Saturday, August 15, 2020

ବରଷା ରାଣୀ।

ଆକାଶେ ଭରା ବାଦଲ ଭେଳା
ପଡ଼ିଆ ସାରା ଛତୁ
ଋତୁ ଭିତରେ ରାଣୀ ଟି ସତ ଏକା ବରଷା ଋତୁ।୧।
ଘାସ ରେ ଚାଲେ ସାଧବ ବୋହୂ
ନଦୀ ରେ ଖେଳେ ମୀନ
ଆହାର ପୁଣି ଯାହାକୁ ଯେତେ
ଖୁସି ରେ କଟେ ଦିନ।୨।
ସବୁଜ ପାଟ ପିନ୍ଧି ଧରଣୀ
ସାଜଇ ବୋହୂ ନୂଆ
ଜଳରେ ପୂରେ ନଦୀ, ପୋଖରୀ
ଗାଡିଆ, କୂଅ,ଚୂଆ।୩।
ଫୁଲ ଫଳ ରେ ଗଛ ଓ ଲତା
ଦିଶନ୍ତି କେଡେ ତୋରା
ଚାଷୀ ର ଖୁସି ଉଠେ ଝଲସି
ଖେତେ ଫସଲ ଭରା।୪।
ଖୁସି ରେ ରଡି ବେଙ୍ଗୁଲି ଛାଡ଼ି
ଖୋଜଇ ସାରୁ ଗଛ
କଳା ଘୁମର ବାଦଲ ଦେଖି
ମୟୂର ଟେକେ ପୁଚ୍ଛ।୫।
ବରଷା ପାଳେ ଜୀବଜଗତ ଦେଇ ଅମୃତ ବାରି
ଗ୍ରୀଷ୍ମ,ବସନ୍ତ,ଶୀତ,ଶରତ
ନୁହଁନ୍ତି ତାର ସରି।୬।

ଛନ୍ଦା ମିଶ୍ର।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy