Thursday, August 27, 2020

ସ୍ବାର୍ଥପର ବନ୍ଧୁ

ସ୍ବାର୍ଥପର ଏହି    ମଣିଷ ସମାଜେ
        ଚଳିବା ହେଲାଣି କଷ୍ଟ
ସ୍ବାର୍ଥଲାଭ ପରେ   ମୁହଁ ମୋଡି ଦେଇ
       ଯାଆନ୍ତି କେବଳ ଦୁଷ୍ଟ ।୧।

ଯେତେଦିନ ସ୍ବାର୍ଥ     ଥିବ ମୋ ପାଖରେ
         କରନ୍ତି କେତେ ଆଦର
ସ୍ବାର୍ଥ ସରିଗଲେ     ନ ଚାହାଁନ୍ତି ମୁହଁ
        କୁହନ୍ତି ମୋତେ ବେକାର ।୨।

ବେକାର ପଛରେ     ଧାଉଁ ଥିଲା ଦିନେ
         ନଦେଇ କେଣେ ନଜର
ପାଇଗଲା ହାତ       ଆଜି ତା ମୁଣ୍ଡକୁ
        କରୁନି ମୋତେ ଆଦର ।୩।

ବନ୍ଧୁତା ଦିବସେ     ଫୋନ କରି ଥିଲି
         କହିଲା କେଉଁଠି ଘର
ଜାଣିତ ପାରୁନି      ନାମ ଯେ ତୁମର
          ପଡୁନି କାହିଁ ମନର ।୪।

ପୁରୁଷ ହେଉକି    ମହିଳା ହେଉ ସେ
        କହିବିନି ନାମ ତାର 
ସେଦିନ ସମୟ      ନାହିଁ ଆଜି ଆଉ
       ଚାକିରୀ କରେ ମାଷ୍ଟର ।୫।

ଚାକିରୀ କରିଲା     ସମ୍ମାନ ବଢିଲା
        ପାଇଲା ସେ ପୁରସ୍କାର
ବେଶି କହିଲେ ସେ     ରାଗିଯିବ କାଳେ
          ମାରିବ ମୋତେ ପଥର ।୬।

ବନ୍ଧୁତା ଦିବସେ     ମାଡ ଖାଇବାଟା
         ନୁହଁଇ ଅଟେ ସୁନ୍ଦର
ଧନ୍ଯ ମହାପ୍ରଭୁ      କି ଲୀଳା ତୁମର
         ବସିଛ ହୋଇ ପଥର ।୮।

ପଥର ହେଲକି       କାଠର ଠାକୁର
        ଶ୍ରୀମନ୍ଦିର ତୋର ଘର
କାହିଁକି ଜାଳିଲୁ       ବନ୍ଧୁତାକୁ ମୋର
       କହିଣ ଦିଅ ଏଥର ।୯।

ବନ୍ଧୁତା ଦିବସେ    ସାଜିଲ ବଇରୀ
        ମନରେ ଦେଇ ଯେ କଷ୍ଟ
ଆଜି ମୁଁ କହୁଛି       ତୋତେ ରେ କାଳିଆ
          ହେବୁ ନାହିଁ କେବେ ଦୁଷ୍ଟ ।୧୦।

ସ୍ବାର୍ଥ ସରିଗଲା    ବନ୍ଧୁ ଭୁଲିଗଲା
          ରହିଲା କି ଅବଶିଷ୍ଟ
ବନ୍ଧୁତା ଦିବସେ     ବନ୍ଧୁକୁ ଛଡେଇ
          କଟିଲାକି ତୋର ରିଷ୍ଟ ।୧୧।

ସମ୍ପାଦକ-ମୋ ଅନୁଷ୍ଠାନ, କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, 
ଆଳଦା, ଖଇରା,ବାଲେଶ୍ବର,

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy