Thursday, July 30, 2020

କାର୍ଗିଲ୍ ବିଜୟ ଦିବସ

କାର୍ଗିଲ୍ ବିଜୟ ଦିବସ



ଧନ୍ୟ ବୀର ସୁତ ଧନ୍ୟ ବଳିଦାନ
ଧନ୍ୟ ତୁମ ଜନ୍ମଦାତା
କାର୍ଗିଲ ବିଜୟେ ପ୍ରାଣବଳି ଦେଇ
ରଚିଗଲ ଯୁଦ୍ଧ ଗାଥା ।।୧।।
ରାତିରେ ଆମକୁ ଶାନ୍ତିରେ ଶୁଆଇ
ରହିଅଛ ତୁମେ ଚେତା
ଜୟ ଯବାନ ହେ ସଲାମ ତୁମକୁ
ଆପେ ନଇଁ ଯାଏ ମଥା ।।୨।।
କି ଦିନ କି ରାତି କି ଶିତ କି ତାତି
ତିଳେ ବି ନ କର ଡର
ଭାରତ ମାତାକୁ ସୁରକ୍ଷା ଦେବାକୁ
ଆପ୍ରାଣ ଉଦ୍ୟମ କର ।।୩।।
ପରିବାର ଛାଡି ରହୁଛ ଦୂରରେ
ବରଫ,ପାହାଡ଼,ଚଢି
ଶତ୍ରୁର ଗୁଳିକୁ ଭ୍ରୁକ୍ଷେପ ନ କରି
ଦିଅ ଶତ ସିଂହ ରଡି ।।୪।।
ପାକିସ୍ତାନ ହେଉ ଚାଇନା ଘାତକ
ଲଢ଼ୁଅଛ ବୀର ପଣେ
ଆତଙ୍କବାଦୀଙ୍କ ବନ୍ଧୁକ ବୋମାକୁ
ପଣ୍ଡ କରିଦିଅ ରଣେ ।।୫।।
ଏ ମାଟି ମାଆର ସୁରକ୍ଷା କେବଳ
ପ୍ରତିକ୍ଷଣ ତୁମ ବ୍ରତ
ଏଥି ପାଇଁ ତୁମେ ଚିର ନମସ୍ୟ ହେ
ଘେନ ଆମ ପ୍ରଣିପାତ  ।।୬।।

ଶ୍ରୀ ଡମ୍ବରୁଧର ବେହେରା
ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି


अब हैं मेरी जिम्मेदारी

कारगिल विजय दिवस पर मैं मेरी कविता "अब हमारी जिम्मेदारी"  पुनः:प्रेषित कर रहा हूं। जवानों के सम्मान में इसे जरूर प्रेषित करना

अब हैं मेरी जिम्मेदारी

जब से होश संभाला उसने (वीर जवान)
एक ही सपना पाला मन में
मर जाऊंगा, मिट जाऊंगा
देश की खातिर काम आऊंगा।

चुना उसने जीवन दुर्गम
रेगिस्तान पहाड़ी निर्मम
डटा रहा वीर अभिमानी
न्यौछावर कर दी पूरी जवानी

ना पिता पुत्र भाई बहन मन में
एक ही मंत्र निरंतर मन में
मर जाऊंगा मिट जाऊंगा
देश की खातिर काम आऊंगा।

बिना फिक्र खुद के जीवन की
खूब लड़ा अंतिम सांस तक
कुछ ने अपनी जान गवाई
कुछ नहीं खोया हाथ पाव तक

केसरिया की शान के खातिर
कुर्बान कर दी खुशियां सारी
विजयी विश्व तिरंगा प्यारा
देख रही है दुनिया सारी

इसमें खोई अपनी खुशियां
हम सबकी खुशियों के खातिर
इनकी खुशियां वापस लाना
है हमारी जिम्मेदारी

इनको फ़िर से सक्षम करना
अब हैं मेरी जिम्मदारी।।

VASANTRB
(Col Vasant Ballewar)

*Queen Mary's Technical Institute for Disabled Soldiers, Kirkee, Pune*

Transforming Disability To Capability

Appeal: Visit www.qmtiindia.org and Donate  for rehabilitation of disabled soldiers.

କୋରୋନା ରାଜ

କୋରୋନା ରାଜ

ଦେହଟାରେ ଟିକେ ଉଷୁମ ଜାଗିଲେ
ଆଖିରୁ ଦି ଟୋପା ଲୁହ ଗଡିଗଲେ
ନାକରୁ ଦି ଧାର ପାଣି ବୋହିଗଲେ
ଗଳାଟା ଟିକିଏ ଖିଚ୍ ଖିଚାଇଲେ
ଛାତିରେ ଛନକା ପଶୁଛି
ରୋଗ ବ୍ଯାଧି କଥା ଜଣା ନ ଥିଲେ ବି
କୋରୋନା କୋରୋନା ଲାଗୁଛି !

ଆଖି ଆଗେ କିଏ ଚାଲି ଯାଉଥିଲେ
ଦୁଧ ବାଲା ଦୁଧ ବୋତଲ ଆଣିଲେ
ନିଉଜ ହକର ପେପର୍ ଫିଙ୍ଗିଲେ
ମୁଖ୍ୟ ଫାଟକେ କେ ଠକ୍ ଠକ୍ କଲେ
ମନରେ ସନ୍ଦେହ ଜାଗୁଛି
ତାଙ୍କ ବିଷୟରେ କିଛି ନ ଜାଣି ବି
କୋରୋନା କୋରୋନା ଭାବୁଛି ।

ଆତ୍ମୀୟ ସ୍ବଜନ ଘରକୁ ଆସିଲେ
ପଡା ପଡୋଶୀଏ ଭେଟି ପଠାଇଲେ
ପରିବା ବାଲାଠୁଁ ପରିବା କିଣିଲେ
ରାସନ ବାଲାଠୁଁ ରାସନ ଆଣିଲେ
ମନରେ ସନ୍ଦେହ ଜାଗୁଛି
ଖାଣ୍ଟି ଷୋଳଅଣା ନିରୋଗ ଲୋକ ବି
କୋରୋନା କୋରୋନା ବାସୁଛି ।

ରାସ୍ତା ଚାଲୁ ଚାଲୁ ମଣିଷ ଦେଖିଲେ
କାଶିବା ଛିଙ୍କିବା ଶବଦ ଶୁଭିଲେ
ଜ୍ବର ରୋଗ କଥା କା ମୁଖୁ ଶୁଣିଲେ
ମନ ମାରି କିଏ ବାଟ ଚାଲୁଥିଲେ
ମନଟା ବିଷେଇ ଉଠୁଛି
ଆଉ କେଉଁ ଭାବ ଆସୁ କି ନ ଆସୁ
କୋରୋନା ଭାବଟା ଆସୁଛି ।

ବଜାର ଘାଟରେ ଗହଳ ଦେଖିଲେ
ପୁଲିସ ଭ୍ଯାନ୍ ର ଶବଦ ଶୁଣିଲେ
ଆମ୍ବୁଲ୍ଯାନ୍ସର ସାଇରନ୍ ବାଜିଲେ
କିଏ ମରିଯିବା ଖବର ଶୁଣିଲେ
ଗୋଟିଏ ଭାବନା ଆସୁଛି-
ବୋଧେ କୋରୋନା କାହାକୁ ଗ୍ରାସିଛି ।

ବନ୍ଧୁ ବର୍ଗଙ୍କର ବାହା ବ୍ରତ ହେଲେ
ଆତ୍ମୀୟ ସ୍ବଜନ ଦେହ ତ୍ଯାଗ କଲେ
ନୂଆ କରି କେହି ଗୃହେ ପ୍ରବେଶିଲେ
ସାଙ୍ଗସାଥୀଙ୍କର ଜନ୍ମ ଦିନ ହେଲେ
ଯିବାକୁ ବିବେକ ଠେଲୁଛି
ଭିଡିମୋଡି ହୋଇ ଘରୁ ବାହାରିଲେ
କୋରୋନା ଆକଟ କରୁଛି ।

ଶାସକ ଶିକ୍ଷକ ଦକ୍ଷ ଚିକିତ୍ସକ
ଦାର୍ଶନିକ ଅବା ବିଜ୍ଞ ବୈଜ୍ଞାନିକ
ପୁଲିସ ସୈନିକ କିମ୍ବା ସଂସ୍କାରକ
ବ୍ଯବସାୟୀ ଶିଳ୍ପପତି ବା କୃଷକ
ସର୍ବ ମନୋବଳ ଭାଙ୍ଗିଛି
ବିଶ୍ବ ଦରବାରେ ଏକଚ୍ଛତ୍ର ବାଦୀ
କୋରୋନା ର ରାଜ ଚାଲିଛି !!!

ଡଃ•ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଦିଗପହଣ୍ଡି । ଗଞ୍ଜାମ
ଓଡ଼ିଶା

ମୁଁ ବଡ ଅଫିସର ହେବି

ମୁଁ ବଡ ଅଫିସର ହେବି!

ପିଲା ଦିନୁ ସମସ୍ତଙ୍କର କିଛି ନା କିଛି ସ୍ୱପ୍ନ ଥାଏ । କିଛି ସ୍ୱପ୍ନ ସାକାର ହୁଏ ଆଉ କିଛି ଅଧାରେ ରହିଯାଏ ।  କିଛି ସପ୍ନ ସମୟ ସମୟ ଧରି ପରିବର୍ତନ ହୋଇଯାଏ । ରାଜୁର ଏକ ମାତ୍ର ସ୍ୱପ୍ନ ବଡ ହେଲେ ଅଫିସର ହେବି । ଧିରେ ଧିରେ ବଡ ହୁଏ କିନ୍ତୁ ସ୍ୱପ୍ନ  ଭୁଲେ ନାହିଁ । ବଡ ହେବା ସହିତ ଅଫିସର ହେବାର ମାର୍ଗ ସବୁ ଖୋଜୁ ଥାଏ । ବୟସ ବଢ଼ିବା ସହିତ ଓଏଏସ୍ ଓ ଆଇଏଏସ୍ ପରୀକ୍ଷା ବିଷୟରେ ଶୁଣିଲା । ଆଉ ସେହି ଦିନ ଠୁ ପ୍ରୟାସ ଆରମ୍ଭ କଲା ରାଜୁ । ଯେବେ ବି ଖବର କାଗଜରେ ଆଇଏଏସ୍‌ର ରେଜଲ୍ଟ ବାହାରେ ରାଜୁ ଖବର କାଗଜ ଖୋଜେ ଆଉ ଆଇଏଏସ୍ ପରୀକ୍ଷା ପାଇଁ ପ୍ରେରଣା ପାଏ ।  କିଏ କହୁଛି ଦୈନିକ ୧୨ ଘଂଟା ପଢ଼ୁଥିଲି, କିଏ କହେ ୧୮ ଘଂଟା ଓ ଅନେକ ପରାମର୍ଶ ଦିଅନ୍ତି କି ଏତେ ଘଂଟା ପଢ଼ିବାକୁ ହେବ ।  ଆଉ ବିଳମ୍ବ  ନ କରି ରାଜୁ ଲାଗିପଡିଲା  ପ୍ରସ୍ତୁତିରେ । ଦିନ ରାତି ପାଠ । ମା ବାପାଙ୍କ ଠୁ ଜିଦି କରି ସ୍ୱତନ୍ତ୍ର ରୁମ୍ ନେଲା ଖାସ୍ ପ୍ରସ୍ତୁତି ପାଇଁ । କୋଚିଙ୍ଗ ସେଂଟରରେ ନାଁ ବି ଲେଖାଇଲା । ସତରେ ସେ ପୁରା ବୁଡି ଯାଇଥାଏ ପରୀକ୍ଷା ଭିତରେ ।  ରିଜୟନିଙ୍ଗ୍‌, ଜିକେ, କରେଂଟ ଆଫାୟାର, ଆଉ ଅନ୍ୟ ବିଷୟ । ବାସ ଦିନକୁ ୧୬ରୁ ୧୮ ଘଂଟା ବହି ପଢ଼େ । ସମ୍ବାଦପତ୍ର ପଢ଼େ । ଏମିତି ଚାଲିଥାଏ ପ୍ରସ୍ତୁତି ।
ମଧ୍ୟବିତ ପରିବାର ।

    ଯୌଥ ପରିବାର । ଘରେ ହଜାର ଧନ୍ଦା, ମାତ୍ର କେଉଁ କାମରେ  ହାତ ମାରେ ନାହିଁ ରାଜୁ । ଏଇ ଭଳିଆ ତିନି ଓଳି ଖାଇବା ମଧ୍ୟ ମା, ବଡ଼ମା ଏବଂ ସାନମା ମାନେ କବାଟ ବାଡେଇ ଖାଇବାକୁ ଦିଅନ୍ତି । ଖାଇ ସାରି ପ୍ଲେଟ ବି ଉଠାଏ ନାହିଁ । ଦିନେ ମା’ ଜୋରରେ କବାଟ ବାଡେଇଲେ । ରାଜୁ ଶୁଣିଲୁ, ଗାଁରେ ରଘୁ ଦାଦାଙ୍କ ଘରେ ନିଆଁ ଲାଗି ଯାଇଛି । ପୁରା ଗାଁ ଲୋକ ସେଠି । ନିଆଁ ଲିଭା ଚାଲିଛି । ତୁ ଟିକେ ଯାଆ । ରାଜୁ କବାଟ ଖୋଲିଲା ନାହିଁ, ଆଉ ଉତର ଦେଲା  ମାଁ ଦୟାକରି ମୋତେ ଡିଷ୍ଟର୍ବ କର ନାହିଁ । ମୁଁ ଏବେ ରିଜୟନିଙ୍ଗ୍‌ ପଢ଼ୁଛି ।ପରୀକ୍ଷା ଆସିଲାଣି । ମା ଚୁପ୍‌ଚପ୍ ପଳେଇଲେ । କିଛି ସମୟ ପରେ ଘରକୁ ସମସ୍ତେ ଫେରିଲେ । କିନ୍ତୁ ରାଜୁର ବାପା ଫେରିଲେ ନାହିଁ । ଜଣା ପଡିଲା ନିଆଁ ଲିଭା କାମରେ ଟିକେ ମାଡ ହୋଇଯାଇଛି । ତାଙ୍କୁ ହସ୍ପିଟାଲ ନେଇଛନ୍ତି ଗାଁର ଟୋକାମାନେ। ଏବେ ମା କାନ୍ଦି କାନ୍ଦି ଦଉଡି ଆସିଲେ କବାଟ ବାଡେଇଲେ ।
       ରାଜୁ... ଏ ରାଜୁ କବାଟ ଖୋଲ, ତୋ ବାପାଙ୍କର କଣ ହୋଇଛି । ଗାଁ ପିଲାମାନେ ତାଙ୍କୁ ହସ୍ପିଟାଲ ନେଇଛନ୍ତି । ମୋ ମନ ମାନୁନି । ତୁ ଯାଆ ହସ୍ପିଟାଲ । ରାଜୁ ଉତର ଦେଲା ଓଃ ହ ମା, ।  ଆଉ କେତେ କହିବି । ମୋ ପରୀକ୍ଷା ଅଛି , ତୁ ବାରମ୍ବାର ଡିଷ୍ଟର୍ବ କରନା । ମାମୁଲି କଣ ହୋଇଥିବ । ତୁ ଫୋନ କରି ପଚାରିନେ । ମା ଉପରେ ବିଗିଡ଼ିଲା ରାଜୁ...

ମାଆଙ୍କୁ ରାଗ ଆସିଲା । ହେଲେ ମାଆ ନିଜ ଅବୁଝା ମନକୁ ବୁଝେଇ ନେଲେ।

ସନ୍ଧ୍ୟା ବେଳେ ରାଜୁ ବାପା ଫେରିଲେ । ଡକ୍ଟର କହିଲେ ବିଶ୍ରାମ ନେବା ପାଇଁ । ସନ୍ଧ୍ୟା ହେଲାଣି । ରାଜୁ ମା, ଶୁଣୁଛ... ଆଜି ପିଙ୍କିକୁ ଆଣି ପାରିବି ନାହିଁ । ମୋ ଗୋଡ ବିନ୍ଧା ହେଉଛି । ରାଜୁକୁ କୁହ ପିଙ୍କିକୁ ଟିୟୁସନରୁ ନେଇ ଆସିବ । ପିଲାଟା ରାତିରେ ଏକା ଆସିବାକୁ ଡରେ । ଇଛା ନ ଥିଲେ ବି ମା ପୁଣି ଥରେ କବାଟ ପିଟିଲେ। ରାଜୁ ଯାଆ ଟିକେ । ପିଙ୍କିକୁ ନେଇ ଆ । ରାଜୁ ଏବେ ଚିଡି କବାଟ ଖୋଲିଲା ଆଉ ରାଗି ନାଲି ପଡିଗଲା । ମା, ତୋ ପିଙ୍କିକୁ କଣ କିଏ କିଡ୍‌ନାପ କରି ନେଉଛି? ମୁଁ  ଯାଇ ପାରିବି ନାହିଁ । ବାପାଙ୍କୁ ଯିବାର ଅଛି ତ ଯାଆନ୍ତୁ ନ ହେଲେ ସେ ଏକା ଆସିବାର
ଅଭ୍ୟାସ କରୁ । ମୋତେ ଏସବୁ ଫାଲତୁ କାମରେ ପୁରାନା ମୁଁ ବଡ ଅଫିସର ହେବି ଦେଶ ସେବା କରିବି.....
ଏଇ କଥା ଶୁଣି ୯୦ ବର୍ଷର ଜେଜେ ମାଆ କହିଲେ, ଯିଏ ଗାଁରେ ନିଆଁ ଲାଗିଲେ ଘରୁ ବାହାରୁନି । ଯିଏ ରୋଗୀ ବାପାର
ସେବା କରୁନି,  ଯିଏ ନିଜ ଭଉଣୀର ସୁରକ୍ଷା ଚିନ୍ତା କରେନି  । ସିଏ ପୁଣି ଅଫିସର ହୋଇ ଦେଶ ସେବା କରିବ.....

ଲେଖକ: ମୁହମ୍ମଦ ଇମ୍ରାନ ଅଲି
କଜିସହି, ଭଦ୍ରକ

Sunday, July 26, 2020

କାର୍ଗିଲ୍ ବିଜୟ ଦିବସ

କାର୍ଗିଲ୍ ବିଜୟ ଦିବସ

ଧନ୍ୟ ବୀର ସୁତ ଧନ୍ୟ ବଳିଦାନ
ଧନ୍ୟ ତୁମ ଜନ୍ମଦାତା
କାର୍ଗିଲ ବିଜୟେ ପ୍ରାଣବଳି ଦେଇ
ରଚିଗଲ ଯୁଦ୍ଧ ଗାଥା ।।୧।।
ରାତିରେ ଆମକୁ ଶାନ୍ତିରେ ଶୁଆଇ
ରହିଅଛ ତୁମେ ଚେତା
ଜୟ ଯବାନ ହେ ସଲାମ ତୁମକୁ
ଆପେ ନଇଁ ଯାଏ ମଥା ।।୨।।
କି ଦିନ କି ରାତି କି ଶିତ କି ତାତି
ତିଳେ ବି ନ କର ଡର
ଭାରତ ମାତାକୁ ସୁରକ୍ଷା ଦେବାକୁ
ଆପ୍ରାଣ ଉଦ୍ୟମ କର ।।୩।।
ପରିବାର ଛାଡି ରହୁଛ ଦୂରରେ
ବରଫ,ପାହାଡ଼,ଚଢି
ଶତ୍ରୁର ଗୁଳିକୁ ଭ୍ରୁକ୍ଷେପ ନ କରି
ଦିଅ ଶତ ସିଂହ ରଡି ।।୪।।
ପାକିସ୍ତାନ ହେଉ ଚାଇନା ଘାତକ
ଲଢ଼ୁଅଛ ବୀର ପଣେ
ଆତଙ୍କବାଦୀଙ୍କ ବନ୍ଧୁକ ବୋମାକୁ
ପଣ୍ଡ କରିଦିଅ ରଣେ ।।୫।।
ଏ ମାଟି ମାଆର ସୁରକ୍ଷା କେବଳ
ପ୍ରତିକ୍ଷଣ ତୁମ ବ୍ରତ
ଏଥି ପାଇଁ ତୁମେ ଚିର ନମସ୍ୟ ହେ
ଘେନ ଆମ ପ୍ରଣିପାତ  ।।୬।।

ଶ୍ରୀ . ଡମ୍ବୁରୁ ଧର ବେହେରା (ଶିକ୍ଷକ)
ଜବାହର ନବୋଦୟ ବିଦ୍ୟାଳୟ 
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)

For all support related issues or to reach our team, Please check below details. 

Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

Saturday, July 25, 2020

Kargil Vijay Diwas, Composition in Honor of our brave soldiers



Kargil Vijay Diwas 

Composition in Honor of our brave soldiers. 

It's my Turn

They (Soldiers) were young and vibrant,
           When pledged to live and die for nation.
They chose  life of bunkers, 
            In dessert, jungle and  mountain.

They faught till they could, 
              for the pride of motherland.
Some martyred and many,
               lost their limbs and hands.

We are breathing freedom, because of them.
India is safe and shining, because of them.
They sacrificed their life,  for our safety.
Their rehabilitation is now our duty. 
Its our turn, to look after them.
Now, 
It's my turn, to take care of them.

Col. Vasant Ballewar
Dean (Queen Mary's Technical Institute for Rehabilitation of Disabled Soldiers) 
Pune, Maharashtra


For all support related issues or to reach our team, Please check below details.                           
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

Friday, July 24, 2020

ଧୂଳି


କବିତା ର ଶିର୍ଷକ ଧୂଳି
******
ମାତା ପାଦ ଧୂଳି ତ୍ରୀବେଣୀ ସଙ୍ଗମ
ପିତା ପାଦ ଧୂଳି ତୀର୍ଥ
ଗୁରୁ ପାଦ ଧୂଳି ସ୍ବର୍ଗ ଠୁ ମହାନ
ଦୂର ହୁଏ ଅଜ୍ଞ ଆର୍ତ୍ତ ।।୧

ଜନ୍ମ ସ୍ଥାନ ଧୂଳି ସର୍ବ ଶ୍ରେଷ୍ଠ ରଜ
ସୁବାସ ଚନ୍ଦନ ତୁଲ୍ୟ
ବଡ ଦାଣ୍ଡ ଧୂଳି ବୈକୁଣ୍ଠ ସମାନ
କଳନା ନୁହେଁ ତା ମୂଲ୍ୟ ।।୨

ଗୋପ ଦାଣ୍ଡ ଧୂଳି ମହାନ ପବିତ୍ର
ବର୍ଣ୍ଣି ବାକୁ ତା'ର ସରି
ବ୍ରଜ ବାଳି ସମ ଭାବର ଶ୍ରୋତରେ ଝୁରି ଝୁରି ଯିବ ମରି ।।୩

ତିନି ସଞ୍ଜ ବେଳେ ଗାଈ ଗୋଠମେଳ
ପୁର ଆଗମନ ବେଳେ
ଧୂସରରେ ପୂରି ଦାଣ୍ଡେ ଉଡ଼େ ଧୂଳି
ଗାବ ବନ୍ଧା ଶାନ୍ତ ବଳେ ।।୪

ମାତୃଭୂମି ଧୂଳି ଭାରତ ମାତାର
ତାଠୁ କେ ଯାଇନି ବଳି
ସେ ଧୂଳିରେ ଅଛି ମହାନ ସଂସ୍କୃତି
ତାକୁ କେ କରିବ କଳି ।।୫

ଘର ଦାଣ୍ଡ ଧୂଳି ଶିଶୁ ଖେଳେ ବୋଳି
ଆନନ୍ଦେ ମତାଲ ଭରି
ଧୂଳି ଖେଳ ତା'ର ଅତି ପ୍ରିୟ ଖେଳେ
ଖେଳନା କଣ୍ଢେଇ ଧରି ।।୬

ଧୂଳି ହୋଇ ବୋଳି ଖାଉ ଥିଲେ ମାଟି
ଥିଲା କୃଷ୍ଣ ଙ୍କର ପ୍ରିୟ
ମାତା ଯଶୋବନ୍ତି ଧରି କର୍ଣ୍ଣ ପାଟି
ଆଁ କରି ମୋତେ ଦେଖାଅ ।।୭

ଧୂଳି କଣା ରାଶି ଉପାଦେୟ ଭାରି
ବହୁ ରୋଗ ନିବାରଣ
ଚିକିତ୍ସା ବିଜ୍ଞାନ ସେ ଏକ ସ୍ବତନ୍ତ୍ର
ମାଟି ଚିକିତ୍ସାଟି ଜାଣ  ।।୮

ଶକ୍ତିଦା ବିଷୋୟୀ,
ସୋରଡ଼ା, ଗଞ୍ଜାମ୍
ଓଡିଶା

For all support related issues or to reach our team, Please check below details.                           
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

We become Successful by what we get But we become happy by what we give


We become Successful by what we get 
But we become happy by what we give. 

Do not get this two confuse.


DAD

DAD

"You are  my Hero "

You are my greatest strength..
My friend, my mentor, my guide..
In every phase of my life.

You stood by me like a rock.
You taught me to believe in me
face every challenge coming in..
my way without any fear.

You encourage me in everything i do.
You hold me when i cry, scold me..
When i break the rules,
With my every success you Congrats
me with great pride.

When I succeed I believe in me...
Even I fall, It is too amazing..
You sacrifice everything for me..
Still manage to smile.
This is the person what my dad is.

Your wise advice & gentle words..
Of praise are always priceless.
No words are enough to describe
How wonderful you are ?

You are the best human being..
Which I believe will be
in my entire life.
I love you dad so much..
You are always my true friend,
philosopher & guide.

Mr. Nihar  Nirmal Nayak
151, Nagarjun Colony
Nara Road, jaripatka
Nagpur, Maharashtra
440014

For all support related issues or to reach our team, Please check below details. Spread Happiness Foundation, Pune Maharashtra, PH. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy 

Thursday, July 23, 2020

Abandoned Bruno


                                             Abandoned Bruno






Inspiration: This poem is inspired from an abandoned dog named Bruno. His master left him behind while leaving the station. I see lot of abandoned dogs in our society. Such animal lovers keep dogs for fun and social status and just leave them to their fate for some flimsy reasons without even a ray of guilt. 
                   
           I have even seen many such people prefer to put their pets to sleep due to age or sickness or abandon them. These abandoned dogs face tremendous mental trauma,  misery to their life, they get psychological shock, become insecure,  attacked by the mongrels, even by the nasty humans who pelt stones at them for no reason.  Lucky few get some shelter home or a kind owner (I have adopted one of such abandoned dog), but many of them succumb to incurable diseases, hunger or a tragic death. I feel pity for such animal lovers.

This poem is written from  dogs perspective and dedicated to such abandoned dogs and I do hope that this poem will save some dogs from becoming orphan.

Abandoned Bruno : Tale of an abandoned dog

He loved me like his son
He brought me toys and fun
He used to talk to  me
Play and run with me

His bike would drive me crazy
Life was full of sport and buzy
His kids were friends to me
They cared and fought for me
Last monsoon I caught some fever
My body was shaking with quiver
Doc told l was almost dead
He spent whole night near my head

One day I overheard,
We all are leaving soon
Everyone was on the moon
I heard him talking to mistress
I sensed some signs of distress
Finally, the day arrived
My master held me and cried
He gave me some bits n biscuits
And also some meat and banquet

I went to say goodbye to Winnie
She was my best friend and honey
We played for an hour or so
When I said, now I have to go
She felt little gloomy and low

I reached my home, to find it locked
Rushed to lawn n pipped through glass
After a while, I knocked door
Thought, they may have gone to floor
I felt on edge, at the set of dusk
My patience was getting crushed
Counted every second till rise of sun
In the morning,
I saw  Winnie going for run
The doors remained closed for ever
I didn't see  master nor friends anywhere

I heard a couple talking one day
My master had left me at the bay
I wonder how he could do that to me
For he loved so much and cared  for me

My heart still beats for the trail of master
Sound of the bikes arouse me faster
I rush to  crossroads in search of master
The days gone by half an year
My life changed from fun to fear

I realised,
My master has abandoned me.

Appeal: Please give your comment and share if you like. Even few pet lover change their decision to abandon their peta after reading this poem. I will realise my wish. Thank you. Be kind to animals for they are our mute friends.

Composed by


Col. Vasant Ballewar
Dean (Queen Mary's Technical Institute for Rehabilitation of Disabled Soldiers) 
Pune, Maharashtra


For all support related issues or to reach our team, Please check below details. Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy 

ମୁଁ ଜଣେ ପ୍ରବାସୀ ଶ୍ରମିକ

ମୁଁ ଜଣେ ପ୍ରବାସୀ ଶ୍ରମିକ
                     
                 
ଦେଶ , ବିଦେଶକୁ ଯାଇ ବୁଲି ବୁଲି
କାମଧନ୍ଦା ମୋର ଖୋଜେ
ଦରକାର ବେଳେ ସ୍ତିରୀ, ପିଲା ଘେନି
ବିଦେଶରେ ଯାଇ ଖଟେ
ମୁଁ ଜଣେ ପ୍ରବାସୀ ଶ୍ରମିକ ।।୧।।
କେବେ ପର ଘରେ  ବାସନ ମାଜଇ
ରୋଷେଇ କରି ମୁଁ ' ଦିଏ
ପିଲା ଛୁଆ ଧରି , ଖେଳା ଖେଳି କରି
ରୋଜଗାର କରି ବଞ୍ଚେ
ମୁଁ ଜଣେ ପ୍ରବାସୀ ଶ୍ରମିକ ।।୨।।
ଏତିକିରେ ଖାଲି  ଦୁଃଖ ମୋ ' ନ ଯାଏ
କାନ୍ଦରେ ଅନେକ ଭାର
ଘର ପରିବାର ସକଳ କୁଟୁମ୍ବ
ଆଶ୍ରା କରି ହୁଏ ପାର
ମୁଁ ଜଣେ ପ୍ରବାସୀ ଶ୍ରମିକ ।।୩।।
କଳକାରଖାନା ଆମରି ଜୀବନ
ଯନ୍ତ୍ର ମୋ' ସଂସାର ଚକ
ଅଖ ପରେ ଚକ ଘୂରେ ଦିନ ରାତି
ନ ଥିଲେ ନ ମିଟେ ଭୋକ
ମୁଁ ଜଣେ ପ୍ରବାସୀ ଶ୍ରମିକ ।।୪।।
ଇଟା ଭାଟିରେ ମୋ ' ଜୀବନ ବିତାଏ
ଖରା, ଝାଞ୍ଜି ନାହିଁ ଡର
କମ୍ପାନୀ ମାଲିକ, ଠିକାଦାର ବାବୁ
ନ ଥିଲେ ନ ଚଳେ ଘର
ମୁଁ ଜଣେ ପ୍ରବାସୀ ଶ୍ରମିକ ।।୫।।
ପର କାମ କରି ପର ସେବା ପାଇଁ
ବିତୁଛି ଆମ ଜୀବନ
ପର ଲାଗି ଆମେ ଲଭିଛୁ ଜନମ
ରଖିବୁ ସବୁରି ମାନ
ମୁଁ ଜଣେ ପ୍ରବାସୀ ଶ୍ରମିକ ।।୬।।
ନ ହେଲେ ମରିବି ମରିବେ ସକଳ
ପିଲା ଛୁଆ ପରିବାର
ମାନିକି ଚଲିବୁ, ଯାହା ଆଜ୍ଞା ଦେଲେ
ପ୍ରଭୁ ଆମ ସାଉକାର
ମୁଁ ଜଣେ ପ୍ରବାସୀ ଶ୍ରମିକ ।।୭।।
ଆମେ ତ କାହାରି ନକାଟୁ ପକେଟ
ଚୋରି କରୁ ନାହୁଁ ଘରୁ
ମୁଣ୍ଡ ଝାଳ ତୁଣ୍ଡେ ମାରି ପରଠାରେ
ଓଲେ ଖାଇ ଓଲେ ମରୁ
ମୁଁ ଜଣେ ପ୍ରବାସୀ ଶ୍ରମିକ।।୮।।
ଆମେ ନୁହଁ ଭାଇ ଦସ୍ୟୁ ରତ୍ନାକର
ପେଟେ କା ' ର ଲାତ ମାରୁ
ତଣ୍ଟି ପରେ ଚାକୁ ପେଟରେ ଭୁଜାଲି
ଦେଖାଇ ସମ୍ପତ୍ତି ହରୁ
ମୁଁ ଜଣେ ପ୍ରବାସୀ ଶ୍ରମିକ।।୯।।
ଖୋଲା ଆକାଶଟା ଆମ ଘର ଛାତ
ବିଛଣା ଧରଣୀ ମୋର
ମାଟିର ଚାଦର ଢାଙ୍କି ଶୋଇଯାଉ
ଝାଟି ମାଟିରେ ମୋ '  ଘର
ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୦।।
ଯେବେ ପ୍ରଦେଶରେ କାମ ନ ମିଳଇ
ନିଜ ଦେଶେ ରଖୁ ପାଦ
କାମଧନ୍ଦା ଖୋଜି ମୁଲ ଲାଗିଥାଉ
ଧରି ବଡଲୋକ ପାଦ
ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୧।।
କରୋନା ଡରରେ ରେଲ-ଲାଇନରେ
ଫେରୁ ରାଜପଥେ ଆଜି
କେହି ପାଦେ ଚାଲି ସାଇକେଲ ଧରି
ଜୀବନ ଲଗାଇ ବାଜି
ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୨।।
କେହି କେହି ଭାଇ ଭୋକ ଉପାସରେ
ଅଧାବାଟେ ଚାଲିଗଲେ
କେହି ସମ୍ମୁଖୀନ ହୋଇ ଦୁର୍ଘଟଣା
ଡ଼ାକ୍ତରଖାନାରେ ମଲେ
ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୩।।
କାହାରି ମହିଳା ନ ସହି ବେଦନା
ରାସ୍ତାରେ କଲେ ପ୍ରସବ
ତୁମେ କି ବୁଝିବ ଆମ ଦୁଃଖ କଷ୍ଟ
କୁଲି,ମଜୁରିଆ, ଭାବ
ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୪।।
ଥିଲେ ଅପେକ୍ଷାରେ ଘରଣୀ ଆମର
ଜ୍ଞାନ୍ତି,ବନ୍ଧୁ,ସହୋଦର
ଦସ୍ୟୁ ରତ୍ନାକର ହୋଇ ପଚାରିଲେ
କୁହନ୍ତି ଦୋଷ ଆମର
ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୫।।
ଆଉ କେତେ ଜଣ ଅନୁକମ୍ପା ପାଇ
ଫେରିଲେ ସ୍ବଦେଶ ଘର
ଗାଆଁ ସୀମାନ୍ତରେ ରହିଲେ ପଦାରେ
ହୋଇଲେ ସମାଜୁ ଦୂର
ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୬।।
କଂସ ମାମୁଁ ସାଜି ସରକାର ଆମ
ଡାକି କରି ଆଣିଦେଲା
ଉଦ୍ଧାର କରିଲେ ପାଇବାକୁ ଯଶ
ଲୋକ ଅପବାଦେ ମଲା
ମୁଁ ଜଣେ ପ୍ରବାସୀ ଶ୍ରମିକ।।୧୭।।

ଶ୍ରୀ . ଡମ୍ବୁରୁ ଧର ବେହେରା (ଶିକ୍ଷକ)
ଜବାହର ନବୋଦୟ ବିଦ୍ୟାଳୟ 
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)

For all support related issues or to reach our team, Please check below details. 

Spread Happiness Foundation, Pune Maharashtra, Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

Wednesday, July 22, 2020

ଲୁହ

ଲୁହ


ଖୁସିରେ ଆସୁ ତୁ,
ଦୁଃଖରେ ଆସୁ,
ଆଖିକୁ କରି ତୁ ଓଦା,
ଖୁସି ବେଳେ ଆସି ଶୀଘ୍ର  ଚାଲିଯାଉ,
ଦୁଃଖ ବେଳେ ଦେଉ ବାଧା ।।

ଦୁଃଖ ସହ ତୋର ଏତେଯେ ନିବିଡ଼,
ନିମିଷକେ ଆସି ଯାଉ,
ଆଖିରେ ଆସି ତୁ ଘର କରି ଦେଉ
ତୁ ଚାହିଁଲେ ଝରାଇ ଥାଉ  ।।

ଝିଅ ବିଦା ବେଳେ ଆସି ଥାଉ ତୁହିଁ
ଝରାଇ ସଭିଙ୍କୁ ଲୁହ,
ଝିଅ ସହ ବାପା,ଭାଇ ବି କାନ୍ଦନ୍ତି,
ଲୁହ ଲୌହୁରେ କରନ୍ତି ସେ ବିଦାୟ ।।

ଦୁଃଖୀନି ମାଆର ଅନେକ ଯେ ଦୁଃଖ,
ତା ଛୁଆ ପାଇଁ କାନ୍ଦୁଥାଏ,
ଦି  ଓଳି ଦି ମୁଠା ଖାଇବା ନପାଇ,
ତା ଛୁଆକୁ ଯେ ବିକି ଥାଏ
ସେ ଲୁହ ଯେ ଝରାଉ ଥାଏ  ।।

ପୁଅଝିଅ କୁ ଯେ ମଣିଷ କରିବା       
ବାପା କେତେ ଭାବିଥାନ୍ତି ,
ଯଦି ପୁଅଝିଅ ଅମଣିଷ ହେଲେ,
ଖାଲି ଆଖିରୁ ଲୁହ ଗଡାନ୍ତି ।।

ଭଉଣୀକୁ ଯେବେ ଭାଇ ନପଚାରେ
 ଛାତିରେ ଉଠଇ  କୋହ,
ଭଉଣୀ ସେ କଥା କହେନି କା ଆଗେ।
କାନିରେ ପୋଛଇ ଲୁହ ।।

ସମ୍ପତ୍ତି ପାଇଁ କି ଦୁଇ ଭାଇ ଯେବେ,
ଦାଣ୍ଡରେ କରନ୍ତି କଳି,
ବାପା ମାଆ ତାକୁ ସହି ନପାରି,
ଲୁହ ଝରାନ୍ତି ସେ ଖାଲି   ।।

ଯୁବକ ଯୁବତୀ ସ୍ବପ୍ନ ଦେଖୁଥାନ୍ତି ,
ଭାବରେ ବିଭୋର ହୋଇ,
ସ୍ୱପ୍ନକୁ ସାକାର କରି ନପାରିଲେ
ଦୁଃଖ ଲୁହରେ ସେ ଭାସନ୍ତି  ।।

ପିତା ମାତାଙ୍କୁ ଯେ ଶେଷ ଅବସ୍ଥାରେ
ପୁଅ ଯେବେ ତଡ଼ି ଦିଏ,
ପୂର୍ବ କଥା ଭାବି ବେସାହାରା ହୋଇ
ଖାଲି କାନ୍ଦିବାରେ ଦିନ ଯାଏ  ।।

ମାଆ ବାପାଙ୍କର ଯବାନ ପୁଅଟି,
ଆତ୍ମହତ୍ୟା ଯେବେ କରେ,
କେଉଁ ଧର୍ଯ୍ୟ ଧରି ବଞ୍ଚିବେ ସେମାନେ
 ଖାଲି କାନ୍ଦି କାନ୍ଦି ଦିନ ସରେ  ।।

ଲୁହ ତୁ ଏମିତି ଆସିଥାଉ ସତେ
ସୁଖ ଦୁଃଖ ସବୁ ନେଇ
ଦୁଃଖ ବେଳେ ଦେଉ ଅନେକ ଯେ କଷ୍ଟ
ସୁଖ ବେଳେ ଦେଖା ନାହିଁ ।।

ଦୁଃଖୀ ଜନ ଖାଲି ଲୁହ ଢାଳିଥାନ୍ତି
ଆଖି ଲୁହକୁ ସେ ଓଠରେ ଚାପନ୍ତି
ଲୁହ  ଢ଼ାଳି ଢାଳି ଦିନ ସରିଯାଏ
ସୁଖ ଟିକେ ପାଇଁ ଛଟ ପଟ ହୁଏ ।।

ଶ୍ରୀ ସୁଦାମ ଦଳବରା
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ ଓଡିଶା

For all support related issues or to reach our team, Please check below details.                           
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

ଜିଆର କୋହ

ଜିଆର କୋହ

ଗ୍ରୀଷ୍ମ ପ୍ରଚଣ୍ଡ ତାପ
ଜାଳୁଥିଲା ପୃଥିବୀକୁ
ମାଟି ତଳେ ଜିଆ
ଜୀବନ ବିକଳେ ବଞ୍ଚିଥିଲା ନୀରବେ
ଦରପୋଡା ସ୍ୱପ୍ନ
ମୁକୁଳା ଇଛାରେ
ସ୍ମୃତି ତୀର୍ଥେ ବୁଲୁଥିଲା ଅହରହ
ଦୁର୍ଲ୍ଲଭ ମଣିଷ କଥା
ଚତୁର,ଜ୍ଞାନୀ,ସୁନ୍ଦର,
ବିବେକୀ,ଦୟାଳୁ, ଧାର୍ମିକ ଆଦି
ଯେତେ ଯେତେ ଗୁଣ
ଦେଖିବାକୁ ଇଛା କଲା ଦିନେ
ମାଟି ତଳୁ ମୁଣ୍ଡଟି କାଢି
ବଲବଲ କରି ଦେଖେ
ମାଟି ମାଆ କହେ
ମଣିଷ ତ ଭଲ ନୁହଁ
ଆତ୍ୟାଚାର କରେ ମୋତେ
ଦେବ,ଦାନବ ମଣିଷକୁ
ନିତି ପ୍ରତିଦିନ ଦେଖେ
ତୁ କି କରିବୁ କହ ?
ଜିଆ ତ ଭାବିଲା
ଚାଷ ବେଳେ ମୁହିଁ
ମାଟି ତଳେ ରହି
ମାଟିକୁ କରେ ସାହାଯ୍ୟ
ଫସଲ ହୁଏ ପ୍ରଚୁର
ମଣିଷ ତ ମୋର ନିଜର ।
ସେ ଦିନ ବର୍ଷା ଯାଇଛି ଛାଡି
ମାଟି ତଳୁ ଦେହକୁ କାଡ଼ି
ଆସିଲା ମଣିଷ ପାଶ
ଦେଖି ମଣିଷ ନାକ ଟେକିଲା
ପାଶେ ନରଖି ଘଉଡ଼ାଇ ଦେଲା
ତଥାପି ଥରେ ଗଲା
ରାଗିଲା ମଣିଷ
ମାରିବା ଚିନ୍ତା କଲା
ଏବେ ଜାଣିଲା ଜିଆ
ମଣିଷ ତ ଭଲ ନୁହଁ
ବୁଦ୍ଧି ଅଛି ବୋଲି
ନିଜ ସ୍ୱାର୍ଥ ପାଇଁ
ମାନବେତର ପ୍ରାଣୀଙ୍କୁ
ଖଟାନ୍ତି ଅହରହ
ତା ପାଖରେ କେହି ନିଜର ନୁହଁ ।।
ପରାଣ ବିକଳେ ଫେରିଲା ଜିଆ
ମାଟି ମାଆ ତାର ଭଲ
କହି ପାରୁନି ବୋଲି
ମନରେ ଉଠିଲା କୋହ
ଭଗବାନ ପାଖେ
ଗୁହାରି ଜଣାଇଲା
ଦୁଇ ମୁଣ୍ଡ ଆମ
କେଉଁ କାର୍ଯ୍ୟକୁ ନୁହ ?

ଡ.ଗୁରୁ ମୂର୍ତ୍ତି ନାୟକ (ଅଧ୍ୟାପକ)
ଗ୍ରାମ/ ପୋଷ୍ଟ - ଭଂଜନଗର, ଭଞ୍ଜଭୂମି
ଗଞ୍ଜାମ- ୭୬୧୧୩୧ 
ଓଡିଶା

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

Tuesday, July 21, 2020

ଆଉ କେତେ


ଆଉ କେତେ


ବଂଚିବାଟା ମରୀଚିକା ପରି
ପଛେ ପଛେ ଧାଉଁଥାଏ
ସାଥେ ଧରି କିଆରିଏ ସ୍ବପ୍ନ
ଅଗଣା ତ ପାଣିଘେରା
ଏଠି ଭରସା ବି ବାଲିଚରା
ଆଗକୁ ଆଗକୁ ପଥ ଯେତେ
ଦିଶେ ସବୁ ଦିଗହରା    ।

ଚିରାଛାତ ତଳେ ଖାଲି କଂସାଏ  ଭୋକ
ଆଉଟୁ ପାଉଟୁ ରାତିଠାରୁ ଦିନଯାକ
ଗହୀରି ବିଲରେ  ମହୁରାଳି ଖେଳେ
ତେଲ ଲୁଣ ଅଭାବରେ ଏ ସଂସାରଟା ଚଳେ   ।

ଭୋକିଲା ର ପାରିଜାତ ଧାରେ ସରୁ ହସ
ସେଥିପାଇଁ ତ ସେ କରୁଥାଏ ପରିଶ୍ରମ
ବର୍ଷ ବର୍ଷ ଫିନ ରାତି ଆଉ ମାସମାସ
ନୁଖୁରା ମୁଣ୍ଡରେ ପାଏନି ତୈଳର ଆଭାସ   ।

ରଙ୍ଗ ହୀନ ଲାଗେ ପୂର୍ଣ୍ଣମୀର ଏ ଜହ୍ନ
ଆଲୋକର ଶୀତଳ ସ୍ପର୍ଷ ଛୁଏଁ ନି ଏ ମନ
ତାରା କରେ ସତଚେଷ୍ଟା ରହିବ ଅଗଣାରେ
ଏଇ ତ ସେ ଲୁଚିଯାଏ ଘନ କଳା ବାଦଲରେ   ।

ନିଃଶ୍ୱାସ ଟା  ଶକ୍ତିହୀନ ଲାଗେ
ବିଶ୍ୱାସର ଆଘାତରେ
ପହଁରି ପହଁରି ଯାଏ କାଳେ
କୂଳ ଛୁଇଁପାରେ
ଏଇତ ଜୀବନ ନାଟକ ଏଠି
କଳାକାର କେତେ ଅବା ସହି ପାରେ    ।।

ଶ୍ରୀମତୀ ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର  -758083
ଓଡିଶା

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy

Monday, July 20, 2020

एक बार जरूर आना


एक बार  जरूर आना



Ek Bar Jaroor Ana is a composition for those who go into depression owing to their problem and choose to end their life. Recent celebrity incidence of Sushant Rajput and many cases of Farmers prompted me to pen down my thoughts on this issue.                                                                                                                         

एक बार  जरूर आना.

जब भी लगे तुमपर, आसमान गिर पड़ा हो                                                                         
जब भी लगे जीवन में, कुछ भी न अब रहा हों
बस एक बार,
क्यूएमटीआय (QMTI) जरूर आना
मेरे जवानों से जरूर मिलना
कई  मिलेंगे ऐसे बहादुर
मौत को भी शिकस्त देकर
लौट आए अपने दमपर
ताज्जुब है उनकी हिम्मत पर
कायल है उनकी मुस्कान पर
कर लो यकीन आंखों पर 
की मुस्कराने के लिए, गालों की जरूरत नहीं
ये तो, आंखों से भी बयां हो जाती है

जब भी लगे, जीवन की दौड में
सबकुछ खो चुके, जीने की राह मे
जब लगे जीने की कोई वज़ह ना रही
खुद को मिटाने से पहले
बस एक बार,
क्यूएमटीआय आना जरूर
ताज्जुब होगा ये देखकर, की
दौड़ने के लिए तो 
पैरों की जरूरत ही नहीं

मिशन ने हाथ छिने, आंखों से रोशनी भी
पर जज्बां तो देखो इनका, जनाब चलाते हैं स्कुटी
देखकर यह नज़ारा, गुम होगी सब की सिटी 
ताज्जुब होगा ये देखकर, की
गाड़ी चलाने के लिए तो, 
हाथों की जरूरत ही नही
जब भी दिल‌ ये बोले, तूम से खुदा खफा हैं
जज्बा तो देखो इनका, खुदा पिछे खड़ा है

यहां रंनबाकुरे है सारे, सर्वस्व जिसने खोये
ऐसे कई है सुरमा, खुद यमराज लेने आए
देखी जो इनकी हिम्मत, वापिस कभी ना आए
कैसी भी हो मुसीबत, हल उसका जरूर होगा
जरा दिल को टटोल देखो, हल वहीं कहीं मिलेगा
जब भी ये मन हो भारी, जीवन लगे बिमारी
दिल टूटने से पहले, एकबार जरूर आना
इनके संग समय बिताना, 
इनको गले लगाना, 
कैसे गमों को अपने, खुशीयों में बदल लेना, 
हंसना इन्हीं से सिखने, एकबार जरूर आना
क्यूएमटीआय (QMTI) जरूर आना, 

Col. Vasant Ballewar
Dean (Queen Mary's Technical Institute for Rehabilitation of Disabled Soldiers) 
Pune, Maharashtra

Inspiration: This poem is inspired from the life of disabled soldiers and their spirit of living at Queen Mary's Technical Institute (QMTI) for Rehabilitation and Training of Disabled Soldiers Pune. It's an appeal to those who get into depression due to failure in life and tend to commit suicide. No agony, no failure is comparable to the loss of appendages or becoming paraplegic or quadriplegic not for neglect but in the line of duty for the society and motherland.

Saturday, July 18, 2020

ବୃକ୍ଷ

ବୃକ୍ଷ

ହେ ବୃକ୍ଷ !

ତୁମେ ଅଟ ଦେବ ଦେବ ପୁଣି ମହା ଦେବ,
ତୁମ ବିନା ସୃଷ୍ଟି କେବେ ନୁହଇ ସଂଭବ ।୧।
ତୁମେ  ପରା ଅନ୍ତର୍ଯାମୀ, ବାଂଛା କଳ୍ପ ବଟ,
ମସ୍ତକରେ ବିରାଜିତ ଘନ ଜଟା ଜୁଟ ।୨।
କଟିରେ ବକଳ ଶିରେ ଫୁଲ,ଫଳ,ଦଳ,
ସତେ କିବା ରୁଦ୍ର ପରି ଧରି ମୁଣ୍ଡ ମାଳ ।୩।
ଆଜନ୍ମ ବ୍ରହ୍ମଚାରୀ ଯୋଗୀ ମହେଶ୍ୱର,
ଧ୍ୟାନମଗ୍ନ  ସାଧୁ ପରି ଥାଅ ତରୁବର ।୪।
ସହିନାନା ବାଧା ବିଘ୍ନ ଅନେକ ପ୍ରକାର,
ଧୁ-ଧୁ ଖରା,ବର୍ଷା,ବନ୍ୟା,ଶୀତ ଓ କାକର ।୫।
ଝଡ,ବତାସରେ,ତନୁ ଧୂଳି ଓ ଧୂଷର,
ନିଦାଘର ଦାବାନଳେ ଦହଇ ଶରୀର ।୬।

ହେ ବୃକ୍ଷ ପ୍ରବର !

ତଥାପି ବି ଦୁଃଖ ନାହିଁ,ନାହିଁ ତିଳେ ଡର,
ନିର୍ଲୋଭ,ନିର୍ଭିକ,ସ୍ଥିତ ପ୍ରଜ୍ଞ,ନିର୍ବିକାର ।୭
ପ୍ରତିବଦ୍ଧ, ପ୍ରତିଜ୍ଞାରେ, ଅଟଳ ଉଦାର,
ଭୀରୁ କାପୁରୁଷ ନୁହଁ ଧୌର୍ଯ୍ୟ ଧୁରନ୍ଦର ।୮।
ବେଳେ ବେଳେ ବତାସରେ ଅତିଷ୍ଠ ଅନ୍ତର,
କ୍ଷତାକ୍ତ ଶରୀରେ କରେ ଆଶାର ସଂଚାର ।୯।
ହସିଉଠେ ଅପରୂପ ଶୋଭାର ସଂଭାର,
ଫେରି ପାଏ ଅତୀତର ସଂପଦ ଅପାର ।୧୦।
ଆଶା ଅସୁମାରୀ ନେଇ ସ୍ୱପ୍ନରେ ବିଭୋର,
ଆହ୍ୱାନ କରଇ ପୁଣି ତାପ୍ରିୟ ପ୍ରବର ।୧୧।
ବିହଙ୍ଗେ କାଠି କୁଟାରେ ତୋଳେ ନିଜ ଘର,
କାକଳିର କଳରବେ କରନ୍ତି ମୁଖର ।୧୨।
ପ୍ରଲମ୍ବିତ ଶାଖା ତଳେ ଆଶ୍ରିତ ଆବର,
ପଥଚାରୀ,ପ୍ରାଣୀ ଗଣ ଲୋଡନ୍ତି ପୟର ।୧୩।
ଶୀତଳ ସମୀର ପାଇ ଶ୍ରମ କରେ ଦୂର,
ପୁଣି କାଠୁରିଆ କାଟି ହୁଅଇ ନିଷ୍ଠୁର  ।୧୪।
ସ୍ୱାର୍ଥର ସାଧନେ  ବ୍ୟସ୍ତ ବିବ୍ରତ ଯେ ନର,
ସମର୍ପି ଦିଅ ଦଧିଚୀ ଯେସନ ଶରୀର ।୧୫।

ସିଏ ପରା ବୃକ୍ଷ ! 

ସେବା,ଦୟା,ଧର୍ମ ଯାର ବ୍ରତ ଜୀବନର,
ସମର୍ପଣ କରି ସୁଖ ପାଏ ନିରନ୍ତର ।୧୬।
ସଂସାରର ମଙ୍ଗଳରେ ଉଦିଷ୍ଟ ଯାହାର,
ଅଭାବେ ଅବନୀ ଦିନେ ହେବ ଛାର ଖାର ।୧୭।

ହେ ବୃକ୍ଷ ବର !

ତୁମେ ସୌମ୍ୟ୍,ଶାନ୍ତ,ଶିବ,ସତ୍ୟ ଶାଶ୍ୱତର,
ଅପରୂପ ସବୁଜିମା ଶୋଭା ନିରନ୍ତର ।୧୮। 
ଜଗତର ହିତପାଇଁ ଜନମ ତୁମର,
ତୁମ ବିନା ବିଶ୍ୱ ଦିନେ ହୋଇବ ଅସ୍ଥିର ।୧୯।
ସତେ ଅବା; ତୁମେ ବ୍ରହ୍ମା,ବିଷ୍ଣୁ,ସ୍ୱୟମ୍ଭୁ ଶଙ୍କର,
ତେଣୁ  ତୁମପାଦେ କୋଟି-କୋଟି ନମସ୍କାର ।୨୦।

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ ପୋଷ୍ଟ - କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର, ଗଞ୍ଜାମ- ୭୬୧୧୩୧

Friday, July 17, 2020

ହୃଦୟକୁ ମୋର ଦେଇଦେଲି ଧାର


ହୃଦୟକୁ ମୋର ଦେଇଦେଲି ଧାର  (ସଜଲ= ସନେଟ+ଗଜଲ)

ହୃଦୟକୁ ମୋର ଦେଇଦେଲି ଧାର, କରିବ ତାହାର ଯତନ
ଦୁନିଆ ଭିଡରେ ଛଳନା ରାଜ୍ୟରେ , ହଜାଇ ଦେବନି ଧନ ାା

ଅପହଞ୍ଚ ଏକ ଇଲାକା ଯେ ଥିଲା, ଏଇ ମୋ ମନ ଉପବନ
ତୁମକୁ ଦେଖିଲା ପରେ ଗୋ ସଜନୀ, ହୃଦୟେ ବଢିଛି ସ୍ପନ୍ଦନ
ବୟସର ଏଇ ବସନ୍ତ ଋତୁରେ, ବହୁଛି ପୀରତି ମଳୟ ପବନ
ହୃଦୟକୁ ମୋର ଦେଇଦେଲି ଧାର, କରିବ ତାହାର ଯତନ ାା

ନବ ଆଶା କେତେ ନବ ଉନ୍ମାଦନା, ଜନ୍ମୁଛି ହୃଦୟେ ପ୍ରତି କ୍ଷଣ
ତାଳୁରୁ ତଳିପା ସବୁ ତକ ମୋର, କରେ ନିତି ତୁମ ଜୟଗାନ ାା

ଗୋ! ପ୍ରେୟସୀ ତୁମେ ମୋର ବୋଲି,ମନ ଡିଣ୍ଡିମ ପିଟୁଛି ନିତିଦିନ
ଯୌବନର ଏଇ ଫଗୁଣ ମାସରେ, ଖୁସି ହୁଏ ସବୁ ଛଅଗୁଣ
ତୁମ ପ୍ରଣୟ ରସରେ ସିକ୍ତ ହୋଇ, ଭିଜିବାକୁ ଇଛା ସାରା ଦିନ
ହୃଦୟକୁ ମୋର ଦେଇଦେଲି ଧାର ,କରିବ ତାହାର ଯତନ ାା

ତ୍ରିନାଥ ଭାସଇ ପୀରତି ସାଗରେ, ତୁମେ ସତ କରିବ ମୋ ସପନ
ହୃଦୟକୁ ମୋର ଦେଇଦେଲି ଧାର ,କରିବ ତାହାର ଯତନ ାା

ତ୍ରିନାଥ ବେହେରା, 
ବଡକୋଦଣ୍ଡା,ଭଞ୍ଜନଗର,
ଗଞ୍ଜାମ- ୭୬୧୧୩୧

Welcome to Spread happiness Foundation Culture and Cultural program

Welcome to 
Spread happiness Culture and Cultural program



Welcome everyone. Stay tuned with this blog to keep in touch with all the Culture and Cultural program of spread happiness.


Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy