ନାହିଁ ମୋ ଠିକଣା ପରିଚୟ କିଛି
ଜୀବନ ଭୂମିର ବେଳା
ଯାହାକୁ ପଚାର କହିଦେବ ସିଏ
ନାମ ମୋର ପାନ୍ଥଶାଳା ।
ପାନ୍ଥଶାଳା ସିନା ଦିଏ ତୃପ୍ତି ଭରି
ବାଟୋଇ ମନକୁ ଜାଣି
ବୁଝନ୍ତିନି କେହି ପିପାଷୁ ପ୍ରାଣ ମୋ
ମିଳେ ନାହିଁ ଟୋପେ ପାଣି ।
ପଡ଼ି ରହିଥାଏ ପଥ ପାରୁଶରେ
ଭଙ୍ଗା ମନଟାକୁ ନେଇ
ଅତିଥି ମାନଙ୍କୁ ଆପଣେଇ ନିଏ
ନିଜ ପ୍ରେମ ପ୍ରୀତି ଦେଇ ।
ଜାତି ଭେଦ ଭାଵ ବୁଝେ ନାହିଁ କିଛି
ମତୁଆଲା କରେ ମନ
ଦ୍ୱିପ୍ରହର ଅବା ପାହାନ୍ତି ସକାଳ
ନାହିଁ ରାତି ନାହିଁ ଦିନ ।
ମନ ମୋ ପିଆସି ସଭିଙ୍କର ଦାସୀ
ପିଆଲା ପରଶ ଫେଣା
ଖୋଜି ଖୋଜି ଆସି କରନ୍ତି ପ୍ରବେଶ
ପଥ ହରା ବାଟ ବଣା ।
ମେଣ୍ଟାଇବି ଶୋଷ ଜୀବନେ ଯାତନା
ଥାଉ ପଛେ ଯେତେ ମୋର
କିଛି ସମୟର ବ୍ୟବଧାନ ପରେ
ମିଳିବନି ଦେଖା ତୋର ।
ତୁ ମୋର ଜୀବନେ ପାନ୍ଥଶାଳା ମଧୁ
ମୁଁ ତୋର ଲଳିତ ଗିରି
ପ୍ରେମ ନଗରୀରେ ମାୟାବିନୀ ହୋଇ
ଯିବି ତତେ ପାନ କରି ।
ଏ ଆଳାପ କରି ଶୟନ କରନ୍ତି
ପାନ୍ଥଶାଳା ଭାବି ମତେ
ଦରଦୀ ବନ୍ଧୁର ଦୁଃଖ ଦୂର କରେ
ଦରଦରେ ଦେହ ତାତେ ।
ଦୋହଲା କମ୍ପନ ଥର ହର କରେ
ଉଛୁଳା ଯୌବନ ଭରେ
ଛାତି ଥରା ଶବ୍ଦ କଅଁଳ ସ୍ୱରରେ
କରୁଣ ଚିତ୍କାର କରେ ।
ଥାଏମୋ ଦେହରେ ନଖଚିହ୍ନ କେତେ
ଲୋହିତ ଚିତ୍ର ବିଚିତ୍ର
କରମ ଆଦରି ବକ୍ଷଜକୁ ଭରି
ହୁଏ ମୁଁ ସଭିଙ୍କ ମିତ୍ର ।
ଛାଇ ଆଲୁଅର ଲୁଚକାଳି ଖେଳ
ଖେଳନ୍ତି ମୋ ସହ କେତେ
ନିରବରେ ସେଠି ପଡ଼ି ରହିଥାଏ
ଯାତନା ମୋ ଦେହେ ବିତେ ।
. ସମାପ୍ତ
______●◆●_____
✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ
ଜୀବନ ଭୂମିର ବେଳା
ଯାହାକୁ ପଚାର କହିଦେବ ସିଏ
ନାମ ମୋର ପାନ୍ଥଶାଳା ।
ପାନ୍ଥଶାଳା ସିନା ଦିଏ ତୃପ୍ତି ଭରି
ବାଟୋଇ ମନକୁ ଜାଣି
ବୁଝନ୍ତିନି କେହି ପିପାଷୁ ପ୍ରାଣ ମୋ
ମିଳେ ନାହିଁ ଟୋପେ ପାଣି ।
ପଡ଼ି ରହିଥାଏ ପଥ ପାରୁଶରେ
ଭଙ୍ଗା ମନଟାକୁ ନେଇ
ଅତିଥି ମାନଙ୍କୁ ଆପଣେଇ ନିଏ
ନିଜ ପ୍ରେମ ପ୍ରୀତି ଦେଇ ।
ଜାତି ଭେଦ ଭାଵ ବୁଝେ ନାହିଁ କିଛି
ମତୁଆଲା କରେ ମନ
ଦ୍ୱିପ୍ରହର ଅବା ପାହାନ୍ତି ସକାଳ
ନାହିଁ ରାତି ନାହିଁ ଦିନ ।
ମନ ମୋ ପିଆସି ସଭିଙ୍କର ଦାସୀ
ପିଆଲା ପରଶ ଫେଣା
ଖୋଜି ଖୋଜି ଆସି କରନ୍ତି ପ୍ରବେଶ
ପଥ ହରା ବାଟ ବଣା ।
ମେଣ୍ଟାଇବି ଶୋଷ ଜୀବନେ ଯାତନା
ଥାଉ ପଛେ ଯେତେ ମୋର
କିଛି ସମୟର ବ୍ୟବଧାନ ପରେ
ମିଳିବନି ଦେଖା ତୋର ।
ତୁ ମୋର ଜୀବନେ ପାନ୍ଥଶାଳା ମଧୁ
ମୁଁ ତୋର ଲଳିତ ଗିରି
ପ୍ରେମ ନଗରୀରେ ମାୟାବିନୀ ହୋଇ
ଯିବି ତତେ ପାନ କରି ।
ଏ ଆଳାପ କରି ଶୟନ କରନ୍ତି
ପାନ୍ଥଶାଳା ଭାବି ମତେ
ଦରଦୀ ବନ୍ଧୁର ଦୁଃଖ ଦୂର କରେ
ଦରଦରେ ଦେହ ତାତେ ।
ଦୋହଲା କମ୍ପନ ଥର ହର କରେ
ଉଛୁଳା ଯୌବନ ଭରେ
ଛାତି ଥରା ଶବ୍ଦ କଅଁଳ ସ୍ୱରରେ
କରୁଣ ଚିତ୍କାର କରେ ।
ଥାଏମୋ ଦେହରେ ନଖଚିହ୍ନ କେତେ
ଲୋହିତ ଚିତ୍ର ବିଚିତ୍ର
କରମ ଆଦରି ବକ୍ଷଜକୁ ଭରି
ହୁଏ ମୁଁ ସଭିଙ୍କ ମିତ୍ର ।
ଛାଇ ଆଲୁଅର ଲୁଚକାଳି ଖେଳ
ଖେଳନ୍ତି ମୋ ସହ କେତେ
ନିରବରେ ସେଠି ପଡ଼ି ରହିଥାଏ
ଯାତନା ମୋ ଦେହେ ବିତେ ।
. ସମାପ୍ତ
______●◆●_____
✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ
No comments:
Post a Comment