✍ଅମୂଲ୍ୟ କୁମାର ଦାଶ
(ବିଜ୍ଞାନ ଶିକ୍ଷକ)
ଗ୍ରାମ୍ୟ ମଣିଷଟା ଭାରି ସରଳିଆ
ଗାଁରେ ଜନମ ତାର ।
ପର ଉପକାରୀ ସାହି ପଡ଼ିଶାର
ଅଟଇ ନିଃସ୍ଵାର୍ଥପର ।
ସମୟର ମୂଲ୍ଯ ବୁଝିଥାଏ ସିଏ
କର୍ମକୁ କରି ଆଦର ।
ମଣିଷ ପଣିଆ ହୃଦୟେ ବହିଛି
ତା ମନ ଅତି ସୁନ୍ଦର।
ପର ଆପଣାର ଭେଦଭାବ ନାହିଁ
ବିଶ୍ୱାସୀ ସେ ସଭିଙ୍କର ।
ମିଳିମିଶି ଚଳି ଗାଁ ଲୋକେ ମେଳି
ସର୍ବେ ହୋଇ ଏକା କାର।
କୃଷକ,କମାର,ତନ୍ତୀ, କୁମ୍ଭକାର
ଶ୍ରମିକ ଓ କାରିଗର ,
ଜୀବିକା ଜଞ୍ଜାଳ ଭିତରେ ବୁଡିଣ
ଶ୍ରମ ପାଇଁ ତତପର ।
ଗାଆଁପରିବେଶ ଗାଆଁର ମଣିଷ
କରଇ ଅତି ନିଜର,
ପ୍ରକୃତିକୋଳରେ ଖେଳାଏ ସେହସ
ଅନ୍ୟକୁ ଦେଇ ଆହାର ।
ଭାଗବତ ଟୁଙ୍ଗୀ, ଗାଆଁ ର ମନ୍ଦିର
ସଂସ୍କୃତିର କଳେବର,
ସବୁ ପରମ୍ପରା ସାଇତି ରଖିଛି
ପରିଚୟ ଦେଇ ନିଜର ।
ଦୁଃଖର ସେ ସାଥୀ ସୁଖର ସେ ସାଥୀ
ନକରି ମନ୍ଦ ବିଚାର,
ଜନମ ଯେଉଁଠି ମରଣ ସେଇଠି
ଏ ପରା ମଣିଷ ଗାଆଁର ।
**********
ସାହି-ଦାଶରଥିନଗର,ତାଲୁକା ରୋଡ
ପୋଷ୍ଟ-- ଆସିକା, ଜିଲ୍ଲା-- ଗଞ୍ଜାମ
ପିନ୍-୭୬୧୧୧୦
(ବିଜ୍ଞାନ ଶିକ୍ଷକ)
ଗ୍ରାମ୍ୟ ମଣିଷଟା ଭାରି ସରଳିଆ
ଗାଁରେ ଜନମ ତାର ।
ପର ଉପକାରୀ ସାହି ପଡ଼ିଶାର
ଅଟଇ ନିଃସ୍ଵାର୍ଥପର ।
ସମୟର ମୂଲ୍ଯ ବୁଝିଥାଏ ସିଏ
କର୍ମକୁ କରି ଆଦର ।
ମଣିଷ ପଣିଆ ହୃଦୟେ ବହିଛି
ତା ମନ ଅତି ସୁନ୍ଦର।
ପର ଆପଣାର ଭେଦଭାବ ନାହିଁ
ବିଶ୍ୱାସୀ ସେ ସଭିଙ୍କର ।
ମିଳିମିଶି ଚଳି ଗାଁ ଲୋକେ ମେଳି
ସର୍ବେ ହୋଇ ଏକା କାର।
କୃଷକ,କମାର,ତନ୍ତୀ, କୁମ୍ଭକାର
ଶ୍ରମିକ ଓ କାରିଗର ,
ଜୀବିକା ଜଞ୍ଜାଳ ଭିତରେ ବୁଡିଣ
ଶ୍ରମ ପାଇଁ ତତପର ।
ଗାଆଁପରିବେଶ ଗାଆଁର ମଣିଷ
କରଇ ଅତି ନିଜର,
ପ୍ରକୃତିକୋଳରେ ଖେଳାଏ ସେହସ
ଅନ୍ୟକୁ ଦେଇ ଆହାର ।
ଭାଗବତ ଟୁଙ୍ଗୀ, ଗାଆଁ ର ମନ୍ଦିର
ସଂସ୍କୃତିର କଳେବର,
ସବୁ ପରମ୍ପରା ସାଇତି ରଖିଛି
ପରିଚୟ ଦେଇ ନିଜର ।
ଦୁଃଖର ସେ ସାଥୀ ସୁଖର ସେ ସାଥୀ
ନକରି ମନ୍ଦ ବିଚାର,
ଜନମ ଯେଉଁଠି ମରଣ ସେଇଠି
ଏ ପରା ମଣିଷ ଗାଆଁର ।
**********
ସାହି-ଦାଶରଥିନଗର,ତାଲୁକା ରୋଡ
ପୋଷ୍ଟ-- ଆସିକା, ଜିଲ୍ଲା-- ଗଞ୍ଜାମ
ପିନ୍-୭୬୧୧୧୦
No comments:
Post a Comment