Thursday, August 27, 2020

ଯାହା ଇଛା କର

✍ଡ.ଗୁରୁ ମୂର୍ତ୍ତି ନାୟକ

ଠିକ୍ ଅଛି ତୁମ ଇଛା
ଯାହା କରିବାର କର
ସ୍ୱଭିମାନକୁ ନିଲାମ ନକର
ଅଭିମାନ କରନି
ବିବେକ ଗୁରୁଙ୍କୁ ପଚାର
ବୁଦ୍ଧିର ଲଗାମରେ 
ମନକୁ ଟାଣକରି ବାନ୍ଧ
ଅଭିନୟ ତ କରିବ ସଂସାରେ
ପେଟପାଟଣା ପାଇଁ
ତଥାପି ଅଣ ଲେଉଟା
ଅବୁଝା ଶରୀର
ବୁଝିବେ ନାହିଁ ତୋ ପରିସ୍ଥିତି
ସେମାନଙ୍କ ଖୁସି ପାଇଁ
ଲଦି ଚାଲିବେ ବୋଝ
ବେଢି ଉପରେ କୋରଡା
ଭୟଙ୍କର ମୁହୂର୍ତ୍ତର ଖେଳ
କାଳ ହୋଇ ଦଂଶନ କରିବ
ଅନ୍ୟର ଆଖିର ଲୁହ
ଦେଖି ପାରିବ ନି ବୋଲି
ନିଜେ କୋହ ବତୁରା ଲୁହରେ
ଆଖିପତା ଭିଜା କରି ଚାଲିବ
ଏଇ ତ ଦୁର୍ବଳତାର ସୁବର୍ଣ୍ଣ ସୁଯୋଗ
ଅତ୍ୟଚାର କରିବେ
ନିଜ ସ୍ୱାର୍ଥ ଓ ଖୁସି ପାଇଁ
ଅରଣ୍ୟ ରୋଦନ ତୁମ
ଶୁଣିବେନି କେହି
ସ୍ବାର୍ଥ ସମାଜର ହିଂସ୍ର ମାନବ
ତୁମ ଶାନ୍ତି ସହି ପାରନ୍ତିନି ବୋଲି
ଲଦି ଦିଅନ୍ତି ଅଶାନ୍ତି ପାହାଡ
ଋଣ ସୁଝିବ ବୋଲି ମାଆର
ବାରବାର କ୍ଷେତାକ୍ତ ହୁଅ
ଭାଇଭଉଣୀ ଠାରେ
ସମୟର ଦାରୁଣ କଷ୍ଟରୁ
ନିସ୍ତାର ନାହିଁ ମାନବିକତାର
ବାରମ୍ବାର ଭେଟ ହେବ
ସ୍ବାର୍ଥପର କଂସେଇମାନକୁ
ବେଳକାଳ ଜାଣି ସଚେତନ ହୁଅ
ଭଲପାଇବା ଦୁର୍ବଳତାରେ
ଦୃଢତା ଆଣ
ଭୀଷ୍ମ, କର୍ଣ୍ଣ ,ଦ୍ରୋଣ ନହୋଇ
ଦୁର୍ଯ୍ୟୋଧନଙ୍କ ଭାଇ
ହୋଇ ଧର୍ମ ପଥେ ଲଢେ଼ଇ କର
ଡରନି ଯାହା କରିବାର କରନ୍ତୁ
ଠିକ୍ ପଥେ ହୁଅ ଅଗ୍ରସର
ପେଟ ପାଇଁ ସ୍ୱଭିମାନକୁ
ଦିଅ ନାହିଁ ବଳି ।।

ଅଧ୍ୟାପକ
ଭଂଜନଗର, ଗଂଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy