Sunday, August 30, 2020

ଅଜଣା ଚିହ୍ନା ମୁହଁ ଗୁଡିକ..

✍ଏଇ କାହିଁ ବରଷ ତଳେ... 
ନୂଆ ନୂଆ ଯୋଡିଥିଲି.. ମୁଁ.. 
ସାରସ୍ୱତ ସାହିତ୍ୟ ସାଧନା ରେ..
ଯୋଡି ଥିଲି ଜୀବନ ଫର୍ଦ ରେ !!

କିଛି ଚେହରା ଙ୍କ ସହ ପରିଚୟ.. 
ଏୟାବତ୍ ପରିଚିତ ନ ଥିଲେ.. 
ସିଧା ସିଧା ଜୀବନ ପ୍ରଣାଳୀ... 
ଏବେ ସିଏ ମୋ ଜପାମାଳି !!

ଦଶ ଛ ର ନିତ୍ୟ ଜୀବନ.. 
ନିୟମିତ କାର୍ଯ୍ୟକ୍ରମ ନିତିଦିନ.. 
ଶୃଙ୍ଖଳିତ ଜୀବନ ପ୍ରଣାଳୀ... 
ଏବେ ସେ ସବୁ ନାହିଁ ! ! !

ପରିବର୍ତ୍ତନ ଭାରି ମାତ୍ରାରେ... 
ସକାଳ ର ପ୍ରଥମ ଦର୍ଶନ.. 
ମୋବାଇଲ ର ଟଚସ୍କ୍ରିନ ଉପର.. 
ବୃଦ୍ଧ ଆଙ୍ଗୁଠି ଟି ଚଳାୟମାନ !!

ଶତାଧିକ ସାରସ୍ୱତ ପ୍ରେମୀ ଙ୍କ.. 
ଛବି ଭାସିଉଠେ ମାନସପଟରେ.. 
ଯିଏ ଅଚିନ୍ହା ଥିଲେବି ଆପଣାର.. 
ମିଳି ନ ଥିଲେବି ଲାଗେ ପରିଚିତ !!

ବାର୍ତ୍ତାବିନିମୟ ମାଧ୍ୟାମେ ସମ୍ପର୍କ.. 
ନିବିଡ଼ ରୁ ନିବିଡ଼ତ୍ତର ଆପଣାର... 
ସତେ ପରିଚୟ କେଇ ଯୁଗର... 
ଦିନେ କଥା ନ ହେଲେ ସତରେ !!

ଲାଗୁଥାଏ କେତେ ଯୁଗସମ... 
ଗଢ଼ିଥିଲା ସମ୍ପର୍କ ର ସୌଧ.. 
ବିଶ୍ୱାସ ର ପୃଷ୍ଟଭୂମିରେ... 
ଭରଷା ର କଂକ୍ରିଟ ଲୁହାରେ !!

ଆପଣା ଠୁଁ ବି ଆପଣା ର.. 
ସାଥି ସତେ ପୂର୍ବ ଜନ୍ମ ର.. 
ଅନାବିଳ ସେନହ ଶରଧା.. 
ଲାଗୁଛି ବସୁଧା ର ସୁଧା !!

ଅମର କରିଦେବ ସତେ.. 
ସାହିତ୍ୟ ଜଗତେ.. ଆଜି 
ସତେ ପ୍ରଭୁ ଚକାଡୋଳା 
ସବୁ ଜଣା ହେ ତୋତେ !!

ନିର୍ମଳ ନାୟକ 
151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy