Thursday, August 13, 2020

【 "କର୍ମ " 】

ଯେଉଁ ନର ହୁଏ କର୍ମରେ କର୍ମଠ
ମିଳୁଥାଇ ତାକୁ ଦାନା ।
ବହୁ ଅରଜଇ ପେଟ ବି ପୁରଇ
ମିଳୁଥାଇ ତାକୁ କନା ।।

କର୍ମ ନୁହେଁ ଖାଲି ଜୀବନର ଏକ
ସବୁଠୁଁ ଅମୂଲ୍ୟ ଧନ ।
କରୁଥିଲେ କର୍ମ ସ୍ୱାସ୍ଥ୍ୟ ରୁହେ ସୁସ୍ଥ
ନିଶ୍ଚଳ ବି ରୁହେ ମନ ।।

ବସି ଖାଉଥିଲେ ନଈ ବାଲି ସରେ
ସମ୍ପଦ ବା କିସ ଛାର ।
ନିଅଣ୍ଟ ପଡଇ ଆଜୀବନ କାଳ
ହାତ ପାତେ ଘର ଘର ।।

ମାଆ ଅନ୍ନପୂର୍ଣ୍ଣା ପ୍ରସନ୍ନ ହୁଅନ୍ତି
କରୁଥିଲେ କ୍ଲାନ୍ତ ଶ୍ରମ ।
ଆଶାଠୁ ଅତ୍ୟନ୍ତ ଫଳ ଦେଇଥାନ୍ତି
ନ କରି ତିଳେ ବିଳମ୍ବ ।।

ମିଳଇ ବୈକୁଣ୍ଠ ପ୍ରାପ୍ତି ଇହ ଧାମେ
ଧନ ଜନ ପରିପୂର୍ଣ୍ଣ ।
ହୁଅଇ ଅଭାବ ଦୂର ସବୁ ତା 'ର
ମନସ୍କାମ୍ନ ହୁଏ ପୂର୍ଣ୍ଣ ।।

କର୍ମ ହିଁ ଈଶ୍ୱର କର୍ମ କରିଚାଲ
କର୍ମରେ ନିପୁଣ ରହି ।
ହାରିବାନି କେବେ ଜୀବନରେ ଆମେ
କର୍ମ କରୁଥିଲେ ଭାଈ ।।

କର୍ମରେ ଜୀଇଁବା କର୍ମରେ ମରିବା
କର୍ମ ସବୁଠାରୁ ବଡ଼ ।
ଯେଉଁ କର୍ମେ ହୁଏ ସମାଜେ ମଙ୍ଗଳ
ସେହି କର୍ମେ ଆଗେ ବଢ଼ ।।

                       ସମାପ୍ତ

      ____●◆●____

✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy