ନିର୍ମଳ ନାୟକ ( କବିତା ) ମିତଣୀ ବିହଙ୍ଗମ ବାରେ ଶୁଣିଯା...
ଯାତନା ଥରେ ଦେଖିଯା...
ସ୍ୱାଧୀନତା ନାମେ ପରାଧୀନ ବେଡି..
ଦୁଖେ ପ୍ରାଣ ଯାଏ ଛାଡି !!
ଯଦିଚ ମିଳନ୍ତା ଆମକୁ ଆଜାଦି...
ଉଡ଼ନ୍ତୁ ଯେ ନଭ ଭେଦି..
ଅସରନ୍ତି ଆଶା ପୂରଣ ହୁଅନ୍ତା..
ହୃଦ ଶୀତଳ ଲଭନ୍ତା !!
ତୁ ତ ଆଜାଦ ନୀଳ ନଭ ବିହରୀ...
ଆଜି ବନ୍ଦୀନି ବିଚାରୀ..
ମୁଁ ମିଛ ମାୟା ମୋହ ଘାଣ୍ଟି ଚକଟି..
ମୋର ବନ୍ଧନେ ଜକଟି !!
ତୋର ଡେଣା ମୋତେ ଥରେ ଦେଇଯା..
ଉଡାଣ ବାରେ ଦେଖିଯା..
ଗଗନ ଚୁମିବା ଆଶା ପୁରା ହେଉ..
ନାରୀ ଜାତି ନାମ ହେଉ !!
ମିତ ସମ୍ପର୍କ ସାର୍ଥକ ହେଉ ଜଗେ....
ସ୍ଥାନ ମିଳୁ ସମ ଭାଗେ...
ଏହି ଆମ ଅନୁଚିନ୍ତା ଶେଷ କେବେ..
ସର୍ବେ ଯାହା ଭାବୁ ଏବେ !!
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
No comments:
Post a Comment