Monday, August 24, 2020

ନୂଆଖାଇ

ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ

ନୂଆଖାଇ ଆମ ପଶ୍ଚିମ ଓଡିଶା
ଗଣ ପର୍ବ ସଭିଙ୍କର
ଭାଦ୍ରବ ମାସର ଶୁକ୍ଳ ପକ୍ଷ ତିଥି
ହୁଏ ଉତ୍ସବ ମୁଖର ।

ଏ ତିଥି ଲଗନେ ପୂଜିତ ହୁଅନ୍ତି
ସମଲେଇ ଠାକୁରାଣୀ
ଘର ଲିପା ପୋଛା ନୂଆ ବସ୍ତ୍ର ପିନ୍ଧି
ସଜାନ୍ତି ଘରକୁ ପୁଣି ।

ଚୁଡା,ମହୁ,ଗୂଡ଼,ନୂଆ ବସ୍ତ୍ର ପିନ୍ଧି
ମିଶି ହୁଏ ଶ୍ରୀପ୍ରସାଦ
ଖାଆନ୍ତି ସରବେ ଖୁସି ମନ ଗର୍ବେ
ହୋଇଣ ସର୍ବେ ଆନନ୍ଦ ।

ବାଦ୍ୟ,ନାଚ,ଗୀତେ ଗାଁଆ'ଠୁ ସହର
ନାଚନ୍ତି ଆନନ୍ଦ ହୋଇ
ଭାଇ ଚାରା ଭାବ ସଭିଙ୍କ ମନରେ
ଦେଖିବାକୁ ମିଳିଥାଇ ।

ସମଲେଇ ପାଶେ ଜୀବନ ସମର୍ପି
କରନ୍ତି ଯେ ଭକ୍ତିଭାଵ
ବଡଙ୍କୁ ଜୁହାର ଗୁରୁଜନେ ଭକ୍ତି
ସ୍ନେହ,ମୈତ୍ରୀ,ପ୍ରୀତି ଭାଵ ।

ମନକୁ ଉଚାଟି ଚାହିଁ ରହିଥାନ୍ତି
ବ୍ୟାକୁଳ ହୋଇ ସରବେ
ପୁତ୍ର,ବୋହୁ,ଭାଇ ଏକାଠି ହୁଅନ୍ତି
ଏହିଯେ ଗଣ ପରବେ ।

ସମଲେଇ'ଙ୍କୁ ଯେ  ନୂଆ ଭୋଗ ଦେଇ
ପୂଜନ୍ତି ଯେ ଖୁସି ମନେ
ଆନନ୍ଦ,ଉଲ୍ଲାସେ,ଆତ୍ମ ବିଭୋର'ରେ
ପୂଜନ୍ତି ବିଧି ବିଧାନେ ।

ମାଆ ସମଲେଇ ଅଭୟ ଦାୟିନୀ
କୃପା କର ମହାମାୟୀ
ଜଗତ ଜନନୀ ଅଭୟ ଦାୟିନୀ
ଆଶିଷ ଦେ ମାଆ ତୁହି ।

ଗ୍ରା/ପୋ-ପଦ୍ମପୁର,
ଜିଲ୍ଲା-ରାୟଗଡା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy