Monday, August 17, 2020

ମୁକ୍ତିର ଆନନ୍ଦ

    ✍ ବାସନ୍ତୀ ଲତା ଜେନା

ଅଧୀନ ଜୀଵନ ବହୁ କଷ୍ଟ ସାଧ୍ୟ 
ସ୍ୱାଧୀନତା ଛିହ୍ନ ହୁଏ 
ଇଛା ମୁତାବକ କାର୍ଯ୍ୟ କରିବାକୁ 
ହସ୍ତ ପଦ ବେଡ଼ି  ଥାଏ   l୧l
କଥା କହିବାକୁ ସାହସ ନ ଥାଏ 
ନାଲି ଆଖିକୁ ତ ଡର 
ପର ଅଧୀନରେ ଜୀଵନ ଜିଇଁବା 
ଲାଗେ ବଡ଼ କଷ୍ଟ କର    l୨l 
ସ୍ୱାଧୀନତା ଆମ ଛିହ୍ନ ହୋଇଥିଲା 
ଇଂରାଜୀ ମାନଙ୍କ ପାଇଁ 
ପରାଧୀନତାର ଶୃଙ୍ଖଳର ବେଡି
ଆଜି ଭୁଲି ହୁଏ ନାହିଁ      l୩l
ବହୁ କଷ୍ଟ ସାଧ୍ୟ ଆମ ସ୍ୱାଧୀନତା 
ଦେଶ ପ୍ରେମୀ ଗଣ ପାଇଁ          
ସତ୍ୟ ଅହିଂସାରେ  ଛାଡ଼ଇ ଆଣିଲେ 
ସ୍ୱାଧୀନତା ଦେଶ ପାଇଁ     l୪l
ମୁକ୍ତିର ଆନନ୍ଦ ସେଦିନ ଚାଖିଲୁ 
ଉଡିଲା ବିନୟ ଧୂଜା 
ମାନସ ହୃଦୟ ନାଚି ଉଠୁ ଥିଲା 
ନ ଥିଲା ତ ଆଉ ସଜ୍ଜା    l୫l
ସର୍ବ ଭାରତୀୟ ଆନନ୍ଦ ମନରେ
ଖୁସିରେ ଗାଇଲେ ଗୀତ 
ଜାତୀୟ ସଂଗୀତ ଗୁଞ୍ଜରି ଉଠିଲା 
ପ୍ରାଣ ହୁଏ ପୁଲକିତ         l୬l
ସ୍ୱାଧୀନରେ ରହି ସ୍ୱାଧୀନ ମତରେ 
ସର୍ବେ ହୋଇଥାନ୍ତି ପ୍ରୀତ 
ନିଜ ଅଧିକାର ସାବସ୍ତ କରିବା 
ମୁକ୍ତିର ଆନନ୍ଦ ସେତ         l୭l 
ସୁଖ ସ୍ଵାଚ୍ଛନ୍ଦ୍ୟରେ ଜୀଵନ ବିତିଲେ 
ମୁକ୍ତ ଆକାଶର ପକ୍ଷୀ 
ମନ ରାଇଜରେ ନିଜେ ପରା ରାଜା 
କେହି ନ ଥାଆନ୍ତି ରକ୍ଷୀ       l୮l
ଧର୍ମ ପଥେ ରହି କର୍ମ କରି ଗଲେ 
ମନା କେହି ନ କରନ୍ତି 
ସ୍ୱାଧୀନତା ଆମ ନ୍ୟାର୍ଯ୍ୟ ଅଧିକାର 
କର୍ତ୍ତବେ ଭୋଗ କରନ୍ତି        l୯l

ଗାନ୍ଧିନଗର, ନବରଙ୍ଗପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy