Saturday, August 22, 2020

ଶ୍ରୀ ଗଣେଶ ବନ୍ଦନା

ଜୟ ଜୟ ଗଜାନନ ଜୟ ଲମ୍ବୋଦର ।(ଘୋଷା)

ଜୟ ଗିରିଜା ତନୟ ସାଇଁ ହେ ।
ତୁମ୍ଭ ବିନୁ ଆନ କେ ମୋ ନାହିଁ ହେ॥
ସିଦ୍ଧି, ବୁଦ୍ଧି ପ୍ରଦାୟକ ଠାକୁର ।
କର କୃପା ବାରେ ଡାକେ ଆତୁର ॥୧॥

ମାତା ଆଦେଶରେ ଗୁହା ଜଗିଲ ।
ଆଜ୍ଞାବିନା କାହାକୁ ନଛାଡିଲ ॥
କଲ ପଥ ରୋଦ୍ଧ ନିଜ ପିତାକୁ ।
କ୍ରୋଧେ ଛେଦନ କରିଲେ ଶିରକୁ ॥୨॥

କରୀ ବଦନ କନ୍ଦର୍ପ ଶରୀର ।
କଉସ୍ତୁଭ ମଣି ଚିତା ସୁନ୍ଦର ॥
କର ଅମୃତ ଲଡୁକୁ ଭକ୍ଷଣ ।
କୋଟି କନ୍ଦର୍ପକୁ ଜିଣେ ବଦନ ॥୩॥

ତୁମେ ଏକ ଦନ୍ତ ମହା କାୟହେ ।
ଅଟ ସର୍ବ ବିଘ୍ନ ବିନାଶୟ ହେ ॥
ଯଜ୍ଞ ପବିତକୁ କରି ଧାରଣ ।
ଲମ୍ବ ଉଦରେ ସିନ୍ଦୂର ମଣ୍ଡିଣ ॥୪॥

ପାଶ,ଅଙ୍କୁଶ ଅଭୟ ହସ୍ତେଣ ।
ପୀତ ବସନରେ ଦିଶ ଶୋଭନ ॥
ଜୟ ଜୟ ହେ ମୂଷିକ ବାହାନ ।
କର ଚଉଦ ବ୍ରହ୍ମାଣ୍ଡ ଭ୍ରମଣ ॥୫॥

ସର୍ବ ଦେବ ଅଗ୍ରେ ତୁମେ ପୂଜନ ।
କର ସମସ୍ତ ପାପ ମୋ ଖଣ୍ଡନ ॥
କର ଯୋଡି କରେ ତୁମ ବନ୍ଦନ ।
କହେ ଦୀନ,ହୀନ,ଦ୍ୱିଜ ଅଜ୍ଞାନ ॥୬॥
×==+==+==+==×==+==×

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଇ - କୁଲାଡ଼, ଭଞ୍ଜଭୂମି
ଭଞନଗର,ଗଞ୍ଜାମ - ୭୬୧୧୩୧

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy