Monday, August 24, 2020

ଗଣ ପର୍ବ ନୂଆଁଖାଇ

କେଡେ ସୁନ୍ଦର ଆମ ଓଡିଶା ରାଇଜ
ଶସ୍ୟ ଶ୍ୟାମଳା ଦିଶେ ସରସ
ବାର ମାସେ ତେର ଯାତାର ଏଠି
ତା ମଧ୍ୟେ ଅନନ୍ୟ ନୂଆଁଖାଇଟି
ନୂଆଁ ଅନ୍ନ ଭୋଗ ହୁଏ ଏ ପର୍ବେ
ପଶ୍ଚମ ଓଡିଶା ନାଚେ ଗରବେ
ଯିଏ ରହିଥାଏ ଯେତେକ ଦୂରେ
ନୂଆଁଖାଇ ଦିନ ପହଞ୍ଚେ ଘରେ
ଅନନ୍ୟ ଏ ପର୍ବ ଭାଇଚାରାର
ଜଣାନ୍ତି ସର୍ବେ ନୂଆଁଖାଇ ଜୁହାର ାା 

ମା ସମଲେଇ କରି ପ୍ରଣାମ
ଅର୍ପନ୍ତି ସକଳେ ନିଜ ନବାନ୍ନ
ପାଞ୍ଜି ଦେଖି ସ୍ଥିର କରିକି ଲଗ୍ନ
ପୂଜା ପାଠ ସାରି ଭୁଞ୍ଜନ୍ତି ଅନ୍ନ
ସାରା ପରିବାର ଏକାଠି ହୋଇ
ପାଳନ୍ତି ବରଷକୁ ଥରେ ନୂଆଁଖାଇ ାା

ସବୁଠୁ ନିଆରା ଅଟେ ଭେଟଘାଟ
ନାନା ଉପହାର ହୁଏ ପ୍ରକଟ
ବନ୍ଧୁଜନେ ସବୁ ଶୁଭେଛା ଦେଇ
ନୂଆଁଖାଇ ଜୁହାର ବୁଲନ୍ତି କହି
ଅତି ମନୋହର ଲାଗେ ଏ ପର୍ବ
ଓଡିଶାର ଏ ଗର୍ବ ଗୌରବ ାା

ତ୍ରିନାଥ ବେହେରା, ବଡକୋଦଣ୍ଡା,
ଭଞ୍ଜନଗର,ଗଂଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy