Thursday, August 27, 2020

ରାଧା ମୋହନ ସ୍ମରଣେ

✍✍✍ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
*********
ହେ ରାଧା ମୋହନ ଗଡ଼ନାୟକ ହେ !
କାବ୍ୟ କବିତା ନାୟକ
ସମର ପଥର ଯାତ୍ରୀ ମୁଁ ଯେ,କରେ
ଶୋହେ ମୋ ଖର ଶାୟକ।।
ହୋଇଥିବି ରାଧା ମୋହନ,ହେବିନି...
କି ଅବା ଗଡ଼ ନାୟକ ?
ଏହା ଥିଲା ତୁମ ହୃଦ କଥା ଦିନେ
କହିଥିଲ କରି ଦୁଃଖ ।।
ଆଜି ଜନ୍ମ ଦିନେ  ମନ ପଡ଼ ତୁମେ
ସାହିତ୍ୟର ସମାହାରେ
ରଚନା କରିଲ  କାବ୍ୟ,କବିତାର
ନାନାବିଧ ଶଇଳୀରେ ।।
ପ୍ରାଣୀ ମନ ଜାଣି  ଲେଖି ଅଛ ପୁଣି
ପଶୁ ପକ୍ଷୀ କବିତାରେ
ସବୁଜ ଯୁଗର   କବି ପ୍ରକୃତିର
ପ୍ରତିଭାର ପୁରସ୍କାରେ ।।
ପାଇ ଅଛ ତୁମେ  ପଦ୍ମଶ୍ରୀ ଉପାଧି
ବିଚକ୍ଷଣ ପାଣ୍ଡିତ୍ୟରେ
ଛନ୍ଦ ମୁକ୍ତ କବି  ତୁମେ ସୂତ୍ରଧର
ଆଧୁନିକ ପ୍ରଣାଳିରେ ।।
ଜନମ ତୁମର ଉଣିଶ' ଏଗାର
ଅଗଷ୍ଟ ମାସ ପଚିଶ
ଫେବୃୟାରୀ; ବର୍ଷ ଦୁଇ ହଜାରରେ
ତିରୋଧାନ ଏକୋଇଶ ।।
ମହାଦେବ ଏବଂ ଗୋଲକ ମଣୀଙ୍କ
କୁଳକୁ କରି ମଣ୍ଡନ 
ଅନୁଗୁଳ ଜିଲ୍ଲା କଲଣ୍ଡା ପାଳରେ
ଗଡ଼ନାୟକ ସନ୍ତନ ।।
ସୂର୍ଯ୍ୟ ଓ ଅନ୍ଧାର କାବ୍ୟଟି ତୁମର 
ଅଟେ ଅଲିଭା ସ୍ବାକ୍ଷର
ସାହିତ୍ୟ ଜଗତେ ରଖିଗଲ ସ୍ମୃତି,
କୀର୍ତ୍ତି ରଚି ସ୍ବର୍ଣ୍ଣାକ୍ଷର ।।

*********
ଗ୍ରାମ/ପୋଷ୍ଠ - କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର,ଗଞ୍ଜାମ - ୭୬୧୧୩୧

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy