Saturday, August 22, 2020

ବୁନିର ଗଣେଶ ଚତୁର୍ଥୀ -


✍ସୁକାନ୍ତ ଖଣ୍ଡା  

ଆଜି ଗଣେଶ ଚତୁର୍ଥୀ। ବୁନି ସକାଳୁ ଉଠି ନିଜ କାମରେ ବ୍ୟସ୍ତ। ସେ ନିତ୍ୟକର୍ମ ଗାଧୋଇବା ଆଉ ନିର୍ଜଳା ଉପବାସ ରହି ପୂଜା ଥାଳିରେ ପୂଜା ସରଂଜାମ ଯୋଗାଡ଼ କରୁଛି। ତାକୁ ତାର ଆଈ ମାଆ ସାହାଯ୍ୟ କରିବାକୁ ଆଗେଇ ଆସିଲେ ତ ବୁନି କହିଲା,"ଏ  ମୋର କାମ ମୋତେ ହିଁ କରିବାକୁ ଦିଅ ଆଉ ହଁ ଏ ତାଲିକା ଧର ଯେଉଁଟା ଯୋଗାଡ଼ ହୋଇନି କହିବ।"
           ଏ କଥା ଶୁଣି ଆଈ ମାଆ ମଉନ ରହି ଚେୟାରରେ ବସି ତଦାରଖ କଲେ। ବୁନି ଗୋଟି ଗୋଟି କରି ସବୁ ପ୍ରକାର ସରଂଜାମ ଯୋଗାଡ଼ କରି ନୂଆ ଜାମା ପିନ୍ଧି ପୂଜା ଥାଳିକୁ ଉଠାଇଲେ ହେଲେ ବୁନି ଉଠାଉ ଉଠାଉ ପୂଜା ଥାଳି ସହ ପଡ଼ିଗଲା ତ କ୍ଷୀର ବୋହିଗଲା ଆଉ ତାର ଉପରେ ସିନ୍ଦୂରରେ ସ୍ବୟଂ ଗଣେଶ ଦେଖାଦେଲେ। ବୁନି ଗୋଟାଇବ କ'ଣ? ଚାହିଁଛି ତ ଚାହିଁଛି। ବୁନି ପଡ଼ିଯିବା ଦୃଶ୍ୟ ଆଈ ମାଆ ଓ ମାଆ ଦେଖି ଦେଲେ ତ ଉଠାଇ ଆଣି ପୁଣି ସବୁ ପ୍ରକାର ସରଂଜାମ ଯୋଗାଡ଼ କରି ଆଈ ମାଆ ବୁନିକୁ ବିଦ୍ୟାଳୟ ନେଇ ଛାଡ଼ି ଆସିଲେ।
       ବିଦ୍ୟାଳୟରେ କଳସ ଆଣି ପୂଜା ସରିଗଲା ହେଲେ ବୁନିର ଲୟ ଘର ଚଟାଣରେ ଯେଉଁଠି ସେ ପ୍ରଭୁ ଗଣେଶଙ୍କୁ ଦେଖିଥିଲା। ଏ ଦୃଶ୍ୟ ପ୍ରଧାନ ଶିକ୍ଷକ ନିରୀକ୍ଷଣ କରୁଥିଲେ । ସେ ବୁନିକୁ ଏପରି ହେବାର କାରଣ ପଚାରିଲେ ତ ବୁନି ଗୋଟି ଗୋଟି ସବୁ କହିଲା। ଏ କଥା ଶୁଣି ପ୍ରଧାନ ଶିକ୍ଷକଙ୍କ ଆଖିରୁ ଲୁହ ବୋହିଗଲା। ସେ ବୁନିର ମୁଣ୍ଡ ଆଉଁସି କଲ୍ଯାଣ କରି ଚାଲିଗଲେ। ପୁଷ୍ପାଞ୍ଜଳି ସରିଲା ବୁନି ଗଣେଶଙ୍କୁ ପ୍ରଣାମ କରି ପାଣି ପିଇ କୃତାର୍ଥ ମଣିଲା। 
       ଦେଖୁ ଦେଖୁ ପ୍ରସାଦ ଖାଇଲେ।ବୁନି ମଧ୍ଯ ପ୍ରସାଦ ଖାଇ ଆଈ ମାଆଙ୍କୁ ଅପେକ୍ଷା କଲା। ଆଈ ମାଆ ଆସିଗଲେ ତ ବୁନି ଘରକୁ ଗଲା ଆଉ ପକାଇ ଦେଇଥିବା ଭୋଗ ସାମଗ୍ରୀ ପାଖରେ ବସି ରହିଲା। ଆଈ ମାଆ ଦେଖିଲେ ବୁନି ତା'ଠାରୁ ଧର୍ମ ଭାବନାରେ ଆଗେଇ ଯାଇଛି କାରଣ ଅଳ୍ପ ବୟସରୁ ସେ ଭଗବାନଙ୍କୁ ଦେଖି ସାରିଲାଣି। 
     ଲକ୍ ଡାଉନ୍ ଚାଲିଛି ବିଦ୍ୟାଳୟ ଖୋଲା ହୋଇନି। ସରକାରଙ୍କ  ସବୁ ନିୟମ ସଭିଏଁ ମାନୁଛନ୍ତି। ବିଦ୍ୟାଳୟରେ ପୂଜା କେମିତି ହେବ ସଂଦେହ ଥିଲା ହେଲେ ପ୍ରଧାନ ଶିକ୍ଷକ ସବୁ ପିଲାଙ୍କୁ ମାକ୍ସ ପିନ୍ଧି ହାତରେ କିଛି ବି ନ ଆଣିବାକୁ କହିଥିଲେ ଆଉ ଆସିକି ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସଭିଏଁ ଏହା ପାଳନ କରିଛନ୍ତି। ବୁନି ବି ପାଳନ କରିଛି କିନ୍ତୁ ବୁନି ଗୋଟିଏ ନିୟମ ଉଲଂଘନ କରିଥିଲା ସେଇଟା ସେ ପୂଜା ସରଂଜାମ ଯୋଗାଡ଼ କରି ବିଦ୍ୟାଳୟକୁ ନେଇଥିଲା। ଯୋଗାଡ଼ କରିଥିଲା ବୋଲି ତ ଆଜି ଗଣେଶ ମହା ପ୍ରଭୁଙ୍କୁ ଦର୍ଶନ କରିଲା। 
   ଆଈ ମାଆଙ୍କ ଆଖିରେ ଆନନ୍ଦର ଲୁହ। ସେ ବୁନିର  ସର୍ବଦା ପାଖେ ପାଖେ ରହି ସବୁ ଆବଶ୍ୟକ ପୂରଣ କରିବାକୁ ଚେଷ୍ଟା କରୁଛି। ଦୁଇ ଆଈ ନାତୁଣୀଙ୍କ ଅପାର ଭଲ ପାଇବା ଦେଖି ବୁନିର ବାପା ମାଆ ଖୁବ୍ ଖୁସି ମନାଉଛନ୍ତି। 

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର 
ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy