Monday, January 25, 2021

କନ୍ୟାରତ୍ନ

 ଜ୍ୟୋତ୍ସ୍ନା ରାଣୀ ଦେବୀ

ଛଳଛଳ ନଈ କଳକଳ ହୋଇ ଘର ଉଛୁଳାଇ ଦିଏ
ଛିଟ ପ୍ରଜାପତି ଉଡି ଦିନରାତି ନାନା ରଙ୍ଗେ ଖେଳୁଥାଏ ।
ପାଦରେ ପାଉଁଜି ହାତରେ କଙ୍କଣ ରୁଣୁଝୁଣୁ ବାଜୁଥାଏ
ହୀରାନିଳା ମୋତି ହେବକି ତା'ସରି କନ୍ୟାରତ୍ନ ପରା ସିଏ ।



ସରଗ ପରୀ ସେ ଅଲିଅଳି ଜେମା ବିଧାତାର ବରଦାନ
ଘରର ଶୀରି ସେ ଚପଳା ଚଞ୍ଚଳା ମଣ୍ଡୁଥାଏ ଗୃହାଙ୍ଗନ
ପିତୃକୁଳ ହିତ ସାଧନକାରୀ ସେ ଶ୍ଵଶୁର କୁଳକୁ ହିତା
ହୋଇଥାଏ ସଦା ସାର୍ଥକ କରଇ ନାମଟି ପାଇ ଦୁହିତା  ।


ନାରୀ ଓ ପୁରୁଷ ସୁନ୍ଦର ସୃଷ୍ଟିର ଦୁଇଟି ସୁନ୍ଦର ଧାରା
ଅର୍ଦ୍ଧାଙ୍ଗ ଈଶ୍ଵର ଅର୍ଦ୍ଧାଙ୍ଗ ପାର୍ବତୀ ବିଭୋର କରନ୍ତି ପରା
କନ୍ୟାଟିଏ ସିନା ସୃଷ୍ଟି ମୂଳାଧାର  ଏ କଥା ନ ଜାଣେ କିଏ
ତଥାପି ଜନନୀ ଜଠରେ ମରଣ କନ୍ୟାଟିଏ ସହୁଥାଏ  ।


ନାରୀ ନାରାୟଣୀ ଜଗତ କଲ୍ୟାଣୀ  ଜନନୀ ଭଗିନୀ ମାତା
କନ୍ୟାଟିଏ ସିଏ ଭିନ୍ନ ନାମଧାରୀ ହେଉଥାଏ ଅଭିନୀତା 
ପୁତ୍ରଟିଏ କେବେ ହୋଇପାରେ କିରେ ଦୁହିତା ସଙ୍ଗେ ଭାଜନ
ବିଧାତା ଗଢିଛି ଏକ ପାଇଁ ଆନ କରି ନବ ନିରିମାଣ  ।




ଶକ୍ତି ସ୍ଵରୁପିଣୀ କନ୍ୟାଟିଏ ସିନା ନୁହେଁ ତ ସିଏ ଅବଳା
ଶୋଷଣ ପେଷଣ ନିର୍ଯାତନା  କାହିଁ ତା'ଭାଗ୍ୟ ଆକାଶେ ମେଳା
ଯତନ କରିଲେ ରତନଟିଏ ସେ ଚମକାଏ ଭୂମଣ୍ଡଳ
କନ୍ୟା ନୁହେଁ ସେ ତ କାଠର କଣ୍ଢେଇ  ନୁହଁଇ ତ ବିଷଫଳ  ।


ସୃଷ୍ଟିକୁ ସୁନ୍ଦର ଝିଅଟିଏ ସିନା  ମମତା ନଈର  ତୀରେ
ପ୍ରୀତି ବାରାନିଧି ଆଦରି ନିଏ ସେ  ପ୍ରଶାନ୍ତିର ସପ୍ତସ୍ଵରେ ।

ଖୋଡାସିଙ୍ଗି, ବ୍ରହ୍ମପୁର, ଗଂଜାମ

🇮🇳ଆଜି ଗଣତନ୍ତ୍ର ଦିବସ 🇮🇳

ଜୟ କୁମାର ମିଶ୍ର, ଶିକ୍ଷକ 
*********************
ଜାନୁଆରୀ ଛିଵିଶି, ଗଣତନ୍ତ୍ର ଦିବସ 
ଡାକରା ଦିଅଇ ବlରେ, 
ଜାତୀୟ ପତାକା, ପୀଠତଳେ ରହି
ମିଳିତ ହୋଇବା ଥରେ ll(1)
ଗାଇବା ସଂଗୀତ, ଜାତୀୟର  ଗୀତ 
ଜନ ଗଣ ମନ ସୁର , 
ଜାତୀୟ ପିତାଙ୍କୁ ସ୍ମରଣ କରବା 
ସେଇତ ଅମର ବୀର ll(2)
କରିବା ଶପଥ, ହାତପରେ ହାତ 
ମିଳାଇ ହୋଇବା ମିତ, 
ସବୁ ଭେଦଭାବ କରିଦେବା ରଦ
ଧରିବା  ପ୍ରଗତି ପଥ ll(3)
ଶାନ୍ତି,ପ୍ରୀତି,ମୈତ୍ରୀ, ବନ୍ଧନ ରଜ୍ଜୁରେ 
ଛନ୍ଦି ବାନ୍ଧି  ହୋଇଯିବା , 
ଶତ୍ରୁ ପାଶରେ, ଟାଣ ପଣ ହୋଇ 
 ପରାସ୍ତଟି କରୁଥିବା ll(4)
ସଭିଏଁ ସମାନ, ନାହିଁ ଭିନ୍ନାଭିନ୍ନ 
ଗୋଟିଏ ମାଆର ପିଲା, 
ଜାତି,ଧର୍ମ, ବର୍ଣ୍ଣ, ଭାଷା ଭାବନାରେ
ମିତ୍ରତା ଭରିଦେଲା ll (5)
କୃଷି ବିଜ୍ଞାନରେ ସାହିତ୍ୟ ସୃଷ୍ଟିରେ 
ତନୁ ମନ ଏକକରି 
ସଭ୍ୟତା, ସଂସ୍କୃତି ସଂସ୍କାର ଗଢିବା 
ଏକାଗ୍ରତା ଭାବ ଧରି ll(6)
ଶିକ୍ଷା, ସଂଗୀତ, କଳାପ୍ରେମୀ ହେବା
ଅଜ୍ଞାନ ଅନ୍ଧାର ଏଡି, 
ଶିଳ୍ପ ଗଢିବା, ଶିଳ୍ପୀ ହୋଇବା 
ପ୍ରଗତି ରଥରେ ଚଢି ll(7) 
ଆଦିଭୂମି ଏହି, ବେଦଭୂମି ଏହି 
ଶାନ୍ତି ବାରତା ଦିଏ, 
ରକ୍ତପାତ ଛାଡି, ସଂଘର୍ଷକୁ ଏଡି
ଭେଦରେ ଏକତା ଚାହେଁ ll(8)
ନ୍ୟାୟ,ଧର୍ମ ମାର୍ଗ, ଦିଗ ବହୁଦିଗ 
ପ୍ରଶସ୍ତ ପସରା ସିଏ, 
ଦେଇଛି ଦୀକ୍ଷା,  ଦେଇଛି ସୁରକ୍ଷା 
ଆମର ବାଣୀକୁ କହେ, ll(9)
ଆଲ୍ଲା, ଯୀଶୁ,ରାମ, ଗୀତା ଭାଗଵତ 
ବାଇବେଲ କୋରାନ କଥା, 
ସଭିଙ୍କୁ ସମ୍ମାନ, ଦେବାଟି ଶିଖାଏ 
ନାହିଁ ଭିନ୍ନାଭିନ୍ନ ପନ୍ଥା  ll(10)
ଆଜିଏ ଗଣତନ୍ତ୍ର, ଦେଉ ମହାମନ୍ତ୍ର 
କ୍ରାନ୍ତି ପଥରେ ନେଉ,
ସଦବୁଦ୍ଧି  ସଦଭାବନା ର  ରବି
କୁଶଳ ବାରତା କହୁ ll(12)
ଏତିକି କାମନା, ଏତିକି ବାସନା 
ମନରେ ମୋ  ଉଙ୍କି ମାରେ, 
ବୀର ପୁରୁଷଙ୍କ ସପନ ସାକାର 
ହେଉଥାଉ ନିରନ୍ତରେ ll(13)
***********************
ଜୟ କୁମାର ମିଶ୍ର, ଶିକ୍ଷକତଥା 
ପ୍ରାକ୍ତନ ଛାତ୍ର, କାଶୀନଗର 
ବାରଣାସି ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀନଗର, ଗଜପତି 
ଓଡିଶା, 761206

ଗାଁ ସାମ୍ବାଦିକା

ନିର୍ମଳ ନାୟକ 
*********

ଆମ ଗାଁ ସାମ୍ବାଦିକା ରସିକା ମାଉସୀ.. 
ସକାଳ ପହରୁ ବାର ଘରେ ବସି... 
ହାନି ଲାଭ  ଖବର ସଜ ଆଉ  ବାସି.... 
ସଭିଙ୍କ ମନ ବୁଝି  ଦିଏ  ପରସି  !! 

ହସି ହସି କଥା କୁହେ ଚାରୁ ମିଷ୍ଟଭାଷୀ.. 
ନଦୀ ତଟେ ଗାଁ ଯାକ ଖବର ବରଷି... 
ସଞ୍ଜବେଳେ ମନ୍ଦିରରେ ତରୁଣୀ ଷୋଡସି.. 
ମାଉସୀଙ୍କ ପ୍ରିୟ  ସେ କାହାଣୀ କଳସି  !! 

ପ୍ରେମ ପ୍ରକରଣ  ସମ୍ବାଦ ପହିଲି ପୃଷ୍ଠାରେ... 
ପୁରା ଅଂଚଳର ଖବର ନଖ ଦର୍ପଣରେ... 
ପିଲା ଜନ୍ମ, ଜନ୍ମଦିନ, ବିବାହ, ବ୍ରତ ଘରେ.. 
ବ୍ୟସ୍ତ ଥାଏ ମାଉସୀ ସକାଳ ସଞ୍ଜରେ !! 

ଶାଶୁ ବୋହୁ ଙ୍କ  କଳି, ଭାଇ ଭାଇ ଙ୍କ ଗାଳି.. 
ଆଈ ମା ଙ୍କର ପ୍ରିୟ  ଢଗ ଆଉ  ଢମାଳି... 
ମାଉସୀ ଙ୍କ  ସମ୍ବାଦ ପୃଷ୍ଠାଙ୍କ ର ରତ୍ନ ମାଳି... 
ଲୋକେ ଦେଖି ଚୁପ  ବଦନାମ ଭାଳି  !! 

ଆମ ଗାଁ  ମୁଖପତ୍ର  ଆମ ରସିକା  ମାଉସୀ.. 
ଅଂଚଳର ତାଜା ଖବର ସାଇତି ରଖିଛି... 
ହସ, ଲୁହ, ସୁଖ, ଦୁଃଖ  ଅନେକ  କାହାଣୀ.. 
ଆଖପାଖ ଅଂଚଳେ ପ୍ରିୟ ରସିକା ଭଉଣୀ !! 

151, ନାଗାର୍ଜୁନ  କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

ଭାରି ମନେପଡେ


                  --ସରସ୍ବତୀ ନାୟକ 
          ବିରାଟ ପୃଥିବୀ, ଅସୀମ ଏହାର ପରିବ୍ୟାପ୍ତି। ଥଳକୂଳ ମିଳେନା ଚାହିଁଲେ।
ଏଠି ବହୁତ ଲୋକ ଆତ୍ମୀୟ ଭଳି ମନେ ହୁଅନ୍ତି। କଥାରେ ଆପଣାର କରିବାକୁ ଚେଷ୍ଟା କରନ୍ତି। ସବୁ କରିଦେବାର ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି। ଆକାଶ କଇଁଆ ଚିଲିକା ମାଛର ସ୍ୱପ୍ନ। ଜହ୍ନ ରାଇଜରେ ଘର କରିବାର ଅଜବ ପ୍ରତିଜ୍ଞା।ତେର ନଈ ସାତ ଦରିଆରେ ପହଁରିବାର ଉଚ୍ଚ ଅଭିଳାଷକୁ ପୂର୍ଣ୍ଣ କରିଦେବାର ଭରଷା। ମାତ୍ର ଏହା କେବେ ବାସ୍ତବରେ ଘଟିବାର ନଜିର ମଧ୍ୟ ନାହିଁ। ଆଉ ଯଦି ବି କିଛି ମାତ୍ରାରେ ଏହା ସଫଳ ହୋଇଛି, ତେବେ ଏହାରି ପଛରେ ବହୁତ ବଡ଼ ସ୍ୱାର୍ଥ ରଚନା ହୋଇଥିବ। ବିନା ସ୍ୱାର୍ଥରେ କିଛି କରିବାକୁ ଏଠି କିଏ ଉଚିତ ମଣନ୍ତି ନାହିଁ, ସବୁ କାର୍ଯ୍ୟ ନିମନ୍ତେ ଭୟଙ୍କର ସ୍ୱାର୍ଥ ବସା ବାନ୍ଧି ଥାଏ।
          ମାତ୍ର ଏଇ ପୃଥିବୀ ବକ୍ଷରେ ଜଣେ ନିଃସ୍ୱାର୍ଥପର ଭାବରେ ସବୁ କରିଥାନ୍ତି।ଜାଣନ୍ତି ସେ କିଏ! ସେ ପରା ବାପା। ଯାହାଙ୍କର ମନ ଆକାଶଠାରୁ ବି ବଡ। ଯାହାଙ୍କ ଛାତି ହିମାଲୟଠାରୁ ଆହୁରି ମଜବୁତ। ଯାହାଙ୍କର କାନ୍ଧ ଶତ କଦମ୍ବର କୋମଳ ପରଶ ଠାରୁ ଆହୁରି ନରମ। ଉପରେ କଠୋର, ହେଲେ ଅନ୍ତରରେ ସର୍ବଦା ସନ୍ତାନର ସୁଖ ନିମନ୍ତେ ବ୍ୟାକୁଳ। ଯାହାଙ୍କୁ ଅନେକ ରାତି ଅନିଦ୍ରା ହେବାକୁ ପଡ଼େ, ସନ୍ତାନର ଲାଗି। ଯାହାଙ୍କର ହାତଧରି ଠୁକୁଠୁକୁ ଚାଲିବାର ସତ୍ସାହସ କରିଥାଏ ସନ୍ତାନ। ସ୍ବର୍ଗୀୟ ଆନନ୍ଦ ଅନୁଭବ କରିହୁଏ, ସେ ପାଖରେ ଥିଲେ। 
କେତେ ଖରା,କେତେ ତରା ବାଧକ ହୋଇନି ବାପାଙ୍କ ମନରେ ଆମ ପାଇଁ ସ୍ୱପ୍ନ ଦେଖିବାର ନିଶା। ଆଜି ବହୁତ ମନେ ପଡ଼ୁଛି ସେଇ ବାପାଙ୍କ କଥା। ଦୁନିଆର ଏତେ ଭିଡ ଭିତରେ ଏତେ ଆପଣାର ଆଉ ଚିହ୍ନା ମୁହଁଟି ବହୁତ ଦୂରରେ। ବହୁତ ଏକା ଆଉ ନିଃସହାୟ ବୋଧ ହେଉଛି, ତାଙ୍କର ସେ ଶୂନ୍ୟସ୍ଥାନ ସବୁବେଳ ପାଇଁ ଶୂନ୍ୟସ୍ଥାନ ହୋଇ ରହିଗଲା। ପୂରଣ ହେବାର ଆଭାସ ମଧ୍ୟ ନାହିଁ। ସ୍ମୃତିଚାରଣରେ କିଛି ସାଉଁଟା ଘଟଣାକୁ ନେଇ ନିଚ୍ଛକ କଥା କିଛି
       
         କଟକଣାର କେନ୍ଦ୍ରବିନ୍ଦୁ ବାପା ବୋଧେ, ଏହା ଅନେକଙ୍କ ମତ। କିନ୍ତୁ ମୋ ବାପା ସମସ୍ତଙ୍କଠାରୁ ସମ୍ପୂର୍ଣ୍ଣରୂପେ ନିଆରା
ଯଦିଓ ଆଦେଶ,ଉପଦେଶ ମିଶ୍ରିତ ବାଣୀ ଆମ ପାଇଁ ରହିଥାଏ। କିନ୍ତୁ ସେତିକି କଡା ପ୍ରହାର ନଥିଲା। କଠୋର ଦଣ୍ଡ ମୁଁ କେବେ ପାଇନି। ସାଧାରଣ ଦଣ୍ଡ ମଧ୍ୟ ପାଇଥିବାର ମନେ ନାହିଁ। ପିଲାବେଳୁ ଜଣେ ଉତ୍ତମ ବନ୍ଧୁଟିଏ ଭଳି ବ୍ୟବହାର କରନ୍ତି, ବହୁତ ସୁନ୍ଦର ସାହିତ୍ୟ ସମ୍ପର୍କିତ କଥା, ପୁରାଣ କଥା କହିଥାନ୍ତି। ଯେତେବେଳେ ବି ଅବଢ଼ା ଖାଇବାକୁ ଯାଆନ୍ତି, ମତେ ସାଙ୍ଗରେ ନେଇ ଯାଆନ୍ତି। ବ୍ରାହ୍ମଣ ଶାସନ ଦୃଷ୍ଟିରୁ ବାର ମାସରେ ତେର ପର୍ବ ପାଳନ ହୁଏ। ମୁଁ ସବୁବେଳେ ନୂଆ ଡ୍ରେସ ପିନ୍ଧି ବାପାଙ୍କ ସହ ଯାଏ। କିଛି ବି ବାଧା ଦିଅନ୍ତି ନାହିଁ ସେ। ସକାଳ ସନ୍ଧ୍ୟା ଦୁଇଥର ସେ ପଢ଼ା ପାଖରେ ଜଗିଥାଆନ୍ତି। ଦିନସାରା ବିଲବାଡ଼ି ଆଉ ଠାକୁରଙ୍କ କାମ, ହେଲେ ଆଖିରେ ଟିକେ ବି ପଲକ ପଡେନି ଆମକୁ ଜଗିବାରେ। ବାଧ୍ୟତାମୂଳକ ଭାବେ ପୁଣି ଚଉରାମୂଳେ ପ୍ରାର୍ଥନା। ଅତି ମନୋମୁଗଧକର ଘଟଣା ଏବେବି ମନକୁ ସେଇ ସମୟର ସ୍ମୃତି ଆନ୍ଦୋଳିତ କରେ।
ସକାଳ ହେଉ ହେଉ ଡାକରା ଶେଯ ଛାଡିବାକୁ । ଦୀପାବଳୀର ଚୌରାମୂଳେ କୋଠିପକାଇ ପୂଜା, କାର୍ତ୍ତିକ ପୂର୍ଣ୍ଣିମାରେ ଅନ୍ଧାରୁ ଉଠି ତାଙ୍କ ସହ ପୋଖରୀକୁ ଗାଧୋଇଯିବା, ଚିତାଲାଗି ଅମାବାସ୍ୟାରେ ଚିତଉ ପିଠା ନେଇ ଗଡ଼ିଆରେ ଗେଣ୍ଡାକୁ ଦେବା ବାପାଙ୍କ ସହ ବାସ୍ତବରେ ବହୁତ ନିଆରା। ବେଶୀ ମନେପଡୁଛି ବାପା ଯେତେବେଳେ ଘାଆ ସଫାକରି ପୋଖରୀରେ ଘଷି ଗାଧେଇଦିଅନ୍ତି। ଟିକେ ବି ଘୃଣା କରନ୍ତିନି। ଦିନେ ମୁଁ ଷଷ୍ଠ ଶ୍ରେଣୀରେ ପଢୁଥାଏ, ବାପା ମତେ ନାଇଟ ଆଙ୍ଗଲର ଓଡ଼ିଆ ଅର୍ଥ ପଚାରିଲେ ମୁଁ କହିପାରିଲିନି। ସେ ମତେ ଚିଡାଇ କହିଲେ ଆରେ ତୋର କଣ ପରା ଇଂରାଜୀ ଭଲହେଉଛି, ଏଇ ଶବ୍ଦ ଆସୁନି। ସାର ତାହେଲେ ମିଛରେ ଭଲପାଉଛନ୍ତି। ମୁଁ ସେଇ ଦିନଠାରୁ ଗୋଟିଏ ୱାର୍ଡବୁକରୁ ଶବ୍ଦ ଘୋଷା ଆରମ୍ଭ କଲି। ଆଉ ଖୁବ କମ ସମୟରେ ସବୁ ଶବ୍ଦ ମନେ ରଖିଦେଲି। ତାଙ୍କର ଏମିତି ଅନେକ କଥା ସିଧା ନହେଲେ ମଧ୍ୟ ପରୋକ୍ଷରେ ଭଲ ହେବାକୁ ବାଟ ଦେଖାଇଥାଏ। ସନ୍ଧ୍ୟା ହେଲେ ଆମେ ଛଅ ଭାଇଭଉଣୀ ଖରାଛାଇ ଖେଳୁ
ବାପା ତାରି ଭିତରେ ଆମକୁ ଅନେକ ଶିକ୍ଷଣୀୟ ଗପ କହନ୍ତି। ଆଜି ସେ ନାହାନ୍ତି ହେଲେ ତାଙ୍କରି ଗପକୁ ଅନ୍ୟକୁ ଉଦାହରଣ ଦେଇ ବୁଝାଏ। କିଛି ନୂତନତ୍ୱ ଏବେବି ମୁଁ ସୃଷ୍ଟି କରେନି। ଯାଦୁଖେଳ ଦେଖିବାକୁ ସେ ବହୁଥର ସାରଙ୍କୁ ଅନୁରୋଧ କରି ପଠାନ୍ତି। ଟ୍ୟୁସନ ପଇସା ଧାନ ଦେଇ ଶୁଝିବାର ମୁଁ ପ୍ରତ୍ୟକ୍ଷଦର୍ଶୀ।
ବୋଉକୁ ସବୁବେଳେ ରାଗନ୍ତି, ସଞ୍ଚୟ କରିବା କିଛି ଦରକାର ନାହିଁ। ମୋ ପିଲା ଭଲ ଖାଇ ଭଲ ପିନ୍ଧି ମଣିଷ ହୁଅନ୍ତୁ। କେତେ ଆତ୍ମୀୟତା କଥା କେହି କହିବାର ମୁଁ ଶୁଣିନି। ଆଜି ମଥାଉପରୁ ସୁରକ୍ଷାବଳୟ ଲିଭିଯାଇଛି, ହେଲେ ବାରମ୍ବାର ତାଙ୍କର ସେ ଅମୃତବାଣୀ ମନେ ପଡୁଛି। ମୁଁ ଅଛି ତୋ ପାଖରେ ଆଶୀର୍ବାଦ ସବୁବେଳେ ତୋ ସହ ଅଛି। ହାରିଯାଆନି, ଭାଙ୍ଗିପଡେନି। ତୁ ମୋର ଝିଅ ନୁହେଁ ମୋ ପୁଅ, ମୋ ଜୀବନ,ମୋ ହୃଦୟ। କେବେ କାହାର ଅନିଷ୍ଟ ନକରି ଭଲ ଚିନ୍ତାକର। ବଡ ନୁହେଁ ଭଲ ମଣିଷ ହୁଅ। ଯାହା ବଂଚିବା ସମୟରେ କହୁଥିଲି, ଆଜି ସ୍ଵର୍ଗରେ ଥାଇ କହୁଛି। 
            ନା ବଡ଼ ମଣିଷ ହେବାର ସ୍ୱପ୍ନ ନାହିଁ ବାପା, ଭଲ ମଣିଷଟିଏ ହେବାକୁ ସବୁବେଳେ ଚେଷ୍ଟା କରୁଛି। କିନ୍ତୁ ତୁମର ଅନୁପସ୍ଥିତି ବେଳେବେଳେ ଦୁର୍ବଳ କରୁଛି ମୋର ଆଶା,ଆକାଂକ୍ଷା ଆଉ ମନୋବଳକୁ 
ବହୁତ ଅସହାୟ ଲାଗୁଛି। କାହିଁକିନା ସେଇ ଆପଣାର ସ୍ନେହ ଆଉ କଟକଣାପୂର୍ଣ୍ଣ ମୁହଁଟି ଦୁନିଆ ଦାଣ୍ଡରୁ ହଜି ଯାଇଛି ସବୁଦିନ ପାଇଁ ମୋ ଜୀବନରୁ। ତଥାପି ଜୀଉଁଛି ତୁମ ଦତ୍ତ ସମସ୍ତ ସ୍ମୃତିକୁ ପାଥେୟ କରି। ଯାହା ମୋର ଶେଷ ନିଃଶ୍ବାସ ଥିବା ଯାଏଁ ରହିବ ମଧ୍ୟ। 
       
          କେଜାଣି ଦୁନିଆର ସବୁ ବାପାଙ୍କ ଠାରୁ ତମେ ସତରେ ନିଆରା ମୋ ପାଇଁ 
ମୁଁ ମୋର ଅନ୍ତରଙ୍ଗ ବନ୍ଧୁକୁ ହରାଇଛି। ଦୀପ ଯେମିତି ଜ୍ୟୋତିବିନା, ଦେହ ଯେମିତି ପ୍ରାଣବିନା , ସେମିତି ତୁମ ବିନା ଏ ଜୀବନ ଜଡ଼ ଆଉ ମୂଲ୍ୟହୀନ ହୋଇପଡିଛି । ଭାରି ମନେପଡୁଛ ତମେ, ଆଉ ପଡୁଥିବ ପ୍ରତି ମୁହୂର୍ତ୍ତରେ। ମୋ ବାପା.........................।

ନୂଆଁ ସକାଳ

ସର୍ବେ ଏଠି ଏକ ମଞ୍ଚ କଳାକାର
କରୁଛନ୍ତି ଅଭିନୟ
ଭିନ୍ନ ଭିନ୍ନ ବେଶ ଧାରଣ କରିଣ
ଜୀବନ ଆବେଗ ମୟ।
ମିଛ ମାୟା ଡୋରେ ଆବଦ୍ଧ ରହିଲେ
ଧରାକୁ ମଣନ୍ତି ସାରା
ଜାଣି ନ ପାରନ୍ତି ଦେଖିବେକି ନାହିଁ
ଉଦିତ ସୁର୍ଯ୍ୟେ ଧରା।
ଉଦିତ ସୂର୍ଯ୍ୟ ନେଇ ଆସୁ ଖୁସି 
ସର୍ବ ଜନ ମନେ ଆଜି
ହଟି ଯାଉ କ୍ଲେଶ ସର୍ବେ ସରସ
ହସୁ ଥାନ୍ତୁ ବୃକ୍ଷ ରାଜି।
ହୋଇଯାଉ ଧରା ଶସ୍ୟ ଶ୍ୟାମଳ
କୃଷକ ମନେ ହରଷ
ଯୋଗାଇବ ସିଏ ଅନ୍ନ ସମ୍ଭାର
ମାନବର ମନ ତୋଷ।
ଆଶା ତ ଅନେକ ହେବାକୁ ପୁରଣ
ନୂଆ ସକାଳ ଅପେକ୍ଷା
ହଟିଯାଉ କଳା ରାତ୍ରିର ଫର୍ଦ୍ଦ
ପ୍ରଭୂ ସମୀପେ ଏ ଭିକ୍ଷା।

ଅରୁଣ କୁମାର ମହାପାତ୍ର

ପରୀ

 ପଞ୍ଚମ ଓ ଶେଷଭାଗ।
ସାନ୍ୟାର ମନରେ ନିଜପ୍ରତି ଉପୁଜିଥିବା ଜିଜ୍ଞାସାର ଉତ୍ତର କେବଳ ତା ବାପା ମନ୍ମଥ ପାଖରେ ଥିଲା।ତେଣୁ ସେ କିଏ ଜାଣିବାକୁ ଘରକୁ ଆସିଲା।ଅବେଳରେ ଫେରିଆସିବାର କାରଣ ମନ୍ମଥ ପଚାରିଥିଲେ।ସେ ତା ସହ ଘଟିଥିବା ଘଟଣା ସବୁ ବାପାଙ୍କୁ କହିଲା।ମନ୍ମଥ ସେ ସବୁ ଶୁଣି ଚିନ୍ତିତ ଜଣା ପଡିଲେ।ତାଙ୍କ ଝିଅର ଜୀବନ ସଙ୍କଟରେ ଜାଣି କୋଉବାପା ସୁଖରେ ରହିପାରିବ।ହେଲେ ସବୁବେଳେ ଝିଅକୁ ଜଗିକି ତ ରହି ପାରିବେନି।ପାଠପଢା ବନ୍ଦକରି ଘରେ ବସବୋଲି କେମିତି କହିବେ।ଝିଅ ବାରମ୍ବାର ପଚାରୁଥିଲା ବାପା ମୋ ବିଷୟରେ ସବୁ ବତାଅ।
ବାଧ୍ୟ ହୋଇ ମୂଳରୁ ଚୂଳ ଗୋଟିଗୋଟିକରି ସବୁକଥା ଗପିଗଲେ।ତା ମାଆ ରମ୍ୟା ଜଣେ ପରୀଥିଲା।ତାରି ଶକ୍ତି ତାକୁ ଦେଇକି ଯାଇଛି।ଯାରି ଫଳରେ  ଏସବୁ
ଅସମ୍ଭବ ଘଟଣା ଘଟୁଛି।ସେ ଦିନଠୁ ନିଜ ଉପରେ ତାର ଆହୁରିଭରଷା ବଢିଗଲା।ଏବେ ସେ କୌଣସି ବି ସମସ୍ୟାକୁ ସମ୍ମୁଖିନ କରିପାରିବ।
ସେ ଜଣେ ପରୀ ଜାଣିଲାପରେ ଲୋକେ ତା ପାଖକୁ ଧାଇଁବାକୁ ଲାଗିଲେି।ଯାହାର ଯୋଉ ସମସ୍ୟା ଅଛି  ଦୂରାରୋଗ୍ୟ ବିମାରି ଅଛି ସମସ୍ତେ ତା ପାଖକୁ ଧାଇଁ ଆସିଲେ।ତାର ହାତସ୍ପର୍ଶ ବାଜିବା କ୍ଷଣି ସବୁ ସମସ୍ୟା ଦୂର ହେଇ ଯାଉଥିଲା ତାଙ୍କର।କୁଜା କେମ୍ପା ଜଳାପୋଡା ସବୁ ଭଲ ହେଇଯାଉଥିଲା କ୍ଷଣକେ।ରମ୍ୟା ପରି ତାକୁ ବି ଲୋକେ ଦେବୀ ମାନି ପୂଜା କରିବା ଆରମ୍ଭ କରିଦେଲେ।ଧିରେ ଧିରେ ଏକଥା ଚାରିଆଡେ ରାଷ୍ଟ୍ରହେଇଗଲା।ଦେଶରୁ ଯାଇ ବିଦେଶରେ ପହଞ୍ଚିବା ପରେ ଗୋଟିଏ ବିଦେଶୀ ସାଇଣ୍ଟିଷ୍ଟ ତାକୁ ନେଇ ପରୀକ୍ଷଣ କରିବାକୁ ଭାରତ ଆସିଲେ।ସେ ପ୍ରଥମେ ଅନେକ ଟଙ୍କା ଦେବେ ବୋଲି ଲୋଭ ଦେଖାଇଲେ।କିନ୍ତୁ ସାମ୍ୟା ତାଙ୍କ କଥାରେ ରାଜି ହେଲାନି।କିଏ ଜାଣି ଜଣି ନିଜକୁ କଟାଛଟା କରିବାକୁ ଦେବ।ସେମାନେ ତାର ଡିଏନ୍ଏ ପରୀକ୍ଷା କରିଥାନ୍ତେ।କ୍ଲୋନ ତିଆରି କରିଥାନ୍ତେ। ଆହୁରି କଣକଣ କରିଥାନ୍ତେ କେଜାଣି? 
ଖାଲି ସେତିକି ସମସ୍ୟା ନଥିଲା।ସେ ପରୀ ଓ ତାପାଖେ ଅନେକ ଅସମ୍ଭବ ଶକ୍ତିଅଛିଜାଣି ଅନେକ ଯୁବକ ବିବାହର ପ୍ରସ୍ତାବ ନେଇ ଆସୁଥିଲେ।କେତେକ ତାକୁ ନିଜ ସ୍ପେସିଆଲ ପ୍ରତିଭା ମାଧ୍ୟମରେ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲେ।ହେଲେ ସେ କହାରି ଜାଲରେ ପଡୁନଥିଲା।ସେ ଜାଣୁଥିଲା ଏମାନେ ସମସ୍ତେ ତାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି।ତେଣୁ ଦୂରେଇ ରହୁଥିଲା ଏସବୁ ପଲୋଭନରୁ।
ଅନେକ ଦୁଷ୍ଟ ଲୋକ ତାକୁ ଜବରଦସ୍ତି ଉଠାଇ ନେବାକୁ ଚାହୁଁଥିଲେ।ସେଇ ବିଦେଶୀ ସାଇଣ୍ଟିଷ୍ଟ ବି ଦିନେ ଗୁଣ୍ଡା ମାନଙ୍କ ଦ୍ବାରା ତାକୁ ଉଠାଇନେଇଗଲା।ଏକ ହେଲିକପ୍ଟରରେ ତାକୁ ଧରି ଉଡାଇ ନେବାକୁ ଚେଷ୍ଠା କରୁଥିବା ବେଳେ ସେ ହେଲିକପ୍ଟର୍ ରୁ ତଳକୁ ଲମ୍ଫ ମାରି ଦେଇଥିଲା।ତା ଦେହରେ ଦୁଇଟା ପର  ସୃଷ୍ଟିହେଇ ଯାଇଥିଲା ସେତେବେଳେ।
ଏତେବେଳକୁ କୁଆଡୁ ଆଉ ଏକ ପରୀ ଆସିତାକୁ ସାଙ୍ଗରେ ନେଇ ବାଦଲ ଭିତରେ ଅଦୃଶ୍ୟ ହେଇ ଯାଇଥିଲା।
ସେମାନେ ତାର କିଛି କରି ପାରିନଥିଲେ।
ଏ ଖବର ମନ୍ମଥ ପାଖେ ପହଞ୍ଚିଲା ପରେ ସେ ବଡ ଦୁଃଖି ହେଇଗଲା।ସେ ନିଜ ପ୍ରାଣପ୍ରିୟା ସହ ଝିଅକୁ ବି
ହରେଇ ଦେଇଥିଲା।ହେଲେ ମନରେ ଏତିକି  ସନ୍ତୁଷ୍ଟି  ଥିଲା ଯେ ସାନ୍ୟା ତା ମାଆ ପାଖରେ ସୁରକ୍ଷିତ ଓ ଖୁସି ଥିବ।ଏଠି ତା ପ୍ରତି ସବୁବେଳେ ବିପଦ ଲାଗି ରହିଥିଲା।ସେ ତାକୁ ସୁରକ୍ଷା ଦେବାରେ ଅସମର୍ଥ ହେଉଥିଲା ସବୁବେଳେ।
ଏ ସଂସାରର ଲୋକେ ବଡ ସ୍ବାର୍ଥପର।କାହାର ଭଲ ସହି ପାରନ୍ତିନି।ଯଦି କାହା ପାଖରେ କିଛି ଦିବ୍ୟ ଗୁଣ ଦେଖନ୍ତି ତାକୁ ହାସିଲ କରିବାକୁ ଚେଷ୍ଟା କରନ୍ତି।
ତାକୁ ପରୀକ୍ଷା ନିରୀକ୍ଷା କରିବାକୁ ଚାହାନ୍ତି।ତାର ଜୀବନର ଚିନ୍ତା ନ ଥାଏ ତାଙ୍କର।ସେମାନେ ତ କେବଳ ନିଜ ସ୍ବାର୍ଥ କଥାହିଁ ଭାବନ୍ତି।ବରଂ ଭଲ ହେଲା
ସେ ଏ ମର୍ତ୍ତ୍ୟକୁ ଛାଡି ଚାଲିଗଲା। ସ୍ବର୍ଗରେ ଏମିତି
ସ୍ବର୍ଥପର ଲୋକ ତ ନ ଥିବେ ତା ଉପରେ ଜୁଲୁମ୍ କରିବାପାଇଁ।
ଏ ଭିତରେ କିଛିଦିନ  କଟିଯାଇଥିଲା।
ଏକ ଚନ୍ଦ୍ରାଲୋକିତ ରଜନୀ।ଚାନ୍ଦିନୀର ରୂପେଲି ଚାନ୍ଦୁଆ
ବିଛେଇହେଇଥିଲା ପୃଥିବୀ ଉପରେ।ମୃଦୁ ସମୀରରେ ରାତ୍ରିରାଣୀର ମହକ ମିଶି ବାସ୍ନାୟିତ କରୁଥିଲା ଆଖପାଖ।ଦୂରରୁ ଶୁଭୁଥିଲା ଚକୋର ଚଖୋରୀର
ବିରହ କ୍ରନ୍ଦନ।ଆଉ ତା ସାଙ୍ଗରେ ମନ୍ମଥର ବିରହୀ ମନବି କନ୍ଦୁଥିଲା ଚୁପିଚୁପି।ସେ ରମ୍ୟା ଓ ସାନ୍ୟାକୁ ନିଜ ସ୍ମୃତି ପଟଳରେ ଆଣି ଛୋଟପିଲାପରି କନ୍ଦିବାକୁ ଲାଗିଲେ।ଜୀବନର ସାୟାହ୍ନରେ ସେ ଆଜି ଏକାକୀ ପଡି ଯାଇଛନ୍ତି।ଠିକ୍ ସେତିକି ବେଳେ ଆକାଶରେ ଦୁଇଟି ତାରକା ଙ୍କ ଆବିର୍ଭାବ ହେଲା।ଧିରେ ଧିରେ ତାରା ଦୁଇଟା ପୃଥିବୀ ଆଡକୁ ଖସୁଥିବାର ଦେଖାଗଲା।ମନ୍ମଥ ଭାବୁଥିଲା ଦୁଇଟା ଉଲ୍କା ବୋଧହୁଏ ଖସି ପଡୁଛନ୍ତି ଏକା ସାଙ୍ଗରେ ତଳକୁ।ହେଲେ ସେ ଆଲୋକ ପିଣ୍ଡ ଦୁଇଟି ତା ବଗିଚା ଭିତରେ  ଆସି ଅଟକିଲା।
ପ୍ରଥମେ ତ ତାଆଖି ଜ୍ୟୋତିରେ ଚୌଧାଇ ଗଲା।କିଛି ଦିଶିଲାନି।ଆଖିକୁ ମଳି ସେ ଭଲକି ଦେଖିବା ପରେ ଜାଣିଲା ସେ ଜ୍ୟୋତି ଦୁଇଟି ରମ୍ୟା ଓ ସାନ୍ୟାଥିଲେ।
ସାନ୍ୟା ଆସି ବାପାଙ୍କ ପାଦସ୍ପର୍ଶ କଲା।ସେ ବାପାଙ୍କ ଦୁଇ ହାତ ପାପୁଲିକୁ ଧରି ଦୁଃଖ ନ କରିବାକୁ ବୁଝେଇଲା।ସେମାନେ ସ୍ବର୍ଗରେ ସୁଖରେ ସ୍ବାଧିନରେ
ଅଛନ୍ତି ବୋଲି କହିଲା।ରମ୍ୟା ବି ତାକୁ ସମ୍ମାନ ଜଣାଇ
ବୁଝେଇବାକୁ ଲାଗିଲା।ସେମାନେ ସ୍ବର୍ଗର ଜୀବ ପୃଥିବୀରେ ସବୁଦିନ ପାଇଁ ରହି ପାରିବେନି।ପୃଥିବୀବାସୀ ମରଣଶିଳ  ହେଲେ ସେମାନେ ଅମର ସବୁଦିନ ପାଇଁ ।ସେମାନଙ୍କର ସମନ୍ଧ ସବୁଦିନ ପାଇଁ ଅସମ୍ଭବ।ହେଲେ ସେମାନେ ମଝିମଝିରେ ଆସି ଏମିତି ତାଙ୍କୁ ଦେଖାକରିଯିବେ ବୋଲି ସାନ୍ତ୍ବନା ଦେଇଗଲେ।ଯିବାଆଗରୁ ମନ୍ମଥର ମାଆସହ ବି ଭେଟକରି ବୁଝେଇ ଦେଇଗଲେ।ଦୁଃଖ ନକରି ଖୁସିରେ ରହିବ ବୋଲି।
ଏବେ ମନ୍ମଥର ମନରେ ଟିକେ ଶାନ୍ତି ଆସିଥିଲା।ଏମିତି ଭାବରେ ଦୁଇଜଣ ପରୀଙ୍କ କାହାଣୀ ଶେଷ ହେଇଯାଇଥିଲା ପୃଥିବୀ ମାଟିରୁ।
ମାଧବୀ ପଟେଲ।
ଝାରସୁଗୁଡା।

ନିବେଦନ

ବାସନ୍ତୀ ଲତା ଜେନା

ସତ କହୁଛି ମୁଁ କାଳିଆ ଠାକୁର 
ତୁମ ଠାରୁ ବେଶୀ କେ ନୁହେଁ ନିଜର 
ପତିତପାବନ   ଜଗତର ନାଥ 
   ହୃଦୟରେ ଅଛ ପ୍ରତିକ୍ଷଣେ ମୋର 
         ସତ ମୁଁ   କହାଉଛି......( 0 )

ତଥାପି କାହିଁକି ଦୁଃଖ ସହୁ ଅଛି 
ଆଖି ଲୁହକୁ ମୁଁ ଓଠରେ ପିଉଛି
ହୃଦୟ ଜଳୁଛି ଯlତନରେ ମୋର 
ଖଣ୍ଡ ଖଣ୍ଡ ହୁଏ ମୋ ହୃଦ ମିନାର 
କୃପାମୟ ତୁମେ ମୋ ପ୍ରାଣ ଈଶ୍ବର 
     ସତ ମୁଁ କହୁଛି..... ( ୧ )

ମୋ ଗୁହାରୀ ତୁମ କାନେ ପଡ଼ୁ ନାହିଁ 
କେଉଁ ଅପରାଧେ ଦେଉଛ ଏଡାଇ 
ସହିବାର ଶକ୍ତି ମୋର ନାହିଁ ଆଉ 
ଦୁଃଖ ଦେବା ତୁମ ସେତିକିରେ ଥାଉ 
କରୁଣା ବାରିଧି ଜଗତ ଈଶ୍ବର  
      ସତ କହୁଛି ମୁଁ........   ( ୨)

ଗାନ୍ଧିନଗର, ନବରଙ୍ଗପୁର  l

ଭାବ ଥିଲେ

ନଳିନୀ ପ୍ରଭା ମିଶ୍ର

ଭାବ ଥିଲେ ମିଠା ବଢେ ଘନିଷ୍ଠତା
  ବନ୍ଧୁ ବନ୍ଧୁର ସମ୍ପର୍କ
ଭାବ ଥିଲେ ସ୍ଵଚ୍ଛ ନୁହଁଇଟି ତୁଚ୍ଛ
  କର୍ତ୍ତବ୍ୟ କର୍ମର ରୂପ।
ଭାବ ଥିଲେ ଉଚ୍ଚ ମିଳ ଇ ସର୍ବୋଚ୍ଚ
  ବ୍ୟକ୍ତିତ୍ବ ଭରା ସମ୍ମାନ
ଭାବ ବଳେ ଭକ୍ତ ପ୍ରଭୁ ଆଲିଙ୍ଗନେ
  ହୋଇଥାଏ ସନ୍ନିଧାନ।
ଭାବର ମଧୁର ଅହଂ କରେ ଦୂର
  ପରକୁ କରେ ଆପଣା
ଭାବ ବିହ୍ଵଳିତ ମାନବ ଉଚ୍ଚାଙ୍ଗ 
  କବି ଭାବେ ହୁଏ ଗଣା।
ଭାବ କରିଥାଏ ଦାମ୍ପତ୍ୟକୁ ଦୃଢ଼
   ଗୁରୁ ଶିଷ୍ୟର ସମ୍ପର୍କ
 ଜ୍ଞାନ ଆହରଣେ ସମାଜରେ
  ଦିନେ ଶିଷ୍ୟଟି ରଖ ଇ ଟେକ।
ଭାବର ପୀୟୂଷ ନୁହଁଇଟି ଶେଷ
   କି! ଉପମା ତା'ପରେ ଦେବା
ଭାବ ଭରା ହୃଦ ସେ ଶ୍ରେଷ୍ଠ ସମ୍ପଦେ
   ସେବା ବ୍ରତେ ବ୍ରତୀ ହେବା।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ରାଜ ମୁକୁଟ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଗଛଲତାମାନେ ସତେ ଅବା ଆର୍ତ୍ତନାଦ କରୁଥାନ୍ତି! ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ମନେହୁଏ ତୁମେ କେତେକ ସର୍ତ୍ତ ପୂରଣ କରି କିଛି ସିଦ୍ଧି ଲାଭ କରିବାକୁ ଆଶାୟୀ ହୋଇ ରହିଛ । କିନ୍ତୁ ଜାଣିରଖ, ପୃଥିବୀରେ ଏପରି ଲୋକ ବି ଅଛନ୍ତି, ଯେଉଁମାନେ କି ସର୍ତ୍ତ ପୂରଣ କରି ସିଦ୍ଧିଲାଭ ନିମନ୍ତେ ଯୋଗ୍ୟ ବିବେଚିତ ହେବା ସତ୍ତ୍ୱେ ସେ ସିଦ୍ଧିକୁ ଉପେକ୍ଷା କରିଦିଅନ୍ତି । ତୁମେ ଜଣେ ସେଭଳି ଲୋକ ଆଉ ନୁହଁ ତ? ମୋର ଏହି କଥାଟିର ଅର୍ଥ ବୁଝାଇଦେବା ନିମନ୍ତେ ତୁମକୁ ଗୋଟାଏ କାହାଣୀ କହୁଛି । ମନଦେଇ ତାହା ଶୁଣ; ଶୁଣିଲେ ଶ୍ରମଭାର ଲାଘବ ମନେ ହେବ ।”

କୁମ୍ଭଶୀଳ ରାଜ୍ୟର ଗୋଟିଏ ଗାଁରେ ଜଣେ ଯୁବକ ଥାଏ । ତା’ର ନାମ କିଶୋର । ସେ ଗରୀବ ପିଲା । କିନ୍ତୁ ସେ ସତ୍ ତଥା ସାହସୀ । ସେ ସବୁଦିନ ତା’ ମେଣ୍ଢାପଲ ବଣ ଭିତରକୁ ନେଇ ଯାଉଥାଏ । ସେ ବଣ ଭିତରେ ପ୍ରଚୁର ଘାସ । ତେଣୁ ତା’ ମେଣ୍ଢାମାନେ କ୍ରମେ ହୃଷ୍ଟପୁଷ୍ଟ ହେଉଥାନ୍ତି । ଅନ୍ୟମାନେ ସେ ବଣ ଭିତରକୁ ଯିବାକୁ ଆଦୌ ସାହସ କରୁନଥାନ୍ତି । ତା’ର କାରଣ ସେ ବଣ ଭିତରେ ଅନେକ ବିଷଧର ସାପ ଥା’ନ୍ତି । ମାତ୍ର କିଶୋରର ଧାରଣା ହେଲା ମଣିଷ ସାପମାନଙ୍କର କିଛି କ୍ଷତି ନକଲେ ସେମାନେ ମଧ୍ୟ ମଣିଷଙ୍କର ଯମାରୁ କୌଣସି କ୍ଷତି କରିବେ ନାହିଁ । ତେଣୁ ସେ ସବୁଦିନ ନିର୍ଭୟରେ ସେହି ବଣ ଭିତରେ ବୁଲାବୁଲି କରେ ଓ ମନଇଚ୍ଛା ଫଳ ତୋଳି ଖାଏ; ଝରଣା ପାଣିରେ ଶୋଷ ମେଂଟାଏ ।

ଦିନେ ସେ ତା’ ମେଣ୍ଢାପଲ ଧରି ବଣରେ ପଶିବା ବେଳକୁ ଦେଖିଲା, ଗୋଟାଏ ପର୍ବତ ଉପରୁ ଜଣେ ସାଧୁ ଅବତରଣ କରୁଛନ୍ତି । ଏହା ଦେଖି ସେ ଭାରି ଆଶ୍ଚର୍ଯ୍ୟ ହେଲା । କାରଣ ସେ ପର୍ବତ ହେଲା ବିଷଧର ସାପଙ୍କର ସବୁଠାରୁ ବଡ ବାସସ୍ଥାନ । ସେଠାକୁ କେହି ମଣିଷ ଯିବାକୁ କେବେବି ସାହସ କରୁ ନଥିଲେ । ସାଧୁଙ୍କର ନିଶ୍ଚୟ କିଛି ଶକ୍ତି ଅଛି । ନହେଲେ ସେ ସେଭଳି ପାହାଡ ଉପରକୁ ଯାଆନ୍ତେ ବା କିପରି?

କିଶୋର ସେହି ସାଧୁଙ୍କୁ ପ୍ରଣାମ କଲା ଓ କହିଲା, “ମହାଭାଗ! ମୁଁ ଆପଣଙ୍କର କିଛି ସେବା କରିପାରେ କି?” ସାଧୁ ଏ ପ୍ରଶ୍ନର କିଛିବି ଉତ୍ତର ଦେଲେ ନାହିଁ । ଖାଲି ହସି ଦେଇ ସେ ଏତିକି କହିଲେ, “ଟୋକା! ମୋର ସେବା କରିବା କୌଣସି ଆବଶ୍ୟକ ନାହିଁ । କିନ୍ତୁ ତୋ ଭିତରେ ଲୋକଙ୍କ ସେବା କରିବାର ପ୍ରବଳ ଆଗ୍ରହ ରହିଛି । ତାହା ତ ଅତି ସୁଖର କଥା । ମାସକ ପରେ ତୁ ରାଜା ହେବୁ । ସେତେବେଳେ ତୁ ସମସ୍ତଙ୍କ ସେବା କରିପାରିବୁ ।”

ଏତିକି କହି ସାଧୁ ସେଠାରୁ ଚାଲିଗଲେ । ଏଣେ କିଶୋର ଆଶ୍ଚର୍ଯ୍ୟ ହେଲା । ସିଏ କିଏ, ଆଉ ରାଜସିଂହାସନ କିଏ! ଖଣ୍ଡିଏ ଛିଣ୍ଡା ସପ ଉପରେ, ତାଳିପକା ଲୁଗା ଖଣ୍ଡିଏ ଘୋଡି ହୋଇ ସେ ରାତିରେ ଶୁଏ । ମୁଠିଏ ମୁଠିଏ ମୁଢି ବା ପଖାଳ ତା’ର ଖାଦ୍ୟ । ସେ ପୁଣି ରାଜା ହେବ! କିନ୍ତୁ ସାଧୁଙ୍କ କଥାରେ ଏମିତି କିଛି ଶକ୍ତି ଥିଲା, ଯେଉଁଥିପାଇଁ ତାଙ୍କ କଥାକୁ ସେ ମୋଟେ ଅବିଶ୍ୱାସ କରିପାରିଲା ନାହିଁ ।

ସେ ତା’ ଗାଁକୁ ଫେରି ଆସି ଲୋକଙ୍କୁ ସବୁ କଥା କହିଲା । ଲୋକେ ଭଲଭାବେ ଜାଣିଥିଲେ, ସେ ମିଛ କହିବା ପିଲା ନୁହେଁ । ତେଣୁ ସେମାନେ ଭାବିଲେ କି ତା’ ମୁଣ୍ଡ ଖରାପ ହୋଇ ଯାଇଛି । ଗାଁ ପାଖ ବଜାରରେ ଜଣେ ଦରଜୀ ଥିଲା । ସେ କହିଲା, “ଆରେ ବାବୁ, ତମେ ଯଦି ରାଜା ହେବ, ତେବେ ସେହିଭଳି ପୋଷାକ ପିନ୍ଧି ଆଜିଠୁ ବୁଲିବା ଉଚିତ୍ । ପଇସା ପକାଅ । ମୁଁ ରାଜବେଶ ତିଆରି କରିଦେବି ।”

କିଶୋର କିଛି ପଇସା ବହୁ ଦିନରୁ ସଂଚୟ କରି ରଖିଥିଲା । ସେତକ ପଇସା ସେ ଦରଜୀକୁ ଦେଇଦେଲା । ଦରଜୀ ଗୋଟାଏ ଶସ୍ତା ରାଜପୋଷାକ ତିଆରି କରିଦେଲା । ସେମିତି ପୋଷାକ ଯାତ୍ରା ଦଳରେ କେବଳ ଅଭିନେତାମାନେହିଁ ପିନ୍ଧନ୍ତି ।

“ରାଜ-ପୋଷାକ ସିନା ହୋଇଗଲା, କିନ୍ତୁ ଖଣ୍ଡା କାହିଁ? ବିନା ତରବାରୀରେ ସେ ପୁଣି ନିଜକୁ ରାଜା କିପରି ବୋଲାଇବ?” ଗାଁ ପାଖ ବଜାରରେ ଥିବା କମାର ତାକୁ ଏ ବିଷୟରେ ପଚାରିଲା । କିଶୋର ଉତ୍ସାହିତ ହୋଇ କହିଲା, “ଆରେ ଭାଇ, ତୁ ମୋ ପାଇଁ ତରବାରୀଟିଏ ତିଆରି କରି ଦେ । ମୁଁ ରାଜା ହେଲେ ଦୁଇଗୁଣ ଦାମ୍ ଦେଇ ଦେବି ।”

କମାର କହିଲା, “ମୁଁ ପଇସା ନେବି ନାହିଁ । କିନ୍ତୁ ମୋର ତିନୋଟି ମେଣ୍ଢା ବଣ ଭିତରେ କୁଆଡେ ହଜି ଯାଇଛନ୍ତି । ତୁ ଯଦି ସେଗୁଡିକୁ ଖୋଜି ଆଣିଦେବୁ, ତେବେ ମୁଁ ତୋଲାଗି ତରବାରୀ ନିଶ୍ଚୟ ବନାଇ ଦେବି ।”

କିଶୋର ବଣ ଭିତରକୁ ଯାଇ ସତକୁ ସତ ମେଣ୍ଢା ତିନୋଟିଙ୍କୁ ଖୋଜି ବାହାର କଲା । ସେମାନଙ୍କୁ ଧରି ସେ ବଣ ଭିତରୁ ବାହାରି ଆସୁଛି, ଠିକ୍ ସେତିକିବେଳେ ସେ ରାଜ୍ୟର ରାଜକୁମାରୀ ରଥ ଚଢି ସେଆଡେ ଆସୁଥିବାର ଦେଖାଗଲା । କିଶୋରର ବିଚିତ୍ର ପୋଷାକ ଦେଖି ସେ କୌତୁହଳୀ ହୋଇ ପଚାରିଲେ, “ତମେ କିଏ?”

କିଶୋର କହିଲା “ରାଜକୁମାରୀ! ମୁଁ କିଶୋର । ସାଧାରଣ ଗାଉଁଲି ପିଲା । କିନ୍ତୁ ମାସକ ଭିତରେ ମୁଁ ରାଜା ହେବି ।”

“ପାଗଳ?” ରାଜକୁମାରୀଙ୍କ ମୁହଁରୁ ଏ ଶବ୍ଦଟି ବାହାରି ପଡିଲା ।

କିଶୋର କହିଲା “ନା, ନା, ମୁଁ ମୋଟେ ପାଗଳ ନୁହେଁ । ରାଜକୁମାରୀ! ଆପଣ ମୋତେ ବିଭା ହେବେ? କଥା କ’ଣ କି, ଥରେ ରାଜା ହେବା ପରେ ମୁଁ ତ ଜଣେ ରାଜକୁମାରୀକୁ ବିଭା ହେବା ଲୋଡା ପଡିବ!”

ରାଜକୁମାରୀ ରାଗିଯାଇ କହିଲେ “ଏଇଟାକୁ ବନ୍ଦୀ କର!”

ରାଜକୁମାରୀଙ୍କ ଦେହରକ୍ଷୀମାନେ କିଶୋରଙ୍କୁ ବନ୍ଦୀ କରିବାକୁ ଉଦ୍ୟତ ହେଉଛନ୍ତି, ହଠାତ୍ ପଛରୁ ଗୋଟାଏ ପ୍ରଚଣ୍ଡ କଣ୍ଠସ୍ୱର ଶୁଭିଲା । “ତା’ର ଦୋଷ କ’ଣ ଯେ ତୁମେ ତାକୁ ବନ୍ଦୀ କରୁଛ?”

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଛକୁ ଅନାଇ ଦେଖିଲେ, ଜଣେ ରାକ୍ଷସ ପର୍ବତ ଉହାଡରୁ ବାହାରି ଗୋଟାଏ ଲମ୍ପରେ ସେମାନଙ୍କ ଆଗରେ ଆସି ଠିଆ ହୋଇଗଲା । ତାକୁ ଦେଖିବା ମାତ୍ରେ ରାଜକୁମାରୀଙ୍କ ଦେହରକ୍ଷୀମାନେ ହଠାତ୍ ଛତ୍ରଭଙ୍ଗ ଦେଲେ । ରାକ୍ଷସ କହିଲା, “ଭୟ ନାହିଁ । କାହାରି ଅନିଷ୍ଟ କରିବା ମୋର କୌଣସି ଉଦ୍ଧେଶ୍ୟ ନୁହେଁ । ମୁଁ ରାକ୍ଷସପୁରୀର ରାଜା । ଥରେ ମଣିଷ ଜଗତର ନିୟମ କାନୁନ, ଆଚାର ବ୍ୟବହାର ଲକ୍ଷ୍ୟ କରି ଦେଖିଯିବା ନିମନ୍ତେ ଆସିଥିଲି । ହଁ, ଯାହା ପଚାରୁଥିଲି, ଏ ଯୁବକର ଦୋଷ କ’ଣ?”

ରାଜକୁମାରୀ କହିଲେ “ଜଣେ ସାଧାରଣ ଗାଉଁଲି ଟୋକା ମୋତେ ବିଭା ହେବାର ଆସ୍ପର୍ଦ୍ଧ ପୋଷଣ କରିବା ଏବଂ ସେକଥା କହିବା ଗୋଟାଏ ଅପରାଧ । ମୋ ପିତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କର ଅନ୍ୟ ସନ୍ତାନ ନଥିବା ଯୋଗୁଁ ମୋ ଉପରେ ବର୍ତ୍ତମାନ ରାଜ୍ୟ ଭାର । ମୁଁ ଜଣେ ଯୁଦ୍ଧବିଦ୍ୟା ପାରଙ୍ଗମ, କୁଶଳୀ, ବୁଦ୍ଧିମାନ ଯୁବକକୁ ବିଭା ହେବି । ଇଏ କିପରି ବାମନ ହୋଇ ଚନ୍ଦ୍ରକୁ ହାତ ବଢାଉଛି?”

“ଏ ଯୁବକ ବୁଦ୍ଧିମାନ । କିନ୍ତୁ ଅତ୍ୟନ୍ତ ସରଳ । ଆଉ ଯୁଦ୍ଧବିଦ୍ୟା କଥା ଯେ କହିଲେ, ମୁଁ ଏବେ ଏହାଙ୍କୁ ମୋ ବିଭୂତି ବଳରେ ସେ ଦିଗରେ ମୁହୂର୍ତ୍ତକ ଭିତରେ ସମସ୍ତ ଦକ୍ଷତା ପ୍ରଦାନ କରିପାରେ ।” ଏହା କହି ସେ ରାକ୍ଷସ କିଶୋରକୁ ଧରି ତା’ ଉପରେ କେତେକ ମନ୍ତ୍ର ପଢିଦେଲା । କିଶୋର ମୂର୍ଚ୍ଛା ଗଲା । ତା’ପରେ ସେ ଉଠିପଡି କହିଲା, “ମୁଁ ମୋ ଭିତରେ ନାନା ପ୍ରକାର ଗୁଣ ଓ ବଳର ବିକାଶ ଅନୁଭବ କରୁଛି ।”

ରାକ୍ଷସ ପଚାରିଲା “ରାଜକୁମାରୀ! ବର୍ତ୍ତମାନ ଏହାଙ୍କୁ ବିଭା ହେବ ଟି?”

ରାଜକୁମାରୀ କହିଲେ “ନା । କାରଣ ଇଏ ଖାଲି ଶକ୍ତି ଅନୁଭବ କରିଛନ୍ତି । ସେତିକିରେ ଚଳିବ ନାହିଁ । ସେ ତାଙ୍କ ଶକ୍ତିର ପରୀକ୍ଷା ଦେବା ଆବଶ୍ୟକ । ଆମ ରାଜ୍ୟ ସୀମାନ୍ତରେ କୁଶପତନର ରାଜା ବିଶୁବର୍ମା ଯୁଦ୍ଧ କରିବାକୁ ଆସି ତମ୍ବୁ ପକାଇଛନ୍ତି । ଏ ଯୁବକ ଯାଇ ଯଦି ତାଙ୍କୁ ଯୁଦ୍ଧ କରି ହଟାଇଦେଇ ପାରିବେ, ତେବେ ଯାଇ ମୁଁ ତାଙ୍କୁ ବିଭା ହେବି ।”

ରାକ୍ଷସ କହିଲା, “ବେଶ୍ । ଏ ଯୁବକ ଯେପରି ସେ ଦିଗରେ ସଫଳ ହେବେ, ସେକଥା ମୁଁ ଦେଖୁଛି ।” ଏହା କହି ସେ କିଶୋରକୁ ଧରି ରାକ୍ଷସ ସୀମାନ୍ତକୁ ଗଲା । ରାକ୍ଷସକୁ ଦେଖିବା ମାତ୍ରେ ଓ ତା’ର ସେ ହୁଙ୍କାର ଶୁଣିବା ମାତ୍ରେ କୁଶପତନ ରାଜ୍ୟର ସୈନ୍ୟବାହିନୀ ସେଠାରୁ କୁଆଡେ ପଳାଇଗଲେ । କିନ୍ତୁ ରାଜା ବିଶୁବର୍ମା ସଙ୍ଗେ ସଙ୍ଗେ ତାଙ୍କ ଘୋଡା ଉପରୁ କୁଦିପଡି କିଶୋର ସହ ଲଢେଇ କଲେ । ଭୀଷଣ ଯୁଦ୍ଧ ହେଲା । ଦେଖାଗଲା, କିଶୋର ବିଶୁବର୍ମାଙ୍କ ଅପେକ୍ଷା ଅଧିକ କୁଶଳୀ । ବିଶୁବର୍ମା ମରିଗଲେ ।

ରାକ୍ଷସ ଆସି ରାଜକୁମାରୀଙ୍କୁ ପଚାରିଲା, “ଏଥର ପରୀକ୍ଷାରେ ଉତୀର୍ଣ୍ଣ ହେବାର ବିଶ୍ୱାସ ହେଲା ତ? ଏବେ ତୁମର ତାଙ୍କୁ ବିବାହ କରିବାରେ ଆଉ କୌଣସି ଆପତ୍ତି ନାହିଁ ତ?”

ରାଜକୁମାରୀ କହିଲେ, “ତୁମକୁ ଦେଖି କୁଶପତନର ସୈନ୍ୟଦଳ ସେଠାରୁ ପଳାଇଗଲେ । ସେଥିରେ କିଶୋରଙ୍କର ବାହାଦୁରୀ କ’ଣ?”

ରାକ୍ଷସ କହିଲା, “ରାଜକୁମାରୀ! ତୁମେ ମୋତେ ବିସ୍ମିତ କଲ । ଦୂରରେ ରହି ତୁମେ କିଶୋର ଓ ବିଶୁବର୍ମାଙ୍କ ଲଢେଇ ଲକ୍ଷ୍ୟ କରିଥିବାର ମୁଁ ଠିକ୍ ଜାଣେ । ତା’ପରେ ବି ତୁମେ କିପରି କହୁଛ ଯେ ତୁମ ସର୍ତ୍ତ ପୂରଣ ହୋଇନାହିଁ ବୋଲି?”

ରାଜକୁମାରୀ ଆଉ କିଛି ନକହି ମୁଣ୍ଡ ତଳକୁ କରି ରହିଲେ । ସେତିକିବେଳେ କୁଶପତନ ରାଜ୍ୟର ମନ୍ତ୍ରୀ ଆସି ସେଠାରେ ପହଁଚି କିଶୋରକୁ ଅଭିବାଦନ ଜଣାଇ କହିଲେ, “ଆମର ରାଜପୁରୋହିତ କହୁଛନ୍ତି, ସେ ଆପଣଙ୍କ ଭିତରେ ଯାବତୀୟ ରାଜଗୁଣ ସବୁ ଦେଖିଛନ୍ତି । ରାଜା ଅପୁତ୍ରିକ । ତାଙ୍କର ମୃତ୍ୟୁ ଯାହା ହାତରେ ହେବ, କେବଳ ସେହିଁ ଆମ ରାଜ୍ୟର ନୂତନ ରାଜା ହେବ, ଏପରି ଏକ ଭବିଷ୍ୟତ୍ବାଣୀ ରହିଥିଲା । ଅତଏବ ଆପଣ ଆମ ରାଜସିଂହାସନରେ ବସିବାକୁ ସ୍ୱୀକୃତି ଦିଅନ୍ତୁ ଓ ମୋ ସହ ଚାଲନ୍ତୁ ।”

ରାକ୍ଷସ କହିଲା “ସାବାସ୍!”

ରାଜକୁମାରୀ କହିଲେ, “ମୁଁ ଏ ଯୁବକଙ୍କୁ ବିଭା ହେବାକୁ ପ୍ରସ୍ତୁତ ।”

କିଶୋର କହିଲା “କିନ୍ତୁ ମୁଁ ଆଉ ପ୍ରସ୍ତୁତ ନୁହେଁ ।”

ରାକ୍ଷସ ପୁଣି ଥରେ କହିଲା “ସାବାସ୍!” ଓ ଅଟ୍ଟହାସ କରି ସେ ଚାଲିଗଲା । କୁଶପତନର ମନ୍ତ୍ରୀ ସହ କିଶୋର ଚାଲିଗଲା । ରାଜକୁମାରୀ ଅପମାନରେ ଜର୍ଜର ହୋଇ ଚୁପ୍ଚାପ୍ ଠିଆ ହୋଇ ରହିଲେ ।

ବେତାଳ ଟିକିଏ ଚୁପ୍ ରହି ତା’ପରେ ସେ କହିଲା, “ରାଜା! କିଶୋର ତ ନିଜେ ରାଜକୁମାରୀଙ୍କୁ ବିଭା ହେବାର ପ୍ରସ୍ତାବ ଦେଇଥିଲା । ବର୍ତ୍ତମାନ ରାଜକୁମାରୀ ସେ ପ୍ରସ୍ତାବ ଗ୍ରହଣ କଲା ବେଳକୁ ସେ ପୁଣି ଓହରିଗଲା ଏମିତି କାହିଁକି ସେ କଲା? ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର କ୍ଷମତା ଥାଇ ମଧ୍ୟ ତମେ ଯଦି ନିରୁତର ରହିବ, ତେବେ ତମ ଶୀର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି କହିଲେ, “ରାଜକୁମାରୀ ଅହଙ୍କାରୀ ଓ ସ୍ୱାର୍ଥପର । କିଶୋର ତାଙ୍କର ସମସ୍ତ ସର୍ତ୍ତ ପୂରଣ କରିବା ସତ୍ତ୍ୱେ ମଧ୍ୟ ସେ ତାକୁ ବିଭା ହେବାକୁ ନାସ୍ତି କରିଦେଇଥିଲେ । କିନ୍ତୁ କିଶୋର ରାଜା ହେବାର ଦେଖି ସେ ରାଜି ହେଲେ । ଅର୍ଥାତ୍ ସେ ରାଜପଦକୁ ବିଭା ହେବାକୁ ପ୍ରସ୍ତୁତ ଥିଲେ, ମାତ୍ର କିଶୋରକୁ ନୁହେଁ, ତା’ ଗୁଣ ପ୍ରତି ସମ୍ମାନ ଯୋଗୁଁ ନୁହେଁ, ଏପରିକି ନିଜ ସର୍ତ୍ତ ପୂରଣ ହେବା ସତ୍ତ୍ୱେ ବି ନୁହେଁ । କିଶୋର ସରଳ, କିନ୍ତୁ ବୁଦ୍ଧିମାନ । ଅତଏବ ସେ ରାଜକୁମାରୀଙ୍କ ଚରିତ୍ର ଠିକ୍ ବୁଝିଗଲା ଓ ତାଙ୍କୁ ବିଭା ହେବାକୁ ସେ ମନା କଲା ।

ରାଜାଙ୍କ ଉତ୍ତରଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।

*=============================*
*☘️🌸🌼🙏   ସମାପ୍ତ   🙏🌼🌸☘️*
*=============================*

ରଜନୀଗନ୍ଧା

ଡ. ପ୍ରିୟମ୍ବଦା ସାମଲ

ଏଇ ଶିଶିର ସ୍ନାତ
     ଶୁଭ ରଜନୀ ରେ
     ମୁଁ  ଆସିଛି
    ଥରିଥରି ନୁହେଁ
     ଉଲ୍ଲସିତା ହୋଇ
      ଆଶା ରଖି 
ମୂଲାୟମ୍ ସ୍ବପ୍ନ ଦେଖି
ଅବଶ୍ଯ ସେ ସ୍ବପ୍ନ
ଲାବଣ୍ଯବତୀ ବା
କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ର
ରାଜାପୁଅ ପାଇବାର
ସ୍ବପ୍ନ ନୁହେଁ
ସୁବାସିତ ସୁରଭିତ
କରିବାର ସ୍ବପ୍ନ। 
ଚାହେଁନି ମୁଁ ଆସିବାକୁ
ଶେଫାଳୀ ଟି ହୋଇ
ସେଇ ଅଫିମିଆ ରାତିରେ
ଫୁଟି ଝରି ଯିବାକୁ। 
ଚାହେଁନି ମୁଁ ନୀରିହ
ବୁଲ୍ବୁବୁଲ୍ରର ରକ୍ତରେ
ରଂଜିତ ହୋଇ
ନିଜକୁ ଲାଲ୍ କରି
ଫୁଲେଇ ଗେହ୍ଲେଇ ହୋଇ
ଅନ୍ଯକୁ ଉତ୍ତେଜିତ କରି
ପ୍ରେମର ପ୍ରତୀକ ହୋଇ
ଗୋଲାପ ସାଜିବା କୁ। 
ନ ଥାଉ ପଛେ ସେ
ରଂଗୀନ ଦେହ
ଅନ୍ଯକୁ ଆକଷିଁତ
କରିବାର  ରୂପ
ମୋ ସୁରଭି ରେ
ମୋ ସୁବାସ ରେ
ମୁଁ ମୋହିବି
ଏ ଜଗତକୁ, 
ଭୁରୁଭୁରୁ ବାସ୍ନା ଦେଇ
ମୁଁ ସେହି ସ୍ବପ୍ନମୟୀ
ରଜନୀଗନ୍ଧା
ଲକ୍ଷ୍ଯ ମୋର ସୁବାସିତ
କରିବି ମୁଁ ଏଇ ଜନମାନସକୁ
ସାମ୍ଯ ସଂଗୀତ ଗାଇ
ଆନନ୍ଦରେ ଉତ୍କୁଳିତା ହୋଇ
ଦରିଆ ଡେଇଁ ବାର ଆଶା ନେଇ
ଲକ୍ଷ୍ଯ ରେ ମୁଁ ପହଞ୍ଚିବି 
ଏଇ ନିବେଦନ ଶ୍ରୀ ଛାମୁରେ
ବଳିଆର ଭୁଜ ଠାରେ। 
ଜବାହର ନବୋଦୟ ବିଦ୍ଯାଳୟ ଗଜପତି।

କନ୍ୟା ରତ୍ନ

ଜଗଦୀଶ ଶତପଥୀ।

କନିଆଁ ତ ଅଟେ ସୁନ୍ଦର ରତନ
କରୁଥିବା ତାକୁ ଅତିଵ ଯତନ।
ସୁନ୍ଦର ହୋଇବ ଆମରି ଘର,
ନଥିବେ ଟି କେହି ଆମରି ପର।
ଦୁଇ କୁଳ ହିତା ନାମ ଦୁହିତା,
ସବୁ କାର୍ଯ୍ୟର ସେ ଅଟେ ପ୍ରଣେତା।
ସୁଖେ ଦୁଃଖେ ହସ ହସ ମୁହଁ ଟି,
ଆକାଶ ରେ ସତେ ,ଅଟେ ଜହ୍ନ ଟି।୨।
ହିନିମାନୀ ଆଜି କନ୍ୟା ରତ୍ନ ଟି
ପୁରୁଷ ପୁଙ୍ଗବ ,ଦେଶ ଏହିଟି।
ନାମରେ ମାନୁଛୁ କନ୍ୟା ରତ୍ନ ଟି,
ପଛେ ଛୁରୀ ଭୁଷି ମାରିଦେଉ ଟି।୩।
ନାରୀ ଆଜି ଏଠି ଧର୍ଷିତା ହୁଏ,
ସମସ୍ତେ କାନ୍ଦନ୍ତି କୁମ୍ଭୀର କାନ୍ଦ।
ଆସହେ ଯୁବକ, ବୁଢ଼ାବୁଢ଼ୀ ଯେତେ,
କେବେ ଭାଂଗିବ ହେ ତୁମରି ନିଦ।୪।
ନାରୀ କୁ ସମ୍ମାନ ଦେଶକୁ ହିତ,
ନାରୀ ଅମର୍ଯ୍ୟାଦା ଭୀଷଣ କଷ୍ଟ।
ଯୁଗେ ଯୁଗେ ନାରୀ ଅଟେ ମହାନ,
ତା ପାଦ ପୁଜିଲେ ମୁକ୍ତି ହିଁ ଜାଣ

ଜଗଦୀଶ ଶତପଥୀ ନୀଳକଣ୍ଠ ପୁର। ଧର୍ମଶାଳା। ଯାଜପୁର।

ସାଧାରଣ ତନ୍ତ୍ର ଦିବସ

🕺🕺🕺 ସ୍ୱାର୍ଥକୁ ଛାଡି ପାଳିବା  ଭାରତୀୟ ସରଳ ଜୀବନ 💃💃💃
                                                  
ପାଇଛେ ସ୍ୱାଧୀନତା    ଦେଶ ଆମେ ଚଳାଇବା
 ନିତି ପ୍ରଣୟନ କରିବା ସମ୍ବିଧାନେ ନିର୍ଦ୍ଧାରିତ
ହେବ ଶ୍ରେଷ୍ଠ ରାଷ୍ଟ୍ର      ଆମ ସାର୍ବଭୌମ ତନ୍ତ୍ର
ଏକତା ରଖି ସେ ମନ୍ତ୍ରେ ଗଢ଼ିବା ଅଖଣ୍ଡ ଭାରତ

ସ୍ବାଧୀନ ଭାରତେ ପାଳୁଛେ   ସାଧାରଣ ତନ୍ତ୍ର ଦିବସ 
    ମୁକ୍ତିର ସଙ୍ଗୀତ ଗାଇ ବାଜା ବଜାଉଛେ 
ପ୍ରତି ଜାନୁଆରୀ ମାସେ      ତାରିଖ ଛବିଶେ ବାନା
ଆକାଶେ ଉଡ଼ାଇ ବୀରତ୍ବ ଗାଥା ଭାଷଣ ଶୁଣୁଛେ

ଆକାଶେ ଉଡ଼ାଏ      ଆମେ ତ୍ରୀରଙ୍ଗାର ଧ୍ବଜା 
 ବଢ଼ିବ ଶାନ୍ତି,ମୌତ୍ରୀ ପ୍ରୀତି ସମୃଦ୍ଧି ବିଶ୍ବାସ
ଆମ ସାଧାରଣତନ୍ତ୍ରେ   ଆସିବ ଗଣତନ୍ତ୍ର ପ୍ରୀତି 
  ଦୃଢ଼ ହେବ ଏକତା ଶକ୍ତି ରଖିଛେ ବିଶ୍ବାସ

ଉପଯୁକ୍ତ ଜ୍ଞାନ ଶିକ୍ଷା    ବଳେ ଗଢ଼ି ପାରେ ପରା
  ଆଜିର ଶିଶୁ କଅଁଳ କଢ଼ିଂକୁ କାଲିର ଭବିଷ୍ୟତ
କର୍ମ ବଳେ ସେ କରି    ପାରେ ବିଚିତ୍ରମୟ ଦୁନିଆ
   ସେହି ବାସ୍ନା ଚହଟି କରିବ ହୃଦୟକୁ ପ୍ରଫୁଲ୍ଲିତ 

ଦେଖ ହେ ଭଉଣୀ ଭାଇ     ଭାରତର ଏ କି ରୂପ
    କାହିଁ ହେଲା ଏହି ଆମ ଦେଶ ବିଭାଜନ
ଆମର ଅଖଣ୍ଡ ଭାରତ      ତ ବିଭକ୍ତ ହୋଇଲା
  ଏହାରି ପଛରେ ଥିଲା ବ୍ରିଟିଶର ନୀତି ଜାଣ

ଇତିହାସ ନଜାଣି କହୁ     ଅଛନ୍ତି ଲୋକ କେତେକ
     ଏହା ହେଉଛି ପରା ପାକିସ୍ତାନ କୃତ
ଥିଲା କି ସେତେବେଳେ    ପାକିସ୍ତାନ ବୋଲି କିଛି
 କଣ୍ଟାକୁ କଣ୍ଟାରେ କାଢିବା ବ୍ରିଟିଶ ନୀତି ହେ ମିତ୍ର

କାହିଁ ଆଉ ସେହି ଭାବ       ଦେଶ ପାଇଁ ରକ୍ତ ଦେବା
  ଶାନ୍ତି ମୈତ୍ରୀ ପ୍ରୀତି ସମୃଦ୍ଧି ବିଶ୍ବାସ ହୋଇଛି ଛାର
ନିଜରେ ସୃଷ୍ଟି କରେ ନିତି   ପର ବୋଲି ସନ୍ଦେହ ଭାବନା
  ଦେଶରେ  ଦେଖୁଛେ ଧର୍ମାନ୍ଧର ସୃଷ୍ଟ ହା ହା କାର

ନେତା ଆଜି ଅର୍ଥର ପୂଜାରୀ    କଥାରେ ଦେଶଭକ୍ତି
 ପୁଂଜିପତି ସ୍ବାର୍ଥେ ନେତା କରନ୍ତି ଘୃଣ୍ଯ ରାଜନୀତି 
କଳଙ୍କିତ ମତାନ୍ଧ ମନ    ଭରି ରହିଅଛି କଳଙ୍କ ସ୍ଵଭାଵ
 ବୃଥା ଅହମିକା ଗ୍ରାସି ଅଛି, ଜନତା ଚାହୁଁଛି ମୁକତି

କାହିଁ ଆଉ ସେହି ଭାବ       ଦେଶ ପାଇଁ ରକ୍ତ ଦେବା
  ଶାନ୍ତି ମୈତ୍ରୀ ପ୍ରୀତି ସମୃଦ୍ଧି ବିଶ୍ବାସ ହୋଇଛି ଛାର
ନିଜରେ ସୃଷ୍ଟି କରେ ନିତି   ପର ବୋଲି ସନ୍ଦେହ ଭାବନା
  ଦେଶରେ  ଦେଖୁଛେ ଧର୍ମାନ୍ଧର ସୃଷ୍ଟ ହା ହା କାର
  
ପୁରୁଷକୈନ୍ଦ୍ରିକ ଚେତନା     ଏବେ  ନିତି ହେଉଛି ପ୍ରଚାର 
     ନାରୀଟିଏ ଯାଇ ପାରେ ନାହିଁ ଏକା ଏକା
 ଆଜି ନର ରାକ୍ଷସ କରି    ନାରୀ ଅତ୍ୟାଚାର ଧର୍ଷଣ
     ଲୋକସଭା ବିଧାନସଭାରେ ଦିଅନ୍ତି ଦେଖା
      
ଦେଖୁଛେ ମଣିଷ ଆଜି   ବସିଛି ସ୍ୱାର୍ଥର ପାହାଡ଼େ
        ଶୁଭୁ ଅଛି ଖାଲି ଅମଣିଷତ୍ୱର ସ୍ୱର
ସ୍ନେହ ପୂର୍ଣ୍ଣ ଭାବ କୁହ       କାହିଁକି ଏବେ ଅଭାବ
   ପିତା ପୁତ୍ର ଭାତୃ ଭଗ୍ନୀ ଭାବ ହୋଇଛି  ଅସାର

ସମସ୍ତେ ଜାଣିବା କଥା    ଅହମିକାରେ ପ୍ରକୃତିର ସୃଷ୍ଟ
ନୀତି ନିୟମ ନମାନି ଚାଲିଲେ ନଷ୍ଟ ହେବ ମଣିଷ ଜନ୍ମ
ସାର୍ଥକତା ପାଇଁ ମୂର୍ଖର     ଲକ୍ଷଣ ଦୂର ହିଁ କରିଲେ
ବିଶ୍ୱରେ ପାଇବା ଶ୍ରେଷ୍ଠତ୍ୱ କରୁଥିବା ଯଦି ସୁକର୍ମ 

ଚାଲ ନେବା ଶପଥ        2021ଜାନୁଆରୀ ଛବିଶେ
 ଭରି ଦେବା ସଭିଙ୍କ ହୃଦୟେ ମନୁଷତ୍ୱ ଭାବ
ଜାଗ୍ରତ କରିବା ଜନତାଙ୍କୁ    ପ୍ରକୃତି ବିରୋଧୀ ବିରୁଦ୍ଧେ
 ଛାଡି ଧର୍ମାନ୍ଧତାର କଳଙ୍କିତ ମନ କଳଙ୍କ ସ୍ଵଭାଵ

ତ୍ରିରଙ୍ଗା  ଆମର ଦିଅଇ    ଆମକୁ ଦୃଢ଼ ପ୍ରେରଣା
   ଶାନ୍ତି, ପ୍ରୀତି ଓ ମୈତ୍ରୀର ସତ୍ୟର ଦର୍ଶନ
ଭାରତ ମାତା କୀ ଜୟ     ଧ୍ୱନୀ ନାଦରେ ଭୁଲିବା
  ସ୍ୱାର୍ଥକୁ ଛାଡି ପାଳିବା ଭାରତୀୟ ସରଳ ଜୀବନ 
-----------------------------------------------------
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
-----------------------------------------------------

କଣ କଲା ସିଏ ?

ନିର୍ମଳ ନାୟକ 
( ବ୍ୟଙ୍ଗାତ୍ମକ କାବ୍ୟ )

କେଇ ଥର  ଦେଖିଥିଲି ତାଙ୍କୁ... 
ସାଥି କାର୍ଯ୍ୟକର୍ତ୍ତା ଙ୍କ ମେଳରେ.. 
ନିର୍ବାଚନ ର ଅମୂଲ୍ୟ ସମୟରେ.. 
ମଞ୍ଚରେ ମିଛ ପ୍ରତିଶୁତି ଦେବାରେ.. 
ବ୍ୟତୀବ୍ୟସ୍ତ  ମୋଟର ଗାଡ଼ିରେ !! 

କାହିଁ ଆଜିକାଲି ଉଭାନ ହୋଇଗଲା .. 
କାହିଁ  ଫମ୍ପା ପ୍ରତିଶୃତି ଗାୟବ ହେଲା.. 
କାହିଁ  ମୋଟର ଗାଡି ଆଉ ନ ଗଡ଼ିଲା.. 
କାହିଁ  ଜନସାଧାରଣ ଙ୍କ ଦୁଃଖ ନଗଲା !!


ଶୁଣୁଛି  ନେତାଙ୍କ ଚାଳ ଘର ଭଙ୍ଗା ହେଲା.. 
ଶୁଣିଛି ସେଠି ତ୍ରିତଳ ପ୍ରାସାଦ ମୁଣ୍ଡ ଟେକିଲା 
ଶୁଣିଛି  ବିଲାୟୀତି ଗାଡିଚଢି ଏବେ ବୁଲିଲା.. 
ଶୁଣିଛି  ଆଜିକାଲି ରାଜଧାନୀରେ  ରହିଲା !! 

ଏବେତ  ଦର୍ଶନ ଦୁର୍ଲଭ  ନେତାଙ୍କ  ହେଲା.. 
ଗରିବ  ଦୁଃଖ  କେବଳ ଦୁଃଖରେ ରହିଗଲା.. 
ଉର୍ନତି ନାମରେ  ଶୋଷଣ ମାତ୍ର ସାରହେଲା 
ଗୁଣ୍ଡାରୂପୀ ଚମଚାଙ୍କ ଆତଙ୍କର ମାତ୍ରା ବଢିଲା !! 

କଣ  କହିଥିଲା ଭୋଟ ବେଳେ ସବୁ ଭୁଲିଗଲା.. 
କଣ  କଲା ସିଏ ?  ଭାବିଲେ ଦୁଃଖ  ଲାଗିଲା.. 
ପୁଣି  ପାଞ୍ଚବର୍ଷ ପରେ  ଆସିବ ଘୋଷଣା ହେଲା 
କାଳିଆ ଏ  ମନ୍ତ୍ରୀ, ଅମଲାଙ୍କ କଥା ବୁଝ ଭଲା !! 

151, ନାଗାର୍ଜୁନ  କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

ଗଣତନ୍ତ୍ର ଗୀତିକା

ହେ! ଜନ ଗଣ ଟିକେ ମନ ଦେଇ ଶୁଣ
ଜନ ଗଣଙ୍କର ଗାଥାକୁ କରୁଛି ବଖାଣ ାା
ଭାରତବର୍ଷ ଯେ ଥିଲା ଦିନେ ଧନଧାନ୍ୟ
ସଂସ୍କୃତି ସଭ୍ୟତା ସ୍ଥାପତ୍ୟ ଶିଳ୍ପେ ନିପୁଣ ାା
କଳା ଓପରମ୍ପରାର ଥିଲା ଶ୍ରେଷ୍ଠ ନିଦର୍ଶନ
ସଂସ୍କାର ଯା ଛତ୍ରେ ଛତ୍ରେ ଜଡିତ ଧୂରୀଣ ାା
ଇଂରେଜଙ୍କ ଆଖି ଥିଲା କଟାସ ପ୍ରାୟେଣ
ପ୍ରବେଶିଲେ କୌଶଳରେ କରିଲେ ଶାସନ ାା
ଆଖିର ଲୋତକ ଧାର କରିଲା ମ୍ରିୟମାଣ
ଶାସନେ ଅତିଷ୍ଠ ଯେ ଭାରତର ଜନଗଣ ାା
ଉଦିତ ହୋଇଲେ ଦିନେକ ସେ ଶୁଭ ତପନ
କର ବା ମର ଡାକ ଯେ ଶୁଭିଲା ପ୍ରତିକ୍ଷଣ ାା
ଗାନ୍ଧିଜୀ,ଲାଲାଜୀ, ସୁବାଷ, ତିଳକ,ବିପିନ
ଜବାହର,ସର୍ଦ୍ଦାର, ଶାସ୍ତ୍ରୀଜୀ ଆଦି କାରଣ ାା
ନରମଚରମ ପନ୍ଥିଏଁ ରଚିଣ ନାନା ଭିଆଣ
ଏକତାର ମନ୍ତ୍ର ବଳେ ଆଣିଦେଲେ ସ୍ବାଧିନ ାା
ଉପସ୍ଥିତ ହେଲା ଆସି ସେ ପ୍ରତୀକ୍ଷିତ ଦିନ 
ସ୍ବାଧିନତା ସ୍ବାଦ ବାରିଲେ ଭାରତୀୟ ଜନ ାା
ଦେଶ ରୂପି ନାଆର ସର୍ବେ ନାଉରୀ ସାଜିଣ 
ମଙ୍ଗ ସଳଖିବାକୁ ନିଜର ଅଣ୍ଟା କଲେ ଟାଣ ାା
ରଚିଲେ ଜନ ଗଣଙ୍କ ହେତୁ ଶାସନ ବିଧାନ  
ଏ ଯୁଗେ ଖ୍ୟାତ ଯା ନାମ ଅଟେ ସମ୍ବିଧାନ ାା
ଆମ୍ବେଦକର ଙ୍କ ନେତୃତ୍ବେ ହେଲା ପ୍ରଣୟନ
ନିଜକୁ ନିଜେ ଶାସନର ବିଧି ଗଣତନ୍ତ୍ର ଜାଣ ାା
ଉଣେଇଶ ପଚାଶ ଜାନୁୟାରୀ  ଛବିଶି ଦିନ
ଗଣତନ୍ତ୍ର ଶାସନ ଭାରତେ ହେଲା ପ୍ରଚଳନ ାା
ସାଧାରଣ ଜନତାର ଏ ଶାସନେ ଯୋଗଦାନ
ସାଧାରଣତନ୍ତ୍ର ଦିବସ ନାମେରେ ଖାତ ଜାଣ ାା
ଲୋକ ପାଇଁ ଲୋକଙ୍କ ଦେଇ ଲୋକଙ୍କ ଶାସନ
ଗଣତନ୍ତ୍ର ନାମ ବହି କିଣେ ଏ କୋଟି ଜନମନ ାା
ଆସ ଆସ ଆମ୍ଭେ ସର୍ବେ ଏଇ କଥାକୁ ହେଜିଣ
ଉଡାଇବା ତ୍ରିରଙ୍ଗା ଧ୍ବଜା ଗର୍ବେ ଛାତି ଫୁଲାଇଣ ାା

ତ୍ରିନାଥ ବେହେରା, ବଡକୋଦଣ୍ଡା, ଗଞ୍ଜାମ

୭୨ରେ ଗଣତନ୍ତ୍ର

୭୨ରେ ଗଣତନ୍ତ୍ର....
   କିଛି ପ୍ରଶ୍ନ... କିଛି ତଥ୍ୟ...
                         - ଦେବାଶିଷ ରାଉତ

ସତରେ ଆମ କ'ଣ ସ୍ୱାଧୀନ ? ଛୋଟ  ବେଳଠୁ ଏ ପର୍ଯ୍ୟନ୍ତ ସ୍ଲୋଗାନ ଦେଇ, କେଇ ପଦ ତର୍କ ବିତର୍କ ରେ କ'ଣ ଗଣତନ୍ତ୍ର ପରିସୀମା ସମାପ୍ତ ! ଏମିତି ଅନେକ ପ୍ରଶ୍ନ ର ସମାଧାନ ଖୋଜୁ ଖୋଜୁ ଆଜି ୭୨ ତମ ଗଣତନ୍ତ୍ର ଦିବସ ରେ ଆମ ଭାରତ ପଦାର୍ପଣ। କିନ୍ତୁ, କାହିଁ କେଉଁଠି ଗଣତନ୍ତ୍ର ? କାହିଁ କେଉଁଠି ଧର୍ମ ନିରପେକ୍ଷତା ? କାହିଁ କେଉଁଠି ଏକ ଜାତୀୟତାବାଦ । ସତେ ଯେମିତି, ଏହା କେବଳ କର୍ଣ୍ଣ ସୃତି ପାଇଁ ଉଦ୍ଦିଷ୍ଟ। ବିନା ଜ୍ଞାତ ଅସ୍ତିତ୍ବ ରେ ଭାରତୀୟ ବୋଲି ଡିଣ୍ଡିମ ପିଟି, ପ୍ରତିଉତ୍ତର ରେ ଚୁପ୍ ରହି ନିଜ କୁ ଛୋଟ କରିବା ରେ, କେବେ ଗଣତନ୍ତ୍ର ନଥାଏ। ନିଜ ଇତିହାସ ଯିଏ ଜାଣିନି, ନିଜ ଅସ୍ତିତ୍ବ ଯିଏ ଜାଣିନି କିମ୍ବା ଖୋଜିବାକୁ ଚେଷ୍ଠା କରିନି, ଶତ ଧିକାର ସେ ଜନ୍ମ କୁ ।
  କହିବା ର ତାତ୍ପର୍ଯ୍ୟ ଏହି କି ୧୯୪୭ ଅଗଷ୍ଟ ୧୫ ର ପୂର୍ବ ଏବଂ ପର ଠାରୁ ନେଇ ଏ ପର୍ଯ୍ୟନ୍ତ ଅନେକ ଘଟଣା ଏବଂ ଦୁର୍ଘଟଣା କୁ କାଳକବଳିତ କରାଯାଇଛି। ଯାହା କୁ ପ୍ରତି ଭାରତୀୟ ଜାଣିବା ଦରକାର। ନିଜ ଇତିହାସ ପୃଷ୍ଠା ରେ ବିଦେଶୀ ଗରିମା କ'ଣ ଭରତ ର ବିଶିଷ୍ଠତା କୁ କ୍ଷୁର୍ଣ୍ଣ କରୁନି ! ଧର୍ମ ନାମ ରେ ସଂରକ୍ଷଣ କିନ୍ତୁ କିନ୍ତୁ ଧର୍ମ ନିରପେକ୍ଷ ରାଷ୍ଟ୍ର, ଜାତି ବାଦ ର ବିରୁଦ୍ଧ କିନ୍ତୁ ଦଳିତ, ହରିଜନ ର ମର୍ମିକ ଶଦ୍ଦ ସହିତ ବଂଶାନୁ କ୍ରମିକ ବଧ୍ୟାତା ମୂଳକ ଜାତି। ଏହା କେଉଁ ଗଣତନ୍ତ୍ର ର ଦିଗ କୁ ଅଙ୍ଗୁଳି ନିର୍ଦ୍ଦେଶ ଦେଇଛି। ଇତିହାସ ର ପୃଷ୍ଠା ଅବଲୋକନ କଲେ ଦେଖା ଯାଏ, ଅତ୍ୟାଚାର ର ଚରମ ସୀମା ରେ ଥାଇ ମଧ୍ୟ ' ଦ ଆଲେକଜାଣ୍ଡାର ଇଜ୍ ଦ ଗ୍ରେଟ'. କିନ୍ତୁ ଏଠି ପ୍ରୁଥିରାଜ ଚୌହାନ, ରାଣା ପ୍ରତାପ, ଶିବାଜୀ ଙ୍କ ପରି ମୋହାନ ଦେଶଭକ୍ତ କେବେ ମୋହାନ ହୋଇ ପାରି ନାହାଁନ୍ତି କିମ୍ବା ଆଜିର ଯୁବ ପିଢ଼ି ଙ୍କ ମଧ୍ୟରେ ତାଙ୍କ ବିଷୟ ରେ ସମ୍ୟକ୍ ଧାରଣା ମଧ୍ୟ ନାହିଁ। ଇତିହାସ ର କାଳ କୋଠରୀ ରେ ସ୍ଵାଧୀନତା ଏକ ବିରାଟ ଦୂର୍ଗ ହୋଇଥିଲେ ମଧ୍ୟ, ତାହାବି ଆଜି ଅସ୍ପଷ୍ଟ। କିଛି ଇତିହାସ ଏବଂ ତର୍କ କୁ ଅନୁଧ୍ୟାନ କଲେ ଜଣା ଯାଏ, ୧୯୪୭ ରେ ନୁହେଁ ୧୯୪୩ ଏକ୍ଟବର ୨୧ ରେ ଦେଶ ସ୍ୱାଧୀନ ଘୋଷଣା କରାଯାଇଥିଲା। ଆଉ ସେ ଘୋଷଣାକାର କେହି ନଥିଲେ, ସେ ଆମ ଓଡ଼ିଶା ର ବର ପୁତ୍ର ପ୍ରଚଣ୍ଡ ରାଷ୍ଟ୍ରବାଦୀ ସୁବାଷ ଚନ୍ଦ୍ର ବୋଷ । କିନ୍ତୁ ଇତିହାସ ବି ଆଜି ତାଙ୍କ ଭେଦ ପାଇନି। କାରଣ ସ୍ଵାଧୀନତା ର ଶ୍ରେୟ ତ କେବଳ ଜଣଙ୍କୁ ହିଁ ନେବାର ଥିଲା ନା। ଏହାକୁ ସମୀକ୍ଷା କଲେ ପ୍ରମାଣ ସ୍ୱରୂପ ଜାଣିବାକୁ ହେବ, ଯେ ଦେଶ ସ୍ୱାଧୀନ ସମୟରେ ପାକିସ୍ଥାନ ର ସୃଷ୍ଟି। ଆଉ ଭାରତ ପାକିସ୍ଥାନ ମଧ୍ୟ ରେ ସୀମା ନିର୍ଦ୍ଧାରଣ ସହିତ ଚେୟାର, ଟେବୁଲ୍ ମଧ୍ୟ ଭାଗ ହୋଇଥିଲା ଏବଂ ଯାହା କେବେବି ଗୋଟିଏ ଦିନରେ ସମ୍ଭବ ନୁହଁ। ୯ ମ ଶ୍ରେଣୀ ଇତିହାସ ରେ ବର୍ଣ୍ଣିତ ଅଛି ୧୭୩୯ ରେ ଶାହାଜାହାନ ଭାରତ ଆକ୍ରମଣ କରିଥିଲେ, କିନ୍ତୁ ତାଙ୍କୁ କିଏ ଏବଂ କେତେଥର ପରାଜିତ ଏବଂ ବନ୍ଦୀ କରିଥିଲେ, ତାହା ର ବର୍ଣ୍ଣନା ନାହିଁ। ଏହା କ'ଣ ଗଣତନ୍ତ୍ର ର ମର୍ଯ୍ୟାଦା କୁ କ୍ଷୁର୍ଣ୍ଣ କରୁନି ? ଭାରତୀୟ ହେବାର ସ୍ୱାଭିମାନ କୁ କୁଠାରଘାତ ହେଉନି? ବାବାର ଙ୍କ ପୁଅ ଆକବର, ଆକବର ଙ୍କ ପୁଅ ଜାହାଙ୍ଗୀର ସମସ୍ତେ ତାଙ୍କ ବଂଶ ପରିଚୟ ଜାଣିଥିବେ।କିନ୍ତୁ କେହି ଯଦି ପଚାରେ ରାଣା ପ୍ରତାପ ଙ୍କ ବଂଶ ପରିଚୟ କିମ୍ବା ପ୍ରୁଥିରାଜ ଅଥବା ଚନ୍ଦ୍ରଗୁପ୍ତ ଙ୍କ ବିଷୟରେ, ତାହା କହିବା ଅସମ୍ଭବ ପ୍ରାୟ। କାହିଁକି ନା ଆମ ଇତିହାସ ବୋଧେ ନିଜ ବୀର ଙ୍କ ବିରତ୍ଵ କୁ ବର୍ଣିବା ପାଇଁ କୁଣ୍ଠାବୋଧ କରିଛି। କାହାକୁ ବି କହିବା ସହଜ ହେବ ୧୪୫୩ ରେ କଂଷ୍ଟାଣ୍ଡିଙ୍ଗ୍ ନେପାଲ ଅଧିକାର, ୧୪୯୮ ରେ ଭସ୍କଡଗମା ଭାରତ କୁ ଜଳପଥ ଆବିଷ୍କାର କରିଥିଲେ। କିନ୍ତୁ ଭାରତ ର ଯୁଦ୍ଧ କୌଶଳ, ବାୟିଜ୍ଞାନିକତା ର ସଂସ୍କୃତି ଏହା ଆଜି କେବଳ କୁସଂସ୍କାର ପଲଟିଛି। ଶତ ଧିକାର୍ ସେ ବାମପନ୍ଥୀ ଏବଂ ତାଙ୍କ ଇତିହାସକାର ଙ୍କୁ, ଯିଏ ନିଜ ଅସ୍ତିତ୍ବ ପାଇଁ ଭାରତ ଅସ୍ତିତ୍ବ କୁ ଅସ୍ତଗାମୀ କରିଛନ୍ତି। କିଏ କେବେ ଶିଶୁ ଙ୍କୁ ଭଲ ପାଉଥିଲା କି ନାହିଁ ଜଣା ନାହିଁ। କିନ୍ତୁ ଏଠି ଶିଶୁ ଦିବସ ପାଳନ କରାଯାଉଛି। କିନ୍ତୁ ଦେଶ ପାଇଁ ଆଜ୍ଞା ହୋଇଯାଇଥିବା , ମୋହାନ ସ୍ଵାଧୀନତା ସଂଗ୍ରାମୀ ଙ୍କ ପାଇଁ କେବଳ ଛୁଟି ଦିନ। ଲଜ୍ୟା ଲାଗିବା କଥା ! କିନ୍ତୁ ଧନ୍ୟବାଦ୍ ଦେବାକୁ ଚାହିଁବି କେନ୍ଦ୍ର ସରକାର ଙ୍କୁ, ଯିଏ ଆଜି ଏହି ମହାନ ଦେଶପ୍ରେମୀ ଙ୍କ ଜୟନ୍ତୀ କୁ "ପରାକ୍ରମ" ଦିବସ ରୂପେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଇତିହାସ ପୃଷ୍ଠା ଖୋଲି ଦେଖିବ କେବଳ ମହାତ୍ମା ଗାନ୍ଧୀ ଏବଂ କେତେ ହାତଗଣତି ସ୍ଵାଧୀନତା ସଂଗ୍ରାମୀ ଙ୍କ ଉପରେ ଏତେ ବର୍ଣ୍ଣିତ ହୋଇଛି ଯେ, ସତେ ଯେମିତି ଦେଶ କେବଳ କିଛି ଜଣଙ୍କ ପାଇଁ ସ୍ୱାଧୀନ ହୋଇଥିଲା। ପ୍ରଶ୍ନ ଉଠେ ସେତେବେଳେ ବଡ଼ ବଡ଼ ବରିଷ୍ଟ ଥିଲେ ଆଉ ମହାତ୍ମା ଗାନ୍ଧୀ ମଧ୍ୟ ଜଣେ ବିଖ୍ୟାତ ବାରିଷ୍ଟର ଥିଲେ, ହେଲେ କାହିଁକି ସେତେବେଳେ ଚନ୍ଦ୍ରଶେଖର ଆଜାଦ୍, ଭଗତ ସିଂହ ଙ୍କ ପାଇଁ କେସ୍ ଲଢ଼ିନଥିଲେ। ଏହା କେଉଁ ପ୍ରକାର ଦେଶପ୍ରେମ !! ଦେଶ ପାଇଁ ବଳିଦାନ ଦେଇଥିବା କୋଟି କୋଟି ଦେଶ ଭକ୍ତ ଆଜି ଇତିହାସ ପୃଷ୍ଠା ରେ ଅନ୍ତର୍ଦ୍ଧାନ। କିନ୍ତୁ ବିଦେଶୀ ମାନେ ସସମ୍ମାନେ ପୃଷ୍ଠା ମଣ୍ଡନ କରିଛନ୍ତି।ଦେଶ ର ସମ୍ବିଧାନ କୁ ପରିଲକ୍ଷିତ କଲେ କୁହା ଯାଏ, ଯେ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। କିନ୍ତୁ କାହିଁ?? କେଉଁ ଆଧାର ରେ ଧର୍ମ ନିରପେକ୍ଷ କୁହାଯାଇ ପାରିବ। କୁହାଯାଏ ଯେ ସମ୍ବିଧାନ ନିୟମ ୩୦(A) ଅନୁସାରେ କେବଳ ନିର୍ଦ୍ଦିଷ୍ଟ ଧର୍ମ ର ଲୋକ ମାନେ ନିଜ ଧାର୍ମିକ ଶାସ୍ତ୍ର କିମ୍ବା ପୁସ୍ତକ ନିଜ ବିଦ୍ୟାଳୟ ରେ ପଢ଼ାଇ ପାରିବେ ନାହିଁ। କିନ୍ତୁ ଅନ୍ୟ ମାନଙ୍କୁ ଅଳ୍ପ ସଂଖ୍ୟକ ଦର୍ଶାଇ ତମାମ ଉନ୍ନତୀ ହେବ। ଯେତେବଳେ ଅନ୍ୟ ଧର୍ମ ର ଲୋକ ସଂଖ୍ୟା ବିଦେଶ ରେ ମାତ୍ରାଧିକ ଏବଂ ରାଷ୍ଟ୍ରାୟତ। କିନ୍ତୁ ସ୍ୱଦେଶୀ ଧର୍ମ ତଥା ପ୍ରାଚୀନ ଭାରତୀୟ ସଂସ୍କୃତି କୁ ପ୍ରତ୍ୟାଖ୍ୟାନ କରି ବିଲୁପ୍ତ କରିବା କ'ଣ ଏହା ଗଣତନ୍ତ୍ର ବିରୁଦ୍ଧ ରେ ନୁହେଁ।?? କେବଳ ନିର୍ଦ୍ଦିଷ୍ଟ ଧାର୍ମିକ ସ୍ଥଳ ରୁ ଟ୍ୟାକ୍ସ ନେବା ଏବଂ ଅନ୍ୟମାନଙ୍କୁ ଧାର୍ମିକ ଶିକ୍ଷା ପାଇଁଅନୁଦାନ ଦେବା, ଏହା କେଉଁ ଧର୍ମ ନିରପେକ୍ଷ ଗଣତନ୍ତ୍ର ର ଲକ୍ଷ୍ୟ। ୟୁ.ପି.ଏସି ଭଳି ସର୍ବ ଶ୍ରେଷ୍ଠ ପରୀକ୍ଷା ରେ ମଧ୍ୟ ଧର୍ମ ଅନୁସାରେ ସଂରକ୍ଷଣ କରିବା, ଏହା କ' ଗଣତନ୍ତ୍ର ର ସାର୍ଥକତାକୁ କ୍ଷୁର୍ଣ୍ଣ କରୁନି ??୧୯୯୦ ଜାନୁୟାରୀ ୧୯ କାଶ୍ମୀର ପଣ୍ଡିତ ଙ୍କୁ ଅତ୍ୟାଚାର ରେ ଦେଶର ସମସ୍ତ ସରକାର, ଗଣମାଧ୍ୟମ ଚୁପ୍। ଏ ପର୍ଯ୍ୟନ୍ତ ଅନେକ ଲୋକ ତା' ବିଷୟ ରେ ଅଜ୍ଞ ଏବଂ ସେମାନେ ନ୍ୟାୟ ପାଇଁ ଦୀର୍ଘ ଦିନ ଧରି ବ୍ୟାକୁଳ। ଏହା କେଉଁ ପ୍ରକାର ର ଗଣତନ୍ତ୍ର ? ଦେଶ ରେ ଏନ.ଆର୍.ସି, ସି.ଏ.ଏ ଏବଂ ଅର୍ଟିକିଲ ୩୭୦ ଓ ୩୫ ଏ କୁ ବିରୋଧ କରିବା ଏବଂ ସତ୍ତା ପାଇଁ ଦେଶ ମଧ୍ୟ ରେ ଦଙ୍ଗା ସୃଷ୍ଟି କରିବା ଏବଂ ବିଭ୍ରାନ୍ତି କରିବା, ଏହା କଣ ଗଣତନ୍ତ୍ରର ର ବିରୋଧ ରେ ନୁହେଁ ? ଦେଶ ସ୍ବାଧୀନ ସମୟ ଦେଶ ର ୯୫% ମୁସଲିମ, ମୁସଲିମ ଲିଗ୍ କୁ ଭୋଟ ଦେଇ ଧର୍ମଅନୁସାରେ ରାଷ୍ଟ୍ର ଗଢିଥିଲେ । ଯଦି ଧର୍ମ ଅନୁସାରେ ରାଷ୍ଟ୍ର ଭାଗ ହେଲା, ତ ଭାରତ ର ଅନ୍ୟ ଭାଗ ବି ଧର୍ମ ଭିତ୍ତିକ ରାଷ୍ଟ୍ର ହେବା ଉଚିତ୍ ଥିଲା। ମୋହାନ ଅହିଂସାପୂଜାରୀ କ'ଣ ବିରୋଧ କରିନଥିଲେ??
     ତମାମ ସମୀକ୍ଷା କୁ ନେ଼ଇ ଜଣା ଯାଏ ଯେ, ଅନେକ ପ୍ରକୃତ ଇତିହାସ ଚକ୍ରାନ୍ତ ର କାଳ ଗର୍ଭ ରେ ବିଲୁପ୍ତ ହୋଇଛି। ଯେ ପର୍ଯ୍ୟନ୍ତ ଜଣେ ନିଜ ଦେଶ ର ଅସ୍ତିତ୍ବ କୁ ଜାଣିନି, ସେ ପର୍ଯ୍ୟନ୍ତ ଗଣତନ୍ତ୍ରର ର ମୂଲ୍ୟବୋଧ ଉପଲବ୍ଧି ହେବ ନାହିଁ। କାରଣ ନିଜ ମୂଳ ଙ୍କ ପରିଚୟ ବିନା ବଞ୍ଚିବା ଆତ୍ମଦାହ ସହିତ ସମାନ। ତେଣୁ ସରକାର ଙ୍କୁ ନିବେଦନ, ଦେଶ ର ପ୍ରକୃତ ଇତିହାସ କୁ ସାମ୍ନା କୁ ଅଣାଯାଉ। ଦୁଃଖ ଲାଗେ ଓଡ଼ିଆ ଅଷ୍ଟମ ଶ୍ରେଣୀ ର ଇତିହାସ ବହିର ପ୍ରଚ୍ଛଦ ପୃଷ୍ଠା କୁ ଦେଖି। ଯେଉଁଠି ଦେଶଭକ୍ତ ଙ୍କ ମେଳ ରେ ସୁବାଷ ଚନ୍ଦ୍ର ବୋଷ ଙ୍କ ସ୍ଥାନ ନାହିଁ। ଶତ ଧିକାର ଏ ବ୍ୟବସ୍ଥା ଏବଂ ଗଣତନ୍ତ୍ରର ର ପ୍ରହସନ କୁ, ଯେଉଁଠି ମଉଳି ଯାଆନ୍ତି ଅନେକ ସୁଗନ୍ଧିତ ପୁଷ୍ପ ଏବଂ ଲିଭିଯାଏ ଅମ୍ଳାନ ଇତିହାସ।
   "ଦେଶ ର ଇତିହାସ ହିଁ ଭବିଷ୍ୟ ଗଢେ" ତେଣୁ ପ୍ରତ୍ୟେକ ଭାରତୀୟ ଙ୍କୁ ନିବେଦନ। ସ୍ୱୋର ଉଠୁ ପରିବର୍ତ୍ତନ ର.... ।

     ଦେବାଶିଷ ରାଉତ,ନୀଳଗିରି ବାଲେଶ୍ଵର

जीवन बहती नदिया सा हो

जन्म हो जैसे नदी का उगम

धरती मां की उदर से

निकलता शुद्ध पानी का झरा ।

निर्गुण, पवित्र, सहज

दैवीय और मासूम ।

बचपन हो नटखट, चंचल

खिलखिलाती बहती धारा ।

उछल कूद से भरा

पहाड़ों जंगलों से गुजरता

झूमती बेलाओं के संग ।

कहीं घने पेड़ों की छाया में,

तो कहीं मन लुभावने 

झरनों सी काया में ।


कई स्वजन मिले, 

जीवन की राह में ।

जैसे असंख्य धाराएं मिलती,

बहते प्रवाह में ।

जब तक उभरते है ,

पहाड़ों से खेत खलिहानों में ।

बदलाव आए जीवन में,

जैसे ठहराव, प्रवाह में।

मानो हुआ हो परिवर्तन,

बचपन का यौवन में ।

अपनेही धुन में सवार,

 निर्भय नैसर्गिक सुंदरता,

 संगम की ओर बढ़ती धारा ।

 जीवन साथी पाने को बेकरार ,

 मानो प्रयाग दो नदियों का,

 वैसे ही संगम हो, दो जीवन का ।


प्रौढ़ावस्था का आगमन ऐसा हो 

जैसे बहती नदियां, खुद सम्हलते, 

 सबको संवारते, सम्हालते,

खेत, खलिहान, हरीयाली

मछलियां, रंग-बिरंगी 

सांप बिच्छू घड़ीयाल 

जिव-जंतू, पक्षी, प्राणी, 

पूरी सृष्टि निखारती

ना धर्म, ना जात-पात, 

ना वर्ग भेद, ना वर्ण भेद,

सभी की तॄष्णा बुझाती 

सतह पर शांत, भीतर समेटे, 

भूतल का उतार चढ़ाव, 

अनगिनत बाधाये

सबको लिए साथ, अविरांत,

बह निकली गंगा की धारा।

जीवन भी हो,  ऐसा,

मानो गहरे नदी का‌ प्रवाह

सरल, शांत, बहता,  

खेतों खलिहानों के बीच 

जैसे बहते नदी की प्रावस्था ।


जीवन का उत्तरार्ध हो जैसे

नदी करती प्रचंड विस्तार 

अपरिमित यादों को गर्भ में समेटे,

भव्य‌ और विशाल, 

निकली समुद्र की ओर 

करने संपूर्ण समर्पण, 

अथाह अपरिमित सागर में।

जीवन का प्रवाह भी हो वैसे ही

सतह शांत, गंभीर, परिपक्व

मन भव्य, चित्त विशाल

अंतिम सांस तक, मानो

करने संपूर्ण समर्पण,

अग्रसर, अनंत की ओर

निर्गुण निराकार अंबर में।।

 

***

कर्नल वसंत बल्लेवार
वसंत आरबी


#LiveLikeRiver #River #Life #Childhood #youth #Death #paramatma #sangam #confluence  #flowingriver #infinity #anant  #vasantrb #vasantballewar

ଉତ୍କଳ ମାତାର ବୀର ସୁତ

ଡ. ପ୍ରିୟମ୍ବଦା ସାମଲ

  ଏ ଦେଶର ଇତିହାସେ
ଲେଖା ଯାର ନାମ ସ୍ବର୍ଣ୍ଣାକ୍ଷରେ
ଉତ୍କଳ ର ବୀର ପୁଣି
ଜଗନ୍ନାଥଙ୍କ ସେବକ
ସିପାହୀ ବିଦ୍ରୋହ ର
ବୀଜ ବପକ
ସେ ଆଉ କେହି ନୁହେଁ
ଚନ୍ଦନ ହଜୁରୀ
 ହାତରେ ତୁଳସୀ ଚନ୍ଦନ
         ଦୟଣାରମାଳ,
ଜଗନ୍ନାଥ ଙ୍କ ସେବକ
ପୁଣି ବଂଶାନୁକ୍ରମିକ
ଅସହାୟ ଝାନ୍ସୀ ରାଣୀ ଙ୍କ
ଚିଠି ପାଇ, ତୁଳସୀ ଚନ୍ଦନ
ହସ୍ତରେ ସାଜିଲା ରକ୍ତ ପିପାସୁ
ଶାଣିତ   ତରବାରୀ, 
ଶତ୍ରୁ ସଂହାର ପାଇଁ
ବଜ୍ର ଶପଥ
ଶତ ସିଂହ ର ବଳ, 
ଛାତି ତଳେ ଜଳିଥିଲା
ଲେଲିହାନ ଶିଖା
ଉତ୍କଳ ମାତାର ବୀର ସୁତ
ସେ ଚାଖି ଖୁଣ୍ଟିଆ
ସିପାହୀ ବିଦ୍ରୋହ ର
ବୀଜ ବପନ କରି
ନାନା ସାହେବ, ତାତ୍ଯା ଟୋପେ
ମଙ୍ଗଳ ପାଣ୍ଡେଙ୍କ  ସାଥେ ମିଶି
ଜଳାଇଲେ ବିଦ୍ରୋହ ର
ଲେଲିହାନ ଶିଖା
ପୁରୀରେ ଜନମୀ
ଜଗନ୍ନାଥ ସେବି
ଦେଶ ମାତ୍ରୁକାର
ପଦ ବନ୍ଦୀ,  ଧନ୍ଯ
ଚାଖି! ତୁମ୍ଭ ଜନ୍ମ ଶୁଭଲଗ୍ନେ
 ଅମର ହେ  ତୁମ୍ଭେ 
ଉତ୍କଳ ଭୂୁବନେ।
ଜବାହର ନବୋଦୟ ବିଦ୍ଯାଳୟ ଗଜପତି।

ସମୟ

କବି ସୌରଭ
ବୈଜୟନ୍ତୀମାଳା ମହାପାତ୍ର

ସମୟ ଚକ୍ରରେ ଘୂରେ ସାରା ସଂସାର
ବିପଦେ ଆପଦେ ଅବା ସଙ୍କଟେ ଘୋର ll
ଅଟକିନି କେବେ ସିଏ ବିଶ୍ରାମ ନେଇ
ସୁଖେ ଦୁଃଖେ ଅବିରତେ ସିଏ ଚାଲଇ ll
ଅପେକ୍ଷା କାହାକୁ କେବେ ନକରି ସିଏ
ଧିରେ ଚାଲି ସମୟର ଗୁରୁତ୍ଵ କହେ ll
ଧରାରେ ତାହାରି ସଙ୍ଗେ ଯିଏ ଚାଲିଛି 
ସଫଳ ମଣିଷଟିଏ ସିଏ ହୋଇଛି ll
ତେଣୁ ସମୟକୁ ଦେଖି କର୍ମ କରିଲେ
ବିପଦ ଜୀବନୁ ସଦା ଟଳିବ ଭଲେ ll
ସମୟକୁ ହତାଦର ଯିଏ କରିଛି
ମୂଲ୍ୟବାନ ସମ୍ପଦକୁ ସିଏ ହାରିଛି ll
ସମୟଠୁ ବଡ଼ କେହି ଜଗତେ ନାହିଁ
ଜିଣିନି କେ ଜିଣିବନି ତାହାକୁ ଭାଇ ll
ତେଣୁ ସଦା କର ତାର ସଦୁପଯୋଗ
ସୁଖ, ଶାନ୍ତି ,ଶିରୀ ହେଵ ତୁମରି ଭାଗ ll

      ଫୁଲବାଣୀ,କନ୍ଧମାଳ
***********************

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ... 
ମନ୍ଦିର ମାଳିନୀ 
ଧର୍ମ ପରାୟଣୀ 
ଜନନୀ ଜନନୀ ଜନନୀ... 
ବନ୍ଦେ ଉତ୍କଳ ଜନନୀ... 
ଶାନ୍ତି ପ୍ରଦାୟିନୀ ମଙ୍ଗଳ କାରିଣୀ 
ଶତ୍ରୁ ବିନାଶିନୀ ଅଭୟ ଦାୟିନୀ 
ସ୍ନେହ ରଙ୍କୁଣୀ ତୁହି ଉତ୍କଳ ବାସିନୀ 
ଜନନୀ ଜନନୀ ଜନନୀ.. 
ବନ୍ଦେ ଉତ୍କଳ ଜନନୀ... 
କଳ କଳ ବହିଯାଏ ନିର୍ମଳ ତଟିନୀ 
ଖେଳେ ସୁନାର କ୍ଷେତ ହସେ ତରଣି 
ଭୋକ ତୃଷ୍ଣାର ତୁ ତରତ ହାରିଣୀ 
ଜନନୀ ଜନନୀ ଜନନୀ... 
ବନ୍ଦେ ଉତ୍କଳ ଜନନୀ.... 
ଶୋଭା ବିମୋହିନୀ ଭିନ୍ନକ୍ଷମ ପାଳିନୀ 
ଜନ ହିତ କଲ୍ୟାଣୀ ବିପଦ ଭଞ୍ଜନୀ 
ଏ ମାଟିର ତୁହି ସଦା ବୀର ପ୍ରସବିନୀ 
ଜନନୀ ଜନନୀ ଜନନୀ.... 
ବନ୍ଦେ ଉତ୍କଳ ଜନନୀ..... 
ବନ୍ଦେ ଉତ୍କଳ ଜନନୀ...... 
•••••••••••••••••••••••••••••••••••••
ସୁକାନ୍ତ କୁମାର ନାୟକ (ଶିକ୍ଷକ)
ନୁଣପଡା ଶାସନ, ଗଞ୍ଜାମ

ମାଆ ଆଦିଶକ୍ତି

ହରିହର ଭୂକ୍ତା

  ଭୂଧର ବେଷ୍ଟିତ  ଗିରିଧର ପ୍ରସାଦ
          ହିନ୍ଦୋଳ ଗଡର ଗ୍ରାମ
   ମାତା ଆଦିଶକ୍ତି    ଅନାଦି ପୁରୁଷ
          ପବିତ୍ର ତାଙ୍କର ଧାମ
        ମହୀରେ କେ' ତାଙ୍କ ସମ
  ବଡ ଜୋଡା ନଦୀ ଚରଣ ପଖାଳେ
        ସବୁଜିମା ଭରା ଗ୍ରାମ ।

  ପାହାଡ ଚୁଡାରୁ       ରବିଙ୍କର କର
         ସ୍ପର୍ଶ କରେ ଯେବେ ମାଟି
  ସବୁଜ ବନାନୀ        ନୃତ୍ୟ ରଚୁ ଥାଇ
         ଯେହ୍ନେ ଝଟକଇ ମୋତି
         କାହା ମନେ ନାହିଁ ଭିତି
ଗ୍ରାମର ପ୍ରାନ୍ତରେ      ବଡଜୋଡା ତୀରେ
          ପୂଜିତା ମାଆ ଆଦିଶକ୍ତି  ।

  ନବ କିଶୋର     ମଦରାଜ ଦେବ
          ଧର୍ମ ପରିୟଣ ରାଜା
  ଅଲେଖ ଧର୍ମରେ    ଦୀକ୍ଷିତ ହୋଇଲେ
         ସୁଖେ ପାଳୁଥିଲେ ପ୍ରଜା
         ତାଙ୍କ ସମ କେ ମନୁଜା  ( ମଣିଷ)
       ସେହି ସମୟରୁ ଆଦିଶକ୍ତି ମାତା 
            ପାଉଛନ୍ତି ଏଠି ପୂଜା  ।

  ଗିରି ଝର ନାମ      ଅପଭ୍ରଶଂ ହୋଇ
            ଗାଁ ' ଗିରିଧର ପ୍ରସାଦ
   ବୁଢୀ ପରବତ     ବେଢି ରହିଅଛି
          ମିଳେ ତାଙ୍କ ଆର୍ଶିବାଦ
           ପୂର୍ବରୁ ଅଛି ପ୍ରବାଦ
  କାହ୍ନୁ ପଟ୍ଟନାୟକଙ୍କୁ ସ୍ବପ୍ନ ହୋଇଥିଲା
           ଗ୍ରାମର ପଶ୍ଚିମ ଦିଗ  ।

  ଗ୍ରାମ ଚଉପାଢୀ      ପଶ୍ଚିମ ଦିଗରେ
          ମୃତିକା ମଧ୍ୟେ ମୁ' ଅଛି
  ଯାଅ ବେଗେ କାହ୍ନୁ   ଆରମ୍ଭ ଖନନ
           ଆର୍ଶିବାଦ ଦେଉଅଛି
           ନିଦ୍ରା ତେଜ ଆଜ୍ଞା ଅଛି
   ଆଦି ଅନାଦିଙ୍କ ସ୍ବପ୍ନ ଆଜ୍ଞା ନେଇ
           କାହ୍ନୁ ବାବୁ ଧାଇଁ ଛନ୍ତି   ।

  କାହ୍ନୁ ବାବୁ ଯାଇ     ଆରମ୍ଭି ଖନନ
            ନ' ମିଳିଲା ଆଦି ଅନ୍ତ
  ଦୁଃଖିତ ମନରେ      ଗୃହକୁ ଫେରିଲେ
          ହୋଇ କେତେ ହନ୍ତ ସନ୍ତ
            ଦିବସର ହେଲା ଅନ୍ତ
    ଯାମିନୀ ପ୍ରବେଶି ମଧ୍ୟ୍ୟ ରାତ୍ରି ହେଲା
            ସ୍ବପ୍ନ ହେଲାନାହିଁ ସତ୍ୟ  ।

  ମଧ୍ୟ୍ୟ ରାତ୍ରେ ପୁଣି     ସପନ ହୋଇଲା
            ଶୁଣ ପଟ୍ଟନାୟକ ପୁଅ
  ରାଜା ସେବାକାରି    ସନିଆଁ ବାରିକ
         ପାସେ ବେଗେ ତୁମେ ଧାଅଁ
         ମୋର ବାର୍ତ୍ତା ଯାଇ କୁହ
     ମୋହରି ସ୍ବରୁପ ସନିଆଁ ଦେଖିବ
        କାଳିସିରେ ହେଲେ ମୋହ  ।

  ଜନ ସମାଗମେ   ଆସିଲା ସନିଆଁ
            ଧରିଲା ହସ୍ତେ ଶାବଳ
  କାଳିସି ମୋହରେ    ବଡଜୋଡା ତୀରେ
         ଛେଦ କରିଲା ଶାବଳ
         ମୃତ୍ତିକା ଗର୍ତେ ଶାବଳ
   ଶାବଳ ଯାଇଣ ସ୍ପର୍ଶ କଲା ମୂର୍ତ୍ତି 
        ଭଗ୍ନ ଆଦିଶକ୍ତି ଚୁଳ ।

 ଧନ୍ୟ ହେଲା ମାଆ    ଗିରିଧର ପ୍ରସାଦ 
        ଲଭି ତୋ ' କରୁଣା ବାରି
 ସେହି ଦିନ ଠାରୁ    ପୂଜା ପାଉ ମାଆ 
         ଆଶିଷ ପଡୁଛି ଝରି 
         ଦୁଃଖ କଷ୍ଟ ଦୁର କରି
ଭକତି ଭାବରେ ଗୁହାରି ଯେ କରେ
         ବେଦନା ଦୁର ତାହାରି  ।

ପ୍ରକୃତି କୋଳରେ    ପ୍ରକୃତି ପୁରୁଷ 
        ଆଦି ଅନାଦି ମିଳନ 
ବଡଜୋଡା ନଦୀ     ଚରଣ ପଖାଳେ
        ଭକତଙ୍କ ସମାଗମ 
        ମେରୁ ପର୍ବ ବଡ ପୁଣ
  କେତେ ଗୁହାରିଆ ଭକତ ଆସନ୍ତି
        ଆଦିଶକ୍ତି କୃପା ଧନ୍ୟ ।

ରାକସ,ତାଳଚେର, ଅନୁଗୋଳ

ସାଧାରଣ ତନ୍ତ୍ର ଦିବସ

ଶକ୍ତିଦା ବିଷୋୟୀ

ସ୍ବାଧୀନ ଭାରତ ସାଧାରଣ ତନ୍ତ୍ର
ସୌଭାଗ୍ୟ ସେହି ଦିବସ
ଜାନୁଆରୀ ମାସ ଛବିଶ ତାରିଖ
ଉଣିଶିଶହ ପଚାଶ।।
ଆମ ଦେଶ ଆମ ହାତେ ଚଳାଇବା
ସମ୍ବିଧାନ ନିର୍ଦ୍ଧରିତ
ଶ୍ରେଷ୍ଠ ରାଷ୍ଟ୍ର ଆମ ସାର୍ବଭୌମ ତନ୍ତ୍ର
ଏକତା ମନ୍ତ୍ର ଭାରତ।।
ଅମ୍ବେଦକରଙ୍କ ସୁ ବାଚାର ଭରା
କଲେ ସମ୍ବିଧାନ ସ୍ଥିର
ନିତି ପ୍ରଣୟନ କରି ଶିରୋଧାର୍ଯ୍ଯ
କାର୍ଯ୍ଯକାରି ଭାରତର।।
ଭାରତର ବାସୀ ମନ ମୁଗ୍ଧେ ଖୁସି
ମୁକ୍ତିର ସଙ୍ଗୀତ ଗାଇ
ବୀରତ୍ବର ବାଜା ସ୍ବାଧୀନତା ଧ୍ବଜା
ଆକାଶେ ଉଡ଼ାଇ ଦେଇ।।
ତ୍ରୀରଙ୍ଗାର ଧ୍ବଜା ଉଡେ ଫର ଫର
ଧର୍ମ ଧୌର୍ଯ୍ଯ ବୀରତ୍ବରେ
ସାଧାରଣ ତନ୍ତ୍ର ବୀର ଆମନ୍ତ୍ରଣ ଗଣତନ୍ତ୍ର ପ୍ରୀତି ଭରେ।।
ଶାନ୍ତି,ମୌତ୍ରୀ ପ୍ରୀତି ସମୃଦ୍ଧି ବିଶ୍ବାସ
ଏକତାର ସୁରେ ସୁରେ
ସଙ୍ଗଠନ ଶକ୍ତି ଏକତାର ମୁଷ୍ଠି
ଶତ୍ରୁ ଜୟ କରି ପାରେ।।
ମାତୃଭୂମି ଆମ ଭାରତ ଜନନୀ
ଦୁନ୍ଦୁଭି ବିଜୟ ଗାଥା
ଦେଶର ସୁରକ୍ଷା ଆମେ କରିବାରେ
ନଇଁ ବନି ଆମ ମଥା।୍
ତ୍ରୀରଙ୍ଗା ଦିଅଇ ମହାନ ପ୍ରେରଣା
ନାରଙ୍ଗୀ ରେ ପ୍ରୀତି ପୂଜା
ସଫେଦରେ ବ୍ରତୀ ସବୁଜରେ ଶାନ୍ତି
ତ୍ରୀରଙ୍ଗା ଜାତୀୟ ଧ୍ବଜା।।
ତ୍ରୀରଙ୍ଗା ଜାତୀୟ ଧ୍ବଜା।।
  ଭାରତ ମାତା କୀ ଜୟ
   ସୋରଡା, ଗଞ୍ଜାମ୍

ନୀରବତା

ନିର୍ମଳ ନାୟକ 
(କବିତା )
******* 

ଚୁପଚାପ,ଗୁମ୍ ସୁମ୍ ଓ ନୀରବତା... 
ଲମ୍ବିଯାଉଥିବା ସମ୍ପର୍କର ଦୂରତା...
ମନରେ ଅସୁମାରୀ ଅହେତୁକ ଚିନ୍ତା.. 
ବଖାଣେ ଏକ  ଅବ୍ୟକ୍ତ କଥା  !! 

ହସୁଥିଲି, ବାହାରକୁ ପରନ୍ତୁ ଦୁଃଖି... 
ସାହା ନାହିଁ କେହି ନିରିମାଖି... 
ଅସହାୟ ମଣୁଛି ନିଜକୁ ସେ ସାକ୍ଷୀ.. 
ବିଶାଳ ସଂସାର ପାଏ ନାହିଁ ଆଖି !! 

ବିଷାଦ ର ବିଷ ପିଇ ବଂଚିଛି ବଞ୍ଚିବି...
ତୁମ ନୀରବତା ନୀରବେ ସହିବି.. 
ଟିକେବି ଅଭିଯୋଗ କାହିଁକି  କରିବି... 
ଅସହାୟତାର ମନ୍ତ୍ର ଜପ କରିବି !! 

ସହିବାକୁ ଶକ୍ତି ଦିଅ ପ୍ରଭୁ ଆଦିମୂଳ.. 
ଭଵ ଦରିଆରେ ପାଏନି କୁଳ... 
ମଝିରେ ନାଆ ନା ଏକୁଳ ନା ସେକୁଳ.. 
ରକ୍ଷାକର ପ୍ରଭୁ ହେ ମହାକାଳ !! 

ଏହାର ପରିସମାପ୍ତି ପ୍ରାୟ ଅବଶମ୍ଭାବୀ.. 
ତଥାପି  ମୁହିଁ ଟିକେ ଆଶାବାଦୀ... 
ଗୁହାରି  ମୋ ନିଶ୍ଚୟ ଶୁଣିବେ  ଅନାଦି.. 
ନୀରବତା ପୁରା ହୋଇବ ମିଆଦି  !! 

151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 

ସ୍ବାଧୀନତା ଦୀବସ

ଆଶା ଉଦ୍ଧିପନା ର  ମହକ ଧରି ଆସିଥିଲା  ଆଜିର ଦିନ।
ଘନ କୁହୁଡି ଭିତରେ ବୁଡି ରହିଥିଲା ଝାରସୁଗୁଡା ସହର।ଶିଶୁ ସୂରୁଜ କଅଁଳ କିରଣ ବିଞ୍ଛି ଉଠି ଆସୁଥିଲେ ପୂର୍ବ ଆକାଶ ମଥାନରେ।ଶିରି ଶିରି ଶୀତଳ ପବନରେ ଶୀହରି ଉଠୁଥାଏ  ଲୋମସବୁ।
ଗୋଟିଏ ଜାଗାରେ ଧୁନିଟିଏ ଜାଳି ଗାଁର ଶିଶୁ ବୋହୁ
ବୃଦ୍ଧ ବୃଦ୍ଧା କେତେଜଣ ନିଆଁ ପୋଉଥିଲେ  ରାସ୍ତା କଡରେ।ସହରରୁ ଗାଡିଟିଏ ଆସି ସେଠି ଅଟକିଲା।
ଓହ୍ଲାଇ ଆସିଲେ ସେ ଭିତରୁ କେତେଜଣ ସହରୀ ଭଦ୍ରଲୋକ।ହାତରେ ଧରିଥିଲେ ମାଇକ୍ ଗୋଟେ।ବୋଧହୁଏ ସାମ୍ବାଦିକ ଥିଲେ ସେମାନେ।ସେମାନଙ୍କ ଭିତରୁ ଜଣେ ପାଞ୍ଚଛଅ ବର୍ଷର ଶିଶୁଟିକୁ ପଚାରିଲେ
ଆଜି ଜାନୁୟାରୀ ଛବିସ ସାଧାରଣ ତନ୍ତ୍ର ଦୀବସ।ତୁମେ ୟା ବାବଦରେ କଣ ଜାଣ?
ପିଲାଟି ଭୟାତୁର ହୋଇ ମାଆ ଆଡକୁ ଅନେଇଲା।
ତା ମାଆ କହିଲା ଡରିବାର କିଛି ନାଇଁ ଯାହା ଜଣିଛୁ
ନିର୍ଭୟରେ କୁହ।ପିଲାଟି ଦ୍ବିତୀୟ କ୍ଲାସର ଛାତ୍ର।
ସେ କହିଲା ଏହି ଦିନ ଆମକୁ ଆମ ବିଦ୍ୟାଳୟରେ 
ବୁନ୍ଦିସେଓ ଖାଇବାକୁ ମିଳେ କାରଣ ଏ ଦିନ ଭାରତ ସ୍ବାଧୀନ ହୋଇଥିଲା।ଆମେ ପତାକା ଧରି ଗାଁ ପରିକ୍ରମା କରୁ ଶିକ୍ଷୟତ୍ରୀ ମଝି ମଝିରେ ଯାହା  ଶ୍ଲୋଗାନ ଦିଅନ୍ତି ଆମେ ପାଳିଆ ଧରୁ ଜୟ ଜୟ କହୁ।
ସେ ଦିନଟା ଆମକୁ ଛୁଟି ମିଳେ ବୋଲି ଖୁସି ଲାଗେ।
ଏବେ ଭଦ୍ରଲୋକ ତା ମାଆକୁ ପଚାରିଲେ ତୁମପାଇଁ ଏ ଦିନର ମହତ୍ବ କଣ?
ସ୍ତ୍ରୀ ଲୋକଟି କହିଲା  ମୋ ପାଇଁ ଏ ଦିନ ଓ ଅନ୍ୟ ଦିନ ଭିତରେ କିଛି ଫରକ ନାହିଁ।ଏ ଦିନ ଆମ ଦେଶ ସ୍ବାଧିନ ହେଇଥିଲା।ହେଲେ ଆମେ ତ ଆଜ ବି ପରାଧୀନ ।ଘରେ ସ୍ବାମୀ ଶାଶୁ ଶଶୁରଙ୍କ ଶାସନ ।କାମ ଜାଗାରେ ମାଲିକର ଶାସନ।ଅଫିସରେ ଅଫିସରଙ୍କ ଶାସନ।ତାଙ୍କ ବିନା ଆଦେଶରେ ଆମ ଜୀବନ ଏପଟ ସେପଟ ଇଞ୍ଚେ ବି ଘୁଞ୍ଚେଇବାର ଆମର
ଅଧିକାର ନାହିଁ।
ଆଗବି ଖଟିଲେ ଖାଉଥିଲୁ ଏବେବି ଖଟିଲେ ହିଁ ଖାଉଛୁ।
ଏବେ ବୁଢୀ କୁ ପଚାରିଲେ ଭଦ୍ରଲୋକ ।
ବୁଢୀ କହିଲା ମୋର ଜାଣିବାରେ ଆମ ଭାରତ ଏହି ଦିନ ସ୍ବାଧିନ ହୋଇଥିଲା।ସେତେବେଳେ ଇଂରେଜଙ୍କ ଅତ୍ୟାଚାର ଚାଲିଥିଲା ଏବେ ନେତା ମହାଜନଙ୍କର ଚାଲିଛି।ଆଜିବି ଆମେ ନୀରକ୍ଷର  ରହିଛୁ।ଖାଲି ଏତିକି ଫରକ ସେତେବେଳେ ଆମେ ଖଟି ଖଟି ଖାଉଥିଲୁ ଓ ନୀରୋଗ ରହୁଥିଲୁ।ଆଉ ଏବେ ମାଗଣା ଚାଉଲ ଖାଇ ଅଳସୁଆ ରୋଗଗ୍ରସ୍ତ ହେଉଛୁ। ପୁରୁଷ ମାନେ ମାଗଣା ଭତ୍ତା ପାଇ ମଦ କୁସୁନା ପିଇ କୁଳ ବେଉଷା ଛାଡିଦେଲେଣି।ସ୍ବାଧିନତା ପରେବି ଆମ ଝିଅବୋହୁଙ୍କ ଇଜ୍ଜତ ଲୁଟୁଛି।ତେବେ ଆଗ ଆଉଏବେ ଭିତରେ ଫରକ କଣ?ଆମପାଇଁ ସ୍ବାଧିନତାଦିବସ ର କିଛି ମାନେ ନାହିଁ।
ବାବୁମାନେ ତା ଉତ୍ତର ଶୁଣି ମୁହଁ ଶୁଖାଇଦେଲେ।ବୋଧହୁଏ ସେମାନେ ଏମାନଙ୍କଠୁ ଅଲଗା କିଛି ଶୁଣିବାକୁ ଇଚ୍ଛା ରଖି ଥିଲେ।
ମାଧବୀ ପଟେଲ।

ବୟସର ଅପରାହ୍ନ

ବୟସର ଅପରାହ୍ନ
ବତାଏ ଆମକୁ।
ବୁଣିଲେ ଦାଇଲେ କେତେ
ମିଳିଲା ଆମକୁ।
ଜୀବନର ପ୍ରତିକ୍ଷଣ
ଆୟୁଷ ଲଗାଇ।
ଗଢିଥିଲେ ସଂପର୍କକୁ
ଭାବ ପୁଟ ଦେଇ।
ନିଜ ସୁଖ ପଛ କରି
ଗଢିଲେ ସଂପର୍କ।
ସମସ୍ତଙ୍କୁ ଖୁସି କଲେ
ଭାବି ନିଜ ଲୋକ।
କର୍ତ୍ତବ୍ୟକୁ ଆଗ କରି
ସୁଖ ତ୍ୟାଗ କଲେ।
ନିଯେ ଭୋକ ଦୁଃଖ ସହି
ସୁଖ ବାଣ୍ଟିଦେଲେ।
ବୟସର ଅପରାହ୍ନେ
ଆମେ ଦୁହେଁ ଏକା।
ଶୂନ୍ୟ ଏଇ ଚାରିକାନ୍ଥ
କେବଳ ପ୍ରତୀକ୍ଷା।
ମାଧବୀ ପଟେଲ।
ଝାରସୁଗୁଡା।

କବିତାର ଶୀର୍ଷକ - ଶେଷ ସମ୍ବର୍ଦ୍ଧନା ସାମନ୍ତ ଦେଲେ

  ଦୋଳ ଆସିଥିଲା ରଙ୍ଗେଇବାକୁ ରଙ୍ଗରେ
ରଂଗଦେଇଗଲା ଆଖିର ଲୁହରେ ଲୁହରେ
ଧୀରେ ଧୀରେ ପାଦ ଅବଶ ହେଇ ଗଲା ମୋର
ଶୋକର ବାର୍ତ୍ତା ଶୁଣି ଶୁଭ ସକାଳରେ  ।
ଅରବିନ୍ଦ ଆଉ ନାହାନ୍ତି ମର୍ତ୍ତର ଗାୟକ ହୋଇ ,
ଆସିଛି ନିମତ୍ରଣ ସ୍ବର୍ଗକୁ ଯିବାଲାଗି  ।
ଦୁଃଖଦ ସମ୍ବାଦ ଦୁର ଦର୍ଶନରେ ଦେଖି
ଧର୍ଯ୍ୟ ରହୁନାହିଁ ହୃଦୟରେ ଛାତି ଯିବ ଫାଟି ।
ଶେଷ ସମ୍ବର୍ଦ୍ଧନା ସାମନ୍ତ ଦେଲେ
ସ୍ୱରାରବିନ୍ଦଙ୍କୁ ଭଜନ ଗାଈବାକୁ କହୁଥିଲେ  ।
ମଞ୍ଚରେ ମଞ୍ଚରେ ଭଜନ ପରିବେଷଣ କରି
ଭକ୍ତିରସରେ ସହସ୍ର ଦର୍ଶକଙ୍କୁ ବିମୋହିତ କରୁ ଥିଲେ  ।
ଯମରାଜଙ୍କ କଠୋର ହୃଦୟ ଜାଣିଲେ
ସବୁରି ସ୍ନେହରେ ଶ୍ରୀ ଅରବିନ୍ଦଙ୍କ ମୃତୁ ପରେ  ।
ଫଗୁଣର ଫଗୁ ଉତ୍ସବରେ କାନ୍ଦି କାନ୍ଦି ମୁଁ,
ମୁଠାଏ ଫଗୁ ବୋଳି ଦେଲି ତାଙ୍କ ମର ଶରୀରକୁ  ।
ବିଦାୟ ନେଇ କୋକେଇ ରେ ସୋଇ ଯାଉ ଯାଉ
ସିଂହ ଦୁଆରେ ଅଟକ ଗଲେ ଛାମୁକୁ ଦେଖିବାକୁ   ।
ଶେଷ ସମ୍ବର୍ଦ୍ଧନା ସାମନ୍ତ ଦେଲେ 
ଛାମୁଙ୍କର ଯେତେ ମହିମା ଭଜନ ରେ ଗାଉଥିଲେ  ।
ସ୍ମରଣୀୟ ହେଲା ସୁନ୍ଦର ଓଡ଼ିଶା ବୁକୁରେ
ହୋଲି ଆସି ଆସାଢ଼ୁଆ ପାଣି ଆଖିଲୁହ କଲା  ।
ବରଣ୍ୟ ବରପୁତ୍ର ଅମୃତ କଣ୍ଠ ଶିଳ୍ପୀଙ୍କର
ଶବ ଯାତ୍ରା ସମଗ୍ର ସଡ଼କ ଲୋକାରଣ୍ୟ ହେଲା   ।
ମଞ୍ଚ କହୁଛି ,ପଥ କହୁଛି ଘେନି ଯାଉଛ କୁଆଡେ,
ଆମର ପ୍ରିୟ ଭଜନ ଗାୟକ ମହାଶୟଙ୍କୁ ।
ଯାଉଛ ଯାଅ, ହେ ଜନତା ଶ୍ରୀକ୍ଷେତ୍ର ଆଭିମୁଖେ
ହଲଦୀଗୁଆ ନୀମତ୍ରଣା ରହିଲା ନୁଆଁ ଜନମରେ ଭଜନ ଗାଇବାକୁ ।
ଶେଷ ସମ୍ବର୍ଦ୍ଧନା ସାମନ୍ତ ଦେଲେ
ଶେଷ ଠିକଣା ସରଗ ଦୁଆର ଦୁଃଖ ରେ ଦୁଖଃ ରେ ଗଲେ    ।

କବି/ସାୟର/ନାଟ୍ୟକାର- ପ୍ରକାଶ ଚନ୍ଦ୍ର ନାହାକ(ବାବୁଲା)
ଠିକଣା- ଛତ୍ରପୁର, ଗଙ୍ଗାପୁର-୧(ଗଞ୍ଜାମ)

ଗଣତନ୍ତ୍ର ଦିବସ

ନଳିନୀ ପ୍ରଭା ମିଶ୍ର

ଫରଫର ଉର୍ଦ୍ଧେ ଉଡ ଇ ଚିରାଳ
  ଦେଶ ପ୍ରେମ ବାର୍ତ୍ତା ବହି
ଗଣତନ୍ତ୍ର ଦିବସ ଏ ପୁଣ୍ୟ ତିଥି
   ସମସ୍ତଙ୍କୁ ଦିଏ କହି।
ସ୍ଵାଧୀନ ହୋଇଲା ଆମ ଦେଶ ସିନା
  ଶାସନ ନୀତି ବ୍ୟବସ୍ଥା
ନକଲେ ଦେଶରେ ବଢ଼ିବ ନିଶ୍ଚିତେ
  ମହାନ୍ ଅରାଜକତା।
ଚିନ୍ତି ମାନ୍ୟଗଣ କଲେ ପ୍ରଣୟନ
  ଶାସନ ଖସଡ଼ା ନୀତି
ସମ୍ବିଧାନ ରୂପେ ହୋଇଲା ଗୃହୀତ
  ଜାନୁୟାରୀ ଛବିଶି ତିଥି।
ଉଣେଇଶ ପଚାଶ ମସିହା ଏ ଦିନେ
  ହେଲା ସମ୍ବିଧାନ କାର୍ଯ୍ୟକାରୀ
ଦଳିତ , ପଛୁଆ ସବୁ ବର୍ଗ ମନେ
  ଖେଳିଲା ଖୁସି ଲହରୀ।
ସମସ୍ତେ ପାଇଲେ ନ୍ୟାଯ୍ୟ ଅଧିକାର
  ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷେ
ସାର୍ବଭୌମ ଗଣତାନ୍ତ୍ରିକ ବ୍ୟବସ୍ଥା
  ଲାଗୁ ହେଲା ଆମ ଦେଶେ।
ଅଧିକାର ନାମେ ପ୍ରକାର ଭେଦରେ
   ରହିଛି ହୋଇ ନିହିତ
ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କୁ
  କରୁଅଛୁ ପ୍ରଣିପାତ।
ମହାନ୍ ଭାରତ ଗଣତନ୍ତ୍ର ରାଷ୍ଟ୍ର
  ନିରପେକ୍ଷ ମନୋଭାବ
ବୃହତ୍ ବ୍ୟବସ୍ଥା ଲାଗି ଆମେ ସଦା
  ମନେ ବହିଥାଉ ଗର୍ବ।
ସ୍ଵାଧୀନତା ମତ ବ୍ୟକ୍ତ କରିବାକୁ
  ଅଧିକାର ଅଛି ରହି
ଅନ୍ୟାୟ ବିରୁଦ୍ଧେ ସ୍ଵର ଉତ୍ତୋଳନ
  କରିବା ଉଚିତ ଏହି।
ଏକସ୍ତରିତମ ଏ ପବିତ୍ର ଦିବସ
  ପଲ୍ଲୀଠୁ ଦିଲ୍ଲୀ ସର୍ବତ୍ର
ଜାତୀୟ ଭାବନା ମନେ ବହି ସର୍ବେ
  କରୁଅଛନ୍ତି ପାଳିତ।
ତ୍ରିରଙ୍ଗା ସମୀପେ ସଭିଏଁ ସମାନ
   ସାନ ବଡ଼ ନୁହେଁ କେହି
ଆମରି ନାଆର ଆମେ ହିଁ ନାଉରୀ
  ଶାସନ ନାକକୁ ନେଉଛୁ ବାହି।
ଆଗାମୀ କାଲିର ଦାୟାଦ ଯେତେକ
  ଏ ଦେଶର କର୍ଣ୍ଣଧାର
ତାଙ୍କରି ଦେହରେ ବହୁଛି ସେହି
   ଦେଶ ପ୍ରେମ ରକ୍ତଧାର।
ଭେଦଭାବ ଭୂଲି କର ହେ! ଶପଥ
  ଦେଶର ସୁରକ୍ଷା ଲାଗି
ଦେଶପ୍ରେମ ଭାବ ସବୁରି ମାନସେ
  ଇଠିଆସୁ ସଦା ଜାଗି।
ଦେଶର ଏକତା ଅଖଣ୍ଡତା ରକ୍ଷା
  କରିବା ସବୁରି କାମ୍ୟ
ଭୂଲି ଯିବା ନାହିଁ ଜନ୍ମମାଟିର ମମତା
  ପାଳନୀୟ ନିଜ କର୍ମ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ଏଇଠି ସ୍ୱର୍ଗ ଏଇଠି ନର୍କ

 *ବାସନ୍ତୀ ଲତା ଜେନା*

ସୁନ୍ଦର ସଂସାର ରଚିଲେ ଈଶ୍ବର
      ଶାଶ୍ୱତ ପ୍ରେମରେ ଭରା
ମଣିଷକୁ କଲେ ଜୀବରେ ଉତ୍ତମ 
      ହସି ଉଠେ ଆମ ଧରା    l୧l

ଫୁଲରେ ଭରିଲେ ମଧୁର ସୁବାସ
      କୋକିଳକୁ ମିଠା ସ୍ୱର
ଜାହ୍ନବୀକୁ ଦେଲେ ଅମୃତର ସୁଧା
      ଶୋଷ ମେଣ୍ଟେ ପାନୀୟର   l୨l

ସତ୍ୟ ଦୟା କ୍ଷମା ହୃଦୟେ ରହିଲେ
      ଶ୍ରେଷ୍ଠ ମଣିଷ ତ ସେହି
ନ୍ୟାୟ ଧର୍ମ ସାଥେ ଗତି କରୁ ଥିଲେ
      ଈଶ୍ବର ଖୁସି ହୁଅଇ        l୩l

ଦିବ୍ୟ ଭାବନାରେ ବଶିଭୂତ ହେଲେ
        ଆତ୍ମା ସ୍ଵଛ ହୋଇ ଯାଏ
ନିଃସ୍ୱାର୍ଥର ସେବା ପରକୁ ନିଜର
      ମନ ମଧ୍ୟେ ସ୍ଥାନ ପାଏ    l୪l

ମନ ହୁଏ ଯଦି ସ୍ୱାର୍ଥ କବଳିତ
      ଲୋଭ ମୋହ ଘେରି ଯାଏ
ଅଧର୍ମରେ ପାଦ ସେ ଲୋକ ସ୍ଥାପଇ
      ଧର୍ମ ଲୁପ୍ତ ହୋଇ ଯାଏ    l୫l

ପାପ ପୂଣ୍ୟ କଥା ବିଚାର ନ କଲେ
      ଦୁଃଖ ଭୋଗିବାକୁ ହୁଏ
ଅମୃତର ସୁଧା ଜହର ହୁଅଇ
      ନର୍କ ଭୋଗ ଏଠି ହୁଏ    l୬l

ପରଂ ବ୍ରହ୍ମ ଶାନ୍ତି ଯେଉଁଠାରେ ହୁ'ନ୍ତି
       ଦେବ ଗୁରୁଜନ ପୂଜା
ସେହି ଠାରେ ସ୍ୱର୍ଗ ବିଦ୍ୟମାନ ହୁଏ
       ଉଡ଼ଇ ବିଜୟ ଧ୍ବଜା       l୭l

ସୁଚରିତ୍ର ହୋଇ ସଂଯମୀ ଜୀବନ
     ଯେଉଁ ବ୍ୟକ୍ତି ଆଚରଣ
ଅନ୍ୟର ଦୁଃଖରେ ଦୁଃଖି ହୋଇ ଥାଏ
      ସାର୍ଥକ ତାର ଜୀବନ      l୮l

ଘୃଣା ଅବସାଦ ଦୂର କରି ଦେଲେ
       ଦୋଷ ମୁକ୍ତ ହୁଏ ମନ
ଶୁଦ୍ଧତା ଯେଉଁଠି ପବିତ୍ର ସେଇଠି
       ଚଉବର୍ଗ ଫଳ ଦାନ     l୯l
ଏଇଠାରେ ସ୍ୱର୍ଗ ଏଇଠାରେ ନର୍କ
      ନିଜ କର୍ମ ଫଳ ମାନ
ଯେମିତି ବୁଣିବ ସେମିତି କାଟିବ
       ଏତ ବିଧିର ବିଧାନ    l୧୦l

ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା : ନବରଙ୍ଗପୁର, 

ଜଗନ୍ନାଥ ନାମ ନେଇ


ତାପ୍ତିମୟୀ ପଣ୍ଡାମିଶ୍ର, ମେଲଛାମୁଣ୍ଡା ବରଗଡ ।।

ଜଳୁଅଛି ମୁହିଁ ଜଳୁଥିବି ନିତି 
ମଙ୍ଗଳ ଦୀପାଳି ସାଥେ 
ଆସୁ ଯେତେ ଝଡ ବାଆ ଓ ବତାସ 
ମୋହରି ଜୀବନ ପଥେ ।।

ସକାଳ ଦୀପରେ ସଂଜ ଆଳତିରେ 
ଜଳିବାଟା ଦେଖୁଥିବୁ 
ଜାଳି ଜାଳି ମୋତେ ସଳିତାଟି ଭଲି 
ପାପ ସବୁ ଧୋଇଦେବୁ ।।

ଜୀବନରେ ଯେବେ ଜଳିବା ଲେଖାରେ 
ତିଳେ ଦୁଃଖ କରିବିନି 
ତୋର ଦାନ ଭାବି ଦୁଃଖ ଚାପି ଦେବି 
ଅଭିଯୋଗ ବାଢିବିନି ।।

ଶ୍ରୀଅଙ୍ଗରେ ତୋର ଲାଗି ହେଉଥିବି 
ଅପ୍ରାକୃତିକ ପ୍ରେମ ସାଥେ 
ତୋଳି ଧରିନେବୁ ବାହୁରେ ତୋହର 
ଅବିର ଲଗାଇ ମାଥେ ।।

ହସୁଥିବି ମୁହିଁ ତୋ' ହୃଦୟେ ଥାଇ 
ତୋ' ଶୀତଳ ସ୍ପର୍ଶ ପାଇ 
ଜୀବନ ସଫଳ ହେଲା ବୋଲି ଭାବି 
ଜଗନ୍ନାଥ ନାମ ନେଇ ।।
************************

କବିତା - ଜାଣିବାକୁ ଇଚ୍ଛା କରିଛକି

କଳ୍ପନା ରାୟ

ଜାଣିବାକୁ କେହି ଇଛା କରିଛି କି
ପଳାଶ ଫୁଲର ଦୁଃଖ
ଲୁହ କେହି କେବେ ପୋଛିଛି କି
ଶେଫାଳୀ ନାହିଁ ରାତିକ
ସୁନ୍ଦର ତ ରୂପ ଗୁଣ ସୁନ୍ଦର ଵି
ଭୂମିରୁ ପାଏ ସେ ସୁଖ

ଜାଣିବାକୁ କେହି ଇଛା କରିଛି କି
ଗୃହିଣୀର କାମ କ'ଣ
ଏତେ ଦୁଃଖ କିଏ ସହି ପାରିବକି
ଖାଲି ତା ଆହଟ ଶୁଣ
ପକେଇବ ସିଏ ରାଣ
ଶୁଖିଲା ଧାନର କଷ୍ଟ ଜାଣିଛକି
ଚାଷୀର କୁହ କଷଣ

ସମ୍ପର୍କରେ ସମ୍ପର୍କିତ ହୋଇଛକି
ସମ୍ପର୍କ ରହିବା ପାଇଁ
ଅଡ଼ୁଆ ହୁଏତ ସମ୍ପର୍କ ସୂତାଟି
ଟିକେ ଗଡବଡ ନେଇ
ଭୁତ ଭବିଷ୍ୟତ ଥୋଇ
ଅନିଶ୍ଚିତତା ଭିତରେ ତ ରହିଛି
ନିଶ୍ଚିତ କଥାଟି ସେଇ

ମଲାଜହ୍ନ ଦୁଃଖ କେବେ ଦେଖିଛକି
ଉଆଁସ ଅନ୍ଧାର ରାତି
ରାଧାରାଣୀ ପ୍ରେମ ହୁଏତ କାହାଣୀ
ବିରହରେ ଯାଏ ଶୁଖି
ତା'ଠାରୁ ଆଉକେ ଦୁଃଖି
ଅଭିମାନୀ ବନ୍ଧ ଭାଙ୍ଗିଯାଏ ପୁଣି
ଯମୁନାକୁ ଚିହ୍ନିଛକି

କଳ୍ପନା ରାୟ,ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

Wednesday, January 20, 2021

ସୁସ୍ଵାଗତମ୍ ଶ୍ରୀମାନ ଵାଇଡେନ

 କଳ୍ପନା ରାୟ


ସୁସ୍ବାଗତମ୍ ଶ୍ରୀମାନ ଵାଇଡେନ

ଗଢିଲେ ନୂଆ ଅଧ୍ୟାୟ

ଆମେରିକାଵାସୀକୁ କରି ଆହ୍ଵାନ

ଗଣତନ୍ତ୍ରର ବିଜୟ

ମୋଦୀଙ୍କର ନାହିଁ ଭୟ

କମଳା ତ ଭାରତୀୟ ବଂଶୋଦ୍ଭଵ

ଉପରାଷ୍ଟ୍ରପତି ଥୟ


ଭାରତର ଗର୍ଵ ମହିମା ଗୌରବ

ଶପଥରେ ଅନୁଭବ

ଵାଇଡେନ ରଚି ସ୍ଵର୍ଣ୍ଣିମ ଅଧ୍ୟାୟ

ସମ୍ପର୍କ କର ସୁଦୃଢ

ଶାନ୍ତି ମୈତ୍ରୀ ରହୁ ସ୍ଥିର

ମହାମାରୀ ସଙ୍କଟରେ ବାଇଡେନ

ଭରିଵ ନୂଆ ଉତ୍ସାହ


ମହାମାରୀ ଭୟଟାକୁ ଦୂର କର

ଯେନତେନ ପ୍ରକାରେଣ

ଏକତା ବିନା ତ ଶାନ୍ତି ଅସମ୍ଭବ

ରୋଗ କାହିଁକି ବା ଯିବ

ଭଲ ନିଶ୍ଚିତ ଚିନ୍ତିଵ

ସ୍ବାଗତମ୍ ରାଷ୍ଟ୍ରପତି ଵାଇଡେନ

ଏକତା ବଜାୟ ରଖ


କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

ପ୍ରସଂଗ--ବିପ୍ଳବୀର ହୃଦୟ

ବିପ୍ଳବୀର ଏକମାତ୍ର ଲକ୍ଷ୍ୟ ସମାଜରେ 

ପରିବର୍ତ୍ତନ ପାଇଁ

କଥାରେ କର୍ମରେ ଏକ, କ୍ଷମା ମାଗି ନିଏ

ନିଜ ଭୁଲ୍ ପାଇଁ 


ଭାବେନା କେବେ ପର କି ଆପଣା, ପ୍ରେମ ଭାବ

ରହେ ହୃଦୟରେ 

ଥାଏନା ଲୋଭ, ରହେ ପରଶ୍ରୀକାତରତା ଠାରୁ 

ଅନେକ ଦୂରରେ


ନଥାଏ ମନରେ ଧନ ସମ୍ପଦ ଲୋଭ ଅବା ଆଶା

ମିଥ୍ୟା ସନମାନର

ଯଦି କେବେ ପାଏ  ମିଥ୍ୟାର ଆଘାତ ଝରେ ତା 

ଆଖିରୁ ଲୁହ ଦୁଇଧାର


ନିଷ୍କାମ, ସାହସୀ, ସ୍ଵାଧୀନ ଓ ପାଷାଣରୁ ଦୃଢ଼ ସେ 

ଯେଣୁ ସେ ସତ୍ୟବାଦୀ 

ଏ କଥା କାହୁଁ ଜାଣିବ  ଗର୍ବୀ କପଟତାପୂର୍ଣ ବ୍ୟକ୍ତି 

ଯେହେତୁ ସେ ମିଥ୍ୟାବାଦୀ


ମହା ସୁଖୀ ସିଏ ଯଦିଓ ସେ ପାଇ ଥାଏ ନିଷ୍ଠୁର

ମଣିଷ ଠାରୁ ଅନେକ ଯାତନା

ମନ ପ୍ରାଣ ତାର ଶୁଦ୍ଧ, ସର୍ବଦା ହୃଦୟେ ଥାଏ ନିଷ୍ପେଷିତ 

ପାଇଁ ମଙ୍ଗଳ କାମନା 


କହିଲେ କି ହେବ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି, ଯାହାର 

ହୃଦ ସଫା ନାହିଁ 

ପାଇବକି ଜଣେ ସୁଖ କଲେ ପ୍ରାଣାୟାମ ଯୋଗାଭ୍ୟାସ,

ଯାହାର ମନ ଶୁଦ୍ଧ ନାହିଁ 


ଥାଏ ବିପ୍ଳବୀର ବିଶାଳ ହୃଦୟ, କୋମଳ ମନ, ଦେବା ପାଇଁ

ସଂସାରକୁ ନୂଆ ପରିଚୟ 

ଛାତି ହେଉଥାଏ ଦୁଃଖରେ ବିଦୀର୍ଣ୍ଣ, ଯେତେବେଳେ ଦେଖେ

ସିଏ ଶାସକକୁ ହୋଇଲେ ନିର୍ଦ୍ଦୟ 

🌻🌻🌻🌻🌻🌻🌻🌻🌻🌻🌻🌻🌻🌻

ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ

Tuesday, January 19, 2021

ଶିବ ସ୍ତୁତି

ନିର୍ମଳ ନାୟକ 


ହେ  ଶିବଶଙ୍କର.. ହେ ଡମ୍ବରୁଧର 

ଘେନ  ମୋର ନମସ୍କାର.. 

ହେ ପାର୍ବତୀପତି.. ହେ ପଶୁପତି..

କରୁଅଛି  ମୁଁ  ମିନତୀ !! 


ଆହେ ଆଶୁତୋଷ.. ଆହେ ଜତିକେଶ.. 

ହର  ବାରେ ମୋର କ୍ଳେଶ.. 

ଆହେ ଗୁଢକେଶ.. ଆହେ ବ୍ୟୋମକେଶ..

ପ୍ରଣତି  ପୟରେ ଅଶେଷ !! 


ହେ ଜଟାଶଙ୍କର.. ହେ ଇସାନେଶ୍ଵର.. 

ଆହେ ପଶୁପତିନାଥ.... 

ହେ ଭୋଳାଶଙ୍କର..ହେ ମହାକାଳେଶ୍ଵର.. 

ଆହେ ତ୍ରିୟମ୍ବକଶ୍ଵର  !! 


ଆହେ ଯୋଗେଶ୍ୱର.. ଆହେ ବିଶ୍ୱେଶ୍ଵର.. 

ପ୍ରଭୁ ଶିବ କୃପା କର.. 

ଗଣପତି  ତାତ.. ହେ ତ୍ରଲୋକ୍ୟନାଥ.. 

ଶମ୍ଭୁନାଥ  ରକ୍ଷା କର !! 


ଆହେ ପଞ୍ଚାନନ.. ବୃଷଭବାହାନ.. 

ମୋ ଆରାଧନା ଘେନ.. 

ହେ  ଚନ୍ଦ୍ରମୌଳି...ହେ ରାମେଶ୍ୱର.. 

ବନ୍ଦଇ  ତୁମ ପୟର !! 


ହେ ଚନ୍ଦ୍ରଶେଖର.. ହେ ଗଙ୍ଗାଧର.. 

ପ୍ରଭୁ  ଶଶୀଶେଖର.. 

ହିମାଂଶୁ ଶେଖର.. ଶଶାଙ୍କ ଶେଖର.. 

ହେ କୈଳାଶଅଧିଶ୍ଵର !! 


ପ୍ରଭୁ ପରମପିତା. ହେ ସଂହାରକର୍ତ୍ତା.. 

ନୁଆଇଁ ମୋହର ମଥା.. 

ପ୍ରଭୁ ହେ  ପିନାକୀ.. ପ୍ରଭୁ ହେ ଧୃଝଟି.. 

ହେ ଉମାକାନ୍ତ  ମହାଜତି  !! 


151, ନାଗାର୍ଜୁନ  କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
440014

କବିତା

   ବାସନ୍ତୀ ଲତା ଜେନା 


କବିର  କଳ୍ପନା   ସୃଜନର   ସୃଷ୍ଟି 

       କବିତାରେ      ପ୍ରକାଶିତ 

କବିତା  ମଧ୍ୟମେ   ଦେଶର  ପ୍ରଗତି 

     ଶତ୍ରୁ   ହୁଏ   ପ୍ରିୟ   ମିତ୍ର    l 1l 

କବିତା ଅଟଇ   ସାଶ୍ୱତ   ପ୍ରେମ ଯେ 

      ସ୍ନେହ  ପ୍ରୀତି   ବନ୍ଧନର 

କବିତା ମl ଧ୍ୟମେ   ଗ୍ଲାନି ଦୂର  ହୁଏ 

     ପର    ହୁଏ    ଆପଣାର  l 2l 

କବିତା  ଅଟଇ   ମଣି  ମୁକ୍ତା ହୀରା 

     ତୁଳନା   ତାହାର   ନାହିଁ 

କବିତା  ମl ଧ୍ୟମେ   ଦେଶର  ସଂସ୍କୃତି 

      ହୋଇ  ଥାଏ  ଚିର ସ୍ଥାୟି  l 3l

କବିତା ମl ଧ୍ୟମେ   ଲୋକ ଗୀତ ହୁଏ 

      ପରମ୍ପରାରେ      ଜଡିତ 

ସାମ ବେଦ କହେ    ଶୃତି ଚିରନ୍ତନ 

     ଗାଇବା   ବଉଳ  ମିତ    l 4l 

ପରାଧୀନ ଦେଶେ  କବିତା ତ ଥିଲା 

    ସଂଗ୍ରାମର        ଆବାହନ 

ବୀର କିଶୋରଙ୍କ     କବିତାର ମର୍ମ 

     ସଂଗ୍ରାମେ   ମାତିଲେ ଜନ    l 5l 

ପରିବର୍ତ୍ତନ  ଆସେ  କବିତା ମl ଧ୍ୟମେ 

       ସହାୟକ    ଶିକ୍ଷା   ଗୁରୁ 

ତାଙ୍କ ଆଦର୍ଶରେ  ଅନୁଗାମୀ ହେଲେ 

       ନ ହୋଇବା  ଆମେ  ଭୀରୁ l 6l 

                *   ""''''"""   ""'''''' *

       ବାସନ୍ତୀ ଲତା ଜେନା 

  ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :ନବରଙ୍ଗପୁର 

ଏଇତ ଦୁନିଆ ରୀତି

କେତେ କଷ୍ଟ କଲେ ତୁଳସୀ ଗଛଟେ

                         ବଢ଼ି ଥାଏ ଚଉରାରେ 

ବିନା ଯତନରେ ବିଛୁଆତି ଟିଏ 

                          ବଢଇ ଖୋଲା ବୁଦାରେ 

ଏଇତ ଦୁନିଆ ରୀତିରେ 

କଷ୍ଟ ଯିଏ ସହେ ସେହି ବଡ଼ ହୁଏ 

                           ତା ପାଖେ ଜଗତ ହାରେ 


ତୁଠ ପଥରଟେ ଠାକୁର ହୁଅଇ

                           ନିହାଣର ମାଡ଼ ଖାଇ 

ଖଣ୍ଡା କଟୁରୀ ଯେ ଧାରୁଆ ହୁଅଇ 

                           କମାରଶାଳରେ ଯାଇ 

ମନେ ରଖିଥିବ ଏହି 

ବାଉଁଶରେ ଯେବେ କଣା ହୁଏ ସିନା 

                            ତେବେ ସେ ବଂଶୀ ବୋଲାଇ 


ନିଆଁର ଡର ଯେ ସୁନାକୁ ନଥାଏ 

                              ବଢ଼ଇ ତାର ଚମକ 

ନିନ୍ଦାକୁ ଚନ୍ଦନ ମଣି ଜ୍ଞାନୀ ଜନ 

                               ଏଡାଇ ଯାନ୍ତି କଣ୍ଟକ 

ବଣମଲ୍ଲୀର ମହକ 

କେବେ କହେ ନାହିଁ କାହାକୁ ଡାକିଣ 

                              ଧାଇଁ ଆସ ମୋର ପାଖ


ଛୁଞ୍ଚିର ଆଘାତ ସହି ଥାଏ ବୋଲି 

                              ଫୁଲ ମାଳ କି ସୁନ୍ଦର 

କୋଦାଳ ଆଘାତ ବାଜିଲେ ମାଟିରେ 

                               ଫଳଇ ଶସ୍ୟ ସମ୍ଭାର 

ଏଇ ବିଧାନ ବିଧିର 

କଷ୍ଟ କଲେ ସିନା କୃଷ୍ଣ ମିଳି ଥାଏ 

                               ଲୋକ ମୁଖରେ ପ୍ରଚାର 


                 ରଞ୍ଜନ କୁମାର ମହାନ୍ତି 

                     ବାଲେଶ୍ୱର 

ସବୁ ଅଧା ଅଧା

କେଉଁ ବିଶ୍ୱକର୍ମା ଗଢିଥିଲା ତୋତେ 

                        ଅଧାଗଢ଼ା ରୂପ ଦେଇ 

ଅଧା ଚାନ୍ଦ ପରି ଅଧା ଅଧରରେ 

                         ଅଧା ଅଧା ହସ ଥୋଇ 


ଦାସିଆର ହିତେ ତୋର ଅଧା ହାତେ 

                         ନଡ଼ିଆକୁ ଥିଲୁ ନେଇ 

ପୁଣି ଜୟଦେବ ଗୀତ ଗୋବିନ୍ଦରେ 

                         ଅଧା ଲେଖା ପଦ ହୋଇ 


ଅଧା ରହିଗଲା ରାଧା ପ୍ରେମ ତୋର 

                        ତ୍ୟାଗର ପ୍ରତୀକ ହୋଇ

ଅଧା ରଖିଦେଲୁ ଦହିର ପାଉଣା 

                         ମାଣିକକୁ ମୁଦି ଦେଇ


ଅଧା ରଖିଲୁ ତୁ ଭାରତ ଯୁଦ୍ଧକୁ 

                        ଗୋଟେ ଓଳି ପାଇଁ ଚାହିଁ 

ଅଧା ରହେ ତୋର ପୋଡ଼ପିଠା ଖିଆ 

                         ନଅ ଦିନ ଗଲେ ହୋଇ 


ଅଧା ରାହାସ ତୋ ବାକି ଅଛି ପରା 

                         ଗୁପ୍ତ କ୍ଷେତ୍ର ଅଛି ଚାହିଁ 

ଅଧା ବୈଶାଖରେ ମଳୟ ବହିବ

                          ପୁଣି ଗୋପୀ ଯିବେ ଧାଇଁ 


ରଞ୍ଜନ କୁମାର ମହାନ୍ତି 

ବାଲେଶ୍ୱର 

ମୋ ବୋଉ ଫେରି ଆସ

   ଫେରି ଆସ ବୋଉ ଫୋରି ଆସ 

 ତମେ ପରା ମୋତେ କୋତେ ଗପକୁହ ।।

ଫେରି ଆସ  ବୋଉ ଫେରି ଆସ ତୁମେ 

ଥର ଟିଏ ଫେରିଆସ ତମେ ।।

ଆମ ସମସ୍ତଙ୍କୁ ଛାଡି କୁଆଡେ ଗଲ 

ଫେରି ଆସ ବୋଉ ଫେରି ଆସ ତୁମେ ।।

 ତମ ହାତ ରନ୍ଧା ଭାତ ,ଡାଲି ,ଆଳୁଭରତା 

 ଖାଇବାକୁ ମେତେ ଭାରିଭଲ ଲାଗେ ।।

 ତମେ ଆମକୁ ଛାଡି ଆରପାରିକୁ ଚାଲି ଗଲ 

ତମେ ପରା ମେତେ କେତେ ଗପ କୁହ ।।

 ତମେ କହୁଥିଲ ମୋ ବାହାଘର ଦେଖି ବ ବେଲି 

ତମେ ଆମକୁ ଛାଡି କୁଆଡେ ଚାଲିଗଲ ।।

ଥରୁ ଟିଏ ଫେରି ଆସ ବୋଉ 

 ଦେଖିବ ତୁମ ଏ  ଓଠ ରୁ ଆଉ ଥରେ ମିଠା ହସ ।।

 ତୁମେ ଗଲା ପରେ ମନବଗିଚାରେ ଆଶାର ଫୁଲ ଝରିଗଲା 

 ମୋତେ ତ ଲାଗୁଛି ମୋର ଏ ଜୀବନ ରେ କିଛି ଅଧା ରହିଗଲା 

ମୋତେ ତ ଲାଗୁଛି ମୋର ଏ ଜୀବନ ରେ ଅଧା କିଛି ରହିଗଲା।।

ମୋ ଆଖିରେ ସପନ ତାରା ତୁମେ ।

ବୋଉ ତୁମେ ବୈତରଣୀ ମଶାଣି ଭୂଇଁ ରେ ଶେଇ ଅଛ 

ନିରବରେ ।।

ବୁଢାବାଆ ତମ ବାଟ ଚାହିଁ ବସିଛନ୍ତି।

ଫୋରି ଆସ ବୋଉ ଫୋରି ଆସ ତୁମେ 



  ଯାତ୍ରାଅଭିନେତା -ସନ୍ତୋଷ ପରିଡ଼ା
               ଜିଲ୍ଲା-ଯାଜପୁର 
              ପୋ-ପାଣିକୋଇଲି
               ଗ୍ରାମ-ପାଣିକୋଇଲି
                ପିନ୍-୭୫୫୦୪୩

କଲେଜ ହଷ୍ଟେଲ

ସୁକାନ୍ତ ଖଣ୍ଡା

ଧରଣୀଧର କଲେଜ ହଷ୍ଟେଲରେ ରହୁଥିଲା ସମୁ। ସେ ଭଲ ପଢେ଼ ତ ସବୁ ପୁଅ କି ଝିଅ ସାଙ୍ଗମାନେ ତା'ର ଚାରି ପାଖରେ ପିମ୍ପୁଡି଼ର ଧାଡି଼। ସମୁ ଯଦିଓ କାହାକୁ ଭଲ ପାଇବା ଜାଣିନି କିନ୍ତୁ କେତେକ ଝିଅ ସାଙ୍ଗ ତାକୁ ଭଲ ପାଇବା ଆରମ୍ଭ କଲେଣି। ସମୁକୁ ବିଭିନ୍ନ ପ୍ରଲୋଭନ କରି ଆକୃଷ୍ଟ କରୁଛନ୍ତି। ସଂଜ ହେଲେ କ୍ଯାନଟିନରେ ଭିଡ଼। କିଏ କେତେ ପ୍ରକାର ଖାଇବା ଯାଚନ୍ତି ଖୁଆନ୍ତି କିନ୍ତୁ ସମୁ କେତେ ଖାଇବ? ସେମାନେ ତା' ପଛରେ ପଡି଼ବାର କାରଣ ଖୋଜିବୁଲେ ହେଲେ କିଛି ବି ଜାଣି ପାଏ ନାହିଁ। ସେଦିନ ବାଥରୋମର ସମୁ ଗାଧୋଉଥିଲା ତ ଦୁଇଟି ଝିଅ ଫଟୋ ଉଠେଇ ତା'ର ହ୍ବାଟସ ଆପରେ ଛାଡି଼ଦେଲେ। ସେମାନେ ତା'ର ଫଟୋ କିପରି ଉଠାଇଲେ ଜାଣିବା କାଠିକର ପାଠ ହେଲା। ସେ ମୁଣ୍ଡରେ ହାତ ଥୋଇ କାନ୍ଦିବାରେ ଲାଗିଲେ। ଝିଅ ଦୁଇଟି ସମୁକୁ ବ୍ଲାକ୍ ମେଲିଂ କରିବା ଆରମ୍ଭ କରିଦେଲେ। ଦିନେ ଦେଖା ସାକ୍ଷାତରେ ସାବିତ୍ରୀ କହିଲା,"ସମୁ ! ମୁଁ ଚାହେଁ କି ତୁମେ ମୋର ହୋଇ ରହିବ ଅନ୍ଯଥା ତୁମର ଭଲଗତି ହେବ ନାହିଁ। ସାରଙ୍ଗୀ କହିଲା,"ସମୁ ! ତୁମେ ଯାହାକୁ ଭଲ ପାଉଛ ପାଅ ମୋର କିଛି କହିବାର ନାହିଁ କିନ୍ତୁ ମୋତେ ଏବେ ପାଂଚ ହଜାର ଟଙ୍କା ଦେବାକୁ ହେବ ଅନ୍ଯଥା ଏ ଫଟୋ ୟୁଟୁବ୍,ଫେସବୁକ୍ ଓ ଅନ୍ଯାନ୍ଯ ଗ୍ରୋପକୁ ପଠେଇ ଦେବି। କୁହ ତ କେଉଁଟା ଭଲ? ଦୁଇ ସାଙ୍ଗଝିଅ ସାବିତ୍ରୀ ଓ ସାରଙ୍ଗୀ ସର୍ବଦା ପାଠ ପଢା଼ରେ ହଇରାଣ କଲେ।

       ଆଜି ସମୁ ହଷ୍ଟେଲରେ ରହିବା ଅନୁଚିତ ମଣିଲା। ଘରୁ ଯିବା ଆସିବା କଲେ ବି ସେମିତି ହିଁ ଡରେଇବେ। ସେ କ'ଣ କରିବ? ଆଖିରୁ ଲୁହ ଗଡେ଼ଇ ରହିବା ଛଡା଼ ଅନ୍ଯ କିଛି ନୁହେଁ। ସାବିତ୍ରୀ କାମନାରେ ଜରଜର ସେ ନିତି ସମୁକୁ ପାଇବାକୁ ଚାହେଁ ହେଲେ ସାରଙ୍ଗୀ ଟଙ୍କା ଝଡେ଼ଇବାରେ ମଗ୍ନ। ଭଲ ପିଲା ଯୋଗୁଁ ସାବିତ୍ରୀର ଲୋଭ କି ତା'ର ହାତ ଧରିବ କିନ୍ତୁ ଭିନ୍ନ ମୋଡ଼ରେ ସାରଙ୍ଗୀ। ସମୁ ସାବିତ୍ରୀକୁ କଥା ଦେଲା କି ସେ ଫଟୋ କୁଆଡେ଼ ବି ଛାଡି଼ବ ନାହିଁ ସେ ଅବଶ୍ଯ ତୁମର ହାତ ଧରିବାରେ ଶପଥ ନେଉଛି। କିନ୍ତୁ ସାରଙ୍ଗୀ ତା'ର ପାଠରେ ବିଘ୍ନ ଘଟେଇବ ଫଳତଃ ସେ ବିଦ୍ଯାଳୟରେ ଟପର ହୋଇ ସୁନାମ ଅର୍ଜନ କରିବ। ଆଜି ସମୁ ଦୋ'ଛକି ରାସ୍ତାରେ ଠିଆ। କାହାକୁ ଗ୍ରହଣ କରିବ ଆଉ କାହାକୁ ଦୂରକୁ ଫିଙ୍ଗିବ। ସମୁ ତ ଘରୁ ଯାହା ଆଣିଲା ସାରଙ୍ଗୀକୁ ବଢାଇଲା ଆଉ ସାବିତ୍ରୀ ନିତି ରକ୍ତକୁ ଶୋଷିଲା। ଦୁହେଁ ଟିଙ୍କ କି ଓଡ଼ଶଠୁ ବଳି ହୋଇଗଲେ। ସମୁ ଅତୀଷ୍ଟ ହୋଇଗଲା। ବିବାହ କଲେ ଯେଉଁ ମଜା ନେବାର ଥାଏ ଏ ଅବିବାହିତ କାଳରୁ ହାସଲ କରି ସାରିଲାଣି। ଏବେ ସେ ନିଜକୁ ଧିକ୍କାରିଲା। ସାରଙ୍ଗୀ ତ ଅର୍ଥ ଲୋଭି। ସେ ସିଦ୍ଧାନ୍ତ ନେଲା ଆତ୍ମହତ୍ଯା କରିବ

ଶୋଷୁଥିବା ରକ୍ତ ସେ ଦୁଇ ଜଣଙ୍କର ବି ଜୀବନ ନଷ୍ଟ କରିଦେବ। ନିଜେ ତ ମଶାଣିଭୂମିକୁ ଯାଇ ରକ୍ତ,ମେଦ ଓ ମାଂସକୁ ପଂଚଭୁତରେ ଲୀନ କରି ସାରିଥିବ ଆଉ ଅତୃପ୍ତ ଆତ୍ମା ତା'ର ଘୂରିବୁଲିବ ଆଉ ଏ ଦୁହିଁଙ୍କୁତ ବଂଚି ଥାଉଁଥାଉଁ ମୋ ପରି ମରିବାକୁ ବାଟ ଯେମିତି ପାଇବେ ନାହିଁ। ମୁଁ ଅତୃପ୍ତ ଆତ୍ମା/ଆଶରୀରୀ ହୋଇ କ୍ଷତି ବି କରିବି।

          ସମୁ ଘଟଣା ଚକ୍ରରେ ପେଷି ହୋଇ ସବୁକୁ ବିସ୍ତାର ଭାବେ ଚିଠିରେ ଲେଖିଲା ଓ ନିଜ ଖଟର ତକିଆ ତଳେ ରଖିଦେଇ। ଈଶ୍ବରଙ୍କୁ ପ୍ରାର୍ଥନା କଲା ହେ ଈଶ୍ବର ଆପଣ ମୋତେ କ୍ଷମା କରିଦେବେ। ଆତ୍ମହତ୍ଯା ତ ମହାପାପ ହୋଇଥାଏ। ସବୁ ମୁଁ ଜାଣିଲେ ବି ଏ କାମ କରିବାକୁ ବାଧ୍ଯ ହେଉଛି।

       ସେ ନିଜ କୋଠରି ଭିତରୁ ଶିକୁଳି ଦେଇ ଫ୍ଯାନରେ ରଶି ଲଗାଇ ଦେଲା। ସମୁ ଭଲପିଲା ହିସାବରେ ସ୍ବତନ୍ତ୍ର କୋଠରି ପାଇଥିଲା ତେଣୁ ଆତ୍ମହତ୍ଯାକୁ କେହି ରୋକି ପାରିଲେ ନାହିଁ। ସଭିଏଁ ଦେଖିଲେ ସମୁ ଆଉ କବାଟ ଖୋଲି ବାହାରୁ ନାହଁ କାହିଁକି? ସାଙ୍ଗ ପିଲାମାନେ ସୁପରିଟେଣ୍ଡକୁ ଜଣାଇଲେ ତ ମିଳିତ ଉଦ୍ଯମ ଫଳରେ କବାଟ ଖୋଲି ଯାହା ଦେଖିଲେ ଆଶ୍ଚର୍ଯ୍ଯ ନ ହୋଇ ରହି ପାରିଲେ ନାହିଁ। ସଭିଏଁ ସମୁର ମୃତ ଶରୀରକୁ ଧରି କାନ୍ଦିବା ଆରମ୍ଭ କଲେ। ସେତେବେଳେ ଉଭୟ ସାବିତ୍ରୀ ଓ ସାରଙ୍ଗୀ ମଧ୍ଯ ପାଖରେ ଥିଲେ। କେହି ଜଣେ ସାଙ୍କ ତକିଆ ଖୋଲି ଚିଠିଟିଏ ପାଇ ସୁପରିଟେଣ୍ଡେକୁ ଦେଖେଇଲେ ତ ପଢି଼ ଜଣାଗଲା କି ଅସଲ ଆସାମୀ ସାବିତ୍ରୀ ଓ ସାରଙ୍ଗୀ। ଦୁହିଁଙ୍କୁ ଜେରା କରିବା ଆଗରୁ ତାଙ୍କୁ ଅଟକ ରଖାଗଲା। ସେମାନଙ୍କ ଫୋନ ଚେକ୍ଅପ୍ କଲେ ତ ସାବିତ୍ରୀ ଓ ସାରଙ୍ଗୀର ଅନେକ ଫୋନକଲ ଅଛି ଏଇ ସମୁ ନାମରେ। ହ୍ବାଟସ ଆପ ଖୋଲାଗଲା ତ ଅନେଇ ତଥ୍ଯ ସାବିତ୍ରୀ ଓ ସାରଙ୍ଗୀ ପଠେଇଥିବାର ମଧ୍ଯ ପାଇଲେ।

          ଆଜି ସାବିତ୍ରୀ ଓ ସାରଙ୍ଗୀ ଥାନାରେ ନିଜର କରିଥିବା କର୍ମକୁ ସ୍ବୀକାର କଲେ। ସାବିତ୍ରୀ କହିଲା ତା'ର ଭଲପାଠ ପଢା଼ ଯୋଗୁଁ ମୁଁ ଆକୃଷ୍ଟ ହୋଇ ବିବାହ କରି ନେବାକୁ ଚିନ୍ତା କରିଥିଲି। ସାରଙ୍ଗୀ କହିଲା କି ତା'ର ଭଲ ପାଠ ପଢି଼ବା ମୋତେ ଅସହ୍ଯ ହେଲା। ତାକୁ ବଦନାମ କଲେ ସେ ପଢି଼ବାରେ ଅବହେଳା କରିବ ଆଉ ମୁଁ ଏ କଲେଜରେ ପ୍ରଥମ ହୋଇ ପ୍ରଥମ ଶ୍ରେଣୀରେ ପାଶ୍ କରିବି ସେ କିନ୍ତୁ ଶୋଷୁଥିବା ଟଙ୍କାକୁ ଲୁଚେଇଲା।

            ଏ ବୟାନ ଶୁଣି ସଭିଏଁ ଆଚମ୍ବିତ ହେଲେ। ସାଙ୍ଗ ହୋଇ ସାଙ୍ଗର ଜୀବନକୁ ଏତେ ତଳକୁ ଖସାଇବା ବୋଧେ ଆଗରୁ ଜଣା ନ ଥିଲା। ସେ ଦୁହେଁ ଆଜି ଜେଲର କୋଠରିରେ ବନ୍ଦୀ ହୋଇ ନିଜ ଜୀବନକୁ କଟେଇ ଚାଲିଛନ୍ତି। ସେମାନେ ଅନୁତାପ ଗ୍ଳାନୀରେ ଯଦିଓ ଘାଣ୍ଟି ଚକଟି ହେଉଛନ୍ତି ହେଲେ କରିବେ କ'ଣ? ସବୁ ତ କଲା କର୍ମର ଫଳ। ଭଲ କାମ କରିବା ହାତ ପାଆନ୍ତାରୁ ଚାଲି ଯାଇଛି। ଯେତେ ସୁଧୁରିଲେ ସୁଦ୍ଧା ଆଉ କି ଜୀବନକୁ କଳଙ୍କ ମୁକ୍ତ କରି ପାରିବେ? ଉଭୟ ସାବିତ୍ରୀ ଓ ସାରଙ୍ଗୀ ଲେଡିଜ୍ ହଷ୍ଟେଲରେ ରହୁଥିଲେ। ସମୁ ରହୁଥିଲା ଜେଣ୍ଟସ୍ ହଷ୍ଟଲରେ। ଆଜି ଏମାନଙ୍କ କଳଙ୍କର କାଳିମା ଯୋଗୁଁ ସାରା ହଷ୍ଟେଲ ବନ୍ଦ ହୋଇଗଲା। ଆଉ ସମୁର ଆତ୍ମା ହଷ୍ଟେଲର ଚାରିକାନ୍ଥ ଭିତରେ ଅତୃପ୍ତ ଆତ୍ମା/ଅଶରୀରି ହୋଇ ଘୂରି ବୁଲୁଛି।

                     *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

ବୋହୂ ବାଗୁଡ଼ି

ଜଗଦୀଶ ଶତପଥୀ।

ପିଲାଦିନ, କାହିଁ କେତେ ଖେଳ। ତହିଁ ରୁ ବୋହୂ ବାଗୁଡ଼ି ଅନ୍ୟତମ। ଏହି ଯେମିତି ବାଟି ଖେଳ,ପଇଆଂ ଖେଳ,ଖପରା କାତି ଖେଳ, ଏମିତି କେତେ। ଗାଁ ରେ ଆସର ଜମିଥାଏ, ଏପଟେ ତାଆସ ମାଡ଼, ସେପଟରେ ପଶାପାଲି। ଏପଟରେ ବାଗୁଡ଼ି, ସେପଟରେ ବୋହୂ ବାଗୁଡ଼ି। ଖେଳ ର ନିୟମ, ବୋହୂ କୁ ଛୁଇଁ ଦେଲେ ଗୋଲ୍ ବା ଗେମ। ଯଦି କେହି ନଛୁଇଂ ପାରିଲେ, ବୋହୂ,ଏଘର ଗୁତରୁ ସେଘର ଗୁତକୁ ଚାଲିଗଲା, ତେବେ ଅପରପକ୍ଷର ଗେମ୍। ଗୋଟିଏ ଦଳର ପିଲା ରା' ଧରି ଅନ୍ୟ ପିଲାକୁ ଗୋଡାଇବ,ଆଗେ ଆଗେ ପିଲା, ପଛକୁ ରା'ଧରା ପିଲା। ଏହି ଯେପରି ଏହା ଏକ ଗୋଡାଗୋଡି ଖେଳ। ଉଭୟ ପକ୍ଷରୁ ଖୁବ୍ ଯୋର୍ କମ୍ପିଟିସନ। ବୋହୂ ଟି ବିଚରା ଝିଅ ହୋଇଥାଏ। ଝିଅ ନମିଳିଲେ, ପୁଅ କୁ ବୋହୂ କରାଯାଏ।

ସେଦିନ ଛଜଣ ପିଲା ଗୋଟିଏ ପଟରେ, ପାଞ୍ଚଜଣ ପିଲା ଆଉ ଗୋଟିଏ ପଟରେ।ଜଣେ ସଟଥାଏ।ଜଣକୁ ବୋହୂ ହେବାକୁ ପଡ଼ିବ, ତେଣୁ ଭାଗ ଛିଣ୍ଡୁ ନଥାଏ। ସମସ୍ତଙ୍କର ଆଗ୍ରହ ବୋହୂ ହେବାକୁ।ରାଧୁଆ ଆସି ପହଞ୍ଚିଲା। କହିଲା ମୁଁ ସବୁଠୁ ବୟସ୍କ। ତେଣୁ ମୁଁ ବୋହୂ ହେବି। କ'ଣ କରାଯିବ, ଛୋଟ ପିଲାଙ୍କ ଖେଳ। ଏପଟେ ଜଣେ ସଟ୍। ସମସ୍ତେ ରାଜି ହୋଇଗଲେ। ଖେଳ ଆରମ୍ଭ ହୋଇଛି କି ନାହିଁ, ସେପଟରେ ହୋ ହାଲ୍ଲା ପଡ଼ିଗଲା।ଧର ଧର,ମାର ମାର।ହୋଇ ପଳେଇଲା। ଲୋକମାନେ ଅନ୍ଧ ଭାବରେ ଛୁଟିଲେ। କଥା କ'ଣ କି, ଗୋଟିଏ ପାଗଳ ଗାଁ କୁ ଆସିଥିଲା।ଛୁଆ ତା ପଛରେ ଦୈାଡି ଦୈାଡି ମଜା ନେଉଥାନ୍ତି। ହଠାତ୍ ପାଗଳ ଟି ଦୈାଡି ଦୈାଡି ଆସି ଗୋଟିଏ ଝିଅକୁ ଧରି ଦୈାଡିବାକୁ ଚେଷ୍ଟା କଲା। ସେଇଠୁ ତ ଗାଁ ଲୋକେ ଖପ୍ପା। ପାଗଳ ଟି କହୁଥାଏ,ଇଏ ମୋ ବୋହୂ। ମୁଁ ଏହାକୁ ଵାହାହେଵି। ଅଜବ ଏ ଦୁନିଆ।ଅଜବ ଏ ଖେଳ। ବହୁତ ବୁଝାସୁଝା କଲେ ବି ସେ ଛାଡ଼ିବାକୁ ନାରାଜ। ବୋହୂ କୁ ମୁଁ ଧରିଛି ମାନେ ସିଏ ମୋ ବୋହୂ। ମତେ ଭାତ ଦବ, ଡାଲି ଦେବ,ତୁଉଣ ଦଵ। ମୋତେ ଶୋଇ ପକାଇବ।ମୋ ଗୋଡ଼ ମୋଡ଼ି ଦେବ। ସମସ୍ତେ ଅବାକ୍। ମୁଁ ଜିତିଛି ମାନେ,ସିଏ ମୋର।ସତରେ ସେମାନେ ପାଗଳ ହେଲେବି ବୋହୂମାନଙ୍କ ପ୍ରତି ଦରଦ ଅନେକ। ସ୍ନେହ ଅନେକ। ଆମରି ପରି ସେମାନେ ବି ମଣିଷ। ତାଙ୍କୁ ଟିକିଏ ସ୍ନେହ ଦରକାର।

ସମସ୍ତେ କିନ୍ତୁ ଭାବୁଥିଲେ, ସେହି ପୁରୁଣା ଦିନର ବୋହୂ ବାଗୁଡ଼ି ଖେଳକୁ। କେତେ ଆନ୍ତରିକତା। ସତରେ ବଡ଼ ନିଆରା।


ଧର୍ମଶାଳା। ଯାଜପୁର।

ଜୀବନ ଏକ ରଙ୍ଗମଞ୍ଚ

ନଳିନୀ ପ୍ରଭା ମିଶ୍ର


ଜୀବନଟା ଏକ ରଙ୍ଗମଞ୍ଚ 

   ଆମେ ସବୁ ତା'ର କଳାକାର

କିଏ ଅବତୀର୍ଣ୍ଣ ପିତା ଭୂମିକାରେ

  କିଏ ଅବା ! ସଖା ସହୋଦର

ରଙ୍ଗମଞ୍ଚ ଏଇ ଜନ୍ମ ମାଟି ପରେ

 ନାଟକର ଚାଲିଥାଏ ଖେଳ

ଯବନିକା ପରେ ବିଦାୟୀ ସର୍ବେ

  ବୁଡିଗଲେ ଜୀବନ ର ବେଳ

କିଏ କେତେ ଖେଳ ପ୍ରଦର୍ଶାଇ ପାରେ

  ଅନ୍ୟ ମନେ ଖୁସି ବାଣ୍ଟି ଦେଇ

ସମୟ ସ୍ରୋତରେ ସଂସାର ନୌକା

   ନେଇଥାଏ ସଦା ବାହି ବାହି

ସତ୍ୟ କାର୍ଯ୍ୟ ପାଇଁ ଶୁଣେ ପ୍ରଶଂସା

  ମନ୍ଦ କାମ ପାଇଁ ଛିଛିକାର।

କିଏ କେତେ ଦିନ ପାଇଁ ଆସିଥାଏ

    ଜନ୍ମ ନେଇ ଏ ଦୁନିଆରେ

ସୁଖ ଦୁଃଖ ଯେତେ ବିଧାତା ର ଦାନ

    ତାକୁ ଅବା! କିଏ ରୋକିପାରେ

ଧର୍ମ ଏକା ସିନା ମଣିଷ ର ସାଥୀ

  ଲଘିଂ ଯାଇପାରୁ ପାରାବାର।

ଆସିଅଛେ ଆମେ ଶୃନ୍ୟତାକୁ ନେଇ

  ଚାଲିଯିବା ଦିନେ ରିକ୍ତହସ୍ତେ

ଯିଏ ଯେତେ ଚାଲିଗଲେଣି ସଂସାରୁ

  ନେଇଛି କିଏ କଣ ସାଥେ

ଆସିବା ଓ ଯିବା କେବଳ ହିଁ ଧ୍ରୁବ

  ଭଙ୍ଗାଗଢା ଏଇ ଦୁନିଆଁ ର।

ଜଣେ ହିଁ ଦେଖୁଛି ଅନ୍ତରାଳେ ରହି

  ରଙ୍ଗମଞ୍ଚ ନାଟକର ଦୃଶ୍ୟ

ପାପ ପୂଣ୍ୟ ର ନିକିତି କୁ ଧରି

  ଆସିଯିବ ନେଇ କାଳଫାଶ

ଯାହା ଦେଇଥିବା ତାହା ପ୍ରାପ୍ୟ ଯୋଗ ଏ ସବୁ ବିଦାୟ ସମୟର।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ଶାଳବନ ରାଣୀ

 ରଂଜିତା ପତି

 ଶାଳବନ ରାଣୀ

      ମାଆ ମୋ ତାରିଣୀ

ଗୁହାରୀ ଶୁଣିମା ହେଉ,,,,

ତୋହପରି ମାଆ

      ଥାଇ ଏ ସଂସାରେ

ଭକତ ଦୁଃଖ ନ ପାଉ,,,,

ଦୟାର ମୂରତି

    ଅପାର ତୋ ଶକ୍ତି

କରନା ମାଆଲୋ ଉଣା,,,,,

ଦେଲେ ଥରେ ଚାହିଁ

     ଅପଲକ ନେତ୍ରେ

ଝରଇ ଧାରା କରୁଣା,,,,

ତୋ ପଣତ କାନି

      ଅଭୟ ବରଣୀ

ଦେଇ ଭକତର ଶିରେ,,,,

ତାରିବୁ ସଂସାରୁ

     ଭବ ପାରାବାରୁ

ଫେଡିଣ ଦୁର୍ଗତି ବାରେ,,,

ଅପରୂପା ତୁହି

    ମାଆ ଶକ୍ତିମୟୀ

କେ ବର୍ଣିବ ତୋ ମହିମା,,,,

ଯୁଗେ ଯୁଗେ ମାଲୋ

 ନାନା ରୂପ ଧରି

କରିଛୁ ଭକତେ କ୍ଷମା,,,,

ତୁହି କାତ୍ୟାୟନୀ

      ବିପଦ ଭଞ୍ଜନୀ

ତୁହି ଧାତ୍ରୀ ତୁହି ଉମା,,,,

ଦେବେ ଅଗୋଚର

     ମହିମା ତୋହର

ଶିବାଙ୍ଗୀ ଗୋ ହରବାମା,,,,

ଶୈଳପୁତ୍ରୀ ମାଗୋ

    ମାଆ ସିଦ୍ଧିଦାତ୍ରୀ

ତାରିଣୀ ମାଆ ତୁ ମୋର,,  ,,

ତୋ ପଦେ ଗୁହାରୀ

     ଜଣାଏ ଆତୁରେ

ତ୍ରାହି କର ଭକ୍ତେ ତୋର,,,,,।

ଗଂଜାମ

ଚପଲ

 ପାଦର ପାଣ୍ଡୋଇ ତୁହି ଅଟୁ ପରା

ଭରତ ମୁଣ୍ଡେ ରଖିଲେ

ଭରତ ଜଗିଲେ ପାଣ୍ଡୋଇକୁ ରଖି

ରାମ ଭାରତେ ଭାବିଲେ

ଚଉଦ ବର୍ଷ ରହିଲେ

ସେ ଚପଲ କଠଉ ନାମେ ସେଠି

ରାମାୟଣ ତ ଚିନ୍ତିଲେ


ଚରଣ ଦେଖିଛୁ ରାମଙ୍କଠୁ କୃଷ୍ଣ

ଵ୍ୟାସଙ୍କଠୁ କାଳିଦାସ

ଚରଣ ଦେଖିଛୁ ବିଜ୍ଞାନୀ ରସିକ

ତୋର ଖଣ୍ଟ ରଵିଦାସ

ବିଭିନ୍ନ ରାସରେ ରସ

ତୋତେ ନ ପିନ୍ଧିଲେ କିଏ ଯାଏ କହ

ବସନ୍ତ ହେଉ ବା ଶୀତ


ବିଭିନ୍ନ ରୂପରେ ଥାଉ ତୁ ପାଖରେ

ସ୍ୟାଣ୍ଡେଲ, ବୁଟ୍ ଚପଲ

ଵନ୍ଧୁ ତୁ  ସମସ୍ତଙ୍କ ଅଟୁ ଘରେ ଘରେ

ବୋହୁ ତୁ ସମସ୍ତଙ୍କ ଭାର

ଅତି କମ୍ ଦାମ୍ ତୋର

ଯତ୍ନ ନେଉ ତୁ ପାଦର ଖାଲି ନୁହେଁ

ସବୁ ଭାର ଶରୀରର


ଅଧା ବାଟରେ ଯଦି ଛିଡିଯାଉ ତୁ

କି ହିନସ୍ତା କହ ମୁନିବର

ସମ୍ମାନ ତ ଯାଏ କଷ୍ଟ ବି ତୁ ଦେଉ

ମଣିଷ ହୁଏ ସତ୍ଵର

କଷ୍ଟ ଭାଷା ନାହିଁ ତା'ର

ମୁଣ୍ଡରେ ମୁଣ୍ଡେଇ ପାରେନା ସେହି

ଦୁଃଖ  କାୟା ଜୀବନର


କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,

ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,

ଲଇଡା, ସମ୍ବଲପୁର

ତୁମେ

                          ଡ. ପ୍ରିୟମ୍ବଦା ସାମଲ। 

ତୁମେ ଥିଲେ ପାଶେ

ମୋ ଚାରିପଟେ ଥାଏ

ଫୁଲର ବଗିଚା ପୁଣି

ବହଳ ଘାସର ଗାଲିଚା। 

ତୁମ ସ୍ମିତ ହାସ୍ଯ ରେ

ମୁଁ ଭୁଲିଯାଏ ନିଜର ଠିକଣା, 

ସୁଖ ଦୁଃଖ ହସ କାନ୍ଦଭରା

ପାହାଡ଼ର ବୋଝ ବୋହି ବୋହି

ମୁଁ ଜମାରୁ ହୁଏନି ବାଟବଣା। 

 ତୁମେ ଥିଲେ ପାଶେ

ମେଘୁଆ ଆକାଶ ବି 

ଦେଖାଯାଏ ଫର୍ଚା, 

ଅମାବାସ୍ଯା ରାତିରେ ବି ହୁଏ

ପୁର୍ଣିମା ଚାନ୍ଦର ଚର୍ଚ୍ଚା। 

ତୁମେ ଥିଲେ ପାଶେ

ଦିନ ସବୁ ସରିଯାଏ 

ମୁହୂର୍ତ୍ତକ ସମୟପରି, 

ସବୁ ବ୍ଯଥା ବେଦନାକୁ

ନୀଳକଣ୍ଠ ପରି ପାନ କରି। 

ତୁମେ ଥିଲେ ପାଶେ

ମୋ ଶିରାପ୍ରଶିରା ରେ

ନାଚି ଉଠେ ମେଘର ମହ୍ଲାର, 

ମୋ ହ୍ରୁଦୟ ହୋଇ ଯାଏ

ପ୍ରେମପୂର୍ଣ୍ଣ ସୁବାସିତ ମନ୍ଦିର। 

ମୋ ମନରେ ବାଜି ଉଠେ

ମଧୁର ବୀଣାର ଝଙ୍କାର, 

ମୁଁ ତୁମ୍ଭ ପୂଜାରୁଣୀ

ତୁମେ ମୋ ଈଶ୍ବର। 

ମୋ ଜୀବନ ନାଆରେ

ତୁମେ ହିଁ ନାଉରୀ ପ୍ରବର, 

ତୁମେ ଥିଲେ ପାଶେ ମୋର

ନାହିଁ  ଭୟ କିବା ଡର। 

ତୁମେ  ହିଁ ମୋ ସ୍ବର୍ଗ ପୁର

ତୁମେ ଦେବତା ମୋର, 

ତୁମେ ତୁମେ ହିଁ ନୀଳକଇଁ

ମୋ ବେଣ୍ଟ ପୋଖରୀର। 

ଜବାହର ନବୋଦୟ ବିଦ୍ଯାଳୟ, ଗଜପତି।

"ଅ"

ନିର୍ମଳ ନାୟକ


ଅଗଣା ରେ  ଆଈ ମା ପାଶେ... 

ଅସରନ୍ତି କାହାଣୀମାଳା ଆସେ !! 


ଅଗଣିତ ତାରଗଣ  ସାଥିରେ... 

ଅଯାଚିତ ସୌନ୍ଦର୍ଯ୍ୟ ରୂପରେ !! 


ଅନିଦ୍ୟ ସୁନ୍ଦରୀ ଚାନ୍ଦ କାହାଣୀ 

ଅପ୍ସରୀ ସ୍ୱର୍ଗର ରୁପସୀ ତରୁଣୀ !! 


ଅଗନା ଅଗ୍ନି ବନସ୍ତ ଅସୁରୁଣୀ.. 

ଅକାତ ପାଣିରେ ବୁଢ଼ା ତରଣୀ !! 


ଅନାବନା ଗପର ପସରା ମେଲି... 

ଅପାଠୁଆ ଆଈ ହସେ ଖିଲି ଖିଲି !! 


ଅନ୍ଧାରେ ନାତି ନାତୁଣୀଙ୍କ ସାଥେ.. 

ଅସୁମାରୀ ଢଗ ଓ ଢମାଳି ବାଣ୍ଟେ !! 


ଅତି ସମୀପେ ବୃନ୍ଦାବତୀ  ରାଣୀ.. 

ଅସୀମ ଆନନ୍ଦେ ଶୁଣେ  କାହାଣୀ !! 


ଅନାହାରେ ବିଚରା ବୁଢ଼ା ବ୍ରାହ୍ମଣ.. 

ଅସଜଡ଼ା ପୌରାଣିକ ତଥ୍ୟଗଣ !! 


ଅଙ୍ଗନରେ ଶିଶୁଗଣ ସ୍ୱର ଗୁଂଜଇ.. 

ଅହେତୁକ ମୋହ ମାୟା ରେ ବାଇ !! 


ଅନଳ ସହିତ ଆହୁତିରେ ଇନ୍ଧନ.. 

ଅନାବନା  କାହାଣୀ ର  ରନ୍ଧନ !! 


ଅଜା ଆଈ ଙ୍କ ନିଇତି  ଝଗଡା... 

ଅନୀତି ଆଉ ନୀତି ର ଅବଡ଼ା !! 


ଅତି ସୁନ୍ଦର ପରି ରାଇଜ ଗଳପ...

ଅଜାତଶତ୍ରୁର ପିତୃହନ୍ତା କଳାପ !! 


ଅନେକ ପ୍ରକାର  କାହାଣୀ  ଶୁଣି...

ଅଜା  ମଝିରେ ରୋକିଲେ ପୁଣି !! 


ଅକାରଣେ ରୁଷିଗଲେ  ଆଈରାଣୀ.. 

ଅସମାପ୍ତ ରହିଗଲା ଆମ କାହାଣୀ !! 


"ଅ" ର  କାହାଣୀ ଥିଲା ଅଶେଷ.. 

ଅଜା ଆସି ସବୁ କରିଲେ ଶେଷ  !! 


151, ନାଗାର୍ଜୁନ କଲୋନୀ 

ନାରା ରୋଡ, ଜରିପଟକା 

ନାଗପୁର, ମହାରାଷ୍ଟ୍ର. 

440014

ଶୀତ ଆଉ ହୃଦୟ।

ମାଧବୀ ପଟେଲ।

ଡିସେମ୍ବରର ଏକ ଶୀତରାତି।ବାହାରେ ହାଡଥରା ଶୀତ।କେତେବେଳେ କୋଉଠୁ କୁକୁର ଛୁଆଙ୍କର 

କୁଁ କୁଁ ଶବ୍ଦ ଭାସିଆସୁଛି ମଝିମଝିରେ।ଶୁନ୍ଶାନ୍ ରାତିର କଲିଜା ଚିରି ବେଳେ ବେଳେ ଘାଡି ଗୋଟେ ଗୋଟେ ଘୁଘାଁ ଦଉଡୁଛି ସାମନା ମେନ ରୋଡରେ।ଅନନ୍ୟାର ଆଖିରେ ଆଜି ନିଦନାହିଁ।ସେ କେବେ ଏମିତି ଏକା ରହିନି ଘରେ।ସବୁବେଳେ ପିଲାମାନେ କେହିନା କେହି ଥାଆନ୍ତି।ଛୋଟପୁଅ କଲେଜ ଚାଲିଗଲାପରେ ଏବେ ଘର ଟା ଖାଲି ହେଇଯାଇଛି।ସୁଭେନ୍ଦୁ ଦୁଇଦିନ ପାଇଁ

ନିଜ କାମରେ ବାହାରକୁଯାଇଛନ୍ତି।ସେ କହୁଥିଲେ ଘରେ ଏକା ରହିପାରିବୁନି ଯଦି କାହାକୁ ଡାକିପକା।ହେଲେ ସେ ନିଜକୁ ଶାହସୀ ଦେଖାଇ ହେବାକୁ ମୁଁ ଏକା ରହିଯିବି ବୋଲି  ତାଙ୍କୁ ବିଶ୍ବାସ କରାଇଦେଲା।ହେଲେ ଏବେ ରାତିହେଲାରୁ ମନଭିତରେ ଛନକା ପଶିବା ଆରମ୍ଭ କଲାଣି।ମଝିମଝିରେ ପେଚାଟେ ବି

ରହି ରହି କିଚିରି କିଚିରି ଶବ୍ଦ କରୁଛି ଯେମିତି କିଛି ଅନିଷ୍ଟହେବାର ସୂଚନା ଦେଉଛି ତାକୁ।ରାତିରେ ଏକା ଶୀତ ହେତୁ ନିଦ ହେଉନି।ସୁଭେନ୍ଦୁଙ୍କ କଥା ଭାରି ମନେପଡୁଛି ଆଜି।ଶୀତହେଲେ ସେ ତାଙ୍କୁ ଧରି ଶୋଇଯାଏ ତ ଶୀତ ଆପେଆପେ ଦୂରକୁ ପଳେଇଯାଏ।ହୃଦୟର କଥା ବୋଧହୁଏ ହୃଦୟକୁ ଜଣା ପଡିଯାଏ।ସେପଟୁ ସୁଭେନ୍ଦୁଙ୍କ ଫୋନ ଆସିଲା।

ସେ ସବୁବେଳେ ସତର୍କ ରହନ୍ତି।ବାହାରକୁ ଗଲେବି ତାଙ୍କ ମନ ଘରଆଡେ ପିଲାଙ୍କ ଆଡେ ଥାଏ।ଶୋଇବା ଆଗରୁ ସମସ୍ତଙ୍କୁ ଫୋନକରି ଖବର ବୁଝିଲେ ଯାଇ ଶୁଅନ୍ତି।ଯାହା ତା ଦେଇ ହୁଏନି।ସେ ଫର୍ମାଲିଟି କରେନି।ଦରକାର ହେଲେ ଯାଇ ଫୋନକରେ।ଏକଥା ଘରେ ସମସ୍ତେ ଜାଣିଛନ୍ତି।ସୁଭେନ୍ଦୁ ପଚାରୁଥିଲେ ଡର ଲାଗୁଛିକି?ସେ କହିଲା।ହଁ ଟିକେ ଟିକେ।କବାଟ ସବୁ ଭିତରପଟୁ ବନ୍ଦ କରିଛତ?

ସେ ପଚାରିଲେ।ଅନନ୍ୟା କହିଲା ହଁ ବନ୍ଦ କରିଛି।ତାହେଲେ ଏବେ ଶୋଇଯାଅ କିଛି ହେଲେ ମତେ ଫୋନ କରିବ।

ତାପରେ ସେ ଭଗବାନଙ୍କ ନାଁ ନେଇ ଶୋଇବାକୁ ଚେଷ୍ଟାକଲା।ଶୋଇବା ଆଗରୁ ସେ ଶିବଓ ଜଗନ୍ନାଥଙ୍କ ନାମ ସାତଥର  ନିଏ ଓ ତାପରେ ଶୁଏ ଏହା ତାର ନିତ୍ୟ ଅଭ୍ୟାସ।ରାତି ଦୁଇଟା ଖଣ୍ଡେ ହେବ ଘର ବାହାରେ କିଛି ଶବ୍ଦ ଶୁଣାଗଲା।ସେ ତା ସ୍ବାମୀକୁ ଅନ୍ଧାର ଭିତରେ ଫୋନ ଲଗାଇଲା। ସେପଟେ ଫୋନ ରିଙ୍ଗ ହେଉଥିଲା ହେଲେ ଉଠଉ ନଥିଲେ।ପୋଲିସର ନମ୍ବର ସେ ଜାଣିନଥିଲା।ଏତିକି ବେଳେ ବାହାର ଦରଜା ଖୋଲି କେତେ ଜଣ ପଶି ସାରିଥିଲେ।ବୋଧହୁଏ ଦିନ ବେଳୁ କେହିଜଣେ ଛାତଉପରେ ଲୁଚିଥିଲା।ସେ ଆସି ଭିତରପଟୁ ବାହାର ଦରଜା ଖୋଲି ଦେଇଛି।ଭୟରେ ସେ କଣ କରିବ ଭାବି ପାରୁନଥାଏ।ବେଡରୁମ ଭିତରେଥିବା ବାଥରୁମ୍ରେ ପଶି ସେ ଭିତରୁ ଦରଜା ବନ୍ଦ କରି ବସି ରହିଲା।ଯଦି ବେଡରୁମ୍ ର ଦରଜା ଭାଙ୍ଗିବେ ତାହେଲେ ଜିନିଷ ନେଇ ଚାଲିଯିବେ।କମ୍ ସେ କମ୍ ସେ ତ ବଞ୍ଚିଯିବ।ଜୀବନ ଥିଲେ ପୁଣି ଅର୍ଥ କମାଇହେବ।

ସୁଭେନ୍ଦୁ ଦେଖିଲେ।ମିସକଲ୍ ଅଛି।ହେଲେ ଆଉ ଫୋନ ଲାଗୁନି।ତାଙ୍କର ଛଅ ଇନ୍ଦ୍ରିୟ କାମ କରିବା ଆରମ୍ଭ କରିଦେଲା।ଅନନ୍ୟା ବିନା କାମରେ ଫୋନ କରେନି।ନିଶ୍ଚିତ କିଛି ବିପଦ ପଡିଥିବ।ସେଶିଘ୍ର ଫୋନ ଖୋଲି ନିଜ ଘରର ସିସି ଟିଭି ଅନ୍ କରି ଦେଖିଲେ।ଘର ଭିତର ବାଉଣ୍ଡ୍ରି ରେ ଗୋଟେ ଦୁଇଟା ଛାଇ ଦେଖାଗଲା।କଳା ପ୍ୟାଣ୍ଟ ଓ ଜେକେଟ ପିନ୍ଧିଥିଲେ ଲୋକଗୁଡାକ।ମୁହଁରେ ଟୋପି ମଫଲର ବାନ୍ଧିଥିଲେ ଶୀତ ହେତୁ।ସେ ସାଙ୍ଗେ ସାଙ୍ଗେ ପୋଲିସର ନମ୍ବର ଲଗାଇଲେ।ସିଧା ଏସ୍ ପି ମେଡମ୍ଙ୍କୁ ବି ଫୋନକଲେ।ମେଡମ୍ ତାଙ୍କୁ ଭଲକି ଜାଣିଥିବାରୁ ଏତେ ରାତିରେ କିଛି ଅଘଟଣ ଘଟିଥିବ ଭାବି ଫୋନ ଉଠାଇଲେ।ସୁଭେନ୍ଦୁ କହିଲେ ମେଡମ୍ ଶିଘ୍ର ମୋ ଘରକୁ ଯାଆନ୍ତୁୁ।କିଛିଲୋକ ଭିତରେ ପଶିଛନ୍ତି।ମୁ ସିସିି କ୍ୟାମେରାରେ ଦେଖିଛି।ମୋ ସ୍ତ୍ରୀ ଘରେ ଏକାଅଛି।ମୁଁ ବାହାରକୁ କାମରେ ଆସିଛି।ସାଙ୍ଗେ ସାଂଗେ ପୋଲିସ ଧରି ମେଡମ୍ ବାହାରିଲେ।ସେତେ ବେଳକୁ ଚୋରମାନେ ଶୋଇବାଘର କବାଟ ଭାଙ୍ଗିବାରେ ସଫଳ ହେଇ ସାରିଥାନ୍ତି।ଘରକୁ ଚାରିପଟୁ ଘେରାଉ କରି ବନ୍ଧୁକ ଧରି ଭିତରକୁ ପୋଲିସ ଦଳ ଅକସ୍ମାତ ପଶିଆସିବା ଦେଖି ଚୋରମାନେ ଘବରାଇ ଗଲେ।

ସେଗୁଡା ସାଧାରଣ ଲୋକଥିଲେ।ଘରେ ପିଲା ଲୋକ ନଥିବାର ଖବର ପାଇ ପଶିଥିଲେ।ସ୍ତ୍ରୀ ଲୋକକୁ ଡରାଇ ସୁନା ଟଙ୍କା ଲୁଟି ନେବା ଅଭିପ୍ରାୟ ଥିଲା ତାଙ୍କର।ହେଲେ ସୁଭେନ୍ଧୁଙ୍କ ଦୂରଦର୍ଶିତା ବୁଦ୍ଧିପାଇଁ ଧରା ପଡିଗଲେ।ହୃଦୟର ଡାକ ହୃଦୟଯାଏ ପହଞ୍ଚି ଯାଇଥିଲା।ଅନନ୍ୟାର ହୃଦୟର ଡାକ ଫୋନ ନ ଲାଗିଲେବି ସେ ବୁଝି ପାରିଥିଲେ।ସୌଭାଗ୍ୟକୁ ସେ ଘରେ ସିସି ଟିଭି କ୍ୟାମେରା ଲଗାଇଥିଲେ ବୋଲି ଦୂରରେ ଥାଇବି ଘରକୁ ନିଘା ରଖି ପାରୁଥିଲେ।ଆଉ ଚୋର ମାନେ ଧରପଡିଲେ।

ଅନନ୍ୟା ବାଥରୁମରେ ଚୁପ୍ଚାପ ବସିଥିଲେ।ପୋଲିସ ମେଡମ୍ ଆସି ନିଜ ନାଁ ନେବାପରେ ବାଥରୁମ କବାଟ ଖୋଲି ବାହାରିଲେ।ସୁଭେନ୍ଦୁ ସାଙ୍ଗେ ସାଙ୍ଗେ ଗାଡିଟେ ଭଡାକରି ଫେରିଆସିଥିଲେ।ସେଇ ଭୟଙ୍କର ଶୀତରାତି ମନେ କଲେ ଦେହ ଆଜିବି ଶୀତେଇଉଠେ।

ଝାରସୁଗୁଡା।

ସୋମାର ଦୁଃଖ

  ସରୋଜ କୁମାର ସାହୁ


ଦାଣ୍ଡଦୁଆରରେ ସୋମାକୁ ଗୋଡାଇ ଗୋଡାଇ ପିଟୁଥାଏ" ରଞ୍ଜିତା"।"ମରିଗଲି", "ମରିଗଲି" ବୋଲି ଯେତେ ଚିତ୍କାର କରୁଥାଏ ତଥାପି ସେ ଶୁଣିବାକୁ ନାରାଜ।ଯେତିକି କାନ୍ଦୁଥାଏ ସେତିକି ପିଟୁଥାଏ ଖାଲି ଆଖି ଦିଟାକୁ ଛାଡି।ନୋଳାଫାଟି ରକ୍ତ ବି ଝରୁଥାଏ ପିଠିରୁ।ଦଶବର୍ଷର ପିଲାଟା କେତେ ବା ସହିବ।ଥରିଲା ଥରିଲା କଣ୍ଠରେ କହୁଥାଏ "ତୋର ସବୁ କଥା ମାନିବି, ସବୁ କାମ କରିବି ,ଥରୁଟିଏ କ୍ଷମା କରିଦେ ଲୋ ବୋଉ "।ବୋଉ, ରାଗିଲେ କାହାରିନୁହେଁ ମୋ ସାଙ୍ଗରେ ପୁଣି ଏତେ "ନଖରାମୀ"।ମୁଁ, ଦି କାନକୁ ଧରି ଛିଡା ହୋଇଥିଲା ବେଳେ ଭୟରେ ଗୋଡ ଥରି ଏପାଖ ସେପାଖ ହଉଥାଏ।ଲୁହ ବି ଝରୁଥାଏ ଆଖିରୁ।

  ଜେଜେମା, ଜେଜେବାପା ସବୁ ଶୁଣି ନ ଶୁଣିଲା ଭଳି ଛିଡା ହୋଇଥାନ୍ତି।କଣ ବା ସେ କରିବେ ? ସତୁରିବର୍ଷ ପରେ ପେଜ ତୋରାଣିରେ ଭୋକ ମେଣ୍ଟି ସାହାରା ଲୋଡୁଥିବା ମଣିଷର କି ବା ଅଧିକାର, ପ୍ରତିରୋଧ କରିବାର। 

କ୍ଷୀର ଗରମ କରି ବୋଉ କାମରେ ବ୍ୟସ୍ତ ରହିଲା।ଘଣ୍ଟାଏ ଯାଇ ଦି ଘଣ୍ଟା ହେଲା।ମୁଁ ସେଇଠି ଛିଡା ହୋଇ ଭାବୁଥାଏ, ମୋର ଭୁଲ୍ ରହିଲା କୋଉଠି? ହସଖୁସି, ଖେଳକୁଦ ତ ନାହିଁ ..... ଦିନସାରା ଘରେ।ସ୍କୁଲ୍ ଖୋଲୁଥିଲା ବୋଲି ତ ଦିନଟା ସେଇଠି କଟିଯାଏ ପିଲାଙ୍କ ମେଳରେ। ସ୍କୁଲ୍ ଛୁଟି ହେଲା ଦିନଠୁ ଡୋରି ବନ୍ଧାହେଲା ଖୁସିରେ।ଗାଳିମନ୍ଦ କରି ଘରକାମରେ ଲଗାଇଲା ବୋଉ।ବାସନ ମାଜିବା ,ଘର ଝାଡୁ କରିବାଠୁ ଆରମ୍ଭ କରି ରୋଷେଇ କରିବାଯାଏ।ଅାଜି ଘର ଝାଡୁ କରିବା ସମୟରେ ଦେଖିଲି, ବହିରେ ଅଳନ୍ଧୁ ସହିତ ଉଈ ଲାଗିଛନ୍ତି ଯେଉଁଥିରେ ବହିର ଅଧାଅଂଶ ପୂରା ନଷ୍ଟ।ମନ ଦୁଃଖରେ କ୍ଷୀର ଗରମ କରିବା କଥା ଏକଦମ ଭୁଲିଗଲି ଯାହାର ଏଇ ଦଶା।

ରୋଷେଇ ସରି ମାଛ ଭଜା ସହ ଡାଲମା ବି ହେଲା।ସୋମୁ, ଶୋଇଲା ପରେ ବୋଉର ରାଗ ଶାନ୍ତ ହେଲା କି କଣ? ମୋତେ ଡାକିଲା ,ହାତଧୋଇ ଖାଇବାକୁ।ମୁହଁ ଧୋଇ ହାତ ଧୋଇଲାବେଳେ ଦେଖିଲି ମୁହଁରେ କଳାକଳାର ଦାଗର ଚିହ୍ନ।ଦେହ ଦରଜରେ ଭରା।ଆଖି ଖୋଜୁଥିଲା ଶେଜ ଟିକିଏ ବିଶ୍ରାମ।ପେଟରେ ଭୋକ ନଥିଲା ଆଉ .....ଅଧା ଖାଇ ଚାଲି ଆସିଲି।ଶେଷରେ ମାଛ ଖଣ୍ଡିଏ ଯାଚିଲାବେଳେ ମନାକଲି ଯୋଉଟା ଏବେବି ଗିନାରେ।

ମୁହଁମାଡି ଶୋଇଲି ସତ ହେଲେ ଆଖିରେ ନିଦ ନଥିଲା .... ଥିଲା ଖାଲି ଭାବନା।ମୋ ପ୍ରତି ବୋଉର ଘୃଣାଭାବ କେତେ ଆଗକୁ ଆଗକୁ ଯାଉଛି ଜଳଜଳ ଦିଶୁଥିଲା ମୋତେ।ବୋଉର ଆଗଭଳି ଆଦର ନାହିଁ ଆଉ।ଧନ ଗଲ୍ଲୀର କଅଁଳିଆ ଡାକ କାନରେ ଅାଉ ବାଜୁନି।ଛୋଟ ଖଣ୍ଡିଆରେ ଯିଏ ଓଳିଏ ଓପାସ ରହୁଥିଲା ସେ ଆଜି ବଦଳିଗଲା କେମିତି? ସତରେ ସେ ମୋର ବୋଉ କି ସାବତ ବୋଉ, ଏମିତି ଅନେକ ପ୍ରଶ୍ନ?

ସୋମୁ ହେଲା ଦିନଠୁ ସବୁ ଅଧିକାର ହେଉଛି ତାର।ପୁନେଇ ପରବରେ ନୂଆ ଜାମା ଗିଫ୍ଟ୍।ଯେଉଁଦିନଠୁ ତାର ଜନ୍ମଦିନ ପାଳନ ହେଲା ମୋର ଜନ୍ମ ଦିନକୁ ଭୁଲିଗଲା ବୋଉ।ବାପା, ବୋଉକୁ ନ ଜଣେଇ କେବେ କେବେ ଛୋଟମୋଟ ଉପହାର ଦିଅନ୍ତି ଯେଉଁଥିରେ ମନ କୁଣ୍ଢେମୋଟ ହୋଇଯାଏ।ଏମିତି ଭାବୁଭାବୁ ଆଖିକୁ କେତେବେଳେ ଯେ ନିଦ ଆସିଗଲା ଜାଣିନି।

ଶୋଇଛି ଯେ ଶୋଇଛି... ନିଦ ଭାଙ୍ଗିଲା ବେଳକୁ ଦେଖିଲି ବାପାଙ୍କ ହାତ ମୋ ଉପରେ।ଧୀରେଧୀରେ ସାଉଁଲୋଉଛନ୍ତି ତାଙ୍କର ବଧିରା ହାତରେ।ଆଖିରୁ ଲୁହ ଜକେଇ ପଡୁଛି ମସିଣାରେ।ସେତେବେଳକୁ ଦେହରେ ପ୍ରବଳ ଜ୍ବର।ବାପାକୁ ଦେଖି କାନ୍ଦି ଉଠିଲି.... ସେ ବି କାନ୍ଦିଲେ ଆଖିରେ ଆଖି ମିଶେଇ।କୋଳେଇ ନେଲେ ପାଖକୁ ଆହୁରି ପାଖକୁ।ହାତରେ କାନଫୁଲଟିଏ ଧରେଇ ଦେଇ କହିଲେ " ତୋ ଜନ୍ମଦିନର ଉପହାର "।ତୋର ବୋଉ, ସାକ୍ଷୀ ଥିଲେ ମସିଣାରେ ନୁହେଁ କୋଳରେ ଶୁଆଇଥାନ୍ତା।ଏମିତି ଲୁହରେ ନୁହେଁ ହସରେ ଭିଜୁଥାନ୍ତୁ।ବାପା ଶୁଆଇଦେଇ ଜଡିବୁଟି ପାଇିଁ ଗଲାବେଳେ ଭାବୁଥାଏ, ବୋଉ ସାକ୍ଷୀର କଥା... ଦିଶୁଥାଏ ତାର ହସହସ ପ୍ରତିଛବି।


ସରୋଜ କୁମାର ସାହୁ

ଆଠଗଡ,କଟକ

ସାବତ ମାଆ,ଉଚ୍ଚ ଶିକ୍ଷିତା ଝିଅ ଓ ଭାଗ୍ଯର ବିଡମ୍ବନା

ସୁକାନ୍ତ ଖଣ୍ଡା

ଯମେଶ୍ବରବାବୁ ପତ୍ନୀର ବିୟୋଗରେ ସର୍ବଦା ଗଭୀର ଆଘାତ ପାଇଲେ। ସେ ନିତି ମନେ ପକାଇ କାନ୍ଦିଲେ। ଏ ଦୃଶ୍ୟ ଝିଅ ସାବିନା ଆଗରେ ହେଉଥିଲା ତ ତାଙ୍କୁ ଭାରି ଦୁଃଖ ଲାଗିଲା। ନିଜେ ସନ୍ତାନ ହୋଇ ଈଶ୍ବରଙ୍କ ଇଛା ଓ ଆଶାକୁ ସମ୍ମାନ ଦେଇ ଦୁଃଖ କରିବାଠୁ ଅନେକ ଦୂରରେ ହେଲେ ବାପାଙ୍କ ଦୁଃଖ ସାବିନାକୁ ବ୍ଯତିବ୍ଯସ୍ତ କରି ପକେଇଲା। ସେ ବୁଝିକି ଜାଣିଲା ସବୁ ପୁରୁଷଙ୍କ ନିଜ ପତ୍ନୀଙ୍କର ବିଚ୍ଛେଦ ଅସହ୍ଯ ହୋଇଥାଏ। ସେ ଦିନେ କହିବ କି ନାହିଁ କହୁକହୁ କହିଲା,"ବାପା ! ମୋତେ ତୁମେ କ'ଣ ଭଲ ପାଅ ନାହିଁ କି?" ଯମେଶ୍ବରବାବୁ ସାବିନାକୁ କୁଣ୍ଢେଇ କହିଲେ,"ସାବିନା ! ତୁମେ ଏମିତି କ'ଣ କହୁଛ? ତୋ'ର ମାଆ ଆର ପାରିକୁ ଗଲାପରେ ତୁ ହିଁ ମୋର ସାହା ଭରଷା ଆଉ ତୋ'ର ବିନା ତ ଅନ୍ଧାର ଆଉ ଅନ୍ଧାର।" ବାପାଙ୍କ କଥା ସରି ନାହିଁ ସାବିନା କହିଲା,"ବାପା ! ଆପଣ ଆଉଥରେ ବିବାହ କରି ମୋର ନୂଆମାଆଙ୍କୁ ଆଣି ଭୁଲିବା ଚେଷ୍ଟା କରନ୍ତୁ।"

                 ଏ କଥା ଶୁଣି ଯମେଶ୍ବରବାବୁ ଅଧିକ କାନ୍ଦିବା ଆରମ୍ଭ କଲେ। ଝିଅଟିକୁ କିପରି କହିବେ ଯେ ସାବିନା ତୋ'ର ଇଛାକୁ ସଫଳ କରିବି। ତୁ କହିବା ଆଗରୁ ଏ ସ୍ବପ୍ନ ବି ଦେଖିଥିଲି। କିନ୍ତୁ ପର   ମୂହୁର୍ତ୍ତରେ ଚିନ୍ତା କରେ ଯଦି ତୋ'ର ନୂଆ କି ଆସିଥିବା ପତ୍ନୀ କ୍ଷତି କରିବା ଚିନ୍ତା କରେ ତେବେ...? ଲୁହ ଓ କୋହରେ ଘାଣ୍ଟି ହୋଇଗଲେ। ହୃଦୟ କୋଣକୁ ଶକ୍ତ କରିବାକୁ ଇଛା କଲା ହେଲେ ପର ମୂହୁର୍ତ୍ତରେ ପୁଣି କାମନା ବାଣରେ ଅଥୟ ହୁଅନ୍ତି। ସେ ଖୋଜି ବୁଲନ୍ତି କାହାକୁ ଆପଣାର କରନ୍ତି କି? ଏ ଦେହ ଓ ମନ ପବିତ୍ର ହୁଅନ୍ତା ଗୋଡ଼ହାତ ମୋଡାମୋଡି଼ କରିବାକୁ ସୁବିଧା ହୁଅନ୍ତା। ଯମେଶ୍ବରବାବୁ ଦୋ'ଛକି ରାସ୍ତାରେ ଠିଆହୋଇ ଦୂର ଦିଗବଳୟକୁ ଚାହିଁଲେ। କିଛି ବି ଜାଣିପାରୁ ନ ଥିଲେ ତା'ର ଗତିପଥ କେଉଁଟା?

          ହଠାତ୍ ମନ ସାମ୍ନାକୁ ଆସି କହିଲା,"ଯମେଶ୍ବରବାବୁ ! ଭାବୁଛନ୍ତି କ'ଣ? ରୋଜଗାର ଅଛି ବଳ ଓ ବୟସ ଅଛି। ରୂପ ଯେମିତି ଗୁଣ ବି ସେମିତି? ତୁମେ ଥରେ ହଁ କହିବ ତ ଝିଅଙ୍କର ହାଟ ବସିବ କାହାକୁ ଚାହିଁବ ବାଛିନେବ।" ମନ ପାଖରୁ ଦୂରେଇ ଯାଇଛି ବିବେକ ଆସି କହିଲା,"ଯମେଶ୍ବରବାବୁ ! ମୋଟେ ବିବାହ କଥା ମୁଣ୍ଡକୁ ନେବନି ବିବାହ କଲେ ଏକମାତ୍ର ଝିଅ ସାବିନାର ଅବସ୍ଥା କ'ଣ ହେବ ଭାବିଛନ୍ତି? ସେ ଅବହେଳିତ ହୋଇ ମରିବାକୁ ଯିବ ଏ ଦୃଶ୍ଯ ତୁମେ ସହି ପାରିବ ତ?" ବାସ୍ ! ଏତିକି କହି ବିବେକ ଅଦୃଶ୍ଯ ହୋଇଗଲା। ଯମେଶ୍ବରବାବୁ କରିବେ କ'ଣ?  ଏପଟେ ଗୋହତ୍ଯା ସେପଟେ ବ୍ରହ୍ମହତ୍ଯା ତ ଦୋ'ଛକି ରାସ୍ତା ତାକୁ ଆଣିଦେଲା ଲୁହର ଝଡ଼। ଯେଉଁଥିରେ ସେ ଭାସି ଚାଲିଲେ ଆକାଶ ବତାସ। ଭାସି ଯିବାବେଳେ କୁଟା ଖିଅକୁ ଆଶ୍ରାକଲା ପରି ହଠାତ୍ କାମିନୀ ପାଖରେ ଠିଆହେଲା ତ ଲୁହ ପୋଛି କୋଳେଇ ନେଲା।

          ଯମେଶ୍ବରବାବୁ ହୋସକୁ ଆସି କହିଲେ,ତୁମେ କିଏ? ମୋତେ ବା ସେବା କରୁଛନ୍ତି କାହିଁକି?" ଯୁବତୀଟି ଛାତିରେ ଜାବୁଡି଼ ଧରି ଗେଲ କଲା। ଏମିତି ଗେଲ କରିବା ଭିତରେ ଯମେଶ୍ବର ଭୁଲିଗଲା ବିବେକ କଥା। ମନ କଥାକୁ ଭାବି କହିଲା,"ମନ ! ତୁମେ ଠିକ୍ କହୁଥିଲ ଦେଖ ପାଖରେ ଯେ ମୋତେ ନେଇ କୋଳରେ ବସାଇଛି ତାକୁ ଆଜି ମନଭରି ତ ଉପଭୋଗ କରି ସାରିଲିଣି। ଏବେଠୁ ସେ ମୋର ପତ୍ନୀ ହୋଇ ସାରିଛି। ତାକୁ ଘରକୁ ନେଇ ସାବିନାର ମାଆ କରିଦେବି। ସାବିନା ବି ନୂଆମାଆକୁ ପାଇ ବହୁତ ଖୁସିହେବ। ତା'ର ଇଛା ଓ ଆଶା ବି ପୂରଣ ହେବ। ସେ ମନକୁ ଚେଙ୍ଗା କରି କହିଲା,"ତୁମେ ମୋତେ ଆଗକୁ ବଢି଼ବାର ରାହା ଦେଖଉଛ କାହିଁକି? ମୁଁ ତ ତୁମର କେହି ନୁହେଁ ତଥାପି ମୋତେ କାମନା ଦୋଳିରେ ବସେଇଲ। ମହୁଠୁମିଠା ନଈର ପାଣି ପିଆଇଲ କୁହ ତୁମେ କ'ଣ ଚାହଁ?"

            ଏ କଥା ଶୁଣି ଯୁବତୀଟି କହିଲା,"ମୋର ନାମ କାମିନୀ ମୁଁ କାମନାରେ ସରସର ହେଉଥିଲି। ତୁମକୁ ଏକୁଟିଆ ପାଇ ମନର ଭାବ ପ୍ରକାଶ କଲି ଆଉ ସଫଳ ବି ହୋଇଛି। ମୁଁ ତୁମର ଔରସରୁ ମାଆ ହୋଇଯିବି କାରଣ ମୋର ପିରିଅଡ୍ ସମୟ ହୋଇଥିଲା। ହିତାହିତ ଜ୍ଞାନ ହରେଇ ତୁମର ରକ୍ତ ମୋ ଦେହରେ ଏବେ ରହି ସାରିଲାଣି। ଯମେଶ୍ବରବାବୁ ତାକୁ କୁଣ୍ଢାଇ ପକେଇ ମୁଖ ଚୁମ୍ବନ ଦେଇ ରାଣୀ କରି ରଖିବାକୁ ପ୍ରସ୍ତାବ ଦେଲେ। କାମିନୀ ତ ଏ ସୁଯୋଗକୁ ଅପେକ୍ଷା କରିଥିଲା। କାରଣ ସାବିନାର ମାଆକୁ ବିବାହ ପୂର୍ବରୁ ତା'ର ସହ ପ୍ରସ୍ତାବ ପଡି଼ଥିଲା ହେଲେ ଯମେଶ୍ବରବାବୁ ଅରୂପ,ଅସୁନ୍ଦର ଓ ଗରିବ ଘର କହି ପ୍ରତ୍ଯାଖାନ କରିଥିଲେ। ଆଜି ସୁଯୋଗ ଆସିଛି କହି ସଙ୍ଗେସଙ୍ଗେ ମନ୍ଦିରରେ ବିବାହ କରିନେଲେ। ଏବେ କାମିନୀ ଯମେଶ୍ବରବାବୁଙ୍କ ପତ୍ନୀ। କାମିନୀ ନୂଆନୂଆ ସାବିନାକୁ କୋଳେ ଆଦର ଯତ୍ନ କରୁଥିଲା। ଏବେ ତା'ର ଝିଅଟିଏ ହେଲା ତ ସାବିନା ଡଷ୍ଟବିନକୁ ଯୋଗ୍ଯ ମଣିଲା। ସାବିନା ଆଜି ଅବହେଳିତ ନିସ୍ପେଷିତ। ଖିଆପିଆ ଓ ସେବା ବିନା ଦୁର୍ବଳ ଚେହେରା ହୋଇଗଲାଣି। ତେଲ ସାବୁନ ତ ମୁଣ୍ଡ କି ଦେହରେ ବାଜୁନି। ଖାଇଲା ପିଇଲା ଘରର ଝିଅଟା ହେଲେ ଆଜି ନୁଖୁରା ଦେହ ଝାମ୍ପୁରା ବାଳସବୁ ଉଡି଼ବୁଲୁଛି।

             ଯମେଶ୍ବରବାବୁ ଆଗରୁ ଖୁବ ଭଲଥିଲେ। ମଦ ପାଣିଠୁ ଦୂରରେ ବି ଥିଲେ ହେଲେ କାମିନୀ ଆସି ଶିଖାଇଲା ମଦ। ନିତି ପିଆଇ ଦୁର୍ବଳ ଏତେ କରିଦେଲା ଯେ ଘର ପରିବାର କଥା ବୁଝିବ କ'ଣ ନିଜକୁ ସମ୍ଭାଳିବା କାଠିକର ପାଠ ହେଲା। ସାବିନା ଆଜି ବଡ଼ ହୋଇଗଲାଣି। ସାବତ ମାଆକୁ ଆଶ୍ରା ନ କରି ଦୂର ସହର ଯାଇ କାମ କରୁଛି। ସେ ଯଦିଓ ଉଚ୍ଚ ଶିକ୍ଷିତା ହୋଇ ସାରିଛି ହେଲେ ସାବତ ମାଆ ତାକୁ ଆଖିରେ ନ ଦେଖିବା ଯୋଗୁଁ ଦୂର ସହର ରହିବାକୁ ହେଲା। ତା'ର ସାବତ ମାଆ ଓ ଝିଅଙ୍କ ଅଇଁଠା ଖାଇବା,ଅଇଁଠା ବାସନ ମାଜିବା,ଲୁଗା ଧୋଇବା ଘର ବାହାର ସଫା କରିବା ଅପେକ୍ଷା କେଉଁଠି କାମକରି ବଂଚି ରହିବାକୁ ଶ୍ରେୟ ସେ ମଣିଛି। ଯିଏ ନିଜର ରକ୍ତର ରକ୍ତକୁ ବୁଝିଲାନି ଆଉ କାହାକୁ କହିବା ବୋକାମୀ ଭାବିଛି।

         ଯେଉଁଦିନ ଭାଗ୍ଯକୁ ନେଇ ଚାଲିଗଲା। ସେ ତା'ର ବାପା,ସାବତ ମାଆ ଓ ସାନ ଭଉଣୀ ଶ୍ରୀୟାଙ୍କୁ ପ୍ରଣାମ କରି ଚାଲିଗଲା। ଗଲା ଯେ ଗଲା ଆଉ ଫେରିଲା ନାହିଁ। ସେ ଭାବିନେଲା ଏହା ହିଁ ତା'ର ଭାଗ୍ଯର ବିଡମ୍ବନା। ସାବିନା ଚାଲିଯିବା କାମିନୀକୁ ଆହୁରି ଶୁଭଙ୍କର ହେଲା। ସାବିନା ତା' ବାପାଙ୍କର ସବୁ ଯତ୍ନ ଓ ସେବା କରୁଥିଲା। ଆଜି କରିବାକୁ କେହି ନାହିଁ। ସେ ଯାହା ଚାହୁଁଥିଲା ଈଶ୍ବର ଆପଣା ଛାଏଁ କରେଇ ଦେଲେ ତ ଅସୀମ ଭକ୍ତିରେ ମାଆ ତାରିଣୀଙ୍କ ପାଖରେ ଶହେ ଆଠ ନଡିଆ ଓ ପଦ୍ମଫୁଲ ଚଢେ଼ଇଲା। କାମିନୀ ମନ୍ଦାର ଫୁଲ ଚଢେଇ ଦେଇଛି ଏକ ଭ୍ରମର ଆସି ଶ୍ରୀୟାର ଗାଲକୁ କାମୁଡି ଦେଲା ତ ତାହା ଧିରେଧିରେ ଫୁଲିବା ସହ ଘାଆ ହୋଇ ବଢି଼ବାକୁ ଲାଗିଲା। କାମିନୀ କରେ କ'ଣ ସ୍ବାମୀଙ୍କର ବିଛଣାରେ ଲାଖି ଯାଇଛି ଅବଶ୍ଯ ମରିବାକୁ ଆଉ ଅଳ୍ପ ସମୟ ବାକି ଅଛି। ସେ ଆନନ୍ଦରେ ଖୁସି ହେବା ବେଳକୁ ହତାଠ୍ ନିଜ ଝିଅ ଶ୍ରୀୟାର ଅବସ୍ଥା ତାକୁ ବ୍ଯଥିତ କରି ପକାଇଲା। 

        ଯମେଶ୍ବରବାବୁ ବିଛଣାରେ ସଢୁଥିଲେ ହେଲେ ଶ୍ରୀୟା ହଠାତ୍ ଡାକ୍ତରଖାନାରେ ମୃତ୍ଯୁର କୋଳରେ ଶୋଇଗଲା ତ ରାଗ ଓ ଅପମାନର ସ୍ବାମୀର ବେକ ମୋଡି଼ ଦେବାକୁ ଗଲାବେଳେ ସାବିନା ପହଂଚି ବାପାର ଜୀବନ ରକ୍ଷା କଲା। ଦୁଇ ସାବତ ଝିଅ ମାଆଙ୍କର ଯୁଦ୍ଧ କୌଶଳ ଆଖି ଆଗରେ ଦେଖି ଯମେଶ୍ବରବାବୁ କେମିତ ବଳ ପାଇଲା କେଜାଣି ଉଠିପଡି଼ କାମିନୀକୁ ଧିକ୍କାର ସହ ସବୁ ଦିନକୁ ତଡି଼ଦେଲା। ସାବିନାଙ୍କର ଯତ୍ନ ଓ ସେବାରେ ବାପାଙ୍କର ଦେହ ପୂରା ଭଲ ହୋଇଗଲା। ଏବେ ଯମେଶ୍ବରବାବୁ ଝିଅକୁ କୁଣ୍ଢାଇ କହିଲେ,"ମାଆ ! ତୋ'ର ପାଇଁ ଜୀବନ ରହିଲା। ସେଇ ଯେ କାମିନୀ ଏ ଘରକୁ ଅର୍ଥକୁ ଆତ୍ମସାତ୍ କରୁଥିଲା। ତାକୁ ତା'ର ମାଆ ହିଁ ସାହାଯ୍ଯ ସହଯୋଗ କରୁଥିଲା। ମୋତେ ଦିନେ ବିବେକ ଠିକ୍ କହୁଥିଲେ ନୂଆ କି ବିବାହ କଲେ ଝିଅ ସାବିନାର ଦୁଃଖ ବୋହିଯିବ। ଏବେ ତୋ'ର କାହିଁକି ମୋର ବି ଦୁଃଖ ବୋହି ଯାଉଛି। ମାଆରେ ! ଏବେ ତ ସବୁ ଦୁଃଖ ଦୂର ହୋଇଗଲାଣି ଚାଲ ଆଜି ଭଲ କି ରୋଷେଇ କରିବୁ ମନଭରି ଖାଇବା।

              ଦୁହେଁ ହସି ଉଠିଲେ ଆକାଶରେ ସୂର୍ଯ୍ଯ ମଧ୍ଯ ଆଉ ପବନ ବି ସ୍ବାଗତ କରୁଥିଲା ଶିରିଶିରି ବିଂଚଣା ବୁଲାଇ। ସତରେ ସାବତ ମାଆ କେତେ ଭୟଙ୍କର ହୋଇଥାଏ। ଯଦିବା ଉଚ୍ଚ ଶିକ୍ଷିତ ଜଣେ ଝିଅ ହୋଇଥାଏ ହେଲେ କିଛି ବି କରିବାକୁ ଜୁ ହିଁ ନ ଥାଏ। ତେବେ ଏହା ଭାଗ୍ଯର ବିଡ଼ମ୍ବନା ନା ଆଉ କ'ଣ ହୋଇପାରେ? ଆପଣମାନେ ବିଚାର କରନ୍ତୁ....

                      *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

ମୋ ଗାଁ କେଡେ ସୁନ୍ଦର

 ବାସନ୍ତୀ ଲତା ଜେନା 

  

ଗାଆଁଟି ମୋର କେଡେ ସୁନ୍ଦର 

ସବୁଜ ବନ ଭୂଇଁ 

ସକାଳ ସୂର୍ଯ୍ୟ ଉଇଁ ଆସଇ 

ମୁରୁଜ ବୁଣି ଦେଇ         l 1l 


ସେଇଠି ମୋର ଏନ୍ତୁଡ଼ି ଶାଳ 

ସେଇଠି ଷଠି ଘର 

ତା ଧୂଳି ମାଟି ପାଣି  ପବନ 

ଚନ୍ଦନ ହୁଏ ମୋର      l2l


ସଞ୍ଜ ସକାଳେ ଆଳତି ହୁଏ 

ଗାଁ ମନ୍ଦିର ଠାରେ 

ଶଙ୍ଖ ଘଣ୍ଟାର ଶବଦ ଶୁଭେ 

ଗାଁ ମୁଣ୍ଡ ସେପାରେ        l3l


ମୋ ଗାଁ ନଈ ବହି ଯାଉଛି 

କୁଳୁ ତlନର ସ୍ୱର 

ନଦୀ ପଠାରେ କାଶ ତଣ୍ଡିର 

ହୋଇଛି ଫୁଲ ଘର       l 4l


ଗାଆଁ ପୋଖରୀ କଇଁ ଫୁଲରେ 

ଦିଶୁଛି ଶୋଭା ବନ 

ମଲ୍ଲୀ ମାଳତୀ ଗୋଲାପ ରାଣୀ 

କିଣି ନେଉଛି ମନ       l 5l


ଭାଇ ଚାରରେ ମୋ ଗାଆଁ ପରା 

ସଭିଙ୍କୁ ବଳି ଯାନ୍ତି 

ଦୁଃଖ ସୁଖରେ ଦୁଆରେ ଆସି 

ସହାୟ ହୋଇ ଥାନ୍ତି        l 6l 


ମୋ ଗାଁ ଲୋକ ସରଳ ପରା 

ଛନ୍ଦ କପଟ ନାହିଁ 

ପୁନେଇ ପର୍ବ ପାଳିଣ ଥାନ୍ତି 

ଗୋଟିଏ ମନ ହୋଇ       l7l


ଗୋଧୂଳି ବେଳେ ଗୋପାଳ ଆସେ 

ଗୋରୁ ପଲ ଅଡେ଼ଇ 

ସୂର୍ଯ୍ୟ ଲୁଚିଲେ ତୁଳସୀ ମୂଳେ 

ମାଆ ସଞ୍ଜ ଦିଅଇ       l 8l


ଫୁଲ ଫଳରେ ପୂରି ରହିଛି 

 ଭଳି କି ଭଳି ଯେତେ 

ଜାମୁ ଖଜୁରୀ ତୋଳି କି ଖାଉ 

ଇଛା ଯାହାର ଯେତେ    l 9l


ବରଷା ଦିନେ ଗାଆଁ  ପିଲାଏ 

ପାଣିରେ ଖେଳି ଥାନ୍ତି 

ଝଡି ବରଷା ଆନନ୍ଦ ଦିଏ 

ଡ଼ଙ୍ଗା ଭାସଇ ଥାନ୍ତି    l10l


ଗାଆଁରେ ଚାଷ ଅଧିକ ହୁଏ 

କୃଷକ କୃଷି କରେ                    

ପିଠା ପଣା ତା ଘରେ ହୁଅଇ 

ହୃଦେ ପୁଲକ ଭରେ       l11l


ସ୍ୱର୍ଗ ସୁଷମା ମର୍ତ୍ତ୍ୟରେ ଅଛି        

ମୋ ଗାଆଁ ରୂପ ରେଖ 

ଯେତେ କହିଲେ ମନ ନ ପୁରେ 

ସୌନ୍ଦର୍ଯ୍ୟ ଆଭା ଦେଖ   l12l


ଗାନ୍ଧିନଗର, ନବରଙ୍ଗପୁର l

❤ ପ୍ରେମ ❤

ସୁକାନ୍ତ କୁମାର ନାୟକ 


ପ୍ରେମ ! 

କେବେ 

ଅମା ଅନ୍ଧାରର 

ଦୀପଟିଏ ପରି 

ଆଲୋକିତ କରେ ନିତି, 

ପ୍ରେମ ! 

କେବେ 

ଜଳନ୍ତା ଦୀପର 

ଶିଖାଟିଏ ପୁଣି 

ଜାଳି ଦେଇପାରେ ମତି |

ପ୍ରେମ ! 

କେବେ 

ଦଗ୍ଧ ସଳିତାର 

ପାଉଁଶରେ ଥିବା 

କାଳିମାର କଳା କୀର୍ତ୍ତି,  

ପ୍ରେମ ! 

କେବେ 

ନିସୃତ ଧ୍ଵନିର 

ତରଙ୍ଗେ କମ୍ପିତ 

ଥରାଇ ଦିଏ ସେ ଛାତି |

ପ୍ରେମ !

କେବେ 

ଅମାପ ଯନ୍ତ୍ରଣା 

ସହି ହସିପାରେ 

ଦୁଃଖକୁ କରିଣ ସାଥୀ, 

ପ୍ରେମ ! 

କେବେ 

ଅସମ୍ପୂର୍ଣ ସେହି 

ଭାବନାର ସୂତ୍ର  

ବାନ୍ଧିରଖେ ନିଜ କତି |

ପ୍ରେମ !

କେବେ 

ଅଥଳ ସାଗର 

ଶାମୁକା ଭିତରେ 

ଶୋଇଥିବା ଏକ ମୋତି, 

ପ୍ରେମ !

କେବେ 

ମହାଭାରତର 

ପଣ କରିଥିବା 

ପାଣ୍ଡବଙ୍କ ମା' କୁନ୍ତୀ |

ପ୍ରେମ !

କେବେ 

ବାସର ରାତିର 

ଲାଜେଇ ଝିଅଟେ  

ଦେହେ ଭରିଦିଏ ତାତି, 

ପ୍ରେମ ! 

କେବେ 

ପାହାନ୍ତି ରାତିର 

ଝରା ଶେଫାଳି ସେ 

କାନ୍ଦୁଥାଏ ଲୁହେ ତିନ୍ତି |

>>>>>>>>>>•<<<<<<<<<<<

ଶିକ୍ଷକ, ନୁଣିପଡା ଶାସନ, ଗଞ୍ଜାମ ✒️

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy