ମୁଠାଏ ଅଭିମାନ କୁ ସାଥିରେ ଧରି
ସେଥିରୁ ଚିମୁଟାଏ ମୋ ଆଖିରେ
ଆଉ ଚିମୁଟାଏ ମୋ ନିଃଶ୍ଵାସରେ
ମାଖିଦେଇ ବାକିତକ ଲେସିଦେଲ
ମୋ ହୃଦୟରେ ।
ତୁମର ଇଛା ସବୁ ଲଗାମ ହୀନ ହୋଇ
ଦୌଡୁଥିଲେ ଆଉ ତୁମ ଅମାନିଆ
ମନ ଟା ଏମିତି ଉଡିଯାଉଥିଲା ଯେ
ଆକାଶର ତାରାମାନେ ମଧ୍ୟ ଆଖି
ଉଠାଇ ତୁମ ମନକୁ
ଖୋଜୁଥିଲେ ତାଙ୍କ ମୁଣ୍ଡ ଉପରେ ।
ତୁମେ ଯମୁନାକୁ ସାଗର କରିବାର
ସ୍ୱପ୍ନରେ ମସଗୁଲ ଥିବାବେଳେ
ଝଲକାଏ ପବନ ସନ୍ଦେହ ଭରା
ଦୃଷ୍ଟିରେ ଚାହିଁଦେଲା ରାତ୍ରୀର କବରୀକୁ
ଆଉ ମହ ମହ ମହକୁଥିବା ରଜନୀ ଗନ୍ଧା
ପେନ୍ଥା ଟା କବରୀରୁ ଖସିପଡି
ଛୁଇଁ ଦେଲା ତମ ପାଦ ।
ଘନ ଘନ ତତଲା ନିଃଶ୍ଵାସଟା
ଶୀତଳ ହୋଇ ଆସୁଥିଲା ଆଉ
ତୁମେ ଫେରିଯାଉଥିଲ କେଉଁ ପୁରୁଣା
ଭଙ୍ଗାଘରକୁ ଯେଉଁଠି ଖାଲି
ଥିଲା ନିଶବ୍ଦ ଚିତ୍କାର ଅବସୋସ ର...
ଆଉ ତୁମେ ଫେରିଗଲ ପୁଣି
ସେଇ ଖିଆଲି ଘୋଡାରେ ଚଢ଼ି
ଆଉ ମୁଁ ଭର୍ତ୍ତି ହୋଇଗଲି
ଅଭିମାନ ର ଫୁଲ କଢ଼ିରେ ...।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ ,କେନ୍ଦୁଝର --758083
Very beautiful poem maam.
ReplyDeleteReally heart touching.☺️
Bahut bhala lagila kabita ti. Bahut bahut dhanyabad.��
ReplyDeletewow...its really beautiful..❤❤������������������������
ReplyDeleteIt's a Very heartfelt and inspiring poem..really gladdening our heart when we read your poem... Keep writing such beautiful poems.wish you all the luck .
ReplyDeleteVery beautiful and amazing composition.
ReplyDeleteA ton of thanks.
Jay JAGANNATH