Wednesday, August 19, 2020

କବିତା - ଭାବରେ ବନ୍ଧା


                      ✍କଳ୍ପନା ରାୟ

ଭାଵରେ ଭାବରେ ବନ୍ଧା ପଡିଗଲି
ଯାଇ ପାରିବି କି ସହଜେ ଖସି
ଦେହ ଭଲନାହିଁ ହୁଏ ହାଇଁପାଇଁ
ତଥାପି ଲେଖିବାକୁ ମନ କହୁଛି

ଭିଜା ଶ୍ରାବଣଟା ଭାରୀ ଅମାନିଆ
ଛେଚୁଛି ତ ବର୍ଷା ଖାଲି ଛେଚୁଛି
ହାତ ଦେଇ ମୁଣ୍ଡେ ଚାଷୀ ଆଜି ଠିଆ
ରୁଆଧାନ ଉପରେ ପାଣି ଖେଳୁଛି

ହଠାତ୍ ଲକ୍ ଡାଉନ ପୁଣି ସଟ୍ ଡାଉନ୍
ତା ଭିତରେ ମଣିଷ ପେଶି ହେଉଚି
ମହାମାରୀ ଆଜି କଲା ହଟହଟା
ରାଧା ପାଣି ଦେଖି ଯମୁନା ଭାବୁଛି

ବରଷା ଋତୁଟା ପ୍ରେମୀ ଯୁଗଳଙ୍କୁ
ନ ନେଇ ସାଙ୍ଗରେ ଚିନ୍ତା କରୁଛି
ସପତଣୀ ହେଲା ମହାମାରୀ ଆଜି
ପ୍ରେମିକ ପ୍ରିୟାର କଥା ଭାବି ହେଉଛି

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା, ସମ୍ବଲପୁର  ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy