ବହଳ ଅନ୍ଧାର ରାତି ପାହୁ ପାହୁ
ପୂରୁବେ ଆଲୁଅ ଦିଶେ ଦାଉଦାଉ
ବିହଗିନୀ ମେଳେ ବିହଗ କି ଆଉ
ମଧୁର କାକଳି ଗାଇଲା ,
ଫିଟିଲା ବତ୍ସାଟେ ହମ୍ବା ରଡି ଛାଡ଼ି
ଗୁହାଳ ଦୁଆରେ ଦେହମୁଣ୍ଡ ଝାଡି
ମାଆର ପାଶକୁ ଗଲା ଯହୁଁ ମାଡ଼ି
ଥନରୁ କ୍ଷୀର କି ପାଇଲା ।
କଳ କଲ୍ଲୋଳିନୀ ନିର୍ଝରର ନୀରେ
ସକାଳ ପବନ ଖେଳୁଖେଳୁ ଧୀରେ
ଅମର ଲଟିର ଗହଳ ଛାଇରେ
ଡାହୁକ କି ଏବେ ରାବିଲା ,
କଦମ୍ବ ଗଛର ଡାଳଟିରୁ ଖସି
ବନ କନିଅର ମୂଳେ ଆସି ବସି
କପୋତଟି ତାର ପ୍ରେମେ ଯାଇ ରସି
କପୋତୀ ପାଇଁ କି ଭାବିଲା ।
ଅଧରେ ଅଧର ରାତିସାରା ଛନ୍ଦି
କମଳିନୀ ଦଳେ ସ୍ବଭାବରେ ଫନ୍ଦି
ରୁଦ୍ଧଶ୍ବାସ ଅଳି ହୋଇଥିଲା ବନ୍ଦୀ
ଫୁଟନ୍ତେ ତକ୍ଷଣେ ଉଡିଲା ,
ଅଳିପ ଯାଆନ୍ତେ ଖିଲିଖିଲି ହସି
ଦିନକରେ ଦେଖି ପୂର୍ବରାଗେ ବସି
ଆହୁରି ସରାଗେ ଯାଉ ଯାଉ ରସି
ସତେ କି ଲାଜରେ ବୁଡିଲା ।
ନୂଆବୋହୂ କିଏ ସରସୀର କୂଳେ
ଭିଜା ଭିଜା ତନୁ ସରମ ଆକୁଳେ
ବୁକୁକୁ ନିଜର ଘୋଡେ଼ଇ ଦୁକୂଳେ
ମଥାରେ ଓଢଣୀ ଢାଙ୍କିଲା ,
କୁମ୍ଭେ ନୀର ଆଣି ନିଜ ମଥାପରେ
ସଜାଇ ରଖନ୍ତେ ମୁଚୁଳା ଖାପରେ
ପାଦକୁ ବଢାଇ ମନରେ ତାପରେ
ସପନର ଛବି ଆଙ୍କିଲା ।
ପ୍ରବାସେ ଯାଇଛି ଗେରସ୍ତ ଯାହାର
ଫେରିବା ବାଟକୁ ଚାହିଁ ତା' ନାହାର
ନକହି କାହାକୁ ବେଦନା ତାହାର
ଫିଟିଲା କୁନ୍ତଳ ବାନ୍ଧିଲା ,
ଏକାକିନୀ ରହି ପ୍ରତିଟି ନିଶାରେ
ବିଷାଦ ଭରଇ ନିତି ଅଭିସାରେ
ବୁଦ୍ଧି ନ ଦିଶଇ କେବଣ ଦିଶାରେ
ସମ୍ଭାଳି ନପାରି କାନ୍ଦିଲା ।
ଲୋତକର ଭାରେ ନଇଁଯାଏ ପତା
କା' ଆଗେ କହିବ ଅନ୍ତରର କଥା
ମନରେ ମାରି ସେ ନିଜ ମନବ୍ଯଥା
ଉଦାସିନୀ ପରି ଦିଶିଲା ,
ନୟନ ଆସାରେ କପାଳକୁ ବରି
ବିବଶ ବିରହେ ଲାଜେ ଥରି ଥରି
କଳସଟେ ଧରି ନୂଆବୋହୂ ପରି
ଭୁଆସୁଣୀ ମେଳେ ମିଶିଲା ।
🌻🌻🌻🌻🌻🌻🌻🌻🌻🌻
✍️ ସୁଧାଂଶୁ କୁମାର ତ୍ରିପାଠୀ
କୃପାସିନ୍ଧୁପୁର, ଶେରଗଡ
ଗଞ୍ଜାମ
ପୂରୁବେ ଆଲୁଅ ଦିଶେ ଦାଉଦାଉ
ବିହଗିନୀ ମେଳେ ବିହଗ କି ଆଉ
ମଧୁର କାକଳି ଗାଇଲା ,
ଫିଟିଲା ବତ୍ସାଟେ ହମ୍ବା ରଡି ଛାଡ଼ି
ଗୁହାଳ ଦୁଆରେ ଦେହମୁଣ୍ଡ ଝାଡି
ମାଆର ପାଶକୁ ଗଲା ଯହୁଁ ମାଡ଼ି
ଥନରୁ କ୍ଷୀର କି ପାଇଲା ।
କଳ କଲ୍ଲୋଳିନୀ ନିର୍ଝରର ନୀରେ
ସକାଳ ପବନ ଖେଳୁଖେଳୁ ଧୀରେ
ଅମର ଲଟିର ଗହଳ ଛାଇରେ
ଡାହୁକ କି ଏବେ ରାବିଲା ,
କଦମ୍ବ ଗଛର ଡାଳଟିରୁ ଖସି
ବନ କନିଅର ମୂଳେ ଆସି ବସି
କପୋତଟି ତାର ପ୍ରେମେ ଯାଇ ରସି
କପୋତୀ ପାଇଁ କି ଭାବିଲା ।
ଅଧରେ ଅଧର ରାତିସାରା ଛନ୍ଦି
କମଳିନୀ ଦଳେ ସ୍ବଭାବରେ ଫନ୍ଦି
ରୁଦ୍ଧଶ୍ବାସ ଅଳି ହୋଇଥିଲା ବନ୍ଦୀ
ଫୁଟନ୍ତେ ତକ୍ଷଣେ ଉଡିଲା ,
ଅଳିପ ଯାଆନ୍ତେ ଖିଲିଖିଲି ହସି
ଦିନକରେ ଦେଖି ପୂର୍ବରାଗେ ବସି
ଆହୁରି ସରାଗେ ଯାଉ ଯାଉ ରସି
ସତେ କି ଲାଜରେ ବୁଡିଲା ।
ନୂଆବୋହୂ କିଏ ସରସୀର କୂଳେ
ଭିଜା ଭିଜା ତନୁ ସରମ ଆକୁଳେ
ବୁକୁକୁ ନିଜର ଘୋଡେ଼ଇ ଦୁକୂଳେ
ମଥାରେ ଓଢଣୀ ଢାଙ୍କିଲା ,
କୁମ୍ଭେ ନୀର ଆଣି ନିଜ ମଥାପରେ
ସଜାଇ ରଖନ୍ତେ ମୁଚୁଳା ଖାପରେ
ପାଦକୁ ବଢାଇ ମନରେ ତାପରେ
ସପନର ଛବି ଆଙ୍କିଲା ।
ପ୍ରବାସେ ଯାଇଛି ଗେରସ୍ତ ଯାହାର
ଫେରିବା ବାଟକୁ ଚାହିଁ ତା' ନାହାର
ନକହି କାହାକୁ ବେଦନା ତାହାର
ଫିଟିଲା କୁନ୍ତଳ ବାନ୍ଧିଲା ,
ଏକାକିନୀ ରହି ପ୍ରତିଟି ନିଶାରେ
ବିଷାଦ ଭରଇ ନିତି ଅଭିସାରେ
ବୁଦ୍ଧି ନ ଦିଶଇ କେବଣ ଦିଶାରେ
ସମ୍ଭାଳି ନପାରି କାନ୍ଦିଲା ।
ଲୋତକର ଭାରେ ନଇଁଯାଏ ପତା
କା' ଆଗେ କହିବ ଅନ୍ତରର କଥା
ମନରେ ମାରି ସେ ନିଜ ମନବ୍ଯଥା
ଉଦାସିନୀ ପରି ଦିଶିଲା ,
ନୟନ ଆସାରେ କପାଳକୁ ବରି
ବିବଶ ବିରହେ ଲାଜେ ଥରି ଥରି
କଳସଟେ ଧରି ନୂଆବୋହୂ ପରି
ଭୁଆସୁଣୀ ମେଳେ ମିଶିଲା ।
🌻🌻🌻🌻🌻🌻🌻🌻🌻🌻
✍️ ସୁଧାଂଶୁ କୁମାର ତ୍ରିପାଠୀ
କୃପାସିନ୍ଧୁପୁର, ଶେରଗଡ
ଗଞ୍ଜାମ
No comments:
Post a Comment