Saturday, August 22, 2020

-ଗଣେଶ-


ସୁକାନ୍ତ ଖଣ୍ଡା 
ବରଷକେ ଥରେ ଆସିଥାଅ ବୋଲି
ଦୁଃଖ ସବୁ ଦୂର ହୁଏ 
ଆନନ୍ଦ ଉଲ୍ଲାସ ଖେଳି ଯାଉଥାଏ
ଛୁଆଠାରୁ ବୁଢ଼ା ଯାଏ।୧
ଏ ବରଷ କିନ୍ତୁ ଶୂନଶାନ ହେବ
ପାର୍ବଣ କରୁଛ ମନା
ଗରବ ଭାଙ୍ଗିବା ପାଇଁକି ଗଣେଶ
ପଠେଇ ଅଛ କରୋନା।୨
ଛାତ୍ରଛାତ୍ରୀ କେହି ହରସ ନାହାଁନ୍ତି
କାନ୍ଦନ୍ତି ଘର ଭିତରେ
କି ଦୋଷ ଆମର କୁହ ହେ ଗଣେଶ 
ଦେଖ ଲୁହ ଆଜି ଝରେ। ୩
ଅଗ୍ରପୂଜ୍ଯ ହୋଇ ଭରି ଦେଉଅଛ
ଶିଶୁଙ୍କ ହୃଦୟେ ଦୁଃଖ
ତୁମେ କି ଠାକୁର ଖୁସିରେ ରହିବ
ମନେ ଆସିବନି ଶୋକ? ୪
ଯାହା ଇଛା ତୁମେ କରୁଥାଅ ପ୍ରଭୁ
ଏତିକି ପ୍ରାର୍ଥନା ମୋର
ଖୋଲୁ ବିଦ୍ୟାଳୟ ପାଠ ପଢ଼ି ଯାଉ
ଏତିକି ତ କୃପା କର। ୫
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy