡା ଭିତରେ ସେ ଜଣେ ନରଭକ୍ଷୀ ଶୃଗାଳ । ଗୁରୁର ମୁଖା ପିନ୍ଧିଥିବା ସେ ଜଣେ ଶଠ । ପଦ୍ମକୁ ତୋଳିବାକୁ ଯାଇ ମୁଁ ଫସିଛି ଗଭୀର ପଙ୍କରେ । ଏ ସତ୍ୟକୁ ମୁଁ ଆଉ କାହା ଆଗରେ କହିଥାନ୍ତି ? କାହା କାନ୍ଧରେ ମୁଣ୍ଡ ରଖି କାନ୍ଦିଥାନ୍ତି ? କିଏ ମୋତେ ସାନ୍ତ୍ଵନା ଓ ସହାନୁଭୁତି ଦେଇଥାନ୍ତା ? ଏତେ ବଡ ଦୁନିଆରେ ଏ ସବୁ ଭାବୁ ଭାବୁ ତୁମର ମୁହଁଟା ଜଳଜଳ ହୋଇ ମୋତେ ଦେଖାଗଲା । ତମେ ଲଗିଲା କଦମ୍ବବନର କୃଷ୍ଣ ।  ଆଉ ମୁଁ ନିଜକୁ ନିଜେ ଭାବିଲି ମଥୁରା ଦାଣ୍ଡର କୁରୂପା ସ୍ତ୍ରୀ । ତମେ ମୋତେ ଏବେବି ଭଲପାଇଛ ବୋଲି କହିଦେଲା ପରେ ମୁଁ ନିଜ ଆଗରେ ନିଜେ ଛୋଟ ହେଇଗଲି । ତଥାପି ତୁମ ସହାନୁଭୂତିର ସ୍ପର୍ଶରେ ନିଜକୁ ସମ୍ଭାଳି ପାରିଛି ଯେ କିଏ ଏବେବି ମୋତେ ଭଲ ପାଉଛି । କିନ୍ତୁ ତୁମେ କାହିଁକି ବାସୀ ଫୁଲକୁ ନେଇ ନିଜ ଗଳାରେ ଧାରଣ କରିବ ? ମୋତେ ମୋ ରାସ୍ତାରେ ଛାଡିଦିଅ ମୋ ପାପର ପ୍ରାୟଶ୍ଚିତ ପାଇଁ । ଦେଖାଯାଉ,  କେଉଁ ନାଳ, ନଦୀ, ପାହାଡ, ସମୁଦ୍ର ମୋତେ କୋଳାଗ୍ରତ କରୁଛି ।“

            ଏତିକି କହି ଚାଲିଯାଉଛି ବନୀତା ବିନୟ ଆଗରୁ । ସେ ଭାବିପାରୁନି କ’ଣ କରିବ ? ଘୃଣାଭାବ ଜାତ ହେଲା ଅଧ୍ୟାପକ ସୁମିତ ରଞ୍ଜନ ପ୍ରତି । କେମିତି ସେ ଗ୍ରହଣ କରିବ ଅନ୍ୟର ସନ୍ତାନକୁ ? ସେ ଜଣେ ସାଧାରଣ ମଣିଷ । ମହାପୁରୁଷ ହେଇଥାନ୍ତା କି ! ଅତି ନିର୍ମମ ଭାବରେ ତା ପ୍ରେମକୁ ହତ୍ୟା କଲାପରେ କେଉଁ ମୁହଁ ନେଇ ଟା ପାଖକୁ ଆଶ୍ରୟ ପାଇଁ ଆସିଛି ବନୀତା ? କୁଆଡେ ସେ ଆତ୍ମହତ୍ୟା କରି ଦେବନି ତ ? ଆତ୍ମହତ୍ୟା କଥା ଭାବୁ ଭାବୁ ତା ଦେହ ଶିହିରୀ ଉଠିଲା ।

            ଧାଇଁ ଯାଇ ଫେରେଇ ଆଣିଲା ବନୀତାକୁ ସେଇ କଦମ୍ବମୂଳକୁ । ତା’ ମନରେ ଅନେକ ଭାବନା ଉବୁଟୁବୁ ହେଉଛି । କ’ଣ ଗୋଟେ ନିର୍ଣ୍ଣୟ ନେବାକୁ ପଡିବ ତା’କୁ ଏଇ କ୍ଷଣି । ନଚେତ ଜୀବନ ଯାକ କିଛି ନ କରିପାରିବାର ଯନ୍ତ୍ରଣାରେ  ଛଟପଟ ହେବ ।

            “ତମେ ମୋ ରାଣ ଖାଇ କୁହ ଯେ ତମେ ଗର୍ଭବତୀ ଏବଂ ଛୁଆର ବାପା ଅଧ୍ୟାପକ ସୁମିତ ରଞ୍ଜନ ବୋଲି । କାରଣ ମୁଁ ଚାହୁଁ ନି ଜଣେ ଗୁରୁଙ୍କୁ ମିଛରେ ବଦନାମ କରିବାର ପାପ ମୁଣ୍ଡେଇବାକୁ । ବନୀତା ବିନୟର ମଥା ଛୁଇଂଲା ।

            “ମୁଁ ଯଦି କହେ ତୁମେ ପିଲାଟାକୁ ନଷ୍ଟ କରିଦିଅ .......”

            “ମୁଁ ପାରିବିନି । ତମେ ମୋତେ ଗ୍ରହଣ କର କି ନ କର । କିନ୍ତୁ ଭ୍ରୁଣହତ୍ୟାର ପାପ ମୁଁ କରି ପାରିବିନି । “

            “ତାହା ହେଲେ ଆଜି ତୁମ ପିଲାର ପରିଚୟ ଦେବାକୁ ଯାଇ ମୋତେ ବାହା ହେବାକୁ ଚାହିଞ୍ଛ । କିନ୍ତୁ ତୁମ ହୃଦୟରେ ମୋ ପାଇଁ କାଣିଚାଟିଏ ଭଲପାଇବା ନାହିଂ । ମୁଁ ତୁମର ଆବଶ୍ୟକତା କିନ୍ତୁ ପ୍ରେମ ନୁହଁ ।“

            “ସେମିତି କୁହନା ବିନୟ । ଯେବେଠୁ ସେ ରାକ୍ଷସଟା ପୁରୁଷ ପଣିଆ ହରେଇଛି, ତୁମେ ହିଁ ମୋତେ ନିଜର ଲାଗିଛ । ମୋତେ କାହିଁକି ଲାଗୁଛି ମୋର ଦେହ, ମୋର ପାପରୁ ଉର୍ଦ୍ଧରେ ତୁମେ ମୋ ମନକୁ ,ମୋ ହୃଦୟକୁ ଭଲପାଇଛି । ତୁମେ ମୋ ପାପଠାରୁ ଢେର ଭଲ କାରଣ ସଂପୂର୍ଣ୍ଣ ସତ୍ୟକୁ ବୁଝିବାକୁ ଚେଷ୍ଟା କରିଛ ।“

            କିଛି ସମୟ ନୀରବ ରହିଲା ବିନୟ । ହୃଦୟ ପାଖରେ ସେ ହାରି ଯାଇଛି । ଅଧ୍ୟାପକ ସୁମିତ ରଞ୍ଜନ ଏମିତି କେମିତି କରି ପାରିଲା ? ଏ କଥା ଭାବୁ ଭାବୁ ତା ମନରେ ପ୍ରତିଶୋଧର ନିଆଁ ଲାଗିଛି । ଆଜି ଯେଉଁ ନଗ୍ନସତ୍ୟକୁ ସେ ସାମ୍ନା କରୁଛି, କେବଳ ଅଧ୍ୟାପକ ହିଁ ଦାୟୀ । ତାକୁ ତା କର୍ମର ଫଳ ମିଳିବା ଦରକାର । ତା ହୃଦୟଶ୍ଵରୀର କଷ୍ଟରେ ସେ ଆଜି ମର୍ମାହତ ।

            “ବନୀତା ! ମୁଁ ତୁମକୁ ବାହାହେବାକୁ ରାଜି ଅଛି । ଦୟାରେ ନୁହଁ ବରଂ ପ୍ରେମରେ । ମହାପୁରୁଷ ହେବାର ଇଚ୍ଛାରେ ନୁହଁ ବରଂ ମନ ହୃଦୟ ଥିବା ସାଧାରଣ ପ୍ରେମିକ ରୂପରେ । ତମେ ତାକୁ ଭୁଲି ପାରିବତ ?”

            “ମୁଁ କେବଳ ଘୃଣା କରେ ସେ କାପୁରୁଷକୁ ।“

            “ଆମେ ଦୁଇ ଦିନ ଭିତରେ ବାହାହେବା । ତମେ ରାଜି ତ ?

            ଏ କଥା ଶୁଣି ବିନୟର ପାଦ ତଳେ ପଡିଗଲା ବନୀତା । ତା’କୁ କୋଳକୁ ନେଲା ସେ ।

            “ଯଦି ତମ ପରିବାର ରାଜି ନ ହୁଅନ୍ତି ?” ବିନୟ ପଚାରିଲା ।

            “ମୋ ପରିବାର ତମେ ଜାଣିବା ପୂର୍ବରୁ ମୋତେ ପର କରି ସାରିଲେଣି । କିନ୍ତୁ ତୁମ ପରିବାର ?“

            “ମୁଁ କହିଦେବି ମୋ ପ୍ରେମର ସନ୍ତକ ବାହାଘର ପୂର୍ବରୁ ତୁମ ପେଟରେ ବଢୁଛି । ମୁଁ ଜାଣିଛି ,ମୋ ଘରେ ସ୍ନେହ ଶ୍ରଦ୍ଧା, ମାନସମାନ ଓ ମଧୁର ସମ୍ପର୍କର ଅଭାବ ନାହିଂ । ରୂପବତୀ ଓ ଗୁଣବତୀ ବୋହୁଟିଏ ପାଇଲେ ସେମାନଙ୍କ ପାଦ ତଳେ ଲାଗିବନି । କିନ୍ତୁ ଆମକୁ ଶପଥ ନେବାକୁ ହେବ ଯେ ଆମ ଭିତର ସତ ଯେମିତି ମୃତ୍ୟୁ ହେଲାଯାଏଁ ବାହାରେ ପ୍ରକାଶ ନ ହୁଏ । ହଁ , ଆଉ ଗୋଟେ କଥା ମନେ ରଖ । ଆମ ବାହାଘରେ ଅଧ୍ୟାପକ ସୁମିତ ରଞ୍ଜନର ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ । କାରଣ ମୁଁ ଜଣେ ଛାତ୍ର ହୋଇ ମୋ ଗୁରୁକୁ ଜୀବନର ଏ ନଗ୍ନସତ୍ୟ ସହ ପରିଚୟ କରାଇବି । ତୁମେ ସାମ୍ନା କରି ପାରିବ ତ ? “

            ଆଉ କିଛି କହିଲାନି ବନୀତା । ଦୁହେଁ ଦୁହିଙ୍କର ହାତ ଧରି କଦମ୍ବମୂଳରୁ ବିଦାୟ ନେଲେ ନିଜନିଜର ହଷ୍ଟେଲ ଆଡକୁ………..  ।

            ଅତ୍ୟଧିକ କୋଳାହଳରୁ ଅତୀତରୁ ବର୍ତ୍ତମାନକୁ ଫେରି ଆସିଲା ବିନୟ । ସମସ୍ତିଙ୍କର ଅତିପ୍ରିୟ ଅଧ୍ୟାପକ ପହଞ୍ଚିଛନ୍ତି ଶିବ ମନ୍ଦିରରେ । ଅଧ୍ୟାପକ ସୁମିତ ରଞ୍ଜନ ଦଶ ଦିନଧରି ଚାଲୁଥିବା ସେମିନାର ସାରି ଫେରିଛନ୍ତି କଲେଜକୁ । ସବୁ ଛାତ୍ରଛାତ୍ରୀ ଅଧ୍ୟାପକଙ୍କୁ  ଅନେଇଲେ । ତାହା ହେଲେ  ଅଧ୍ୟାପକ ହିଁ ବିଶିଷ୍ଟ ଅତିଥୀ ଯାହା ପାଇଁ ବିନୟ ଏ ଯାଏ ମଣ୍ଡପ ଉପରେ ବସିପାରିନି । ସମସ୍ତେ ଗଦଗଦ ହେଲେ ଗୁରୁଙ୍କ ପ୍ରତି ଶିଷ୍ୟର ଏ ପ୍ରକାର ମାନସମ୍ମାନ ଦେଖି ।

            ଅଧ୍ୟାପକ ସୁମିତ ରଞ୍ଜନ ଆଗେଇ ଆସିଲେ ମଣ୍ଡପ ପାଖକୁ । ବିନୟର ବାହାଘର ବିଷୟରେ କେହି ମଧ୍ୟ ତାଙ୍କୁ ଅବଗତ କରାଇ ନଥିଲେ । କିଏ ସେ ଝିଅ ଯିଏ ଓଢଣୀ ଦେଇ ବସିଛି ବିନୟ ଭଳି କଳା ମାଙ୍କଡଟାକୁ ବରଣମାଳା  ପକେଇବା ପାଇଁ । ତାଙ୍କୁ ପାଛୋଟି ନେଲା ବିନୟ ଅତି ଆଦରରେ ।

            ବିନୟ ସମସ୍ତ ଅତିଥୀଗଣଙ୍କୁ  ଜଣାଇଦେଲା ଯେ, ବଧୂର ଜିଦ ଅଧ୍ୟାପାକ ସୁମିତ ରଞ୍ଜନ ହିଁ କନ୍ୟଦାନ କରିବେ । କାରଣ ସେ ଜଣେ ଭଦ୍ର, ଅମାୟିକ, ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକ । ବିନୟର କଥାରେ ପ୍ରବଳ ତାଳି ଓ ହୁଳହୁଳିର ସମର୍ଥନ ମିଳିଲା । ଅଧ୍ୟାପକଙ୍କ ଛାତି  ଗର୍ବରେ ଆହୁରି ଚଉଡା ହେଲା । ପୁଷ୍ପ ବର୍ଷା ହେଲା । ମନ୍ତ୍ର ଉଚ୍ଚାରଣ ହେଲା । ହସ୍ତଗଣ୍ଠି ପରେ ବରଣମାଳା ବି ସରିଲା । ମଣ୍ଡପଉପରୁ ଉଠି ଦୁହେଁ ଅଧ୍ୟାପକଙ୍କ ଆଶୀର୍ବାଦ ନେବାକୁ ଯିବା ପୂର୍ବରୁ ଅଧ୍ୟାପକଙ୍କ ଅନୁରୋଧ ବୋହୁ ପିଲା ଓଢଣୀ କାଢି ମୁହଁ ଦେଖାଉ ।

            ଏ କଥାରେ ସମସ୍ତେ ଆଶ୍ଚର୍ଯ୍ୟ ।ବନୀତାକୁ କିଏ ବା ନ ଜାଣିଛି ଯେ ଅଧ୍ୟାପକ ଏ ପ୍ରକାର ଅନୁରୋଧ କରୁଛନ୍ତି । ସମସ୍ତ କଲେଜ ଜାଣିଛି ବନୀତା ଅଧ୍ୟାପକଙ୍କ ଛାଇ ଭଳି ରହିଥାଏ ।

            ମୁଣ୍ଡରୁ ଓଢଣୀ ବାହାର କଲା  ବନୀତା । ଓଢଣୀ ଭିତରେ ବଧୁ ରୂପରେ ବନୀତାକୁ ଦେଖି କାଠଗଣ୍ଡ ପରି ନିର୍ବାକ ଓ ନିସ୍ପନ୍ଦ  ହେଲେ ଅଧ୍ୟାପକ ସୁମିତ ରଞ୍ଜନ ।  ଯେମିତ କିଏ ଗୋଟେ ତାଙ୍କର ପୁରୁଷ ହେବାର ଅହଂଭାବକୁ ଚୋଟ ମାରିଛି । ଯେମିତିକି ବନୀତା ନିଜ ପେଟରେ ଥିବା ପିଲାର ବୀର୍ଯ୍ୟକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି । ନିଜ ଶିଷ୍ୟର ମହାନ ବଳିଦାନ ଆଗରେ ତଳକୁ ଖସିଯିବାର ସତ୍ୟତା ଓ ନିଜ ପିଲାଟା ତାଙ୍କୁ ପିତା ଭାବରେ ଅସ୍ଵୀକାର କରିବାର ନଗ୍ନସତ୍ୟ ଆଗରେ ସେ ମୁହଁ ଗୁଞ୍ଜି ଫିଟିଯିବାକୁ ବାଟ ଖୋଜୁଥିଲେ । କିନ୍ତୁ ବନୀତାର ଉପହାସ ଭରା ଚାହାଣୀ ଏବଂ ବିନୟ ଆଗରେ ଅପରାଧ ଧରା ପଡିଯିବାର ଡର ତାଙ୍କୁ ଫିଟିବାର ବାଟ ଦେଉନଥିଲେ । ବେଶୀ ସମୟ ଠିଆ ହୋଇ ନପାରି ପାଖରେ ଥିବା ଚୌକିରେ ବସି ପଡିଲେ ସେ ମୁଣ୍ଡଟାକୁ ତଳକୁ କରି ।

            ଯିଏ ଯାହା ରାସ୍ତାରେ ଫେରିଲେ  ବର ଓ ବଧୂକୁ ଆଶୀର୍ବାଦ କରି । ବିନୟ ଓ ବନୀତା ଫେରିଲେ ସେହି କଦମ୍ବମୂଳକୁ ସମସ୍ତ ପୀଡାମୟ ଅତୀତର ସତ୍ୟତାକୁ ବିବାହ ମଣ୍ଡପର ଯଜ୍ଞ କୁଣ୍ଡରେ ଆହୁତି ଦେଇ।

     *ମୋ କଥାଟି ସରିଲା,ଫୁଲ ଗଛଟି ମରିଲା ।*

କିଏ ସମ୍ମାନର ଯୋଗ୍ୟ

*🌻" କିଏ ସମ୍ମାନର ଯୋଗ୍ୟ "🌻*
*· · • • • • • • ✤ • • • • • • · ·*     

ବେତାଳର ବାରମ୍ବାର ଏପରି କାର୍ଯ୍ୟକଳାପ ଦେଖି ରାଜା ବିକ୍ରମ ରାଗିଯାଇ ପୁଣିଥରେ ବୃକ୍ଷ ମୂଳକୁ ଆସିଲେ ଓ କହିଲେ- “ବେତାଳ! ତୁମେ ଏକ ବିଶ୍ୱାସ ଘାତକ ଅଟ । ମୁଁ ତୁମର ମସ୍ତକ ଚ୍ଛେଦନ କରିବି । ତୁମେ ଏମିତି ବାରମ୍ବାର କାହିଁକି ପଳାଇ ଆସୁଛ?” ଏହା କହି ବିକ୍ରମ ପୁଣିଥରେ ବେତାଳକୁ ଆଣି ନିଜ କାନ୍ଧ ଉପରେ ପକାଇ ଚାଲିବାକୁ ଆରମ୍ଭ କଲେ । ଏହାପରେ ପୁଣି ବେତାଳ ସବୁଥର ପରି ଆଉ ଏକ କାହାଣୀ କହିବାକୁ ଆରମ୍ଭ କଲା ।

ଅବନ୍ତୀ ନଗରୀରେ ଗୁଣବନ୍ତ ନାମକ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ । ସେ ଜଣେ ପରମ ଧାର୍ମିକ ଏବଂ ଜନତାଙ୍କର ସେବକ ଥିଲେ । ଗୁଣବନ୍ତଙ୍କର ପତ୍ନୀ ଅତ୍ୟନ୍ତ ସୁନ୍ଦରୀ ଥିଲେ ସତ କିନ୍ତୁ ସେ ଦୁଃଶ୍ଚରିତ୍ରା ଥିଲେ । ଏହି କାରଣରୁ ସେ ଥରେ ମଧ୍ୟ ଜାରଜ ସନ୍ତାନ ଜନ୍ମ କରିଥିଲେ । ସେହି ଶିଶୁଟି ଏକ କନ୍ୟା ଥିଲା । ସେ କିନ୍ତୁ ତା’ର ମା’ଠାରୁ ଆହୁରି ଅଧିକ ରୂପବତୀ ଥିଲା । ସମୟକ୍ରମେ ଶିଶୁଟି ଯୌବନ ଅବସ୍ଥାରେ ଉପନୀତ ହେଲା । ସେହି ଝିଅଟିକୁ ତା’ର ମା’ ଅଧିକ ସ୍ନେହ କରୁଥିଲେ । ସେଥିପାଇଁ ମା’ର ପ୍ରଭାବ ତା’ ଉପରେ ବେଶ୍ ପଡୁଥିବାରୁ ଶେଷକୁ ସେ ମଧ୍ୟ ସେହିପରି ଦୁଃଶ୍ଚରିତ୍ରା ହୋଇଗଲା । ସେ ଯୁବତୀ ହେବାପରେ ଧନୀ ଗୁଣବନ୍ତ ତା’ର ବିବାହ କରିବାକୁ ମନେ ମନେ ଠିକ୍ କଲେ । ବିଶେଷ ସୂତ୍ରରୁ ସେ ଜାଣିବାକୁ ପାଇଲେ ଯେ, ତାଙ୍କ କନ୍ୟାର ତାଙ୍କ ଘରେ ଥିବା ଏକ ଚାକର ସହିତ ଅବୈଧ ସମ୍ବନ୍ଧ ରହିଛି । ଗୁଣବନ୍ତ ଏକଥା ଶୁଣିବା ମାତ୍ରକେ ସଂଗେ ସଂଗେ ସେହି ଚାକରକୁ ଘରୁ ବାହାର କରିଦେଲେ । ସେହି ଚାକର ପିଲାଟି ସେହି ନଗରୀରେ ଅନ୍ୟ ଜଣକ ଘରେ ରହି କାମ କରିବାକୁ ଲାଗିଲା । କିଛି ଦିନ ପରେ ସେ ଅନ୍ୟ ଏକ ସ୍ଥାନରେ ତା’ର ଏକ ଘର ତିଆରି କରିଦେଲା । ଏହାପରେ ସେ ତା’ର ମାଲିକର ଘରେ ନରହି ତା’ର ନିଜ ଘରେ ରହିବାକୁ ଲାଗିଲା । ଏତେସବୁ ଘଟଣା ଘଟିବାପରେ ମଧ୍ୟ ଗୁଣବନ୍ତଙ୍କର କନ୍ୟା ରତ୍ନାବତୀ ତା’ର ପାଖକୁ ଲୁଚି ଲୁଚି ଯାଆନ୍ତି । ସେ ରାତିରେ ତା’ର ଘରକୁ ଯାଆନ୍ତି ଓ ରାତି ନପାହୁଣୁ ପୁଣି ନିଜ ଘରକୁ ଫେରି ଆସନ୍ତି । ଏହି କଥା କେବଳ ରତ୍ନାବତୀର ମା’ ଜାଣିଥାଆନ୍ତି ।

କିଛି ଦିନ ପରେ ଗୁଣବନ୍ତ ରତ୍ନାବତୀ ପାଇଁ ଏକ ସୁଯୋଗ୍ୟ ପାତ୍ର ଠିକ୍ କରିଦେଲେ । ତିଥିବାର ଠିକ୍ କରି ଗୁଣବନ୍ତ ତା’ର ବିବାହ ମଧ୍ୟ କରିଦେଲେ । ରତ୍ନାବତୀ ସିନା ବିଭା ହୋଇ ସ୍ୱାମୀ ଗୃହକୁ ପଳାଇ ଆସିଲେ ହେଲେ ଚାକର ପିଲା ସହିତ ତା’ର ସମ୍ପର୍କ ଚ୍ଛିନ୍ନ ହୋଇ ପାରିଲା ନାହିଁ । ଦୈବ ଯୋଗରୁ ରତ୍ନାବତୀର ସ୍ୱାମୀ ଗୃହଠାରୁ ଅଳ୍ପଦୂରରେ ତା’ର ପ୍ରେମୀକର ଘର ଥିଲା । ତେଣୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଦିନକୁ ଦିନ ବଢିବାକୁ ଲାଗିଲା । ରତ୍ନାବତୀ ମଧ୍ୟ ତାଙ୍କ ଘରେ ରହୁଥିବା ଚାକରାଣୀକୁ ହାତ କରି ତା’ରି ସାହାଯ୍ୟରେ ଏପରି କୁ କାର୍ଯ୍ୟରେ ମାତିଥାଏ । କିଛି ଦିନ ପରେ ରତ୍ନାବତୀର ସ୍ୱାମୀକୁ ଏମାନଙ୍କର କାର୍ଯ୍ୟକଳାପ ଦେଖି ସନ୍ଦେହ ଲାଗିଲା । ତେଣୁ ସେ ତହିଁ ଆରଦିନ ଚାକରାଣୀକୁ ଘରୁ ବାହାର କରିଦେଲା । ଏହାପରେ ରତ୍ନାବତୀ କିପରି ତା’ର ପ୍ରେମିକକୁ ସାକ୍ଷାତ କରିବ, ସେହି ଚିନ୍ତାରେ ପଡିଗଲା । ଦିନେ ଲୁଚି ଛପି ଯାଇ ପ୍ରେମିକର ଘରେ ପହଁଚି ତାକୁ ସମସ୍ତ ଘଟଣା କହିଲା । ପ୍ରେମିକଟି ବର୍ତ୍ତମାନ କିଛିଦିନ ପାଇଁ ତା’ ପାଖକୁ ନଆସି ସ୍ୱାମୀର ବିଶ୍ୱାସ ଭାଜନ ହେବାକୁ ପରାମର୍ଶ ଦେଲା । କିନ୍ତୁ ରତ୍ନାବତୀର ମନ ମାନୁଛି କୋଉଠୁ । ସେ ସବୁ ସମୟରେ କେବଳ ତାରି ପ୍ରେମିକକୁ ହିଁ ଭାଳି ହେଲା ।

ରତ୍ନାବତୀର ଏପରି ଅବସ୍ଥା ଦେଖି ତା’ର ସ୍ୱାମୀ ମନେ ମନେ ଏକ ଉପାୟ ପାଂଚିଲେ । ତାଙ୍କ ପାଖରେ ଥିବା ଜଣେ ବିଶ୍ୱସ୍ତ ଲୋକକୁ କିଛି ଧନରତ୍ନ ଦେଇ ରତ୍ନାବତୀର ପ୍ରେମିକକୁ ବିଷପାନ କରାଇ ମାରିଦେବାକୁ କହିଲା । ପ୍ରେମିକର ଖାଇବାରେ ବିଷଦେଇ ବିଷଦେଇ ରତ୍ନାବତୀ ସ୍ୱାମୀର ବିଶ୍ୱସ୍ତ ଲୋକଟି ତାକୁ ମାରିଦେଲା । ସେହି ଦିନ ରାତିରେ ରତ୍ନାବତୀ ପ୍ରେମିକକୁ ଦେଖିବା ପାଇଁ ଘରୁ ଲୁଚି ଲୁଚି ବାହାରିଗଲା । ରତ୍ନାବତୀ ଯିବା ସମୟରେ ରାସ୍ତାରେ ଗୋଟିଏ ଚୋର ତାକୁ ଦେଖିଲା । ଚୋରଟି ମନେ ମନେ ଏତେ ରାତିରେ ଏକା ଗୋଟିଏ ନାରୀକୁ କେଉଁ ଆଡକୁ ଯାଉଥିବାର ଦେଖି କାରଣ କ’ଣ ଜାଣିବାପାଇଁ ସେ ତାର ପଛେ ପଛେ ଚାଲିଲା । ଚୋରଟି ମଧ୍ୟ ରତ୍ନାବତୀର ପଛେ ପଛେ ଯାଇ ତା’ର ପ୍ରେମିକର ଘର ମଧ୍ୟରେ ଗୋଟିଏ ନିରାପଦ ସ୍ଥାନ ଦେଖି ଲୁଚିଗଲା ।

ପ୍ରେମିକର ଘର ସାମ୍ନାରେ ଗୋଟିଏ ବୃକ୍ଷ ଥିଲା । ସେହି ବୃକ୍ଷରେ ଗୋଟିଏ ପିଶାଚ ରହୁଥିଲା । ପିଶାଚ ମଧ୍ୟ ରତ୍ନାବତୀର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାକୁ ଉପଭୋଗ କରିବାପାଇଁ ମନେ ମନେ ଚିନ୍ତା କଲା । ପିଶାଚ ତା’ର ମୃତ ପ୍ରେମିକ ଦେହରେ ପ୍ରବେଶ କରି ରତ୍ନାବତୀକୁ ଉପଭୋଗ କରିବାପାଇଁ ଠିକ୍ କଲା । ଏହି ଚିନ୍ତା ମନକୁ ଆସିବା କ୍ଷଣି ପିଶାଚ ସଂଗେ ସଂଗେ ମୃତ ପ୍ରେମିକର ଦେହରେ ପ୍ରବେଶ କରିଗଲା ଓ ରତ୍ନାବତୀକୁ ଉପଭୋଗ କଲା । ପିଶାଚଟି ଏତେ ମାତ୍ରାରେ ଉତ୍ତେଜିତ ହୋଇ ଉଠିଲା ଯେ, ଉତ୍ତେଜନା ବଶତଃ ସେ ରତ୍ନାବତୀର ନାକକୁ କାମୁଡି ଦେଲା । ଯାହାଫଳରେ କି ନାକର କିଛି ଅଂଶ ପ୍ରେମିକର ପାଟି ଭିତରେ ରହିଗଲା । ଏହାପରେ ପିଶାଚ ସଂଗେ ସଂଗେ ପ୍ରେମିକର ଦେହରୁ ବାହାରିଯାଇ ଗଛ ଉପରକୁ ପଳାଇଗଲା ।

ନାକ କଟିଯିବାରୁ ରତ୍ନାବତୀ କଷ୍ଟ ହେତୁ ଜୋର୍ରେ କାନ୍ଦିବାକୁ ଲାଗିଲା । ପୁଣି ପ୍ରେମିକକୁ ଯେତେବେଳେ ମରିଯାଇଥିବାର ଦେଖିଲା ସେ କ’ଣ କରିବ କିଛି ଚିନ୍ତା କରିପାରିଲା ନାହିଁ । ସେ ଭୟଭୀତ ହୋଇ ସେଠାରୁ ଯିବାକୁ ବାହାରିଲା । ଚୋର ମଧ୍ୟ ଗୋଟିଏ କୋଣରେ ଲୁଚି ରହିଥିଲା । ସେ ଏସବୁ ଦେଖିବାପରେ ମଧ୍ୟ କିଛି ବୁଝି ପାରୁନଥାଏ । ସେ ମଧ୍ୟ ଏହା ଦେଖି ଭୟଭୀତ ହୋଇପଡିଥିଲା । ରତ୍ନାବତୀ ନିଜ ଘରେ ଯାଇ ପହଁଚି ସ୍ୱାମୀ ଶୋଇଥିବା ସ୍ଥାନରେ ବସି କାନ୍ଦିବାକୁ ଲାଗିଲା । ଘରେ ସମସ୍ତେ ଶୋଇ ପଡିଥାଆନ୍ତି । ଏପରିକି ତା’ର ସ୍ୱାମୀ ମଧ୍ୟ ନିଦରେ ଶୋଇ ପଡିଥାଏ । ରତ୍ନାବତୀ ଜୋର୍ରେ କାନ୍ଦିବାରୁ ପ୍ରଥମେ ତା’ର ସ୍ୱାମୀର ନିଦ ଭାଙ୍ଗିଗଲା । ଏହାପରେ ଧୀରେ ଧୀରେ ପରିବାରର ସମସ୍ତ ସଦସ୍ୟ ଉଠିଗଲେ । ରତ୍ନାବତୀ ସମସ୍ତଙ୍କ ଆଗରେ ତା’ର ସ୍ୱାମୀ ନାକ କାଟି ଦେଇଥିବା କଥା କହିଲା । ଏ କଥା ଶୁଣି ଘରର ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ରତ୍ନାବତୀର ଏପରି କଥା ଶୁଣି ସ୍ୱାମୀ ମଧ୍ୟ ନିଜେ ଆଶ୍ଚର୍ଯ୍ୟ ହୋଇଗଲା । ରତ୍ନାବତୀର କାନ୍ଦ ଶୁଣି ପଡୋଶୀମାନେ ମଧ୍ୟ ଉଠିଗଲେ । ରତ୍ନାବତୀ ନାକ କଟିଯିବା ପାଇଁ ତା’ର ସ୍ୱାମୀକୁ ଦୋଷାରୋପ କରୁଥାଏ । ସମସ୍ତେ ରତ୍ନାବତୀର କଥା ଶୁଣି ତା’ର ସ୍ୱାମୀକୁ ଧିକ୍କାର କରୁଥାଆନ୍ତି । ରତ୍ନାବତୀର ସ୍ୱାମୀ ଯେତେ ସଫେଇ ଦେଲେ ମଧ୍ୟ ତା’ର କଥାକୁ କେହି ଶୁଣୁ ନଥାନ୍ତି । ଧୀରେ ଧୀରେ କଥା ଯାଇ ରାଜାଙ୍କ କାନରେ ପଡିଲା । ରାଜା ସଂଗେ ସଂଗେ ରତ୍ନାବତୀ ଓ ତା’ର ସ୍ୱାମୀକୁ ଡକାଇଲେ । ରତ୍ନାବତୀଠାରୁ ସବୁ କଥା ଶୁଣି ସାରିବାପରେ ରାଜା ସଂଗେ ସଂଗେ ତା’ର ସ୍ୱାମୀକୁ ଫାଶୀ ଦଣ୍ଡାଦେଶ ଦେଲେ । ରତ୍ନାବତୀର ସ୍ୱାମୀ କାନ୍ଦି କାନ୍ଦି ରାଜାଙ୍କୁ ଯେତେ ଯାହା କହିଲେ ମଧ୍ୟ ରାଜା କୌଣସି କଥା ଶୁଣିଲେ ନାହିଁ ।

ରତ୍ନାବତୀର ସ୍ୱାମୀକୁ ଫାଶୀ ହୋଇଯାଇଥିବା କଥା ଚାରିଆଡେ ବ୍ୟାପିଗଲା । ସେହି କଥା ଚୋରଟି ମଧ୍ୟ ଶୁଣିଲା । ସେ କିନ୍ତୁ ଅନ୍ୟମାନଙ୍କ ପରି ଚୁପ୍ ନରହି ରାଜାଙ୍କ ପାଖକୁ ଯିବାକୁ ବାହାରିଲା । ରାଜାଙ୍କ ପାଖରେ ପହଁଚି ତାଙ୍କୁ ସମସ୍ତ ଘଟଣା ଜଣାଇଲା । ସମସ୍ତ ଘଟଣା କହି ସାରିବା ପରେ ପ୍ରମାଣ ଦେବାକୁ ଯାଇ କହିଲା- “ମହାରାଜ! ସେହି ବ୍ୟକ୍ତିର ଶବ ଏବେ ମଧ୍ୟ ତାର ଘରେ ପଡିଛି । ଆପଣ ଯଦି ତାର ମୁହଁ ଖୋଲି ଦେଖିବେ ତା’ହେଲେ ରତ୍ନାବତୀର ନାକ ନିଶ୍ଚୟ ତା’ର ପାଟି ଭିତରେ ଥିବ ।” ଲୋକଟିର କଥା ଶୁଣି ମହାରାଜ ସଂଗେ ସଂଗେ କର୍ମଚାରୀ ମାନଙ୍କୁ ସେହି ସ୍ଥାନକୁ ପଠାଇଲେ । କର୍ମଚାରୀମାନଙ୍କ ସହିତ ସେହି ଚୋରଟି ମଧ୍ୟ ଘଟଣା ସ୍ଥଳକୁ ଗଲା । ସତକୁ ସତ ଚୋରର କଥା ସତ ହେଲା । ଏହାପରେ ମହାରାଜଙ୍କର ଆଜ୍ଞା ଅନୁସାରେ ରତ୍ନାବତୀର ସ୍ୱାମୀକୁ ଛାଡି ଦିଆଗଲା ଏବଂ ରତ୍ନାବତୀକୁ ରାଜ୍ୟରୁ ବାହାର କରିଦେବା ପାଇଁ ଆଦେଶ ଦେଲେ ।

କାହାଣୀଟି କହିସାରି ବେତାଳ ଏକ ଦୀର୍ଘଶ୍ୱାସ ଛାଡି ପୁଣି କହିଲା- “ରାଜା ବିକ୍ରମ! ଏବେ ତୁମେ ନ୍ୟାୟ କର ଯେ, ଏହି କାହାଣୀରେ ପ୍ରକୃତ ଦୋଷୀ କିଏ?” ବିକ୍ରମ କିଛି ନକହି ଚୁପ୍ ଚାପ୍ ବାଟ ଚାଲୁ ଥାଆନ୍ତି । ରାଜା ବିକ୍ରମ କିନ୍ତୁ ମନେ ମନେ ଠିକ୍ କରିଥାଆନ୍ତି ଯାହା କିଛି ହେଲେ ମଧ୍ୟ ସେ ଏଥର ମୁହଁ ଖୋଲିବେ ନାହିଁ । ରାଜା ବିକ୍ରମଙ୍କର ପାଟି ନଖୋଲିବା ଦେଖି ବେତାଳ କହିଲା- “ଆଚ୍ଛା ଚାଲ! ଉୁଁ ତୁମକୁ ଆଉ ଏକ କାହାଣୀ ଶୁଣାଉଛି । ଏହି କାହାଣୀ ଶୁଣି ସାରିବା ପରେ ତୁମେ ଦୁଇଟି କାହାଣୀରେ ଥିବା ପ୍ରଶ୍ନର ନ୍ୟାୟ ସଂଗତ ଉତ୍ତର ଏକାଥରେ ହେବ ।

‘ଇନ୍ଦ୍ରପୁର’ ନଗରୀରେ ‘ମହାଧନ’ ନାମକ ଏକ ଧାର୍ମିକ ପ୍ରବୃତିର ଧନୀ ବ୍ୟକ୍ତି ବାସ କରୁଥିଲେ । ମହାଧନଙ୍କର ପୁତ୍ରର ନାମ ଶ୍ରୀଧନ୍ ଥିଲା, ଯିଏକି ଅତ୍ୟନ୍ତ ଦୁଷ୍ଟ ପ୍ରକୃତିର ଥିଲା । ପୁତ୍ରର ଦୁଷ୍ଟାମିରେ ବିରକ୍ତ ହୋଇ ମହାଧନ ଦିନେ ତାକୁ ଘରୁ ବାହାର କରିଦେଲେ । ବୁଲି ବୁଲି ଯାଇ ଶେଷରେ ଶ୍ରୀଧନ୍ ଚନ୍ଦ୍ରନଗର ନାମକ ଏକ ନଗରୀରେ ଯାଇ ପହଁଚିଲେ । ସେଠାରେ ‘ହେମଗୁଣ’ନାମକ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ । ତାଙ୍କର କନ୍ୟା ବିବାହ ଯୋଗ୍ୟା ହୋଇଯାଇଥିବାରୁ କନ୍ୟାର ବିବାହ ପାଇଁ ସେ ବହୁତ ଚିନ୍ତିତ ଥିଲେ । ହେମଗୁଣଙ୍କ ଝିଅର ନାମ ଚନ୍ଦ୍ରମୁଖୀ ଥିଲା । ଝିଅଟିର ନାମ ଯେପରି ରୂପଗୁଣ ମଧ୍ୟ ସେହିପରି ଶ୍ରୀଧନ୍ ଯେତେବେଳେ ବୁଲି ବୁଲି ଯାଇ ସେହି ନଗରୀରେ ପହଁଚିଲେ, ସେତେବେଳକୁ ତାଙ୍କ ପାଖରେ ଥିବା ଧନ ସବୁ ସରିଯାଇଥାଏ । ଅନ୍ୟ ଭାଷାରେ କହିଲେ ସେ ସେତେବେଳକୁ କାଙ୍ଗାଳ ପ୍ରାୟ ହୋଇଯାଇଥିଲେ । ଜୀବନ ଯାପନ କରିବାପାଇଁ ଶ୍ରୀଧନ୍ ପାଖରେ ଧନର ନିଶ୍ଚିତ ଆବଶ୍ୟକତା ଥିଲା । କିନ୍ତୁ ସେ ଧନ ଆଣିବେ କେଉଁଠୁ? ଏହିପରି ଭାବି ଭାବି ତାର ମନକୁ ଏକ କଥା ଆସିଲା । ନିଜେ ଏକ ଦୀନ ହୀନ ବେଶ ଧାରଣ କରି ହେମଗୁଣଙ୍କ ପାଖରେ ଯାଇ ପହଁଚିଲା । ହେମଗୁଣଙ୍କୁ ନିଜର ପରିଚୟ ହେବକୁ ଯାଇ କହିଲା-“ମୁଁ ବେପାର ଉଦ୍ଧେସ୍ୟରେ ଘରୁ ବାହାରିଥିଲି । କିନ୍ତୁ ରାସ୍ତାରେ ଚୋର ଦଳଙ୍କ ହାବୁଡରେ ପଡିଯିବାରୁ ସେମାନେ ମୋର ସର୍ବସ୍ୱ ଲୁଟି ନେଲେ । କେବଳ ସେତିକି ନୁହେଁ ମୋତେ ମାରପିଟ୍ ମଧ୍ୟ କଲେ । ମୁଁ ବହୁତ କଷ୍ଟରେ ସେମାନଙ୍କ କବଳରୁ ଖସି ଆସିଛି । କିନ୍ତୁ ମୋ ପାଖରେ ଏବେ ଗୋଟିଏ କାଣି କଉଡିଟିଏ ମଧ୍ୟ ନାହିଁ । ମୁଁ ବର୍ତ୍ତମାନ କ’ଣ କରିବି? ମୋର ମୁଣ୍ଡକୁ କିଛି ବୁଦ୍ଧିବାଟ ଦିଶୁନାହିଁ ।”

ଧନୀ ହେମଗୁଣ ଧର୍ଯ୍ୟର ସହିତ ଶ୍ରୀଧନ୍ଙ୍କଠାରୁ ସବୁ କଥା ଶୁଣିଲେ । ସେ ଯେମିତି ଜାଣିଲେ ଯେ ‘ଶ୍ରୀଧନ୍’ ‘ମହାଧନ’ଙ୍କର ପୁତ୍ର ସେ କହିଲେ- “ପୁଅରେ! ତୁମେ କିଛି ଚିନ୍ତା କରନାହିଁ । ଯେ ପର୍ଯ୍ୟନ୍ତ ଇଚ୍ଛା କରିବ ମୋ ଘରେ ମୋର ଅତିଥି ହୋଇ ରହିଯାଅ ।” ଏହା କହି ତାଙ୍କ ଚାକରମାନଙ୍କୁ ଶ୍ରୀଧନ୍ଙ୍କୁ ଅତିଥିଶାଳା ଦେଖାଇବା ପାଇଁ କହିଲେ । ଅତିଥିଙ୍କର ଯେମିତି କୌଣସି କ୍ଷେତ୍ରରେ ଅବହେଳା ନହୁଏ, ସେଥିପାଇଁ ଚାକରମାନଙ୍କୁ ମଧ୍ୟ ତାଗିଦ୍ କରିଦେଲେ । ଏହାପରେ ଧନୀ ହେମଗୁଣ ପତ୍ନୀଙ୍କ ଆଗରେ ଯାଇ ସବୁ କଥା କହିଲେ । ହେମଗୁଣଙ୍କ ପତ୍ନୀ ଶ୍ରୀଧନଙ୍କୁ ଦେଖିବାକୁ ଇଚ୍ଛା ପ୍ରକାଶ କଲେ । ଶ୍ରୀଧନଙ୍କୁ ଦେଖିବାପରେ ହେମଗୁଣ ମନେ ମନେ ତାଙ୍କୁ ଜ୍ୱାଇଁ କରିବେ ବୋଲି ଭାବୁଥାଆନ୍ତି । ହେମଗୁଶଙ୍କ ପତ୍ନୀ ମଧ୍ୟ ସ୍ୱାମୀଙ୍କର ଇଚ୍ଛା ସଂପର୍କରେ ଜାଣି ପାରିଥାଆନ୍ତି ।

ଅପରାହ୍ଣରେ ହେମଗୁଣଙ୍କର ପତ୍ନୀ ଶ୍ରୀଧନଙ୍କୁ ଚାହା ପିଇବା ପାଇଁ ଡାକିଥାଆନ୍ତି । ସେହି ସମୟରେ ସେ ଶ୍ରୀଧନଙ୍କୁ ଦେଖିବାର ସୁଯୋଗ ପାଇଲେ । ଚାହା ପିଇସାରିବା ପରେ, ଶ୍ରୀଧନଙ୍କୁ ଗାଧୋଇବାକୁ କହି ନୂଆ ବସ୍ତ୍ର ଆଣି ପିନ୍ଧିବାକୁ ଦେଲେ । ଶ୍ରୀଧନ ନବ ବସ୍ତ୍ର ପରିଧାନ କରିବାପରେ ଅଧିକ ରୂପବାନ୍ ଲାଗିଲେ । ଶ୍ରୀଧନ୍ଙ୍କର ରୂପରେ ମୁଗ୍ଧହୋଇ ହେମଗୁଣଙ୍କର ପତ୍ନୀ ସ୍ୱାମୀଙ୍କ ଆଗରେ ଶ୍ରୀଧନଙ୍କୁ ଜ୍ୱାଇଁ କରିବା କଥା ପ୍ରକାଶ କଲେ । ପତ୍ନୀଙ୍କ କଥା ଶୁଣିବାପରେ ହେମଗୁଣ ଅତ୍ୟଧିକ ଖୁସି ହୋଇ କହିଲେ- “ଯାହା ହେଉ ତୁମେ ମୋ ମନର କଥା ବୁଝି ପାରିଲ । ଶ୍ରୀଧନଙ୍କୁ ମୁଁ ମୋ କନ୍ୟା ପାଇଁ ଉପଯୁକ୍ତ ବୋଲି ଭାବୁଛି । ଏହାପରେ ହେମଗୁଣ ଶ୍ରୀଧନ୍ଙ୍କ ଆଗରେ ନିଜର ମନର କଥା ପ୍ରକାଶ କରିବା ସହିତ ଶ୍ରୀଧନ୍ଙ୍କର ମତାମତ ଲୋଡିଲେ । ଶ୍ରୀଧନ ଯେତେବେଳେ ଏହି କଥା ଶୁଣିଲେ ବିନା ଦ୍ୱିଧାରେ ସଂଗେ ସଂଗେ ରାଜି ହୋଇଗଲେ ।

ଏହାପରେ ତିଥିବାର ଦେଖି ହେମଗୁଣ ଶ୍ରୀଧନ୍ଙ୍କ ସହିତ ଚନ୍ଦ୍ରମୁଖୀର ବିବାହ କରାଇଦେଲେ । ବିବାହ ପରେ ଶ୍ରୀଧନ୍ ଯେତେବେଳେ ଚନ୍ଦ୍ରମୁଖୀକୁ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ବିବାହ ପରେ ଅନେକ ଦିନ ଶ୍ରୀଧନ୍ କେବଳ ଭୋଗ ବିଳାସରେ ମାତି ରହିଲେ । କିଛି ଦିନ ପରେ ଚନ୍ଦ୍ରମୁଖୀ କହିଲା- “ସ୍ୱାମୀ! ତୁମେ ମୋତେ ମୋର ଘରକୁ କଣ ନେବ ନାହିଁ । ବିବାହ ପରେ ଗୋଟେ ଝିଅର ପ୍ରକୃତ ଘର ହେଉଛି ତାର ଶାଶୁ ଘର । ତୁମେ କୁହତ ଆମେ କେବେ ଆମ ଘରକୁ ଯିବା ।”

ଶ୍ରୀଧନ୍ କହିଲା, “ନିଶ୍ଚୟ ଯିବା, ପ୍ରକୃତରେ ମୁଁ ତୁମ ପ୍ରେମରେ ଏତେ ମାତ୍ରାରେ ବୁଡିଯାଇଥିଲି ଯେ ଅନ୍ୟ ସବୁ କଥା ମୁଁ ଭୁଲି ଯାଇଥିଲି ।” ତାହିଁ ଆରଦିନ ହିଁ ଶ୍ରୀଧନ୍ ଘରକୁ ଯିବାକୁ ବାହାରି ପଡିଲା । ଝିଅ ଜ୍ୱାଇଁ ଘରକୁ ଯିବା ସମୟରେ ହେମଗୁଣ ଯାହା ଯୌତୁକ ଦେବା କଥା ଦେଇ ସେମାନଙ୍କୁ ସସମ୍ମାନେ ବିଦାୟ ଦେଲେ । କିଛି ବାଟ ଯିବାପରେ ଏକ ଜଂଗଲ ପଡିଲା । ଜଂଗଲ ମଧ୍ୟରେ ଯିବା ସମୟରେ ଏକ କୂପ ପଡିଲା । କୂପ ପାଖରେ ପହଁଚିବା ମାତ୍ରକେ ଶ୍ରୀଧନ୍ ସେଠାରେ ରହିଗଲେ, ଏବଂ କହିଲେ- “ପ୍ରିୟେ! କିଛି ସମୟ ଆମେ ଏଠାରେ ଆରାମ୍ କଲେ କେମିତି ହୁଅନ୍ତା” ଚନ୍ଦ୍ରମୁଖୀକୁ ମଧ୍ୟ ଥକ୍କା ଲାଗୁଥିଲା । ତେଣୁ ସେ ବା’ କାହିଁକି ଶ୍ରୀଧନ୍ ର କଥାରେ ବିରୋଧ କରିବ । ଦୁଇଜଣ ଯାକ ସେଠାରେ ବିଶ୍ରାମ ନେବାକୁ ଠିକ୍ କରି କୂପ ନିକଟରେ ଥିବା ଏକ ବୃକ୍ଷ ମୂଳରେ ତମ୍ବୁ ପକାଇ ଦେଲେ ।

ପ୍ରକୃତରେ ଶ୍ରୀଧନ୍ ଶ୍ୱଶୁର ଘରୁ ଆସିବା ସମୟରେ ହିଁ ମନେ ମନେ ଏକ ଯୋଜନା କରିଥିଲା । ଧନ ପାଇବା ସାଙ୍ଗକୁ ସୁନ୍ଦରୀ ନାରୀର ସାହଚର୍ଯ୍ୟ ମଧ୍ୟ ସେ ପାଇ ସାରିଥିଲା । ତେଣୁ ସେ କିପରି ପତ୍ନୀଠାରୁ ଦୂରେଇଯିବ ମନେ ମନେ ଚିନ୍ତା କରୁଥିଲା । ରାତି ହେବାରୁ ଉଭୟେ ସାଙ୍ଗ ହୋଇ ଖାଇଲେ । ଖାଇ ସାରିବା ପରେ ଶ୍ରୀଧନ୍ ଚନ୍ଦ୍ରମୁଖୀକୁ କହିଲା, “ରାତିରେ ଜଂଗଲ ଭିତରେ ଏତେ ଗୁଡିଏ ଗହଣା ପିନ୍ଧିବା ବିପଦ । ତେଣୁ ସବୁ ଗହଣା ଓହ୍ଲାଇ ମୋତେ ଦେଇଦିଅ ।” ଏହିପରି ମଧୁର କଥା କହି ଶ୍ରୀଧନ୍ ଗହଣା ସବୁ ନେଇଯିବା ପରେ ଚନ୍ଦ୍ରମୁଖୀକୁ କୂପ ମଧ୍ୟକୁ ଠେଲି ଦେଲା । ଏହାପରେ ସବୁ ଗହଣା ନେଇ ଶ୍ରୀଧନ୍ ନିକଟରେ ଥିବା ସହରକୁ ଚାଲିଗଲା । ସେଠାରେ ରହି ସେ କେବଳ ବିଳାସ ବ୍ୟସନରେ କାଳ କାଟିଲା ତାହା ନୁହେଁ, ଜୁଆ ଖେଳିବାରେ ସମସ୍ତ ସମୟ ଅତିବାହିତ କଲା ।

ଯେଉଁ କୂପ ମଧ୍ୟରେ ଶ୍ରୀଧନ୍ ଚନ୍ଦ୍ରମୁଖୀକୁ ପକାଇ ଦେଇଥିଲା, ସେହି କୂପଟି କିନ୍ତୁ ଶୁଖିଲା ଥିଲା । କୂଅରେ ପଡିଯିବାରୁ ଚନ୍ଦ୍ରମୁଖୀର ମୁଣ୍ଡ ଫାଟିଗଲା ଓ କିଛି ସମୟ ପାଇଁ ବେହୋସ୍ ହୋଇ ପଡିରହିଲା । କିଛି ସମୟ ପରେ ଯେତେବେଳେ ତାର ହୋସ୍ ଆସିଲା ସେ ଜୋର୍ରେ କାନ୍ଦିବାକୁ ଲାଗିଲା । ଠିକ୍ ଏହି ସମୟରେ ଜଣେ ପଥିକ ଘୋଡା ଉପରେ ବସି ଆସୁଥାଆନ୍ତି । ଘୋଡା ଟାପୁର ଶବ୍ଦ ଶୁଣି ଚନ୍ଦ୍ରମୁଖୀ କେହି ଜଣେ ଆସୁଥିବାର ଭାବି ଜୋର୍ରେ କାନ୍ଦିବାକୁ ଲାଗିଲା । ଜଂଗଲ ମଧ୍ୟରେ ଜଣେ ନାରୀର କ୍ରନ୍ଦନ ଶୁଣି ପଥିକ ଜଣକ ଆସି କୂପ ନିକଟରେ ପହଁଚିଗଲେ । କୂପ ମଧ୍ୟରେ ଜଣେ ନାରୀକୁ ଦେଖି ପଥିକ ଜଣକ ତାଙ୍କୁ କୌଣସି ମତେ ଉଦ୍ଧାର କରି ଉପରକୁ ଆଣିଲେ ଏବଂ କିପରି ଏହି ଜଂଗଲ ମଧ୍ୟରେ ଥିବା କୂପକୁ ସେ ଆସିଲେ ସେ ବିଷୟରେ ପଚାରିଲେ । ଚନ୍ଦ୍ରମୁଖୀ ନିଜର ପରିଚୟ ଦେବାକୁ ଯାଇ କହିଲା- “ମୁଁ ମୋ ସ୍ୱାମୀଙ୍କ ସହିତ ମୋ ଶାଶୁ ଘରକୁ ଯାଉଥିଲି । ଏଠାରେ ଆମେ କେତେଜଣ ଡାକୁଙ୍କ ହାବୁଡରେ ପଡିଗଲୁ । ଡାକୁ ମାନେ ମୋର ସମସ୍ତ ଗହଣା ପତ୍ର ନେଇଗଲେ ଏବଂ ମୋତେ ଏଇ କୂପ ମଧ୍ୟରେ ପକାଇ ଦେଲେ । ମୋର ସ୍ୱାମୀଙ୍କୁ ସେହିମାନେ କେଉଁଆଡେ ବାନ୍ଧି ନେଇଯାଇଛନ୍ତି ।”

ଏହିପରି ମିଛ କଥା କହି ଚନ୍ଦ୍ରମୁଖୀ ତା’ର ସ୍ୱାମୀର କୁକାର୍ଯ୍ୟକୁ ଲୁଚାଇଲା । ପଥିକ ଜଣକ ବଡ ଦୟାଳୁ ସ୍ୱଭାବର ବ୍ୟକ୍ତି ଥିଲେ । ସେ ଚନ୍ଦ୍ରମୁଖୀକୁ ତା’ର ପିତା-ମାତାଙ୍କ ପାଖରେ ନେଇ ଛାଡିଦେଲେ । ଚନ୍ଦ୍ରମୁଖୀ ନିଜ ଘରେ ପିତା-ମାତାଙ୍କ ଆଗରେ ମଧ୍ୟ ସ୍ୱାମୀର କୁକାର୍ଯ୍ୟ ସଂପର୍କରେ କିଛି ନକହି, ପଥିକକୁ ଯେଉଁ କଥା କହିଥିଲା ଘରେ ମଧ୍ୟ ସେହି କଥା କହିଲା । ଏହାପରେ କିଛି ଦିନ ବିତିଗଲା । ଚନ୍ଦ୍ରମୁଖୀ ସ୍ୱାମୀ କଥା ମନେ ପକାଇ ବେଳେବେଳେ କାନ୍ଦେ, କିନ୍ତୁ ତାର ସ୍ୱାମୀ ଚନ୍ଦ୍ରମୁଖୀ କଥା ମନେ ପକାଇବା ତ’ ଦୂରର କଥା, ସେ ସବୁ ସମୟରେ ବିଳାସ ବ୍ୟସନରେ କାଳ କାଟୁଥିଲା । କାମ ଧନ୍ଦା କିଛି ନକରି ଚନ୍ଦ୍ରମୁଖୀ ଘରୁ ଆଣିଥିବା ଯାନି ଯୌତୁକ ବାବଦ ଟଙ୍କା ସବୁ ଖର୍ଚ୍ଚ କରୁଥିଲା । କଥାରେ ଅଛି “ବସି ଖାଇଲେ ନଈବାଲି ସରେ” । ତେଣୁ ସେଇ ଟଙ୍କା ସେତକ କେତେଦିନ ତାକୁ ବଂଚାଇ ଥାଆନ୍ତା । ଧୀରେ ଧୀରେ ଟଙ୍କା ସବୁ ସରିଗଲା । ଶେଷରେ ଅବସ୍ଥା ଏପରି ହେଲା ଯେ ଶ୍ରୀଧନ୍ କାଙ୍ଗାଳ ପ୍ରାୟ ହୋଇଗଲା ।

ଏହି ସମୟରେ ତା’ର ଚନ୍ଦ୍ରମୁଖୀ କଥା ମନେ ପଡିଲା । ହେଲେ ଚନ୍ଦ୍ରମୁଖୀ ପାଖକୁ ଯିବାକୁ ତା’ର ସାହସ ପାଉ ନଥାଏ । ମନେ ମନେ ଡର ଲାଗୁଥାଏ, କାଳେ ଚନ୍ଦ୍ରମୁଖୀର ପିତା-ମାତା ତାର କାର୍ଯ୍ୟକଳାପ ଜାଣି ପାରିଥିବେ କି । ଏହି କଥା ଚିନ୍ତା କରି ନିଜର ବେଶ ବଦଳାଇ ଶ୍ୱଶୁରଘର ଗାଁରେ ପହଁଚିଲା । ସେଠାରେ ପହଁଚି ଗୁପ୍ତ ଭାବରେ ସମସ୍ତ କଥା ସଂଗ୍ରହ କଲା । ସେ ଯେମିତି ଜାଣିଲା ଯେ ଚନ୍ଦ୍ରମୁଖୀ ତାର କୁକାର୍ଯ୍ୟ ସଂପର୍କରେ କୌଣସି କଥା ଶାଶୁ ଶ୍ୱଶୁରଙ୍କୁ କହିନାହିଁ, ସେ ସେମାନଙ୍କ ନିକଟକୁ ଯିବାପାଇଁ ପ୍ରସ୍ତୁତ ହେଲା । ପରଦିନ ଯାଇ ଶ୍ୱଶୁରଙ୍କ ନିକଟରେ ପହଁଚି କାନ୍ଦି କାନ୍ଦି ଚନ୍ଦ୍ରମୁଖୀ ଯେଉଁ କଥା କହିଥିଲା, ସେହି କଥା କହିଲା । ଶ୍ୱଶୁର ଜ୍ୱାଇଁର ମଧ୍ୟ ଏପରି ଅବସ୍ଥା ଦେଖି ମନେ ମନେ ଦୁଃଖ କଲେ । ଶ୍ରୀଧନ୍ ଚନ୍ଦ୍ରମୁଖୀ ପାଖକୁ ଯାଇ ତାକୁ ମଧ୍ୟ କ୍ଷମା ମାଗିଲା । ଚନ୍ଦ୍ରମୁଖୀ ମଧ୍ୟ ଶ୍ରୀଧନ୍ର କାର୍ଯ୍ୟକଳାପରେ ପରିବର୍ତ୍ତନ ଲକ୍ଷ କରି ପୁରା ବିଶ୍ୱାସ କରିଗଲା । ପୁଣିଥରେ ଶ୍ରୀଧନ୍ ଶ୍ୱଶୁରଙ୍କ ଠାରୁ ଆହୁରି ଅଧିକ ଧନ ନେଇ ଚନ୍ଦ୍ରମୁଖୀକୁ ଧରି ନିଜ ଘରକୁ ଯିବାକୁ ବାହାରିଲା । ଏଥରକ କିନ୍ତୁ ସେ ଚନ୍ଦ୍ରମୁଖୀକୁ କୂପ ମଧ୍ୟରେ ନିକ୍ଷେପ କଲା ନାହିଁ । ସିଧାସଳଖ ଚନ୍ଦ୍ରମୁଖୀକୁ ମାରିଦେଇ ସମସ୍ତ ଧନ ରତ୍ନ ଧରି ପଳାଇଗଲା ।

କାହାଣୀଟି କହିସାରି ବେତାଳ କହିଲା- “ରାଜା ବିକ୍ରମ! ଏବେ ତୁମକୁ କହିବାକୁ ପଡିବ ଦୁଇଟି କାହାଣୀରେ କାହାର ଚରିତ୍ର ସର୍ବଶ୍ରେଷ୍ଠ?” ରାଜା କହିଲେ- “ଶୁଣ ବେତାଳ! ପ୍ରଥମ କାହାଣୀରେ ଚୋରର ଚରିତ୍ର ସର୍ବଶ୍ରେଷ୍ଠ ମାନ୍ୟତା ଦାବୀ କରେ । ସେ ଚୋର ହେଲେ କ’ଣ ହେଲା ତା’ଠାରେ ଅନ୍ୟାୟ ବିରୋଧରେ ପ୍ରତିବାଦ କରିବାର ଶକ୍ତି ଥିଲା । ସେ ଯଦି ରାଜାଙ୍କ ପାଖକୁ ଯାଇ ସବୁ ସତ କଥା ନକହିଥାଆନ୍ତା, ତା’ହେଲେ ବିଚରା ରତ୍ନାବତୀର ସ୍ୱାମୀ ନିର୍ଦୋଷରେ ଫାଶୀ ପାଇଥାଆନ୍ତା । ତେଣୁ ପ୍ରଥମ କାହାଣୀରେ ଚୋରର ଚରିତ୍ର ସର୍ବଶ୍ରେଷ୍ଠ ।

ଦ୍ୱିତୀୟ କାହାଣୀରେ ନାୟିକା ଚନ୍ଦ୍ରମୁଖୀର ଚରିତ୍ର ସର୍ବଶ୍ରେଷ୍ଠ ଅଟେ । ସେ ସ୍ୱାମୀ ହାତରେ ମୃତ୍ୟୁବରଣ କଲା ପଛେ ହେଲେ ସ୍ୱାମୀର କୁକାର୍ଯ୍ୟକୁ ନିଜ ପିତା-ମାତାଙ୍କ ନିକଟରେ ପ୍ରକାଶ କଲା ନାହିଁ । ତେଣୁ ଚନ୍ଦ୍ରମୁଖୀର ଚରିତ୍ର ଦ୍ୱିତୀୟ କାହାଣୀରେ ସର୍ବଶ୍ରେଷ୍ଠ । ରାଜାଙ୍କର ଉତ୍ତର ଶୁଣିସାରିବା ପରେ ବେତାଳ ଜୋର୍ରେ ଅଟ୍ଟହାସ୍ୟ କରି ବିକ୍ରମଙ୍କ କାନ୍ଧରୁ ଉପରକୁ ଉଠିଗଲା । ଏହାପରେ ଆଉ କିଛି ନକହି ପୁଣି ସେହି ବୃକ୍ଷ ଡାଳରେ ଯାଇ ଓଲଟା ଓଲଟି ରହିଲା । ରାଜା ବିକ୍ରମ କି ଛାଡିବା ଲୋକ । ସେ ପୁଣି ଥରେ ବେତାଳ ପଛେ ପଛେ ଯାଇ ସେହି ବୃକ୍ଷ ନିକଟରେ ପହଁଚିଗଲେ । ବିକ୍ରମଙ୍କୁ ଦେଖି ବେତାଳ କହିଲା, “ଆରେ ବିକ୍ରମ! ତୁମେ ପୁଣି ଥରେ ଏଠାରେ ଆସି ପହଁଚିଗଲ ।” କିନ୍ତୁ ବିକ୍ରମ ତାର କଥା ନଶୁଣି ପୁଣି ଗଛ ଉପରକୁ ଉଠିଯାଇ ବେତାଳର ରସି କାଟି ତାକୁ କାନ୍ଧରେ ପକାଇ ଆଣିଲେ ।

*=============================*
*☘️🌸🌼🙏   ସମାପ୍ତ   🙏🌼🌸☘️*
*=============================*

ପବିତ୍ର ବନ୍ଧନ

ଡ. ପ୍ରିୟମ୍ବଦା ସାମଲ

ତୁମେ ମୋ ଆକାଶେ
               ପୁନେଇଁ ଚାନ୍ଦ
ପ୍ରୀତିର ରଜ୍ଜୁରେ
               ମୋତେ ତ ବାନ୍ଧ। 
ଦୂରରେ ଥାଇ ବି
            ହ୍ରୁଦୟେ ଥାଅ। 
ପାଖରେ ଥାଇ ବି
             ଦୂରେଇ ଯାଅ। 
ଜନ୍ମ ଜନ୍ମାନ୍ତର
                 ତପସ୍ୟା ପରେ
ଆସିଛ  ତୁମେ ହେ
                 ମୋର ଭାଗ୍ଯରେ। 
ତୁମେ ମୋ ମନର
                  ଫୁଲ ଫଗୁଣ
ପ୍ରେୟସୀ ହ୍ରୁଦୟେ
                    ଝରାଇ ଶ୍ରାବଣ। 
ପ୍ରୀତିର ଜୋଛନା
                   ଗୀତିର ସ୍ବର
ବିରହୀ ପ୍ରାଣର
                   ମେଘ ମହ୍ଲାର। 
ଫୁଲର  ସୁରଭି
                ମୋ ପାଇଁ ତୁମେ
ଯେସନେ ଝରଣା
                   ସାଗରେ ସମେ।
ସତେଜ ଫୁଲର
                  ମହକରେ ତୁମେ
ସାତ ସୁର  ବଇଁଶୀର
                     ମନେ ମୋର ଭ୍ରମେ। 
ବିଶ୍ବାସରେ ଗଢା ଆମ
                          ପବିତ୍ର ବନ୍ଧନ
ଏକ ପ୍ରାଣେ ବନ୍ଧା
                    ଆମ ଦୁଇଟି ଏ ମନ। 
ତୁମ ପ୍ରେମର ଝରଣା
                       ଝର ଝର ବହୁଥାଏ
ହସି ହସି ମୁହିଁ ସବୁ ଝଡଝଂଜା
                     ମଥାପାତି ସହି ନିଏ। 
ତୁମରି ପ୍ରେରଣା ସମୀରଣ ହୋଇ
                 ମନ୍ଦ ମନ୍ଦ  ହସୁଥାଏ
ଜୀବନର ଘୂର୍ଣ୍ଣିବଳୟରେ
           ବତୀଘର ହୋଇ କର୍ମ କରୁଥାଏ। 
ଜବାହର ନବୋଦୟ ବିଦ୍ଯାଳୟ ଗଜପତି।

କାଏଁ ହେଲା ଯେ ତୋତେ

ଦେବେନ୍ଦ୍ର କୁମାର ନାଏକ 
      ତରଭା, ସୁବର୍ଣ୍ଣପୁର 

ଛୁଆଦିନୁ ମୁଇଁ 
ଖୁଜୁଛେଁ ତୋତେ 
ଖୁଜି ଖୁଜି ହେଲି କାକରଛାନ, 
ଇନେ ଅଛୁ ତୁଇ 
ସେନେ ଅଛୁ ତୁଇ 
ଦରଶନ ଲାଗି ମନ ଛନ ଛନ।। 

ମାୟାର ସଁସାର 
ମିଛର ଇ ସଁସାର 
ଯାହିଁ ଗଲେ ସେନେ ଠଁକାଭଁଡ଼ା, 
କିଏ ଯେ ନିଜର 
କିଏ ଯେ ପରର 
ଅସଲି ସୁନା ଲାଗସି ଲୁହାମୁଡ଼ା।। 

ଲୁକେ କହେସନ 
ଦେଉଲେ ବସିଛୁ 
କିଏ କହେସି ଗୀର୍ଜା ମସଜିଦ୍, 
ବୁଲି ବୁଲି ଅଥା 
ଚାରହିଖୁତି ଯଥା 
ସବୁ ଖୁଜାଖୁଜି ଲାଗେ ଅସତ।। 

ରାମାୟଣ ପଢ଼ି 
ଗୀତା ଭାଗବତ 
ଚାଲଲି ତୁମେ ଦେଖାଲା ବାଟ, 
ଗଲି ପାରାୟଣ 
ମିଛ ପ୍ରବଚନ 
ସବୁନେ ବସିଛେ ଅସତ ହାଟ।। 

ଏତେ କଥା ଭାଲି 
ସବୁ ଗଲା ଗଲି 
କାଏଁ ହେଲା ଯେ କରମି ପୂଜା, 
ଟଁଟି ମୁରକୁଟି 
ନେତା ଭୁରକୁଟି 
ଜନତାର ଟଁଟି ଗାଡ଼ିଛେ ଧୂଜା।। 

           **  **  **

ମନୋହରୀ


ଜଗଦୀଶ ଶତପଥୀ।
ମନୋହରୀ ବାଲା ଆସିଛି। ଗାଁ ଦାଣ୍ଡରେ ପ୍ରବଳ ଭିଡ଼।ମୋର ରିବନ ଦରକାର, ମୋର ଫେୟାର ଆଣ୍ଡ ଲଭଲି ଦରକାର।କାହାର କାଚ, କାହାର ସିନ୍ଦୂର। ଭିଡ଼ ଜମେଇ ଦେଇଛି ମନୋହରୀ ବାଲା। ସତରେ ବଡ଼ ଅଦ୍ଭୁତ ଏଇ ମନୋହରୀ ବାଲା। ଗାଁ ଯାକର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ତା ପାଖରେ। ଛୁଆଙ୍କ ଠାରୁ ବୁଢ଼ିମା ପର୍ଯ୍ୟନ୍ତ। ସେଥିରେ ପୁଣି ମୂଲାମୂଲି।ଏକା ଏକା ଥକିଯାଏ ମନୋହରୀ ମନୋଜ। ଦେଖିବାକୁ ସୁନ୍ଦର ସୁଢଳ ଚେହେରା।ତା ସାଙ୍ଗକୁ କଲରାପତରିଆ ନିଶ ହଳକ ଚୋଖା ଦେଖାଯାଏ। କହିବାକୁ ଗଲେ ଗାଁ ସାରାର ପ୍ରେମିକ। ଦୁଇଦିନେ ଥରେ ଗୋଟିଏ ଗାଁ। ଏହିଭଳି ପାଳିକରି ଗାଁ ବୁଲେ,ଆଉ ଡାକୁଥାଏ,ଏ ନାନୀ କାଚ ସିନ୍ଦୂର,ଅଳତା ନେବ,ଵାସନମଜା,ରୁଟିଶେକା ନେବ।ଏ ଭଉଣୀ  ତୋ ହାତକୁ ଏ କାଚ ଭାରି ମାନିବ।ନେ,ଆରେ ପଇସା ଆଜି ନଦେଲେ କାଲି ଦେବ। ସେଥିରେ କୁଣ୍ଠା କାହିଁକି। ମୁଁ ପରା ମନୋଜ ଭାଇ।ଆସ ଆସ ଆସ ସମସ୍ତେ।କି ପ୍ରେମ କେଜାଣି, ସମସ୍ତଙ୍କୁ ବାନ୍ଧି ରଖେ ପ୍ରେମ ରେ। ଏହି ପ୍ରେମ ରୁ ପ୍ରେମ ସୃଷ୍ଟି ହୁଏ, ବଉଳ ସହିତ।ଦୁଃଖିତ ପରିବାର ର ଝିଅ। ପିଲାଟି ଦିନରୁ ବାପା ଗୋଟିଏ ଗାଡି ଆକ୍ସିଡେଣ୍ଟ ରେ ଚାଲିଗଲେ।ମା କାମ ଧନ୍ଦା କରି ଯାହା ଆଣେ, ସେଥିରେ ଦୁଇ ପ୍ରାଣୀ କୁଟୁମ୍ବ ଚଳି ଯାଆନ୍ତି।ବଉଳ ଖୁବ୍ ସାଦାସିଧା। କଲେଜ ରେ ପଢ଼େ ଓ ଟିଉସନ କରି ଯେଉଁ ପଇସା ହୁଏ, ସେଥିରେ ପାଠପଢ଼ା ଖର୍ଚ୍ଚ କରେ। ଏହି ମନୋଜ ଭାଇ ଭାରି ସୁନ୍ଦର। ଉଭୟ ଉଭୟଙ୍କୁ ଭଲ ପାଆନ୍ତି। ଜୀବନ ଦେବାକୁ ପ୍ରସ୍ତୁତ। ସଂପର୍କ ନୂଆ ମୋଢ ନିଏ। କେଉଁ ଏକ ଅସଜଡା ମୁହୁର୍ତ୍ତ ରେ।ବଉଳ ଗର୍ଭବତୀ ହୁଏ। ଲୋକ ମାନଙ୍କ କାହିଁ ଟାପରା ଶୁଣିବାକୁ ହୁଏ, ବିଚାରୀ ବଉଳ କୁ। ମନୋଜ କିନ୍ତୁ ଫେରାର। ମନୋହରୀ ବାଲା ରୁ ଵନିଯାଏ ବାପା। ସମସ୍ତଙ୍କୁ କାଚ ସିନ୍ଦୂର ଅଳତା ଦେଉଥିବା ମନୋଜ ବଉଳ କୁ କାଚ ସିନ୍ଦୂର ଦେବାକୁ ଘୃଣା କରେ। ସମାଜ ରେ ଏଭଳି ଅନ୍ୟାୟ ସବୁଦିନ ଚାଲିଛି, ବିକ୍ରି କରୁଥିବା କାଚ ସିନ୍ଦୂର ସତସତିକା ହେଲାବେଳକୁ ବଉଳ ଆତ୍ମହତ୍ୟା କରିଦିଏ। ମନୋହରୀ ହୋଇଯାଏ ଵଉଳ ପାଇଁ କାଳ।ଗରୀବ ଝିଅ ପାଲଟି ଯାଏ ସମସ୍ତଙ୍କର ଟାପରା।

ଧର୍ମଶାଳା। ଯାଜପୁର।

ମାନବର ସେବା ତ ଧରମ

######################
ପ୍ରସଂଗ--ମାନବର ସେବା ତ ଧରମ
"""""""""""""'''''''"""""""""""""""""""""'''''''"""""""
ଏ କି ଧରମ କୁହ
ଈର୍ଷାରେ ମଣିଷ ଇର୍ଷାର ବିଷରେ ଜଳାଇ ମାରଇ 
କରେ ସବୁ ନାରଖାର 
ଅଶାନ୍ତି ଲହରୀ ଖେଳାଇ, ଭାବେ ବଡ଼ ଦାଣ୍ଡେ ବୁଲି
ଗଲେ ପାପ ତକ ହେବ ଦୂର

ଏ କି ଧରମ କୁହ
ଛଳନାର ଛଦ୍ମବେଶୀ ମଣିଷ ସବୁ କିଛି ପଥଭ୍ରଷ୍ଟ 
ଉନ୍ମାଦନା କାର୍ଯ୍ୟ କରି
ଗରୁଡ଼ ପାଖରେ ଦୀପ ଜାଳିଲେ ହରିଵ ତାର ପାପ,  
ସର୍ବ ପାପରୁ ଯିବ ସେ ତରି

ଏ କି ଧରମ କୁହ
ସଇତାନ ଅନେକ ସ୍ବପ୍ନ ଦେଖାଇ ଭରଷାକୁ ତିଳ
ତିଳ କରି ତୋଡି କରେ ଅଭିନୟ
ଲୁଚକାଳି ଖେଳ ଖେଳି ଭାବୁଛି ତୁଳସୀ ମାଳ ପିନ୍ଧି
ମନ୍ଦିର ଦ୍ଵାରେ ଯାଇ ପାଇବ ମୁକ୍ତିର ଅଭୟ

ଏ ଧରମ କୁହ
ନୁହେଁ କି ନିର୍ଲଜ୍ଜ! ଅଂଧାରର ଭାବନା, ନୁହେଁ କି
ମିଛ ବାହାନା
ନୁହେଁ କି ଏକ ଛଳନାମୟ ଛଦ୍ମବେଶୀ ମଣିଷର
ମାଟିରୁ ଆକାଶ ଛୁଇଁବାର ଭାବନା

ଏ କି ଧରମ କୁହ
ଖୋଜୁଛ ରାମକୁ କାହିଁ ରାମ କାହିଁ ରାମ ମନ୍ଦିର
ଭିତରେ ପଥର ମୂର୍ତ୍ତିକୁ ଥୋଇ
ସେ ପରା ଲୀଳା କରଇ କୀଟ ଠାରୁ ବ୍ରହ୍ମ ସକଳ
ଘଟେ ବିଦ୍ୟମାନ ହୋଇ

ମୋ ମତରେ ଧରମ
ହିଂସା କ୍ରୋଧ ରାଗ ଈର୍ଷା ଛାଡ଼ି ମନୁ ପର ସୁଖେ ସୁଖୀ 
ପର ଦୁଃଖେ ଦୁଃଖୀ ହୋଇଥାଏ ଯେଉଁ ଜନ
କରିଥାଏ ମାନବର ସେବା, ସେହି ତ ଧରମ, ସେହି
ସଂସାରରେ ଲଭିଥାଏ ମାନ ସନମାନ 

ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ

କାଉ ଖାଇଲା ପଣସ

ନିର୍ମଳ ନାୟକ 
(କବିତା ) 

ଖୋଲିଲି  ଢଗ, ଢମାଳୀ  ପେଡି... 
ଦେଖିଲି ଯତନେ ନୟନ ମେଲି... 
ଉପାଦେୟ ତତ୍ୱମାନ କାଢିନେଲି.. 
ସମାଜ ପାଇଁ ଯୋଗ୍ୟ  ଭାବିଲି  !! 

କାଉ ଚାରି ଯୁଗ ସିଆଣୀଆ ପରା.. 
କିମ୍ପା ଅବା କରେ ବଗଲା ବିଚରା.. 
ଦୋଷ ସାରା ମୁଣ୍ଡେ ବୋଳିଦେଇ.. 
କାଉ ଉଡ଼ିଗଲା ଦୋଷମୁକ୍ତ ହୋଇ !! 

ମିଠା ନରମ କଥାରେ ଭଳି ବଗଲା.. 
ଆପଣା ହାତେ ଜିଭ ଛେଦନ କଲା.. 
ଦୋଷ ଅବା  ଦେବ କାହାକୁ ଭଲା.. 
ମିଛ ଜାଲେ ଫସିଗଲା ନିରୀହପିଲା !! 

ନୂଆ ନୂଆ ମିଠା ସପନ ଦେଖେଇ.. 
ଅର୍ଥ ମୁଣି ରୁ  କାଢିନେଲା  ସେହି.. 
କେହି ଅବା ଜାଣିବେ  କାହିଁ ପାଇଁ 
ବିଚରା  ବଗଲା  ଠକିଗଲା ତହିଁ !! 

କାଉ ନୂଆ ବଗ ଖୋଜିବାର ବ୍ୟସ୍ତ.. 
ପଣସ ଖାଇ ଅଠା ନେସା ଅଭ୍ୟସ୍ତ.. 
ସୁବଚନ ପରଷି ଠକିବାରେ ବ୍ୟସ୍ତ.. 
ବିଚରା ବଗ ହୋଇଲେ ପରାସ୍ତ !! 

ହୁସିଆର ଭାବିଥିଲା ସିନା କାଉ.. 
ସୁଧାରିନେ ତୁ  ବେଳ ଥାଉ ଥାଉ 
ପଣସ ଖାଇ  ଅଠା ବୋଳିଦେଉ.. 
କାହିଁପାଇଁ ତୁମେ  ସାଜୁଛ ଦାଉ !! 

ବଗ ମାନେ ଏବେ ହୁଅ ହୁସିଆର.. 
ଜାଣ କାଉ କରେ  ସବୁ ନାରଖାର.. 
ସ୍ୱାର୍ଥ ପାଇଁ ଠକି ଚାଲେ ବାରବାର.. 
ବିରାଡ଼ି ବୈଷ୍ଣବ ଭାଷା ଠିକାଦାର !! 

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

ମହିଳା ଜାଗରଣ

ମାଧବୀପଟେଲ।
ଏକ ଛୋଟିଆ ପଲ୍ଲୀ ନାଁ ତାର ନୂଆଁଡିହି।ଦିନଥିଲା ଏଠାରେ ଲୋକେ ଭୋକ ଉପାସରେ ରହୁଥିଲେ।ବର୍ଷକରେ ଧାନ ଚାଷହିଁ ସେମାନଙ୍କର ଉପାର୍ଜନର ଏକ ପନ୍ଥା ଥିଲା।ଗାଁର ଅଧିକାଂଶ ପୁରୁଷ ମୂଲ ମଜୁରି କରି ଚଳୁଥିଲେ।କୋଉଠି ସଡକ ତିଆରି ପୋଖରି ଖୋଳା
ପ୍ରଭୃତି କିଛି କାମ ମିଳିଲେ କରୁଥିଲେ କେବେକେବେ।ହେଲେ ସବୁଦିନ କାମ ବି ମିଳୁନଥିଲାପୁରୁଷମାନେ କାମରୁ ଯାହା ମଜୁରି ମିଳୁଥିଲା  ସେଥିରୁ ଅଧା ମଦପିଇଦେଇ ଆସୁଥିଲେ।ମଙ୍ଗଲୁ ବି ସେମାନଙ୍କ ଭିତରୁ ଜଣେ।ତା ସ୍ତ୍ରୀ ସୀତା ଦୁଇପିଲା ପିଙ୍କି ଓ ରିଙ୍କୁ କୁ କୌସସି ମତେ ପଢାଇବାକୁ ଚାହୁଁଥିଲା।ତା ମାଆଘର ସ୍ବଛଳ ପରିବାର ଥିଲେ।ତା ଦାଦାର ପିଲାମାନେ ସବୁ ପାଠ ପଢୁଥିଲେ।ତାଙ୍କ ଦେଖାଦେଖି ସେ ବି ନିଜ ପିଲାଙ୍କୁ ପଢାଇବାକୁ ଚାହୁଁଥିଲା।ସମୟ ସମୟରେ ମାଆ ଭାଇଠୁ କିଛି ଆର୍ଥିକ ସାହାଯ୍ୟ ମିଳୁଥିଲା ସେଥିରେ କୌଣସି ପ୍ରକାରେ ସେ ତାର ସଂସାର ରୂପକ ଶଗଡକୁ ଟାଣିବାକୁ ଚେଷ୍ଟାକରୁଥିଲା।ହେଲେ ମଙ୍ଗଳୁ ତାକୁ କୌଣସି ପ୍ରକାରେ ସାହାଯ୍ୟ କରୁନଥିଲା ବରଂ ବିଘ୍ନ ସୃଷ୍ଟି କରି ମନୋବଳ ଭାଙ୍ଗୁଥିଲା।ପାଠପଢି ଏମାନେ କଣ କରିବେ ବରଂ କାମ ଶିଖାଅ ବୋଲି ସେ ସୀତାକୁ କହୁଥିଲା।ହେଲେ କଣ କାମ ଶିଖିବେ ଗାଁରେ।ଏମିତି କିଛି କାମ ନ ଥିଲା ଯାହା କରି ଦୁଇ ପଇସା ରୋଜଗାର କରି ହେବ।ସେ ତା ମାଆ ଘରକୁ ଯାଇଥିବାବେଳେ ଦେଖିଲା ସେଠି ବିଶ୍ବଗ୍ରୃପ ତରଫରୁ ଏକ ସ୍ବୟଂ ସହାୟକ ଗୋଷ୍ଠି ଗଢିଛନ୍ତି ଓ ସରକାରି ସହାୟତା ପାଉଛନ୍ତି କିଛି କିଛି ଟଙ୍କା।ସେ ଟଙ୍କାରେ ସେମାନେ ମିଶି ଛତୁଚାଷ କରୁଛନ୍ତି ଓ ବେଶ୍ ପଇସା ରୋଜଗାର କରୁଛନ୍ତି।ସେମାନଙ୍କୁ ଆଉ ନିଜ ଗେରସ୍ତଙ୍କ  ଉପରେ
ନିର୍ଭର କରିବାକୁ ପଡୁନି।ଘରକାମ ସମ୍ଭାଳି ଏ କାମ ବି ସହଜରେ କରି ହେଉଛି।ଆଉ ଛତୁର ଏବେ ବହୁତ ଆଦର ରହିଛି।ମାଂସ ପରେ ଭୋଜି ମାନଙ୍କରେ ଛତୁର ହି ଆଦର।ନିରାମିଶ ମାନଙ୍କ ପାଇଁ
ଛତୁ ର ଆଏଟମ ଟେ ଦରକାର।ତେଣୁ ଛତୁର ବିକ୍ରିବି ସହଜରେ ହେଇଯାଏ ଓ ଭଲ ଦରରେ।ସେ ମାଆ ଘରେ କିଛିମାସ ରହି ଏହାର ଟ୍ରେନିଂ ନେଲା।ଭଲ ଭାବରେ ସବୁ ଶିଖିଗଲାପରେ ସେ ନିଜଶାଶୁଘର ଗାଆଁରେ ସବୁ ସ୍ତ୍ରୀଲୋକଙ୍କୁ ବୁଝାଇ ଏକ ସ୍ବୟଂସହାୟକ ଗୋଷ୍ଠି ଗଢିଲା।ଏବେ ଛତୁଚାଷ କରି ସବୁ ସ୍ତ୍ରୀଲୋକ ସ୍ବାବଲମ୍ବୀ ହୋଇପାରିଛନ୍ତି।ତାରି ପ୍ରେରଣାରେ ଗାଁର ଛବି ବଦଳି ଯାଇଛି।ଏବେ ମଦବିରୋଧରେ ବି ଆନ୍ଦୋଳନ ଜାରି ରହିଛି।ଗାଁରୁ ମଦ ଦୋକାନ ସବୁ ଉଠିଗଲାଣି।ଏବେ ପୁରୁଷମାନେ ମଦଛାଡି ନିଜ ଗୃହିଣୀଙ୍କୁ ପୂର୍ଣ ମାତ୍ରାରେ ସାହାଯ୍ୟ କରୁଛନ୍ତି।ଏ ବର୍ଷ ପିଙ୍କି ମାଟ୍ରିକରେ ରାଜ୍ୟସ୍ତରରେ ଟପ୍ପର ଭିତରେ ଅଛି।ଏବେ ତାଙ୍କ ଗାଁର ଗୌରବ ବନିଛି ପିଙ୍କି ଆଉ ଏହାର ଶ୍ରେୟ ଯାଉଛି ସୀତାକୁ।ତାରି ଉଦ୍ୟମ ପାଇଁ ଏସବୁ ସମ୍ଭବ ହେଇଛି।ଖବର କାଗଜରେ ସୀତା ଓ ମଙ୍ଗଲୁର ବି ଫଟୋ ଛପିଛି ପିଙ୍କିସହ।ତାର ଦେଖାଦେଖି ଏବେ ଗାଁର ସମସ୍ତେ ତାକୁ ଅନୁକରଣ କରିବା ଆରମ୍ଭ କରିଦେଇଛନ୍ତି।
ମାଧବୀ ପଟେଲ।

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy