~~~~~~~~~~~~~~~~~
ପରାଧିନତାର ଶୃଙ୍ଖଳ ଛିଣ୍ଡାଇ
ଆମେ ସ୍ୱାଧୀନ ହୋଇଲେ
ଗୋରା ସାହେବଙ୍କ କଷଣେ ଶୋଷଣେ
କେତେଯେ କଷ୍ଟ ପାଇଲେ ||1||
ବଣିକ ଜାତିର ଚାତୁରୀ ପଣରେ
କିଛି ଚାଟୁକାର ଥିଲେ
ନିଜ ଗୋଡ଼େ ନିଜ କୁରାଢ଼ୀ କୁ ମାରି
ପରାଧୀନ ଆମେ ହେଲେ ||2||
ଅନେକ ଯାତନା ନିର୍ଯାତନା ସହି
ଦୁଃଖ କଷ୍ଟ ବରି ଥିଲେ
ଭକୁଆ ବନାଇ ଆମ ଧନ ରତ୍ନ
ଅନେକ ବୋହିସେ ନେଲେ ||3||
ଗାନ୍ଧୀ ବକ୍ସି ମୋତି ପଟେଲ ସୁବାଷ
କେତେ ବୀର ଜନମିଲେ
ସ୍ୱାଧୀନତା ପାଇଁ ଲଢ଼ି ଥିଲେ ସେଯେ
କେତେଯେ ସହିଦ ହେଲେ ||4||
ସ୍ୱାର୍ଥ ତ୍ୟାଗ କରି ଆତ୍ମୋତ୍ସର୍ଗ କରି
ଆଗକୁ ବାହାରି ଥିଲେ
ତାଙ୍କ ବଳିଦାନେ ଅହିଂସା ମନ୍ତ୍ରରେ
ସ୍ୱାଧୀନତା ଆଣି ଦେଲେ ||5||
ହେ ବୀର ମହାନ ସୁଯୋଗ୍ୟ ସନ୍ତାନ
ଫେରିଆସ ଆଉଥରେ
ଦେଇ ଥିବା ତୁମ ସ୍ୱାଧୀନତା ରୂପ
ପରଖି ନିଅ ଏଠାରେ ||6||
ରାମରାଜ୍ୟ ଆଜି ସ୍ବପ୍ନ ହୋଇଅଛି
ବାଡତ ଫସଲ ଖାଏ
ଅନ୍ୟାୟ ଅନୀତି ଦୁର୍ନୀତିର ଗତି
ପ୍ରଖର ବେଗରେ ଧାଏଁ ||7||
ଆହେ ଜନ ଗଣ ହୋଇବା ସଜାଗ
ସଭିଏଁ ଶପଥ ନେଇ
ସ୍ୱାଧୀନତା ଆମ ବଞ୍ଚାଇ ରଖିବା
ମନ ପ୍ରାଣ ଆମ ଦେଇ ||8||
~~~~~~~~~~~~~~~~~~~~
ରତିନାରାୟଣ ରାଉତ (ପ୍ର. ଶି.)
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା
~~~~~~~~~~~~~~~~~~~~
No comments:
Post a Comment