Thursday, September 1, 2022

ସଂସ୍କାର ହେଉ ଶିକ୍ଷା

*🙏🏻ସଂସ୍କାର ହେଉ ଶିକ୍ଷା🙏🏻*

        ବର୍ତ୍ତମାନ ସମାଜର ସବୁଠାରୁ ବଡ଼ ଦୁଃଖ ଓ ଚିନ୍ତାର ବିଷୟ  *ସଂସ୍କାର*, ଯାହା କି ଆଜି ଅବକ୍ଷୟ ହେଉଅଛି । ପିଲାଟିଏ ଯେଉଁ ବୟସରେ ଗୁରୁ ଗୁରୁଜନଙ୍କ ଆଜ୍ଞାବହ ହେବା କଥା ,ସେହି ବୟସରେ ସେ ନିଜର ମତକୁ ଅଗ୍ରାଧିକାର ଦେଉଅଛି । ଯେତେକ ଖରାପ ପ୍ରବୃତ୍ତିକୁ ଆପଣେଇ ନେଇ ହୀନ ଚରିତ୍ରର ବଶବର୍ତ୍ତୀ ହୋଇ ଶୃଙ୍ଖଳିତ ଵିଧିବ୍ୟବସ୍ଥା ର ବାଧକ ହେଉଛନ୍ତି । ଯେଉଁ ବୟସରେ ଅମୃତ ତୁଲ୍ୟ ଖାଦ୍ୟ ଗ୍ରହଣ କରିବା କଥା ,ସେହି ବୟସରେ ମଦ୍ୟପାନ କରୁଛନ୍ତି । ପୂଜା ପାର୍ବଣ ପାଳନ ଆମକୁ ସଂସ୍କାରିତ କରିଥାଏ, କିନ୍ତୁ ଆଜି ପୂଜା ପାର୍ବଣରେ ମଦ୍ୟପାନକୁ ପ୍ରାଧାନ୍ୟ ଦେଇ ପବିତ୍ର ସ୍ଥାନ ମାନଙ୍କରେ ଅକୃତ କର୍ମ ସମ୍ପାଦନ କରୁଛନ୍ତି । ପୂଜା ସ୍ଥାନରେ ମଦ୍ୟପାନ କରି ହେଉ ବା ଭଲରେ ହେଉ ଆଧୁନିକ ଅପସଂସ୍କୃତିର ସଙ୍ଗୀତର ତାଳେ ତାଳେ ନାଚିବା ଏକ ଘୃଣ୍ୟ ପରମ୍ପରା, କିନ୍ତୁ ତାହା ଆଜି ସତେ ଯେମିତି ଏକ ବିଶିଷ୍ଠ ପରମ୍ପରାରେ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ମଧ୍ୟ । ବିଦ୍ୟାଳୟରେ ଆଜି ଛାତ୍ର ଛାତ୍ରୀମାନେ ଗୁରୁ ବାକ୍ୟର ପାଳନକୁ ଶ୍ରେୟ ମଣୁ ନାହାନ୍ତି, ଶିକ୍ଷକମାନଙ୍କ ପ୍ରତି ଅଭିଭାବକ ମାନଙ୍କର ରୁକ୍ଷ ବ୍ୟବହାର, ରାଜନୈତିକ ବ୍ୟକ୍ତିବିଶେଷଙ୍କର କୁତ୍ସିତ ବ୍ୟବହାର ଫଳରେ ଆଜିର ଛାତ୍ର ସମାଜ *ସଂସ୍କାର* ଭୁଲି ଯାଉଛନ୍ତି । ପରିବାରରେ , ସାମାଜିକ କ୍ଷେତ୍ରରେ ଓ ଶିକ୍ଷା ଅନୁଷ୍ଠାନରେ ଆଜି ଯୁବ ପିଢିଙ୍କର ମନ୍ଦ କର୍ମମାନ ପ୍ରତ୍ୟହ ଦୃଶ୍ୟମାନ, ତାହାର ପ୍ରତ୍ୟାହାର ନ ହେଲେ ଏକ ଆସୁରିକ ସମାଜ ଗଠନ ସଦୃଶ ହିଂସା , ଅପରାଧିକ କର୍ମ ଆଦି ବୃଦ୍ଧିପାଇ ସମାଜର ଗୌରବ ନଷ୍ଟ ହେବା ସହିତ ବ୍ୟକ୍ତିର ବ୍ୟକ୍ତିତ୍ୱର ହ୍ରାସ ପାଇ ସାମାଜିକ ବିଡମ୍ବନା ସୃଷ୍ଟି କରିବାକୁ ବେଶି ଦିନ ଲାଗିବନାହିଁ । 
        ତେଣୁ, ଆଜି ଅନୁତାପ କରିବାର ସମୟ ଆସିଛି , ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର ସହିତ ଘୃଣ୍ୟ ବ୍ୟବସ୍ଥା ପ୍ରତି ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କର ତୀକ୍ଷ୍ଣ ଦୃଷ୍ଟି ରହିବା ଉଚିତ । ନଚେତ ଏମିତି ଏକ ସମୟ ଆସିବ ନିଜର ଭବିଷ୍ୟତ ନଷ୍ଟ ଭ୍ରଷ୍ଟ ହୋଇ ଯିବ । ସେତେବେଳେ ଯେତେ କାନ୍ଦିଲେ ବି ଲୁହ ପୋଛିବାକୁ କେହି ନ ଥିବେ । 
          ତେଣୁ, ହେ ଅଭିଭାବକଗଣ , ପବିତ୍ର ସ୍ଥଳୀର ଚିନ୍ତାନାୟକଗଣ ଓ ବିଶେଷ କରି ବିଦ୍ୟାଳୟ ସ୍ଥରରେ ଗୁରୁ ଦାୟିତ୍ୱ ବହନ କରିଥିବା ଗୁରୁଜନଙ୍କୁ ଵିନମ୍ର ଅନୁରୋଧ *ସଂସ୍କାରମୂଳକ ଶିକ୍ଷା* ପ୍ରଦାନ କରନ୍ତୁ, ଆମର ପ୍ରଚେଷ୍ଠାରେ ନିଶ୍ଚିତ ପରିବର୍ତ୍ତାବ ଆସିବ, ସେଥିପାଇଁ ସମୂହ ଚେଷ୍ଠା ଆବଶ୍ୟକ ।  ସାମୁହିକ ପରିବର୍ତ୍ତନରେ ବ୍ୟକ୍ତି ବିଶେଷଙ୍କ କଥାକୁ କେହି ଗ୍ରହଣ କରିବେ ନାହିଁ । ତେଣୁ ଆସନ୍ତୁ ସୁନ୍ଦର ପରିବେଶ ଗଠନର ଦାୟିତ୍ୱ ନେଇ ଭବିଷ୍ୟନିଧିଙ୍କ ସୁରକ୍ଷା କ୍ଷେତ୍ରରେ ସହାୟକ ହେବା । *ସଂସ୍କାରକୁ* ପ୍ରାଧାନ୍ୟ ଦେଇ ଦେଶ ଗଠନର ମୂଳପିଣ୍ଡକୁ ସୁଦୃଢ କରିବା । ନଚେତ ଆମେ ଗଢିଥିବା ଆମ ପିଲାଟି ମଧ୍ୟ ଭବିଷ୍ୟତରେ ବିପଥଗାମୀ ହେବ..... ଏହା ନିଃସନ୍ଦେହ । ମାଠିଏ କ୍ଷୀରରେ ଟୋପାଏ ବିଷ ଯେପରି କ୍ଷୀରରେ ଗୁଣକୁ ପରିବର୍ତ୍ତନ କରି କ୍ଷତିକାରକ ହୁଏ ଠିକ ସେମିତି ଆମର ଦଶା ଭୋଗ ହେବ  । 
        ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୃହରେ ପିତାମାତା ଓ ବାହାରେ ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ସମସ୍ତଙ୍କର ନଜର ନିଜ ପରିବେଶରେ ଥିବା ଭବିଷ୍ୟନିଧିଙ୍କ ପ୍ରତ୍ୟେକ କାର୍ଯ୍ୟ କଳାପ ଯଥା- ଖାଦ୍ୟପେୟ, ପୋଷାକ, ଅଙ୍ଗ ଭାଙ୍ଗିର କୁତ୍ସିତ ଆଚରଣ ଓ ସେମାନଙ୍କ ବ୍ୟବହାର ପ୍ରତି ଦୃଷ୍ଟିଦେବା ବିଧେୟ ଅଟେ । ନଚେତ ସମୟ ଆସିବ ଆମେ ହିଁ ଆମର ଶତ୍ରୁ ସୃଷ୍ଟିକରି ସୁନ୍ଦର ବିଶ୍ୱର ଘାତକ ସାଜିବା । *ସଂସ୍କାର ଆମର ଶିକ୍ଷା ହେଉ* ଏହି ମହାମନ୍ତ୍ରରେ ସମସ୍ତେ ଦୀକ୍ଷିତ ହେଲେ ଆଗାମୀ ସୂର୍ଯ୍ୟ ବାଦଲ ମୁକ୍ତ ହୋଇ ଆଲୋକମୟ ହେବ, ନଚେତ ବାଦଲ ପୂର୍ଣ୍ଣ ଅନ୍ଧକାରର ମଧ୍ୟରେ ଭୟଭୀତ ବିଜୁଳି ଓ ଘାଡ ଘଡିର ଶବ୍ଦ ଓ ଆଲୋକରେ ନିରୁତ୍ସାହିତ ଜୀବନ ଅତିବାହିତ କରି ମୃତ୍ୟୁକୁ ଅନ୍ୱେଷଣ କରିବା । 

           *ଜୟ ଶ୍ରୀଜଗନ୍ନାଥ......🙏🏻*

              *ରଞ୍ଜନ କୁମାର ପଣ୍ଡା*
                   *କୋରାପୁଟ*

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy