Monday, August 17, 2020

🌜 ମନ ଆକାଶ ର ଜହ୍ନ🌜



✍ ରଂଜିତା ପତି

ମନ ଆକାଶ ର ଜହ୍ନ
       ଗୋ ତୁମେ
ମୁଁ ଯେ ତୁମନୀଳ କଇଁ,,,,,
ନିରେଖୁଥିବି ମୁଁ ତୁମ
         ତୋରାମୁଖ
ଯେତେଦିନ ଥିବି ଜିଇଁ,,,,,,
ଜହ୍ନ ବିନା କଇଁ
       ବଞ୍ଚି ତ ପାରେନା
ଅବ୍ୟକ୍ତ ବେଦନା କୋହ,,,,,
ତୁମ. ବିନା ଏଇ
   ଜୀବନ ସବାରୀ
ବଧୂ ଶୂନ୍ୟତା ର. କୋହ,,,,,,
ତାରାଫୁଲ ସାଥେ
      ହସେ ରୂପା ଜହ୍ନ
ମିଳନ ଆବେଶ ଲଗ୍ନ,,,,,
ହଜିଯାଏ କଇଁ ମହାର୍ଘ
      ବେଳା ରେ
ପ୍ରିୟତମ ସ୍ବପ୍ନେମଗ୍ନ,,,,,
ସାଜି କଇଁ ଆଜି
     ଝୁରୁଥାଏ. ମନ
ଅନନ୍ତ ପ୍ରତୀକ୍ଷା ରେ,,,,,
ଅପହଞ୍ଚ ତୁମେ
      ଶରଦ ଆକାଶେ
ସ୍ବପ୍ନିଳ ମୃଗତୃଷ୍ଣା ରେ,,,,,,।

ଜଗନ୍ନାଥ ପ୍ରସାଦ
ଗଂଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy