Thursday, August 27, 2020

ଘର

  ରଙ୍କନିଧି ସେଠୀ

ଅଦିନିଆ ବର୍ଷା ଧୋଇ ଦେଇ ଗଲା 
    ଝାଟି ମାଟି ଛୋଟ ଘର 
ସମୁଦ୍ର କୂଳରେ ଯେତେ ଘର କଲେ 
    ଢେଉ ଭାଙ୍ଗେ ବାରମ୍ବାର ll

ହୃଦୟ ଘରଟି ସୁକ୍ଷ୍ମ ତାରେ ଗଢ଼ା 
    ଛିଣ୍ଡିଯିବ ଲାଗେ ଡର 
ସପନର ଘର ତୋଳିବାକୁ ମନ 
    ସାହାସ ଜୁଟେନି ମୋର ll

ମନର ମନ୍ଦିରେ ତୋଳିଥିବା ଘର 
    ଆଘାତରେ ଚୁରମାର 
କେଉଁଠି ରଖିବି ତୁମକୁ ଗୋ ପ୍ରିୟା 
    ଭାବିଲେ ମନ ଆତୁର ll

ସମସ୍ତ ଘରକୁ ପରଖି ନେଇଛି 
    ନାହିଁ କେ ଯୋଗ୍ୟ ତୁମର 
ଏ ମାୟା ସଂସାରେ ରହି ପାରିବାନି 
    ଚାଲ ଯିବା ବହୁଦୂର ll

ପ୍ରେମୀ ପକ୍ଷୀ ଦୁଇ ଉଡି ବୁଲୁଥିବା 
    ଗାଇ କବିତା ପ୍ରେମର 
ଆକାଶ ଛାତିରେ ବାଦଲ କୋଳରେ 
    ଗଢିବା ସପନ ଘର ll

ମନ ଯାନେ ବସି ଯିବା ଉଡି ଉଡି 
    କେଉଁ ଅଜଣା ସହର 
ଅଦିନିଆ ଝଡ଼ ପାଖ ମାଡିବନି 
    ଗଢିବା ସୁଖ ସଂସାର ll

ରାଉରକେଲା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy