ସ୍ବାଧୀନ ଭାରତବର୍ଷ ଏବ˚ ଶ୍ରୀ ଅରବିନ୍ଦ (ଜନ୍ମ: ୧୫ ଅଗଷ୍ଟ୍ ୧୮୭୨; ମୃତ୍ୟୁ: ୫ ଡିସେମ୍ବର୍ ୧୯୫୦) ଙ୍କର ଜନ୍ମ ତିଥି ଗୋଟିଏ। ଅର୍ଥାତ୍, ଉଭୟେ ଜନ୍ମ ହେଇଥିଲେ ଅଗଷ୍ଟ୍ ୧୫ ତାରିଖରେ। ୧୯୪୭ ଅଗଷ୍ଟ୍ ୧୫ରେ ସ୍ବାଧୀନ ଭାରତର ପ୍ରଥମ ଜନ୍ମ ଦିବସ ସହ ଶ୍ରୀ ଅରବିନ୍ଦ ପାଳନ କରିଥିଲେ ନିଜର ପଞ୍ଚସ୍ତରିତମ ଜନ୍ମ ଦିବସ। ଯେହେତୁ ଅଗଷ୍ଟ୍ ୧୫ ଥିଲା ତାଙ୍କ ନିଜର ଜନ୍ମ ଦିନ, ତେଣୁ ସ୍ବାଭାବିକ ଭାବେ ତାହା ଥିଲା ତାଙ୍କ ପାଇଁ ଅତୀବ ଆନନ୍ଦର ଦିନ। ଭାରତର ପ୍ରଥମ ସ୍ବାଧୀନତା ଦିବସ ଅବସରରେ, ତାହାର ଭବିଷ୍ୟତ୍ ପାଇଁ ସେ ଦେଖିଥିଲେ ପାଞ୍ଚଟି ସ୍ବପ୍ନ। ତାଙ୍କ ସ୍ବପ୍ନ ସମ୍ବଳିତ ସେହି ଲେଖାଟି ୧୯୪୭ ଅଗଷ୍ଟ୍ ୧୪ ତାରିଖରେ ତିରୁଚିରାପଲ୍ଲୀ ସ୍ଥିତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରଣ କରାଯାଇଥିଲା। ତାହାର ସାରମର୍ମ ଏହି ପରି-
୧. ବିପ୍ଳବ ମାଧ୍ୟମରେ ସ୍ବାଧୀନ, ସ˚ଘବଦ୍ଧ ଏବ˚ ଅଖଣ୍ତ ଭାରତ ଗଢ଼ିବା ଥିଲା, ମୋ’ର ପ୍ରଥମ ସ୍ବପ୍ନ। ଆଜି ଭାରତ ସ୍ବାଧୀନ କିନ୍ତୁ ଅଖଣ୍ତ ନୁହେଁ। ଆଶ୍ବାସନାର ବିଷୟ ଏହିକିଯେ, ଆଗରୁ ଲାଗୁଥିଲା ଭାରତ ସ୍ବାଧୀନ ହେବା ପରେ ବହୁ ଭାଗରେ ବିଭକ୍ତ ହେବ, ତେବେ ସେତେ ଦୂର ଘଟିନାହିଁ। ପୂର୍ଣ୍ଣ ମାତ୍ରାରେ ନ ହେଲେ ବି ଲାଗୁଛି, ଭାରତ ଏବେ ବିପଦ-ମୁକ୍ତ। ଏହା ନିଶ୍ଚୟ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବ।
୨. ମୋ’ର ଦ୍ବିତୀୟ ସ୍ବପ୍ନ ଥିଲା, ସମଗ୍ର ଏସିଆ ମହାଦେଶର ଅଭ୍ୟୁଦୟ ଓ ମୁକ୍ତି। ଆଜି ଭାରତ ସମେତ ଏକାଧିକ ଏସୀୟ ରାଷ୍ଟ୍ର ସ୍ବାଧୀନ। ତେବେ ଯେଉଁ ଦେଶମାନ ମୁକ୍ତ ହୋଇନାହାନ୍ତି, ସେମାନଙ୍କ ପ୍ରତି ଆମର ଦାୟିତ୍ବ ରହିଛି। ସେମାନଙ୍କ ମୁକ୍ତି ଲାଗି ଆମେ ସହାୟତାର ହାତ ବଢ଼ାଇଲେ, ସେମାନଙ୍କ ପାଇଁ ସ˚ଗ୍ରାମ କଲେ, ବିଶ୍ବ ଦରବାରରେ ଭାରତର ପ୍ରତିଷ୍ଠାରେ ବିଳମ୍ବ ହେବନାହିଁ।
୩. ସମଗ୍ର ମାନବ ଜାତି ବିବାଦଲିପ୍ତ ନ ରହି ଏକତ୍ର ହେଲେ, ଏକ ସୂତ୍ରରେ ବନ୍ଧିତ ହେଲେ, ମାନବ ଜୀବନ ଅଧିକ ସରସ, ସୁନ୍ଦର ହେଇପାରିବ। ସୀମା-ସରହଦ ନ ଥିବା ଏକ ବିବାଦ-ମୁକ୍ତ ବିଶ୍ବ ଗଠନ ଦିଗରେ ପ୍ରଚେଷ୍ଟା ଚାଲିଥିଲେ ହେଁ, ତାହା ସଫଳ ହେଇପାରିନାହିଁ। ଭାରତ ସେହି ଦିଗରେ ପଦକ୍ଷେପ ନେବା ଏବ˚ ବିଶ୍ବକୁ ଏକ କରିବା ପାଇଁ ଚାଲିଥିବା ଆନ୍ଦୋଳନର ନେତୃତ୍ବ ନେବା, ମୋ’ର ତୃତୀୟ ସ୍ବପ୍ନ।
୪. ଭାରତ ହେଉଛି ଆଧ୍ୟାତ୍ମିକ ବିଶ୍ବର ନାଭି-କେନ୍ଦ୍ର ଭଳି। ଯୁଗେ ଯୁଗେ ଭାରତ ହିଁ ସମଗ୍ର ବିଶ୍ବକୁ ଦିବ୍ୟ-ଜ୍ଞାନ ପ୍ରଦାନ କରିଆସିଛି। ଇଉରୋପ୍ ଏବ˚ ଆମେରିକାର ଚିନ୍ତାଶୀଳ ବ୍ୟକ୍ତିମାନେ ଭାରତ ଆସିଛନ୍ତି, ଜ୍ଞାନ ଆହରଣ ପାଇଁ ଏବ˚ ଆସିବେ ମଧ୍ୟ। ଭାରତ ଦିବ୍ୟ-ଚେତନାର ଉତ୍ସ। ଭାରତର ସେହି ଦିବ୍ୟ-ରୂପ ଅକ୍ଷୁଣ୍ଣ ରହୁ।୫. ମୋର ଶେଷ ସ୍ବପ୍ନ ହେଉଛି, ମଣିଷ ନିଜକୁ ମଣିଷ ସ୍ତରରୁ ଉନ୍ନୀତ କରି ଅତି-ମାନବ ସ୍ତରକୁ ନେଉ। ପ୍ରକୃତ ମଣିଷ ଭଳି ବଞ୍ଚୁ। ସେହି ପରି ଘଟିଲେ ସମଗ୍ର ବିଶ୍ବରେ ସମସ୍ୟା ବୋଲି ଆଉ କିଛି ରହିବନାହିଁ। ମଣିଷ ଭିତରେ ଛପିରହିଥିବା ପଶୁ-ପ୍ରକୃତିର ଦମନ ଆମର ମୁଖ୍ୟ ଲକ୍ଷ୍ୟ ହେଉ। ଭାରତୀୟ ଆଧୢାତ୍ମିକ ଚେତନାର ପ୍ରଚାର-ପ୍ରସାର ଦ୍ବାରା ତାହା ସ˚ଭବ।

No comments:
Post a Comment