Monday, August 24, 2020

ନୂଆଁଖାଇ

 ଶ୍ରୀ ସୁଦାମ ଦଳବରା

ବାର ମାସେ ଆସେ ତେର ପରବ ।
ଆମ ଓଡ଼ିଶାର ବଡ଼ ଗୌରବ ।
ଏହି ଗଣପର୍ବ ଆସେ ଯେମିତି  ।
ପୁରପଲ୍ଲୀରେ ଗହଳି ଲାଗେ ସେମିତି  ।।

ଆମ ପରବରେ କେତେଯେ ମଜା     ।
ବରଷକୁ ଥରେ ହୁଅଇ ଖୋଜା ।
ନୂଆଁଖାଇ ପରବ ଯେମିତି ଆସେ  ।
ପଶ୍ଚିମ ଓଡ଼ିଶା ସେମିତି ହସେ ।।

ପ୍ରଥମେ ଯେଉଁ ନୂଆଁ ଧାନ ଅମଳ ହୁଏ ।
ମା ସମଲେଶ୍ୱରୀଙ୍କୁ ଯେ ଅର୍ପଣ ହୁଏ ।
 ମାଆ ପାସେ ପ୍ରଥମେ ଭୋଗ ଲଗାନ୍ତି ।
ତାପରେ ନବାନ୍ନ ସଭିଏଁ ଖାଆନ୍ତି ।।

ପଶ୍ଚିମ ଓଡ଼ିଶାର ଆମ ଏ ଗଣପର୍ବ  ।
ଏକାଠି ହୋଇ ସଭିଏଁ କରନ୍ତି ଗର୍ବ  ।
ନୂଆ ଜାମାପଟା ଆଜି ପିନ୍ଧନ୍ତି  ।
ଖୁସିରେ ପରବ ମନାଇ ଥାନ୍ତି  ।।

ଯିଏ ଯାଇ ଥାନ୍ତି ବାହାର ଦେଶ ।
ପର୍ବ ପାଇଁ ସିଏ ଆସନ୍ତି ପାଶ ।
କେତେ ଖୁସି ଗପ ସିଏ କରନ୍ତି ।
ପରିବାର ସହ ନୂଆଁ ଖାଆନ୍ତି ।।

ଭାଇଚାରା ଥାଏ ଆମ ପର୍ବରେ ।
ସହର ଦୁଲୁକେ ନାଚ ଗୀତରେ ।
ଡାଲଖାଇ ରସରକେଲି ଆମ କଳା ସଂସ୍କୃତି ।
ତା ପାଇଁ ଓଡ଼ିଶା ହୋଇଛି ଖ୍ୟାତି ।।

ଘରେ ଘରେ ହୁଏ କେତେ ଦରବ  ।
ଆମ ପଶ୍ଚିମ ଓଡ଼ିଶାର ଇଏ ବଡ଼ ପରବ  ।
ସହରରେ ଜମେ କେତେ ଆସର ।
ନୂଆଁଖାଇ ଭେଟଘାଟ କହି କରୁ ଜୁହାର ।।

ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ,

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy