Thursday, August 27, 2020

ରାଧା ଷ୍ଟମୀ -ରାଧା ରାଧା ନାମ

     ✍✍✍ଶକ୍ତିଦା ବିଷୋୟୀ

ରାଧା ରାଧା ନାମ ବାଇ ବଂଶୀ ସ୍ବନ ବିରହ ପିରତି ତୋଷ
ମୋହନୀୟ ବଂଶୀ ସପ୍ତ ସୁରେ ରସି
ନିଷ୍କାମ ପ୍ରେମ ପରସ ।।
ଶ୍ରୀ ରଙ୍ଗା ଅଧରେ ବଙ୍କିମା ଠାଣୀରେ
ମୃଦୁ ମନ୍ଦ ମନ୍ଦ ହାସେ
ବଂଶୀ ସ୍ବନେ ଗୋପୀ ଲଳିତା ରାଧିକା
କୁଞ୍ଜବନେ ହାସ ରସେ।।
ପ୍ରୀତି ପର୍ଣା ସଖୀ ରାଧା ଚନ୍ଦ୍ର ମୁଖୀ
ପୁଲକିତ ମଧୁ ବନ
ରାଗିଣୀ ଆତୁର ସ୍ବନ ବିହ୍ବଳ ର
ରୋମାଞ୍ଚିତ ତନୂ ମନ ।।
କଟିତଟେ ପିତ ବସନ ସ୍କନ୍ଦ ରେ
ଉତ୍ତରୀୟ ଶୋଭାବନ
ଗଳାରେ କାଇଁଚ ବନ ପୁଷ୍ପ ହାର
ଝଲସେ କଳା ବଦନ ।।
ଶିରରେ ମୁକୁଟ ଦିସେ ଝଟ ଝଟ
ଚନ୍ଦିକା ବଙ୍କିମା ଚୂଳ
ପୟରେ ନୁପୁର ରୁଣୁ ଝୁଣୁ ସ୍ବନ
ଶୋହେ କର୍ଣରେ କୁଣ୍ଡଳ ।।
ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ
ରାଧେ କୃଷ୍ଣ ରାଧେ କୃଷ୍ଣ
ପ୍ରାଣ ପ୍ରଣୟିନୀ ମଦନ ମୋହନୀ
ଛନ୍ଦା ଚରଣେ ଭୂମିଷ୍ଠ ।।

ସୋରଡ଼ା, ଗଞ୍ଜାମ୍

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy