ତୁମେ ଗଲା ପରେ ଝୁରୁଛି ଶ୍ରାବଣ
ବସନ୍ତ ବି ବାଟବଣା...
ଶରତ ଶୋଇଛି ଶାନ୍ତିର ନିଦରେ
ଋତୁ ଭୁଲିଛି ଠିକଣା...
ଆଉ କି ଲୋଡ଼ା ପାଉଣା...
ତୁମେ ଗଲା ପରେ ପ୍ରାପ୍ତି ପାଲଟିଛି
ଆଉ ଏକ ପ୍ରଶ୍ନମୁଣା...
ତୁମେ ଗଲା ପରେ ସ୍ବପ୍ନ ସମୂହ ଯେ
ସାଜେ ସମାପିକା କ୍ରିୟା...
ସ୍ମୃତି ବି ପାଲଟେ ଶୁଖିଲା ସମିଧ
ଜୀବନ ଯେ ଯଜ୍ଞ ନିଆଁ...
ପ୍ରୀତିର କୁହୁଳା ଧୂଆଁ...
ତୁମେ ଗଲାପରେ ଅତୀତ ବି ଲାଗେ
ଅଜଣା ଅସ୍ପଷ୍ଟ ଛାୟା...
ତୁମେ ଗଲା ପରେ ଇନ୍ଦ୍ରଧନୁ ତାର
ଇତିବାକ୍ୟ ଦିଏ ଲେଖି...
ପରିହାସ କରେ ଜହ୍ନର ଜୋଛନା
ତାରାର ମିଟିକା ଆଖି...
ତଥାପି ପଡିନି ଥକି...
ତୁମେ ଗଲା ପରେ ନିଃସଙ୍ଗତାରେ ମୁଁ
ବଞ୍ଚିବା ଯାଇଛି ଶିଖି...
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ବସନ୍ତ ବି ବାଟବଣା...
ଶରତ ଶୋଇଛି ଶାନ୍ତିର ନିଦରେ
ଋତୁ ଭୁଲିଛି ଠିକଣା...
ଆଉ କି ଲୋଡ଼ା ପାଉଣା...
ତୁମେ ଗଲା ପରେ ପ୍ରାପ୍ତି ପାଲଟିଛି
ଆଉ ଏକ ପ୍ରଶ୍ନମୁଣା...
ତୁମେ ଗଲା ପରେ ସ୍ବପ୍ନ ସମୂହ ଯେ
ସାଜେ ସମାପିକା କ୍ରିୟା...
ସ୍ମୃତି ବି ପାଲଟେ ଶୁଖିଲା ସମିଧ
ଜୀବନ ଯେ ଯଜ୍ଞ ନିଆଁ...
ପ୍ରୀତିର କୁହୁଳା ଧୂଆଁ...
ତୁମେ ଗଲାପରେ ଅତୀତ ବି ଲାଗେ
ଅଜଣା ଅସ୍ପଷ୍ଟ ଛାୟା...
ତୁମେ ଗଲା ପରେ ଇନ୍ଦ୍ରଧନୁ ତାର
ଇତିବାକ୍ୟ ଦିଏ ଲେଖି...
ପରିହାସ କରେ ଜହ୍ନର ଜୋଛନା
ତାରାର ମିଟିକା ଆଖି...
ତଥାପି ପଡିନି ଥକି...
ତୁମେ ଗଲା ପରେ ନିଃସଙ୍ଗତାରେ ମୁଁ
ବଞ୍ଚିବା ଯାଇଛି ଶିଖି...
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
No comments:
Post a Comment