❤️❤️ ଶୃଙ୍ଗାର ରସ ବର୍ଣ୍ଣନା ❤️❤️
✍️ସୁଧାଂଶୁ କୁମାର ତ୍ରିପାଠୀ
ପୀନସ୍ତନୀ ଆଗୋ ଗଜଗାମିନୀ
ବିମ୍ବାଧରୀ ମୋର ଚନ୍ଦ୍ରବଦନୀ
ତାମ୍ରକେଶୀ ତୁମେ ମୃଗନୟନା
ଅଧରେ ଚୁମିଲ ଶୁଭ୍ର ଦଂଶନା
ବାହୁବନ୍ଧନରେ କବରୀ ଖୋଲି
କୁଚକୁଙ୍କୁମ ମୋ ହୃଦରେ ବୋଳି
ଅଙ୍ଗେ ଶିହରଣ ଦେଲ ଖେଳାଇ
ନିତମ୍ବ ଭାର ମୋ କଟିରେ ଥୋଇ
କୋମଳ ଚରଣ କର କମଳ
ଆଲିଙ୍ଗନେ ହରି ନେଲ ମୋ ବଳ
ନାଭି ସ୍ପର୍ଶେ ଯେବେ ଦେଲି ଚୁମ୍ବନ
ହରି ନେଲା ପ୍ରାଣ ଅବା ଶମନ
ଶ୍ରମ ଉଦକରେ ପ୍ରେମେ ଭିଜାଇ
ଶୃଙ୍ଗାର ରସରେ ଦେଲ ହଜାଇ
ବନ୍ଦୀ କଲ ମୋତେ ମନମୋହିନୀ
ଲଜ୍ଜା ସମର୍ପଣେ ଶଯ୍ୟା ଶାୟିନୀ
ଛନ୍ଦ ମୁଦ୍ରା ତାଳ ରାଗ ରାଗିଣୀ
ରସେ ମନ୍ତ୍ର ମୁଗ୍ଧ ପ୍ରାଣ ସଂଗିନୀ
ଅଗ୍ନି ସିକ୍ତ ତନୁ ସ୍ନିଗ୍ଧ ଶୀତଳ
ନଭ ଚୁମ୍ବିଦେଲା ସିନ୍ଧୁ ଶୟଳ
ପ୍ରକୃତି ପୁରୁଷ ତତ୍ତ୍ବ ଅନେକ
ମିଶ୍ର ହେଲେ ବ୍ରହ୍ମ ରମଣ ଏକ
ଦୃଶ୍ୟ ଏକ ହେଲେ ଦୁଇ ନୟନ
ତୁମେ ଶରୀର ମୁଁ ତୁମ୍ଭ ଜୀବନ ।
❤️❤️❤️❤️❤️❤️❤️❤️❤️
କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ
କିଛି ବ୍ୟକ୍ତି ମୋତେ ପ୍ରଶ୍ନ କରନ୍ତି , ମୁଁ କାହିଁକି କିଛି ଶିକ୍ଷଣୀୟ ଓ ସାମ୍ପ୍ରତିକ ପରିସ୍ଥିତି କୁ ନେଇ ଲେଖୁନାହିଁ। ମୁଁ ସବୁ ପ୍ରକାର ଲେଖିପାରିବି କିନ୍ତୁ ମତେ ବହୁତ ଭଲ ଲାଗେ, ପ୍ରୀତି, ପ୍ରଣୟ ଓ ଶୃଙ୍ଗାର ରସରେ କବିତା ଲେଖିବାକୁ। ପିଲା ଦିନରୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖା ଓ ରୋମାଣ୍ଟିକ କବି ମାୟାଧର ମାନସିଂହ ଙ୍କ ଲେଖା ପ୍ରତି ଦୁର୍ବଳତା ରହିଯାଇଛି।
No comments:
Post a Comment