Friday, February 10, 2023

କଳ୍ପନା


ଚାଖିନୁ ଅମୃତ କହୁଛୁ ମିଠା
ଭୋଗିନୁ ନରକ କହୁଛୁ ଅଠା
ଦେଖିନୁ ସରଗ କେତେ କଳ୍ପନା
ପାରିଜାତ ଫୁଲ ଦେଉ ତୁଳନା
      ଧନ୍ୟ ଧନ୍ୟ ଚିନ୍ତା ବାନା,
ଯେତିକି ପାଇଛୁ ସେତିକି ଯଥେଷ୍ଟ
      ଅଧିକ ଉଡ଼ିବା ମନା।
ସୋମରସ ଭାବି ନିଶାରେ ମଥା
ଉର୍ବଶୀ ମେନକା ଘରଣୀ ଯଥା
ଚନ୍ଦ୍ରକୁ ନ ଚିହ୍ନି ଚନ୍ଦ୍ର ବଦନା
କାମଧେନୁ ଭାବି ଗୋଠ ସଜାନା
      ସୁକୃତ ର ସୂତ୍ର ଧରି,
ବାସ୍ତବତା ଗୁଣେ ସୁଧୁରି ଯିବାଟା
      ନିଜ ପାଇଁ ଶୁଭଙ୍କରୀ।
ମୃତ୍ୟୁ ସଂଜୀବନୀ ପାଇବା ପାଇଁ
ବାରମ୍ବାର ବିଷ ପିଉଛୁ କାହିଁ
ଉଚ୍ଚୈଶ୍ରବା ଅଶ୍ଵ ପିଠିରେ ଚଢ଼ି
ପୁଷ୍ପକ ଯାନରେ ଯାଆନା ଉଡ଼ି
      ମନକୁ ଲଗାମ ଦେଇ,
ସୀମିତ ସମୟ ବେଳକାଳ ଦେଖି
      କାମକୁ କରୁଥା ଭାଇ।
ଆତ୍ମା ଅବିନାଶୀ ପଢ଼ିଛୁ ବୋଲି
ଦଦରା ନାଆରେ ଜୀବନ ମେଲି
ବଳ ଅଛି ହନୁମାନ ଭାବନା
ହୁଁ' କାର ଧ୍ଵନୀଟା ଆଉ ଶୁଣାନା
      ମନକୁ ସୁମନ କର,
ଇଚ୍ଛା ବାଞ୍ଛା ସବୁ ଯମ ଜାଣୁଥିବ
    ଚିତ୍ରଗୁପ୍ର ପାଞ୍ଜିକାର।
***********************
ଡଃ ଚପଳା ପଣ୍ଡା, ଶିକ୍ଷୟିତ୍ରୀ
(ବୃତ୍ତି ନିବୃତ୍ତ),ଖୋର୍ଦ୍ଧା.

ଗୋଟେ ଚକୋଲେଟ୍ କୁ ଦୁହେଁ ମିଶି ଖାଇବା

ବାସନ୍ତୀ ଲତା ଜେନା


ଚକୋଲେଟ୍ ଅଟଇ ବିଭିନ୍ନ ପ୍ରକାର                           
ଭିନ୍ନ ଭିନ୍ନ ନାମ ତାର 
ସୁନ୍ଦର ଜରିରେ ସଜ୍ଜିତ ହୁଅଇ
ମନ ଲାଖି ଯାଏ ମୋର  l୧l

ଭାଇ ଭଗ୍ନୀ ଆମେ ଦୁହେଁ ମିଶି ଅଛୁ
ସ୍ନେହ ପ୍ରିତି ବନ୍ଧନର
ମମତା ମଧୁର ଆମ ଛୋଟ ଘର
ଏକତାରେ ଭରି ପୁର  l୨l

ଖାଇବା ଜିନିଷ ଘରକୁ ଆସିଲେ
ମା' ଭାଗ କରି ଦ୍ୟନ୍ତି
ଭାଇ ଭଉଣୀକୁ ମିଶି ଖାଇବାକୁ
ଜେଜେମା ବୁଝାଉ ଥାନ୍ତି  l୩l

ପିଲା ବେଳୁ ଆମ ଅଭ୍ୟାସ ହୋଇଛି
ବସି ମିଶି ଖାଇବାକୁ
ବାପା ଆଣିଛନ୍ତି ଚକୋଲେଟ ଗୋଟିଏ
ଦୁହେଁ ମିଶି ଖାଇବାକୁ   l୪l

ଭାଇ ଭଗ୍ନୀ ଆମେ ଚକୋଲେଟ ଖାଇଲୁ
ଦୁହେଁ ମିଶି ଅଧା ଅଧା
ସ୍ନେହର ପରଶ ମିଠା ଆଣି ଦେଲା
ନ ରହିଲା କିଛି ବାଧା   l୫l

ମିଶିକି ଖାଇଲେ ମନ ସ୍ଵଛ ହୁଏ
ତ୍ୟାଗ ଭବ ବଢ଼ି ଥାଏ
ପରୋପକାରରେ ସେବାର ପ୍ରଭାବ
ସ୍ୱତଃ ଆମେ ଆସି ଥାଏ   l୬l

ମିଶିକି ଖାଇଲେ ପ୍ରେମ ବଢ଼ି ଥାଏ
ହୃଦୟ ହୁଏ ନିର୍ମଳ
ଅଳପରେ ମନ ସନ୍ତୁଷ୍ଟ ହୁଅଇ
କଥା ରହେ କାଳ କାଳ  l୭l

ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର

🌹 *ବାପା'ଏଇ ଥିଲେ* 🌹

*ଶରତ ଚନ୍ଦ୍ର ପଣ୍ଡା, ନଗୁଆଁ, ଯାଜପୁର l*
*ଟାଇପ ତ୍ରୁଟି ପାଇଁ କ୍ଷମା କରିବେ l*

ଏଇ ଏଇ ଥିଲେ କେଣେ ଅବା ଗଲେ
ଶୂନ୍ୟ ପଡ଼ିଅଛି ଶେଜ,,
ଶୁନେଇ ଯାଉଛି ମୋ ଶିରାପ୍ରଶିରା
ଭାଙ୍ଗି ଯାଏ ମୋର  ଧୈର୍ଯ୍ୟ ll 0 ll
ଦିଶିଯାଏ ଯାହା ଶୁଖିଲା ଆନନ
ଅକ୍ଷମତା ତାଙ୍କ ଆହା,,
ସବୁ ଶୁଣି ଦେଖି ନୀରବ ରୁହନ୍ତି
ଥିଲାଟି ବିଦ୍ରୁପ ଯାହା,,
କହୁଥିଲେ ମତେ ଆରେ ବାପଧନ
ଯମ କେବେ ମତେ ନବ (ନେବ )
ଏଇ ଏଇ ଥିଲେ............. Il 1 ll
କାନ୍ଦି କହୁଥିଲେ ଏ'ସଂସାର ପଥେ
ଚଳିବୁରେ ଖଞ୍ଜି  ବୁଦ୍ଧି,,
ଅଛନ୍ତି ଅନେକ ହଟ ଦେଖିବେରେ
ଦୁଃଖ ଦେବେ ବାବୁ ଲଦି,,
ଠାକୁର ସୁମରି ସଠିକ କରିବୁ
ଭାଇ ଡାକି ଦେବୁ ସୁଧ l
ଏଇ ଏଇ ଥିଲେ......2
ନଥିବି ବାବୁରେ ପାଖରେ ତୋହର
ଶଙ୍କି ଯିବୁନାହିଁ ହେଳେ,,
ଡାକିବୁ ଯଦିରେ ଆପଦେ ବିପଦେ
ସଂକେତ ପାଇବୁ ବେଳେ,,
କେ ନୁହେଁ ନିଜର  ଏ ମର ସଂସାର 
କହିଗଲେ ଏହି ଭେଦ l
ଏଇ ଏଇ ଥିଲେ......3

ଅନ୍ୟଙ୍କୁ ଦିଅନ୍ତୁ ନାହିଁ

ସଂଗ୍ରହ... ନୀଳିମା ପଣ୍ଡା, ଯାଜପୁର
ରଚନା.. ଶରତ ଚନ୍ଦ୍ର ପଣ୍ଡା l

ହିନ୍ଦୁ ଧର୍ମ କହେ ଦାନର ମହତ୍ତ୍ୱ
ଶାସ୍ତରେ ବହୁତ ଅଛି,,
ଦାନ ଧର୍ମ ଦ୍ୱାରା ପୁଣ୍ୟ ଫଳ ମିଳେ
ଆମ ସଂସ୍କୃତି କହୁଛି ll

ପ୍ରାଚୀନ କାଳରୁ  ଯୁଗ ଆରମ୍ଭରୁ
ଏହି ପରମ୍ପରା ଅଛି,
ଦାନ ଦ୍ୱାରା ଶୁଭ ଫଳ ମିଳିଥାଏ
ଦାନ ଦେବା ବି ଉଚିତ୍ ll

ସନ୍ଧ୍ୟା ସମୟରେ କିମ୍ବା ସନ୍ଧ୍ୟାପରେ
ବସ୍ତୁ ମନାକରେ ଏହା*,,
ଦାନ ଦେବନାହିଁ ଯାହା ହୋଇଗଲେ
ମାନି ରଖିଥିବା ଆହା ll

ସନ୍ଧ୍ୟା ସମୟରେ ଲକ୍ଷ୍ମୀ ଆସିଥାନ୍ତି
ପ୍ରତ୍ୟେକ ଗୃହକୁ ବୁଲି,,
ସନ୍ଧ୍ୟା ବେଳେ ଏହା ଦାନ ଜରିଦେଲେ
ଲକ୍ଷ୍ମୀ ଯାଇଥାନ୍ତି ଚାଲି ll

ଲକ୍ଷ୍ମୀ ଙ୍କ ସହିତ କ୍ଷୀର, ଦହି, ଲୁଣ
ହଳଦୀ ଓ ଟଙ୍କା ସୁନା,,
ଜଡିତ ରହିଛି ସମ୍ପର୍କ ନିଶ୍ଚିତ
ଏହା ଦାନ ଦେବା ମନା ll

ଜମି ବାଡ଼ି (ର) ଯାହା ଦଲିଲି ରହିଛି
କାହାରିକୁ ଦେବନାହିଁ,,
ସନ୍ଧ୍ୟାସମୟରେ କିମ୍ବା ସନ୍ଧ୍ୟା ପରେ
କନ୍ୟା (ନିଜ ଝିଅ ) ଛାଡି ଦେବ ନାହିଁ ll
(ଅନ୍ୟ କାହା ଘରକୁ ବୁଲିବା ପାଇଁ )

ଗୁରୁବାର ଦିନ ଗାଈ, ଛେଳି, ମେଣ୍ଢା
କିମ୍ବା ଘୋଡା, ଗଧ, ସ୍ୱାନ,,
କାହାରିକୁ ରାତିହେଲେ ଦେବନାହିଁ
ଏ ଅଟେ ବlସ୍ତୁ ବିଧାନ ll

ସନ୍ଧ୍ୟା ଆସିଗଲେ ପ୍ରଶାଧନ ଦ୍ରବ୍ୟ
କାହାରିକୁ ଦେବନାହିଁ,,
ଏହାରୀ ଭିତରେ ଯେପରି ଭାବରେ
ତୈଳ ନଥିବରେ ଭାଇ ll

ଏହିସବୁ ଦ୍ରବ୍ୟ ସନ୍ଧ୍ୟା ପରେ ନିଶ୍ଚେ
ନିଜ ପାଖରେ ରଖିବ,,
ତେବେ ଯାଇଁ ଲକ୍ଷ୍ମୀ ମାଆ ଆମ୍ଭପରେ
ଖୁସି ନଜର ରଖିବ ll

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy