Thursday, August 27, 2020

ସବୁ ତାଙ୍କ ନିର୍ଦେଶରେ

ଆସିଲେ ଧରାକୁ ଜନମ ହୋଇଣ
      ଯିବାକୁ ଯେ ଦିନେ ପଡେ
ଭାଗ୍ୟ ଫଳ ନୁହେଁ ଯାହା ଫଳିଥାଏ
      ନିଜ ହାତେ ନିଜେ ଗଢ଼େ ।

ଗଢ଼ିଦେଲ ମତେ ସୁନ୍ଦର ସଂସାର
         ପାଞ୍ଚ ପ୍ରାଣୀର କୁଟୁମ୍ଭ
ଯେତେବେଳେ ଯାହା କରେ ଆବଶ୍ୟକ
        ହାରିନାହିଁ ମୋର ଦମ୍ଭ ।

ଦମ୍ଭ ଥିବାଯାଏ ସବୁ ମୋର ମୋର
         ହାରିଦେଲେ ସବୁ ପର
    କରିବନି ପର ଧରିଥିବ ହାତ
         କହୁଛି ଘରଣୀ ମୋର ।

ମୋର ବୋଲି କିଛି ନାହିଁ ଏ ସଂସାରେ
          ମାଧ୍ୟମ ମୁଁ ଏକା ତାର
ଯାହା କରୁଥାଇ ତାଙ୍କ ନିର୍ଦେଶରେ
        ରଚନ୍ତି ସେ ମାୟାଧର ।

ମାୟାଧର ମତେ ସାହା ହୋଇଥିବ
       ମୋର ଛୋଟ ସଂସାରକୁ
ହୋଇବ ସାରଥୀ ସଂସାର ରଥରେ
        ସୁ ପଥରେ ଚାଲିବାକୁ ।

    ଚାଲୁଛି ପ୍ରଭୁ ମୁଁ ଏକା ଏକା ବାଟ
           ତୁମ ପାଦେ ଆଶ୍ରା କରି
ଦେଲେ ଦିଅ ଯେତେ ଦୁଃଖ ଓ ଯାତନା
          ଡାକିବି ତତେ ସୁମରି ।

     ସୁମରଣା କରି କହୁଛି ପ୍ରଭୁ ହେ
         ଦୋଷ ଥିଲେ କ୍ଷମା ଦେବୁ
  ଜାଣେନା ଭକତି ତୋର ପୂଜା ନୀତି
         ପ୍ରାଣରେ ମୋ ବସିଥିବୁ ।

.                      ସମାପ୍ତ

_____●◆●_____

✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy