Thursday, August 27, 2020

"ପଡୋଶୀ"

✍✍✍ଜ୍ୟୋତିଶଙ୍କର ତ୍ରିପାଠୀ

ସମାଜ ମଧ୍ୟରେ ଏକ ପରିବାର
   ନମୁନା ଅଟେ 'ପଡୋଶୀ',
ବିପଦ ଆପଦ ସମୟେ ସର୍ବଦା
   ସାହା ହୁଏ 'ପ୍ରତିବେଶୀ'।

  ଆତ୍ମୀୟତା, ଧର୍ଯ୍ୟ ସ୍ନେହ ଓ ସାହାସ
          ହୃଦୟେ ଉଦାର ଭାବ,
'ପଡୋଶୀ' ରୂପରେ ସ୍ୱୟଂ ଭଗବାନ
           କରନ୍ତି ଦୂର ଅଭାବ।

'ପଡୋଶୀ-ସମ୍ପର୍କ' ସୁଦୃଢ଼ ସମ୍ପର୍କ
           ଅବିଚ୍ଛିନ୍ନ ଅନାବିଳ,
   ସମାଜ ମଧ୍ୟରେ ସାମାଜିକ ତାର
          ଅମୂଲ୍ୟ ଏକ ସମ୍ବଳ।

ପର୍ଵ ଓ ପର୍ବାଣୀ ଯାନୀ ଯାତ୍ରା ମଧ୍ୟେ
        ଆଦାନ ପ୍ରଦାନ ଭାବ,
ପିଠାପଣା,ଜାମା,ମିଷ୍ଟାନ୍ନ, ଭୋଜନ
       ବଢ଼ାନ୍ତି ଦେଇ ସ୍ଵ-ଭାଵ।

'ପଡୋଶୀ' ର ଧର୍ମ ଆନନ୍ଦେ ପାଳନ୍ତି
           ଜୀବନକୁ ତୁଚ୍ଛ ମଣି,
    କର୍ତ୍ତବ୍ୟ ସେବାରେ ତତ୍ପର ହୁଅନ୍ତି
            ହୃଦୟ ନିଅନ୍ତି ଜିଣି।

ଭିନ୍ନ ହେଲେ ସୁଦ୍ଧା ପରିବାର ଭଳି
     ଏକତା ରଖି ବଜାୟ,
ସୁଖଦୁଃଖ ଭାବ ସମ ଭାବେ ବାଣ୍ଟି
      ସୁରକ୍ଷା ଦିଅନ୍ତି ପ୍ରାୟ।

 ଏପରି ବିଶାଳ ହୃଦୟ ଯାହାର
   ପ୍ରକୃତ 'ପଡୋଶୀ' ସେଇ,
  ସମ୍ପର୍କ ବନ୍ଧନ ଅତୁଟ ରଖଇ
      ଜୀବନ ବାଜି ଲଗାଇ।

ଜୟପୁର, ଜିଲ୍ଲା-କୋରାପୁଟ
ଓଡିଶା।

** *ସମାପ୍ତ ***

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy