✍କଳ୍ପନା ରାୟ
ଶିକ୍ଷାର ଆରମ୍ଭ ମାଆ ପେଟରୁ । ଏହା ମୁଁ କହୁନାହିଁ, ଗୁରୁକୁଳ ଆଶ୍ରମର ଗୁରୁଠାରୁ ଏଵେର ଶିକ୍ଷାବିତ୍ ସମସ୍ତେ ଏଇ ଗୋଟିଏ କଥାରେ ଏକ ମତ । ପାଠକେ ସମସ୍ତେ ଅଭିମନ୍ୟୁ, ସୁଭଦ୍ରାଙ୍କ ପୁତ୍ର ଵିଷୟରେ ଜାଣିଛନ୍ତି । ଅର୍ଜୁନଙ୍କଠାରୁ ସୁଭଦ୍ରା ଚକ୍ରଵ୍ୟୁହ ଵିଷରେ ଶୁଣୁଥିଲେ, ଶୁଣୁ ଶୁଣୁ ଅଧା ଶୁଣି ସେ ଶୋଇ ପଡିଥିଲେ । ତେଣୁ ପେଟରେ ଥିବା ଅଭିମନ୍ୟୁ ଚକ୍ରଵ୍ୟୁହରେ ପଶିବା ଜାଣିଥିଲେ, ଵାହାରିଵା ଜାଣି ନ ଥିଲେ ।
ଗୁରୁକୁଳରେ ପଢୁଥିବା ରାଜାପୁଅ ରାଜା, ମନ୍ତ୍ରୀପୁଅ କେମିତି ହୁଏ, ପେଟରୁ ହିଁ ସେ ସବୁର ଜ୍ଞାନ ହୁଏ । କୁମ୍ଭାର ପିଲାଟିଏ ଭଲ କୁମ୍ଭାର କାମ, ଭଣ୍ଡାରିପିଲା ଭଲ ଭଣ୍ଡାରୀ କାମ କରିପାରନ୍ତି କିପରି ?? ତା ମାନେ ନୁହେଁ ଯେ ଅନ୍ୟ ଜାତିର ପିଲାଟିଏ କେଉଁ କାମ କରିପାରିଵ ନାହିଁ ।
ହଁ, ଏଥର ଆମେ ଆମ ପ୍ରସଙ୍ଗକୁ ଆସିବା । ଆଗେ ପିଲାଟିଏ ଜନ୍ମ କରିବାକୁ ଥିବା ମାଆ ପୁରାଣ ପୋଥି ପଢୁଥିଲେ ଓ ସେହି ଅନୁସାରେ କାର୍ଯ୍ୟ କରୁଥିଲେ । ତେଣୁ ପିଲାଟି ଜନ୍ମ ନେଇ ପରମ୍ପରା ସଂସ୍କୃତି ପ୍ରତି ଆଗ୍ରହୀ ହେଉ । ତା ପରପିଢିର ମାଆମାନେ ବଡମାନଙ୍କ କଥାମାନୀ ଚଳୁଥିଲେ ଓ ବିଭିନ୍ନ ଉପାଦେୟ ପୁସ୍ତକମାନ ପଢୁଥିଲେ,ନତୁବା ଶୁଣୁଥିଲେ । ତେଣୁ ପିଲାଟି ସଂସ୍କାରି ଓ ଧୀସଂପନ୍ନ ହେଉଥିଲା । ପୁଣି ଜ୍ଞାନୀମାନେ କହିଛନ୍ତି ପିଲା ଜନ୍ମ ହେବାଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତା ଜ୍ଞାନ ଆହରଣ କରିବାର ପ୍ରକୃତ ସମୟ । ତେଣୁ ସେ ପାଞ୍ଚ ବର୍ଷ ଶାନ୍ତିରେ ଵୁଝାଇସୂଝାଇ ଖେଳ ଖେଳରେ କିଛି ଶିଖାଯାଉଥିଲା। ଫଳରେ ବୟସ ବଢିବା ସଙ୍ଗେ ସଙ୍ଗେ ଵୁଦ୍ଧିର ଵିକାଶ ହେଉଥିଲା ।
କିନ୍ତୁ ଦୁଃଖର ବିଷୟ ଏହିକି ଯେ ଏବର ମାଆମାନେ ପେଟରେ ଛୁଆ ଥିଲା ଵେଳେ କାମ କରନ୍ତିନି, ଵେଡ୍ ରେଷ୍ଟ ନିଅନ୍ତି, ଆଉ ସେ ସମୟରେ ସେମାନେ ଅଧିକରୁ ଅଧିକ ସମୟ ମୋବାଇଲରେ ଗେଟ୍, ସିନେମା, ଚାଟିଙ୍ଗ୍ ଇତ୍ଯାଦି ରେ ଖର୍ଚ୍ଚ କରନ୍ତି । ଛୁଆ ଜନ୍ମ ହେବା ପରେ ତାକୁ ମୋବାଇଲ ଦେଖାଇ ଦେଖାଇ ଖେଳାନ୍ତି । ଆରେ ମାଆଛୁଆ, କି ପବିତ୍ର ସ୍ନେହ ପ୍ରେମ ର ସମ୍ପର୍କ । ତା ସାଙ୍ଗରେ ଗତି ପାରିବନି, ଖେଳି ଵା ଖେଳାଇ ଚୁପ୍ କରି ପାରିବନି । କାନ୍ଦୁଥିବା ପିଲାକୁ ଯୋଉମାଆ ବୁଝାଇ ଚୁପ୍ କରି ପାରେନା, ତା ହେଲେ ସିଏ କି ମାଆ ?? କେତେ ମାଆ ଅଛନ୍ତି ପିଲା ହାତରେ ଏକ ଆନଡ୍ରୋଏଡ୍ ଫୋନ୍ ଧରାଇ ଦେଇ ସେମାନେ ନିଶ୍ଚିତ ମନରେ କାମ କରନ୍ତି । ଆମେ ପିଲାବେଳେ କେଉଁଥିରେ ଖେଳୁଥିଲୁ ?? ପିଲାଙ୍କ ପାଇଁ ଖେଳନା କିଣନ୍ତି ନାହିଁ କା କିଣିବାକୁ ଉଚିତ ମଣନ୍ତି ନାହିଁ । ଫଳରେ ପିଲାଟି ମୋବାଇଲ ପାଇଁ ଜିଦ୍ କରେ । ସବୁବେଳେ ମୋବାଇଲ ଦେଖି ଆଖି, ମୁଣ୍ଡ ତଥା ଵୁଦ୍ଧିର ଵିନାଶ ହୁଏ । ପିଲାଙ୍କୁ ମୋବାଇଲ ଦେବା ଆନ୍
ଵାନ୍ ଶାନ୍ ର ଉଦାହରଣ ଵୋଲି ମନେ କରନ୍ତି । ତା ପରେ ପରେ ପିଲାଟି ମୋବାଇଲ ପାଇଁ ଅଡିବସେ । ଏହିପରି ତାର ମୋବାଇଲ ପ୍ରେମ ଦିନକୁ ଦିନ ବୃଦ୍ଧି ପାଏ ।
ମୋର କୌଣସି ପିତାମାତାଙ୍କୁ ଆକ୍ଷେପ କରିବା ଉଦ୍ଦେଶ୍ୟ ନୁହେଁ । ମାତ୍ର ପାଠକେ କୁହନ୍ତୁ, ଯେଉଁ ପିଲା ପେଟରେ ଅଛି ତାର ମାଆ ତା ପାଇଁ କଣ କରିବା ଆବଶ୍ୟକ । ମୋ ସାନ ଭଉଣୀର ଯାଆଁଳା ଛୁଆ ହେବାର ଥାଏ, ଡାକ୍ତର କମ୍ପ୍ଲିକେସି ଅଛି, ବେଡ୍ ରେଷ୍ଟ ନେବାକୁ କହିଲେ, ସେ କହିଲା ମୁଁ ଯେଉଁ ସ୍କୁଲରେ ଚାକିରି କରେ, ସେଠି ଦୁଇଟି ଷ୍ଟାଫ୍ ଅଛୁ, ତେଣୁ ମୋତେ ଛୁଟି ମିଳିବନି କି ମୁଁ ଛୁଟିରେ ରହିପାରିବି ନାହିଁ । କଟକର ଡାକ୍ତର କହିଲେ, ମୁଁ ଲେଖି ଦେବି, ଦେଖିବା କିଏ ଛୁଟି ଦେବନି ?? ପାଠକେ ହୁଏତ ଵିଶ୍ଵାସ କରି ନ ପାରନ୍ତି, ସେ ଡାକ୍ତର ବଦଳାଇ ଦେଲା, ଆଉ ଚାକିରିକୁ ଗଲା ବସ୍, କମାଣ୍ଡର - ଯେଉଁ ବାଟରେ ଥିଲା ରେଲୱେ ଗେଟ୍ ଏବଂ ଗେଟ୍ ପୂର୍ବରୁ ଓ ପରେ ଦଶ/ପନ୍ଦର ହମ୍ପ୍ସ । ବସ୍ ରୁ ଓହ୍ଲାଇ ପ୍ରତିଦିନ ଦୁଇ କିଲୋମିଟର ଚାଲିବାକୁ ଆସିଲା ଵେଳେ ଦୁଇ କିଲୋମିଟର ଚାଲିବାକୁ ପଡେ। ଚାକିରି ଘରକାମ ରୋଷେଇ କରି ସେ ଦୁଇଟି ପିଲା ନର୍ମାଲରେ ଜନ୍ମ କଲା । ଵେଡ୍ ରେଷ୍ଟ ନେଲେ ପିଲା ଖାଲି ଶୋଇବ । ମୋବାଇଲ ମନସ୍କ ମାଆର ଛୁଆ ନିଶ୍ଚୟ ମୋବାଇଲ ମନସ୍କ ହେବ, ଏଥିରେ ଆଉ ଭାବିବାର କଣ ଅଛି ??
ମାଆ - ତ୍ୟାଗ, ଦୟା, କ୍ଷମା ର ମୂର୍ତ୍ତିମନ୍ତ ପ୍ରତୀକ । ସଂସାରର ଦର୍ପଣ, ଶିଶୁର ପ୍ରଥମ ଶବ୍ଦ ଉଚ୍ଚାରଣ କରିଵାର ମାଧ୍ୟମ । ଶିଶୁର ପ୍ରଥମ ଗୁରୁ, ମର୍ତ୍ତ୍ୟ ମଣ୍ଡଳର ଜୀବନ୍ତ ପ୍ରତିମା, ସ୍ନେହମୟୀ, କରୁଣାମୟୀ, ଜୀବନ ସା ରେ ଗା ମା ପା ର ସମସ୍ତ ସ୍ବର ସାଧନାର ପଥ । ସିଏ ଯଦି ସ୍ବାର୍ଥ ଛାଡି ପାରିବ ନାହିଁ, ତେବେ ଶିଶୁ ଶିଖିଵ କଣ ?? ଶିଖାଇବ କିଏ ??? ଏହି ମୋବାଇଲ୍ ??
ବର୍ତ୍ତମାନ ଵି ସମୟ ଅଛି, ପ୍ରତ୍ୟେକ ମାଆ ପିଲା ସହ ଖେଳନ୍ତୁ, ଖେଳାନ୍ତୁ, ଗପ/ ଗୀତ କହି ମନୋରଞ୍ଜନ କରାନ୍ତୁ । ଉପଯୁକ୍ତ ଶିଶୁ ଭବିଷ୍ୟତର ସୁନାଗରିକଟିଏ ହେବ, ବର୍ତ୍ତମାନ ତାହା ପ୍ରତ୍ୟେକ ମାଆଵାପା ଉପରେ ନିର୍ଭର । ଦେଶର କିପରି ଭବିଷ୍ୟତ ହେବା କଥା ସ୍ଥିର କରି କାର୍ଯ୍ୟ କରନ୍ତୁ
ଏ ଅକିଞ୍ଚନର କିଛି ଭୁଲ୍ ଥିଲେ ଆପଣଙ୍କ ମାତୃଵତ୍ ଗୁଣରେ କ୍ଷମା କରିବେ ।
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା, ସମ୍ବଲପୁର
No comments:
Post a Comment