ଯେତେବେଳେ ଯାହା ଅଳି ଅଝଟରେ
ମାଗୁଥିଲ ମତେ ତମେ
ଆଣି ଦେଉଥିଲି ସରଗରୁ ଚାନ୍ଦ
ପ୍ରାଣପଣେ ଲାଗି କାମେ ।
ତୁମ ସରଳତା ନିରୀହ ଆଖିଟା
ଓଠ ବି ଲାଗେ ପୀୟୂଷ
ଜାଣି ମୁଁ ନଥିଲି ମୋ ପାଇଁ ମନରେ
ରଖିଥିଲ ଏତେ ବିଷ ।
ଭାବି ନେଉଥିଲି ତୁମକୁ ପାଗେଳି
ଜାଣିନ ଛନ୍ଦ କପଟ
ବିଶ୍ୱାସରେ ଭରି ଅସୀମ ଜ୍ବଳନ
ତୁମେ କିନ୍ତୁ କଲ କୂଟ ।
କିବା ଭୁଲ୍ ରହିଗଲା ମୋ ପ୍ରେମରେ
କଲ ପ୍ରତାରଣା ଛଳ
ଖୋଜୁଛି ନିଜକୁ ସମୀକ୍ଷକ କରି
ଭାବନାରେ ସାରେ ବେଳ ।
ପାଉନି ଉତ୍ତର ଯେତେ ବି ମନ୍ଥିଲେ
ପ୍ରଶ୍ନବାଚୀ ହୋଇ ରୁହେ
ହୁଙ୍କିମାରେ ପୁଣି ପଚାରେ ପ୍ରିୟା କୁ
ମନ ମୋର ଖାଲି କୁହେ ।
ତୁମେ ତ ସଜନୀ ପାଟରଣୀ ହୋଇ
ଗଲ ରାଜାପୁଅ ସଙ୍ଗେ
ମୋ ନିଜ ଚିତାକୁ ନିଜେ ଜଳାଉଛି
ଧରି ବରିଆ କୁ ଅଙ୍ଗେ ।
ଖେଳିଲୁ ମୋ ସାଥେ ଏମିତିକା ଖେଳ
ଭବିଷ୍ୟତ କରି ଧୂଆଁ
କୁହୁଳି କୁହୁଳି ଜଳୁଛି ଯେମିତି
ପାଉଁଶ ତଳର ନିଆଁ ।
. ସମାପ୍ତ
____●◆●____
✍ ଅମରନାଥ ବାରିକ୍
💌 କୟାଁ,ମଙ୍ଗଳପୁର, ଯାଜପୁର
No comments:
Post a Comment