✍ମାଧବୀ ପଟେଲ
ସାନ୍ତନୁର ଜନ୍ମ ଆଗରୁ ତା ବାପା କମଲେଶ ଅଙ୍କଲ ଘରେ କାମକରି ଆସୁଛନ୍ତି।ତାଙ୍କ ବଗିଚାର ରକ୍ଷଣା ବେକ୍ଷଣ ଭାର ତାଙ୍କରି ଉପରେ।କମଲେଶ ଅଙ୍କଲଙ୍କ ପୁଅ ଅଭି ବି ତା ବୟସର। ଦୁଇଜଣ ଏକା ସାଂଗରେ ପଢନ୍ତି।ଅଭି ସବୁ କ୍ଷେତ୍ରରେ ଏକନମ୍ବର।ଦେଖିବାକୁ ଯେମିତି ସୁନ୍ଦର ଗୁଣରେ ବି ସେମିତି।ପାଠ ଖେଳ କୋଉଥିରେ ପଛରେ ନୁହଁନ୍ତି।ଏତେ ଗୁଣର ଅଧିକାରୀ ସତ୍ତ୍ବେ ଅଭିମାନ କି ଗର୍ବ ଟିକେବି ନାହିଁ ମନରେ।
ସମସ୍ତଙ୍କର ଦୁଃଖକୁ ବିନା କହେ ସେ ଅନୁଭବ କରି ନିଅନ୍ତି।ଏମିତି କେତେଥର ହେଇଛି।ଥରେଥରେ ସ୍କୁଲ ଗଲାବେଳେ ଘରେ କିଛି ଖାଇବାକୁ ନଥାଏ।ମାଆ ପାଖରେ ଟିଫିନରେ ଦେବାକୁ ବି କଛି ଜଳଖିଆ ନଥାଏ।ସେ ଦିନ ସାନ୍ତନୁର ମୁହଁ ଶୁଖିଯାଇଥାଏ।ତାର ଶୁଖିଲା ମୁହଁଦେଖି ଅଭି ସବୁ ବୁଝିଯାଏ।ସେଦିନ ବାହାନାକରି କୁହେ ଆଜି ବଦହଜମି ହେଇ ମୋର ପେଟ କାଟୁଛି।ତୁ ମୋର ଟିଫିନର ଅଧା ଖାଇଦେ ମୁଁ ଟିକେ ମାତ୍ର ରଖୁଛି ଖାଇବାପାଇଁ।ତୁୁ ସବୁ ଖାଇ ଟିଫିନ ଧୋଇ ନେଇ ଆସିବୁ।ସେଦିନ ଏମିତି ସୁସ୍ବାଦୁ ଦରବ ଖାଇବାର ସୌଭାଗ୍ୟ ମିଳ ସାନ୍ତନୁକୁ।ଅଭିବାବୁ ଗୁଲାବଜାମୁନ ରସଗୋଲା ପରଠା କଟଲେଟ୍ ଅଣ୍ଡା ଏମିତି ରକମ ରକମ ଖାଦ୍ୟ ଟିଫିନରେ ଆଣିଥାନ୍ତି।ଯେତିକି ଥାଏ ଦୁଈଜଣକ ପେଟ ପୁରିଯିବ।ପ୍ରାୟଦିନ ଅଧା ଜବର୍ଦସ୍ତି ସାନ୍ତନୁକୁ ଖାଇବାକୁ ଦିଅନ୍ତି।ସାନ୍ତନୁର ଫଟା ଡ୍ରୃେସ ଦେଖିଲେ ନିଜ ଡ୍ରେସ ଦୁଇହଳ ଦେଇଦିଅନ୍ତି।ଏପରି ବନ୍ଧୁତାର ସଂପର୍କଟେ କୃଷ୍ଣ ସୁଦାମା ପରି ଦୁଇଜଣକ ଭିତରେ କଅଁଳୁଥାଏ ଦିନୁଦିନ।ଥରେ ରାଖିଦିନ ଥାଏ।ସାନ୍ତନୁର ଭଉଣୀ ବିନି ରାଖି ଓ ମିଠାଇ କିଣି ଆଣିଦିଅ ବୋଲି ମାଆକୁ ଅଳି କରୁଥାଏ।ହେଲେ ତା ମାଆ ପାଖରେଟଙ୍କା ନ ଥିଲା ଦେବାପାଇଁ।ଅଭି ସେପଟଦେଇ ଗଲାବେଳେ ସେମାନଙ୍କର କଥୋପକଥନ ତା କାନରେ ପଡିଥିଲା। ସେ ବଜାରକୁ ଯାଇ ଦୀଇଟା ରାଖି ଓ କେଜେ ରସଗୋଲା ଧରି ଫେରିଲା।ସାଙ୍ଗରେ ଭଲ ଫ୍ରକଟେବି କିଣି ଆଣିଥାଏ।ତା ପରଦିନ ସକାଳୁ ସେ ଗାଧୁଆ ସାରିମିଠା ରାଖିଓ ଫ୍ରକ୍ଧରି ସାନ୍ତନୁ ଘରକୁ ଗଲା।ବିନି ଓ ସାନ୍ତନୁ ମୁହଁ ଶୁଖାଇ ବସିଥାନ୍ତି।ମାଆ କହୁଥାଏ ଏ ନୂଆ ସୂତାର ରାଖି ତିଆରିଛି ନେ ଏହାକୁ ବାନ୍ଧିଦେ ଭାଇ ହାତରେ।ଥାଳିରେ ଗୁଡ ଖଣ୍ଡେ ଅଛି ଖୁଆଇ ଦେବୁ।ବିନିର ମନ ଆସୁନଥାଏ ମାଆ ହାତତିଆରି ରାଖି ବାନ୍ଧିବାକୁ।ସେ କହୁଥାଏ ମୋର ସାଂଗମାନେ ଦଶଟଙ୍କିଆ ରାଖି ବାନ୍ଧୁଛନ୍ତି।ମୁଁବି ସେମିତି ରାଖି ଆଣିବି।ମାଆ କହୁଥାନ୍ତି ତୋବାପାର ଦରମା ଏମାସର ରାସନ ଘର ଖର୍ଚ୍ଚରେ ସରିଗଲା।ଦୋକାନୀ ଆଉ ଉଧାରି ଦେଉନି।ଦାମରେ କଣ ଅଛି।ଦୌପଦୀ ବିତ ଶ୍ରୀକୃଷ୍ଣଙ୍କୁ ନିଜ ଶାଢୀର ଧଡିଚିରି ବାନ୍ଧି ଥିଲେବେଲି ଶ୍ରୀକୃଷ୍ଣ ତାଙ୍କ ଭାବରେ ବାନ୍ଧି ହେଇଯାଇଥିଲେ ସାରା ଜୀବନ।ଦରକାର ବେଳେ ଭଉଣୀର ମାନ ରଖି କୋଟିବସ୍ତ୍ର ଦାନ କରିଥିଲେ।ତୁମ ଦୁଇଜଣକ ସ୍ନେହଭାବ ଅତୁଟ ରହୁ ସବୁଦିନ ପାଇଁ ରାଖି ଦାମିକା ନହେଲେ କଣ ହେଲା? ସେତେବେଳକୁ ଅଭି ଘରଭିତରକୁ ପଶି ଆସି କହିଲା ବିନି କଣ ତୁ ମତେ ରାଖି ବାନ୍ଧିବୁନି?ମୋର କେହି ଭଉଣୀ ନାହିଁ।ମୁଁ ଏକୁଟିଆ ସନ୍ତାନ ମୋ ବାପା ମାଆଙ୍କର ।ରାଖି ଆସିଲେ ଭଉଣୀଟେ ନାହିଁବୋଲି ବହୁତ ମନଦୁଃଖ ଲାଗେ।ତୁ କଣ ମତେ ଭାଇ ବନେଇବୁ?ବିନି କହିଲା ଭାଇ ବନେଇବାରେ ମୋର କିଛି ଆପତ୍ତି ନାହିଁ।ହେଲେ ମୋ ପାଖରେତ ରାଖି
ଦୁଇଟାବି ନାହିଁ।ମିଠା ଟିକେବି ନାହିଁ ତୁମକୁ କେମିତି ରାଖି ବାନ୍ଧିବି ଯେ?ଅଭି କହିଲା ଚିନ୍ତା କରନା ମୁଁ ସବୁ ବ୍ୟବସ୍ଥା କରି ଆଣିଛି।ନେ ଏ ବ୍ୟାଗରେ ସବୁ ଅଛି।
ତୁ ରେଡି ହେଇ ଆସ ।ଆମ ଦୁଇଜଣକୁ ରାଖି ବାନ୍ଧିବୁ।ବିନି ବ୍ୟାଗ ଖୋଲି ଦେଖିଲା ସେଥିରେ ପୂଜାସାମଗ୍ରୀ ସହିତ ଫ୍ରକ୍ ମିଠା ସବୁଅଛି।ସେ ଗୋଟିଏ ଥାଳିରେ ଦୀପଜାଳି ଚନ୍ଦନ ହଳଦି ସିନ୍ଦୁର ରାଖି ମିଠା ସବୁ ଧରି ନୂଆ ଫ୍ରକପିନ୍ଧି ଖୁସି ଖୁସି ଆସିଲା।ଦାମିଫ୍ରକରେ ବହୁତ ସୁନ୍ଦର ଦିଶୁଥିଲା ପରୀଟେ ପରି।ଏମିତିବି ବିନିର ଗଢଣ ବହୁତ ସୁନ୍ଦର ଗୋରାରଙ୍ଗ ହେଲେ ଯତ୍ନଅଭାବରୁ ମଳିଚିଆ ପଡିଯାଇଥାଏ।ଯୁବତୀ ହେଲେ ରଂଗ ଫିଟିଆହୁରି ଗୋରି ହେଇଯିବ।।ମଉଳା ମୁହଁରେ ଫୁଟିଉଠୁଥିଲା ମଲ୍ଲିଫୁଲିଆ ହସଧାରେ।ଏବେ ସେ ଚହଚହ କରୁଥିଲା ଫୁଲଚୁହି ଚଢେଇଟେପରି।ପ୍ରଥମେ ଅଭି ଆଣିଥିବା ନଡିଆକୁ ଭଗବାନଙ୍କ ପାଖରେ ଫଟେଇ ପୂଜାକରି ଭାଇ ମାନଙ୍କୁ ଗୋଟି ଗୋଟିକରି ରାଖି ବାନ୍ଧିଲା।ଅଭି ସେତେବେଳେ ସାନ୍ତନୁ ହାତରେ ପାଞ୍ଚସହ ଟଙ୍କାଗୁଞ୍ଜିଦେଲା।ସାନ୍ତନୁ ତାର ଇସାରା ବୁଝି ଯାଇଥିଲା।ସେ ବିନିକୁ ଦେଇଦେଲା ଟଙ୍କା।ତାପରେ ଅଭିକୁ ବି ରାଖି ବାନ୍ଧିଲା।ଅଭି ବି ପାଞ୍ଚଶହ ତା ମୁଠାରେ ଥୋଇଦେଲାଓ ସବୁଦିନ ପାଇଁ ତା ରକ୍ଷାର ବଚନ ଦେଲା।ତାପରେ ସମସ୍ତେ ମିଶି ରସଗୋଲା ଖିଆ ଖୁଇ ହେଲେ।ସେଦିନ ସକାଳର ଭୋଜନର ବ୍ୟବସ୍ଥା ଅଭିମାଆକୁ ଘରେ କରିବାକୁ କହିଥିଲା।ସମସ୍ତେ ସେଠି ଖାଇଲେ।ସୁସ୍ବାଦୁ ଭଲଭଲ ବ୍ୟଞ୍ଜନ କରିଥିଲେ ତାର ମାଆ ସେଦିନ।ଅନେକ ପିଠାଓ ମିଠେଇବି କରିଥିଲେ।ଏହି ଘଟଣାପରେ ଅଭି ସାନ୍ତନୁର ଆହୁରି ନିକଟତର ହେଇଯାଇଥିଲା ଗୋଟିଏ ଭାଇପରି।
ସବୁଦିନ ସମାନ ଯାଏନି।ଅଭିର ବାପାମାଆ ଗାଡିଧରି ବାହାରକୁ କିଛି କାମରେ ଯାଇଥିଲେ।ରାସ୍ତାରେ ଭୟଙ୍କର ଦୁର୍ଘଟଣା ହେଲା ଓ ମୃତ୍ୟୁବରଣ କଲେ।ଏତେ ବଡ ଘରେ ଏବେ ଅଭି ଏକା ହେଇଗଲା।ଏ ଭିତରେ ଶାନ୍ତନୁ ଓ ଅଭି ବିଏ କରିସାରିଥିଲେ।
ଦୁହେ ଏକାଠି ଇଣ୍ଟରଭିଉ ପାଇଁ ଯାଇଥିଲେ।ଅଭି ବୁଝୁଥି୍ଲା ଏ ଚାକିରି ନିଜ ଅପେକ୍ଷା ସାନ୍ତନୁପାଇଁ ବେଶି ଜରୁରୀ।ଇଣ୍ଟରଭିଉରେ ସେ ପ୍ରଥମ ହେଇଥିଲା ଦ୍ବିତୀୟରେ ଥିଲା ସାନ୍ତନୁ।ଅଭି ବାହାନା କରି ତା ଦ୍ବାରା ଏ ଚାକିରି ହେବନି ବୋଲି କହିଲା।ତାପରେ ଦ୍ବିତୀୟରେ ଥିବା ସାନ୍ତନୁକୁ ସେ ଚାକିରିଟି ମିଳିଥିଲା।
କମଳେଶ ଅଙ୍କଲ ଥିଲାବେଳେ ଚାରିଡିସ୍ମିଲ୍ ଜାଗାଖଣ୍ଡେ ଦେଖାଇଥିଲେ ସାନ୍ତନୁର ବାପାକୁ ଦେବେ ବୋଲି।ଏ ଭିତରେ ଏକା ଅସୁବିଧା ହେବାରୁ ଅଭି ବାହାହେଇଯାଇଥିଲା।ତା ସ୍ତ୍ରୀ ଆସିବାପରେ ତାଙ୍କ ପୁରୁଣା ସଂପର୍କ ପୁଣି ଫେରିଯାଇଥିଲା।ସେ ସାନ୍ତନୁଘର ଲୋକଙ୍କୁ ଚାକରପରି ବ୍ୟବହାର ଦେବାକୁ ଲାଗିଲା।ଅଭିକଥା ବୁଝୁନଥିଲା ତେଣୁ ଅଭିବି ଚୁପ୍ ରହିଲା।ଏବେ ଅଭି ସେଇ ଚାରି ଡିସ୍ମିଲ୍ ଜମିରେ ଦୁଇଟାପରିବାର ଭଡା ରହିପାରିବେ ପରି ଘରଟେ ତିଆରି କରିବା ଆରମ୍ଭ କରିିଦେଲା।ସାନ୍ତନୁର ପରିବାର ଏସବୁ ଦେଖି ଖରାପ ଲାଗୁଥିଲେ ବି ଚୁପ୍ ରହିଲେ।ତା ବାପା ଦେବାପାଇଁ କହିଥିଲେ ମୁହଁରେ।ତାଙ୍କୁ ପଟ୍ଟାକରିକି ଦେଇନଥିଲେ।କେମିତି ଅଭିଯୋଗ କରିଥାନ୍ତେ।ହେଲେ ଏବେ ସଂପର୍କର ଦୂରତା ଆହୁରି ବଢିଯାଉଥିଲା ଉଭୟ ପରିବାର ଭିତରେ।ଘରକୁ ଦେଖିଲେ ସେମାନଙ୍କର ହାଡ ଜଳୁଥିଲା।ସାନ୍ତନୁ ଅଭିକୁ ଦେଖିଲେ ଆଗପରି ହସିକି କଥା ହେଉନଥିଲା।ମୁହଁ ବୁଲାଇ ଚାଲି ଯାଉଥି୍ଲା।ମଉଷା ମାଉଷୀ ବିନି ବି ଆଗପରି ଭରଷି କଥା ହେଉ ନ ଥିଲେ।ସମସ୍ତେ ଭାବୁଥିଲେ ଅଭି ଏବେ ବଦଳି ଯାଇଛି।ଦରଦୀ ବନ୍ଧୁ ସାଜି ଶେଷରେ ଦୁଃଖ ଦେଇଗଲା ଅଭି।ସେମାନେ ବିଶ୍ବାସ କରିପାରୁନଥିଲେ ଅଭି ଦିନେ ଏମିତି ଦେଲା ନେଲା ଗୁହଖାଇଲା କାମ କରିବ ବୋଲି।
ସମୟ ତା ବାଟରେ ଗଡିଚାଲିଛି।ଦୁଃଖ ହେଉ ସୁଖ ହେଉ ସମୟର ଯାଏ ଆସେ କେତେ?ସେ ଆପଣା ରାସ୍ତାରେ ଚାଲୁଥାଏ ଅବିରତ।ଘରକାମ ସରି ଆସିଲାଣି।ଘରଭିତରେ ସବୁପ୍ରକାର ଆଧୁନିକ ଚଳଣୀର ଜିନିଷର ସୁବିଧା ହେଇଛି।ଗୋଟିଏରେ ରହି ଅନ୍ୟଟା ଭଡାଦେଇ କିଛି ରୋଜଗାର ବି ହେଇପାରିବ।କେବଳ ଘରର ପୂଜା କରିବା ବାକିଅଛି।ଏତେବେଳେ ଜଣାପଡିଲା ଅଭି କରୋନା ପଜିଟିଭ।ଅଫିସରେ କାହା ସଂସ୍ପର୍ଶରେ ଆସି ଏ ଭୁତାଣୁ ସଂକ୍ରମିତ ହେଇଛି ତାଦେହକୁ।ସେ କ୍ବାରେନଟାଇନ୍ ରେ ଚାଲିଗଲା।ତା ସ୍ତ୍ରୀ ଓ ଛୋଟପୁଅ ନେଗେଟିଭ ଥିଲେ।ସେ ଫୋନରେ ସ୍ତ୍ରୀସହ ଓକିଲସହ କଥାବାର୍ତା କରି ଅନେକ କଥା ବୁଝାଇ ଦେଲା।ତାପରେ ତାର ମୃତ୍ୟୁ ହେଇଗଲା।ତାର ଅନ୍ତିମ କ୍ରିୟାକର୍ମ ବି ପୋଲିସର ତତ୍ବାବଧାନରେ ବାହାରେ ବାହାରେ ହେଇଗଲା।ଘରୁ କେହି ଯାଇ ପାରିଲେନି।ସାନ୍ତନୁର ପରିବାର ଏକଥା ଶୁଣି ବଡ ଦୁଃଖିତ ହେଲେ।ପୂର୍ବ ସଂପର୍କକୁ ମନେ ପକାଇ ତା ସ୍ତ୍ରୀସହ ଭେଟ କରିବାକୁ ଗଲେ।ତାଙ୍କୁ ଦେଖି ଅଭିର ସ୍ତ୍ରୀମିନତୀ
ଭାଉଜଙ୍କ ଆଖିରୁ ଲୁହ ବୋଲନମାନି ଧାରଧାର ଗଡିବାକୁ ଲାଗିଥାଏ।ସେ ନିଜର ପୂର୍ବ ବ୍ୟବହାର ପାଇଁ ଅନୁତାପ କରୁଥିଲେ।କହିଲେ ଅଭି ତୁମ ମାନଙ୍କୁ ନିଜ ପରିବାରଭାବୁଥିଲେ ହେଲେ ମୋ ଡରରେ ଦୂରେଇ ରହୁଥିଲେ।ସେ ଭାଇ ହିସାବରେ ତାଙ୍କର କର୍ତ୍ତବ୍ୟ ତୁଲାଇ ଯାଇଛନ୍ତି।ଏଇ ନିଅ ଘରର କାଗଜପତ୍ର ଆଉ ଏ ପାଶବୁକ ବିନିର ବହାଘର ଖର୍ଚ୍ଚ ସଂଚୟ କରି ଯାଇଛନ୍ତି।ସେ ଘରକାମ ସରିଲେ ପୂଜାଦିନ ଏ କାଗଜ ତୁମକୁ ଦେବାକୁ ଭାବୁଥିଲେ ହେଲେ ତା ଆଗରୁଏ କରୋନା ରାକ୍ଷସର କରାଳ ଗ୍ରାସରେ ଚାଲିଗଲେ।ଏଇ ଚିଠିଟିି ସାନ୍ତନୁକୁ ଦେଇଛନ୍ତି।
ସାନ୍ତନୁ ଚିଠିଟି ଖୋଲି ପଢିବାକୁ ଲାଗିଲା।
ସେଥିରେ ଲେଖାଥିଲା
ଭାଇ ସାନ୍ତନୁ ଏବେ ମୋ ପରିବାରର ଦାୟିତ୍ବ ତୋ ଉପରେ ଛାଡି ମୁଁ ନିଶ୍ଚିନ୍ତରେ ଯାଉଛି।ମୋର ଆଶା ଅଛି ତୁ ସବୁ ଠିକ୍ ରେ ତୁଲାଇବୁ।ମୁଁ ମିନତୀକୁ ବୁଝାଇ ଦେଇଛି।ସେ ଏବେ ତୁମକୁ ଭଲ ବ୍ୟବହାର ଦେବ।ତାର ବ୍ୟବହାର ପାଇଁ ତାକୁ କ୍ଷମା କରିଦେବ।ମୋର ପୁଅର ଦେଖାଶୁଣା ଭାର ତତେ ଲାଗିଲା।ମିନତି ପାଖରେ ଅର୍ଥର ଅଭାବ ନାହିଁହେଲେ ଜଣେବିଶ୍ବସ୍ଥ ସହଯୋଗକାରି ଦରକାର।ତୋଠୁ ଆଉ କିଏ ଆପଣାର ଅଛିମୋର କହିଲୁ?ବିନିର ବାହା କରାଇ ପାରିଲିନି।ଟଙ୍କା ରଖିଦେଇଛି ତା ନାଆଁରେ ତୁ ଭଲରେ ବାହାଘର କରିବୁ।ଚିଠି ପଢି ସମସ୍ତେ ଭୋ ଭୋ କାନ୍ଦିବାକୁ ଲାଗିଲେ।ଅଭିକୁ ଏତେଦିନ ଅବିଶ୍ବାସ କରିଥିବାରୁ ଅନତପ୍ତ ଥିଲେ ସମସ୍ତେ।
ଆଉ କୁହାକୁହି ହେଲେ ଦୁଃଖ ଦେଇଗଲା ଦରଦୀ ବନ୍ଧୁ।

No comments:
Post a Comment