Saturday, August 22, 2020

ଶ୍ରୀ ଗଣେଶ ପ୍ରାର୍ଥନା ....

ହେ ଗଣନାଥ ଗଣେଶ୍ବର
ତୁମେ ଅଗ୍ରପୂଜ୍ୟ ହେ ଲମ୍ବୋଦର
ତୁମେ ଭକ୍ତିର..ଭାବର 
ରିଦ୍ଧିର ସିଦ୍ଧିର....
ବିଦ୍ୟାଦାତା ପରମେଶ୍ବର ାା

ହେ ଜ୍ଞାନ ଦାତା ବିନାୟକ
ତୁମେ କୃପାସିନ୍ଧୁ ମହାନାୟକ
ତୁମେ ବିଘ୍ନର ...ପାପର
ଦୁଃଖର ଅଜ୍ଞାନର
ମୋଚକ ସିଦ୍ଧିଦାୟକ ାା

ହେ ବକ୍ରତୁଣ୍ଡ ମୋଦକ ପ୍ରିୟ
ତୁମେ ବୁଦ୍ଧି,ବିଦ୍ୟା,ଜ୍ଞାନର ସୁଅ
ତୁମେ ସ୍ବର୍ଗର, ମର୍ତ୍ତ୍ୟର
ଦେବଲୋକ,ମାନବର
ଅଗ୍ରପୂଜ୍ୟ ହେ ସିଦ୍ଧେଶ୍ବର ାା

ହେ ଏକଦନ୍ତ ପାର୍ବତୀ ସୂତ
ତୁମେ ନିଧିଦାତା ହେ ବଳବନ୍ତ
ତୁମେ ନନ୍ଦୀର ଭୃଙ୍ଗୀର
ମୂଷିକର କୈଳାସର
ପ୍ରିୟପାତ୍ର ହେ ପ୍ରିୟବ୍ରତ ାା

ହେ ଗଣନାଥ ଗଣେଶ୍ବର
ତୁମେ ଅଗ୍ରପୂଜ୍ୟ ହେ ଲମ୍ବୋଦର
ତୁମେ ଭକ୍ତିର..ଭାବର 
ରିଦ୍ଧିର ସିଦ୍ଧିର....
ବିଦ୍ୟାଦାତା ପରମେଶ୍ବର ାା

ତ୍ରିନାଥ ବେହେରା 
ବଡକୋଦଣ୍ଡା ,ଭଞ୍ଜନଗର ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy