ଶସ୍ୟ ଉତ୍ପାଦନେ ଯାଏ ବାର ମାସ ।
କେତେ ଦୁଃଖ କଷ୍ଟ ମୁଁ ଯେ ସହି ଯାଏ ।
ତଥାପି ଦେଶକୁ ଆହାର ଯୋଗାଏ।।
ମୁଣ୍ଡ ଝାଳକୁ ମୁଁ ତୁଣ୍ଡେ ଦେଇ କରି ।
ନିତି କରୁଥାଏ ଜମିରେ ଚାଷ ।
ଖରା ବରଷାକୁ ଖାତିରି ନଥାଏ ।
ଫସଲ ଅମଳେ ମୁଁ ବାର ମାସ ।।
ବାର ମାସେ ତେର ପରବ ଯେମିତି ।
ଫସଲ ଅମଳ କରେ ମୁଁ ସେମିତି ।
ମାଟି ସହ ମାଟି ହୋଇ ଖଟୁଥାଏ ।
ସଭିଙ୍କ ମୁହଁରେ ମୁଁ ହସ ଫୁଟାଏ ।।
ବର୍ଷ ଚାରି ମାସ ବିଲରେ ଖଟେ ।
ଅନ୍ନ ସଙ୍କଟ ତ ଦେଶରୁ ହଟେ ।
ସବୁ ମାସରେ ମୋ ପରିବା ଚାଷ ।
ତଥାପି ମୋ ମନରେ ନଥାଏ ହସ ।।
ଆର୍ଥିକ ଅବସ୍ଥା ମୋ ରହି ଥାଏ ।
ଚାଳ ଛପରର ଘରରେ ରୁହେ ।
ଋଣ ସୁଝି ସୁଝି ମୋ ଦିନ ଯାଏ ।
ମୋ ପରିବାର ଦୁଃଖରେ ରହେ ।।
ମୁଁ ବୁଝିଥାଏ ସଭିଙ୍କ ଦୁଃଖ ।
ମୋ ଲୁହ ପୋଛିବାକୁ ନାହାନ୍ତି ଲୋକ ।
ମୋ ପୁଅ ଝିଅ ମୁର୍ଖ ହୁଅନ୍ତି ।
ପାଠ ପଢାରୁ ସେ ଦୂରେଇ ଯାନ୍ତି ।।
ମୋ ଦେଶ ଅଟଇ ଭାରତ ବର୍ଷ ।
ମୋ ଜୀବିକା ଅଟଇ ସର୍ବ ଶ୍ରେଷ୍ଠ ।
ସଭିଙ୍କୁ ଆହାର ଯୋଗାଇ ଥାଏ ।
ମୋ ବେଳକୁ ପୁଣି କେହି ନଥାଏ ।।
ଫସଲ ଉଜୁଡେ ବନ୍ୟା ବାତ୍ୟାରେ ।
ଋଣ ବୋଝ ପଡେ ମୋ ମୁଣ୍ଡ ଉପରେ ।
ଋଣକୁ ନସୁଝି ବ୍ୟସ୍ତ ହୁଅଇ ।
ଆତ୍ମହତ୍ୟା ବାଟ ମୁଁ ବାଛି ଥାଇ ।।
ଆତ୍ମହତ୍ୟା ନୁହଇ ସମାଧାନ।
କୃଷକଙ୍କୁ ଦେବା ଆମେ ସମ୍ମାନ।
କୃଷକ ସମ୍ମାନ ଯେବେ ପାଇବ
ଦେଶର ପ୍ରଗତି ଆଗକୁ ଯିବ ।।
ସୈନିକ ଯେମିତି ସୁରକ୍ଷା ଦିଏ।
କୃଷକ ସେମିତି ଖାଦ୍ୟ ଯୋଗାଏ।
ଜୟ ଯବାନକୁ ଜୟ କିଷାନ ।
ଭାରତ କରଇ ଏହି ଜୟ ଗାନ ।।
ଯବାନ ଭାଇଟି ସମ୍ମାନ ପାଏ ।
କୃଷକ ବେଳକୁ କେହି ନଥାଏ ।
କୃଷକ ଅଟଇ ମେରୁଦଣ୍ଡ ।
ସଭିଏଁ କଥାଟି ମନରେ ହେଜ ।।
ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର,ଗଞ୍ଜାମ
No comments:
Post a Comment