Sunday, August 30, 2020

ହୋଇ ପାରିଲାନି ବାହାଘର

✍ସୁକାନ୍ତ ଖଣ୍ଡା

ଝପର ଝପର ବରଷା ହେଲା
ଅହରହ ଦିନରାତି
ବେଙ୍ଘୁଲୀ ପୁଅ ବାହା ହେବାକୁ
ଡାକିଲା ତା'ର କତି। ୧
ଆକାଶ ବସି ବାଜା ବଜାଏ
ତାଳ ଦେଇ ଘଡ଼ଘଡ଼ି 
ରଙ୍ଗ ବେରଙ୍ଗ ଆଲୁଅ କେତେ
ବିଜୁଳି ଦେଉଛି ଝାଡ଼ି। ୨
ବେଙ୍ଗୁଲୀ ପୁଅ ହୋଇ ଉଷତ
ଭୋଜି ଦେବ କେତେ ଚିଜ
ଜାତି ଭାଇ ତା' କରନ୍ତି କାମ
କରୁଛନ୍ତି ସଜବାଜ।୩
ଚତୁର୍ଦ୍ଦଶୀରେ ଆଜି ସୁଝିଛି
ଶିବ ମନ୍ଦିରେ ହେବ
ବେଙ୍ଗ ଜାତିର ଭାଦ୍ରବ ମାସେ
ଶୁଭ ଲଗ୍ନ ରହିଥିବ। ୪
ଉଚ୍ଛୁଳି ଉଠୁ ଥିଲା ଉତ୍ସବ
ଗୋଖୁରଟିଏ ଯାଇ 
ବରକୁ ଧରି ଗିଳି ବସିଲା
ଦେଖିକି ଗଲେ ପଳେଇ।୫
ଫସର ଫାଟି ଗଲା ବିବାହ
ବେଙ୍ଗୁଲୀ କାନ୍ଦେ ବସି
ଗୋଟିଏ ବୋଲି ପୁଅକୁ ମୋର
ସାପ ଖାଇଲା ହସି।୬
ବରଷା ଛାଡ଼ି ଖରା ହେବାରୁ
ସଭିଏଁ ଲୁଚି ହିଁ ଗଲେ 
ଆର ବରଷ ଶୁଭ ଲଗନ
ବଞ୍ଚି କି ତ ରହିଥିଲେ?୮
ଏକଲା ବେଳେ ବେଙ୍ଗୁଲୀ କାନ୍ଦେ
ତା' ପୁଅକୁ ମନେ କରି
ଖିଆ ନାହିଁକି ପିଇଲା ନାହିଁ
ମରିଲା ସେ ଝୁରିଝୁରି।୯
ଜାତି ଭାଇଏ ଚିତାଗ୍ନୀ ଦେଲେ
ଏ ବେଙ୍ଗୁଲୀ ନାନୀଙ୍କର
ସମାଧି ଦେଇ ନିଇତି ପାଣି
ଦେଇ ବୁହାନ୍ତି ଝର।୧୦
               *
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର 
ଜି-କେନ୍ଦୁଝର ପି-୭୫୮୦୨୮

ନୀଳା ଚଳିଆ

 ✍ବାସନ୍ତୀ ଲତା ଜେନା

ନୀଳ କନ୍ଦରରେ ବସିଛୁ କାଳିଆ 
ଭାଇ ଭଉଣୀକୁ ନେଇ 
ଜଗତ ବାସୀ ତ ଦୁଃଖରେ ଡାକନ୍ତି 
ନ ଶୁଣୁଛୁ କାହିଁ ପାଇଁ        l 1l

ତୁମେ ପରା ପ୍ରଭୁ  ଜଗତ ଈଶ୍ୱର 
ବିଶ୍ୱାସରେ ରହି ଥାଅ 
ଭlଵ ବିନୋଦିଆ ମୋ କଳା ସାଆନ୍ତ
ପ୍ରତି ହୃଦେ ରହି ଥାଅ         l 2l

ତୁମ ଚକା ଆଖି ଶୟନେ ସପନେ 
ମୋ ନୟନେ ନାଚୁ ଅଛି 
ନିଃଶ୍ବlସରେ ତୁମେ ପ୍ରଶ୍ଵାସରେ ତୁମେ 
ତୁମ ଗୁଣ ଗାଉ ଅଛି           l 3l

ତୁମେ ତ ମୋର ଆରାଧ୍ୟ ଦେବତା 
ଜୟ ଜଗନ୍ନାଥ ନାମ 
ଭଲ ମନ୍ଦ କିଛି ଜାଣି ନାହିଁ ପ୍ରଭୁ 
ଡାକି ବକି ତୁମ ଧାମ       l 4l

ତୋ ବଡ଼ ଦେଉଳେ ପାଦ ପକାଇବି 
ତୋର ମୁଖ ଦେଖୁ ଥିବି 
ସଂସାର ଜଞ୍ଜାଳ ସବୁ ଭୁଲି ଯିବି 
ତୋତେ ଛାଡ଼ି ନ ପାରିବି   l 5l

ଶରଧା ବାଲିରେ ଘର ମୁଁ କରିବି 
ଦେବୁ ଖଣ୍ଡେ ମୋତେ ଜାଗା 
ସଞ୍ଜ ସକାଳରେ ଦୀପ ମୁଁ ଜାଳିବି 
ତୋ ପାଇଁ ହେବି ସୁ ଭାଗା    l 6l

ତୋ ସିଂହ ଦୁଆରେ ଘଡ଼ିଏ ବସିବି 
ଭଜନ ମୁଁ ଗାଉ ଥିବି 
ଏହି କୃପା ମୋତେ କରିବ ସlଇଁ ହେ 
ଦୁଃଖ ମୋର ଭୁଲି ଯିବି      l7l

ଆନନ୍ଦ ବଜlରେ ଅଭଡ଼ା ଭୁଞ୍ଜିବି 
ପିଇବି ଟଙ୍କ ତୋରାଣି 
ତୋ ଶ୍ରୀ ମନ୍ଦିରରେ ଘଡ଼ିଏ ଶୋଇବି 
ମନା ମୋତେ କରିବୁନି       l 8l

ବହୁ ଆଶା ନେଇ ଆସିଛି ଠାକୁରେ  
ତୁମେ ପରା ମୋ  ଜୀଵନ 
ଅନ୍ଧାର ଲଉଡ଼ି ଜୀଵନ ସଙ୍ଖାଳି 
ସରି ଯାଉ ମୋର ଦିନ      l 9l

ଅନ୍ତିମ ସମୟ ଯେବେ ମୋର ହେବ 
ପାଖେ ପାଖେ ମୋର ଥିବ 
ତୋର ମୁଖ ଦେଖି ଜୀବ ମୋର ଯିବ 
ଏତିକି କୃପା କରିବ      l10l

ବାସନ୍ତୀ ଲତା ଜେନା, 
ଗାନ୍ଧିନଗର, ନବରଙ୍ଗପୁର  l

ଅଜଣା ଚିହ୍ନା ମୁହଁ ଗୁଡିକ..

✍ଏଇ କାହିଁ ବରଷ ତଳେ... 
ନୂଆ ନୂଆ ଯୋଡିଥିଲି.. ମୁଁ.. 
ସାରସ୍ୱତ ସାହିତ୍ୟ ସାଧନା ରେ..
ଯୋଡି ଥିଲି ଜୀବନ ଫର୍ଦ ରେ !!

କିଛି ଚେହରା ଙ୍କ ସହ ପରିଚୟ.. 
ଏୟାବତ୍ ପରିଚିତ ନ ଥିଲେ.. 
ସିଧା ସିଧା ଜୀବନ ପ୍ରଣାଳୀ... 
ଏବେ ସିଏ ମୋ ଜପାମାଳି !!

ଦଶ ଛ ର ନିତ୍ୟ ଜୀବନ.. 
ନିୟମିତ କାର୍ଯ୍ୟକ୍ରମ ନିତିଦିନ.. 
ଶୃଙ୍ଖଳିତ ଜୀବନ ପ୍ରଣାଳୀ... 
ଏବେ ସେ ସବୁ ନାହିଁ ! ! !

ପରିବର୍ତ୍ତନ ଭାରି ମାତ୍ରାରେ... 
ସକାଳ ର ପ୍ରଥମ ଦର୍ଶନ.. 
ମୋବାଇଲ ର ଟଚସ୍କ୍ରିନ ଉପର.. 
ବୃଦ୍ଧ ଆଙ୍ଗୁଠି ଟି ଚଳାୟମାନ !!

ଶତାଧିକ ସାରସ୍ୱତ ପ୍ରେମୀ ଙ୍କ.. 
ଛବି ଭାସିଉଠେ ମାନସପଟରେ.. 
ଯିଏ ଅଚିନ୍ହା ଥିଲେବି ଆପଣାର.. 
ମିଳି ନ ଥିଲେବି ଲାଗେ ପରିଚିତ !!

ବାର୍ତ୍ତାବିନିମୟ ମାଧ୍ୟାମେ ସମ୍ପର୍କ.. 
ନିବିଡ଼ ରୁ ନିବିଡ଼ତ୍ତର ଆପଣାର... 
ସତେ ପରିଚୟ କେଇ ଯୁଗର... 
ଦିନେ କଥା ନ ହେଲେ ସତରେ !!

ଲାଗୁଥାଏ କେତେ ଯୁଗସମ... 
ଗଢ଼ିଥିଲା ସମ୍ପର୍କ ର ସୌଧ.. 
ବିଶ୍ୱାସ ର ପୃଷ୍ଟଭୂମିରେ... 
ଭରଷା ର କଂକ୍ରିଟ ଲୁହାରେ !!

ଆପଣା ଠୁଁ ବି ଆପଣା ର.. 
ସାଥି ସତେ ପୂର୍ବ ଜନ୍ମ ର.. 
ଅନାବିଳ ସେନହ ଶରଧା.. 
ଲାଗୁଛି ବସୁଧା ର ସୁଧା !!

ଅମର କରିଦେବ ସତେ.. 
ସାହିତ୍ୟ ଜଗତେ.. ଆଜି 
ସତେ ପ୍ରଭୁ ଚକାଡୋଳା 
ସବୁ ଜଣା ହେ ତୋତେ !!

ନିର୍ମଳ ନାୟକ 
151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

ମା

        ✍🏻 ଦେବାର୍ଚ୍ଚନ ମେହେର

ମାଆ ଗୋ ଜନମ ଜନନୀ ଜଗତଧାତ୍ରି,
ତୁମରି ପାଦ ପଦ୍ମରେ କୋଟି ପ୍ରଣତି।।

ଧନ୍ୟ ଧନ୍ୟ ତୁମ ଧର୍ଯ୍ୟ ମାଆ ଗୋ ସ୍ନେହମୟୀ,
ନାହିଁ ତୁମ ଅନ୍ତ ରେ ଅହଙ୍କାର ମା ଗୋ କରୁଣାମୟୀ।।

ନାହିଁ ସନ୍ତାନ ପ୍ରତି ବାଚ୍ଛ ବିଚାର ସମସ୍ତଙ୍କୁ କରୁ ନିଜର,
ଢ଼ାଲୁ ତୋ କରୁଣା ପୁଅ ଝିଅ ଭାବୁ ସଭିଙ୍କୁ ତୋର।।

କେତେ କଷ୍ଟ ସହି ଅନ୍ତ ଫାଡ଼ି ଦେଲ ଜନମ,
ତୋ ତ୍ୟାଗ କୁ ଆଜି ମନେ ପକାଇ ଧରେ କଲମ।।

ତୋହରି ଆଶିର୍ବାଦ ମୋ ମସ୍ତକରେ ରହୁ
ତୋ ପରି ମାଆ ଟିଏ ପାଇବି ମୁଁ ଆଉ କାହୁଁ।।

ନାମ - ଦେବାର୍ଚ୍ଚନ ମେହେର
ଗ୍ରାମ - ବାପୁଜୀନଗର 
ପୋ/ଥା - ବୌଦ୍ଧ
ଜିଲ୍ଲା - ବୌଦ୍ଧ 
ପିନ୍ - ୭୬୨୦୧୪ (ଓଡ଼ିଶା)

ସଙ୍ଗୀତ

ତୁମେ! ଅମୃତ ତୁମେ ଶାଶ୍ବତ
         ନୈସର୍ଗିକ ଉପାଦାନ
ବେଦର ତୁମ ପ୍ରଥମ ଉତ୍ପତ୍ତି
            କୃଷ୍ଣ ଙ୍କର ବଂଶୀ ସ୍ଵନ।
ତୁମେ! ବିରହର ବିଧୂରିତ ଭାଷା
            ଅନ୍ତର ନିଭୃତ କଥା
 ଚ୍ଛିନ୍ନ ବୀଣାରେ ବେହୁରା ରାଗିଣୀ
           ଆଣିଦିଏ ଭାବ ବ୍ୟଥା।
ଗାଁ ଦାଣ୍ଡରେ ତୁମେ ଯୋଗୀ ଭିକ୍ଷା-
       ଥାଳ କେନ୍ଦରାର ଲୋକଗୀତ
ଭକ୍ତି ଭାବରେ ଭକ୍ତର ହୋଇ
         ଝରିଯାଅ ଅବିରତ।
ପ୍ରକୃତି ରେ ତୁମ ରାଗର ପ୍ରକ୍ରିୟା
        ଚାଲିଥାଏ ଅହରହ
ଦୁର୍ବିସହ ଏହି ଜୀବନ କୁ ସଦା
        କରିଯାଅ ମଧୁମୟ।
ତଟିନୀ ର ହୁଅ କୁଳୁକୁଳୁ ନାଦ
        ଅସ୍ପଷ୍ଟ ସୁ୍ରଟେ ଧରି
ଅବୁଝା ସେ ଭାଷା ନବୁଝୁ ବା କେହି
       କବି ବୁଝେ ମନ ଭରି।
ବିଜନରେ ତୁମେ ସ୍ମୃତିର ରାଗିଣୀ
        ଧାନକଟା ବେଳ ସାଥୀ
ବସନ୍ତ ଋତୁର ଝରା ବ ଉଳର
        କୋକିଳ କଣ୍ଠରେ ଗୀତି।
ମୁନି ଋଷି ଙ୍କର ପବିତ୍ର ଓମ୍ କାର
     ପରିବ୍ୟାପ୍ତ ହୋଇ ତୁମେ
କି! ଜଳ କି! ସ୍ଥଳ ମୁଖରିତ କର
      ତୁମ ରି ମଧୁର ନାମେ।
ଜୀବନ ସଙ୍ଗୀତ ସଙ୍ଗୀତ ଜୀବନ
      ପରିପୂରକର ଉକ୍ତି
ଈଶ୍ବର ପ୍ରଦତ୍ତ ଏ ମହତ୍ ପ୍ରତିଭା
      ନାହିଁଟି ଯାହାର ଈତି।

ନଳିନୀ ପ୍ରଭାମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ଅଭିଯୋଗ

        ଆମେ ଛୋଟ ବେଳେ ପ୍ରାୟ ଗାଁକୁ ଯାଉ  ।  ମାଆ ସହିତ ପୁଣି କେବେ ମାଆକୁ ଛାଡି  ।  ଗାଁରେ ଛୁଟିରେ ଵଡବାପାଙ୍କ ପିଲା ଓ ସାନଵାପାଙ୍କ ପିଲା ଓ ଆମେ ଯେଉଁ ଦୁଇ/ତିନି ଯାଇଥାଉ ମିଶି ବହୁତ ମଜ୍ଜା କରୁ  ।  ସାନଵାପାଙ୍କ ଵଡଝିଅ ଟିକିଏ ସବୁକୁ ନିଆରା ଢଙ୍ଗରେ ଦେଖି ଅଭିଯୋଗ କରେ ଆମ ଭିତରୁ କାହାରି ନା'ରେ  । ସାନଵୋଉ ତାକୁ କହେ ନାକକାନ୍ଦୁରୀ, ସବୁଥିରେ କେଁ ଵାହାର କରିଵ  ।  ଇୟେ କେଉଁଠି କେମିତି ଚଳିବ କେଜାଣି  । ପୁଣି ଯିଏ ହେଲେ ତାକୁ ଵୁଝାଇ ଦିଅନ୍ତି, ତଥାପି ଗୁରୁଗୁରୁ ହୁଏ ମନେ ମନେ  । ଆମ ଭିତରୁ ପ୍ରାୟ ଵୁଝିପାରୁନା।  ରଜ ଡ୍ରେସ୍ ତା ମନକୁ ଯାଏନି  ପ୍ରତିବର୍ଷ  ।  କେବେ ଢିଲା, କେବେ ଛୋଟ, କେବେ ରଙ୍ଗ ଭଲ ଲାଗୁନି, ଏମିତି କେତେ କଣ  ।  ଛୋଟ ମୁଣ୍ଡରେ ଆମର ସେସବୁ ପଶେନି  । ମୁଁ ତାଠୁ ବଡ, ହେଲେ ମୋତେ ଏସବୁ ବିରକ୍ତି ଲାଗୁଥିବାରୁ ମୁଁ ଵୁଝାଏନି ଵି ତାକୁ  ।

         ଅଭିଯୋଗ, ମନର ଆବେଗର ହୁଏତ ସନ୍ତୁଳିତ ଅବସ୍ଥାକୁ ହଲାଇଦିଏ  ।  ଶାନ୍ତି ନଷ୍ଟ କରିବାରେ ଏହା ସହାୟକ ହୁଏ  । ନିଜକୁ ନିଜେ ଵୁଝାଇ ପାରୁ ନ ଥିବା ବ୍ୟକ୍ତି ହିଁ ଅଭିଯୋଗ କରିଵସେ  । ସମୟ ଅନୁସାରେ ମଣିଷ ଚାଲିବା ଶିଖିପାରିଲେ, କୌଣସି ଅଭିଯୋଗ ତାକୁ ଆକ୍ତାମାକ୍ତା କରି  ନ ପାରେ  । ମୋ ଵାପା ପ୍ରାୟ ସମୟରେ କହିବା ଶୁଣିଛି, ତୁମେ ଦୁଃଖରେ ଅଛ ଵୋଲି ଯଦି ଭାବୁଛ, ତେବେ ତଳକୁ ଚାହିଁ ଦେଖ, କେତେ ଲୋକ କେତେ କଷ୍ଟରେ ଅଛନ୍ତି ଜାଣିବ, ଯଦି ସୁଖରେ ଅଛି ବୋଲି ଭାବୁଛ, ତେବେ ଉପରକୁ ଚାହିଁ ଦେଖ,ଆହୁରି କେତେ ଲୋକ ଭଲରେ ଅଛନ୍ତି ଦେଖିଵ, ଫଳରେ ତୁମେ ବି କାମ କରିବ, ପଢିବ, ବର୍ତ୍ତମାନଠାରୁ ଆହୁରି ଭଲରେ ରହିବା ପାଇଁ  ।  ଯେମିତି ରହିବାକୁ ଚାହଁ, ନିଜେ ଚେଷ୍ଟାକର, ପର ଧନରେ ପଲେଇମାଆ କାହିଁକି  ???  ବାପାଙ୍କ ଅବର୍ତ୍ତମାନରେ  ଏଵେ ତାଙ୍କର ବହୁତ କଥା ମନେ ପଡେ ।  କାହାରି ଵିଷୟରେ ଅଭିଯୋଗ କରିଵାକୁ ସଙ୍କୋଚ ଲାଗେ  ।

         ଗୋଟିଏ ତରକାରୀ କାହାକୁ ବହୁତ ଭଲ ଲାଗୁଥିଲା ଵେଳେ କାହାକୁ ରୁଚେନି ତ କାହାକୁ ଅଲଗା ଵା କାହାକୁ ଲୁଣିଆ ଲାଗେ  ।  ଭାବନ୍ତୁ ତ ଏମିତି ଅଭିଯୋଗରେ ତିଆରି କଲାବାଲା କଣ କରିବ   ??  ମୁଁ କଟକରେ ରହି ପାଠ ପଢି ଆସି ଗୋଟିଏ ଜଙ୍ଗଲ ଘେରା ଗାଁରେ ଚାକିରୀ କଲି  ।  ଉତ୍ତାଳ ତରଙ୍ଗଯୁକ୍ତ ନଦୀଟି ମୁଣ୍ଡିଆଟେ ଭେଟିଲା ପରି ଅବସ୍ଥା  ।  କିନ୍ତୁ ନଦୀ କଣ କେବେ ଅଟକିଵା କିଏ ଦେଖିଛ  ??  ଯେମିତି ହେଲେ ଵାଟ କାଟି ସେ ଗଡିଚାଲେ  ।  ଚାଲିଵା ଶିଖିଥିବା ପ୍ରାଣୀ ଅଟକିଵ କାହିଁକି  ? ନଦୀ ନିଜ ଵାଟ ତିଆରି କଲା ପରି ସେ ନିଜର ବାଟ ତିଆରି କରିଵ ନିଶ୍ଚୟ ।  ମୋ କ୍ଷେତ୍ରରେ ତାହାହିଁ ହୋଇଥିଲା, ପରିବେଶ ଵା ପରିସ୍ଥିତି ମୋ ପାଇଁ ବଦଳିବ ନାହିଁ, ମୋତେ ହିଁ ତା ସହ ଖାପ ଖୁଆଇ ଚଳିବାକୁ ହେବାର ମନୋବୃତ୍ତିକୁ ମୁଁ ସହଜରେ ଗ୍ରହଣ କରିଥିଲି । ତେଣୁ ମୋ ଯାଗାରେ ଆଜି ସମ୍ମାନର ସହ ମୁଁ ଅଛି । ସେମିତି କିଛି ଵିଶେଷ ଅସୁବିଧାର ଅଭିଯୋଗ କେଵେ କରିନି  ।  ଯାହାର ସାମାନ୍ୟ ସାମାନ୍ୟ ଅଭିଯୋଗତା ଆପଣ ଶୁଣିଵେ, ସେ ଵେଶି ଅଭିଯୋଗ କରିବ।  ଶେଷରେ ତାହା ତାର ଅଭ୍ୟାସରେ ପରିଣତ ହେବ  ।  ତେଣୁ  ଶିଶୁ ପାଖରେ ଥିବା ବାପାମାଆ, ଗୁରୁ ଗୁରୁଜନଙ୍କ ଭୂମିକା ଏ କ୍ଷେତ୍ରରେ ଅତୁଳନୀୟ । ସେମାନେ ପିଲାର ଏ ପ୍ରକାର କାର୍ଯ୍ୟକଳାପକୁ କଳେ ବଳେ କୌଶଳେ ଵାହାର କରିଦେଵାକୁ ଚେଷ୍ଟା କରିବା ଆବଶ୍ୟକ।  ତାହାହିଁ ହୋଇଥିଲା ମୋ ସାନଵାପାଙ୍କ ଝିଅ ଭଉଣୀ କ୍ଷେତ୍ରରେ  ।  ଵଡ ହେଲା ଵେଳକୁ ତାର ସେ ଅଭିଯୋଗ କରିଵା ଗୁଣ ଚାଲିଯାଇଥିଲା, ଵାହାହେଲା ପରେ ସେ ହେଲା ସୁନାଵୋହୁ ।

        ଯେଉଁ ବାପାମାଆ, ଗୁରୁଜନ ମାନେ ପିଲାର ଅଭିଯୋଗ ଖଣ୍ଡନ କରିବାକୁ ଚେଷ୍ଟା ନ କରି ହସନ୍ତି, ତାର ଅଭିଯୋଗ ଅନୁଯାୟୀ କାର୍ଯ୍ୟ କରନ୍ତି, ବଡ ହେଲେ ସେମାନେ ପୁଅଝିଅ ପାଖରେ ରହି ଭାଗ୍ୟକୁ ନିନ୍ଦନ୍ତି, କାନ୍ଦନ୍ତି ଵା ଵୃଦ୍ଧାଶ୍ରମକୁ ଶ୍ରେଷ୍ଠ ଆଶ୍ରୟସ୍ଥଳୀ ଭାବିବାକୁ ଵାଧ୍ୟ ହୁଅନ୍ତି  ।

         ଅଭିଯୋଗ ପବିତ୍ର ଵୃଦ୍ଧି ପାଇଁ  ପ୍ରାଣୀର ଗୁଣ ଯେତେ ଦାୟୀ ନୁହେଁ, ତାର ପାରିପାର୍ଶ୍ବିକ ସ୍ଥିତି, ଗୁରୁଜନ, ଵିଶେଷ କରି ବାପାମାଆ ହିଁ ବେଶି ଦାୟୀ ମନେ ହୁଅନ୍ତି  ।  କାରଣ ପିଲା ଯାହା ମାଗେ ଵା ଚାହେଁ ତାହା ତାଙ୍କୁ ଠିକ୍ ଠିକ୍ ଲାଗେ, ତାହା ତାଙ୍କର ଦୁର୍ବଳତା କାରଣରୁ ହିଁ ହେଉଥାଏ, ସେମାନେ ମାନି ନ ଥାନ୍ତି  ।  ଫଳରେ ଦେଶ ଗୋଟାଏ ଏକଶିଙ୍ଘିଆ, ଏକଧର୍ଷିଆ ଵ୍ୟକ୍ତି ପାଇଁ   କଷ୍ଟ ପାଇବା ନିଶ୍ଚିତ ହୁଏ  ।  ଵେଳେଵେଳେ ସିଏ କିଛି ସାଙ୍ଗମାନଙ୍କୁ ଧରି ଅଧର୍ମ ଅକର୍ମରେ ଲିପ୍ତ ହେବାର ଉଦାହରଣ ପାଲଟେ ।
          ପୁରାଣ ପୃଷ୍ଠାରୁ ଆମେ ଜାଣିଛୁ, ଯେଉଁ ରାଜକୁମାରମାନଙ୍କର ବାପାମାଆ ଵା ଋଷିଗୁରୁଙ୍କୁ ଅଭିଯୋଗ କରିନାହାନ୍ତି ସେମାନଙ୍କ ନାମ ଆଜି ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ।  ଗାନ୍ଧିଜୀଙ୍କ ନୀତିରେ କେହି ଅଭିଯୋଗ ନ କରି ଗ୍ରହଣ କରିଥିଲୁ ଵୋଲି ଆଜି ସ୍ଵାଧୀନତା ପାଇଛୁ  ।

        ଆମ ଦେଶର ଲୋକଙ୍କର ଗୋଟାଏ ସୁନ୍ଦର ଅଭ୍ୟାସ, ସେମାନେ ଛୋଟ ପିଲାଙ୍କ ଅଭିଯୋଗ ଶୁଣି ଭାଇ ଭାଇ ଭିତରେ ଲଢନ୍ତି, ଗୁରୁଙ୍କୁ ଗାଳି କରନ୍ତି, ମାତ୍ର ଯାହା ପରିବେଶ, ଗାଁ, ସହର ଦେଶ ହିତରେ ଥାଏ, ସେଥିରେ ଅଭିଯୋଗ କରନ୍ତି ନାହିଁ, ଫଳରେ ଦେଶରେ ଅଶାନ୍ତି ଛାଇଯାଏ  ।
       ତେଣୁ ଆମକୁ ମନେ ରଖିବାକୁ ହେବ, ଯାହା ସମୂହ ହିତ ପାଇଁ ଉଦ୍ଦିଷ୍ଟ, ସେଥିରେ ଅଭିଯୋଗ କରିବା, ନତୁବା ନୁହେଁ  ।

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର  ।

ହିସାବ ନିକାସ

ତୁମେ ପରା ଗଣିତ ରେ ନିପୁଣ.. 
ଏ କଣ ହେଲା ? 
ଭୁଲ ହୋଇଗଲା ଅଙ୍କ କଷିବା ରେ.. 
ଅଭିଭାଯ୍ୟ ଭାଗଶେଷ.. 
ଯୋଗ ବିଯୋଗ ର ଦ୍ୱାହି ଦେଇ.. 
ରହିଗଲ କେତେ ପଛେ.. 
ସାଥି ମାନେ ଛାଡି ଚାଲିଗଲେ.. 
ଆଗକୁ ଆଗକୁ ବହୁ ଦୂର.. 
ଗଣୁ ଥିଲ ବସି କିଛି କଉଡ଼ି.. 
ଜରା ଜୀର୍ଣ୍ଣ ରଫଖାତା... 
ଅସ୍ପଷ୍ଟ ହିସାବ ଗୁଡିକ.. 
ସ୍ୟାହି ଭିଜି ଯଇଥିଲି.. 
ଅଶ୍ରୁ ଶ୍ରାବଣୀ ରେ... 
ବୁଝିବାକୁ ଏନକ ଲାଗୁଥଲା.. 
ଦୃଷ୍ଟି ଶକ୍ତି କମଜୋର.. 
ପରିଲକ୍ଷିତ ହେଉଥିଲା.. 
କେଇ କାଳ ତଳର.. 
ଏକ ପାର୍ଶ୍ଵ କର୍ଣ ସାହାରା ବିହୀନ.. 
ସୁତା ଖିଅ ରେ କୃତିମ ନିର୍ମାଣ.. 
ଯାହାହେଉ କାମ ଚଲିଯିବ 
ହିସାବ ବୁଝିବାକୁ ଚେଷ୍ଟା କରୁଥିଲ.. 
କିଛି ଭୁଲବୁଝାବଣା.. 
କିଛି ଛଳନା, କିଛି ପ୍ରତାରଣା... 
କିଛି ଭୁଲ ଆକଳନ.. 
କିଛି ଆଜ୍ଞାହିନତା ପରିଣାମ.. 
ଅଙ୍କ କଷି ଥକି ଯାଇଥିଲି.. 
ଭାରାକ୍ରାନ୍ତ ମନ ଝରକା ରେ 
ଦୃଶ୍ୟମାନ କଳା ମେଘ ଖଣ୍ଡ.. 
ସତେକି ବରଷିଯିବ ମନ ମରୁ ରେ 
ଶୀତଳ ଲଭିବ ତପ୍ତ ପରାଣ.. 
ଭୁଲି ଯାଇ ମିଶାଣ ଫେଡାଣ.. 
ସେନେହ ସରାଗ ର ଗୁଣନ.. 
ଇର୍ଷା, ଦ୍ୱେଷ, ଛନ୍ଦ, କପଟ ର ହରଣ.. 
ପୂର୍ଣ୍ଣ ଆହୁତି ଦିଅନ୍ତl ଜୀବନ ଯଜ୍ଞ ର. 
ଏଇ ଜୋଛନା ଗାଧୁଆ ରଜନୀ ରେ 
ହିସାବର ବହିଖାତା ଧରି.. 
ଯାହା ତୁମେ ଭାବୁଥିଲ.. 
ଜୀବନର ଶେଷ ପୂର୍ବ ପାହାଚ ରେ 
ଏକା ଏକା ବସି ଚଉଦିଗ.... 
ଅନ୍ଧକାର ର ଆହୋସ ରେ !!

ନିର୍ମଳ ନାୟକ 
ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

ପାହାନ୍ତି ସ୍ବପ୍ନ

       ✍କଳ୍ପନା ରାୟ

ହେ ପ୍ରଭୁ  !! 
ଭୋର ସ୍ବପ୍ନ ସତ ହୁଅନ୍ତା କି
ନ ଥାନ୍ତା ମହାମାରୀର ଭୟ, ଆତଙ୍କ
ସକାଳ ଧୂପରେ ଵାଜୁଥାନ୍ତା ଶଙ୍ଖ, ଘଣ୍ଟ
ଶୁଭୁଥାନ୍ତା ଆମ ଘରର ଏରୁଣ୍ଡିବନ୍ଧ ଠାରୁ ଵାଡିପର୍ଯ୍ୟନ୍ତ
ବିସ୍ତାରିତ ହେଉଥାନ୍ତା ଗାଁଦାଣ୍ଡ ଓ ପରିଵେଣ
ନ ଥାନ୍ତା ବନ୍ୟା ପାଣି ଗାଁ ଗାଁରେ ଵା ରାଜ୍ୟରେ
ସଵୁଜିମାରେ ଧରାଦେଖି ଚାଷୀ ହସୁଥାନ୍ତା ଖୁସିରେ
ପିଲାଏ ପାଠପଢି ଆସୁ ଆସୁ ମତିଥାନ୍ତେ କାଗଜଡଙ୍ଗାରେ
ଚାମରପ୍ରାୟ ଦୋହଲୁଥାନ୍ତେ କାଶତଣ୍ଡୀ
ଦୁର୍ଗାଙ୍କ ଆଗମନୀ ବାର୍ତ୍ତାରେ ମିଳନ୍ତା ସନୁଷ୍ଟି
କିଚିରିମିଚିରି ଶବ୍ଦରେ ପକ୍ଷୀ ଗାଉଥାନ୍ତେ ଗୀତ
ସକାଳୁ ସକାଳୁ ଦେଖାହୁଅନ୍ତା ମୋ ପ୍ରିୟ ସଙ୍ଗାତ
ଶୁଭ ଆଗମନୀ ସ୍ବପ୍ନରେ ଵିଭୋର ଦୁଇକପୋତ
ମା'ଙ୍କ ଖୁଦ ଖାଇ ଉଡିଯାଉଥାନ୍ତେ କାଉ ତ
ଚଳଚଞ୍ଚଳ ହେଉଥାନ୍ତା ଦେଶ ଅନ୍ୟ ଦିନ ଭଳି
ନ ଥାନ୍ତା ନିର୍ଦ୍ଦେଶ ବସିବା ବନ୍ଦୀ ପରି ଆକ୍ତାମାକ୍ତା ହୋଇ
ମୁକ୍ତ ଵିହଙ୍ଗ ପରି ରହିଥାନ୍ତୁ ସବୁଦିନ ପରି
ସଦ୍ୟ ପରିବା ତୋଳିବାରେ ଖୁସି ହେଉଥାନ୍ତା ଚାଷୀ
ପୁଅର ହାଟରେ ପରିବା ଵିକିବା ତ ବାରମାସୀ
ପୋଖରୀରେ ଗାଧୋଇ ଫେରୁଥାନ୍ତା ଗ୍ରାମଵଧୂ
ଉନ୍ନତ ଯୌବନ ଦେଖି ବିଭୋର ହୁଅନ୍ତା ମଧୂ
ପୂଜା, ଗୀତା ଭାଗବତ ପାଠ ସୃଷ୍ଟି କରନ୍ତା ପୁରୋହିତର ଭ୍ରମ
ମନେ ପଡନ୍ତା "ବାନ୍ଧି ନେବ କାଳ ଯମରେ କୁମର"

ହେ ପ୍ରଭୁ  !! 
ଶୁଣୁଛ ?? ନା ଶୁଭୁନି  ?
ମାଟିର ମଣିଷ ମାଟି ତା  ସର୍ବସ୍ବ
କିଛି ଲୋକ ଯୋଜନାରୁ ପାଆନ୍ତି ଖାଦ୍ୟ
ତୁମେ ପା ଚଲାଅ ଏ ସଂସାର ନେତ
ଅଳିଟିଏ ପ୍ରଭୁ ପାହାନ୍ତି ସ୍ବପ୍ନ ମୋ ସତ କର ତ
ଡାକି ଡାକି ମୋର ଶୁଖୁଛି କଣ୍ଠ
ଵାରେ ଶୁଣିଲେ ଵି ସବୁ ଚାଲିଯିବ କଷ୍ଟ
ନିର୍ଦ୍ଦୟ ନ ହୋଇ ଫେଡିଵ କଷ୍ଟ
ଅଭାଗା ମୁଣ୍ଡରେ ଲାଗୁ  ମୁକୁଟ
ସୁଦର୍ଶନ ଲାଗି ମନ୍ଦିର ହିସାବ ହୁଏ
ଜମ୍ଵେଶ୍ଵର ବାବା ତୋ ହିସାବ ଦିଏ
କହିବୁ କି ପ୍ରାଣୀ କଷ୍ଟର ହିସାବ
କାହିଁକି ରଖିଵୁ ସେଥିରୁ ମିଳିବ କି ଲାଭ
ଭକ୍ତଵନ୍ଧୁ ପରା ନାମ ତୋହର
ଏହା କି ତୋହର ବନ୍ଧୁ ଵେଭାର
ଢାଳିଯାଉ ଖାଲି ଦୁଃଖର ଭାର
ତ୍ରାହି ତ୍ରାହି ଡାକୁଛି ପ୍ରାଣୀ ଏଥର
ସ୍ବପ୍ନ କଥା ଟିକିଏ ଵିଚାର କର
ଦରଖାସ୍ତଟିକୁ ଖାଲି ଚିନ୍ତା ତ କର
ସେଥିରେ ମୋ ସ୍ବପ୍ନ ହେବ ସାକାର

କଳ୍ପନା ରାୟ, 
ସହକାରୀ ଶିକ୍ଷୟିତ୍ରୀ,
ଲ ଇଡା, ସମ୍ବଲପୁର  ।

ପ୍ରଭାତ ବର୍ଣ୍ଣନା

🌾🌾🌾🌾🌾🌾🌾
✍️ସୁଧାଂଶୁ କୁମାର ତ୍ରିପାଠୀ
🌾🌾🌾🌾🌾🌾🌾🌾

ଅନ୍ଧାର ହଟିଲା,ସିନ୍ଦୁରା ଫାଟିଲା,ମନ୍ଦୀରୁ ବାହାରି ଉଷା,
ମନ୍ଦାର ଫୁଟିଲା ମଥାମଣୀ ରୁପେ ପୁଷ୍ପେ ହୋଇ ବେଶଭୂଷା।

ସକାଳ ପଖାଳ ଖାଇ ଚଷାକୁଳ ଚଳିଲେ ନିଜବେଉସା,
ପକ୍ଷୀ କୁଳ ମୁଖେ ହୁଳହୁଳୀ ଦେଲେ ଉଲସୀତ ହେଲାରସା।

ରଥାଙ୍ଗ ଦମ୍ପତୀ ବିରହ ବିପତି,ଦୁରକଲେ ଦିବାକର,
ମିଳନ ସମ୍ପତୀ ପାଇ ବିଚାରିଲେ,କରିବାକୁ ଉପକାର ।

ନିଜସଖୀ ଉଷା ତବଯୋଗ୍ୟ ଯୋଷା,ଏହାକୁ କରଗ୍ରହଣ,
ଏତେବୋଲି ଛଳେ,ବାନ୍ଧି ଦେଲେ ବଳେ,ଅର୍କକରିଲେ ବରଣ ।

ଶମ୍ଭୁଆଳେ କମ୍ଭୁ ଶବଦ ଶୁଭିଲା,ସ୍ତବଦ ହୋଇଲାଧରା।
ପୁଅବୋହୁବେନୀ,ବନ୍ଦାପନାଘେନି ଧରିଲା ଚାଙ୍ଗୁଡି ଖରା ।

ବାଉଁସରଗଣ୍ଠି ବାଣରୁପେ ଫୁଟି ଚହଟିଲା ଚଉଦିଗ
 କୁଳନାରୀ ମାନେ ହୁଳହୁଳୀ ଦେଇସ୍ନାନକୁ ହେଲେଉଦ୍ ବେଗ ।

ସର୍ବଅଶୁଭକୁ ଦୂରିଭୁତ କଲେ ଖଡିକା ଛଳେଖରକି 
ନବପ୍ରଭାତକୁ ସ୍ବାଗତ କରିଲେ,ଲଲାଟ ଲେଖେପରଖି।।

 କୃପାସିନ୍ଧୁପୁର
ଶେରଗଡ ,ଗଞ୍ଜାମ

ମୁଁ ଧଉଳି କହୁଛି

✍ଶିଶିର କୁମାର ସ୍ଵାଇଁ

କହି ମୁଁ ପାରୁନି ସହି ମୁଁ ପାରୁନି
ନୀରବି ଯାଇଛି ସ୍ୱର,
ଲୁହ ପୋଛିବାକୁ କେହି ନାହିଁ ମୋର
ସୁପ୍ତ ସେ କଳିଙ୍ଗ ବୀର II

ଶାନ୍ତିସ୍ତୁପ ମୁଁ ଯେ ନିଇତି ଜଳୁଛି
ଦେହେ ମୋ ଅଶାନ୍ତ ପୀଡା,
ସ୍ଵାଭିମାନ ହୀନ ଉତ୍କଳ ଜାତିଟା
ହୋଇଛି ଆଜି ଅଲୋଡ଼ା II

କଳଙ୍କିତ ଆଜି କଳିଙ୍ଗର ମାଟି
ଦୁର୍ନୀତିର ଗନ୍ତା ଘର,
ଭାଇ ଭାଇ ମଧ୍ୟେ ନିତି ରକ୍ତପାତ
ହଜିଛି ଏକତା ସ୍ୱର II

ଦିନ ଦ୍ଵି ପ୍ରହରେ କଳିଙ୍ଗ କୋଳରେ
ରାଜଜେମା ବଳାତ୍କାର,
ପିପିଲି, କୂନ୍ଦୂଲୀ ବିଲୁଆ ଖାଇରେ 
ନାରୀ ମାଂସର ବେପାର II

ନକ୍ସଲବାଦର ବନ୍ଧୁକ ମୁନରେ
ରାଜା ମନ୍ତ୍ରୀ ଆତଯାତ ,
ଭୋକିଲା ପେଟକୁ ଦାନା ଯୋଗାଡଇ 
ମାଆ ବିକି ତା'ର ସୁତ II

ଧଉଳି ଡାକୁଛି ଆସ ଚଣ୍ଡାଶୋକ 
ଦୟାକୁ ରୁଧିରେ ଭର,
ଜାଗି ଉଠୁ ପୁଣି କଳିଙ୍ଗ ସନ୍ତାନ
ଶୁଭୁ ତା ଏକତା ସ୍ୱର II

ମାଟି ପାଇଁ ପଛେ ଜୀବନ ତାହାର
ତବ ଖଡ୍ଗ ଖାଦ୍ୟ ହେଉ,
ଶାନ୍ତିସ୍ତୁପ କହେ ଉତ୍କଳ ମାଟିରେ
ଶାନ୍ତି, ମୈତ୍ରୀ ରହିଥାଉ II

ଗାଙ୍ଗପୁର
ଗଞ୍ଜାମ-761123

ହସ

      ✍ବାସନ୍ତୀ ଲତା ଜେନା 

ସବୁରି ମୁଖରେ    ହସ ଦେଖି ଦେଲେ 
      ମନ   ହୁଏ   ପୁଲକିତ 
ଭୁଲି  ଯାଏ ମନ    ଦୁଃଖ  ଅବସାଦ 
       ପ୍ରାଣ ହୁଏ  ଆଲୋକିତ   l 1l 
ସକାଳର  ସୂର୍ଯ୍ୟ  ଖିଲି ଖିଲି ହସେ 
     ସୁନାର    କିରଣ  ଦେଇ 
କୁସୁମ  ବଗିଚା    ହସି  ଉଠି  ଥାଏ 
     ସୂର୍ଯ୍ୟର  ହସକୁ  ଚାହିଁ    l 2l 
ଛୋଟ ଶିଶୁଟିର   ହସ ଦେଖି ଦେଲେ 
      ସଭିଏଁ    ହୁଅନ୍ତି   ଖୁସି 
 ମା' ର  ହୃଦୟ     ଉଲ୍ଲସିତ  ହୁଏ 
       ସତେ  କି  ପାଇଛି ଶଶୀ  l 3l 
ଚାନ୍ଦ ହସୁ ଥାଏ  ନୀଳ  ଆକାଶରେ 
      କଇଁ ହସେ  ନୀଳ  ଜଳେ 
ସମୀର ହସଇ  ବାଦଲ କୋଳରେ 
      ପକ୍ଷୀ ହସେ  ଗଛ  ଡାଳେ  l 4l 
ହସତ  ଯେଉଁଠି    ଆନନ୍ଦ ସେଇଠି 
    ଶାନ୍ତି   କୋଠରୀ  ମଧ୍ୟରେ 
ପାଞ୍ଚ ଜାଣ ସାଙ୍ଗ ଏକାଠି ହୋଇଲେ 
       ଦୁଃଖ  ସୁଖ  ଯାଏ ଦୂରେ   l 5l 
ଯେଉଁ ପରିବାରେ ହସ ବିରାଜିତ 
        ସଦସ୍ୟ  ହୁଅନ୍ତି  ସୁଖୀ 
ସେହି ପରିବାରେ  ଅଭାବ  ବାଧେନା 
     ନିନ୍ଦାରେ  ନ  ହୁଏ  ଦୁଃଖି   l 6l 
ହସି ହସି ଆମେ  କାମ କରି ଗଲେ 
       ବାଧା  ଜଣା  ନ  ପଡଇ 
ହସିହସି  ଆମେ  ବାଟ ଚାଲୁ ଥିଲେ 
    ବାଟ  ଜଣା ନ   ପଡଇ    l 7l 
ହସର ଗୁରୁତ୍ୱ     ସବୁଠୁ ଅଧିକ 
         ଆୟୁଷ  ଦିଏ  ବଢ଼େଇ 
ମନ ଖୋଲା ହସ ଟିକେ ହସି ଦେଲେ 
      ମୁକ୍ତା  ଝରିଣ  ପଡଇ     l 8l 
ହସି ଦେଲେ  ଟିକେ  କ୍ଲାନ୍ତି ଦୂର ହୁଏ 
      ଅନ୍ତର  ବେଦନା  ଦୁଃଖ 
ପର ଆପଣାର  ଏଠି କେହି ନାହିଁ 
   ସଭିଏଁ    ପାଆନ୍ତି   ସୁଖ  l 9l 
ହସର ସାଗରେ     ସଭିଏଁ ଭାସନ୍ତୁ 
    କଳହକୁ     ବଳି  ଦେଇ 
ଅଳପ ହସରେ   ମନ କିଣି ନିଅ 
      ସେନେହ ପରଶ  ଦେଇ  l 10l 
ସେନେହ ଆଦର   ମମତା ବନ୍ଧନ 
      ସଂସାରେ  ମନୁଷ୍ୟ  ପାଇଁ 
ସବୁରି ମୁଖରେ    ହସ ଫୁଟି ଉଠୁ 
       ଏତିକି  କରୁଣା  ସାଇଁ    l 11l 

             :::::::::::=::::::::::
 ବାସନ୍ତୀ ଲତା  ଜେନା 
  ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
    ନବରଙ୍ଗପୁର, ପିନ :764059

-ଆଜି ମହରମ-

✍ ସୁକାନ୍ତ ଖଣ୍ଡା

ନିମନ୍ତ୍ରଣ ପାଇ ଆଈ ସଙ୍ଗେ ବୁନି 
ଚାଲିଲେ ଅତିଥି ହୋଇ
ପଡ଼ୋଶୀ ଘରରେ ମୁସଲିମ ପର୍ବ 
ପାଳୁଛନ୍ତି ଦୁଇ ଭାଇ।୧
ଦୁଇ ବିପରୀତ ଧରମ ହେଲେବି
ଭଲ ଭାବ ମନେ ଥୋଇ
ଚଳି ଆସୁଛନ୍ତି ଭାଇଚାରା ପରି
ହିଂସାକୁ ଦୂରେଇ ଦେଇ।୨
ସେଥିପାଇଁ ଆଈ ନିମନ୍ତ୍ରଣ ରକ୍ଷା
ଧରିକି ଉପହାରକୁ
ନାତୁଣୀ ସାଙ୍ଗରେ ଆନନ୍ଦେ ଚାଲିଲେ
ଉପଭୋଗ କରିବାକୁ।୩
ପହଂଚିବା କ୍ଷଣି ଗୋଡହାତ ଧୋଇ
ପାଛୋଟି ନେଲେ ଘରକୁ
ଫଳମୂଳ ଖୋଇ କୃତାର୍ଥ କରିଲେ
ଭାବିକି ଖୋଦା ଏହାଙ୍କୁ।୪
କେତେକାଳ ଯାଏ ହୋଇ କୋଳାକୋଳି
ଧନ୍ଯବାଦ ଦେଇ ଆଈ 
ବୁନିକୁ ଧରିକି ଫେରିଲେ ଘରକୁ
ସଂଧ୍ଯା ଯେବେ ଗଲା ଉଇଁ।୫
ଘରେ ପହଞ୍ଚି କି ଆଈଙ୍କୁ କହିଲା
ଖିଆପିଆ ଭଲ ହେଲା
ଧରମ ବିଷୟେ ଜାଣି ହେଲା ନାହିଁ
କରମ କିପରି ଥିଲା?୬
ଆଈ ବୁଝାଇଲେ ପୋଖରୀ ଗୋଟିଏ
ଅଲଗା ଅଲଗା ପଥେ
ପୋଖରୀର ପାଣି ବ୍ୟବହାର ହୁଏ
ନିଜ ନିଜ ଇଛା ମତେ।୭
ଏଇ କଥା ଶୁଣି ବୁନି ବୁଝିକରି
ଦୁଇ ହାତ ଯୋଡ଼ି ଦେଇ 
କ୍ଷମା ଭିକ୍ଷା କଲା ଯାହା ଭାବୁଥିଲା
ଆଖିରୁ ଲୁହ ଗଡ଼େଇ।୮
ଲୁହ ପୋଛି ଦେଇ କୁଣ୍ଢାଇ ଧରିକି
କହିଲେ ଈଶ୍ବର ତୁମେ 
ନାତୁଣୀର ଦୋଷ ଧରିବନି ପ୍ରଭୁ
ଅବୋଧ କ'ଣ ବା ଜାଣେ?୯
ମହରମ ପର୍ବ ପାଳନ କରିକି
ଦୁଇ ଆଈ ଓ ନାତୁଣୀ 
ଅପାର ଆନନ୍ଦ ପାଇଲେ ଜୀବନେ
ରାତି ଶୋଇଲେ ନ ଖାଇ। ୧୦
                   *
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

ବରଷା ରାଣୀ


🌧️☔💧🌧️☔💧🌧️☔💧🌧️

                                  ✍️ ଅମରନାଥ ବାରିକ୍

ମୌସୁମୀର ଆଗମନେ ଧରାପୃଷ୍ଠ
                          ହସି ହସି ନାଚି ଯାଇ
ବରଷା ରାଣୀକୁ କରେ ନିମନ୍ତ୍ରଣ
                      ଦିଅ ହେ ମତେ ଭିଜେଇ ।
ବହୁ ଦିନ ଧରି ଉତ୍ତାପ ଝାଞ୍ଜିରେ
                       ମହୀ ସୁଖି ଫାଟି ଥିଲା
ଧୂଳି ଧୂସରିତ ତତଲା ବାଆରେ
                          ବୃକ୍ଷ ବଳୀ ପଡୁଥିଲା ।
ବରଷା ରାଣୀର ଝିପିରି ଝିପିରି
                         ବିନ୍ଦୁରେ ମହୀ ମଣ୍ଡଳ
ବାସ ଚହଟିବ ମାଟି ମହକିବ
                         ପୃଷ୍ଠ ହୋଇବ ଶୀତଳ ।
ଶୁଖିଲା ବୃକ୍ଷରୁ ପତ୍ର କଅଁଳିବ
                         ଦିଶିବ କେଡେ ସୁନ୍ଦର
ମୟୂର ଝୁମିବ ମେଘମାଳା ଦେଖି
                          ବେଙ୍ଗୁଲି କରିବ ସ୍ୱର ।
ଛୋଟ ପିଲାମାନେ ହୋଇ ଆନନ୍ଦିତ
                          କାଗଜର ଡ଼ଙ୍ଗା କରି
ବରଷା ପାଣିରେ ଭଷାଇଣ କେତେ
                         ଉଠାଣି କରିବେ ପାରି ।
କାନ୍ଧରେ ଲଙ୍ଗଳ ମଥାରେ ପଗଡ଼ି
                         ହାତେ ପାଞ୍ଚଣର ବାଡ଼ି
ହଳ କରିଯିବେ କ୍ଷେତକୁ ହଳିଆ
                        ନେଇ ବଳଦର ଯୋଡ଼ି ।
ମନ୍ଦାର, ମାଳତୀ, ଟଗର, ସେବତି
                          ଫୁଟିବେ ଭଳିକି ଭଳି
ଛିଟପାରା ପ୍ରଜାପତି ଉଡ଼ି ଉଡ଼ି
                        ଦିଶୁଥିବେ ନାଲି ନେଳି ।
ଋତୁ ପରେ ଋତୁ ଆସେ ଗଣି ଗଣି
                         ନେଇ ନିଜ ନିଜ ଗୁଣ
ବିଧାତା ଗଢ଼ିଛି ସବୁ ଆମ ପାଇଁ
                       ଯାହା ପରେ ଯିଏ ପୁଣ ।

.                       ସମାପ୍ତ

_____●◆●_____

✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ

ଆମେ କେତେ ସ୍ୱାଧୀନ କେତେ ପରାଧୀନ

✍ରଙ୍କନିଧି ସେଠୀ

ବାଟେ ଯାଉ ଯାଉ ଅଟକିଲି କ୍ଷଣେ 
ପୁଙ୍ଗୁଳା ଦେହରେ ବୃଦ୍ଧଟିଏ ଜଣେ 
ହାତରେ ତ୍ରିରଙ୍ଗା ଧରି ଅଭିମାନେ 
ଆଖି ଛଳଛଳ ଭାରାକ୍ରାନ୍ତ ମନେ ll

ପଚାରିଲି ବାବା ସମୀପକୁ ଯାଇ 
ଏକୁଟିଆ ଅଛ ପାଖେ କେହି ନାହିଁ 
ଆସିଛ କେଉଁଠୁ ଯିବ ତୁମେ କାହିଁ 
ମନ ମୋ ଉଚ୍ଛନ୍ନ କୁହ ମୋତେ ଚାହିଁ ll

ହସିଲେ ଟିକିଏ ଦେଇ ମୁଚୁକୁନ୍ଦ 
ନାମ ମୋ ମୋହନ ସାଙ୍ଗିଆ ମୋ ଚାନ୍ଦ 
କରମକୁ ନେଇ ବାନ୍ଧିଛି ଏ ଫାନ୍ଦ 
ଆଘ୍ରାଣ କରୁଛି ପରାଧୀନ ଗନ୍ଧ ll

ବଞ୍ଚି ପାରୁନାହିଁ ସ୍ୱାଧୀନ ଭାବରେ  
ଗୋଲାମୀ ଜନତା ନିତି ନିତି ମରେ 
ବାବୁ ନେତାମାନେ ରହି ଅନ୍ୟାୟରେ 
ଶୋଷଣ କରନ୍ତି ଦୀନ ଦରିଦ୍ରରେ ll

କେତେ ଆଶା ନେଇ ଦେଲେ ସ୍ୱାଧୀନତା 
ସୁଖରେ ରହିବେ ଏ ଦେଶ ଜନତା 
ନିର୍ଭୟେ ଶୋଇବେ କନ୍ୟା ଭଗ୍ନୀ ମାତା 
ସର୍ବେ ବୋଲାଇବେ ଜଗତର ଜିତା ll

ଆଜି ମୁଁ ଦେଖୁଛି ଓଲଟ ପାଲଟ
ପାଦେ ପାଦେ ଏଠି ମାଡ଼ଇ ସଙ୍କଟ 
ସୁରକ୍ଷିତ ନୁହେଁ ଏହି ଚଲା ବାଟ 
ମଣିଷ ମନରେ କୁଟ ଓ କପଟ ll

କେଉଁ ସ୍ୱାଧୀନତା ପଚାରୁଛ ଭାଇ 
ଭୋକିଲା ମୁଖରେ ଦାନା ଟିକେ ନାହିଁ 
ସୁରକ୍ଷିତ ନୁହେଁ ମୋ ଜନମ ଭୂଇଁ 
ଭାବିଲେ ନୟନୁ ଲୋତକ ଝରଇ ll

ସ୍ୱାଧୀନ ଦେଶର ପରାଧୀନ ଆମେ 
ମାତିଯାଉ ସଦା ଅନ୍ୟାୟ କରମେ 
ଚିତ୍ତ ରହୁନାହିଁ ଆମରି କରମେ 
ସ୍ୱାଧୀନ କି ପରାଧୀନ ବୁଝବ ମରମେ ll

ସେକ୍ଟର-୧୪,
ଘ.ନ-ଏ/୧୨୧
ରାଉରକେଲା

Friday, August 28, 2020

ଧନ

ଧନ ନିଜକୁ ବାଧ୍ୟ କରେ,
ଅନ୍ୟ ପାଖରେ
ହାତ ପତେଇବା ପାଇଁ ।
ଧନ ନିଜକୁ ବନ୍ଧା ପକେଇ ଦିଏ
ଅନ୍ୟ ପାଖରେ,
ପେଟର ଭୋକ ମେଣ୍ଟେଇବା ପାଇଁ ।
ଧନ ନିଜକୁ ଖୁନୀର
ମୁଖା ପିନ୍ଧେଇ ଦିଏ,
ପରିବାର ଭରଣ ପୋଷଣ କରିବା ପାଇଁ ।
ଧନ ନିଜକୁ
ଗୁଲାମୀ କରିଦିଏ,
ଅନ୍ୟର ପାଦ ଚାଟିବା ପାଇଁ ।
ଧନ ପାଇଁ ସମସ୍ତେ
ପାଗଳ ହୁଅନ୍ତି,
ଧନ ରୋଜଗାର କରିବା ପାଇଁ ।
ଧନ ପାଇଁ ନିଜ ଛୁଆକୁ
ବିକିବାକୁ ପଡେ,
ମା ପେଟର ଯନ୍ତ୍ରଣା ଦୁର କରିବା ପାଇଁ ।
ଧନ ପାଇଁ ନିଜର ଚରିତ୍ର
ନଷ୍ଟ କରିବାକୁ ପଡେ,
ମନର ବେଦନା ଲିଭେଇବା ପାଇଁ ।
ଧନ ପାଇଁ ନିଜର
ସ୍ୱାର୍ଥ ଭୁଲିବାକୁ ହୁଏ,
ସତ ଇଚ୍ଛା ମଧ୍ୟ ଥାଇ ।

.         ସମାପ୍ତ

    _____●◆●_____

✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ

ଅବର୍ଣ୍ଣନୀୟ ବର୍ଣ୍ଣବୋଧ

ଭକ୍ତକବିଙ୍କର ଅମଳିନ କୀର୍ତ୍ତି 
ଓଡ଼ିଆ ଭାଷାର ଅକ୍ଷୟ ସୌଧ... 
ବର୍ଣ୍ଣ ବର୍ଣ୍ଣାଳିରେ ଶିଶୁ ମହଲରେ 
ଅତି ପରିଚିତ ତୁ ବର୍ଣ୍ଣବୋଧ... 
ଶିକ୍ଷା ଜ୍ଞାନରେ ସମୃଦ୍ଧ...
ଆଦ୍ୟ ଗୁରୁ ହୋଇ ସଭିଙ୍କୁ ଶିଖାଉ 
ହେଉ ଶିଶୁ ହେଉ ବୃଦ୍ଧ...

ଗୁରୁଜନେ ଭକ୍ତି କର୍ମେ ଅନୁରକ୍ତି 
କେତେଯେ ମହତ ବାଣୀ... 
ଫଳା ଠାରୁ ମାତ୍ରା ଭାଷାରେ ବିଚିତ୍ରା 
ଓଡ଼ିଆର ମଥା ମଣି... 
ପଇସା ନେବଟି ଗଣି... 
ସ୍ୱାସ୍ଥ୍ୟର ନିୟମ ବତାଇ କହୁ ତୁ 
ପାଣିକୁ ପିଇବା ଛାଣି... 

ପଣିକିଆ ଠାରୁ ନୀତିଶିକ୍ଷା ଯାଏ 
ଜୀବନର ରୂପରେଖ... 
ପ୍ରଭାତ ଠାରୁ ଯେ ସନ୍ଧ୍ୟାର ବର୍ଣ୍ଣନା 
କି ସୁନ୍ଦର ଆହା ଦେଖ... 
ଯୁକ୍ତାକ୍ଷର ଯେତେ ଶିଖ...
ବିବିଧ ପାଠର ମିଶ୍ରଣ ସିଏତ 
ଜ୍ଞାନର ପୂର୍ଣ୍ଣ ଆଲୋକ... 

ବଦଳି ଯାଇଛି ବର୍ଣ୍ଣବୋଧ ଆଜି ଭରିଛି ଅସଂଖ୍ୟ ତ୍ରୁଟି... 
ଇଂରାଜୀ ଭାଷାର ଅହେତୁକ ମୋହ 
ବର୍ଣ୍ଣବୋଧ ହେଲା ମାଟି... 
ତ ଥାପି ଯାଇନି ହଟି... 
କଅଁଳ ଓଠର ଚକା ଭଉଁରୀ ଯେ 
ଦେଇଛି ସ୍ନେହର ଗଣ୍ଠି... 

ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

ବିଭ୍ରାଟ ଓଡ଼ିଶା

✍✍✍ଶିଶିର କୁମାର ସ୍ଵାଇଁ

ଏକ ଦିନେ ନାରଦ ଯେ  
                   ନାରାୟଣ ପାଶେ,
ଭ୍ରମି ଭ୍ରମି ପହଞ୍ଚିଲେ 
                   ମନ ତ ବିରସେ I
ନାରାୟଣ ନାରାୟଣ 
                   ଶବ୍ଦର ଝଙ୍କାରେ ,
ନାରାୟଣ ନିଦ୍ରା ଭାଜେ 
                   ଓଷ୍ଠେ ହସ ଧାରେ I
ଲକ୍ଷ୍ମୀକାନ୍ତ ପ୍ରବୋଧିଲେ 
                    ବ୍ରହ୍ମାଙ୍କ କୁମରେ ,
କୁହହେ ଦେବର୍ଷି କିବା 
                      ବିଷାଦ ମନରେ I
        
ନାରଦ ଉବାଚ

ନାରଦ ବୋଲନ୍ତି ଶୁଣ 
                  ଜଗତ ଠାକୁର,
ଭ୍ରମଣରେ ଯାଇଥିଲି 
                  ଉତ୍କଳ ପ୍ରାନ୍ତର I
ଯାହା କିଛି ନୟନରେ 
                   ଦେଖି ମୁଁ ଆସିଛି,
ତବ ଆଜ୍ଞା ହେଲେ ଆଗେ 
                     ଭାଷିବି ଭାବୁଛି I
ଲୀଳାମୟ କି କାରଣେ 
                       ଲଗାଇଛ ନାଟ,
ଓଡ଼ିଶା ମାଟିରେ ବୁଣା 
                      ବୀଜ ଯେ ବିଭ୍ରାଟ I
କଳା ଠାକୁରଙ୍କ ଲୀଳା 
                      ଦେଖିବାର ପାଇଁ,
ଶ୍ରୀକ୍ଷେତ୍ର ଧାମକୁ ଧାଇଁ 
                     ଗଲି ହେ ଗୋସାଇଁ I
ବ୍ରହ୍ମର ବିଭ୍ରାଟ ପୁଣି 
                      ଦାରୁର ବିଭ୍ରାଟ,
ଆନନ୍ଦ ବଜାରେ ପୁଣି 
                      ଅବଢା ବିଭ୍ରାଟ I
ରତ୍ନ ଭଣ୍ଡାରର ଚାବି 
                       ରହସ୍ୟ ବିଭ୍ରାଟ,
ଭକ୍ତ ସେବାୟତ ମଧ୍ୟେ 
                      ନିତ୍ୟ ମାରପିଟ I
ଜମିଜମା ଯାହାଥିଲା 
                     ତୁମରି ନାମରେ,
ପାନ୍ଥଶାଳା ବେଶ୍ୟାପଡ଼ା 
                     ତାହାରି ଉପରେ I
ସ୍ଵର୍ଗଦ୍ଵାର ଚାରିପଟେ 
                     ଅଟ୍ଟାଳିକା କେତେ,
ମଦ ମାଂସ ଭାସୁଅଛି  
                    ଯାହାକୁ ତ ଯେତେ I
କି କହିବି ପ୍ରଭୁ ଆଉ 
                     ମହୋଦଧି କଥା,
ସନ୍ତର୍ପଣେ ଚାଲୁଥିଲି 
                     ସମ୍ଭାଳି ପଇତା I
ସେଠୁ ଚାଲି ଗଲି ପ୍ରଭୁ 
                     ଏକାମ୍ର କ୍ଷେତ୍ରକୁ,
ଦର୍ଶନ କରିବା ପାଇଁ 
                    ଶିବ ଠାକୁରଙ୍କୁ I
ବିଭ୍ରାଟ ତ ଛାଡି ନାହିଁ 
                   ସେହି କ୍ଷେତ୍ର ପିଛା,
ମାନବେ ଟାଣି ଦିଅନ୍ତି 
                   ଈଶ୍ଵରଙ୍କ କଛା I
ସେଠାବାରୁ ଅତି ଶୀଘ୍ର 
                 ଗଲି ଯେ ପଳାଇ,
ନେତା, ମନ୍ତ୍ରୀ, ସଚିବଙ୍କ 
                   ଦରଶନ ପାଇଁ I
ସେ ମାଟିରେ ପାଦ ଦେଇ 
                    ହୋଇଗଲି କାଠ,
ତାଳୁରୁ ତଳିପା ଯାଏଁ 
                   ସବୁଠି ବିଭ୍ରାଟ I
ଡାଲି ପାଣି ଖଣି ପୁଣି 
                   ବିଭ୍ରାଟର ଘର,
ସରକାରୀ ଜମି ସବୁ 
                    ପୁଞ୍ଜିପତିଙ୍କର I
ଔଷଧରୁ ଶିଶୁ ଖାଦ୍ୟ 
                    ସବୁଠି ବିଭ୍ରାଟ,
ଟଙ୍କାରେ ଚାଉଳ ସହ 
                    କାଳିଆର ନାଟ I
କେନ୍ଦ୍ର ରାଜ୍ୟ ଏଠି ପୁଣି 
                   ଦୋଷ ଲଦାଲଦି ,
ମୁହେଁ ତୁଣ୍ଡି ବାନ୍ଧିଥାନ୍ତି 
                   ବିଚରା ବିରୋଧୀ I
ଏବେ ପୁଣି ବିଶୋଧକ 
                    ମାସ୍କ ବିଭ୍ରାଟରେ ,
କାଦୁଅ ଯେ ଛଟାଛଟି 
                    ଚାଲେ ପରସ୍ପରେ I
ରାଜ ଭବନରୁ ପ୍ରଭୁ 
                    ମନ ଛାଡିଗଲା ,
କାବ୍ୟ କବିତା ପଟକୁ 
                      ମନ ଯେ ଢଳିଲା  I
କବି ସୂର୍ଯ୍ୟ ଭଞ୍ଜ କଥା 
                      ସ୍ମରଣ ହୋଇଲା,
ରେଶମ ସହର ଦିଗେ 
                    ଯାନ ଯେ ଚଳିଲା I
ଭେଣ୍ଡିଆ ଟୋକାଏ ଧରି 
                     ଝୁଲାକୁ ଗଣ୍ଠିଲି,
ସ୍ତ୍ରୀ ପିଲା ସହ ଗାଡ଼ି 
                      ହୋଇଛି ଗହଳି I
ପଚାରି ବୁଝିଲି ସବୁ 
                      ଦାଦନ ଶ୍ରମିକ,
ବିଦେଶକୁ ଯାଉଛନ୍ତି 
                     ମାରିବାକୁ ଭୋକ I
ଏ ମାଟିରେ ଜନ୍ମିଛନ୍ତି 
                  କେତେ ମନ୍ତ୍ରୀ ନେତା,
ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲା 
                    ଭାଗ୍ୟର ବିଧାତା I
ତଥାପି ପ୍ରଭୁ ହେ ଦେଖି 
                      ଏହି ଜିଲ୍ଲା ଦଶା,
ଆଉ କି ଭ୍ରମିବି ମୋର 
                      ଉଡିଗଲା ହଂସା I
ବିଭ୍ରାଟ ହେବା ଆଗରୁ 
                     ଚାଲି ମୁଁ ଆସିଲି ,
ତୁମରି ଦୟାରୁ ମୋର 
                      ପ୍ରାଣ ବଞ୍ଚାଇଲି I
ଯଦି କେବେ ପ୍ରଭୁଙ୍କର 
                     ପୁଣି ଆଜ୍ଞା ହେବ,
ତିରିଶ ଜିଲ୍ଲା ବିଭ୍ରାଟ 
                    ନାରଦ ଭାଷିବ I
ଆଶ୍ରା ଦିଅ ଚରଣରେ 
                    ହେ କରୁଣା ସିନ୍ଧୁ,
ଦୟା ସ୍ରୋତେ ହଜିଯିବ 
                   ଏ ଶିଶିର ବିନ୍ଦୁ I

ଗାଙ୍ଗପୁର
ଗଞ୍ଜାମ-761123

ବେସୁରା

ନିର୍ମଳ ନାୟକ 

ପଞ୍ଚମ ତାନ ରେ ପିକ ଗାଉଥିଲା... 
ଆମ୍ବ ର ଡାଳରେ ବସି... 
ମନରୁ ସରାଗ ଲିଭିଯାଇଥିଲା... 
ସରସ ଯାଇଛି ରୁଷି !!

ଯା'ରେ ପିକ ତୁ ଉଡି ଯାଅ କାହିଁ... 
ଆଉ ତୁ ଗାଆନା ବାରେ... 
ଖୁସିର ପ୍ରଦୀପ ଆଜି ଜଳେ ନାହିଁ.. 
ହୃଦ କାନ୍ଦେ ଅନ୍ଧକାରେ !!

ମନର ଦୁର୍ଦଶା କହୁଛି ତୋ ଆଗେ.. 
ମନୋଦଶା ଶାନ୍ତ ପାଇଁ.. 
ମା ଚାଲିଗଲେ ଏକା ଏକା ଲାଗେ.. 
ସାହା କେହି ମୋର ନାହିଁ !!

ତୋର ମିଠା ସୁର ବେସୁରା ଲାଗଇ 
ଅନ୍ନ ବି ରୁଚଇ ନାହିଁ... 
ଦୁଃଖ ଦରିଆ ରେ ଲୁହରେ ଭସାଇ.. 
ଥଳ କୁଳ ପାଉ ନାହିଁ !!

ଅପୂରଣୀୟ କ୍ଷତି ଜୀବନେ ରହିଲା.. 
ସବୁ କିଛି ପାଖେ ଥାଇ.. 
ତାଙ୍କ ସ୍ମୃତିପଟ୍ଟ ମାନସ ପଟଳେ... 
ଜୀବନେ ଝଲସୁ ଥାଇ !!

କିଏ ପଚାରିବ ଆଉ ମୋତେ ଆସି.. 
ଆରେ ଖାଇଲୁକି ନାହିଁ... 
ଅର୍ଥ ର ପଛରେ ସଭିଏଁ ପ୍ରୟାସୀ.. 
ପଚାରିବାକୁ ବେଳ କାହିଁ !!

ଯାଇନୁ ଏଯାଏ ଶୁଣୁଛୁ ମୋ କଥା... 
ସୁରରେ ଆଉ ଗାଆନା 
ତୋର ମିଠା ସୁର ବେସୁରା ବ୍ୟଥା.. 
ସବୁ ମିଛର ବାହାନା !!

ମାଆ ଡାକ ଆଉ ଶୁଭିବନି କେବେ.. 
ଲିଭିଲା ଅଲିଭା ଦୀପ.. 
ସାରା ସଂସାର ରେ ବେସାହାରା ଭାବେ.. 
ସେନେହ ଶରଧା ରୂପ !!

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014.

Thursday, August 27, 2020

ଏଇ ମୋ ଗାଁ ଲୋ ମିତ

ମୋ ଗାଁ ଟୁଙ୍ଗୀ ଲୋ ମିତ 

ଦିବସ ଶେଷରେ ପ୍ରଶାନ୍ତି ଶ୍ଵାସରେ 
ଅରୁଣିମା ହେଲେ ଅସ୍ତ... 
ଦୃଢ ସ୍ଵରେ ସେତ କରଇ ସ୍ୱୀକାର 
ଧର୍ମ ଏକା ଶେଷ ପଥ... 
ମୋ ଗାଁ ଟୁଙ୍ଗୀ ଲୋ ମିତ... 
ଶେଷ ନିଶ୍ୱାସର ଅଶେଷ ବିଶ୍ୱାସ 
ଭକ୍ତିର ନବ ଦିଗନ୍ତ... 

ନନା ଗୋସେଇଁଙ୍କ ମଧୁର ସ୍ୱରରେ 
ଗୀତା ସାଥେ ଭାଗବତ... 
ବୁଝୁ କି ନ ବୁଝୁ ଜେଜେମା ମୋହର 
ବସେ ଯୋଡି କରି ହାତ... 
ମୋ ଗାଁ ଟୁଙ୍ଗୀ ଲୋ ମିତ... 
ପଲ୍ଲୀ ଜୀବନର ପ୍ରାଣ ପବନ ସେ 
ନଇଁ ଯାଏ ଯହିଁ ମାଥ...

ହରିବଂଶ ଠାରୁ ନୃସିଂହ ପୁରାଣ 
ତା ସାଥେ ଭକ୍ତି ସଙ୍ଗୀତ... 
ମୃଦଙ୍ଗ ତାଳରେ କୀର୍ତ୍ତନ ଶୁଭଇ 
ନୋହି ଦିନେକ ବିରତ... 
ମୋ ଗାଁ ଟୁଙ୍ଗୀ ଲୋ ମିତ... 
ନ୍ୟାୟ ଅନ୍ୟାୟର ବିଚାର କରଇ 
ସାଜି ଧର୍ମ ଅଦାଲତ... 

ଇନ୍ଦୁ ପୂର୍ଣ୍ଣିମାରୁ ନୃସିଂହ ଜନମ 
କେତେ ଓଷା କେତେ ବ୍ରତ... 
ଚୂଡ଼ାଘଷା ସାଥେ ଖେଚୁଡ଼ି ଭୋଗରେ ଆତ୍ମା ହୁଅଇ ତୃପତ... 
ମୋ ଗାଁ ଟୁଙ୍ଗୀ ଲୋ ମିତ... 
ସରଳ ମନର ବିରଳ ଚିହ୍ନ ସେ 
ସ୍ୱାର୍ଥ ହୀନ ଦସ୍ତଖତ... 

ପୁରୁଣା ଦିନ ତ ପେଡି ରହିଲା 
ଚାଳ ଘର ହେଲା ଛାତ... 
ଭଙ୍ଗା କାନ୍ଥର ସେ ଗଭୀର ଫାଟରେ 
ଟୁଙ୍ଗୀ ଅଣ୍ଡଳେ ଅତୀତ... 
ମୋ ଗାଁ ଟୁଙ୍ଗୀ ଲୋ ମିତ... 
ଏବେ ପାଲଟିଛି ବୁଲା ଷଣ୍ଢଙ୍କର 
ସୁନ୍ଦର ଏକା ଜଗତ... 

ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

🌿🌸 " ବଣ ମଲ୍ଲୀ " 🌸🌿

                 ✍ ଅମରନାଥ ବାରିକ୍

                କରିଦିଅ ପ୍ରଭୁ ଦୁବ ଘାସଟିଏ
                ତୁମ ଶ୍ରୀଅଙ୍ଗକୁ ସାଉଁଳେଇବି
               ପଡିଗଲେ ଧୂଳି ଝାଡ଼ିଦେବି ସବୁ
              ପାଖେ ପାଖେ ତୁମ ସେବା କରିବି ।
              କୋମଳ ପାଦକୁ ରହିବି ଆବୋରି
                ଦେବିନାହିଁ କେବେ ମଇଳା କରି
               ନୀତି ଚୁମିବି ମୁଁ ସେ ରଙ୍ଗ ପୟର
                 ରଖିଥିବି ସଦା ଆଦର କରି ।
              ଲୋଡା ନାହିଁ ମୋର ଏ ହୀନ ଜନମ
                ଶିରିକ୍ଷେତ୍ର ଯଦି ନପାରେ ଦେଖି
               ବଣ ମଲ୍ଲୀ ହୋଇ ବଣରେ ରହିଲି
               କେହି ଜଣେ ମାଳି ପାରୁନି ଦେଖି ।
                ନାହିଁ ପ୍ରୟୋଜନ ଏମିତି ଜନମ
                   ଯଦି ନ ଲାଗିଲି ତୁମରି ପାଇଁ
                ଫୁଟିବିନି ଆଉ ନୀତି ମୁଁ ସଞ୍ଜରେ
                 ବାସି ହେବି ନାହିଁ ତୁମକୁ ଚାହିଁ ।
               କି ଦୋଷ କରିଛି କାଳିଆ ସାଆନ୍ତେ
                    ତୁମ ମନ୍ଦିରକୁ ପାରେନି ଯାଇ
                ବଣରେ ଫୁଟି ମୁଁ ବଣରେ ମଉଳେ
                  ତୁମ ଦରଶନ ଭାଗ୍ୟରେ ନାହିଁ ।
                 ବଣ ମଲ୍ଲୀ କରି ବଣରେ ରଖିଲ
                   ପାରିଲିନି ତୁମ ପାଦକୁ ଛୁଇଁ
                 ଦେହରେ ଭରିଲ ସୁବାସ ଚହଟ
                   ତୁମ ପୂଜା ପାଇଁ ଲାଗିଲି ନାହିଁ ।
               ଇଚ୍ଛା ମୋ ଅନେକ ଦେଖିଲେ ତୁମକୁ
                 ସାର୍ଥକ ଫୁଲଟେ ହୋଇବି ବୋଲି
                 ଚାହୁଁଛି ତୁମର ପୂଜାରେ ଲାଗିବି
                 ସଭିଏଁ କହିବେ ଶ୍ରୀକ୍ଷେତ୍ର ମଲ୍ଲୀ ।
                 ବଣ ମଲ୍ଲୀ କହି ଅନେକ କବିତା
                  ଲେଖି ଚାଲୁଛନ୍ତି କଲମେ କବି
                  ପାର ପାଇଯିବି ଏହି ଜନମରୁ
                  ତୁମରି କରୁଣା ଯଦି ପାଇବି ।

.                             ସମାପ୍ତ

        ____●◆●____

✍ ଅମରନାଥ ବାରିକ୍
💌 କୟାଁ,ମଙ୍ଗଳପୁର, ଯାଜପୁର

ଏମୋର ସତ୍ଯ ବଚନ

ଦୁଃଖ ମୋର ଆଜି     ଅସହ୍ୟ ହେଲାଣି
       କହିଦିଅ ମନ ଖୋଲି
କରୁଣା ତୁମର      ହେଉନି କାହିଁକି
        ଯିବିକି ତୁମକୁ ଭୁଲି  !୧!

ଦୁଃଖ ଦେବା ଯଦି     ମନେ ଥିଲା ତୁମ
         କାହିଁକି କରିଲ ଠିଆ
କେତେଦିନ ଆଉ     ମୋ ଦୁଃଖ ଦେଖିବ
        କହରେ ଜଗା କାଳିଆ  ।୨।

ଡାକିଡାକି ମୋର      କଣ୍ଠ ଶୁଖିଯାଏ
          ପାରୁନାହିଁ ଆଉ ଡାକି
ଚାଲିବକୁ ମୋର      ବଳ ପାଉନାହିଁ
        ଗଲିଣି ମୁଁ ଆଜି ଥକି  ।୩।

ବଡ଼ଦାଣ୍ଡ ଧୂଳି      ମୁଣ୍ଡେ ମାରିବାକୁ
       କରିଛି ଆଶା ମନରେ
ନିରାଶ ନକର      ଆହେ ପ୍ରଭୁ ତୁମେ
         ରହିଛି ଅଧା ବାଟରେ  ।୪।

ଆଖି ଛଳଛଳ       ନୟନ ଯୁଗଳ
       ଖୋଜୁଛି କେଉଁ କାଳରୁ
 ତୁମ ବ୍ରହ୍ମ ରୂପ       ଦର୍ଶନ ପାଇଁ କି
       ଆସିଛି ବାହାରି ଘରୁ  ।୫।

ଫେରିବିନି ଆଉ     ପଛକରି କେବେ
     ମନରେ ଏହା ଭାବିଛି
ଅଧାବାଟେ ମୋର     ଜୀବଗଲେ ଯାଉ
         ତଥାପି ନାମ ଜପୁଛି  ।୬।

ଦୁଃଖ ଦରିଆରେ       ଭାସେ ମୋ ଜୀବନ
       ଆଖିଖୋଲି ଥରେ ଦେଖ
ନହୋଇ ନିର୍ଦ୍ଦୟ      ଦରଶନ ଦିଅ
          ପାଇବି ଟିକେ ମୁଁ ସୁଖ  ।୭।

ସୁଖ ଦୁଃଖ ସବୁ      ତଉଲିବା ପାଇଁ
        ଧରିଛ ହାତେ ନିକିତି
ପାଦମୋର ଆଉ     ଉଠୁନି ଆଗକୁ
        ଚାଲିବାକୁ ଦିଅ ଶକ୍ତି  ।୮।

ସିଂହାସନ ତୁମ       ଟଳମଳ ହେବ
       ଏଇଠି ଗଲେ ଜୀବନ
ଜଗନ୍ନାଥ ନାମ     ସଂସାରେ ହଜିବ
      ଏ ମୋର ସତ୍ୟ ବଚନ  ।୯।

ଛାଡି ସିଂହାସନ    ଅଧାବାଟେ ଆସ
          ଆହେ ପ୍ରଭୁ ଜଗନ୍ନାଥ
ଭାଙ୍ଗିଦିଅ ତୁମ     ବଡ଼ପଣ ଆଜି
    କରନି ମୋତେ ଅନାଥ  ।।୧୦।।

ସମ୍ପାଦକ-ମୋ ଅନୁଷୂ,କବିକମଳ  ନରେନ୍ଦ୍ର ପ୍ରସାଦ ବେହେରା, 
ଆଳଦା, ଖଇରା,ବାଲେଶ୍ଵର,

ଉଠ ଉଠ ହେଲାଣି ସକାଳ

        ✍✍✍କଳ୍ପନା ରାୟ

ବରଷାର ଗର୍ଜନ ଏବେ ଆଉ ଶୁଭୁନି
ତଥାପି ଟପ୍ ଟପ୍ ଶବ୍ଦ ରହି ରହି
ପକ୍ଷୀମାନେ କେଉଁଠି ଥିଲେ ଏତେ ଵର୍ଷାରେ
କିଚିରିମିଚିରି ଶବ୍ଦ ଆରମ୍ଭ କଲେଣି ସକାଳରେ
ଚାଷୀ ଭାଇ ହେଲାଣି ତତ୍ପର
ଦେଖି ଆସିଵ ଲାଭକ୍ଷତି ଫସଲର
ଯାହା ହେଇଛି କାଲିର ଵର୍ଷାରେ
ରମାଵୋଉ ପକାଇଲାଣି ଗୋବରପାଣି
ମୌସୁମୀ ଅଭିମାନ କଲା
ଲଘୁଚାପରେ କିନ୍ତୁ ଛେଚିଲା
ଜଳ ଜୀବନ ସତ
କିନ୍ତୁ ଅତି ଜଳ ହେଲା ବିପରୀତ
ଚାଷୀ ପ୍ରୟୋଗ କରି ଵିଷ
ମାଟି ମାଆ ହେବ ରୋଷ
ତଥାପି ଚାଷୀ ଛାଡିପାରିବନି ଚାଷ
ଖାଉ ପଛେ ନିଜେ ଵିଷ
ପ୍ରାଣୀଙ୍କୁ ଯୋଗାଇବ ଅନ୍ନ ଗଣ୍ଡିକ
ସେଥିରେ ତାର ସନ୍ତୋଷ
ଶୁଭଇ ଘନ ଘନ ରଡି ମହାମାରୀର
ଉତ୍ତାଵିଲା ହୁଏ ସିଏ
ମାଡି ମାଡି ଚାଲେ ଉତ୍ତାଳ ତରଙ୍ଗ ପରି
ନାଚି ନାଚି ଗୀତ ଗାଇ ଗାଇ
ହେଲେ ଧରା ଆଜି ସଵୁଜ ଦିଶଇ
ପାହାଡ଼ ଫାଙ୍କରୁ ଲାଲ ରଙ୍ଗ ଧରିଲାଣି
ସକାଳ ହେଲାଣି ସକାଳ
ଉଠ ଉଠ ହେଲାଣି ସକାଳ 
ରମାଵୋଉ ପାଇଟି ସାରି ହେଲାଣି ଚଞ୍ଚଳ

କଳ୍ପନା ରାୟ, ଲଇଡା, ସମ୍ବଲପୁର

ଆଜି ଦଶମୀ

      ✍✍ସୁକାନ୍ତ ଖଣ୍ଡା 

ଆଜି ଭାଦରବ ମାସ ଦଶମୀକୁ
ଘରେ ପାଳୁଥିଲେ ଆଈ
ପୂଜାପାଠ ସହ ଦଶ ଦିଗପାଳ
ପ୍ରଣାମ କରିଲେ ଯାଇ।୧
ବୁନି ହସିକରି ଆଈଙ୍କ କୋଳରେ
ବସିକି କହିଲା ତୁମେ
ନିଇତି ସକାଳେ ଈଶ୍ୱର ପୂଜାରେ
ମଜ୍ଜିଯାଅ କିଆଁ କାମ।୨
ଛଳଛଳ ହୋଇ ବୁନିକୁ କହିଲେ
ଈଶ୍ବର ସନ୍ତୋଷ ହେଲେ
ଦୁଃଖ ଦୂର ସହ ଅଭାବ କଟିବ
ସାହା ଯଦି ହୋଇଯିବେ।୩
ବାରମାସେ ତେର ଯାତରା ସହିତ
ପଡ଼େ ପରବ ପର୍ବାଣୀ
ଏହା ବାଦ୍ ଆର ଦିନ ଗୁଡ଼ିକରେ
କେହି ବୁଝନ୍ତିନି ଜାଣି।୪
ମନ ଶାନ୍ତି ପାଇଁ ପୂଜା କରାଯାଏ
ଥାଆନ୍ତେ ଯଦି ଠାକୁର
ଦେଖି ଡରିମରି ପାଖ ମାଡ଼ନ୍ତେନି
ଲୁଚନ୍ତେ ହୋଇ ଅଧିର।୫
ଠାକୁର ନାମରେ ଆମେ ଖାଉଅଛେ
ତିଆରି ଅନ୍ନ ବ୍ୟଞ୍ଜନ
ଘର ପରିବାର ସନ୍ତୋଷ ପାଆନ୍ତି
ସଭିଏଁ ହୋଇ ମିଳନ।୬
ଅବଶ୍ଯ ସାଧକ କେତେ ରହିଛନ୍ତି 
ଈଶ୍ବର ପିପାସୁ ରଙ୍କ
ମିଳାମିଶା ସହ କଥା କହିଥାନ୍ତି
ଦୃଷ୍ଟାନ୍ତ ରାମକୃଷ୍ଣଙ୍କ।୭
ହସି ଦେଇ ବୁନି ଆଈଙ୍କୁ କହିଲା
ଈଶ୍ବର ସାଧିକା ହୋଇ
ସନ୍ତୋଷ ରଖିଛ ଘର ପରିବାର 
ଏକତା ସଜାଡ଼ି ଦେଇ।୮
ନ ଖାଇବା ବିନା ଅନର୍ଥ ହୁଅଇ
ପେଟ ପାଇଁ ହୁଏ ନାଟ
ଘର ପରିବାର ଭୁରି ଭୋଜନକୁ
ଖୁଆଇ କର ସନ୍ତୁଷ୍ଟ।୯
ପ୍ରଣାମ ସହିତ ଧନ୍ଯବାଦ ଦେଇ
ବୁନି ଚାଲିଗଲା ବେଳେ
ଆଈଙ୍କ ଆଖିରେ ଆନନ୍ଦ ଝର
ହାତ ଯୋଡ଼ି ପ୍ରେମ ଭୋଳେ।୧୦
               *
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର 
ଜି-କେନ୍ଦୁଝର ପି-୭୫୮୦୨୮

ଶ୍ରୀକୃଷ୍ଣ

ଅଛି ବୋଲି ଯାହା ଭାବୁ ଅଛ ତୁମେ ତାହାର ଅସ୍ତିତ୍ଵ ନାହିଁ, 
ନାହିଁ ବୋଲି ଯାହା ଭାବୁ ଅଛ ତୁମେ ତାହା କିନ୍ତୁ ଅଛି ରହି। 
ସମସ୍ତଙ୍କ ପାଇଁ ଦିବ୍ୟତ୍ବ ହିଁ ଅଛି ଜଗତ ଅସ୍ତିତ୍ଵ ନାହିଁ, 
ଏହି ସତ୍ୟ ଟିକୁ ଉପଲବ୍ଧି କର ତୁମେ ସବୁ ଏଠି ରହି।।

          ଆମେ ଭଗବଦ୍ ଗୀତା କୁ କୃଷ୍ଣ ଓ ଅର୍ଜୁନ ଙ୍କ ମଧ୍ୟରେ ବାର୍ତ୍ତାଳାପ ମାତ୍ର ବୋଲି ମନେ କରିବା ଉଚିତ୍ ନୁହେଁ। ଏହା ସବୁ ମନୁଷ୍ୟଙ୍କ ହୃଦୟରେ ଥିବା ମାନବ ଓ ଦେବ ମଧ୍ୟରେ ଏକ ଅସରନ୍ତି ସଂଳାପ। ଅର୍ଜୁନ ଯେପରି ଅବିଚଳିତ ମନରେ କୃଷ୍ଣଙ୍କ ବଚନ ଶ୍ରବଣ କରିଥିଲେ ସେହିପରି ପ୍ରତ୍ୟେକ ମନୁଷ୍ୟ ତାର ହୃଦୟର ଗଭୀରତମ ପ୍ରଦେଶରୁ ବାହାରୁଥିବା ବଚନ ଓ ଘୋଷଣା ଗୁଡିକୁ ଆନ୍ତରିକତାର ସହ ଶ୍ରବଣ କରିବା ଉଚିତ୍। ଏହି ଏକାଗ୍ରତା ଭାବ ଉନ୍ନତ ହେଲେ ମନୁଷ୍ୟ ଦୈବତ୍ବରେ ପହଞ୍ଚିବା ସମ୍ଭବ ହେବ। ଏତାଦୃଶ ଅନୁଶାସନ ବଳରେ ଦାନବ ନିଃସନ୍ଦେହରେ ମାନବ ଏବଂ ମାନବ ଦେବ ହୋଇ ପାରେ। ଏହା ଗୀତାର ଅନତିକ୍ରମ୍ୟ ଗରିମା। ଗୀତାର ପ୍ରଭାବ ଓ ପବିତ୍ରତା ସାଧାରଣ ମାନବୀୟ ଚେତନା ଦ୍ବାରା ବୁଝି ହେବ ନାହିଁ, ମାତ୍ର ମନୁଷ୍ୟର ସତ୍ତାର ଦିବ୍ୟ ସ୍ତର ଗୁଡିକ ଦ୍ବାରା ବୁଝି ହେବ। 
           ଗୀତା ଏକ କଳ୍ପବୃକ୍ଷ ଯାହା କୃଷ୍ଣଙ୍କ ଦ୍ବାରା ରୋପିତ ଏବଂ ବ୍ୟାସଙ୍କ ଦ୍ବାରା ପରିପୁଷ୍ଟ ହୋଇଛି। ଉପନିଷଦ ମାନେ ଏହି ବୃକ୍ଷର ବୀଜ। ବ୍ରହ୍ମଜ୍ଞାନ ହେଉଛି ଅଙ୍କୁର। ଶାସ୍ତ୍ର ଗୁଡିକ ଶାଖା ଏବଂ ଇଶ୍ଵର ପ୍ରେମ ଓ ଶରଢାଗତି ହେଉଛି ସୁଗନ୍ଧିତ ପୁଷ୍ପ। ଆତ୍ମାନନ୍ଦ ଏହାର ଫଳ। ପ୍ରତ୍ୟେକ ମନୁଷ୍ୟ ଏହି ବୃକ୍ଷ ମୂଳରେ ଆଶ୍ରୟ ନେବା ଏବଂ ଜୀବନର ଅଭିପ୍ରାୟ ଅସୀମ ପରମାନନ୍ଦ ଲାଭ କରିବାକୁ ପ୍ରୟାସ କରିବା ଉଚିତ୍। 
            ଜୟ ଶ୍ରୀକୃଷ୍ଣ 🙏🙏

राधे राधे ॥

राधा तत्व
शास्त्रों और तत्वज्ञानी महापुरुषों का मत है कि राधा कोई भिन्न नहीं अपितु उस परम ब्रह्म श्रीकृष्ण की चेतना शक्ति और आल्हादिनी शक्ति का नाम ही राधा है। राधा और कृष्ण को जिसने भी पाया एक दूसरे से अभिन्न एक रूप में ही पाया। अर्थात राधा को पाया तो कृष्ण को भी पाया और कृष्ण को भी पाया तो राधा को भी पाया।

उस लीला पुरूषोत्तम श्रीकृष्ण के प्रति जो प्रियतम भाव है उनका साकार स्वरूप ही तो राधा है।

उनका माधुर्य, उनकी चितवन, उनका श्रृंगार, उनका हास विलास, उनकी चपलता, उनकी निश्छलता, उनका संगीत, उनका नृत्य, उनका शील, उनकी लज्जा, उनकी करुणा, उन कृष्ण में समाहित इन सब गोपी भावों के उच्चतम स्त्री नाम ही तो राधा है।

इन सभी भावों के बिना उन मधुराधिपति का कोई अस्तित्व भी नहीं। इसीलिए भक्तों ने "राधा के बिना श्याम आधा", "बिन राधा श्याम आधा" को गाया है। 

लीला करने के उद्देश्य से ही वो लीलाधर एक से दो रूप हो जाते हैं। बाहरी चक्षुओं से वो दो ही नजर आते हैं लेकिन तत्वत राधा - कृष्ण एक ही रूप हैं।

               🙏🏼🙏🏼🙏🏼

ଶ୍ରୀମନ୍ଦିର ସିଂହଦ୍ଵାର

ଶ୍ରୀମନ୍ଦିର ସିଂହଦ୍ଵାର, ଜୟବିଜୟ, କଳାହାଟ ଦ୍ଵାର, ଭିତର ଆଉ ବାହାର ରତ୍ନ ଭଣ୍ଡାର ଦ୍ଵାର, ଉତ୍ତର ଦ୍ଵାର, ଦକ୍ଷିଣ ଦ୍ଵାର, ପଶ୍ଚିମ ଦ୍ଵାର ନୂତନ କରି ନିର୍ମାଣ ହେବ । ଏହି ସବୁ ଦ୍ଵାର ବର୍ମା ଟିକ୍ କାଠରେ ନିର୍ମାଣ ହେବ । ଏହା ଦୀର୍ଘ ସ୍ଥାୟୀ ହେବ । ସମସ୍ତ ଦ୍ଵାରରେ ରୁପା ଚାଦର ଦିଆଯିବ । ଚାଦର ମୋଟେଇ ୧୪ ରୁ ୧୮ ଗଜ ରହିବ । ଏହି ହିସାବକୁ ବିଚାର କଲେ ପ୍ରତ୍ୟେକ ଦ୍ୱାରରେ ପାଖାପାଖି ଏକ କୁଇଣ୍ଟାଲ ରୁପା ଲାଗିବ । ଏହି ସବୁ ଦ୍ଵାରରେ ଲାଗିବାକୁ ଥିବା ରୁପାକୁ ଜଣେ ଦାତା ଦେବାକୁ ସହମତି ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ରୁପା ତଥା ଅର୍ଥ ଏହି ସବୁ ଦ୍ଵାର ନିର୍ମାଣରେ ଲାଗିବ ନାହିଁ ବୋଲି ଖବର ମିଳିଛି ।

ରାଜସ୍ଥାନର ଜୟପୁର କାରିଗରମାନେ ଏହି ସବୁ ଦ୍ଵାରର ଡିଜାଇନ କରିବେ । ଉକ୍ତ ଡିଜାଇନ ଉପରେ ପ୍ରାରମ୍ଭିକ ପ୍ରାଶାସନିକ ଆଲୋଚନା ପରେ ବିଚାର ବିମର୍ଶ ଚାଲିଛି । ଦ୍ବାରନିର୍ମାଣର ରୂପରେଖ ଚୂଡ଼ାନ୍ତ ହେବା ବେଳକୁ ସାତ ଆଠ ଦିନ ଲାଗିଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂ ଶ୍ରୀମନ୍ଦିରର ଏହି ସବୁ ଦ୍ଵାରଗୁଡ଼ିକ ନୂତନ ନିର୍ମାଣର ମୁଖ୍ୟ ତତ୍ବାବଧାରକ ରହିଛନ୍ତି । ସୂଚନା ମୁତାବକ, ପ୍ରଥମେ ଗର୍ଭ ଗୃହ ସଂଲଗ୍ନ କଳାହାଟ ଦ୍ଵାର, ଜଗମୋହନ ସଂଲଗ୍ନ ଜୟବିଜୟ ଦ୍ଵାର ଆଉ ମୁକ୍ତି ମଣ୍ଡପ ସାମନା ବେହରଣ ଦ୍ଵାର ନୂତନ କରି ନିର୍ମାଣ କରାଯିବା ସହ ରୁପା ଚାଦର ପଡ଼ିବ। ପରେ ଶ୍ରୀମନ୍ଦିର ସିଂହଦ୍ବାର, ଦକ୍ଷିଣ ଦ୍ଵାର, ଉତ୍ତର ଦ୍ଵାର, ପଶ୍ଚିମ ଦ୍ଵାର ପୁନଃନିର୍ମାଣ  ଏବଂ ରୁପା ଚାଦର ବିଛାଇବା କାମ ହାତକୁ ନିଆଯିବ । ଶେଷରେ ଭିତର ଏବଂ ବାହାର ରତ୍ନ ଭଣ୍ଡାର ମୁଖ୍ୟ ଦ୍ଵାର ପୁନଃନିର୍ମାଣ ଏବଂ ରୁପା ଚାଦର ଦିଆଯିବାକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି । ଗୋଟିଏ ଗୋଟିଏ କବାଟର ଉଚ୍ଚତା ୧୪ ଫୁଟ ହୋଇଥିବା ବେଳେ ଦୁଇ ଫାଳର ଚଉଡ଼ା ୯ଫୁଟ। 

ଉଲେଖନୀୟ, ମହାପ୍ରଭୁଙ୍କ ନବକବେଳବର ପୂର୍ବରୁ ସିଂହଦ୍ଵାର, କଳାହାଟ ଦ୍ଵାର ଶାଳି କାଠରେ ନିର୍ମାଣ କରାଯାଇ ପିତ୍ତଳ ଚାଦର ପଡ଼ିଥିଲା । ମହାପ୍ରଭୁଙ୍କ ଏହି ଦୁଇ ଦ୍ଵାର ପିତ୍ତଳ ଚାଦର ବଦଳରେ ରୁପା ଚାଦର ଲାଗିବ । ଏହି ପରିକଳ୍ପନା ସଫଳ ହେଲେ ଆଉ ଶହେ ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଏହି ଦ୍ବାରଗୁଡ଼ି କର ଆଉ ମରାମତି ଆବଶ୍ୟକ ହେବ ନାହିଁ ।

ରାଧା ମୋହନ ସ୍ମରଣେ

✍✍✍ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
*********
ହେ ରାଧା ମୋହନ ଗଡ଼ନାୟକ ହେ !
କାବ୍ୟ କବିତା ନାୟକ
ସମର ପଥର ଯାତ୍ରୀ ମୁଁ ଯେ,କରେ
ଶୋହେ ମୋ ଖର ଶାୟକ।।
ହୋଇଥିବି ରାଧା ମୋହନ,ହେବିନି...
କି ଅବା ଗଡ଼ ନାୟକ ?
ଏହା ଥିଲା ତୁମ ହୃଦ କଥା ଦିନେ
କହିଥିଲ କରି ଦୁଃଖ ।।
ଆଜି ଜନ୍ମ ଦିନେ  ମନ ପଡ଼ ତୁମେ
ସାହିତ୍ୟର ସମାହାରେ
ରଚନା କରିଲ  କାବ୍ୟ,କବିତାର
ନାନାବିଧ ଶଇଳୀରେ ।।
ପ୍ରାଣୀ ମନ ଜାଣି  ଲେଖି ଅଛ ପୁଣି
ପଶୁ ପକ୍ଷୀ କବିତାରେ
ସବୁଜ ଯୁଗର   କବି ପ୍ରକୃତିର
ପ୍ରତିଭାର ପୁରସ୍କାରେ ।।
ପାଇ ଅଛ ତୁମେ  ପଦ୍ମଶ୍ରୀ ଉପାଧି
ବିଚକ୍ଷଣ ପାଣ୍ଡିତ୍ୟରେ
ଛନ୍ଦ ମୁକ୍ତ କବି  ତୁମେ ସୂତ୍ରଧର
ଆଧୁନିକ ପ୍ରଣାଳିରେ ।।
ଜନମ ତୁମର ଉଣିଶ' ଏଗାର
ଅଗଷ୍ଟ ମାସ ପଚିଶ
ଫେବୃୟାରୀ; ବର୍ଷ ଦୁଇ ହଜାରରେ
ତିରୋଧାନ ଏକୋଇଶ ।।
ମହାଦେବ ଏବଂ ଗୋଲକ ମଣୀଙ୍କ
କୁଳକୁ କରି ମଣ୍ଡନ 
ଅନୁଗୁଳ ଜିଲ୍ଲା କଲଣ୍ଡା ପାଳରେ
ଗଡ଼ନାୟକ ସନ୍ତନ ।।
ସୂର୍ଯ୍ୟ ଓ ଅନ୍ଧାର କାବ୍ୟଟି ତୁମର 
ଅଟେ ଅଲିଭା ସ୍ବାକ୍ଷର
ସାହିତ୍ୟ ଜଗତେ ରଖିଗଲ ସ୍ମୃତି,
କୀର୍ତ୍ତି ରଚି ସ୍ବର୍ଣ୍ଣାକ୍ଷର ।।

*********
ଗ୍ରାମ/ପୋଷ୍ଠ - କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର,ଗଞ୍ଜାମ - ୭୬୧୧୩୧

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy