Sunday, August 29, 2021

ଜୀବନ ଯନ୍ତ୍ରଣା

  ପ୍ରଶାନ୍ତ କୁମାର ନାଥ

ଜୀବନ ଯନ୍ତ୍ରଣା ପ୍ରତିଟି ମୁହୂର୍ତ୍ତ
    ମଣିଷ ବଞ୍ଚିବା ଯାଏ
ହେଉ ଅବା ସୁଖେ ହେଉ ଅବା ଦୁଃଖେ
   ଲୁହ ଟୋପେ ଝରି ଯାଏ। 

ପାରେ ନାହିଁ ରଖି ସେ ଅଶ୍ରୃକୁ ଧରି
   ଆଖି ତା କଜ୍ଜୋଳ ଧାରେ
ଧାରା ଶ୍ରାବଣଟା ବରଷିଣ ଗଲେ
   ଆକାଶ ନିର୍ମଳ ଦିଶେ। 

ସଂସାର କ୍ଷେତ୍ରରେ ନିତି ପ୍ରତି ଯୁଦ୍ଧ
    ଜୀବନ ସଂଗ୍ରାମ ମଧ୍ୟେ
ବଞ୍ଚିବାକୁ ହେବ ସଂସାର ବକ୍ଷରେ
   ହସ କାନ୍ଦ ଲୁହ ମଧ୍ୟେ। 

ମାନେନାହିଁ  ମନ ଗୁମୁରି କାନ୍ଦଇ
   ହୃଦୟେ ବେଦନା ଭରି
ଏମିତି ସମୟ ଆଣି ଦିଏ ଦୁଃଖ
   ଜୀବନେ ଯନ୍ତ୍ରଣା ଭରି। 

ସବୁ ଜାଣି ଶୁଣି କେମିତି ସହିବ
   ରକ୍ତ ମାଂସ ଦେହ ଧରି
ମଣିଷ ଜୀବନେ ଏତେ ଦୁଃଖ ଅଛି
   ବଞ୍ଚିବାକୁ ଆଶା କରି।।

ପ୍ରଶାନ୍ତ କୁମାର ନାଥ ଜୁଣଗଡି
 (ରାଜନଗର) କେନ୍ଦ୍ରାପଡ଼ା।

Thursday, August 26, 2021

ମୁଁ ଏମିତି କାହିଁକି ହେଲି

 


ଶରତ ଚନ୍ଦ୍ର ପଣ୍ଡା 


ମୁଁ ଏମିତି କାହିଁକି ଜନମ ନେଲି

ଘର ର ହେଲିନା ପରର ହେଲି ll

କେହି ହେଲେନାହିଁ ମୋର ନିଜର

ବୁଝିଲିନି କିଛି ଆପଣା ପର ll

ଆପଣା ଭାବି  ମୁଁ ଯା'ପାଖେ ଗଲି 

ଘୃଣା, ଭୃ'କୁଞ୍ଚନ ଖାଲି ପାଇଲି...

ଏମିତି କାହିଁକି ଜନମ ନେଲି..... Il 1 ll

ଭାବିଥିଲି ହେବି ଜଗତ ଜିତା

ଜହ୍ନ ରାଇଜରେ କାଟିବି ଫିତା ll

ଭାବନା ମୋ ସବୁ ଚୁଲିକୁ ଗଲା

ଆତ୍ମଗ୍ଲାନିରେ ମୋ  ଯାହା ସମୟ ଗଲା ll

ଜୀବନ କୁ ଖାଲି ଭଲ ପାଇଲି

କର୍ତ୍ତବ୍ୟ କୁ ବୋଝ ବୋଲି ଭାବିଲି.....

ମୁଁ ଏମିତି କାହିଁକି ଜନମ ନେଲି..... Il 2ll

ବିଭୁ କୃପା ବଳେ ଧରା ଧାମରେ

କେତେ କର୍ମବୀର ଉଚ୍ଚl ରାଶିରେ ll

ରଖିଗଲେ ଟେକ ଇତିହାସରେ

କର୍ମ ଗନ୍ଧ ମହ ମହ ବାସରେ ll

ଆଖୁର ହେଲିନା ଗୁଡ଼ର ହେଲି

ନିନ୍ଦା ଅପଯଶ ଖାଲି ଅର୍ଜିଲି.... Il

ମୁଁ ଏମିତି କାହିଁକି ଜନମ ନେଲି...........ll 3ll

କାହା ଉପକାରେ ଲାଗିଲି ନାହିଁ

ଅର୍ଥ ପଛେ ଗଲି ପାଗଳ ହୋଇ ll

ସ୍ଵାର୍ଥ କୁ କରିଲି ଗଳlର ମାଳ

ଫଳ ରଖି ଦେଇ ବlଢ଼ିଲି ଝୋଳ ll

ମାନବ ଜନମ ବିଫଳ କଲି

ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ କଲି

ମୁଁ ଏମିତି କାହିଁକି ଜନମ ନେଲି....ll 4 Il 

ହାତେ ମାପି ଚାଖଣ୍ଡ ରେ ଚlଲିଲି

ମୋ ଚତୁର୍ପାଶ୍ୱକୁ ଶତ୍ରୁ ଭାବିଲି ll

ସାମଜ ସ୍ୱାର୍ଥକୁ ପଛେ ପକାଇ

ଗୋଷ୍ଠୀ ସ୍ଵାର୍ଥ ଯାହା ଖାଇଲି ମୁହିଁ ll

ଯାହା ଧନ ଅର୍ଜି ଠୁଳ କରିଲି

ବଇଦ ହାତରେ ସମର୍ପିଦେଲି ll

ମୁଁ ଏମିତି କାହିଁକି ଜନମ ନେଲି...... Il 5 ll

କଳା ଶ୍ରୀମୁଖ କୁ ଭଜିଲି ନାହିଁ

ଜପ ତପ ଜ୍ଞାନ ଲଭିଲି କାହିଁ ll

ଦାନ ଧ୍ୟାନ କିଛି ଭୁଲିଲି ମୁହିଁ 

ଧନ ଅରଜିଲି ମୋହ ରେ ଥାଇ ll

ନର୍କ ଯନ୍ତ୍ରଣା କୁ ନିଜେ ଅର୍ଜିଲି

କାଠ ହୋଇ ନିଜେ ଗଛ ହାଣିଲି

ମୁଁ ଏମିତି କାହିଁ କି ଜନମ ନେଲି...... Il 6 ll

Wednesday, August 25, 2021

ଜୟୀ ରାଜଗୁରୁ

 


ଶରତ ଚନ୍ଦ୍ର ପଣ୍ଡା


ଅକ୍ଟୋବର ଅଣତିରିଶ ତାରିଖ

ସତର ସହ ଅଣଚାଳିଶ ଦିନ,,

ହରେକୃଷ୍ଣପୁର ଚlନ୍ଦ ରାଜଗୁରୁ

ହରମାନି କୋଳ କଲେ ମଣ୍ଡନ ll

ପିଲାଦିନ ନାମ ଜୟକୃଷ୍ଣ ଥିଲା

ପୂର୍ବ ପୁରୁଷ ଙ୍କ ଥିଲା ପଦବୀ,,

ଖୋର୍ଦ୍ଧା ରାଜା ଦରବାରୁ ପାଇଥିଲେ

ରାଜ ପରିବାର ଶିକ୍ଷକ ଗlଦି ll

ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ

ତନ୍ତ୍ର ମନ୍ତ୍ର କରିଥିଲେ ଆୟତ୍ତ,,

ଅନେକ ଗ୍ରନ୍ଥ ବି କଣ୍ଠସ୍ଥ, ମୁଖସ୍ଥ

ପୁରlଣ ଶାସ୍ତ୍ର ରେ ଥିଲେ ନିଶ୍ଚିତ ll

ଦୁଇସହ ବର୍ଷ ଫିରିଙ୍ଗି ଶାସନେ

ଅତିଷ୍ଟ ହୋଇଲେ ଭlରତ ବାସୀ,,

ସେ ସ୍ଵେଛାଚାରିତl ଶାସନ ବିରୁଦ୍ଧେ

ରାଜଗୁରୁ ଝାସ ଦେଲେ ସାହସୀ ll

କେତେ ଯେ ସଂଗ୍ରାମୀ ଏ ଭlରତ ବକ୍ଷୁ

ଜାଣି ଜାଣି ପ୍ରାଣ ବଳି ଟି ଦେଲେ

ତାଙ୍କରି ଆଦର୍ଶେ ଜୟୀ ରାଜଗୁରୁ

ଦେଶ ମାତୃକାକୁ ପ୍ରାଣ ବିକିଲେ ll

ସ୍ୱର୍ଣ୍ଣିମ ଅକ୍ଷରେ ନାମ ଲେଖାଇଲେ

ଓଡିଶା ର ଟେକ ଉଚ୍ଚରେ ଥୋଇ,,

ଭାରତୀୟ ସ୍ୱାଧୀନତା ରେ ଆଗୁଆ

ସତ୍ୟ, ନ୍ୟାୟ ଗୀତ ତୁଣ୍ଡରେ ଗାଇ ll

ପ୍ରଥମ ସହିଦ ଓଡ଼ିଆ ଜାତିର

ଜୟୀ ରାଜଗୁରୁ ପୁରୀ ଜିଲ୍ଲାର,,

ଖୋର୍ଦ୍ଧl ରାଜାଙ୍କର ସେନାପତି ପଦେ

ଟେକ ରହିଥାଇଲା ନାମ ତାଙ୍କର ll

ବାଲେଶ୍ଵର ଠାରେ ବାଘତୋଟା ନଲେ

ବରଗଛ ଡାଳେ ଗୋଡ଼(ହାତ )ବାନ୍ଧିଲେ,,

ହୀନ କ୍ରୁର ସେଇ ଫିରିଙ୍ଗି ଜାତିଟା

ଦୁଇଫlଳ କରି ଦେହ ଚିରିଲେ ll


ନଗୁଆଁ, ଦରକୁଣ୍ଡି, ଯାଜପୁର l

****ମାମୁଁ ଘର ****



ମାମୁଘର ମୋର ରମାଦେଇପୁର

ବଣ ପାହାଡ଼ ରେ ଘେରା,,

ଡାହlଣେ ଗୋବରୀ ବାମେ ଦୁଗ୍ଧବତୀ*

ମଧ୍ୟ୍ୟରେ ସତୀଚଉଁରା*

ସତୀଚଉଁରା ରେ ବୁଢ଼ୀ ଜାଗୁଳେଇ

ଗ୍ରାମ୍ୟ ଦେବତୀ ମନ୍ଦିର,,

ଗୋବରୀ କୂଳରେ  ଅଷ୍ଟ ମହାଦେବ 

ଦୁଗ୍ଧବତୀ ପ୍ରିୟ ମୋର ll

ମାମୁ ଘର ଗଲେ ମାଇଁ ଦୁଗ୍ଧଭାତ

ବଳେଇ ଖୁଆଇ ଦିଏ,,

ହେଲେ ସବୁବେଳେ ମନ ମଧ୍ୟେ ମୁହିଁ

ମାମୁଙ୍କୁ ତ ଡରୁଥାଏ l

ମାମୁ ଙ୍କର ଲମ୍ବା  ନିଶ ରହିଥାଏ

ବିଜୁବାବୁ*ଙ୍କ ଚେହେରା,,

ବlହୁ ମୁଳ ତାଙ୍କ ଶlଳୁଆ ବାହି'କି

ଆଖି ଟିକେ ଖାଲି ଟେରା ll

ଭୀମ ଗର୍ଜନ ର ଗମ୍ଭୀର ବଚନ

ମାଇଁ ହୁଏ ଥର ହର,,

ଆଇ କିନ୍ତୁ ତାଙ୍କୁ ତିଳେ ଡରେ ନାହିଁ

କାନ ଧରି ଦିଏ ତାର* (ତାଙ୍କର ) ll

ସପ୍ତସତୀ ପାଖେ ବଡ଼ ଚଉପlଠୀ (ପୁରୁଣା କାଳିଆ ଉଚ୍ଚl ପକ୍କା ଚାନ୍ଦିନୀ )

ନ୍ୟାୟ ନିଶାପ ହୁଅଇ,,

ଲୁଚି ଛପି ଗଲେ  ସାଥି ପିଲା ମେଳେ

ମାମୁଙ୍କ ପାଟି ଶୁଭଇ ll

ମାମୁଘର ଗାଁଆ  ଜହ୍ନ ଭାରି ସଫା

ଦିନପରି ଦିଶେ ରାତି,,

ଆଈ ବୁଢ଼ୀ ପାଖେ ଗପ ଶୁଣୁ ଶୁଣୁ

ମନେ ଭୁତ ଆସେ ମାତି ll

ମାମୁଘର  ବାଡ଼ି ସେ ମିଠା ପିଜୁଳି

ଆଜିବି ମନରେ ଅଛି,,

ଯେବେ ଯାଇଥାଏ ପେଟ ଭରି ଖାଏ

ବାଛି ବାଛି ଖାଏ, କଷି ll

ଗାଁ ତୋଟା ମାଳ,ସେଇ  ତାଳ ବଣ

ବାଇଆ ଚଢେ଼ଇ ଘର,,

ଯୋର ପୁଷ୍କରିଣୀ,କାର୍ତ୍ତିକ ପୁନେଇଁ

ଅତି ଦିଶେ ମନୋହର ll

ମାମୁ ଘର କୋଠି ପାରେନା ମୁଁ ଉଠି

ନାଗ ଜଗିଥାଏ ତହିଁ,,

ଅଜା କହିଥିଲେ ଲକ୍ଷ୍ମୀ ଯଗିଛନ୍ତି

ଧାନ କିଏ ଯିବ ନେଇ ll

କାଳିଆ ଓ ଧଳା  ଦୁଇଟି ବଳଦ

କାନ୍ଧ କୁ ହାତ ପାଏନା,,

ହଳିଆ ଯୋଟିଲେ ହଳ କେବେ କେବେ

ମାମୁ ହୁଅନ୍ତି ସାହାରା ll

ଆଜି କେବେ ଗଲେ ମାମୁ ଘର ବୁଲି

ଆଗ ବାଗ ଆଉ କାହିଁ,,

ଆଜି ମାମୁ ଘର ସେ ଦିନ ବ୍ୟବସ୍ଥା 

ସେକାଳ ପଖାଳ ନାହିଁ ll



ଶରତ ଚନ୍ଦ୍ର ପଣ୍ଡା

*ନଗୁଆଁ, ଦରକୁଣ୍ଡି, ଯାଜପୁର l*

Friday, August 20, 2021

ବୁଢ଼ାର ବିଚାର

କୋଶଳି କବିତା-------
________________________
ବୁଢ଼ା ବଳଛେ            ଶୁନ୍ ତ ନାତି
           କଥା ପଦେ ଗା ତୁଇ                         
 ଫୁନଉପ୍ ରେ     ମୋରବିଚାର ଟା
           କହୁଛେ ଟିକେ ମୁଇଁ
ସୁଇଚ ଟିପାନୁ       ସ୍କ୍ରିନ୍ ଟଚ୍ ଏଲା   
    ନୋକିଆ ରିଏଲ୍ ମି ଫାଇବ  
ଟଙ୍କା ପାଂଶ ନୁ        ପାଚ୍ ହଜାରହେଲା
      ଶୁଣି ହେଇଗଲି  ସେଇଟ
ଥ୍ରୀଜିଫୋର୍ ଜି ନୁ     ଫାଇବ୍ ଜି ଏଲା
    ଛି ଦେଲେ କାମ ହେଉଛେ                            
 ଟାବାର୍ ଖମା ଟା      କେତ ନି କେତେ
     ସୁସ୍ ତା ଟାଘେକେ ହେଉଛେ                         
ଯୁଗ ଥିଲା ଗା          ଆମର ବେଳକେ
         ଫୁନ୍ ବଏଲେ ନେଇ
 ଚିଠିପତର୍ ଲେଖି        ଖବର ପଠଉ
       ଡାକ ଘର କେ ଯେଇ
 କେତେ ଦେଖ ବୁ      ଚରେ ଚିର୍ ଗୁନ
         କେଁ କିଚିର କେତେ                              
 ଗହଲ୍ ଚହଳ      ଲାଗେ ଗାଁଖୁଲ୍ ଟା
         ଚଁଟିଆର ଲାଗି ସତେ
ବୁଢ଼ା ମାନେ ନାତି      କହୁଥିଲେ ଗା
     ନେଇହେବ ବାବୁ ହର୍ ବର୍     
ହିତି ପଡଲେ        ଆଠୁଗଁଏଟ ଫାଟ୍ ବା
      କାନ୍ ବ ତେହେରୁ ଚର୍ ଚର୍
ହର୍ ବର୍ ଫଳ        ମିଲ୍ ଲା   ନାତି
      କାଣା କହେ ମି ମୁଇଁ
ପଢା ପିଲକେ         କାଣା ବୁଝାମି  
       ଜାନି ପରୁଥିବୁ ତୁଇ
 ଇହାଦେ ଦେକ୍ ତ       ଘରଚଁଟିଆ 
        ଦେଖ ମି ବେଳେ ନେଇ
 ସପନ ମେତାର୍        ହେଇଗଲେ ନ      
         ଟାବାର୍ ଖମା ପେଇଁ
  ଉନ୍ନତି ହେଲେ      ଦେଶ ର ମଙ୍ଗଳ
        ଭଲ କଥା ଏ ଭେଇ 
 ସବୁ ଆଡ଼େ ଦେଖି        ଆଗ୍ କେ ବଢୁ
        ହସୁ ଥିବା ମାଏଟ ଭୂଇଁ।।
        ******************

                                    ମୁନା ଭୋଇ
                      ଏମ୍. ଶ୍ରୀଗିଡା,  ବିଜେପୁର,ବରଗଡ଼

I'M ONLINE

As the sun rose in the east
The rays made me up with a blow up fist...
Before opening eyes...
Your face sizzled in the core conscience

Knowing that it's gonna be vain 
I picked it off ...the true consociate ..
Off course it's lifeless ..
still never lets me in strain..

I texted ur name there ...
Ohhh! Alas! As wonted....
Neither a call ....nor few words.... 
I was left stuck to stare....

But you know.....
With the same anticipation .....
It started...
I got busy as the routine 
The memories we've got...
Never let me parted...

But it hurts as the rust hurts iron....
killing it slowly ....smoothly......
No matter how I seem....I'm a human...
As have the life... can feel the knife...

Dawn to dusk...
At the same mental state....
Getting of a text...
Got tired ....exhausted..
But didn't lose the hope...

U know why???
As you are the rainbow of my rainy sky....
The redness of my rose...
Myself even not as you and my heart are close...

I'm not mine ....it's thy dear queen...
Yes.... The Queen.......
Where'ver you're ...
Stay always sound and fine....

With the only wish.....
Seeking at least a mere hiiiii
I never dare to bade you a bye....

My days are yet intended for your shrine....
Just like cold mountain lands for trees of pine.. And with this dear.... I remain....
Ever online ....I'm ever online.......

Just a penned imagination
Bhabani Sankar Mohanty

Thursday, August 19, 2021

ମାନବିକତା

ମାନବିକତା
          ପ୍ରଶାନ୍ତ କୁମାର ନାଥ

ହଜିଛି ମାନବ ସ୍ଵାର୍ଥବାଦୀତାରେ
    ମାନଵତ୍ତ୍ଵ ଭୁଲି ଯାଇ
ଭୁଲିଯାଉ ଅଛି ଦିବ୍ୟ ଚେତନାକୁ
    ଅଚେତନ ହୋଇ ଯାଇ। 

ଥିଲାଯେବେ ସେ ମାତୃ ଗର୍ଭେ ଚେତାରେ
   ଭଜୁଥିଲା ରାମ ହରି
ମାୟା ସଂସାରେ ଭୁଲିଲା ମାନଵ
    ଅପ କର୍ମ ସବୁ କରି। 

ତଥାପି କିଞ୍ଚିତେ ଅଛନ୍ତି ମାନଵ
    ଅଛି ଚେତନାରେ ରହି
ମାନବିକତା କୁ ଧରିଣ ହୃଦୟେ
    ଦୁଃଖ ହରୁଛନ୍ତି ରହି। 

ମହତ୍ତ୍ଵ ମାନଵ ସେଇ ଏ ଧରାରେ
    ସତ୍ୟ ଶାନ୍ତି ଦୟା ଧରି
ବିଚରନ୍ତି ସେହି ସୁମାର୍ଗରେ ସଦା
    ଅହିଂସା ମଶାଲ ଧରି। 

ମାନବିୟ ଗୁଣ ହଜୁଛି ସଂସାରେ
    ମେଞ୍ଚା ମେଞ୍ଚା ଅହଂକାରେ
ଗଦା ଗଦା ଏଠି ଘୃଣାର ପାହାଡ଼
    ପାପ ଚକ୍ଷୁ ଆକ୍ରାନ୍ତରେ। 

ଦୟା କ୍ଷମା ଆଜି ହଜୁଛି ମନରୁ
    ହୀନମନା ହୋଇ ଯାଇ
ଦିଶୁନାହିଁ ପଥ ସତ ଅବା ମିଛ
   ପାପ ରଙ୍ଗ ବୋଳି ହେଇ। 

ଉକୁଟି ଉଠୁଛି ରକଟା ମାଟିରେ
    ମାନବ ମହତ୍ତ୍ଵ ଗନ୍ଧ
ପଦ୍ମ ପୋଖରୀରେ କୀଟ ଦଂଶୁଅଛି
   ଦୁର୍ଗନ୍ଧ ରେ ଭରେ ଗନ୍ଧ। 

ଅନ୍ଧା ଆଲୋକ ଦୁଇ ଧାର ଏଠି
   ମାନବ ଜୀବିତ ଅଛି
ମାନବିକତା ଵି ହାରିନି ସଂସାରେ
    ଆଜିବି ଜୀବିତ ଅଛି।।

ପ୍ରଶାନ୍ତ କୁମାର ନାଥ
 ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା।

ବୁଝିବ କେମିତି......

*ବୁଝିବ* *କେମିତି* .......
×××××××××××××××××××××××

ବୁଝିବ  କେମିତି
ଗଭୀର ଭାବନା
             ଭାବ ଯଦି ଟିକେ ନାହିଁ
ବେଳା ବାଲୁକାକି
ଭେଳାର ବେଦନା
            ବୁଝିବ ରହିଲେ ଚାହିଁ ।

ବଣିକ ବୁଝେକି
ସାମୁକାର ଦୁଃଖ
        କାଢିନେଲେ ଥରେ ମୋତି
ଉଲ୍ଲୁକ ବୁଝେକି
ଉଲ୍ଲସିତ ଭାବ
           ବସନ୍ତ କୋକିଳ ଗୀତି ।

ଶାଗୁଣା ବୁଝେନି
ଶବର  କାହାଣୀ
             ଶରୀର ଗଭୀର ଖେଦ
ମଶାଣି ବୁଝେନି
ମଣିଷ  କଷଣ
          ଜୀବନ ଯାତନା ଭେଦ ।

ବିଟପୀ  ବୁଝେନି
ପାଟ ଶଙ୍ଖା ଚୂଡି
           ସିନ୍ଦୁର ଟୋପାର ମୋହ
ବାରାଙ୍ଗନା କେବେ
ବୁଝି ପାରେନାହିଁ
            ବିଧବା ଅନ୍ତର କୋହ ।

ଖରା ବୁଝେନାହିଁ
ଧରାର  ଦହନ
                ସବୁଜ ସୁନ୍ଦର ଘାସ
ବାରଦାରା ଦିନେ
ବରବାଦ କରେ
            ବୁଝେନି ସରଗ ବାସ ।
            ****
ବୁଝିବା  କଠିନ
କବିର ବେଦନା
           ଗଭୀର  ଅନନ୍ତ ଆଶା ।
ସାତତାଳ ପାଣି
ସିନ୍ଦୁର ଫରୁଆ
             ଅନ୍ତର ଦଳର ଭାଷା ।

................................................
         *ପ୍ରସନ୍ନ  ମଣ୍ଡଳ*
        କୋଟପଲ୍ଲା, ଖୋର୍ଦ୍ଧା

ନିର୍ବାକ

:                ନିର୍ବାକ              :
-----------------------------------
                ସନ୍ତୋଷ କୁମାର ସାହୁ

କିଏସେ କହୁଛି, କି ବାର୍ତ୍ତା ଦେଉଛି
କାହା ମନକଥା କିଏ ଜାଣେ
ଆଜିକାଲି ପରା ସବୁ ଦେଢ଼ ହାତ
ଅପରକୁ ହୀନ ମଣେ l

ଉପଦେଶ ଚାଲେ ଆପଣା ବାଟରେ
ନିଜ ମନେ ଷୋଳ ପଣ
ଯେତେ ପରକାର ପ୍ରବଚନ ଶୁଣି
ଭାଙ୍ଗେ ନାହିଁ ଟାଣ ପଣ l

ଆପଣା ହିତରେ କଥା କହେ ଜନ
ଲୁଚିଥାଏ ନିଜ କପଟୀ ସ୍ବାର୍ଥ
ପରହିତ କଥା ଆକାଶ କଇଁଆ
ଚେଷ୍ଟା ଯାଏ ସବୁ ନିର୍ମୂଳ ବ୍ୟର୍ଥ l

ଅର୍ଥକୁ ଅନର୍ଥ ଗଢି ତୋଳି ଥାଏ
ବେଳ ଉଣ୍ଡି କରେ ଗୋଳ
ପ୍ରତିଟି କଥାକୁ ବିଚାରି ବଢିବ
ବିଷ ଚରେ ହଳାହଳ l

ଏମିତି ବି ଲୋକ ଦୁନିଆ ଭିତରେ
କରନ୍ତି ସବୁଠି ଚଳ ପ୍ରଚଳ
ଦେଖି ଚାହିଁ ବାଟ ଚାଲିବାକୁ ହେବ
ମନରୁ ନହେଲେ ଖସିବ ବଳ l

ସଂସାର ଭିତରେ ଘର ତ କରିଛ
କି ହେବ ମନରେ ଆସିଲେ ଦକ
ବହୁରୂପୀ ଏଣ୍ଡୁଅ ପରି ଏ ମଣିଷ
ଭାବିଲେ ସାଜିବ ବନ୍ଧୁ ନିର୍ବାକ l
-------------------------------------
ଚିର୍ମା, ନବରଙ୍ଗପୁର

ମଦ୍ ଆର୍ ମୁନୁଷ୍

**ମଦ୍ ଆର୍ ମୁନୁଷ୍**
           
ମୁହୁରିଆ ବଲ୍ ଛେ ଗୁହୁରିଆ କେ
                କାଣା ହେଲା ଗା ଭେଇ
ଜହ ହର୍ ବର୍  ହେଉଛୁ
                କେନ୍ କେ ଯଉଛୁ ତୁଇ                
ଗୁହୁଁରିଆ କହୁ ଛେ କଥାର ସୁରେ
              ସୋର୍ ନେ ପେବାର୍ ତୁଇ
ଭାଟି ବନ୍ ଲା ନଳିଆ ତଳେ
                ମଦ୍ ଘିନି ଗଳି  ମୁଇଁ              
କଥା ଶୁନି କରି କହେଲା ମୁହୁଁରିଆ
                 ଅଟ୍ କ ଟିକେ ଭେଇ
କଥା ପଦେ କହୁଛେ ମୁଇଁ
                 ଶୁନ୍ ମନ୍ ତନ୍ ଦେଇ
ଭାଟି ହେଲା ବଳି ମଦ୍ ଘିନି ଗଳୁ
                     ଘରେ ଅଢିଆ ନେଇ
 ପଏସା ଦେଇ ମହରା ଘିନୁଛୁ
                     ଭଳ୍ କଥା କେଁ ଭେଇ 
  ଲୋକ୍ କର୍ ତୁଇ ଭୁତି କରୁଛୁ
                      ଖରା ବର୍ ଷା ସହି  
 ଦୁଇଶ କମାଳେ ଡେଢ୍ ଶ ଉଡାଲୁ
                      ମଦ୍ ପିମି ବଳି ତୁଇ                                                                                                            
 କେତେ ଦୁର୍ ଇଟା ଭଲ୍ ଏ 
                 ମନ୍ ଭିତର ରେ ଭାବ୍                                     
ସବୁ ଆଡ଼୍ କେ ବୁଝି ବିଚାରି 
                  କରମ୍ କରି ଚାଳ୍  
 ମୁନୁଷ୍ ଜନମ୍ ପେଇଛୁ ଗା
               ଭଳ୍ କରମ୍ କର୍ ତୁଇ               
 ମରି ଗଳେ ଭି ତୁଇ ଯେନ୍ ତା 
                ରହେବୁ ଅମର୍ ହେଇ 
                ରହେବୁ ଅମର୍ ହେଇ .….!!   
               *******************
                                        ମୁନା ଭୋଇ
                                    ଏମ୍ ଶ୍ରୀଗିଡି,ବରଗଡ

ସ୍ମୃତି...

ମୃଦୁ ମଳୟ ବସନ୍ତରେ କୋକିଳର କୁହୂତାନ.....
ନିଶବ୍ଦ ନିଶାର୍ଦ୍ଧରେ ବୁକୁଫଟା କୋହମାନ.....
ସ୍ମୃତି...
ରୌପ୍ୟ ଚନ୍ଦ୍ରାଲୋକେ ବିଚ୍ଛୁରିତ ଜୋଛନା.....
ବିରହିତ ବିଦାରିତ ହୃଦୟେ ବିଷର୍ଣ୍ଣ ବେଦନା.....
ସ୍ମୃତି...
କେବେ ରୂପା ଜହ୍ନ କେବେ ପାଉଁଶ ତଳ ନିଆଁ.....
ରୂପା ଶଗଡ଼ିରେ ଲାଜଢ଼ଙ୍କା ନୂତନ କନିଆଁ.....
ସ୍ମୃତି...
ବିବର୍ଜିତ ରଜନୀ ରେ ଅନ୍ତରେ ଅନ୍ତର୍ଲିନ.....
ଉତୁଙ୍ଗ ଅଟ୍ଟାଳିକାର ଅର୍ଥହୀନ ଅଭିମାନ.....
ସ୍ମୃତି...
ମାନସରେ ସ୍ମରିତ ପୁଣି ସ୍ମରଣାତୀତ 
କାଳଚକ୍ରରେ କାଳାତୀତ, ଭାବନାରେ ଉଦ୍ ବେଳିତ
ସ୍ମୃତି...
ଏକ ଅଜବ ଉନ୍ମାଦନା... ଆଶରାର ଆଶ୍ଵାସନା
କଥା, କାହାଣୀ ଓ କବିତାର ତ୍ରିବେଣୀରେ ଆନମନା.....
ସ୍ମୃତି...
ଜୀବନ୍ତ ଜୀବନରେ ପରକାଳର ପୁସ୍ତକ.....
ଆଇ  ମା'କାହାଣୀର କୁହୁକିନୀର କୁହୁକ.....
ସ୍ମୃତି...
ହାତ ପାହନ୍ତାର ମୁହୁର୍ତ୍ତ ସମୂହ.....
ପଲକ ଝପଟେ ସବୁ  ବିଚ୍ଛେଦ ବିରହ.....
ସ୍ମୃତିରେ ଜୀବନ୍ତ ଜୀବନ... ଜୀବନେ ଜୀବନ୍ତ ସ୍ମୃତି.....
ଏକାନ୍ତ ଜୀବନର ସାଥୀଟିଏ.....  ବିଷାଦେ ପୀରତି......

ଭବାନୀ ଶଙ୍କର ମହାନ୍ତି
ବେଲଗୁଣ୍ଠା, ଗଞ୍ଜାମ

ବିଲେଇ ବେକରେ ଘଣ୍ଟି

ଶିଶିର କୁମାର ସ୍ୱାଇଁ

ନେତା ନେଇଗଲେ ମନ୍ତ୍ରୀ ମାରିନେଲେ 
କରନ୍ତି ସର୍ବେ ଚିତ୍କାର,
ଦୁର୍ନୀତି ବିରୁଦ୍ଧେ କହିବାକୁ ପଦେ
ସାହସ ନାହିଁଁ କାହାର I

ଖଟି ଖିଆ ଅବା କି ବାବୁ ସାହେବା 
ଯିଏ ଯାର ସୁବିଧାରେ, 
ନେତା ମନ୍ତ୍ରୀଙ୍କର ହୁଅନ୍ତି ନିଜର
ଭକ୍ତିରେ ଅବା ଭୟରେ I

ଖଟିଖିଆଟିଏ ଚିନ୍ତା କରୁଥାଏ 
ପଡ଼ି ପତ୍ର ଥାଉ ଖଣ୍ଡେ,
ନେତା ମନ୍ତ୍ରୀଙ୍କର ଦୟାରୁ ଅପାର
ଚାଉଳ ମିଳୁଛି ଗଣ୍ଡେ I

ତାଙ୍କରି ବିରୁଦ୍ଧେ କହିଦେଲେ ପଦେ
ସର୍ବନାଶ ହୋଇଯିବ,
ପଡ଼ିପତ୍ର ମୋର ହୋଇବ ବେକାର
ବଞ୍ଚିବା ମୁସ୍କିଲ୍ ହେବ I

ମଧ୍ୟବିତ୍ତଟିଏ ଚାକିରି ଖଣ୍ଡିଏ
ଅଳପ ଦରମା ତାର,
କରିଲେ ବିରୋଧ ଚାକିରି ତ ଯିବ
ହେବ ଅପରାଧ ଘୋର I

ବଡ଼ ଚାକିରିଆ କାଦୁଅରେ କିଆଁ 
ପଶି ଗୋଡ଼କୁ ଧୋଇବ,
ନେତାଙ୍କର କଥା ସହେ ପାତି ମଥା
ପଦୋନ୍ନତି ତ ହୋଇବ I

ଯେ ବେସରକାରୀ କରିଛି ଚାକିରି
ନିଜ ସୁଖେ ନିଜେ ଥାଏ,
ରାଜନୀତି କଥା କରିବାକୁ ଚିନ୍ତା
ସମୟ ଜମା ନ ପାଏ I

ଶିଖିତ ବା ମୂର୍ଖ ଖୋଲିବାକୁ ମୁଖ
କେହି ଜମା ରାଜି ନୁହେଁ ,
ବିଲେଇ ବେକରେ ଘଣ୍ଟି ବାନ୍ଧିବାରେ
ସାହସ କରିବ କିଏ I

 ଗାଙ୍ଗପୁର
 ଗଞ୍ଜାମ

Monday, August 16, 2021

🌹ମାୟା ର ସଂସାର 🌹

🌹ମାୟା ର ସଂସାର 🌹
ମିଛ ମାୟା ଏ ସଂସାର
        ଏଠି କେହିନୁହଁନ୍ତି କାହାର.(2)
ସବୁ ଏଠି ନିଜ ସ୍ୱାର୍ଥ ପଥ ଅଗ୍ରସର
ମିଛ ମାୟା ର ଏ ସଂସାର... (2)
ଏଠି କେହି ନୁହଁନ୍ତି କାହାର.. (2)
କାହାକୁ କହିବୁ ନିଜର ଏଠି
କେହି ନୁହଁନ୍ତି ତୁମ ଆପଣାର (2)
ସଭିଏଁ ଏଠି ଉପରକୁ ଭଲ
ଭିତର ମହା କାଳ ଫଳ.. (2)
ଏତ ମିଛ ମାୟା ର ସଂସାର
ନିଜ ସ୍ୱାର୍ଥ ଥିବା ଯାଏ କରିବେ ତୁମକୁ
ନିଜଠାରୁ ବେଶି ନିଜର
ସ୍ୱାର୍ଥ ସରିଗଲେ କରିବେ ତୁମକୁ ସାତପର
ଏତ ମିଛ ମାୟା ର ସଂସାର... (2)
ଆଗରେ ତୁମର ଭାରି ପ୍ରଶଂସା
ଭାରି ସ୍ନେହ କରୁଥିବେ
ତୁମ ଅଜାଣା ରେ ତୁମ ଶରୀର ରୁ
ରକ୍ତ ଶୋଷି ନେଇ ଯାଉଥିବେ
ଏତ ମିଛ ମାୟା ର ସଂସାର ଇଏ.. (3)
🌹🌹🌹🌹🌹🌹🌹🌹
ପ୍ରଜ୍ଞା ପର ମିତା ଦାଶ
ଯାଜପୁର ଟାଉନ
ସୁଆର
ବନ୍ଧ ମୁଣ୍ଡା

ଜୟୀ ରାଜଗୁରୁ

*କବି ସୌରଭ*
*ବୈଜୟନ୍ତୀ ମାଳା ମହାପାତ୍ର*

ମହାନ ଯୋଦ୍ଧା ବୀର ପାଇକ
ମୁକୁନ୍ଦ ଦେବ ସେନା ନାୟକ
ଓଡ଼ିଆ ପୁଅ ବୀର,
ତାଙ୍କରି ନାମ ମୁକ୍ତି ସଂଗ୍ରାମେ
ଲେଖା ଯେ ସ୍ୱର୍ଣ୍ଆକ୍ଷର ll

ଉତ୍କଳର ସେ ପ୍ରଥମ ଯୋଦ୍ଧା
ଯେ କରି ଥିଲେ ବଳକୁ ଅଧା
ଇଁରେଜ ମାନଙ୍କର,
ତାଙ୍କରି ନାମ ଶୁଣିଲା ମାତ୍ରେ
ଲୋମ ଯେ ଥରହର ll

ମହା ଚାଲାକ ବଣିକ ଜାତି
ଭୟ କାତରେ ରାତିକେ ରାତି
ଚୁଗୁଲିଆଙ୍କୁ ଧରି,
ବନ୍ଦୀ କରିଲେ ରାଜ ଗୁରୁଙ୍କୁ
ଫାନ୍ଦଫିକର କରି ll

ମେଦିନୀପୁର ବାଘତୋଟାରେ
ବର ଗଛର ଦୁଇ ଡାଳରେ
ବାନ୍ଧି କରିଲେ ଫାଳ,
ବୀର ଶହୀଦ ହୋଇଲେ ସିଏ
ମନରେ ଭରି ବଳ ll

ତାଙ୍କରି ଭଳି ଯୋଦ୍ଧା ନିର୍ଭୀକ
ନାହିଁ କେ ଆଉ ବୀର ସୈନିକ
ସ୍ୱାଧୀନତା ସଂଗ୍ରାମେ,
ଉତ୍ସର୍ଗ କରି ନିଜ ପରାଣ
ଅମର ଧରାଧାମେ ll

ସତର ଶହ ଅଣଚାଳିଶ
ଅକ୍ଟୋବରର ଅଣତିରିଶ
ଶୁଭ ତାରିଖ ଦିନ,
ପୁରୀ ଜିଲ୍ଲାରେ ଜନମ ଲଭି
ଜୀବନ କଲେ ଧନ୍ୟ ll

ଅଠର ଶହ ଛଅ ମସିହା
ଡିସେମ୍ବରର ଛଅରେ ଠିଆ
ହୋଇ ସହୀଦ ରୂପେ
ଇହ ଧାମକୁ ଛାଡ଼ି ସେ ଥିଲେ
ବୀର ଦର୍ପରେ ଆପେ ll

ଉତ୍କଳ ମାତା ସୁଯୋଗ୍ୟ ସୁତ
ଜ୍ଞାନ ଗୁଣ ଓ ବଳେ ବିଖ୍ୟାତ
ତାଙ୍କ ସରି କେ ନାହିଁ,
ମଥାଟି ନୁଏଁ ଚରଣେ ତାଙ୍କ
ଦେଶ ପ୍ରେମକୁ ଚାହିଁ ll

    *ଫୁଲବାଣୀ, କନ୍ଧମାଳ*

ଭୁଲ କେଉଁଠି ?

*****ଭୁଲ କେଉଁଠି? ******
        ***********
        (ବାର୍ଦ୍ଧକ୍ୟ ଚିନ୍ତା)
          *********
ବାପା ମାଆ ତୁମେ
କହି ଦିଅ ମୋତେ
କେଉଁଠି ରହିଲା ଭୁଲ?
ବାଲ୍ଯ ପଉଗଣ୍ଡ
କୈଶୋର ଯୌବନ
ବାର୍ଦ୍ଧକ୍ୟକୁ ଚାଲି ଗଲ। 

ପୁତ୍ର ଜନ୍ମ ଦେବା 
ପାଳିବା ପୋଷିବା
କର୍ତ୍ତବ୍ୟ ତୁମର ଇଏ
କର୍ମ ଅନୁସାରେ 
ଫଳ ମିଳିଥାଏ 
ପ୍ରତିଶ୍ରୁତି ଦେବ କିଏ??? 

ପୁତ୍ର ଲାଗି ତୁମେ
ସବୁ କରିଥାଅ
କିଛି ବି ନ ଥାଏ ବାକି
ସଂସ୍କାରଟା ଯଦି
ଠିକ୍ ରହିଥାଏ
କାମ ହୁଏ ମନ ଲାଖି। 

ବିଦେଶରେ ପୁତ୍ର 
ଚାକିରିଟେ କରି
ଅର୍ଥ ରୋଜଗାର କରେ
ତୁମ କଥା ବୁଝି
ତମକୁ ଚଳାଏ
ତା'ସଂସାର ପୁଣି ଧରେ। 

ପାଖେ ନ ରହିଲେ 
କି ସେବା କରିବ
ଚାକିରୀ ନ କଲେ ଭୋକା
ପୁଅ  ସାଥେ ବୋହୂ
ନାତି ନ ରହିଲେ 
କେମିତି ମିଳିବ ଶିକ୍ଷା??? 

ବେଶୀ ପଢେଇଲେ 
ପୁଅ ଉଡିଯାଏ
କଅମରେ ଲୋକଲଜ୍ଜା
ପାଖେ ରହି ପୁଅ
ଯଦି ନ ବୁଝିଲା
ମିଳି ଥାଏ ବଡ ସଜ୍ଜା 

ଚରଣ ଫାଟୁଆ
ବଳଦ ମଠୂଆ
ଘୋଡାମୁହାଁ ପରି ହୁଏ 
ଭାରିଜା ବୁଦ୍ଧିରେ
ମାଆ ବାପାଙ୍କୁ ସେ
ବହୁ ଦୁଃଖ ଦେଇଥାଏ। 

ତୁମେ ବାପା ମାଆ
ଭବିଷ୍ୟତ କଥା
ଆଜି ଠାରୁ ଚିନ୍ତା କର
କର୍ତ୍ତବ୍ୟ ତୁମର
କରୁଥାଅତୁମେ
ଫଳେ ନାହିଁ ଅଧିକାର। 
****************
ଅକ୍ଷୟ ମହାନ୍ତି। ନିର୍ମାଲ୍ଯ 

ଭାରତ

ଅରୁଣ କୁମାର ମହାପାତ୍ର

ସଂସ୍କୃତି ଆଉ ପରମ୍ପରା ଯାର
ଜନ ରକ୍ତେ ପ୍ରବାହିତ
ଗରବ ଗୌରବରେ ମଣ୍ଡିତ ଏହି
ଆମରି ଦେଶ ଭାରତ।
ଅତିଥିଙ୍କୁ ଦେବ ତୁଲ୍ୟ ମଣି ଯହିଁ
କରିଥାନ୍ତି ମଥା ନତ
ସେହି ଭୂମି ପରା ସରଗଠୁ ବଡ଼
ପୁଣ୍ୟ ଭୂମି ଏ ଭାରତ।
ଶତ ଶତ ଭାଷା ଅନେକ ବିଭେଦ
ତଥାପି ଯେ ଏକ ହସ୍ତ
ଭେଦ ଭାବ ଭୁଲି ଭାତୃଭାବ ନେଇ
ଗଢା ସମଗ୍ର ଭାରତ।
ଗଣତନ୍ତ୍ର ରାଷ୍ଟ୍ର ରାଷ୍ଟ୍ରୀୟ ସଙ୍ଗୀତ
ଦେଶ ପାଇଁ ସମର୍ପିତ
ସାର୍ବଭୌମତ୍ୱକୁ ପ୍ରାଧାନ୍ୟ ଦେଇଛି
ଏହି ମୋ ଦେଶ ଭାରତ।
ବୈବାହିକ ପ୍ରଥା ଆଜି ବି ସମ୍ପନ୍ନ
ବୈଦିକ ରୀତି ସହିତ
ସାବିତ୍ରୀ ଅହଲ୍ୟା ଆଦର୍ଶ ଏଠାରେ
ପୁଣ୍ୟଭୂମି ମୋ ଭାରତ।
ଗଙ୍ଗା ଗୋଦାବରୀ ଚରଣ ପଖାଳେ
ହିମାଳୟ ପ୍ରସାରିତ
ଶିରକୁ ମଣ୍ଡିଛି ଶୋଭା ବଢ଼ାଉଛି
ସୁରକ୍ଷିତ ମୋ ଭାରତ।
ଜିବେଦୟା ଭାବ କରନ୍ତି ପୋଷଣ
ଦେଖୁଛି ସାରା ଜଗତ
ଗୋମାତାର ପୂଜା ଭକ୍ତି ନୈବେଦ୍ୟରେ
ଶ୍ରେଷ୍ଠ ଏ ମାଟି ଭାରତ।

🙏ବୀର ସୁରେନ୍ଦ୍ର ସାଏ 🙏

🌹🌹🌹👏🌹🌹🌹
ଜନନୀ ଲୋ ତୋର ଶ୍ରୀଚରଣ ସେବି ଚାଲିଗଲେ କେତେ ବୀର ପୁତ୍ର
ଦେଇଗଲେ ତାଙ୍କ ଶେଷ ରକ୍ତ ବିନ୍ଦୁ କରି ବାକୁ ତୋତେ ବନ୍ଦି ମୁକ୍ତ।
ଜନନୀ ଲୋ ତୋର

ଧନ୍ୟ ତୁ ଜନନୀ ଧନ୍ଯ ତୋର କୋଳ
ଧନ୍ୟ ମାଟି ପାଣି ପବନ
ବୀରପୁତ୍ର ଙ୍କୁ ତୁ କୋଳରେ ଧରିଲୁ
କରିଲେ ତୋ କୋଳ ମଣ୍ଡନ।
ଜନନୀ ଲୋ ତୋର

ସମ୍ବଲପୁର ର ପ୍ରକୃତି କୋଳରେ ହୀରାଖଣ୍ଡ ବୋଲି ରାଇଜ
ଖୀଣ୍ଡା ଗ୍ରାମ ମଧ୍ୟେ ଚହ୍ବାନ ବଂଶରେ
କିଏ ହେଲେ ସିଏ ଆର୍ବିଭାବ।
ଜନନୀ ଲୋ ତୋର

ସାତଭାଇ ମଧ୍ୟେ ହୋଇଥିଲେ ଶ୍ରେଷ୍ଠ ନାମ ଥିଲା ତାଙ୍କ ସୁରେନ୍ଦ୍ର
ମତଗଜ ପରି ଠାଣି ଯେ ତାଙ୍କର ବିଦ୍ରୋହର ଥିଲେ ପ୍ରାଣକେନ୍ଦ୍ର।
ଜନନୀ ଲୋ

ଜାଳି ଦେଲେ ନିଆଁ ବଣ ପାହାଡରେ ବିଦେଶୀ ହୋଇଲେ ଚକିତ
ବାନ୍ଧି ନେଇ କାରାଗାର ରେ ରଖିଲେ
ପାଷାଣ ଠୁ ଥିଲେ ସିଏ ଶକ୍ତ
ଜନନୀ ଲୋ

ସଭିଙ୍କୁ ହରାଇ ନ ନଇଁ ଲା ମଥା ଗାଇଲେ ବିପ୍ଳବ କବିତା
ସ୍ବାଧୀନତା ସ୍ବପ୍ନ ଦେଖିଥିଲେ ସିଏ ନ ଦେଖି ପାରିଲେ ସ୍ବାଧୀନତା।
ଜନନୀ ଲୋ ତୋର

ସମ୍ବଲପୁର ର ଟେକ ରଖିଦେଇ ଚାଲିଗଲେ ସିଏ ବାଟ କାଟି
ଝୁରି ହେଉଅଛି ଏ ପାଣି ପବନ ଝୁରୁଅଛି ସେ ଜନମ ମାଟି।
ଜନନୀ ଲୋ ତୋର

କାଳର କରାଳ ରୂପ ରେ ସେ ଆଜି ହୋଇ ଯାଇଛନ୍ତି ବିଲୀନ
ଆଜିର ଦିନରେ ସେ ବୀର ପୁରୁଷ ଙ୍କୁ କରୁଅଛି କୋଟି ପ୍ରଣାମ।

🙏🙏🙏🙏🙏🙏🙏🙏🙏🙏
ଜନରଞ୍ଜନପ୍ରଧାନ
ଆଳୋଇ
ବାଲିପାଟଣା
ଖୋର୍ଦ୍ଧା

ପ୍ରୀତି

*****
ନିର୍ମଳ ନାୟକ
ଅ ଣୁ ଗ ଳ୍ପ
**********
                       ଶ୍ରେଣୀରେ ପିଲାମାନେ ବିଶୃଙ୍ଖଳିତ  ଥିଲେ ସପ୍ତମ ଶ୍ରେଣୀ ର ମଧ୍ୟାହ୍ନ ବିରତି ପର ପିରିୟଡ଼,ନୂଆ ଶିକ୍ଷୟତ୍ରୀ
ପ୍ରବେଶ କଲେ, ପିଲାମାନେ ଚୁପ ହୋଇ ଯାଇଥିଲେ, ମାଡାମ
କହିଲେ ମୁଁ ତୁମକୁ ସାହିତ୍ୟ ଓ ଗଳ୍ପମାଳା ପଢାଇବି!! ତୁମ୍ଭ ମାନଙ୍କ
ପରିଚୟ  ଦିଅ, ଜଣ ଙ୍କ ପରେ ନିଜ ପରିଚୟ ପ୍ରଦାନ କଲେ, ଶେଷରେ ନିଜ ପରିଚୟ ପ୍ରଦାନ କରିଥିଲେ !! ମାଡାମ ଗୋଟିଏ
ଭଲ ଗପ କୁହନ୍ତୁ !! ହଉ ଠିକ ଅଛି ତେବେ ଶୁଣ ପିଲାମାନେ, ଗୋଟିଏ ଗରିବ ଝିଅ ର ଦୁଃଖ ଭରି କାହାଣୀ 

*****       *******      ********      *********** 

                 ଦୀର୍ଘ ତେତିଶ ବର୍ଷ ତଳର  କାହାଣୀ....... 

ଧାଇ ମା ଧଇଁ ସଇଁ ହୋଇ ଆସି କହିଲା  ଆରେ ଶୁଣୁଛୁ ମକରା ଏଥର ବି ଝିଅ ଟିଏ ଜନ୍ମ ହୋଇଛି, ତୋ ଘରକୁ ଲକ୍ଷ୍ମୀ ଆସିଛି !!    - ମୋ ଭାଗ୍ୟ ଖରାପ ଗୋଟିଏ ପରେ ଗୋଟିଏ ଚାରି ଚାରିଟି ଝିଅ
ଠାକୁର ଙ୍କ କଣ ବରାଦ ଜାଣେନା!! ପୁଅ ହେବ କି ନାହିଁ ତାଙ୍କ ଇଚ୍ଛା !! ଅତି ମନଦୁଃଖ ରେ କରୁଣା ଚାହାଣୀ ଆକାଶ ଆଡକୁ 
ପୁଅ ଅପେକ୍ଷାରେ ମକରା ପ୍ରତି ଝିଅଙ୍କୁ ପ୍ରସବ ପରେ ଘନ ଘୋର
ଅନ୍ଧାରରେ  ଗାଁ ମୁଣ୍ଡ ଛକ ରେ ଚାଙ୍ଗୁଡ଼ି ରେ ଭରି  ଛାଡି ଦେଇ ଆସେ, ପର ଦିନ ସକାଳେ  କେହିନା  କେହି ସେ ପିଲାଟିକୁ ନେଇ ଯାଆନ୍ତି, ଚତୁର୍ଥ କନ୍ୟା କୁ ମଧ୍ୟ  ପୂର୍ବ ଭଳି ରାତିରେ ଛକ ରେ ଛାଡି ଦେଇ ଆସିଲା, ପିଲାଟି ପ୍ରାଣ ବିକଳ ରେ କାନ୍ଦୁଥାଏ  ପରନ୍ତୁ କେହି
ନେଇ ନଥିଲେ, ତା ପରଦିନ ପୁଣି ରାତିରେ ଛକ ରେ ଛାଡି ଆସିଲା
ତଥାପି  କେହି ନେଲେନି, ଏଣୁ ବାଧ୍ୟ ହୋଇ ଘରେ  ରଖିଲା !! 

             ଭଗବାନ  ତା ଗୁହାରି ଏ ଥର ଶୁଣିଲେ, ସୁମା ଗର୍ଭରୁ  ପୁତ୍ର ସନ୍ତାନ ଜାତ ହେଲା, ଖୁସିରେ ମିଠେଇ ବଣ୍ଟାହେଲା, କ୍ରମରେ
ଆଉ ଗୋଟିଏ ପୁତ୍ର ଲାଭ ହେଲା, ସମାଜରେ ଏ ପାତର ଅନ୍ତର ଭାବ  ସତରେ  ଏକ ଅଭିଶାପ!! ସନ୍ତାନ ସନ୍ତତି ଦୁହେଁ ସମାନ !!
ଧୀରେ ଧୀରେ ପିଲାମାନେ ବଡ଼ ହେବାକୁ ଲାଗିଲେ, ଝିଅ ପ୍ରୀତି
ପୁଅ ପରେଶ ଓ ପ୍ରମୋଦ ସାଥିରେ ଗାଁ ସ୍କୁଲ ରେ ନାମ ଲେଖିଲେ,
ପ୍ରୀତି ର ଛୋଟ ଭାଇ ମାନଙ୍କୁ ସ୍ନେହ ଓ ପିତା ମାତାଙ୍କୁ ଭକ୍ତି କରୁଥାଏ, ଶ୍ରେଣୀରେ ଭଲ  ପଢୁଥିଲା, ଭାଇ ମାନଙ୍କ ର ଉଚ୍ଚ ଶିକ୍ଷା
ନିମିତ୍ତ ନିଜ ଶିକ୍ଷା କୁ ସ୍ଥଗିତ କରିକକୁ ପଡିଲା, କାରଣ ଘରର ଆର୍ଥିକ ପରିସ୍ଥିତି ସ୍ୱସ୍ଥଳ  ନ ଥିଲା !! ଗତ ବର୍ଷ ତୋଫାନ ରେ ମା
ପିଲା ମାନଂକୁ ବଞ୍ଚl ଇ ବାକୁ ଯାଇ ନିଜ ପ୍ରାଣ ତ୍ୟାଗ କରିଥିଲେ,
ଘରର ସବୁ ଭଲମନ୍ଦ କାମ ପ୍ରୀତି ର କାନ୍ଧରେ !! ଭାଇ ମାନଙ୍କୁ
ଦେଖିବା, ବାପାଙ୍କ ସେବା କରିବା  ହିଁ ତାର ପ୍ରଥମ  ଓ ପରମ
କର୍ତ୍ତବ୍ୟ ଥିଲା !! ମଝିରେ  ସମୟ ବାହାର କରି ଘରୋଇ ଭାବେ
ସ୍ନାତକ ଓ ପରବର୍ତ୍ତୀ ବର୍ଷ ସ୍ନାତକତ୍ତର ପାସ କରିଥିଲା!! ଭାଇ ମାନେ ବିଦେଶ ରେ ବିବାହ କରି  ଗାଁ ମାଟି ମାଡିବା ଭୁଲିଗଲେ 

        ଇତିମଧ୍ୟରେ ପ୍ରୀତି ଗାଁ ମଧ୍ୟଇଂରାଜୀ ବିଦ୍ୟାଳୟ ରେ ଚାକିରୀ  ପାଇଥିଲେ, କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜର ବୟସ
ପ୍ରତି ନଜର ନ ଥିଲା ପ୍ରୀତିର!! ପରିଣୟ ର ପରିଣତ ସମୟ
ଡେଣା ମେଲେଇ ଉଡି ଯାଇଥିଲା ବହୁ ଦୁରକୁ!!ଏବେ ବାପା ଙ୍କ
ସେବା ଓ ସ୍କୁଲ ମାତ୍ର ଦୁଇଟି କାର୍ଯ୍ୟ କରିବାରେ ଥିଲା!! 

     ଶ୍ରେଣୀରେ ପିଲାମାନଙ୍କ ର ଆଦର୍ଶ ଶିକ୍ଷୟତ୍ରୀ ଥିଲେ, ଏପରି
କୁଶଳା ଶିକ୍ଷୟତ୍ରୀ ପାଇ ଗାଁ ସ୍କୁଲ ଗର୍ବିତ ଅନୁଭବ କରୁଥିଲା !!
ଗାଁ ବାଳିକା ମାନଙ୍କୁ ପଢାଇବାକୁ ପ୍ରବର୍ତ୍ତାଉଥିଲେ, ଅତିରିକ୍ତ କ୍ଲାସ ନେଇ ପିଲାମାନଙ୍କୁ ଉତ୍ତମ ରୂପେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଉଥିଲେଘରେ  ଭାଇ ମାନେ ହତାଦର କରିଲେ ମଧ୍ୟ  ଝିଅ ଟିଏ ହୋଇଘର ଓ ବାହାର ର ଖିଆଲ ରଖିଥିଲା, ମକରା ଛାତି କୁଣ୍ଢେ ମୋଟଯୋଉ ଝିଅ କୁ ବାର ବାର ଗାଁ ଛକ ରେ ଛାଡି ଆସୁଥିଲା, ସେହି ଝିଅ  ନିଜ ଖୁସି କୁ ଜଳାଞ୍ଜଳି ଦେଇ ବାପା ଙ୍କ ସେବାରେ ଉତ୍ସର୍ଗୀକୃତ କରିଥିଲା!! ପ୍ରୀତି ର ସମାଜ ପ୍ରୀତି, ପିତୃ ଭକ୍ତି ଅତୁଳନୀୟ!! ମକରା ଖୁସିରେ କହୁଥିଲା ମୋ ଝିଅ  ପୁଅ ଙ୍କ ଠୁ କମ ନୁହେଁ ବୁଝିଲ!! 

********          *********          ********** 

            ଶ୍ରେଣୀର   ସମସ୍ତ ପିଲା ନୀରବତା ର ସହିତ  ଗପ
ଶୁଣୁଥିଲେ, ଜଣେ ପିଲା ପ୍ରଶ୍ନ କରିଥିଲା ମାଡାମ ସେ ଝିଅ ଜଣଙ୍କ
କିଏ? ଉତ୍ତର ରେ ସେ ଝିଅ ପ୍ରୀତି ଜଣଙ୍କ "ମୁଁ " ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ, ପିରିୟଡ଼ ର ସମାପ୍ତି ର ଘଣ୍ଟି ବାଜିଥିଲା, ପିଲେ
କାଲି ଆଉ ଏକ ନୂଆ ଗପ ନେଇ ଉପସ୍ଥିତ ହେବି, ତୁମର ପ୍ରିୟ ପ୍ରୀତି ମାଡାମ  !! ଧନ୍ୟବାଦ !! 

151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014

ଜୟୀ ରାଜଗୁରୁ

*କବି ସୌରଭ*
*ବୈଜୟନ୍ତୀ ମାଳା ମହାପାତ୍ର*

ମହାନ ଯୋଦ୍ଧା ବୀର ପାଇକ
ମୁକୁନ୍ଦ ଦେବ ସେନା ନାୟକ
ଓଡ଼ିଆ ପୁଅ ବୀର,
ତାଙ୍କରି ନାମ ମୁକ୍ତି ସଂଗ୍ରାମେ
ଲେଖା ଯେ ସ୍ୱର୍ଣ୍ଆକ୍ଷର ll

ଉତ୍କଳର ସେ ପ୍ରଥମ ଯୋଦ୍ଧା
ଯେ କରି ଥିଲେ ବଳକୁ ଅଧା
ଇଁରେଜ ମାନଙ୍କର,
ତାଙ୍କରି ନାମ ଶୁଣିଲା ମାତ୍ରେ
ଲୋମ ଯେ ଥରହର ll

ମହା ଚାଲାକ ବଣିକ ଜାତି
ଭୟ କାତରେ ରାତିକେ ରାତି
ଚୁଗୁଲିଆଙ୍କୁ ଧରି,
ବନ୍ଦୀ କରିଲେ ରାଜ ଗୁରୁଙ୍କୁ
ଫାନ୍ଦଫିକର କରି ll

ମେଦିନୀପୁର ବାଘତୋଟାରେ
ବର ଗଛର ଦୁଇ ଡାଳରେ
ବାନ୍ଧି କରିଲେ ଫାଳ,
ବୀର ଶହୀଦ ହୋଇଲେ ସିଏ
ମନରେ ଭରି ବଳ ll

ତାଙ୍କରି ଭଳି ଯୋଦ୍ଧା ନିର୍ଭୀକ
ନାହିଁ କେ ଆଉ ବୀର ସୈନିକ
ସ୍ୱାଧୀନତା ସଂଗ୍ରାମେ,
ଉତ୍ସର୍ଗ କରି ନିଜ ପରାଣ
ଅମର ଧରାଧାମେ ll

ସତର ଶହ ଅଣଚାଳିଶ
ଅକ୍ଟୋବରର ଅଣତିରିଶ
ଶୁଭ ତାରିଖ ଦିନ,
ପୁରୀ ଜିଲ୍ଲାରେ ଜନମ ଲଭି
ଜୀବନ କଲେ ଧନ୍ୟ ll

ଅଠର ଶହ ଛଅ ମସିହା
ଡିସେମ୍ବରର ଛଅରେ ଠିଆ
ହୋଇ ସହୀଦ ରୂପେ
ଇହ ଧାମକୁ ଛାଡ଼ି ସେ ଥିଲେ
ବୀର ଦର୍ପରେ ଆପେ ll

ଉତ୍କଳ ମାତା ସୁଯୋଗ୍ୟ ସୁତ
ଜ୍ଞାନ ଗୁଣ ଓ ବଳେ ବିଖ୍ୟାତ
ତାଙ୍କ ସରି କେ ନାହିଁ,
ମଥାଟି ନୁଏଁ ଚରଣେ ତାଙ୍କ
ଦେଶ ପ୍ରେମକୁ ଚାହିଁ ll

    *ଫୁଲବାଣୀ, କନ୍ଧମାଳ*

India of my dream

India of my dream
+++++++++++++++
My dream of greener lNDIA will come true one day
My dream of cleaner lNDIA will come true one day
My dream of stronger lNDIA will come true one day
The young brains
Full of energy and innovation
In search of an evergreen future 
The young talents
Full of promises for sure
In search  of a transparent future 
The young creators
Filled with love for their forefathers
In search of a better future
May God help them ever
May God bless them ever
May lNDIA be the best performer
In each and every sphere .

+++++++++++++++++++++++++
Sacrifice for country...never goes in vain
 Be the first...when it's for the nation
 Be the last...when it's for a person .

Sangita Panda
Bhanjanagar

ହାଏରେ ଶ୍ରାବଣ

                     କଳ୍ପନା ରାୟ


ଓଃଃ....... କି ଗରମ୍ !!!  ଏ କରେଣ୍ଟ ବି ମଣିଷର ବଡ଼ ବୈରୀ ଆଜିର ଦିନରେ ।  ଏକଦମ୍ ବିରକ୍ତ ମୁଡ୍ ରେ ସ୍ବାମୀଙ୍କୁ ଦେଖି ମନୀଷା ତରତର ହୋଇ ରୋଷେଇ ଘରକୁ ଚାଲିଗଲା । ହାତରେ ଦୁଇକପ୍ କୋଲ୍ ଡ କଫି ଧରି କିଛି ସମୟ ଭିତରେ ଚାଲିଆସିଲା ସ୍ବାମୀଙ୍କ ପାଖକୁ । ସ୍ବାମୀ କୋଲ୍ ଡ କଫି ନେଉ ନେଉ କହିଲେ ଚାହା କଲନି, ମୁଣ୍ଡଟା ପ୍ରବଳ ବିନ୍ଧୁଛି । ଅଫିସରେ ବହୁତ ଗଣ୍ଡଗୋଳ, କୋଉଠି ସପ୍ଲାଏ ପାଣି କମ୍ ଆସୁଛି ତ କୋଉଠି ନଳକୂପ ଅଚଳ । ବାରମ୍ବାର ସଜାଡ଼ିଲା ପରେ ମଧ୍ୟ ପାଣି ଆସୁନି । କ'ଣ କରିବ‌ ମଣିଷ ?? ଆଷାଢ଼ ଗଲା, ବିନା ବର୍ଷା, ଠାଏ ଠାଏ ଅଳ୍ପ ବର୍ଷାରେ, ଏବେ ଶ୍ରାବଣ ଲୁଚକାଳି ଖେଳୁଛି । ଜମି ଶୁଖିଲାଣି । କୂଅ ପୋଖରୀ କଥା କିଏ ପଚାରେ ?? ଏ ଲୋକଗୁଡା ଵୁଝୁନାହାନ୍ତି କେମିତି ?? ପାଣି ଆସିବ କୁଆଡୁ ?  ସ୍ତ୍ରୀ ମନୀଷା କଅଁଳିଆ ସ୍ବରରେ କହିଲେ, ତୁମେ ତୁମ ଘର କଥା ଚିନ୍ତା କର । କେତେ ପାଣି ଖର୍ଚ୍ଚ । ପାଣି ନ ହେଲେ ମଣିଷ କ'ଣ ଚଳି ପାରିବ ??? 


ନାହିଁ ନ ଥିବା ଗରମ ଏ ବର୍ଷ । ଡଗି ତ ଯେତେ ଗାଧୋଇଲେ ବି ଭୋ ଭୋ କରୁଛି, ଆହୁରି ଗାଧୋଇବା ପାଇଁ ‌। ଏତିକିବେଳେ ସିତୁ ଆସି ସିଧା ଚାଲିଲା ବାଥ୍ ରୁମ୍ । ଆରେ ବାପାଟା ପା, ଏଇଠି ଟିକେ ବସ, ଝାଳ ମରିଯାଉ, ତୁ ଥାଇ ଗାଧୋଇଚୁ । କାହିଁକି ଶୁଣିବ ସିତୁ । କହିଲା, ତୁ ବସ୍, ମୁଁ ଆଉ ସମ୍ଭାଳି ପାରିଵିନି, ମନୀଷା କହିଲେ, ଦେଖୁଛ ଏମିତି ଝାଳନାଳ ହୋଇଥିଲେ ମୋ ବାପା ମନା କରନ୍ତି ଗାଧୋଇବାକୁ, ଥଣ୍ଡା ହୋଇଗଲେ ସେ ନିଆଁ ଲଗା ରୋଗଟାକୁ ପୁଣି ଡରଲାଗୁଛି । କିଏ ମାନୁଛି ମୋ କଥା, ଝିଅ ଆସିଲା, ଗଲା ବାଥରୁମକୁ । ଏଥର ପୁଅ, କେତେ ସମୟରେ ବାହାରୁଛି ଦେଖ । ବାଥରୁମରୁ ପୁଅ କହୁଥିଲା, କାଲି ଏମିତି ଗରମ ଅନୁଭୂତ ହେଲେ ମୁଁ କୁଆଡ଼େ ଯିବିନି ।  ସ୍କୁଲ ନ ଗଲେ ତ କିଛି ହେବନି, ତାହେଲେ ଫିଲ୍ଡ ଯିବୁନି ଖେଳିବାକୁ । ନା଼ଃ...., ଖାଲି ଏଇଠି ତୋ ସାମ୍ନାରେ ବସି ତୋ ଵକର ଵକର ଶୁଣୁଥିବି ।


ଆରେ .... ଠିକ୍, ଠିକ୍ । ସିତୁ ଗୋଟିଏ ବଢିଆ ଆଇଡିଆ ଦେଲା । ହଁ, ପୁଅର ଆଇଡିଆ କି ଭଲ !! ସ୍କୁଲ ଯିବନି, କିନ୍ତୁ ଦୌଡିବା ପାଇଁ ଫିଲ୍ଡ ଯିବ। ସେତେବେଳକୁ ଗରମ୍ ହେବନି ବାବୁଙ୍କୁ । ଆଃ... ,ବାପ ପୁଣି ଯୋଗ ଦେଲେ, ବଢିଆ ଆଇଡିଆ । ନା, ମ, ଶୁଣ ମୁଁ କଣ କହୁଛି, ଯାଉଛି ଵର୍ଷା ଭଲକି ନ ହେବା ପର୍ଯ୍ୟନ୍ତ ମୁଁ ଛୁଟି ନେଇଯିବି, ଏ ବସ୍ତିଵାଲାଙ୍କଠାରୁ ମାଡ଼ ଖାଇବ କିଏ ?? ତା ସାଙ୍ଗରେ ପୁଣି ମନ୍ତ୍ରୀଙ୍କ ତାଗିଦ୍ - ଶୀଘ୍ର ପାଣି ସପ୍ଲାଏ କର, ସବୁ ନଳକୂପ ମରାମତି କରି ମୋତେ କୁହ । ମୂର୍ଖ.... ମନ୍ତ୍ରୀ ତ, ବୁଝାଇଲେ ବୁଝିବ କୁଆଡୁ ? ବସ୍ତିରୁ ତ ଭଲ ଭୋଟ ମିଳୁଛି, ତାଙ୍କ କଥା ନ ଶୁଣି କ'ଣ ଅଫିସରଙ୍କ କଥା ଶୁଣିବ ?? ସବୁଠାରୁ ଭଲ, ମାଆ ଦେହ ଭଲ ନାହିଁ କହି ଛୁଟିନେଇଯିଵି । ବାପ୍ ରେ ବାପ୍ !!! ତୁମେ ଦେଖିନାହଁ, କି ସାଙ୍ଘାତିକ ମାଇକିନାମାନେ !! ବାଲ୍ଟି, ଗରା ଧରି ମୋ ଟେବୁଲ୍ ପାଖରେ ହାଜର । ନା, ନା, କାଲି ଛୁଟି ନେବି । ଅଦୃଶ୍ୟ ଭୁତାଣୁ ଯାହା କରୁଛି ତ କରୁଛି, ତା ସାଙ୍ଗରେ ପାଣି ।  ଧାରା ଶ୍ରାବଣରେ ବୈଶାଖ ମାସର ଖରା !! ମନୀଷା କହିଲେ ତୁମ ଅସୁବିଧା ଵୁଝୁଛି, କିନ୍ତୁ ଭାବିଲ, ଗରୀବଗୁରୁବାଙ୍କର ପୁଣି ଗାଈଗୋରୁ ଛେଳି ମେଣ୍ଢା କୁକୁଡା ଆଦି ପ୍ରାଣୀ ଥିବେ । ଜଣକୁ ଛ' ଲିଟର ହିସାବରେ ପାଣି ଦେଲେ ସେମାନେ ଚଳିଵେ କେମିତି ? ସେତିକି ପାଣି ତ ପିଇବାକୁ ନିଅଣ୍ଟ । ବାକି ସବୁ କାମ ପାଇଁ ପାଣି କୋଉଠୁ ଆଣିବେ । ସେଥିପାଇଁ ଏହି ରାଗ ତାଙ୍କର । ଲୋକ, ସରକାର ମିଶିକି ଗଛ କାଟିଲେ । କୋଉଠି ରାସ୍ତା ହେବ, କୋଉଠି ଟ୍ରେନ ଲାଇନ୍ ଯିବ, ପାଣିପାଇପ ବସିବ ସରକାର କାଟିବେ । ଲୋକ ତାଙ୍କ ବ୍ୟବହାର ପାଇଁ କାଟିଵେ। ବର୍ଷା କୁଆଡୁ ହେଵ, ପାଣି କୁଆଡୁ ଆସିବ, ହଁ ତୁମ ଛୁଟି ଥିବ, ଛୁଟି ନିଅ ।


ଟେଲିଫୋନ ରିଂ ହେଲା, ହାଲୋ.....  ସାର୍..., ସାର୍, ସାର୍..., ସାର୍, ସାର୍ । ଫୋନ୍ କଟିଗଲା । ସେଲ୍ ଫୋନ୍ ଟାକୁ ଟି ପୟ ଉପରେ ରଖିଦେଇ,.....ହାଃ.... କରି ବସିପଡିଲେ । ମନୀଷା କହିଲେ ଆରେ....ଇୟେ କ'ଣ, ହାଲୋ, ସାର୍, ସାର୍, ସାର୍, କହି କ'ଣ ଫୋନ୍ କାଟିଦେଲ । ମନ୍ତ୍ରୀ ଙ୍କ ଫୋନ୍ ଥିଲା, ସେ ସ୍ତ୍ରୀ ଲୋକମାନେ ମନ୍ତ୍ରୀ ଘର ଘେରାଉ କରିଛନ୍ତି, ମନ୍ତ୍ରୀ କହିଲେ, କାଲି ସକାଳ ସୁଦ୍ଧା ପାଣି ସପ୍ଲାଏ ହେବ । ଯୋଉଠି ଥିଲେ ବି ଶୀଘ୍ର କାମ ସାର । ମୁଁ ଆଉ କ'ଣ କହିଥାନ୍ତି .....ହାଏ ରେ ଶ୍ରାବଣ.....ନେଲୁ ତୁ ମୋ ପ୍ରାଣ କହି ଅଫିସର ଉଠିଲେ ।


କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ, 
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,

ଲଇଡା, ସମ୍ବଲପୁର

Sunday, August 15, 2021

*"ଓଷ" ରେ ଜୀବନ ରହସ୍ୟ**

(ପ୍ରିୟଦର୍ଶିନୀ ମିଶ୍ର)

ନୁହଁଇ ସେ ବାରିଧାରା 
ବହି ଯିବ ସ୍ରୋତଟେ ହୋଇ...
ଝିପି-ଝିପି ଧାରା ସାଥେ
ଭରିଦେବ ତାଳର କୋଳ...
ଏତେ ଶକ୍ତି ନାହିଁ ତା'ର,
ନେଇ ପାରିବ କୋଳେଇ କୁମୁଦକୁ,
ପଦୁଅଁରେ ଭରିଦେବ ତା ପଣତକୁ,
ତଥାପି,
କ୍ଷଣକର ଅସ୍ତୁତ୍ଵ ଲଭି
ଶୋଇଛି ପତରର ଶେଯରେ
କିଛି କ୍ଷଣ...କିଛି ନିମିଷ ପାଇଁ,
ଭାସ୍କରର କରସ୍ପର୍ଶ ପାଇଲା ପରେ
ଲୀନ ହୋଇଯିବ ପ୍ରାଣ ତା'ର...l

କ୍ଷଣସ୍ଥାୟୀ ଅସ୍ତିତ୍ଵ ସିନା,
ବିନ୍ଦୁ ଭଳି ସେଇ ବୁନ୍ଦାଟିଏ ,
ନିର୍ଲିପ୍ତ ହୋଇ ପତର ଉପରେ
ବିଞ୍ଛିଦେଇ ଯାଏ କିଛି କ୍ଷଣର ଝଟକ,
ହୀରକ ପରି ଔଜ୍ଜଲ୍ୟ ତା'ର..,
ମୁକ୍ତାପରି ସୌନ୍ଦର୍ଯ୍ୟର ପ୍ରତୀକ ଏକ l

ପ୍ରତ୍ୟୁଷ ପ୍ରହରର ଅଳ୍ପ ଏ ଆୟୁଷ
ମୋଦଭରା ବାରିବିନ୍ଦୁ ମନେଭରେ ପୀୟୂଷ,
ଦୁନିଆଁକୁ ଦେଇଯାଏ ମହତ ସନ୍ଦେଶ,
ନୁହେଁ ସଜୀବଟେ,ନୁହେଁ ପ୍ରାଣବନ୍ତ,
ଭାସ୍କରର କର ପାଇ ନିମିଷଟେ
ଉଦ୍ଭାସିତ-ଦୀପ୍ତିମାନ ହୁଏ ପ୍ରାଣ ତା'ର
ନଶ୍ଵର,କ୍ଷୁଦ୍ର ବୁନ୍ଦାଟିଏ ମାତ୍ର,
ତଥାପି,
ଶିଖାଏ ଜୀବନ ଜୀଇଁବାର ମାନେ l

ଏଇ କ୍ଷଣିକ "ଓଷ" ର ଅସ୍ତିତ୍ଵ
ଦେଇ ଯାଏ ମାନବ କୁ ମହାଶିକ୍ଷା...
ଥାଉ ପଛେ କ୍ଷଣିକ ପ୍ରାଣ,
ସୁଖ-ଦୁଃଖ ବିଷାଦ-କୋହର ଜୀବନ
ସର୍ବସ୍ଵ ଭୁଲି ଝଟକି ଉଠ ,
ଦୁନିଆଁ-ଦାଣ୍ଡରେ ନିର୍ମାଣ କର
ଏକ ଅଲିଭା ସ୍ମୃତି,
ମରିବା-ମେଣ୍ଟିବା ପୂର୍ବରୁ
ପ୍ରତିଟିକ୍ଷଣ ହେଉ ଏକ ସ୍ମାରକ ସଦୃଶ
ଔଜ୍ଜଲ୍ୟଭରା ହେଉ ପ୍ରତି ମୁହୂର୍ତ୍ତ
ଏଇ "ଓଷ"ର ଅସ୍ତିତ୍ଵ ସମ l

ପ୍ରିୟଦର୍ଶିନୀ ମିଶ୍ର 
ଜୁନାଗଡ଼ (କଳାହାଣ୍ଡି)
ଜନ୍ମଭୂମି-ମଣ୍ଡଳ (ବଲାଙ୍ଗିର)

ଏ କି ସ୍ୱାଧୀନତା

# ଡ଼. ପଦ୍ମଲୋଚନ ରାଉତ

ଯେଉଁଠି ନାରୀ ନୁହେଁ ସୁରକ୍ଷିତା
    ଯୁବକ ବିପଥଗାମୀ
ରାଜରାସ୍ତାରେ ବସିଛନ୍ତି ଚାଷୀ
     ନେତା ଏଠି ପରାକ୍ରମୀ
     ଜନତା ଆଖିରେ ଲୁହ
ଆତଙ୍କବାଦୀର ଗୁଳି ବନ୍ଧୁକରେ
      ଛୁଟୁଛି ରକତ ସୁଅ  l 1

ହତ୍ୟା ଲୁଣ୍ଠନେ ନାରୀ ବଳାତ୍କାରେ
      ସମାଜ   ଥର ହର
ଲାଞ୍ଚ ନ ଦେଲେ ହୁଏ ନାହିଁ କାମ
     ନିଦା ବିଷ୍ଣୁ ସରକାର
     ଚାରିଆଡେ ହା' ହା' କାର
ଶିକ୍ଷିତ ଯୁବକ ବେକାର ବୁଲୁଛି
      ନାହିଁ ତାର ରୋଜଗାର l  2

ତାଳୁରୁ ତଳିପା ବ୍ୟାପିଛି ଦୁର୍ନୀତି
     ଲୁଣ୍ଠିତ ଦେଶବାସୀ
ନେତାଙ୍କ ଭାଷଣେ ବିକାଶର ଚିତ୍ର
     ମହାଶୂନ୍ୟେ ଆସେ ଭାସି
      ଆସିଛି ସ୍ୱାଧୀନତା
ସାମ୍ପ୍ରଦାୟିକ ହିଂସା ଅନଳେ
       ଜଳୁଚି ଜୀଵନ ଚିତା  l 3

ସୁରକ୍ଷିତ ନୁହେଁ ଜନତା ଜୀଵନ
    ଚାରିଆଡେ ଫୁଟେ ଗୁଳି
ଧରମ ନାଆଁରେ ଚାଲୁଛି ଶାସନ
     ନେତାଏ ବାହୁବଳୀ
      କାନ୍ଦୁଚି ଭାରତ ମାତା
କ୍ଷମତା ଜାଲରେ ବନ୍ଧା ପଡ଼ିଅଛି
     ଏ ଦେଶର ସ୍ୱାଧୀନତା l  4

ହିଂସାର ନିଆଁ ଜଳୁଚି ଦେଶରେ
    ସ୍ୱାଧୀନତା ଅସହାୟ
ତଥାପି ଶୁଭୁଚି ସହସ୍ର କଣ୍ଠରୁ
     ଭାରତ ମାତାକି ଜୟ
    ସତ୍ୟ ଅହିଂସା ପଥେ
ବାପୁ ଆଣିଛନ୍ତି ଏଇ ସ୍ୱାଧୀନତା
    କହି ପାରିବକି ମୋତେ ?? 5

ସେବା ନାଆଁରେ ଚାଲିଛି ଲୁଣ୍ଠନ 
   'ବାବୁ ମାନେ' କୋଟିପତି
ନେତାଙ୍କ ଭାଷଣେ ବିକାଶର ସ୍ବପ୍ନ
       ସ୍ୱାଧୀନତା ଦେଖେ ନିତି
       ହିଂସାର ନିଆଁ ଜାଳି
ସ୍ୱାର୍ଥପର ଶିଖାଉଛି ଦେଶପ୍ରେମ
      ସତ୍ୟ -ଅହିଂସା ଭୁଲି !  6

ତଥାପି ଉଡ଼ୁଛି ଏ ଦେଶ ବକ୍ଷରେ
     ତ୍ରିରଙ୍ଗା ଫର ଫର
"ଜନ -ଗଣ -ମନ "ଗାଉଛି ଜନତା
     ମନେ ନାହିଁ ତିଳେ ଡର
     ଭାରତ ମାତାକି ଜୟ
'ବନ୍ଦେ ମାତରମ' 'ଜୟ ହିନ୍ଦ'ରେ
     ସ୍ୱାଧୀନତା ରଖେ ଲୟ  l  7

        *****
ଗବେଷକ, ଇଂରାଜୀ ସାହିତ୍ୟ
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର l

🇮🇳ଭାରତମାତାର ବିଜୟ ଗାଥା🇮🇳

🙏🏻ଦିଲ୍ଲୀପ୍ କୁମାର ନନ୍ଦୀ🙏🏻

ମସ୍ତକେ ମୁକୁଟ ଗୀରିରାଜ ଶୋହେ
ବକ୍ଷରେ ଯା'ର ଗଙ୍ଗା ବହୁଥାଏ
କାଶ୍ମୀର ଠାରୁ କୁମାରୀକା ଯାଏ
ଶତ ମହୋଦଧି ଯାର ଗୀତି ଗାଏ।୧।

ଯା'କୋଳରେ ଜାତ କେତେ ସୁର ବୀର
ନିଜ ଜୀବନକୁ ମଣି ପାଣିଗାର
ମାଆ ମାତୃଭୂମି ପାଇଁ କରି ପଣ
ଦେଶ ପାଇଁ ବଳିଦେଲେ ସେ ଜୀବନ।୨।

ଫିରିଙ୍ଗି ହାତରୁ ଆଣିଲେ ଛଡ଼େଇ
କିଏବି ଅହିଂସା ନିତି ଆପଣେଇ
ଅବା ଛାତିରୁ କେ ରୁଧିର ବୁହାଇ
କିଏ ଅବା ମଥା ନତ କରିନାହିଁ।୩।

ପଥରରେ ଦେଇ ଇଟାର ଜବାବ
ଅବା ଶାନ୍ତିପୂର୍ଣ୍ଣ ଅହିଂସାର ଭାବ
 କୁଟି ଖାଇ କାଟି କରି ପରିଧାନ
ଅସହଯୋଗର କରି ଆନ୍ଦୋଳନ।୪।

ସବୁରି ହୃଦୟେ ଭରି ଦେଶ ପ୍ରେମ
ସ୍ଵାଧୀନକୁ କରି ନିତି ମୂଳମନ୍ତ୍ର
ଉଡ଼ାଇ ଦେଶରେ ତ୍ରିରଙ୍ଗା କେତନ
ମିଳିମିଶି କଲେ ଏ ଦେଶ ସ୍ବାଧୀନ।୫।

ସ୍ଵାଧୀନ ଭାରତ ସ୍ୱାଧୀନ ଚେତା
ଗାଇ ଯିବା ଆଜି ତା ଐକ୍ୟର ଗାଥା
ହିନ୍ଦୁ ମୁସଲମାନ ଶୀଖ୍ ଖ୍ରୀଷ୍ଟିଆନ
ଯେତେରେ ଆମେ ଏ ଭାରତ ସନ୍ତାନ।୬।

ଗାଇଯିବା ଆଜି ତା ହୃଦୟ କଥା
 ଭାରତ ମାତାର ବିଜୟର ଗାଥା
କାନେ କାନେ କହିଯିବା ବୀର କଥା
ଆମେ ତା ସନ୍ତାନ ସେ ଆମର ମାତା।୭।

🌹 ଧର୍ମଶାଳା, ଯାଜପୁର🌹

ସ୍ୱାଧୀନତା ଦିବସ

ବରଷକେ ଥରେ ଆସିଛି ଆଜି ଅଗଷ୍ଟ ମାସ
ସେ ମାସ ପନ୍ଦର ତାରିଖ ସ୍ବାଧୀନତା ଦିବସ
ଆଜିର ଦିନରେ ଉଣେଇସିଶ ଶତ ଚାଳିଶ
ବିଦେଶୀ ହାତରୁ ଶାସନ ମୁକ୍ତ ଆମରି ଦେଶ
ଆମ ଦେଶ ଛାଡି ପଳେଇ ଗଲେ ଫିରିଙ୍ଗି ଦଳ
ଜାଣିଲେ ଆମରି ସୁଦୃଢ଼ ଅଟେ ଅହିଂସା ବଳ
ଗାନ୍ଧୀ ଗୋପବନ୍ଧୁ ନେହେରୁ ଭଳି ଅନେକ ବ୍ୟକ୍ତି
ନିଜ ଭାଷଣରେ ବଢାଇ ଥିଲେ ଏକତା ଶକ୍ତି
ସେଲୁଲାର ଜେଲ ଆଜିବି ଗାଏ ସେ ବୀର ଗାଥା
କେତେ ବୀର ହେଲେ ଶହୀଦ ନଇଁ ନଥିଲା ମଥା
ଅଗଷ୍ଟ ବିପ୍ଳବ କାହାଣୀ ଲୋମ ହର୍ଷଣକାରୀ
ଜାଲିୱାନାବାଗ ଘଟଣା କିବା ଯିବା ପାସୋରି
ବାପୁଜୀଙ୍କର ଲବଣ ସତ୍ୟାଗ୍ରହ ଆନ୍ଦୋଳନ
ବିଦେଶୀ ହଟାଅ ଡାକରା ହୋଇଲା ପ୍ରକଂପନ
ଆମରି ଏକତା ସମ୍ମୁଖେ ହାରିଲା ବାହ୍ୟବଳ
ଆମରି ହାତକୁ ଆସିଲା ଆମ ଶାସନ କଳ
ଆମରି ଜାତିର ଗୌରବ ଗର୍ବ  ତ୍ରିରଙ୍ଗା ଆମ
ଉଡ଼ିଲା ଆକାଶେ ପବନେ ମୁକ୍ତ ବିହଙ୍ଗ ସମ
ଗାଇଲେ ଜାତୀୟ ସଙ୍ଗୀତ ସର୍ବେ ମିଳିତ ସ୍ୱରେ
ସ୍ୱାଧୀନତା ଦିବସ ପାଳି ମହା ଆନନ୍ଦ ଭରେ।

।। ସ୍ୱାଧୀନତା ଦିବସର ଶୁଭେଚ୍ଛା।।

ଅରୁଣ କୁମାର ମହାପାତ୍ର

ଏହି ଅଗଷ୍ଟ ପନ୍ଦର

*କବି ସୌରଭ* *ବୈଜୟନ୍ତୀ ମାଳା ମହାପାତ୍ର*

ଏହି ଅଗଷ୍ଟ ପନ୍ଦର
ସ୍ୱାଧୀନ କଲା ଆମ ଦେଶକୁ
ସ୍ୱାଦରେ ସେ ମୁକ୍ତିର
ଏହି ଅଗଷ୍ଟ ପନ୍ଦର ll

ବଡ଼ ଚାଲାକ ବଣିକ ଜାତି
ଫିରିଙ୍ଗି ଦଳ ଆସିଲେ ମାତି
ସାରା ଭାରତ ତାଙ୍କରି କଲେ
ସେହି ହୀନ ବୁଦ୍ଧିର
ଏହି ଅଗଷ୍ଟ ପନ୍ଦର ll

ଭାରତ ମାଆର ବୀର ସନ୍ତାନ
ଜନମ ଲଭି ହେଲେ ମହାନ
ଦେଶ ମାତୃକା ରକ୍ଷା କରିଲେ
ଉତ୍ସର୍ଗୀ ସେ ସବୁର
ଏହି ଅଗଷ୍ଟ ପନ୍ଦର ll

ଜାତିର ପିତା ଆମ ଗାନ୍ଧୀଜୀ
ସୁବାଷ ଚନ୍ଦ୍ର ସିଏ ନେତାଜୀ
ବୀର ପୁରୋଧା ସୁଯୋଗ୍ୟ ସୁତ
ସବୁ ଯେ ଭରତର 
ଏହି ଅଗଷ୍ଟ ପନ୍ଦର ll

ସବୁ ଦିଗରୁ ହୋଇ ଏକତ୍ର
ସଭିଏଁ ହେଲେ ଦେଶର ମିତ୍ର
ଶୃଙ୍ଖଳ କାଟି ଦେଲେ ମାତାର
ସେହି ପରାଧୀନର 
ଏହି ଅଗଷ୍ଟ ପନ୍ଦର ll

ଉନେଇଶ ଯେ ଶତ ଚାଳିଶ
ମସିହାର ଯେ ଅଗଷ୍ଟ ମାସ
ତାରିଖ ପରା ପନ୍ଦର ଥିଲା
ଆମରି ସ୍ଵାଧୀନର
ଏହି ଅଗଷ୍ଟ ପନ୍ଦର ll

ଏହି ଦିନରେ ନେବା ଶପଥ
ସମ୍ମାନ ଦେବା ତ୍ରିରଙ୍ଗା ନେତ
ଶାନ୍ତି ମୈତ୍ରୀ ଓ ଏକତା ଧାରା
ବୁହାଇବା ଦେଶର 
ଏହି ଅଗଷ୍ଟ ପନ୍ଦର ll

*ଫୁଲବାଣୀ, କନ୍ଧମାଳ*

ଏ ପରା ବୋଲାଏ ସ୍ଵାଧୀନତା

ଯାହାର ବସନ୍ତ ଯାଉଛି ଗଡ଼ି
ବର୍ଷ ପରେ ବର୍ଷ ଫରଦ ଯୋଡ଼ି
ସତ୍ୟ ନିଜର ଖୋଜୁଛି ସତ୍ତା
ଏ ପରା ବୋଲାଏ ସ୍ଵାଧୀନତା...!!

ପାଶ୍ଚାତ୍ୟ ଯେଉଁଠି ବଢ଼ାଇ କାୟା
ଛଡ଼ାଇ ନେଉଛି ମାଟି ମା'ର ମାୟା
ନିତି ଦିଗଭ୍ରଷ୍ଟ ନାଗରିକତା
ଏ ପରା ବୋଲାଏ ସ୍ଵାଧୀନତା...!!

ଗାନ୍ଧୀ ଗୋପବନ୍ଧୁ ବରେଣ୍ୟ ଜନ
କରିସାରି ଲକ୍ଷେ ଆନ୍ଦୋଳନ
ସାଧିଥିଲେ ଯେଉଁ ସୁଖ ମୁକୁତା
ଏ ପରା ବୋଲାଏ ସ୍ଵାଧୀନତା...!!

ଭ୍ରଷ୍ଟାଚାରେ ଆଜି ମାତିଛି ଜାତି
ପରାଜୟେ ସତ୍ୟ ଦିଏ ମଥାପାତି
ଦିବାଲୋକେ ନିଃସହାୟ ପ୍ରତିଟି ସୁତା
ଏ ପରା ବୋଲାଏ ସ୍ଵାଧୀନତା...!!

ଘର ଢିଙ୍କି ଯେବେ ସାଜେ କୁମ୍ଭୀର
ଅମୂଲ୍ୟ ପାଲଟେ ତୁଠ ପଥର
ଚତୁର୍ଦ୍ଦିଗେ ମିଥ୍ୟା ହୀନମନ୍ୟତା
ଏ ପରା ବୋଲାଏ ସ୍ଵାଧୀନତା...!!

ମାତୃଭାଷା ଯେବେ ହୁଏ ନିନ୍ଦିତ
ବାହୁଲ୍ୟରେ ଅର୍ଥନୀତି ଶକତ
କର୍ତ୍ତବ୍ୟବୋଧରେ ଖଚ ବିବିଧତା
ଏ ପରା ବୋଲାଏ ସ୍ଵାଧୀନତା...!!

ଅହିଂସା ଯେଉଁଠି ଦରାଣ୍ଡେ ରାହା
ଜନତା ହଜାଏ ମାଟିର ମାୟା
ଶୁଷ୍କ ବାହାସ୍ଫୋଟ ଭର୍ତ୍ତି ବାରତା
ଏ ପରା ବୋଲାଏ ସ୍ଵାଧୀନତା...!!

ଯନ୍ତ୍ର ପରି ରବି ହୁଅନ୍ତି ଉଦେ
'ସ୍ଵାଧୀନତା' ଏଠି ଗଣି ପ୍ରମାଦେ
ଯଉତୁକେ ବଧୂ ହୁଏ ନିଷ୍ପେସିତା
ଏ ପରା ବୋଲାଏ ସ୍ଵାଧୀନତା...!!

ପ୍ରିୟରଞ୍ଜନ ସାହୁ
ରସୁଲଗଡ଼,ଭୁବନେଶ୍ୱର

ଆମେ ସ୍ୱାଧୀନ ଦେଶର ସନ୍ତାନ

ଜଗଦୀଶ ଶତପଥୀ।

ସ୍ୱାଧୀନ ଦେଶର ସନ୍ତାନ ଆମେ
ଗରଵେ କରୁଛୁ ମଥା।
ସତରେ କ'ଣ ସ୍ୱାଧୀନ ଆମେ
ଵଳିପଡେ ଯେତେ ବ୍ୟଥା।
ଚାରିଆଡ଼େ ଚାଲେ ହତ୍ୟା ଲୁଣ୍ଠନ
ବଳିପଡେ କେତେ ପରୀ।
ଆମରି ଶାସନ ଆମେ ତ ଗଢିଛୁ
ଆତଙ୍କିତ ନରନାରୀ।
ଭାଷଣ ବାଜିରେ ଦେଶଟା ଚାଲିଛି
ଅପାଠୁଆ ହୁଏ ଡାକ୍ତର।
ପେଟରେ କତୁରୀ ଛାଡ଼ିଦେଇ ଆମେ
ବୋଲାଉ ବଡ ହଣ୍ଟର।
ପାଠୁଆ ପୁଅଟା ଦାଦନ କୁ ଯାଏ
ପାଏ ନାହିଁ କାମଧନ୍ଦା।
ଧଳା ପୋଷାକ ଟା ଦେହରେ ଗଳାଇ
କରୁଅଛୁ କେତେ ଫନ୍ଦା।
ହେ ଏ ଜାତିର ଉଲଗ୍ନ ଫକୀର
ଏହି କ'ଣ ସ୍ୱାଧୀନତା।
ଚାଉଳ ଟଙ୍କାଏ,ଲୁଣ ଦଶଟଙ୍କା
ଗରିବ ପିଟୁଛି ମଥା।
ସ୍ୱାଧୀନ ଦେଶର ସନ୍ତାନ ଆମେ
ମାଗୁଅଛୁ ଆମ ମୂଲ।
ପାରୁନାହିଁ ଯଦି ଦେବାକୁ ଆମକୁ
କରିଦିଅ ସମତୂଲ।
ଧର୍ମଶାଳା। ଯାଜପୁର।

ଆମରି ତିରଙ୍ଗା ଆମ ଗାରିମା

ଭାରତ ମାଆର ଗାରିମା ସଂକେତ
 ତ୍ରିରଙ୍ଗା ପତକା ଆମ ,
ତାହାର ସୁରକ୍ଷା ତାହାର ସମ୍ମାନ
ଭାରତୀୟଙ୍କର କାମ , (1)
ସାରା ବିଶ୍ବ ବାସୀ ସମ୍ମାନ ଦିଅନ୍ତି
ଧ୍ବଜା ଆମ ତ୍ରିରଙ୍ଗାକୁ,
ଶାନ୍ତି ମୈତ୍ରୀ ପ୍ରୀତିର ସଙ୍କେତ
ବାର୍ତ୍ତା ଦିଏ ଜନତାକୁ ା(2)
ସାହାସୀ ବିରତ୍ବ ଭାବନା ରହିଛି
କେଶରୀ ରଙ୍ଗରେ ପରା ,
ସତ୍ଯ ଶାନ୍ତିର ସେ ବାର୍ତ୍ତା ଦେଉଛି 
ଧବଳ ରଙ୍ଗ ଇସାରା  ା(3)
ସବୁଜ ରଙ୍ଗଟି ସୂଚନା ଦେଉଛି
ଭାତୃତ୍ବର ମନଭାବ,
ଅଶୋକ ଚକ୍ରଟି ବୁଝାଇ ଦେଉଛି
ଦେଶର ପ୍ରଗତି ହେବ ା(4)
ଚବିଶିଟି ଅର ସଂକେତ ଦିଅଇ
ମିଳିମିଶି କାମକର ,
ଧର୍ମ ଧ୍ବଜା ତୁମ ଉଡିବ ଜଗତେ ତ୍ରିରଙ୍ଗାତ ଫର ଫର ା(5)
ଭାରତ ମାଆର ମାନ ସନମାନ
ତ୍ରିରଙ୍ଗାରେ ରହିଅଛି,
କଳା ସଂସ୍କୃରେ ପରିପୂର୍ଣ୍ଣ ପରା 
ମୋ ଦେଶ ଭରି ରହିଛି  ା(6)
ପଲ୍ଲୀ ଠାରୁ ଦୀଲ୍ଲି ସବୁ କାର୍ଯ୍ଯିାଳୟେ
ଫରଫର ଉଡେ ଧ୍ବଜା
ଗଣତନ୍ର୍ତ ରାଷ୍ର୍ଟ ଏ ଭାରତ ବର୍ଷ
କେହି ନାହିଁ  ଏଠି ରାଜା ା(7)
ଧର୍ମ ନିରପକ୍ଷ ରାଷ୍ର୍ଟପରା ଏହି
ଜାତି ଧର୍ମ କିଛିନାହିଁ ,
ବେଶ ଭୂଷା ଆଉ ଖାଦ୍ଯ ପଦାର୍ଥ   ଭେଦଭାବ କିଛି ନାହିଁ (8)
ଏକଧ୍ବଜା ତଳେ ଏ ଭାରତ ବାସୀ
ରହିଛନ୍ତି ମିଳି ମଶି   
ଭାରତୀୟଙ୍କ ଏକତାକୁ ଦେଖି
ବାଶ୍ବ ହେଉଛି ଖୁସି ା(9)

 *ସୁବାସ ଚଂଦ୍ର ତାରିଣୀ* *ତୁଳସୀପଲ୍ଲୀ* 
 *ଡିହପଢାଳ* 
 *ଭଞନଗର*  
 *ଗଞାମ* ା

ସ୍ୱାଧୀନ ଭାରତ

~~~~~~~~~~~~~~~~~
ପରାଧିନତାର            ଶୃଙ୍ଖଳ ଛିଣ୍ଡାଇ
       ଆମେ ସ୍ୱାଧୀନ ହୋଇଲେ
ଗୋରା ସାହେବଙ୍କ         କଷଣେ ଶୋଷଣେ
       କେତେଯେ କଷ୍ଟ ପାଇଲେ  ||1||
ବଣିକ ଜାତିର         ଚାତୁରୀ ପଣରେ
      କିଛି ଚାଟୁକାର ଥିଲେ 
ନିଜ ଗୋଡ଼େ ନିଜ      କୁରାଢ଼ୀ କୁ ମାରି
      ପରାଧୀନ ଆମେ ହେଲେ ||2||
ଅନେକ ଯାତନା          ନିର୍ଯାତନା ସହି
        ଦୁଃଖ କଷ୍ଟ ବରି ଥିଲେ
ଭକୁଆ ବନାଇ            ଆମ ଧନ ରତ୍ନ
          ଅନେକ ବୋହିସେ ନେଲେ ||3||
ଗାନ୍ଧୀ ବକ୍ସି ମୋତି       ପଟେଲ ସୁବାଷ
         କେତେ ବୀର ଜନମିଲେ  
ସ୍ୱାଧୀନତା ପାଇଁ         ଲଢ଼ି ଥିଲେ ସେଯେ
          କେତେଯେ ସହିଦ ହେଲେ ||4||
ସ୍ୱାର୍ଥ ତ୍ୟାଗ କରି        ଆତ୍ମୋତ୍ସର୍ଗ  କରି 
         ଆଗକୁ ବାହାରି ଥିଲେ
ତାଙ୍କ ବଳିଦାନେ        ଅହିଂସା ମନ୍ତ୍ରରେ
          ସ୍ୱାଧୀନତା ଆଣି ଦେଲେ ||5||
ହେ ବୀର ମହାନ        ସୁଯୋଗ୍ୟ ସନ୍ତାନ
         ଫେରିଆସ ଆଉଥରେ
ଦେଇ ଥିବା ତୁମ        ସ୍ୱାଧୀନତା ରୂପ
         ପରଖି ନିଅ ଏଠାରେ ||6||
ରାମରାଜ୍ୟ ଆଜି         ସ୍ବପ୍ନ ହୋଇଅଛି
          ବାଡତ ଫସଲ ଖାଏ
ଅନ୍ୟାୟ ଅନୀତି           ଦୁର୍ନୀତିର ଗତି
            ପ୍ରଖର ବେଗରେ ଧାଏଁ ||7||
ଆହେ ଜନ ଗଣ        ହୋଇବା ସଜାଗ
          ସଭିଏଁ ଶପଥ ନେଇ
ସ୍ୱାଧୀନତା ଆମ         ବଞ୍ଚାଇ ରଖିବା
        ମନ ପ୍ରାଣ ଆମ ଦେଇ ||8||
~~~~~~~~~~~~~~~~~~~~
ରତିନାରାୟଣ ରାଉତ (ପ୍ର. ଶି.)
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା
~~~~~~~~~~~~~~~~~~~~

ସ୍ବାଧୀନ ଦେଶର ନାଗରିକ ଆମେ

ସ୍ବାଧୀନ ଦେଶର
ନାଗରିକ ଆମେ
ଭାରତ ଆମର ମାଆ
ତା' ଜଳ ଅନଳ
ମାଟି ପବନରେ
ଗଢା ଏ ଆମର  କାୟା।

କେତେ ଶହୀଦଂକ
ବଳି ଦାନ ପରେ
ମିଳି ଅଛି ସ୍ବାଧୀନତା
ହକ୍ କଥା ଯଦି
କହି ନ ପାରିବା
ହରାଇବା ମହାନତା।

ବଡ ଲୋକମାନେ
ଅପରାଧ କରି
ତଳକୁ ଦିଅନ୍ତି ଠେଲି
ତାଂକ ଦୋଷଗୁଡା
ଲୁଚି ଯାଇଥାଏ
ବଡ ଲୋକ ସିଏ ବୋଲି।

ପ୍ରତିବାଦ ସ୍ବର
ଉଠାଇବା ଆମେ
କାହିଁ ମୁଣ୍ଡାଇବା ଦୋଷ?
ଦୋଷୀଂକର ଆମେ
ମୁଖା ଖୋଲି ଦେବା
ମନୁ ତେଜି ଅବଶୋଷ।

ସ୍ବାଧୀନତା କେବେ
ହରାଇବା ନାହିଁ
ଲଢିବା ଅନ୍ଯାୟ ସାଥେ
ଶାସନ ଡୋରିକୁ
ଦେବା ନାହିଁ ଆମେ
ଅଯୋଗ୍ୟ ଲୋକଂକ ହାତେ।
*********************
ଅକ୍ଷୟ ମହାନ୍ତି। ନିର୍ମାଲ୍ଯ

ନମାମି ଉତ୍କଳ ଜନନୀ

ନମାମି ଉତ୍କଳ  ଜନନୀ  ତରଣି
ସୁରଭିତ  ରସ  ରଞ୍ଜିତ  ଧରଣୀ
     ବନ୍ଦେ ବୀର ପ୍ରସବିନୀ
     ବରେଣ୍ଯା ସୁତ ସେବିନୀ
           ପୂତ ପୂର୍ଣ୍ଣଗର୍ଭା 
           ଅପର୍ଣ୍ଣା ସ୍ଵରୂପା
     ପ୍ରସବିତ୍ରୀ ଶୋଭା ବରଣି ।
     ନମାମି ଉତ୍କଳ...............


ସୁରଭିତ ରାଜ୍ୟ ଶୁଭ କାରିଣୀ
ସୁଦକ୍ଷା ନିପୂଣା ଦୁଃଖ ହାରିଣୀ
      ପୂଣ୍ଯ  ଜନ୍ମଭୂମି  ମାତା 
      ସାବିତ୍ରୀ ସୀତା ସମ୍ଭୁତା
           ପ୍ରତି ପ୍ରାଣ ଇନ୍ଦୁ
           ପ୍ରଗତି  ପ୍ରସୂନ
       ବିଜୟିନୀ  ଧ୍ବଜା ଧାରିଣୀ ।
       ନମାମି ଉତ୍କଳ..............


ବିଭୁଷିତ  ମର୍ତ୍ତ୍ଯ  ମାତୃକା ମୂର୍ତ୍ତି
ବିରାଜିତ  ନବ  ବିଭବ  କୀର୍ତ୍ତି
        ବିସ୍ତୃତ  ସବୁଜ ତନୁ
        ବିଶ୍ବ ବିଷ୍ଣୁପଦ  ଭାନୁ
           ଉଦ୍ଭାବିତ  ନବ
           ଉତ୍କଳ ଆଦିତ୍ୟ
      ଗଣତନ୍ତ୍ର  ମନ୍ତ୍ର ସାରଣୀ ।
      ନମାମି ଉତ୍କଳ..............


ସୁକୋମଳ  ବକ୍ଷ  ଜନ ବନ୍ଦିନୀ  
ଦେବୀ ଅନିନ୍ଦିତା  ବିଶ୍ବ ନନ୍ଦିନୀ
      ବନ୍ଦେ ଉତ୍କଳ ମାତୃକା
      ଅବଦ୍ଯ ଉତାଙ୍ଗ ଟିକା
          ବିଶ୍ବ ଦିବ୍ୟ ଶିଖା
          ଶିଖରୀ   ମୂକୁଟ       
     *ସ୍ଵର୍ଣ୍ଣଭୂମି*  ପୂର୍ଣ୍ଣ ତରଣୀ ।
       ନମାମି ଉତ୍କଳ............


         *ପ୍ରସନ୍ନ  ମଣ୍ଡଳ*
       ‌କୋଟପଲ୍ଲା, ଖୋର୍ଦ୍ଧା

ସ୍ୱାଧୀନ ଆମେ ଆଜି

 ଶ୍ରୀ ସୁଦାମ ଦଳବରା


ପରାଧୀନ ଥିଲୁ ସ୍ୱାଧୀନ ହୋଇଲୁ ।
ଆଜି  ପାଉ ଅଛୁ ତାର ସ୍ୱାଦ।
ଧନ୍ୟ ତୁମେ ଗାନ୍ଧୀ ଧନ୍ୟ ହେ ମହାତ୍ମା ।
କେତେ କରିଗଲ ତୁମେ ତ୍ୟାଗ ।।

କେତେ ଦୁଃଖ କଷ୍ଟ ଏ ଦେଶ ସହିଛି।
ଇଂରେଜୀ ହାତରୁ ମାଡ଼ ଗାଳି ଖାଇଛି।
ମନେ ପଡେ ଯେବେ ଆଜି ସେହି କଥା।
ହୃଦୟରେ କେତେ ହେଉଛି ଯେ ବ୍ୟଥା ।।

ଇଂରେଜୀ ଶାସନ ଉଦ୍ଧତର ଭାବ।
ଭାଙ୍ଗିଥିଲ ତୁମେ ହେ ମହାମାନବ।
କେତେ ଆନ୍ଦୋଳନ ତୁମେତ କରିଲ।
ପରାଧିନ ଦେଶକୁ ମୁକ୍ତି ଆଣିଦେଲ ।।

ଦେଶର ସ୍ୱାଧିନ ଆଣିବାର ପାଇଁ।
କାରାଗାରେ ତୁମେ ରହିଥିଲ ଯାଇ।
ଇଂରେଜ ସହିତ କେତେ ଲଢ଼ି ଥିଲ।
ସ୍ୱାଧୀନ ଭାରତ ତୁମେ ଗଢି ଗଲ ।।

ସ୍ୱାଧୀନ ଆମେ ଆଜି ନାହିଁ ଆମକୁ ଡର।
ଜାତୀୟ ଧ୍ବଜା ଆମ ଉଡଇ ଫର ଫର।
ତୁମ ପାଇଁ ତ୍ରିରଙ୍ଗା ଆଜି ଉଡୁଅଛି।
ସ୍ୱାଧୀନତା ଦିବସକୁ ଦେଶ ତ ପାଳୁଛି ।।

ଦେଶ ଆଜି ସ୍ୱାଧୀନ ନାହିଁ କେ ପରାଧୀନ ।
ନିତି ଯେ କରୁଛନ୍ତି ତୁମର ଜୟ ଗାନ।
ମୁକ୍ତି ଭାବେ ଜୀବନ ଆମେତ ବିତାଉଛୁ।
ସ୍ୱାଧୀନ ଭାରତର ମଜା ଯେ ନେଉଅଛୁ ।।

ସଭିଏଁ  ଭାଇ ଭାଇ ଆମେତ ଭାରତୀୟ।
ଆମର ରହିଥାଉ ଏହିତ ପରିଚୟ।
ସବୁ ଧର୍ମ ସବୁ ଜାତି ରହିଅଛି ଏ ମାଟିରେ ।
ନାହିଁତ ଭେଦଭାବ ଆମର ଭାରତରେ ।।

ସମସ୍ତଙ୍କୁ ମିଳିଅଛି ସମାନ ଅଧିକାର।
ନାହିଁତ ଛୋଟ ବଡ଼ ଭେଦଭାବ ବିଚାର।
ଭିନ୍ନତା ମଧ୍ୟେ ଏକତା ଆମର ରହିଛି ।
ଆଜି ଯେ ଭାରତୀୟ ସ୍ୱାଧୀନ କହୁଛି।।

ସ୍ୱାଧିନ ଭାରତ ଆମ ଆମେତ ସ୍ୱାଧୀନ।
ଏକତା ଭାବରେ ବନ୍ଧା ଆମର ଜୀବନ।
ଗଣତନ୍ତ୍ର ଶାସନ ଆଜି ଆମର ଚାଲିଛି ।
ଇଂରେଜୀ ଶାସନର ବିଲୋପ ଘଟିଛି ।।

ଧନ୍ୟ ହେ ଦେଶ ଭକ୍ତ ଧନ୍ୟ ତୁମ ଅବଦାନ।
ଦେଶର ସ୍ୱାଧୀନରେ ତୁମରି ବଳିଦାନ ।
ଆଜି ତୁମକୁ ଦେଶ କେତେ ମନେ ପକାଉଛି  ।
ଭାରତ ମାତା କି ଜୟ ଗର୍ବରେ କହୁଅଛି ।।

ଶ୍ରୀ ସୁଦାମ ଦଳବରା (ଶିକ୍ଷକ)
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

ଦେଶ

ବାସ୍ତବବାଦୀ କବି
ନିର୍ମଳ ନାୟକ
( ଦେଶାତ୍ମବୋଧକ )
*************** 

ମୋ  ମାତୃଭୂମି...
ମୋ  ଜନ୍ମଭୂମି...
ମୋ  କର୍ମଭୂମି...
ମୋ ଆର୍ଯ୍ୟଭୂମି...
ମୋ ପ୍ରିୟ ଭାରତ !! 

ମୁଁ କର୍ମ ରେ..
ମୁଁ  ମନ ରେ...
ମୁଁ  ବାକ୍ୟ ରେ..
ମୁଁ  ଧର୍ମ  ରେ...
ରଖିବି  ମାନ ମହତ !! 

ତୋ ଜଳ ରେ...
ତୋ ବାୟୁ ରେ...
ତୋ ଶସ୍ୟ ରେ..
ତୋ ଫଳ ରେ...
ବୃଦ୍ଧି ମୋ ମନୋବଳ !! 

ତୋ ଶିକ୍ଷା ରେ..
ତୋ ସଂସ୍କୃତି ରେ
ତୋ ସଂସ୍କାର ରେ..
ତୋ ଆଦର ରେ..
ଲଭିଲି  ଯଶ  ଗୌରବ !! 

ମୋ ଜୀବନ ରେ...
ମୋ ସପନ  ରେ...
ମୋ କର୍ତ୍ତବ୍ୟ ରେ..
ମୋ ବିଚାର  ରେ...
ସଦା  ରହିଥାଉ ଧ୍ୟାନ !! 

ଦେଶର  ସେବାରେ...
ଦେଶର  ସୁରକ୍ଷା ରେ...
ଦେଶର  ମଙ୍ଗଳ ରେ...
ଦେଶର ଉର୍ନ୍ନତି ରେ...
ବିପଥ  ନହେଉ  ମନ !! 

ମୋ ସତଭାବନା ..
ମୋ ଭାଇଚାରା ..
ମୋ ସହିଷ୍ଣୁତା....
ମୋ ଭଲପାଇବା....
ରହି  ଥାଉ  ଚି଼ର କାଳ !! 

ମୁଁ ଏକ ଅକିଞ୍ଚନ...
ମୁଁ  ଏକ ମୂଢ଼ମନ
ମୁଁ ଏକ ଜ୍ଞାନଶୁନ୍ୟ
ମୁଁ ଏକ ଅର୍ଵାଚୀନ...
ଦୟା  କର  ଆଦିମୂଳ !! 

151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014

ସ୍ଵାଧୀନତା ଦିବସ (ପ୍ରବନ୍ଧ)

ନଳିନୀ ପ୍ରଭା ମିଶ୍ର
The basis of a democratic state is 
liberty.
  ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଭିତ୍ତିଭୁମି
ହେଉଛି ତା'ର ସ୍ଵାଧୀନତା।
ସ୍ଵାଧୀନତା ହେଉଛି ମାନବର ଜନ୍ମ
ଅଧିକାର।ପରାଧୀନତାର ଦୁଃଖ ଠାରୁ ବଳି ଦୁଃଖ ଆଉ ନାହିଁ।
କେବଳ ମଣିଷ କାହିଁକି ପଶୁ ପକ୍ଷୀ 
ଭଳି ଇତର ପ୍ରାଣୀ ମଧ୍ୟ ମୁକ୍ତି ଚାହେଁ।
ଆଜି ଯେତେବେଳେ ଆମେ ଆମ
ସ୍ଵାଧୀନତା ସଂଗ୍ରାମ ର ଇତିହାସ
ପୃଷ୍ଠାକୁ ଉନ୍ମୋଚନ କରୁ ଆମ ଆଖି
ଆଗରେ ନାଚି ଉଠେ ସେ‌ହି ପରାଧୀନତାର କଷଣର ଦୃଶ୍ୟ।
ଦୀର୍ଘ ଦୁଇଶହ ବର୍ଷ ଶାସନ ଅବଧିର
କ୍ରୁର ଅତ୍ୟାଚାର ,ଅମାନୁଷିକତା ର
ଦାଉ ସହିବା ସହିତ ଆମ ଭାରତୀୟ
ମାନେ ସଂଗ୍ରାମୀ ମନୋବୃତ୍ତି ନେଇ
ସ୍ଵାଧୀନତା ହାସଲ କରିବା ଦିଗରେ
ଯେଉଁ ମହାନତା ଦର୍ଶାଇ ଯାଇଛନ୍ତି,
ସେମାନଙ୍କ ତ୍ୟାଗପୂତ ଜୀବନ 
ଆମ ପାଇଁ ଏକ ପ୍ରେରଣାର ଉତ୍ସ
ହୋଇ ରହିଲେ ସ୍ଵାଧୀନତାର
ବାସ୍ତବ ବାର୍ତ୍ତା ଯଥାର୍ଥତା ବହନ କରିବ। ଫାଶୀଦଣ୍ଡ, କାରାଗାର
ଏସବୁ ଥିଲା ଦେଶ ପ୍ରେମର ଉପହାର,ତଥାପି ପଛ ଘୁଂଚା ଦେଇ
ନଥିଲେ ଆମର ବୀର ସୁତ ମାନେ।
ଗାନ୍ଧୀ ଥିଲେ ଅସହଯୋଗ ଆନ୍ଦୋଳନ ର ପୁରୋଧା।ତାଙ୍କ
ଆହ୍ବାନ ରେ କି ! ବୀରତ୍ବ ଥିଲା କେଜାଣି ଆକୁମାରୀ ହିମାଚଳ 
କମ୍ପି ଉଠିଲା।ସମସ୍ତେ‌ଏକଯୁଟ 
ହେଲେ ।ଟଳିଲା ଇଂରାଜୀ ଶାସନ
ଏ ଭିତରେ ପଞ୍ଚସ୍ତରୀ ବର୍ଷ ବିତିଗଲାଣି।ପୀଢ଼ି ପରେ ପୀଢ଼ି 
ଅତିକ୍ରମ କରି ପାଳିତ ହୋଇ
ଆସୁଛି ସ୍ଵାଧୀନତା ଦିବସ।
ଏ ପାଳିତ ହେବା ଭିତରେ କିଏ
କେତେ ହୃଦୟଙ୍ଗମ କରିପାରୁଛି
ସ୍ଵାଧୀନତା ର ଏ ଚିନ୍ତା ଧାରା।
ପିଲାଟି ଏ ମିଷ୍ଟାନ୍ନ ଖାଇବାକୁ ଲାଳାୟିତ ତ! ନାରୀଟିଏ ଚାହୁଁ ଛି
ତା'ର ନିରାପତ୍ତା, ଧର୍ଷଣ ର
ଶିକାର ହୋଇଥିବା ସରଳ ନିଷ୍ପାପ
ମୃତ ପରୀ ଟି ପାଇଁ ତା ବାପା ମା 
ଚାହିଁ ରହିଛନ୍ତି ନ୍ୟାୟ ଆଶାରେ
ଆଖିରୁ ଲୁହ ଗଡ଼ାଇ।ଅଶୀତି ବର୍ଷର
ନିଧି ଜେଜେ ଥରଥର ହାତରେ
ଉର୍ଦ୍ଧ୍ବ ମୁଖୀ ହୋଇ ତ୍ରିରଙ୍ଗା ପତାକାକୁ
ସଲାମ ଜଣାଉଛନ୍ତି।
    ଏ ସବୁ ଦେଖିଲେ ଲାଗୁଛି, ସ୍ଵାଧୀନତା ଆମ ପାଇଁ ନା ସେଇ 
ଜେଜେ ପାଇଁ ନା ଖାଦ୍ୟ ପୁଡିଆ
ସାଉଁଟି ନେଉଥିବା ବୁଭୁକ୍ଷୁ ମାନଙ୍କ
ପାଇଁ।ଆଜି ଆମ ଆଗରେ
ଅନେକ ସମସ୍ୟା ଦଣ୍ଡାୟମାନ।
ହିଂସା, ରକ୍ତପାତ,ନାନା ଅସାମାଜିକ
କାର୍ଯ୍ୟ ର ସଂଘଟିତ ବ୍ୟାପାର।
ଗାନ୍ଧୀ କେବଳ ଛକ ଉପରେ 
ଅଥବା କେଉଁଠି ନା କେଉଁଠି 
ଠିଆ ହୋଇ ସବୁ ଦେଖୁଛନ୍ତି।
ଆଜି ତାଙ୍କ ବେକରେ ଫୁଲମାଳ।
ତ୍ରିରଙ୍ଗା ପତାକା ଝୁଲୁଛି ଉର୍ଦ୍ଧ୍ଵ ମୁଖୀ
ହୋଇ।ତାଙ୍କ ସ୍ଵପ୍ନ ର ରାମ ରାଜ୍ୟ
ସାକାର ହେଲା କି ନାହିଁ ପଚାରିବା
ନିମନ୍ତେ ବାକଶକ୍ତି ହରାଇ ବସିଛନ୍ତି।
ଯଦି କହିବାର ଥାନ୍ତା ଆମକୁ ସାନ୍ତ୍ଵନା
ଦେଇ ଆମର ଦୁଃଖିତ ମନକୁ ହାଲକା କରିଥାନ୍ତେ।ଆମେ ବର୍ତ୍ତମାନ
ପୂରା ସ୍ଵାଧୀନ,ବଳତ୍କାରିତା ଆମର 
ମୁଖ୍ୟ ଅସ୍ତ୍ର।ଯାହା ଇଚ୍ଛା ତାହା କରି
ଯିବା,ଧର୍ମ ଅଧର୍ମ ପ୍ରତି ଭୟ ନାହିଁ।
କାହାରି ପ୍ରତି ଭ୍ରୂକ୍ଷେପ ନାହିଁ।
ଆମେ ସ୍ଵାଧୀନ ଆମେ ସ୍ଵାଧୀନ।
କିନ୍ତୁ ସବୁ କିଛି କରିବା ପୂର୍ବରୁ 
ଆମେ ସବୁ ଦିଗ ପ୍ରତି ଦୃଷ୍ଟି ଦେବା 
ଉଚିତ ‌,ଆମେ ଦେଶର ଦେଶ
ଆମର ।ବୂହତ୍ ଗଣତନ୍ତ୍ର ରାଷ୍ଟ୍ର ର
ମୂଳଦୁଆ ପ୍ରତି ସବୁବେଳେ ସଜାଗ
ରହି ସ୍ଵାଧୀନତାର ପ୍ରକୃତ ମୂଲ୍ୟବୋଧ କୁ ବୁଝି ଦେଶ ଓ ସମାଜର ହିତାର୍ଥେ କାର୍ଯ୍ୟ କରିବା
ପ୍ରତ୍ୟେକ ନାଗରିକ ର କର୍ତ୍ତବ୍ୟ
ଅଧିକାର ହେଉ ଏହା ହିଁ କାମନା।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ଆମେ ହେବାକୁ ଚାହୁଁ ପରାଧିନ

©®#ଦୀନବନ୍ଧୁ_ବେଜ
〰️〰️〰️〰️🇮🇳〰️〰️〰️〰️
ଆମେ ହେବାକୁ ଚାହୁଁ ପରାଧିନ
  ହେ ଇଂରେଜ ଆସ ତୁମେ 
     କରିବ ଆମକୁ ଶାସନ ,
ଶତଶତ ଗୁଣ ତୁମ ଶାସନ ଭଲ
   ତୁମେ ଜିତି ଯିବାର ନମୂନା
     ଜଳନ୍ତା ମଶାଲ ତୁଲ୍ୟ ।

ତୁମର ଦୟାରେ ଆମେ ଶିଖିଲୁ
 ଆର୍ନ୍ତଜାତୀୟ ଭାଷା ଇଂରାଜୀ
    ଓ ପ୍ରିୟ କ୍ରିକେଟ ଖେଳ,
ଅଣ୍ଟିଛୁରି କଥା ତୁମଠାରୁ ଶିଖିଲୁ 
  ଭାଗ ଭାଗ କରି ଜିତିବା ଓ
  ନିରିହ ରକ୍ତ କରିବାକୁ ଢ଼ାଲ  ।

ଅତ୍ୟାଚାର ଭିତରେ ଦେଶପ୍ରେମ
 ବିରୋଧରେ ବି ଆମେ କରିଛୁ
   ଦେଶ ମାତୃକାକୁ ପ୍ରଣାମ ,
ତଥାପି ଦେଶକୁ ଦେଇନାହୁଁ ବିକି
 ଭୋକରେ କୋରଡ଼ ଜଳିଲେ
   କେବେ ହେଇ ନାହୁଁ ଦୁଃଖି ।

ଦେଖ ଏହି ସ୍ଵାଧୀନ ଭାରତ ଚିତ୍ର
 ମୁକ୍ତି ହୋଇବି ପରାଧିନ ପରି
   ଭାଇ ହେଉନି ଭାଇର ମିତ୍ର,
ପୁଣି ଦେଶ ବିକାଙ୍କ ପାଖରେ ଅଛି
   ବିଡ଼ା ବିଡ଼ା ଟଙ୍କାର ପାହାଡ଼
   ଭୋକିଲା ପତକା ବିକୁଛି... I
  〰️〰️〰️🇮🇳〰️〰️〰️

              #ମାଲକାନଗିରି,ଓଡ଼ିଶା

ଯାହାକୁ ରଖିବେ ଅନନ୍ତ

** ************************
ସାତ ଦିନ ଯୁଦ୍ଧ
ଅତିକ୍ରାନ୍ତ ହେଲା
ନିହତ ହେଲେନି ପାର୍ଥ
ଦୁର୍ଯ୍ୟୋଧନ ବହୁ
ଭର୍ତ୍ସନା କରିଲା
ରୁଷ୍ଟ ହେଲେ ଦେବବ୍ରତ।

ଶପଥ କରିଲେ
"କାଲିର ଯୁଦ୍ଧରେ
ନିହତ ହୋଇବ ପାର୍ଥ
ପାର୍ଥ ନ ମରିଲେ
ଶପଥ କରୁଛି
ଛାଡି ଦେବି ମୁହିଁ ଅସ୍ତ୍ର।"

ଚକ୍ରପାଣି ତହୁଁ
ବକ୍ର କରି ଦେଲେ
ଯାଇଥିଲେ ପାର୍ଥ ପାଶେ
ନିଦ୍ରାରୁ ଉଠାଇ
କହିଲେ ତାହାଂକୁ
"ଭୀଷ୍ମଙ୍କ ଶପଥ ଦିଶେ?"

କହିଲେ ଅର୍ଜୁନ
"କହି ଅଛବୋଲି
କରୁଅଛି ମୁହିଁ ଯୁଦ୍ଧ
ତୁମେ ହିଁ ଜାଣିଛ
ଜୀଇବା ମରିବା
କାହାର ହୋଇବ ବଧ। "

ହସି ଦେଇ କୃଷ୍ଣ
ଦ୍ରୌପଦୀଙ୍କୁ ନେଇ
ଭୀଷ୍ମଙ୍କ ପାଖକୁ ଗଲେ
ଦ୍ରୌପଦୀଙ୍କୁ ସିଏ
ଶିବିରେ ପଠାଇ
ବାଟରେ ସେ ରହିଗଲେ।

ନିଶାର୍ଦ୍ଧେ ଦ୍ରୌପଦୀ
ଭୀଷ୍ମଙ୍କୁ ଭକ୍ତିରେ
କରିଥିଲେ ପ୍ରଣିପାତ
" ସଉଭାଗ୍ଯବତୀ
ହୁଅ ଯାଜ୍ଞସେନୀ" 
କହିଥିଲେ ଦେବ ବ୍ରତ।

ବିବେକ ତାହାଙ୍କୁ
ଦଂଶନ କରିଲା
ପ୍ରୟୋଗ କଲେନି ଅସ୍ତ୍ର 
ଶରଶଯ୍ୟା ସିଏ
ବରି ନେଇ ଥିଲେ
ଶସ୍ତ୍ରବିଦ୍ଧ କଲେ ପାର୍ଥ। 
******************
ଅକ୍ଷୟ ମହାନ୍ତି। ନିର୍ମାଲ୍ଯ 

ଧନ୍ୟ ଏ ଦୁନିଆ

ଧନ୍ୟ ଏ ଦୁନିଆ          ଧନ୍ୟ ଏ ଜନମ
         ଧନ୍ୟ ଏ ଦୁନିଆ ନୀତି
ଅନୀତିର ମାର୍ଗ           ପ୍ରଶସ୍ତ ଏଇଠି
        ମନେ ଦିଏ ବହୁ ଭୀତି ।

ଏ ରଙ୍ଗ ମଞ୍ଚରେ         ସର୍ବେ କଳାକାର
         ରଙ୍ଗ ବୋଳା ପ୍ରିୟାପ୍ରୀତି
ସ୍ୱାର୍ଥରେ ଜଡିତ         ସର୍ଵ ଜନାଦୃତ
         ହୃଦୟେ ଭରି ଅନୀତି ।

ଧରି ହରିନାମ           କରନ୍ତି ଅନୀତି
          ସ୍ୱାର୍ଥକୁ ଗଣ୍ଠିଲି କରି
କାନ୍ଦି କାନ୍ଦି ନିଜ       ଭଣ୍ଡାର ଭରନ୍ତି
         ଆନ ହୃଦେ ଦୁଃଖ ଭରି ।

ବିଚିତ୍ର ଦୁନିଆ         ବିଚିତ୍ର ସଭ୍ୟତା
         ଅସଭ୍ୟଙ୍କ ଗନ୍ତାଘର
ନିଜ ସୁଖ ଶାନ୍ତି        ସଭିଙ୍କର ଚିନ୍ତା
         ନୀତିରୁ ସଭିଏଁ ଦୂର ।

ଆହେ ଦୟମୟ          ଜଗତ ପାଳକ
          ଦେଖ ଦୁନିଆର ନୀତି
ସୁନ୍ଦର ସୃଷ୍ଟିରେ           ସୃଷ୍ଟି କରିଥିଲ
         ସୁନ୍ଦର ମଣିଷ ଜାତି ।

ଜ୍ଞାନ ଗୁଣ ଧର୍ମ           ସବୁ ତ ଦେଇଛ
           ମାନବକୁ ଶ୍ରେଷ୍ଟ ବୋଲି
ଶ୍ରେଷ୍ଟ ପ୍ରାଣୀ ହୋଇ        ଅନୀତି ଆଧାରେ
           ଖେଳୁଛି ରକତ ହୋଲି ।

ଶେଷ କର ପ୍ରଭୁ        କଳିକାଳ ନୀତି
         ଅନୀତିକୁ ଶେଷ କର
ଏ ମହିମଣ୍ଡଳ          ସୁନ୍ଦର ସର୍ଜନା
        ଅନୀତିରୁ ହେଉ ଦୂର ।

ସଭ୍ୟ ମାନବର       ଅସଭ୍ୟ ଅଭ୍ୟାସ
        ସଭ୍ୟତା କଲାଣି ନଷ୍ଟ
ଦେଖି ଦେଖି ପ୍ରଭୁ      ସରଳ ମନରେ  
        ହେଉଛି ଅନେକ କଷ୍ଟ ।

ଆହେ ଭାବଗ୍ରାହୀ        ଅଭାବ କିମ୍ପାଇଁ
           ଜଗତେ ଦେଇଛ ଭରି
ଭାବକୁ ନ ବୁଝି            ମଣିଷ ଜାତିର
          ମନକୁ ନେଇଛ ହରି ।

ଦୟମୟ ହରି          ଶୁଣ ମୋ ଗୁହାରି       
        ଦୁନିଆର ବଡ ଦାଣ୍ଡେ
ମିଥ୍ୟା ପ୍ରବଞ୍ଚାନା         ଛାଡୁ ଏ ଦୁନିଆ
        ସତ୍ୟ କହୁ ପ୍ରାଣୀ ତୁଣ୍ଡେ ।

ସତ୍ୟର ମହିମା        ପ୍ରସାରିତ ହେଉ
          କଳିକାଳ ହେଉ ଶେଷ
ଜୀବନ ଦୁଆରୁ         ଭୟ ଲୋପ ପାଉ
          ସତ୍ୟରେ ଚଳୁ ମଣିଷ ।

*ଜୟ ଜଗନ୍ନାଥ.........🙏🏻*

            *ରଞ୍ଜନ କୁମାର ପଣ୍ଡା*
                   *କୋରାପୁଟ*

ଆମେ କେତେ ସ୍ୱାଧୀନ କେତେ ପରାଧୀନ

ଆମେ କେତେ ସ୍ୱାଧୀନ କେତେ ପରାଧୀନ

ରଙ୍କନିଧି ସେଠୀ

ବାଟେ ଯାଉ ଯାଉ ଅଟକିଲି କ୍ଷଣେ 
ପୁଙ୍ଗୁଳା ଦେହରେ ବୃଦ୍ଧଟିଏ ଜଣେ 
ହାତରେ ତ୍ରିରଙ୍ଗା ଧରି ଅଭିମାନେ 
ଆଖି ଛଳଛଳ ଭାରାକ୍ରାନ୍ତ ମନେ ll

ପଚାରିଲି ବାବା ସମୀପକୁ ଯାଇ 
ଏକୁଟିଆ ଅଛ ପାଖେ କେହି ନାହିଁ 
ଆସିଛ କେଉଁଠୁ ଯିବ ତୁମେ କାହିଁ 
ମନ ମୋ ଉଚ୍ଛନ୍ନ କୁହ ମୋତେ ଚାହିଁ ll

ହସିଲେ ଟିକିଏ ଦେଇ ମୁଚୁକୁନ୍ଦ 
ନାମ ମୋ ମୋହନ ସାଙ୍ଗିଆ ମୋ ଚାନ୍ଦ 
କରମକୁ ନେଇ ବାନ୍ଧିଛି ଏ ଫାନ୍ଦ 
ଆଘ୍ରାଣ କରୁଛି ପରାଧୀନ ଗନ୍ଧ ll

ବଞ୍ଚି ପାରୁନାହିଁ ସ୍ୱାଧୀନ ଭାବରେ  
ଗୋଲାମୀ ଜନତା ନିତି ନିତି ମରେ 
ବାବୁ ନେତାମାନେ ରହି ଅନ୍ୟାୟରେ 
ଶୋଷଣ କରନ୍ତି ଦୀନ ଦରିଦ୍ରରେ ll

କେତେ ଆଶା ନେଇ ଦେଲେ ସ୍ୱାଧୀନତା 
ସୁଖରେ ରହିବେ ଏ ଦେଶ ଜନତା 
ନିର୍ଭୟେ ଶୋଇବେ କନ୍ୟା ଭଗ୍ନୀ ମାତା 
ସର୍ବେ ବୋଲାଇବେ ଜଗତର ଜିତା ll

ଆଜି ମୁଁ ଦେଖୁଛି ଓଲଟ ପାଲଟ
ପାଦେ ପାଦେ ଏଠି ରହିଛି ସଙ୍କଟ 
ସୁରକ୍ଷିତ ନୁହେଁ ଏହି ଚଲା ବାଟ 
ମଣିଷ ମନରେ କୁଟ ଓ କପଟ 
 ll

କେଉଁ ସ୍ୱାଧୀନତା ପଚାରୁଛ ଭାଇ 
ଭୋକିଲା ମୁଖରେ ଦାନା ଟିକେ ନାହିଁ 
ସୁରକ୍ଷିତ ନୁହେଁ ମୋ ଜନମ ଭୂଇଁ 
ଭାବିଲେ ନୟନୁ ଲୋତକ ଝରଇ ll

ସ୍ୱାଧୀନ ଦେଶର ପରାଧୀନ ଆମେ 
ମାତିରହୁ ସଦା ଅନ୍ୟାୟ ଅଧର୍ମେ 
ଚିତ୍ତ ରହୁନାହିଁ ଆମରି କରମେ 
ସ୍ୱାଧୀନ ଦେଶରେ ପରାଧୀନ ଆମେ ll

ରାଉରକେଲା

ଆଧୁନିକ କବିତାରେ ଦେଶାତ୍ମବୋଧ

*ଆଧୁନିକ କବିତାରେ ଦେଶାତ୍ମବୋଧ*
                   ଡ. ପ୍ରିୟମ୍ବଦା ସାମଲ
ଦେବଭୂମି, ବେଦ ଭୂମି, ଆର୍ଯ୍ଯଭୂମି, ସୁଜଳା ସୁଫଳା ଶସ୍ଯ ଶ୍ଯାମଳା ଭାରତ ବର୍ଷ ସମଗ୍ର ବିଶ୍ବରେ ମହାନ ଏୈତିହ୍ଯ, ପରଂପରା ଓ ସ୍ବର୍ଣ୍ଣ କମଳ ଭାବେ ବିଦିତ ଥିଲା। ଶୌର୍ଯ୍ୟମୟୀ, ବୀର ପ୍ରସବିନୀ, ଶୋଭାମୟୀ ମାଆର ଏୈଶ୍ବର୍ଯ୍ଯକୁ ଦେଖି ବିଦେଶୀ ର ଲୋଭିଲା ଆଖିରେ ଲୁଟିବାର ଅଗ୍ନି ମେଲାଇଲା ତାର ଲେଲୀହାନ ଶିଖା। ବାଣିଜ୍ଯ ବେପାର କରିବାକୁ ଆସି ଅଧିକାର କରି ନେଲା ଆମ ଦେଶମାତୃକାକୁ। ବଡ ଦୁର୍ଭାଗ୍ଯର  ବିଷୟ ଭାରତ ମାତାର ବୀର ସୁଯୋଗ୍ୟ ସଂତାନ ମାନେ ପରସ୍ପର ଯୁଦ୍ଧରତ ଦେଖି ବିଦେଶୀ ବେପାରୀମାନେ ଗ୍ରୁଧପରି ଝାମ୍ପି ନେଲେ ଆମ ଦେଶକୁ। ଶଠତା, ଚତୁରତା, ଛଳନାର କବନ୍ଧ ରେ ବନ୍ଦୀ କରିନେଲେ ଅମଳ ଦେଶମାତୃକାକୁ। ଶାସନ ନାମରେ ଆରମ୍ଭ କରି ଦେଲେ ଶୋଷଣ ଅତ୍ଯାଚାର। ବ୍ଯତିବ୍ଯସ୍ତ ଜନତା ଦଳିତ ,ନିଷ୍ପେଶିତ, ନିର୍ଯାତିତ ହୋଇ ଦୁଃଖ ରେ ଦିନ କାଟିଲେ। ଚିରସ୍ଥାୟୀ ବନ୍ଦୋବସ୍ତ, ସୂର୍ଯ୍ଯାସ୍ତ ଆଇନ୍ ଫଳରେ ଏ ଦେଶକୁ ପଙ୍ଗୁ, ଅଥର୍ବ ଓ କ୍ଷମତାହୀନ କରିଦେଲେ। ଧିରେଧିରେ ବିଦ୍ରୋହର ବହ୍ନି ଦିକି ଦିକି ହୋଇ ଜଳି ଉଠିଲା। ଝାନ୍ସୀର ରାଣୀ ଲକ୍ଷ୍ମୀ ବାଇ, ନାନା ସାହେବ, ତାନ୍ତିଆ ଟୋପୀ ପ୍ରଥମେ ଏଥିରେ ଦେଲେ ପୂର୍ଣ୍ଣ ହୁତି।ରାଜା ରାମ ମୋହନ ରାୟ, ସ୍ବାମୀ ବିବେକାନନ୍ଦ ପାଶ୍ଚାତ୍ୟ ଶିକ୍ଷା ସଭ୍ଯତାକୁ ଆଣି ଜନମାନସରେ ବସାବାନ୍ଧି ଥିବା କୁସଂସ୍କାର ରୂପୀ ଅନ୍ଧକାର କୁ ଦୂର କରିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଲେ। ଜାତୀୟତାର ଲେଲୀହାନ ଶିଖା ରେ ଲମ୍ଫଦେଲେ ନବ୍ଯ ଶିକ୍ଷିତ ଭାରତୀୟ। ଇଂରେଜର ଦାସତ୍ବ ରୁ ମୁକ୍ତ ହେବାପାଇଁ ସେମାନେ ନେଲେ ଦ୍ରୁତଗାମୀ ସଂକଳ୍ପ। ଏହି ସମୟରେ ୧୮୮୫ରେରେ ଗଠିତ ହେଲା ଭାରତୀୟ ଜାତୀୟ କଂଗ୍ରେସ। ଏହାର ମହାନାୟକ ସାଜିଲେ ମୋହନଦାସ କରମ ଚାନ୍ଦ ଗାନ୍ଧୀ। ତାଙ୍କର ସତ୍ଯ ଅହିଂସାର ଯୁଦ୍ଧରେ ଯୋଗଦେଲେ ଶହ ଶହ ସ୍ବାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀ। ଏହି ଦେଶ ପ୍ରାଣତା ମଧ୍ଯ ସାହିତ୍ଯ ରାଜ୍ଯରେ ଏକ ନୂତନ ପର୍ଯ୍ଯାୟ ଆଣିଲା। ଅସୀ ଠାରୁ ମସୀ ଶକ୍ତିଶାଳୀ। ଶକ୍ତ ହୋଇ ଉଠିଲା କଲମ ମୁନ। କବିର ଶାଣିତ ସ୍ରୁଷ୍ଟି ରେ ଜାଗି ଉଠିଲେ ଜନତା। ଜାତିର ପିତା ମହାତ୍ମାଗାନ୍ଧିଙ୍କ ଦେଶ ପ୍ରାଣତା ରେ ଉଦବୁଦ୍ଧ ହୋଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଲେ "ବନ୍ଦୀର ଆତ୍ମକଥାରେ"-
ସ୍ବରାଜ ମାନବର ଜନ୍ମ ଅଧିକାର
ଏହା ବିନେ ଦେଶ ହୁଏ ନାରଖାର। 
*************************
ଭାରତର ରାଜ ଧର୍ମ ସନାତନ
ପରଜା ରକ୍ଷଣ ପାଳନ ରଂଜନ। 
ସ୍ବରାଜ୍ୟେ ଏ ନୀତି ହୋଇବ ପ୍ରଚାର
ନରହିବ ଆଉ ଦୁଃଖ ଦୂରାଚାର।
ନ ସହିବ କଷ୍ଟ କେହି ଅନାହାରେ
ନ ମରିବ ଦୁଃଖି ଧନୀଙ୍କ ପ୍ରହାରେ। 
ତାଙ୍କର ଧର୍ମପଦ, ବନ୍ଦୀର ସ୍ବଦେଶ ଚିନ୍ତା, ଗୋମହାତ୍ମ୍ଯରେ ଦେଶାତ୍ମବୋଧକ ତାର ସ୍ବର ବେଶ୍ ବାରି ହୋଇ ପଡେ। ଦେଶପ୍ରାଣତାର ସ୍ବରରେ ଅନୁପ୍ରାଣିତ ହୋଇ ଲେଖନୀ ସ୍ପର୍ଶ ରେ ଅମ୍ଳାନ କବିତା ସ୍ରୁଷ୍ଟି କଲେ"ରଣଦୁନ୍ଦୁଭି " କବି ବୀର କିଶୋର-
      ଅହିଂସା ଆମର ଧର୍ମ ନୀତି
     ସାହସ ଆମର କର୍ମ ଭିତ୍ତି
    ଚରିତ୍ର ଆମର ପରମ ଦେବତା
   ଜୀବନର ବ୍ରତ ସ୍ବାଧୀନତା
      ବନ୍ଧୁ, ସେହି ଚିନ୍ତା। 
ଅହିଂସା, ଚରିତ୍ର ଗଠନ ଓ ଜାତିଭେଦ କୁ ମଧ୍ଯ ଗୁରୁତ୍ବ ଦିଆଯାଇ ଥିଲା।ଇଂରେଜ ମାନଙ୍କ ଅତ୍ଯାଚାର ପ୍ରସଙ୍ଗରେ ଗଣକବି ବୈଷ୍ଣବ ପାଣି ଲେଖିଥିଲେ-
   ବଣିଆ ଟୋକାଟା ଉଠାଇ ଦେଲାଣି
   ଜିଅଲଖାନାର କର ହେ
   ଦେଶ କାମ କରି ପଶଯା ତହିଁରେ
   ବରଷକୁ ଦଶ ଥର ହେ। 
ଚଳଚଂଚଳ ହୋଇ ଉଠିଲା ଓଡ଼ିଶା ର ବରପୁତ୍ର ମାନଙ୍କ ଲେଖନୀ। ଦେଶାତ୍ମବୋଧକତାରେ ମାର୍କସବାଦୀ ଚିନ୍ତା ଓ ଚେତନାକୁ ନେଇ କାଳନ୍ଦୀ ଚରଣ ପାଣିଗ୍ରାହୀ ଲେଖିଲେ "ମାଟିର ମଣିଷ"(୧୯୩୦), " ମୁକ୍ତାଗଡ଼ର କ୍ଷୁଧା "(୧୦୩୨), "ଅମର ଚିତା"(୧୯୩୩), "ଲୁହାର ମଣିଷ "(୧୯୩୭)। ସେହିପରି " "ମାଂସର ବିଳାପ "ଓ ପୁନଶ୍ଚ ଗଳ୍ପ ରେ ଦେଲେ ସାମ୍ବାଦିକ ଓ ଦେଶାତ୍ମବୋଧକତା। ସାଧାରଣ ମନୁଷ୍ଯର ଅଧିକାରକୁ ଦେଲେ ପ୍ରାଧାନ୍ଯ। ତରୁଣ ସନ୍ଯାସୀ ଅଭିରାମ ପରମହଂସ ରଚନା କଲେ" କଳି ଭାଗବତ"। ସେଥିପାଇଁ ସେ କାରାବରଣ କରିଥିଲେ। 
     ଗୋରା ପଲଟଣ ଯା'କୁ କହି
        ପଚିଶ ପ୍ରକୃତି ଟି ଏହି
        ଏହିଟି ବିଦେଶୀ ଅଟନ୍ତି
        ସ୍ବରାଜ୍ୟ ଉଜାଡିଣ ଦ୍ଯନ୍ତି। 
ଇଂରେଜ ବିରୁଦ୍ଧ ରେ ଏବଂ ଗାନ୍ଧୀ ବାଦକୁ ସ୍ବାଗତ କରି ଦେଶ ପ୍ରାଣତା ରେ ଉଦବୁଦ୍ଧ ହୋଇ ନାରୀ କବି କୁନ୍ତଳା କୁମାରୀ ଲେଖିଲେ"ଆହ୍ବାନ " କବିତାରେ-
  ସେନାପତି ଆଜି ଦେଇଅଛି ଡାକ
  ଉଠ ଭାରତର ବୀର ପୁତ୍ର ଯାକ
ଅପୂର୍ବ ଅସହେଯାଗ ରଣାଙ୍ଗନେ
ଆଜୀବନ ଅଣ୍ଟା କଷି ପରା ଜଣେଜଣେ
ଭାରତର ଯେତେ ବୀର ଗୁଣ ମଣି
ଚାଲିଆସ  ସେନାପତି ଡାକ ଶୁଣି। 
ଭାରତର ସ୍ବାଧୀନତା ସଂଗ୍ରାମ ରେ ବରପୁତ୍ର ମାନଙ୍କର ଅବଦାନ ଅପରିସୀମ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ଜନତା ପାରସ୍ପରିକ ବିଭେଦ ଓ ସ୍ବାର୍ଥ କୁ ତ୍ଯାଗ କରି ଜାତିପ୍ରେମ ରେ ଉଦବୁଦ୍ଧ ହେବାର ଅତ୍ଯନ୍ତ ଆବଶ୍ଯକତା ରହିଛି। ନିଜ ନାଆରେ ନାଉରି ହୋଇ ଦେଶମାତୃକାର
ଏୈକ୍ଯ,ସାର୍ବଭୌମତା ,ଜାତୀୟ ତାକୁ ବଜାୟ ରଖିବାକୁ ସତତ ତତ୍ପର ହେବାର ଅତ୍ଯନ୍ତ ଆବଶ୍ଯକତା ରହିଛି। ତେଣୁ ସମସ୍ତେ ଆମେ ଏକ ସ୍ବରରେ କହିବା"ଭାରତମାତା କି ଜୟ"। 
(ଏହା Prangya Prativa  ପତ୍ରିକାରେ ପ୍ରକାଶିତ) 
ପାରଳାଖେମୁଣ୍ଡି, ଗଜପତି

Wednesday, August 4, 2021

କନ୍ୟାରତ୍ନ

#କନ୍ୟାରତ୍ନ....💃👩‍✈️
✍️🅰️💲🆗
ଚିରା ଧୋତି ଆଉ ଫଟା ପାଇଜାମା ପିନ୍ଧିଥିବା ଜଣେ ବ୍ୟକ୍ତି ନିଜର ୧୫-୧୬ ବର୍ଷର ଝିଅ ସହିତ ଏକ ବଡ ହୋଟେଲରେ ପହଞ୍ଚିଲେ । ସେ ଦୁଇଜଣଙ୍କୁ ଚେୟାରରେ ବସିଥିବାର ଦେଖି ଜଣେ ୱେଟର ତାଙ୍କ ଟେବୁଲ ରେ ଦୁଇଗ୍ଲାସ ଥଣ୍ଡା ପାଣି ରଖିଦେଇ ପଚାରିଲା - ଆପଣଙ୍କ ପାଇଁ କଣ ଆଣିବି ?

ସେ ବ୍ୟକ୍ତି ଜଣଙ୍କ କହିଲା -"ମୁଁ ମୋ ଝିଅକୁ କଥା ଦେଇଥିଲି ଯେ ଯଦି ତୁ ଦଶମ ଶ୍ରେଣୀ ରେ ଆମ ଜିଲ୍ଲାର ପ୍ରଥମ ହେବୁ ତ ମୁଁ ତୋତେ ସହର ର ସବୁଠାରୁ ବଡ଼ ହୋଟେଲରେ ଏକ ଦୋଷା ଖାଇବାକୁ ଦେବି । ଇଏ ମୋ କଥାରଖି ଜିଲ୍ଲାରେ ପ୍ରଥମ ହୋଇଛି । ଦୟାକରି ତାପାଇଁ ଗୋଟିଏ ଦୋଷା ନେଇଆସ ।"

ୱେଟର ପଚାରିଲା -ଆପଣଙ୍କ ପାଇଁ କଣ ଆଣିବି ?

ସେ କହିଲା -" ମୋ ପାଖରେ ଗୋଟିଏ ଦୋଷା ପାଇଁ ପଇସା ଅଛି"

ଏସବୁ କଥା ଶୁଣି ସାରିବା ପରେ ୱେଟର ମାଲିକ ପାଖକୁ ଗଲା ଆଉ ସବୁ କାହାଣୀ ମାଲିକଙ୍କ ଆଗରେ ରଖି  କହିଲା - "ମୁଁ ଏ ଦୁଇଜଣ ଙ୍କୁ ପେଟପୁରା ଖାଇବାକୁ ଦେବାପାଇଁ ଚାହୁଁଛି, ମୋ ପାଖରେ ଏବେ ପଇସା ନାହିଁ, ଆପଣ ସେଥିପାଇଁ ଏମାନଙ୍କ ବିଲ୍ ର ସମସ୍ତ ଖର୍ଚ୍ଚ ମୋ ସାଲେରୀରୁ କାଟିଦେବେ ।"

ମାଲିକ କହିଲା- "ଆଜି ମୁଁ ହୋଟେଲ ତରଫରୁ ଏହି ଟ୍ୟାଲେଣ୍ଟ ଝିଅର ସଫଳତା ପାଇଁ ପାର୍ଟି ଦେବି।"

ହୋଟେଲବାଲା ଏକ ଟେବୁଲ କୁ ଭଲଭାବରେ ସଜାଇଦେଲା ଆଉ ବହୁତ ସୁନ୍ଦର ଭାବରେ ସମସ୍ତ ଉପସ୍ଥିତ ଗ୍ରାହକଙ୍କ ସହିତ ଏହି ଗରିବ ଝିଅର ସଫଳତା ପାଇଁ ଉତ୍ସବ ପାଳନ କଲା । ମାଲିକ ଏକ ବଡ ପ୍ୟାକେଟରେ ଆଉ ତିନୋଟି ଦୋଷା ଓ ତାଙ୍କ କଲୋନୀ ରେ ବାଣ୍ଟିବା ପାଇଁ ମିଠାଇ ଉପହାର ସ୍ବରୂପ ପ୍ୟାକ୍ କରିଦେଲା । ଏତେ ସମ୍ମାନ ପାଇ ଆଖିରେ ଆନନ୍ଦାଶ୍ରୁ ଗଡାଇ ଦୁହେଁ ନିଜ ଘରକୁ ଚାଲିଗଲେ ।

ସମୟ ଚକ୍ର ଗଡିଚାଲିଲା...
ଆଉ ଦିନେ ସେହି ଝିଅ I.A.S.ପରୀକ୍ଷା ପାସ କରି ସେହି ସହର ରେ କଲେକ୍ଟର ରୂପେ ଜଏନ କଲା । ସେ ସର୍ବପ୍ରଥମେ ସେହି ହୋଟେଲକୁ ଜଣେ କନେଷ୍ଟବଳ ପଠାଇ କହିଦେଲେ ଯେ କଲେକ୍ଟର ସାହିବା  ଜଳପାନ କରିବା ପାଇଁ ଆସୁଛନ୍ତି । ହୋଟେଲ ମାଲିକ ତୁରନ୍ତ ଏହି ଖବର ପାଇ ହୋଟେଲ କୁ ସଜାଇଦେଲା ଆଉ ଗ୍ରାହକଙ୍କ ଭିଡ ବି ଲାଗିଗଲା ।

କଲେକ୍ଟର ରୂପେ ସେହି ଝିଅ ହୋଟେଲକୁ ହସିହସି ନିଜର ବାପା ମାଆଙ୍କ ସହିତ ପହଞ୍ଚିଗଲେ । ସମସ୍ତେ ତାଙ୍କୁ ସମ୍ମାନ ଦେବାପାଇଁ ଛିଡାହୋଇଗଲେ । ହୋଟେଲ ମାଲିକ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କଲା ଆଉ ଅର୍ଡର କରିବା ପାଇଁ ନିବେଦନ କଲା । ସେହି ଝିଅଟି ଛିଡାହୋଇ ହୋଟେଲ ମାଲିକ ଆଉ ସେହି ୱେଟର ଆଗରେ ନତମସ୍ତକ ହୋଇ କହିଲା - "ବୋଧହୁଏ ଆପଣ ଦୁଇଜଣ ମୋତେ ଚିହ୍ନି ପାରୁନାହାନ୍ତି । ମୁଁ ସେହି ଝିଅ  ଯାହା ବାପାଙ୍କ ପାଖରେ ଆଉ ଗୋଟିଏ ଦୋଷା ପାଇଁ ପଇସା ନଥିଲା ଆଉ ଆପଣ ଦୁଇଜଣ ମାନବତାର ସଚ୍ଚା ଉଦାହରଣ ଦେଖାଇ ମୋ ମ୍ୟାଟ୍ରିକ ପାସ୍ ହେବାର ଖୁସିରେ ଏକ ସୁନ୍ଦର ପାର୍ଟି ଦେଇଥିଲେ । ଆଉ ଆମ ସାହିରେ ବାଣ୍ଟିବା ପାଇଁ ମଧ୍ୟ ବହୁତ ମିଠାଇ ପ୍ୟାକ କରି ଦେଇଥିଲେ । ମୁଁ ଆପଣଙ୍କ ଆଶୀର୍ବାଦ ରୁ ଆଜି କଲେକ୍ଟର ହୋଇଛି । ଆପଣଙ୍କ ପାଖରେ ମୁଁ ସଦା ଋଣୀ ଆଉ ଜୀବନ ସାରା ଏହା ମନେରଖିବି । ଆଜି ଏହି ପାର୍ଟି ମୋ ତରଫରୁ ଆଉ ଉପସ୍ଥିତ ସମସ୍ତ ଗ୍ରାହକ ଏବଂ ସବୁ ହୋଟେଲ ଷ୍ଟାଫ୍ ଙ୍କ ବିଲ ମୁଁ ଦେବି ।
✍️🙏🙏🙏
#ବେଟୀ_ବଚାଓ_ବେଟୀ_ପଢାଅ

Sunday, August 1, 2021

ବୃଦ୍ଧାଶ୍ରମ

II**ବୃଦ୍ଧାଶ୍ରମ** ll 👏🙏👏

ଆଖି ଖୋଲିଲେ ମମତା ଦେବୀ, ହସ୍ପିଟାଲ ବେଡ୍ ପରି ଲାଗୁଥାଏ ପାଖରେ ସୁଧିର ବାବୁ ଙ୍କ ସହ ଅନ୍ୟ ଆଶ୍ରମ ଅନ୍ତେବାସୀ l

ସେଦିନ ରାତ୍ରି ଭୋଜନ ବେଳେ ମୁଣ୍ଡ ବୁଲାଇ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ ମମତା ଦେବୀ, ତାପରେ କେମିତି କଣ ଘଟିଗଲା ତାଙ୍କର କିଛି ମନେ ନାହିଁ l କୋହ ଉଠାଇ କାନ୍ଦିବାକୁ ଲାଗିଲେ l ଆଶ୍ରମ ଅନ୍ତେବାସୀ ସମସ୍ତଙ୍କ ଆଖିରେ ଲୁହ l ଏମିତି ସ୍ନେହ ପ୍ରେମ ସେ ବହୁତ୍ ପୂର୍ବରୁ ଭୁଲି ଯାଇ ଥିଲେ, ଯେବେ ଠାରୁ ତାଙ୍କ ସ୍ଵାକେବplLବpବ ଅଶ୍ବିନୀ ବାବୁଙ୍କର ଦେହାନ୍ତ ହୋଇଛି l ସମୟ ଆସିଲା ହସ୍ପିଟାଲ ରୁ ଡିସଚାର୍ଜ ହେବାର l ଡକ୍ଟର ବାବୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ହେଉ ଥାନ୍ତି ଆଶ୍ରମର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର ଭୋଳ ଙ୍କ ସହ l ଭୋଳ ବାବୁ ନିଜ ଗାଡିରେ ମମତା ଦେବୀ ଙ୍କ ସହ ତାଙ୍କର ରକ୍ଷଣାବେକ୍ଷଣ କରୁଥିବା ସୁଧୀର ବାବୁଙ୍କୁ ନେଇ ଆସିଲେ ବୃଦ୍ଧାଶ୍ରମ କୁ l

 ଆଶ୍ରମ ରେ ମମତା ଦେବୀ ଙ୍କ ପାଖରେ ବହୁତ୍ ଗହଳି l କିଏ ଗୋଡ ଦବାଇ ଦେଉଥିଲା ତ କିଏ ଅଙ୍ଗୁର ଖୁଆଇ ଦେଉଥିଲେ l ଦୀର୍ଘ 15 ଦିନ ପରେ ସେ ଫେରିଛନ୍ତି ତାଙ୍କର ପ୍ରିୟ ଅନ୍ତେବାସୀ ଙ୍କ ପାଖକୁ ଯେଉଁଠି ତାଙ୍କୁ ମିଳିଛି ଅନାବିଳ ସ୍ନେହ ଓ ଶ୍ରଦ୍ଧା l ନିଜ ଜନ୍ମ୍ କଲା ସନ୍ତାନ ଠାରୁ ବିତାଡିତ ଆଶ୍ରମ ବାସୀଙ୍କ ନିଜର ମାନେ llllplllLllllplllllllllllllllllllllllllllllllllllllllllllllllllllllllllLlllllllllllLlLlPoo
Io9
Ooooooopopolo ଭୋଳ ବାବୁ, ସମଦଶା ଭୋଗୁଥିବା ସହବାସିନୀ ଓ ଆଶ୍ରମ ପରିଧି ମଧ୍ୟରେ ଥିବା ଅଗ୍ର ପୂଜ୍ୟ ଗଣପତି ବାପା ଙ୍କ ମନ୍ଦିର l ସନ୍ଧ୍ୟା ଆଳତି ସମୟରେ ସମସ୍ତେ ଏକାଠି ହୁଅନ୍ତି ଓ ଆଶ୍ରମ ସହ ନିଜ ପିଲାମାନଙ୍କ ର ଉନ୍ନତି କାମନା କରନ୍ତି l ଧୀରେ ଧୀରେ ମମତା ଦେବୀ ସୁସ୍ଥ ଅନୁଭବ କଲେ ଆଉ ସେଦିନ ସନ୍ଧ୍ୟାରେ ସୁଧିର ବାବୁଙ୍କ ସହ ଅଗ୍ରପୂଜ୍ୟ ଙ୍କ ମନ୍ଦିର ରେ ଆଳତି ରେ ଯୋଗଦେଲେ l

ଆଳତି ଶେଷରେ ଦୁହେଁ ବସିଥାନ୍ତି ମନ୍ଦିର ପାଖ ବଗିଚାରେ l ମମତା ଦେବୀ ଙ୍କ ସୁଧିର ବାବୁଙ୍କ ଭଲ ସମ୍ପର୍କ ଥାଏ ଆଉ ଦୁହିଁଙ୍କ ମଧ୍ୟରେ ବହୁ ସାମଞ୍ଜସ୍ୟ ମଧ୍ୟ ll ବୟସ ର ଅପରାହ୍ନରେ ଦୁହେଁ ନିଜ ନିଜ ସନ୍ତାନମାନଙ୍କ ଠାରୁ ଅବହେଳିତ ଓ ବିତାଡିତ l ଗୋଟିଏ ସମୟରେ ହିଁ ଦୁଇଜଣଙ୍କ ପ୍ରବେଶ ହୁଏ ଆଶ୍ରମ ମଧ୍ୟରେ l ଦୁହେଁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ll

ଏଠି ସମସ୍ତଙ୍କ ସମଦଶା ତେଣୁ କିଏ କାହା ସହ ଘଟି ଯାଇଥିବା ଘଟଣାର ଆଲୋଚନା କରନ୍ତି ନାହିଁ l ଏମାନଙ୍କ ପାଇଁ ଆଶ୍ରମ ଅନ୍ତେବାସୀ ବସୁଧୈବ କୁଟୁମ୍ବକମ୍ l କିଛି ସମ୍ପର୍କୀୟ ଲୋକ ଆସନ୍ତି ବୁଲିବାକୁ ଆଶ୍ରମକୁ ତ କିଛି ବଡ ବଡ଼ିଆ ଲୋକ ଛୁଆଙ୍କ ଜନ୍ମଦିନ ରେ ମିଠା ଓ ଫଳ ବାଣ୍ଟନ୍ତି l ନିଜ ରକ୍ତର ନାତି ନାତୁଣୀ ମାନଙ୍କ ଠାରୁ ଚକୋଲେଟ୍ ଓ ମିଠା ଖାଇବା ଭାଗ୍ୟରେ ଆସି ଥାଏ ଆଶ୍ରମ ଅନ୍ତେବାସୀଙ୍କର , ସେ ନିଜର ହିସାବରେ ନହେଲେ ବି ଅଚିହ୍ନା ସ୍କୁଲ କଲେଜ ଷ୍ଟୁଡେଣ୍ଟ ହିସାବରେ l
ଆଉ ଆତ୍ମବିଭୋର ହୋଇ ଉଠନ୍ତି କୁନି କୁନି ଛୁଆ ମାନକୁ ପାଇ ll

ସେଦିନ କିନ୍ତୁ ସୁଧିର ବାବୁ ମନ୍ଦିରରେ ଅଧିକ ଭାବ ପ୍ରବଣତା ଥିବା ଲକ୍ଷ୍ୟ କରିଥିଲେ ମମତା ଦେବୀ l ଆଶ୍ରମ ର ସବୁଠାରୁ ଧୈର୍ଯ୍ୟବାନ ଓ ସୁଖଦୁଃଖ ର ସାଥୀ ହେଉଛନ୍ତି ସୁଧିର ବାବୁ, ତାଙ୍କର ଏପରି ଲକ୍ଷଣ ନିହାତି ଭାବେ ଅନ୍ୟ ମାନଙ୍କୁ ଆଶ୍ଚର୍ଯ୍ୟ ରେ ପକାଇ ଦେଇଥିଲା l ମମତା ଦେବୀ ଉପହାସ କରନ୍ତି ସୁଧିର ବାବୁଙ୍କୁ, ଆରେ ସୁଧିର ବାବୁ ଆପଙ୍କର ପୁଣି କଣ ହେଲା l ଆଉ କଣ ବାକିଅଛି ଦୁର୍ଦ୍ଦଶା ଆପଙ୍କର ଦୁଃଖୀ ହେବା ପାଇଁ???

            ଅତି ଗମ୍ଭୀର କଣ୍ଠ ରେ ବର୍ଣ୍ଣନା କରିଥିଲେ ବିଗତ ଦିନର ସ୍ମୃତିର କାହାଣୀ I ଆଖି ଭାରି ଭାରି ଜଣାପଡ଼ୁଥିଲା, ଅଟକି ଯାଉଥିଲା ଶବ୍ଦସବୁ ଗଳା ପାଖରେ l ଆଖିରେ କାହାକୁ ଲୋଡ଼ିଥିବାର ଆଭାସ ଓ ପୁଳା ପୁଳା ସ୍ୱପ୍ନର ସମ୍ଭାର ll

           ଆଜିର ଦିନରେ ପ୍ରତିବର୍ଷ ଘର ତାଙ୍କର ଫାଟିପଡ଼େ ବନ୍ଧୁ ବାନ୍ଧବ ଙ୍କ ଦ୍ଵାରା l ପୂଜା ବିଧି, ପିଠା ପଣା ଓ ଭୋଜି ଭାତ ରେ ଘର ପୁଲକିତ ହୋଇ ଉଠୁଥିଲା l 13th ସେପ୍ଟେମ୍ବର, ଗଣେଶ ପୂଜା ମୋ ବଡ ପୁଅର ଜନ୍ମଦିନ, ସେ ବର୍ଷ ବି 13th ସେପ୍ଟେମ୍ବର ଗଣେଶ ପୂଜା ଥିଲା l

    
       ବିବାହର 8ବର୍ଷ ପରେ ଠାକୁର ତା ମାର ଡାକ ଶୁଣି ତାକୁ ବନ୍ଧ୍ୟା ଦୋଷରୁ ମୁକ୍ତି ଦେଇଥିଲେ l
ଦୁଇ ଦୁଇଟି ପୁଅ, ଦୁହେଁ ଉଚ୍ଚ ଶିକ୍ଷିତ l ବଡ ପୁଅ ନିକଟ ସହର ରେ ଡକ୍ଟର ଅଛି ଓ ସାନପୁଅ ସଫ୍ଟୱେର ଇଞ୍ଜିନିୟର, ଆମେରିକା ରେ ସେଟେଲ l ଶେଷ ଥର ପାଇଁ ଆସିଥିଲା ତା ମା ର ମୃତ୍ୟୁ ସମୟରେ 7 ଦିନ ପାଇଁ, ପ୍ରାୟ 10 ବର୍ଷ ହୋଇ ଗଲାଣି l ବାପା ଅଛନ୍ତି ବୋଲି ତାହାର ମନେ ବି ନଥିବ l ଆଉ ବଡ କଥା ନକହିବା ଭଲ l ତାର ଜନ୍ମ ରେ ସେ କୁଆଡେ ଆଖାପାଖର 3 ଖଣ୍ଡ ଗାଁ କୁ ଭୋଜି ଦେଇ ଥିଲେ ଓ ତାର ପଢ଼ା ପାଇଁ ବାପାଙ୍କ ତିଆରି ଭିଟାମାଟି କୁ ବି ବିକ୍ରି କରି ଭଡା ଘର କୁ ଚାଲି ଯାଇଥିଲେ l ଅସହାୟ ବୟସରେ ଦୁଇ ମୁଠା ଖାଇବାକୁ ନଦେଇ ଘରୁ ବାହାର କରିଦେଲl ll

         ସୁଧିର ବାବୁଙ୍କ କଥା ଶୁଣି ଏକ ପ୍ରକାର ସ୍ତବ୍ଧ ହୋଇ ଯାଇଥିଲେ ମମତା ଦେବୀ ଏବଂ ଶ୍ରାବଣ ର ବର୍ଷା ପରି ଅନବରତ ବୋହି ଚାଲିଥିଲା ତାଙ୍କ ଆଖିରୁ ଅଶ୍ରୁ l ତାଙ୍କୁ ବି ଲୋଡ଼ିଥିବା ମଣିଷ ଏବେ ଆଉ ଏହି ସଂସାରରେ ନାହାନ୍ତି l ସମାଜ ଆଗରେ ସେ ଜଣେ ପରିତ୍ୟକ୍ତ ବ୍ୟକ୍ତି l ସେ ବି ନିଜ ପୁଅ ବୋହୂ ଠାରୁ ବିତାଡିତ ହୋଇ ନଇ ପାଣିରେ କୁଟାଖିଅ କୁ ଆଶ୍ରିତ ପରି ବୃଦ୍ଧାଶ୍ରମ ରେ ଆଶ୍ରିତ l

      ପୁଅ ବଡ ଅଫିସର, ଟଙ୍କା ଧନ ସମ୍ପତ୍ତି ରେ ଅଭାବ ନାହିଁ l ବର୍ଷକୁ ଥରେ ଆଶ୍ରମ ଆସି ମୋଟା ଅଙ୍କର ପଇସା ଦେଇ ଯାଏ ଆଶ୍ରମ ରେ କିନ୍ତୁ ମା କୁ ଘରେ ରଖିଲା ନାହିଁ ll

           "" ବୃଦ୍ଧାବସ୍ଥା ରେ ଉଚ୍ଚ ପଦସ୍ଥ ଅଧିକାରୀ, କିରାଣୀ, ବ୍ୟବସାୟୀ, ଚାଷୀ, ଧନୀ ଗରିବ, ପୁରୁଷ ସ୍ତ୍ରୀ ସମସ୍ତଙ୍କ ପାଇଁ ଏକା ପରି ହୋଇଥାଏ l ଭେଦ ଭାବ ଏଠାରେ ନଥାଏ କିଛି l ପଦ ପଦବୀ, ଧନ ଓ ପୁରୁଷତ୍ୱ ର ଅହଙ୍କାର କିଛି ପ୍ରଧ୍ୟାନ୍ୟ ରହେନା l ବୃଦ୍ଧାବସ୍ଥା ର ଅସହାୟତା, ଅସୁସ୍ଥତା, ଅକ୍ଷମତା ଓ ଏକାକିତ୍ତ୍ଵ ସବୁ ଅହଙ୍କାର କୁ ଭାଙ୍ଗି ଦିଏ ଏବଂ ଜୀବନର ସତ୍ୟତା କୁ ଚେତେଇ ଦିଏ ""

ସୁଧିର ବାବୁ ନିଜକୁ ସମ୍ଭାଳିବାକୁ ଲାଗିଲେ ମମତା ଦେବୀ ଙ୍କ କଥା ଶୁଣି l ତାଙ୍କ ଠାରୁ ଆହୁରି ଅଧିକ ଦୁଃଖି ଅଛନ୍ତି ଦୁନିଆ ରେ l ଠିକ୍ ଅଛି ସେ ତ ବାପା ଥିଲେ କିନ୍ତୁ ମମତା ଦେବୀ ତ ମା ନା???

          କିଛିଦିନ ପୂର୍ବରୁ ଟେଲିଭିଜନରେ ଦେଖି ଥିଲେ ଜନ୍ମକଲା ମା କୁ ପୁଅ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ମାରିଥିଲା l ଦେଖେଣା ହାରି ବି ଚୁପ୍ ଚାପ୍ ଭିଡିଓ ରେକର୍ଡିଙ୍ଗ କରି ଦୃଶ୍ୟ ର ମଜା ନେଇଥିଲେ l ସତ ରେ କେତେ ନିଷ୍ଠୁର ନାହିଁ ଏ ଦୁନିଆ l

          ଯେଉଁ ମା ଦଶ ମାସ ନିଜ ପେଟ ରେ ଧରି ଲାତ ଗୋଇଠା ଖାଇଥିଲା l ପ୍ରସବ ବେଦନା ସହି ଛୁଆ କୁ ଜନ୍ମ୍ ଦେଇଥିଲା, ନିଜ ପେଟକୁ ନ ଖାଇ ପୁଅ କୁ ଖୁଆଇ ବଡ କରିଥିଲା ସେ ପୁଅ ଠାରୁ ଟିକେ ମାଡ, ଗାଳି, ବିଧା, ଚାପୁଡ଼ା ତ ଖାଇଛି ଅସୁବିଧା ହୋଇଗଲା କଣ ଯେ?????

              ମାକୁ ଏତେ ସହିବାର ଶକ୍ତି ତ ଦେଇଛି ଦଇବ ବିଧା ଚାପୁଡ଼ା ସହିବନି କେମିତି???

ପୁଅ କାହା ପିଠିରେ ଶୁଝାଇବ ନିଜ ରାଗ ଘୃଣା ଓ ଇର୍ଷା କୁ, ମା ପିଠିରେ ନା???
ମା ପରା, ଠାକୁରଙ୍କୁ ଡାକି ତାର ରଙ୍କ ରତନ କୁ ଦୁନିଆକୁ ଆଣିଛି ତା ମୁହଁ ରେ ନିଆ ଗେଞ୍ଜଣl ଦେବା ପାଇଁ l ମୋକ୍ଷ ନିମନ୍ତେ ସବୁ ମା ସହି ଯାନ୍ତି କେତେ ଯେ ମାଡ ଗାଳି ll

    ମା ପରା ଦେବୀ, ସେ ସବୁ ସହିଯିବ l ସବୁ ବଥା କୁ ନେଇ ଶ୍ମଶାନ ଚାଲିଯିବ ପୁଅ ହାତରୁ ନିଆ ହୁଳା ଖାଇବା ପାଇଁ l
ସେ ପଥର ଦେବୀ, ତାକୁ ଆହୁରି ମାର, ଦାଣ୍ଡରେ ଘୋଷାରି ଘୋଷାରି ମାର, ପାଟିରେ କନା ବିଣ୍ଡl ଦେଇ ଲାତ ମାର, ଭିଡିଓ ରେକର୍ଡ଼ କରି ୟୁଟ୍ୟୁବ୍ ରେ ଅପଲୋଡ କର lଫେସବୁକ୍ ଏବଂ ୱାଟସ୍ଆପ୍ ରେ ଭିଡିଓ ଭାଇରlଲ କର, ସେ କିଛି କହିବନି, ପ୍ରତିବାଦ ବି କରିବନି, କେବଳ ପୁଅର ମଙ୍ଗଳ ପାଇଁ ହାତ ଯୋଡ଼ି ଆଶୀର୍ବାଦ ଛଡାଇ ଆଣିବ ଠାକୁରଙ୍କ ପାଖରୁ ll

ମା ର ହାତ ଅଛି ନା ତା ମୁଣ୍ଡରେ କେମିତି ଭଲ ରହିବନି?? କେବେ ବି ଅଭିଶାପ ଦେବନି ସେ ମା, ଏଇଟା ମା ର ଅସହାୟତା ନା ପୁତ୍ର ସ୍ନେହେ ଅନ୍ଧ ମାତୃତ୍ୱ ନା ସେ ମା ର ବଡପଣ ଏକଥା ଏବେବି ଅବୁଝା ll

           କଥା କଥା ରେ ମମତା ଦେବୀ ଭୟଭୀତ ହୋଇ ସୁଧିର ବାବୁ ଙ୍କୁ ପ୍ରଶ୍ନ କଲେ, ସତରେ ସୁଧିର ବାବୁ ଅସହାୟ ବୃଦ୍ଧାବସ୍ଥା ରେ ସମସ୍ତଙ୍କ ର ସ୍ଥାନ କଣ ଏହି ବୃଦ୍ଧାଶ୍ରମ, ଆମ ପିଲାମାନଙ୍କର ବି ଶେଷ ଠିକଣା କଣ ଏହି ବୃଦ୍ଧାଶ୍ରମ?????

କଥାରେ କଥାରେ ରାତ୍ରି ଅନେକ ହୋଇ ଯାଇଥାଏ l ହଠାତ୍ ଆଶ୍ରମ ର ଘଣ୍ଟି ବାଜି ଉଠିଲା ରାତ୍ରି ଭୋଜନ ପାଇଁ ଏବଂ ମମତା ଦେବୀ ଓ ସୁଧୀର ବାବୁ ସବୁଦିନ ପରି ନିଜ ନିଜ ପ୍ଲେଟ୍ ନେଇ ପହଞ୍ଚି ଗଲେ ଧାଡ଼ିରେ ll

**ଅଂଶୁମାନ ପଣ୍ଡା **🙏🙏🙏

ସେ ମୋ ବାପା, ସେ ମୋର ପିତା

ପିତା ଜନ୍ମ ଦାତା, ପିତା ପାଳନ କର୍ତ୍ତା
ପିତା ହର୍ତ୍ତା-କର୍ତ୍ତା, ଦଇବ ବିଧାତା
ଯିଏ ନିଜ ଛାତି ତଳେ ଚାପି ରଖେ
ଅନେକ ବର୍ଷର ଅକୁହା କଥା
ଜୀବନ ରଣକ୍ଷେତ୍ରେ
ଯିଏ ମୋର ପିତାମହ ଭୀଷ୍ମ
ଯନ୍ତ୍ରଣାର ଶରଶଯ୍ୟାରେ
ହାରିବାକୁ ଦିଏ ନାହିଁ
ନଇଁ ବାକୁ କୁହେ ନାହିଁ
ଆସୁପଛେ , ଜୀବନର ଚଲାପଥେ
ଯେତେ ଝଡ, ଝଂଜା,ବତାସ
ସତ୍ଯ ପଥେ,ଧର୍ମ ପଥେ
ଚାଲି ବାକୁ କୁହେ
ସବୁ ସହିବାକୁ କହେ
ସେ ମୋ ବାପା, ସେ ମୋ ପିତା। 

ଅବିଶ୍ରାନ୍ତ ପଥିକ ସେ
ଅନନ୍ତ ମାର୍ଗର ମାର୍ଗ ନିର୍ଦ୍ଦେଶକ
ସ୍ଥିର, ଶାନ୍ତ ଗ୍ରହର
ଧ୍ରୁବତାରା 
ସେ ମହାଦ୍ରୁମ, ମୋ ଗାଣ୍ଡିବ ଧାରୀ ଅର୍ଜୁନ ସେ ଗ୍ରୁହରକ୍ଷକ
ପରିବାରର ନିୟନ୍ତ୍ରଣ କାରକ
ପ୍ରଥମ ଶିକ୍ଷକ
ସଂପର୍କର ସେତୁବନ୍ଧ ବାନ୍ଧି ଦେଇଥାଏ
ଯିଏ ଦେଇଥାଏ ମୋର ପୂର୍ଣ୍ଣ ବିବରଣୀ
ସଂପୂର୍ଣ୍ଣ ପରିଚୟ
ମୋ  ହ୍ରୁଦୟରେ 
ଯାହା ସ୍ପନ୍ଦନ କଥା କହେ
ମୋ ରକ୍ତରେ ରକ୍ତରେ 
ଯାହା ରକ୍ତ ବହେ, 
ମୋ କଥାରେ କଥାରେ
ଯାହା କଥା ବାସେ
ମୋ ଚାଲିରେ  ଚାଲିରେ
ଯାହା ଚାଲି ମିଶେ
ମୋ ମୁହଁରେ ଯାହା ମୁହଁ ଦିଶେ
ସେ ମୋ ବାପା, ସେ ମୋ ପିତା। 

ଜୀବନ ନାଟକର ଶ୍ରେଷ୍ଠ କଳାକାର ହୋଇ
ଖରା, ବର୍ଷା ଓ ଶୀତକୁ ଖାତିର୍ ନ କରି
ଯିଏ ବହିଯାଏ ପବନେ ପବନେ
ଯିଏ ଉଡ଼ି ଯାଏ ଗଗନେ ଗଗନେ
ମିଶି, ମିଶାଏ ମାଟି-ଆକାଶ
ନିଳକଣ୍ଠ ସାଜି ହସି ହସି ବିଷ
ଜୀବନ ସହ ବାଜି ଲଗାଏ
ଶେଷ ନିଃଶ୍ବାସ ଥିବା ଯାଏ
ଗଦା ଗଦା ଦୁଃଖ, ଯନ୍ତ୍ରଣା ଓ କଷ୍ଟକୁ ସହି
ନିନ୍ଦା, ଅପବାଦ ସହ ଲୁହକୁ ପିଇ
ବିନା ଦ୍ବିଧାରେ, ବିନା କ୍ଲାନ୍ତରେ
ଛୁଇଁ ଯାଏ ହିମାଳୟ,ସମୟ ସାଥେ
ଯିଏ ପ୍ରତିଟି ସନ୍ତାନର ସୂଚୀପତ୍ର ଲେଖେ
ସେ ମୋ ବାପା, ସେ ମୋ ପିତା। 

ପିତା, ତ୍ୟାଗ ଓ ସାଧନାର ପ୍ରତୀକ
ଭାବ, ଭକ୍ତି ଓ ଭୟର ସୂଚକ
ଖୁସି ଟିକିଏ ପାଇଁ 
ଯିଏ ଭୁଲିଯାଏ ନିଜ ହସ, ନିଜ ଖୁସି
ନିଜ ସୁଖକୁ ଜଳାଂଜଳି ଦେଇ
ସଭିଙ୍କ ଆଶା ପୂରଣ କରେ
ସଭିଙ୍କ ସ୍ବପ୍ନ ସାକାର କରେ
ଯାହାର କର୍ମ ଓ କର୍ତ୍ତବ୍ଯରେ
ସାରା ଘର, ପରିବାର ମହକେ
ପିଣ୍ଡା, ଦୁଆର, ଅଗଣା ଚମକେ
ଯିଏ ଦିଏ ରାହା, ସାହା
କାୟା, ଛାୟା ହୋଇ ରହିଥାଏ
ଚାରିପାଶେ  ପ୍ରତିଟି ମୁହୂର୍ତ୍ତ
ଭଲପାଇବାର ସୂକ୍ଷ୍ମ ସୂତ୍ର ଟିଏ 
ପ୍ରୟୋଗ କରି
ବଢିଥାଏ ଆଗକୁ ଆଗକୁ
ନା ଦୁଃଖରେ ଦୋହଲେ
ନା ବିପଦେ ଚହଲେ
ଅନ୍ତର୍ଚେତନା ଭରିଦିଏ ପ୍ରତିଟି ମନରେ
ନିଜକୁ ବୁଝାଇ, ସଭିଙ୍କୁ ବୁଝାଏ
ଘରକୁ ମନ୍ଦିର କରି ମୁଖଶାଳାରେ
ଦୀପ ଟିଏ ହୋଇ ଅନବରତ ଜଳୁଥାଏ
ନିଜକୁ ତଉଲୁଥାଏ
(ସେଥିପାଇଁ ପିତା ଧର୍ମ, ପିତା କର୍ମ
ପିତା ହିଁ ପରମଗୁରୁ) 
ସେ ମୋ ବାପା, ସେ ମୋ ପିତା। 
🙏ନିଧି ସାହୁ, ପଦାର୍ଥ ବିଁଗାନ🌹
🙏🙏 ହିନ୍ଦ୍, ଜୟ ଭାରତ, 
ବନ୍ଦେ ଉତ୍କଳ ଜନନୀ🙏🙏

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy