Thursday, August 27, 2020

ରାଧା ବିନା କୃଷ୍ଣ ଅଧା


 ଶ୍ରୀମତୀ  ବାସନ୍ତୀ ଲତା ଜେନା 

ବୃଷ ଭାନୁ ଜେମା ରାଧା ରାଣୀ ସିଏ 
     . କୃଷ୍ଣ ପ୍ରେମେ ବୁଡି ରହେ 
କୃଷ୍ଣ ବଂଶୀ ସ୍ଵନ ତା ହୃଦ ଚନ୍ଦନ 
      ମନ ବୃନ୍ଦାବନ କହେ   ll 
କୃଷ୍ଣ ପ୍ରେମ ସିନା ରାଧାଙ୍କ ପାଇଁ କି
        ନ ଦେଖିଲେ ହୃଦ ଝୁରେ 
କେଳି କୁଞ୍ଜ ବନ ଶୂନ୍ୟ ଲାଗୁ ଥାଇ 
      କୃଷ୍ଣ ଦିଶୁଛି ଛାଇରେ   ll
ରାଧା ବିନା ଅଧା କୃଷ୍ଣର ଜୀଵନ 
     କୃଷ୍ଣ ବିନା ଅଧା ରାଧା 
ଦୁଇଟି ଶରୀର ଏକ ଆତ୍ମା ପରା 
     ମାନେ ନାହିଁ କିଛିବଧା    ll 
ଶାଶ୍ୱତ ପ୍ରେମରେ ଜଡିତ ସେ ଦୁହେଁ 
     ଗୋପରେ ନିନ୍ଦା ହେଉଛି 
ଦିନେ ନ ଦେଖିଲେ ଦୁହେଁ ଦୁହିଁଙ୍କୁତ 
      ଅନ୍ତର ଝୁରି ମରୁଛି    ll
ବନ ଫୁଲ ମାଳ ମଉଳି ଯାଉଛି 
      ଦେଖା ନ ପାଇ ରାଧାର 
ବିରଷ ବଦନେ କାହ୍ନୁ ବସି ଅଛି 
     ଅଶ୍ରୁ ବହେ ଧାର ଧାର    ll 
ଝୁରୁଛି କଦମ୍ବ ଝୁରୁଛି ଯମୁନା 
     ଝୁରୁ ଅଛି ଗୋପ ପୁର 
ରାଧା ବିନା କାହ୍ନୁ ମୁଖେ ହସ ନାହିଁ 
      ଝୁରୁଛି  ବଂଶୀର ସ୍ୱର   ll 

ଗାନ୍ଧିନଗର, ନବରଙ୍ଗପୁର  l

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy