Thursday, August 27, 2020

🙏ସର୍ବମୟ🙏

                ✍ରଂଜିତା ପତି

ଆକାଶ ର ନୀଳିମା ରେ ତୁମେ
  ବନାନୀ ର ସବୁଜିମା ରେ ତୁମେ
    ବାଳାରୁଣ ଲାଲିମା ରେ ତୁମେ
ବିହଗର କାକଳୀ ରେ ତୁମେ
  ସୁମନ ର ସୁରଭିରେ ତୁମେ
     ଦୀପ ର ଶିଖା ରେ ତୁମେ
ଧୂପ ର ମହକ ରେ ତୁମେ
    ଶିଶୁ ର ନିଷ୍ପାପହସରେ ତୁମେ
      ବିରହୀର ବେଦନାରେ ତୁମେ
ସକାଳ ରପ୍ରଶାନ୍ତି ରେ ତୁମେ
   ସନ୍ଧ୍ୟାର ଆଳତୀ ରେ ତୁମେ
     ଗୋଧୂଳିମାଧୁରୀମାରେତୁମେ
ଜୀବନର ଅୟମାରମ୍ଭ ରେ ତୁମେ
   ଜୀବନ ର ସାୟାହ୍ନ ରେ ତୁମେ
     ତୁମେତ "ସର୍ବମୟ",,,   ,,,, 
ତୁମଠି ଆରମ୍ଭ ତୁମଠାରେ ଶେଷ
             ଏ ଜୀବନ,,,,
ମୋର ମୋର ବୋଲି କାହିଁକରିବି
          ବୃଥା ଅଭିମାନ,,,,,,,।

 ଜଗନ୍ନାଥ ପ୍ରସାଦ
   ଗଂଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy